ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଆନନ୍ଦ ସିଂ କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଜୟନଗର ଆସନରୁ ବିଧାୟକ ରହିଥିବା ଆନନ୍ଦ ସିଂ ସୋମବାର ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବିଜୟନଗର ଆସନରୁ ତିନିଥର ବିଧାୟକ ରହିଥିବା ଆନନ୍ଦ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ବିଧାୟକ ଆନନ୍ଦ ସିଂଙ୍କ ଇସ୍ତଫା ପରେ କଂଗ୍ରେସ ଜେଡିଏସ୍ ମେଣ୍ଟ ସଂଖ୍ୟାଲଘୁ ହୋଇପଡିଛି ବୋଲି ବିଜେପି ନେତା ଆର. ଅଶୋକ କହିଛନ୍ତି । ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସର ସଦସ୍ୟ ସଂଖ୍ୟା 78କୁ ହ୍ରାସ ପାଇଛି । 224 ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପିର 105 ବିଧାୟକ ରହିଥିବା ବେଳେ କଂଗ୍ରେସର 78 ବିଧାୟକ ରହିଛନ୍ତି । କଂଗ୍ରେସ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣି ସରକାର ଗଠନ କରିବାର ପ୍ରୟାସ କରୁଛି ବିଜେପି ।
Author: Samikhsya Bureau
ପୁଣି ଯୋଡ଼ା ଶିଶୁ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ହୋଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଯମଜ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି ରହିଛି। ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ଶିଶୁଭବନ ପଠାଯାଇଛି। ଦୁଇ ଶିଶୁଙ୍କର ଓଜନ ସାଢ଼େ ୪ କେଜି ରହିଛି। ଏସ୍ଏନସିୟୁରେ ଭତ୍ତି କରିବା ପରେ ଶିଶୁ ଦୁଇଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପୂର୍ବରୁ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଚର୍ଚ୍ଚାରେ ଥିଲେ। ଦିଲ୍ଲୀ ଏମ୍ସରେ ଉଭୟଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି।
କ୍ରିକେଟ୍ ବିଶ୍ବକପ୍ରେ ଇଂଲଣ୍ଡ ବିପକ୍ଷରେ ଭାରତକୁ ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି । ଟିମ୍ ଇଣ୍ଡିଆର ପରାଜୟ ପରେ ସୋସିଆଲ୍ ମିଡ଼ିଆରେ ଟିମ୍ ଇଣ୍ଡିଆର ନୂଆ ଜର୍ସିକୁ ନେଇ ବହୁତ୍ ମଜାକ୍ କମେଣ୍ଟ ଦେଖିବାକୁ ମିଳିଛି । ଏହି କ୍ରମରେ ସାମିଲ୍ ହୋଇଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତୀ । ମେହେବୁବା କହିଛନ୍ତି, ଭାରତ କମଳା ରଙ୍ଗର ଜର୍ସି ପାଇଁ ପରାଜୟ ବରଣ କରିଛି । ମେହେବୁବା ଟୁଇଟ୍ କରି କହିଛନ୍ତି ଯେ, ‘ଆପଣମାନେ ମୋତେ ଅନ୍ଧବିଶ୍ବାସୀ କହିପାରନ୍ତି, କିନ୍ତୁ ମୋ’ ମତରେ ଭାରତକୁ ନୂଆ କମଳା ରଙ୍ଗର ଜର୍ସି ପାଇଁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହା ପୂର୍ବରୁ ମେହେବୁବା ଆଉ ଏକ ଟୁଇଟ୍ରେ କହିଥିଲେ ଯେ, ‘ପାକିସ୍ତାନୀ ପ୍ରଶଂସକ ଇଂଲଣ୍ଡ ବିରୁଦ୍ଧରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି । ଯାହାହେଉ କ୍ରିକେଟ୍ ବାହାନାରେ ଦୁଇ ଦେଶ ଏକ ସହିତ ରହିଛନ୍ତି ।’ ଇଂଲଣ୍ଡ…
ବଲିଉଡ୍ ଅଭିନେତା ଇମ୍ରାନ୍ ହାସ୍ମୀ ବାୟୁସେନା ଅଫିସର କେସି କୁରୁଭିଲ୍ଳାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ବିଜୟ ରତ୍ନାକର ଗୁଟ୍ଟେଙ୍କ ନିର୍ଦ୍ଦେଶିତ ଫିଲ୍ମ ବାୟୁସେନାରେ କୁରୁଭିଲ୍ଳାଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ଇମ୍ରାନ ହାସ୍ମୀ । ଫିଲ୍ମର ସୁଟିଂ ଆସନ୍ତା ନଭେମ୍ବର 2019ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବାୟୁସେନାର ବିମାନ ଗୁଡିକ ବ୍ୟବହାର କରିବା ନିମନ୍ତେ ସରକାରଙ୍କୁ ଅନୁମତି ମଗାଯାଇଛି । ଏହି ଫିଲ୍ମରେ 1971 ଭାରତ ପାକ୍ ଯୁଦ୍ଧ ଠାରୁ ଆରମ୍ଭ କରି 1999 କାର୍ଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବୋଲି ନିର୍ଦ୍ଦେଶକ କହିଛନ୍ତି । 1971 ଯୁଦ୍ଧରେ ଅବଦାନ ପାଇଁ 1973 ମସିହାରେ କୁରୁଭିଲ୍ଳାଙ୍କୁ ବୀରଚକ୍ରରେ ପୁରସ୍କୃତ କରାଯାଇଥିଲା ।
ଯୋଗୀ ଆଦିତ୍ୟନାଥଙ୍କ ସରକାର ୧୭ଟି ପଛୁଆ ବର୍ଗଙ୍କୁ ଅନୁସୂଚିତ ତାଲିକାରେ ଆରକ୍ଷଣ ଦେଇଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରିପାରିନାହାନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଏହି ପ୍ରସଙ୍ଗରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେବାକୁ କେବଳ ସଂସଦର ପ୍ରାବଧାନ ରହିଛି କିନ୍ତୁ ଯୋଗୀ ଏହି ନିୟମର ଉଲ୍ଲଙ୍ଘନ କରିଛନ୍ତି ବୋଲି ମାୟାବତୀ କହିଛନ୍ତି । ୟୁପିର ଯୋଗୀ ସରକାର ପଛୁଆ ବର୍ଗଙ୍କୁ ଅନୁସୂଚିତ ଜାତିରେ ସାମିଲ କରି ଧୋକା ଦେଇଛନ୍ତି । ଏହା ଅସାମ୍ବିଧାନିକ ବୋଲି ମାୟାବତୀ କହିଛନ୍ତି । ଉତ୍ତର ପ୍ରଦେଶରେ ଅନୁସୂଚିତ ଜାତି ପାଇଁ ୧୭ ଲୋକସଭା ଏବଂ ୪୦୩ ବିଧାନସଭା ଆସନ ମଧ୍ୟରୁ ୮୬ଟି ଆସନରେ ଆରକ୍ଷଣ ରହିଛି । ଏବେ ଏହି ଜାତିଗୁଡିକୁ ନିର୍ବାଚନ ଲଢିବା ପାଇଁ ଅବସର ମିଳିବ । ଗତ ଦୁଇ ଦଶନ୍ଧି ଧରି ଏହି ୧୭ଟି ଜାତିକୁ ଅନୁସୂଚିତ ଜାତିରେ ସାମିଲ କରିବା…
ଭାରତୀୟ ବିଶ୍ବକପ୍ ଅଭିଯାନକୁ ଏକ ବଡ ଝଟ୍କା ଲାଗିଛି । ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଶିଖର ଧଓ୍ବନ୍ଙ୍କ ପରେ ଦ୍ବିତୀୟ ଖେଳାଳି ଭାବରେ ଆହତ ହୋଇ ବାଦ ପଡିଛନ୍ତି ଶଙ୍କର । ଶଙ୍କରଙ୍କ ବଦଳ ଖେଳାଳି ଭାବରେ ତୁରନ୍ତ ବିସିସିଆଇ ମୟଙ୍କ ଅଗ୍ରଓ୍ବାଲଙ୍କ ନାମ ଘୋଷଣା କରିଛି । ମୟଙ୍କ ଟିମ୍ରେ ଜଣେ ଓପ୍ନର ଭାବରେ ଯୋଗ ଦେବେ । ଯାହା ଫଳରେ ଅନ୍ୟତମ ଓପ୍ନର କେ ଏଲ୍ ରାହୁଲ ନିଜର ଚିରାଚରିତ ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରିପାରିବେ । ପାଦ ଆଙ୍ଗୁଠି ଭାଙ୍ଗିଯିବା ଫଳରେ ବିଜୟ ଶଙ୍କର ବିଶ୍ବକପ୍ର ଅବଶିଷ୍ଟ ମ୍ୟାଚ୍ରୁ ବାଦ ପଡିଛନ୍ତି । ସେହିପରି ମୟଙ୍କ ଅଗ୍ରଓ୍ବାଲଙ୍କ ଚୟନ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦିନିକିଆରେ ପଦାର୍ପଣ କରିନଥିବା ଏହି ଖେଳାଳିଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବର୍ଷାରେ ବେହାଲ୍ ମୁମ୍ବାଇ ନଗରୀ । ଗତକାଲି ପରେ ଆଜି ମଧ୍ୟ ମାୟାନଗରୀ ମୁମ୍ୱାଇ ବର୍ଷାରେ ଉବୁଟୁବୁ ହୋଇଛି। ବର୍ଷା କାରଣରୁ ଜନ ଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅନେକ ଟ୍ରେନ ଲାଇନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଅନେକ ଟ୍ରେନ ବିଳମ୍ୱିତ ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଗୁଡିକ ଅନ୍ୟ ରୁଟରେ ଦିଗ ପରିବର୍ତ୍ତନ କରିଦିଆଯାଇଛି।ସେହିପରି ବିମାନ ଚଳାଚଳ ଚାଲୁ ରହିଛି। ଅନ୍ୟପକ୍ଷରେ ଠିକ ଭାବେ ଜଳ ନିଷ୍କାସିତ ହୋଇ ପାରୁ ନଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶିଥିବାର ଖବର ମିଳିଛି। ବର୍ଷା ଆସିବା ପୂର୍ବରୁ ବିଏମସି ଜଳ ନିଷ୍କାସନ ପାଇଁ ଏକାଧିକ ପଦକ୍ଷେପ ନେଇଥିଲେ ହେଁ ସହରର ଜଳ ନିଷ୍କାସନ ଠିକ୍ରେ ହୋଇପାରୁନଥିବା ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି ।
ପୁଣି ଗୃହରେ ଉଠିଲା ଘରୋଇ ହସ୍ପିଟାଲର ମନମୁଖୀ ପ୍ରସଙ୍ଗ । ଶୂନ୍ୟକାଳରେ ଘରୋଇ ହସ୍ପିଟାଲର ମନମୁଖୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ତେବେ କେବଳ ବିରୋଧୀ ନୁହନ୍ତି ଶାସକ ଦଳରବିଧାୟକ ମାନେ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ଘରୋଇ ହସ୍ପିଟାଲର ମନମାନି ଯୋଗୁଁ ସାଧରଣ ଲୋକ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି । ଏନେଇ କଠୋର ଆଇନ ପ୍ରଣୟନ କରାଯାଉ ବୋଲି ଦାବି ମଧ୍ୟ ହୋଇଥିଲା । ଏହି ଘଟଣାରେ ଅଫିସରସ୍ତରୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଜମ୍ମୁ କାଶ୍ମୀରରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୫ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ମୋଦି ଟ୍ବିଟ୍ କରି ମୃତକଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ଆହତ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜମ୍ମୁ କାଶ୍ମୀରର ଖିତ୍ଓ୍ବାର ଜିଲ୍ଲାରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୩୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଖିତଓ୍ବାରର ପୋଲିସ୍ କମିଶନର ଅଙ୍ଗ୍ରେଜ୍ ସିଂ ରାଣା ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ରାଜ୍ୟପାଳ ଘୋଷଣା କରିଛନ୍ତି ।
ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିବୃତ୍ତି ଦାବି କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ବିବୃତି ଦିଅନ୍ତୁ ବୋଲି ମିଶ୍ର କହିଛନ୍ତି। ଓକିଲ ଆନ୍ଦୋଳନକୁ ନେଇ ଗୃହରେ ନରସିଂହ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ଓକିଲଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ କୋର୍ଟରୁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଆନ୍ଦୋଳନକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏ ନେଇ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଫଳରେ ରାଜ୍ୟରେ ଏବେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି ବୋଲି କହିଛନ୍ତି ନରସିଂହ ମିଶ୍ର।
ସୁପ୍ରିମ୍କୋର୍ଟଙ୍କ ଅବମାନନା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ତରଫରୁ ସୋମବାର ଏକ ନୋଟିସ୍ ପ୍ରଦାନ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ତୁରନ୍ତ ଜାମିନ୍ରେ ଛାଡିବା ନିମନ୍ତ ମେ ୧୪ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ମାତ୍ର ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରି ଶର୍ମାଙ୍କୁ ଜାମିନରେ ଛଡା ଯାଇ ନଥିଲା। ସୋମବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି। ଏକ ସପ୍ତାହ ମଧ୍ୟରେ ଏହି ନୋଟିସ୍ର ଜବାବ ଦାଖଲ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯ, ମେ ୧୫ ତାରିଖରେ ପ୍ରିୟଙ୍କା ଶର୍ମାଙ୍କୁ ମୁକ୍ତ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଚାରପତି ଇନ୍ଦୁ ମଲହୋତ୍ରା ଚେତାବନୀ ଦେଇଥିଲେ। ଏହାକୁ ବେଖାତିର କରି ପଶ୍ଚିମବଙ୍ଗ ସରକାର ପ୍ରିୟଙ୍କା ଶର୍ମାଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ।
ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଶ୍ରୀଜୀଉ ଜ୍ବରରେ ପଡ଼ିଥିଲେ। ତେବେ ଆଜି ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ମହାପ୍ରଭୁଙ୍କଠାରେ ଘଣା ଲାଗି ହେବା ପରେ ଅନୁଷ୍ଠିତ ହେବ ବନକ ଲାଗି ନୀତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ପାଇଁ ଲାଗି ହେବ ଦିବ୍ୟ ପ୍ରଲେପ ବା ଖଳି ପ୍ରସାଦ। ଏହା ପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକନୀତି ହେବ। ଆସନ୍ତାକାଲି ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଏହାପରେ ଶ୍ରୀଜୀଉମାନେ ନବଦିନ ବ୍ୟାପୀ ରଥଯାତ୍ରା କରିବେ । ଆସନ୍ତା ୪ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।
କଂଗ୍ରେସ ଛାଡ଼ିଲେ ଭୀମ୍ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ। ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ପୂଜାହାରୀ କଂଗ୍ରେସରେ ଯୋଗଦେଇ ସମ୍ବଲପୁର ବିଧାନସଭା ଆସନରୁ ଲଢିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କଂଗ୍ରେସ ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସେ ଦଳ ଛାଡିଛନ୍ତି ବୋଲି କହିଛନ୍ତି।
ଦୀର୍ଘ ୧୪ ବର୍ଷ ପରେ ବଲିଉଡ୍ର ଦୁଇ ପ୍ରତିଷ୍ଠିତ ମହିଳା ଚରିତ୍ର ଅଭିନେତ୍ରୀ ଶେଫାଳୀ ଶାହ ଏବଂ ଶବାନା ଆଜ୍ମୀ ଏକତ୍ର ନଜର ଆସିବାକୁ ଯାଉଛନ୍ତି। ମୋଜେଜ୍ ସିଂଙ୍କ ନିର୍ଦ୍ଦେଶିତ ଏକ ଓ୍ବେବ୍ ସିରିଜ୍ରେ ଉଭୟ ଅଭିନେତ୍ରୀ ନଜର ଆସିବାକୁ ଯାଉଛନ୍ତି। ଓ୍ବେବ୍ ସିରିଜ୍ଟି ମେଡିକାଲ୍ ମାଫିଆଙ୍କ ଉପରେ ଆଧାରିତ ରହିବ। ସିରିଜ୍ର ଅନ୍ୟାନ୍ୟ କଳାକାର ସ୍ଥିର ହୋଇନଥିବା ବେଳେ ଶେଫାଳୀ ଏବଂ ଶବାନା ଦୁଇଟି ଗୁରୁତ୍ବପୂର୍ଣ୍ଣ ଚରିତ୍ର ନିମନ୍ତେ ରାଜି ହୋଇଥିବା ମୋଜେଜ୍ ପ୍ରକାଶ କରିଛନ୍ତି। ସିରିଜ୍ର କାହାଣୀ ଇଶାନୀ ବାନାର୍ଜୀ ଏବଂ ମୋଜେଜ୍ ଲେଖିଥିବା ବେଳେ ମୋଜେଜ୍ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଶେଫାଳୀଙ୍କ ସ୍ବାମୀ ବିପୁଲ ଶାହ ଏହି ସିରିଜର ପ୍ରଯୋଜକ ରହିଛନ୍ତି। ଉଭୟ ଶେଫାଳୀ ଏବଂ ଶବାନା ଶେଷଥର ପାଇଁ ଅପର୍ଣ୍ଣା ସେନ୍ଙ୍କ ୨୦୦୫ର ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ୧୫ ପାର୍କ ଆଭେନ୍ୟୁରେ ନଜର ଆସିଥିଲେ। ମୋଜେଜ୍ ୨୦୧୫ରେ ରିଲିଜ୍ ହୋଇଥିବା ଭିକି କୌଶଲଙ୍କ ଫିଲ୍ମ…
ଚଳିତ ଲୋକସଭା ନିର୍ବାଚନରେ ରାଜସ୍ଥାନର କଂଗ୍ରେସର ବିଫଳତା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ପରାଜୟକୁ ସ୍ବୀକାର କରି ଏଥିପାଇଁ ନିଜକୁ ଦାୟୀ କରିଛନ୍ତି। ରାହୁଲ୍ ଗାନ୍ଧିଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଗେହଲଟ। ଗେହଲଟ୍ ରାହୁଲ୍ଙ୍କ ସହ ବୈଠକ କରିବା ପୂର୍ବରୁ ୨୦୧୯ ନିର୍ବାଚନ ପରାଜୟ ପାଇଁ ଆମେ ସମସ୍ତେ ଦାୟୀ ବୋଲି କହିଛନ୍ତି। ଟୁଇଟ୍ କରି ଗେହଲ୍ଟ କହିଛନ୍ତି ଯେ, ‘ରାହୁଲ୍ ଗାନ୍ଧିଙ୍କ ପ୍ରତି ଏକଜୁଟତା ଦେଖାଇବା ପାଇଁ ଆଜି କଂଗ୍ରେସ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେଉଛି। ଆମେ ସମେସ୍ତ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ରହିଛୁ ଏବଂ ୨୦୧୯ ପରଜୟ ପାଇଁ ଆମେ ସମସ୍ତେ ଦାୟୀ ରହିଛୁ। ‘ଆମର ଦୃଢ ବିଶ୍ବାସ ରହିଛି ଯେ, ବର୍ତ୍ତମାନ ପରିଦୃଶ୍ୟରେ କେବଳ ରାହୁଲ୍ ଗାନ୍ଧି ଦଳୀୟ ନେତୃତ୍ବ ସଠିକ୍ ଭାବରେ ନେଇପାରିବେ। ଦେଶ ଓ ଦେଶବାସୀଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ରହିଛି ବୋଲି କହିଛନ୍ତି ଗେହଲଟ୍। ଲୋକସଭାରେ କଂଗ୍ରେସର ବିରାଟ…
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଶେଷରେ ସାମାଜିକ ଗଣମାଧ୍ୟମ ଟ୍ବିଟ୍ଟରରେ ପାଦ ରଖିଛନ୍ତି। ଭାଗବତଙ୍କ ସହିତ ଆରଏସ୍ଏସ୍ର ଅନ୍ୟ ୬ ଜଣ ଜାତୀୟ ସ୍ତରର କାର୍ଯ୍ୟକର୍ତ୍ତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଯୋଗ ଦେଇଛନ୍ତି। ଭାଗବତ ଯୋଗ ଦେବାର ତୁରନ୍ତ ପରେ ତାଙ୍କର ଫଲୋଅରଙ୍କ ସଂଖ୍ୟା ୪ ହଜାର ଛୁଇଁଥିଲା। ଭାଗବତଙ୍କ ସହିତ ଟ୍ବିଟ୍ଟରରେ ଯୋଗ ଦେଇଥିବା ଅନ୍ୟ ନେତାମାନେ ହେଉଛନ୍ତି ସୁରେଶ ଯୋଶୀ, ସୁରେଶ ସୋନୀ, କ୍ରିଷ୍ଣା ଗୋପାଳ, ଭି ଭଗୈୟା, ଅରୁଣ କୁମାର ଏବଂ ଅନିରୁଦ୍ଧ ଦେଶପାଣ୍ଡେ। ଯୋଗ ଦେବା ପରଠାରୁ ଏହି ନେତା ମାନେ କୌଣସି ଟ୍ବିଟ୍ କରି ନାହାନ୍ତି। ଆରଏସ୍ଏସ୍ର ଅଫିସିଆଲ ଟ୍ବିଟ୍ଟର ହ୍ୟାଣ୍ଡେଲର ଫଲୋଅର ସଂଖ୍ୟା ୧.୩ ମିଲିୟନ୍ (୧୩ ଲକ୍ଷ) ରହିଥିବା ବେଳେ ଫେସ୍ବୁକ୍ ପେଜ୍ରେ ୫୪ ଲକ୍ଷ ଫଲୋଅର ରହିଛନ୍ତି।
କେଦାର ମିଶ୍ର ସମଗ୍ର ଗଣମାଧ୍ୟମ କ୍ଷମତା ଓ ପୁଞ୍ଜିର ଦାସତ୍ୱ ସ୍ୱୀକାର କରିନେଇଛନ୍ତି – ସୁତରାଂ ସେମାନଙ୍କଠୁ କୌଣସି ସାମାଜିକ ପ୍ରତିବଦ୍ଧତା ଆଶା କରିବା ବୃଥା ବୋଲି ଆମେ ମାନିନେବା କି? ସମାଜର ଶେଷଧାଡ଼ିରେ ଠିଆ ହୋଇଥିବା ଶୋଷିତମାନଙ୍କର ବ୍ୟଥା – ବେଦନା ଲେଖିବା ପାଇଁ ସାମ୍ବାଦିକଙ୍କର ସମୟ ନାହିଁ। ଏହା ହିଁ ଆଜିର ବିଡ଼ମ୍ବିତ ସତ୍ୟ କି? ବିଜ୍ଞାପନ ଦେଉଥିବା ଓ ହୱାଲା ମାଧ୍ୟମରେ କମ୍ପାନୀକୁ ମାଲାମାଲ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନର ମୁଖପତ୍ର ଭାବରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବିବେକକୁ ବନ୍ଧା ପକାଇବା କେତେଦୂର ଯଥାର୍ଥ? ଏହାର ବିକଳ୍ପ କିଛି ନାହିଁ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତିତ ପ୍ରତ୍ୟେକ ସଚେତନ ନାଗରିକ ପାଇଁ ଏଇ ପ୍ରଶ୍ନସବୁ ଆଜି ସବୁଠୁ ଗୁରୁତ୍ବପୂର୍ଣ୍ଣ । ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ବିଫଳତାକୁ ସାମ୍ନା କରିବା ପାଇଁ ଗଣମାଧ୍ୟମ ଏକମାତ୍ର ସଫଳ…
ରନ୍ଧନ ଗ୍ୟାସ୍ ମୂଲ୍ୟରେ ୧୦୦ ଟଙ୍କା ୫୦ ପଇସା ହ୍ରାସ କରାଯାଇଛି। ସୋମବାର ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଅଣ ସବ୍ସିଡି ରନ୍ଧନ ଗ୍ୟାସ୍ର ମୂଲ୍ୟ ୭୩୭ ଟଙ୍କା ୫୦ ପଇସା ରହିଥିବା ବେଳେ ବର୍ତ୍ତମାନ ଏହାର ମୂଲ୍ୟ ୬୩୭ ଟଙ୍କା ରଖାଯାଇଛି। ଆଇଓସି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ଡଲାରର ବିନିମୟ ମୂଲ୍ୟ ଅଧିକ ରହିଥିବାରୁ ଏହି ନିଷ୍ପତ୍ତି ନେଇଛି ଭାରତୀୟ ତୈଳ ନିଗମ। ସେହିପରି ସବ୍ସିଡି ଯୁକ୍ତ ରନ୍ଧନ ଗ୍ୟାସ୍ର ମୂଲ୍ୟ ସମାନ ରହିଥିବା ବେଳେ ଏହା ଉପରେ ୧୪୨.୬୫ ଟଙ୍କାର ସବ୍ସିଡି ମିଳିବ। ଜୁନ୍ ୧ରେ ସିଲିଣ୍ଡର ପିଛା ଗ୍ୟାସ୍ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଜଣେ ଗ୍ରାହକକୁ ୧୨ଟି ସବ୍ସିଡି ଯୁକ୍ତ ସିଲିଣ୍ଡର ମିଳୁଛି।
ଶୁକ୍ରବାର ଏବଂ ଶନିବାର ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଜି-୨୦ ବୈଠକ ପ୍ରଭାବରେ ସେନସେକ୍ସ ୨୦୦ ପଏଣ୍ଟ ଉପରେ ରହିଛି। ୨୪୯.୫୭ ପଏଣ୍ଟ ଉପରକୁ ଉଠି ସେନସେକ୍ସ ୩୯୬୪୪.୨୧ ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ ୭୧.୩୫ ପଏଣ୍ଟ ଉପରକୁ ଉଠି ୧୧୮୬୦.୨୦ ପଏଣ୍ଟରେ ପହଞ୍ଚିଛି। ଏହି ସମୟରେ ଟାଟା ଷ୍ଟିଲ୍, ଏନ୍ଟିପିସି, ବଜାଜ ଅଟୋ, ଏଚ୍ଡିଏଫ୍ସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ହିରୋ ମୋଟୋକର୍ପ ଏବଂ ପାଓ୍ବାର ଗ୍ରୀଡ୍ର ଅଂଶଧନ ମୂଲ୍ୟରେ ୧.୨୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଏସ୍ବିଆଇ, ୟେସ୍ ବ୍ୟାଙ୍କ, ଭାରତୀ ଏୟାରଟେଲ, ମାରୁତି , ଏଚ୍ସିଏଲ୍, ଏଚୟୁଏଲ୍ ଏବଂ ଆରଆଇଏଲ୍ର ଅଂଶଧନ ମୂଲ୍ୟ ୦.୭୮ ପ୍ରତିଶତ ହ୍ରାସ ପାଇଛି।
ଟେକ୍ସାସରେ ଏକ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଟେକ୍ସାସର ଆଡିସନ୍ ବିମାନ ବନ୍ଦରରୁ ସୋମବାର ସକାଳେ ଏହି ବିମାନଟି ହଙ୍ଗାର ଅଭିମୁଖେ ଯାତ୍ରା କରୁଥିଲା। ବିଇ-୩୫୦ର ଏହି ଦ୍ବୈତ ଇଞ୍ଜିନର ବିମାନଟିରେ ନିଆଁ ଲାଗି ଏହା ସମ୍ପୂର୍ଣ୍ଣ ଜଳି ଯାଇଥିଲା ଏବଂ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଆଡିସନ୍ ବିମାନ ବନ୍ଦରର ମୁ୍ଖପାତ୍ର ମେରୀ ରୋଜେନ୍ବ୍ଲକିଥ୍ ପ୍ରକାଶ କରିଛନ୍ତି। ଡାଲାସରୁ ୧୫ ମାଇଲ୍ ଦୂରରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନରେ କେତେଜଣ ଯାତ୍ରୀ ଯାତ୍ରା କରୁଥିଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ୧୦ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ଜମ୍ମୁ କାଶ୍ମୀରରେ ଏକ ବସ୍ ଖାଇ ମଧ୍ୟକୁ ଖସି ପଡିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀରର ଖିତ୍ଓ୍ବାର ଜିଲ୍ଲାରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟାନ୍ୟ ୭ ଜଣ ଆହତ ହୋଇଛନ୍ତି। ଖିତଓ୍ବାରର ପୋଲିସ୍ କମିଶନର ଅଙ୍ଗ୍ରେଜ୍ ସିଂ ରାଣା ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ଉପସ୍ଥିତ ରହିଛନ୍ତି। ଆହତ ମାନଙ୍କୁ ଖିତଓ୍ବାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

