Author: Samikhsya Bureau

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନାଗରିକତ୍ବକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି । ଏ ସମ୍ପର୍କିତ ଏକ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ  । ଚଳିତ ଲୋକସଭା ନିର୍ବାଚନରେ ଆମେଥି ଏବଂ ଓ୍ବାୟାନାଡ୍‌ରୁ ପ୍ରତିଦ୍ବନ୍ଦିତା କରୁଥିବା ରାହୁଲଙ୍କ ବିରୋଧରେ ଦୁଇ ଦିଲ୍ଲୀ ନିବାସୀ ଜୟ ଭଗବାନ ଗୋୟଲ ଏବଂ ଚନ୍ଦ୍ର ପ୍ରକାଶ ତ୍ୟାଗୀଙ୍କ ପକ୍ଷରୁ ରାହୁଲ ଗାନ୍ଧିଙ୍କ ନାଗରିକତ୍ବକୁ ନେଇ ମାମଲା ରୁଜୁ କରାଯାଇଥିଲା । ଦାଖଲ କରାଯାଇଥିବା ଯାଚିକାରେ ରାହୁଲଙ୍କ ନାଗରିକତ୍ବର ତଦନ୍ତ କରିବା ନେଇ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେବା ପାଇଁ ଦୁଇ ଜଣଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ରାହୁଲଙ୍କୁ ଏହି ମାମଲା ନେଇ ଗୃହ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଥିଲା । ରାଜ୍ୟସଭା ସାଂସଦ ଡ. ସୁବ୍ରମଣ୍ୟମ ସ୍ବାମୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ନେଇ ଗୃହ ମନ୍ତ୍ରାଳୟ ମଙ୍ଗଳବାର ରାହୁଲଙ୍କୁ ନୋଟିସ୍‌ ଜାରି କରାଯାଇଥିଲା ।

Read More

2017ରେ ମିସ୍‌ ଓ୍ବାର୍ଲ୍ଡ ଟାଇଟଲ୍‌ ବିଜୟିନୀ ମାନୁଷୀ ଚିଲ୍ଲର ଅକ୍ଷୟ କୁମାରଙ୍କ ବିପକ୍ଷରେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଐତିହାସିକ ଡ୍ରାମା ପୃଥ୍ବୀରାଜ ଚୌହାନରୁ ନିଜର ବଲିଉଡ୍‌ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ମାନୁଷୀ । ଅକ୍ଷୟ ଏହି ଫିଲ୍ମରେ ପୃଥ୍ବୀରାଜ ଚୌହାନଙ୍କ ଚରିତ୍ରରେ ନଜର ଆସିବାକୁ ଥିବା ବେଳେ ମାନୁଷୀ ସଞ୍ଜୁକ୍ତା ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ପାଇଁ ଅକ୍ଷୟ ପୂର୍ବରୁ ସାଇନ୍‌ ହୋଇ ସାରିଥିବା ବେଳେ ୟଶରାଜ ବ୍ୟାନର ପକ୍ଷରୁ ନାୟିକାଙ୍କ ବିଷୟରେ ଘୋଷଣା କରାଯାଇନଥିଲା । ଫିଲ୍ମର ସୁଟିଂ ଅଗଷ୍ଟ ଶେଷ ଭାଗରୁ ଆରମ୍ଭ ହେବାକୁ ଯାଉଛି । ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଚନ୍ଦ୍ର ପ୍ରକାଶ ଦ୍ବିବେଦୀ । ପୂର୍ବରୁ ଦ୍ବୀବେଦୀ ଚାଣକ୍ୟ ଟିଭି ସିରିଏଲ୍‌ରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।

Read More

ସୁପ୍ରିମ୍‌କୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ନିଜର ମନ୍ତବ୍ୟ ଚୌକିଦାର ଚୋର ହେ ନିମନ୍ତେ କ୍ଷମାପ୍ରାର୍ଥନା କରିଛନ୍ତି ରାହୁଲ । ବୁଧବାର ରାହୁଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ ‘କୋର୍ଟଙ୍କ ଅବମାନନା କରିଥିବାରୁ ମୁଁ ଦୁଃଖିତ, ମୋର କ୍ଷମାପ୍ରାର୍ଥନା ଗ୍ରହଣ କରିବା ସହିତ ମାମଲା ପରିଚାଳନା ବନ୍ଦ କରାଯାଉ’ ବୋଲି ଉଲ୍ଲେଖ କରିଛନ୍ତି ରାହୁଲ । ରାହୁଲଙ୍କ ପକ୍ଷରୁ ତିନି ପୃଷ୍ଠା ସମ୍ବଳିତ କ୍ଷମା ପତ୍ର ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ଯେ, ଏପ୍ରିଲ୍‌ 10 ତାରିଖରେ ରାଫାଲେ ମାମଲାରେ ସରକାରଙ୍କ ରାୟ ପ୍ରକାଶ ପରେ ରାହୁଲ ଏହି ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କ ବିପକ୍ଷରେ ମାନହାନି ମୋକଦ୍ଦମା ଦାୟର କରିଥିଲେ । ପରେ ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ କ୍ଷମାପ୍ରାର୍ଥନା ଦାବି କରିଥିଲେ…

Read More

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ସକାଳୁ କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧୀଙ୍କୁ ଭେଟିଛନ୍ତି । ପଶ୍ଚିମବଙ୍ଗରେ ଶାସକ ଦଳ ନିମନ୍ତେ ପ୍ରଚାର ନିମନ୍ତେ ଯିବା ପୂର୍ବରୁ ରାହୁଲଙ୍କ ସହିତ ଆଲୋଚନା କରିଥିଲେ ନାଇଡୁ । ନିର୍ବାଚନ ଶେଷ ହେବା ପୂର୍ବରୁ ଏହି ଦୁଇ ନେତାଙ୍କ ବୈଠକ ନିର୍ବାଚନ ପରବର୍ତ୍ତୀ ସାମ୍ଭାବ୍ୟ ମେଣ୍ଟ ନେଇ ଆଲୋଚନା ସୃଷ୍ଟି କରିଛି । ରାହୁଲଙ୍କ ସହିତ ଭେଟ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଗୁରୁବାର ଏବଂ ଶୁକ୍ରବାର ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାରରେ ଭାଗ ନେବେ । ଏହି ସାକ୍ଷାତକାର ପରେ ନାଇଡୁ କହିଛନ୍ତି ବର୍ତ୍ତମାନର ରାଜନୈତିକ ଅବସ୍ଥା ଅନୁଯାୟୀ ଆସନ୍ତା 23 ତାରିଖରେ ମୋଦିଙ୍କୁ ହଟାଇ ଅନ୍ୟ ଜଣେ ନେତା ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ । ନେତା ଚୟନ ହୋଇନଥିଲେ ମଧ୍ୟ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ନାଇଡୁ କହିଛନ୍ତି । ଭିଭିପାଟ୍‌ ସମ୍ପର୍କିତ…

Read More

ବାର୍ସେଲୋନା ବିପକ୍ଷରେ ଚମକପ୍ରଦ ବିଜୟ ସହିତ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଲିଭରପୁଲ୍‌ । ସେମିଫାଇନାଲ୍‌ର ପ୍ରଥମ ଚରଣରେ 3-0ରେ ପରାଜୟ ବରଣ କରିଥିବା ବେଳେ ଦ୍ବିତୀୟ ଚରଣରେ 4-0 ବିଜୟ ହାସଲ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି ଲିଭରପୁଲ୍‌ । ଦଳ ପକ୍ଷରୁ ଜର୍ଜିନିଓ ଓ୍ବିଜିନାଲ୍‌ଡମ୍‌ ଏବଂ ଡିଭୋକ୍‌ ଓରିଗି ଦୁଇଟି ଲେଖାଏଁ ଗୋଲ ସ୍କୋର କରିବା ସହିତ ଦଳର ମିଡ୍‌ ଫିଲ୍ଡର ମାନେ ମେସି ଏବଂ ସୁଆରେଜ୍‌ଙ୍କକୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ଏହି ବିଜୟ ସହିତ ନବମ ଥର ନିମନ୍ତେ ଫାଇନାଲ୍‌ରେ ପ୍ରବେଶରେ ସକ୍ଷମ ହୋଇଛି ଲିଭରପୁଲ୍‌ । ଏହି ତାଲିକାରେ ରିଅଲ ମାଦ୍ରିଦ୍‌(16) ଆଗୁଆ ରହିଛି । ଆନଫିଲ୍‌ଡରେ ଖେଳା ଯାଇଥିବା ଦ୍ବତୀୟ ଚରଣ ସେମିଫାଇନାଲ୍‌ରେ ଆଉ ଏକ ରେକର୍ଡ ହାସଲ କରିଛି ଲିଭରପୁଲ୍‌ । କ୍ରମାଗତ 457 ମିନିଟ୍‌ ପର୍ଯ୍ୟନ୍ତ କୌଣସି ବିଦେଶୀ…

Read More

ସୁପ୍ରିମକୋର୍ଟ ମୁ୍‌ଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ସୁପ୍ରିମ୍‌କୋର୍ଟ ଗୃହ କମିଟି କ୍ଲିନ୍‌ଚିଟ୍‌ ପ୍ରଦାନ କରିବା ପରେ ଏହାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ ଆନ୍ଦୋଳନରେ ବସିଥିବା 55 ଜଣଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ୍‌ । ମଙ୍ଗଳବାର କ୍ଲିନ୍‌ଚିଟ୍‌କୁ ବିରୋଧ କରି ଆନ୍ଦୋଳନରେ ବସିଥିବା ବିଭିନ୍ନ ସାମାଜିକ କର୍ମୀ ଏବଂ ଓକିଲଙ୍କୁ ଗିରଫ କରାଯାଇଛି । ଅଟକଙ୍କ ମଧ୍ୟରେ 3 ଜଣ ପୁରୁଷ ଏବଂ 52 ଜଣ ମହିଳା ରହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଭିଯୋଗ କାରିଣୀ ମହିଳା ଜଣକ ପକ୍ଷପାତିତାର ଅଭିଯୋଗ କରି ଗୃହ କମିଟି ସମ୍ମୁଖରେ ହାଜର ନହେବାର ନିଷ୍ପତ୍ତି ନେଇଥିଲେ । ଏହାପରେ ସୋମବାର ଶ୍ରୀ ଗୋଗୋଇଙ୍କୁ କୃହ କମିଟି ପକ୍ଷରୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରାଯାଇଥିଲା । ଅଟକ ଓକିଲ ଏବଂ ସାମାଜିକ କର୍ମୀଙ୍କୁ ଅଟକ ରଖାଯିବା ସହିତ ସୁପ୍ରିମ୍‌କୋର୍ଟ ସମ୍ମୁଖରେ ଅଧିକ ପୋଲିସ୍‌ ମୁତୟନ ନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଡିସିପି ମଧୁର ବର୍ମା…

Read More

କେଦାର ମିଶ୍ର “ଫନୀ” ଆସି ଅନେକ କିଛି ବିଗାଡି ଦେଇ ଯାଇଛି।ଘରଦ୍ଵାର, ଗଛପତ୍ର, ବିଜୁଳି, ଟେଲିଫୋନ ଇତ୍ୟାଦି ସବୁକିଛି ବିପର୍ଯସ୍ତ। ରିଲିଫ କ୍ୟାମ୍ପରେ ଲମ୍ବା ଧାଡି। ବାଲଟିଏ ପାଣି ଲାଗି ମରାମରି। ତାରି ଭିତରେ କିନ୍ତୁ ଗୋଟେ କଥା ସଜାଡି ହୋଇଯାଇଛି। ସେ ହେଲା ଓଡିଶା ରାଜନୀତିର କୋଳାହଳ। ୨୯, ଏପ୍ରିଲ ଆଗରୁ ସବୁ ରାଜନୈତିକ ଦଳ ପରସ୍ପର ପ୍ରତି ଯେତେ ଅସହିଷ୍ଣୁ ଓ ହିଂସ୍ର ଥିଲେ, ଏମାନେ ସମସ୍ତେ ଆଜି ନୀରବ। ଯେହେତୁ ଆଗକୁ ଆଉ ନିର୍ବାଚନ ନାଇଁ, ତେଣୁ ରାଜନୈତିକ ଚାପ ବିଷୟରେ ଆଉ କେହି ଚିନ୍ତା ବି କରୁନାହାନ୍ତି। ଲୋକଙ୍କ ଦାବି ନେଇ କୌଣସି ରାଜନେତା ଏବେ ଆଉ ସାମ୍ବାଦିକ ସମ୍ମିଳନୀ ବି କରୁନାହାନ୍ତି। ଗତ ପାଞ୍ଚ ଦିନ ଭିତରେ ରାଜନୀତି ବେଶ ସହଜ ଓ ଶାନ୍ତ ହୋଇ ଯାଇଛି। ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି କୁ ଗାଳି କରି…

Read More

ପାକିସ୍ତାନର ଏକ ଦର୍ଘା ସମ୍ମୁଖରେ ଘଟିଥିବା ଭୟାନକ ବିସ୍ଫୋରଣରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ 20ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର ଲାହୋରରେ ଏକ ଦର୍ଘା ସାମ୍ନାରେ ଏହି ବିସ୍ଫୋରଣ ଘଟିଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରମଦାନ ଉପବାସ ଚାଲିଥିବାରୁ ଦର୍ଘା ସମ୍ମୁଖରେ ଭିଡ ପରିଲକ୍ଷିତ ହୋଇଥିଲା । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଏସିଆର ଅନ୍ୟତମ ପୁରାତନ ଦର୍ଘା ଦାତା ଦରବାରର ମହିଳା ମାନଙ୍କ ପ୍ରବେଶ ପଥ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ପ୍ରାରମ୍ଭିକ ଭାବରେ ମୃ୍ତ୍ୟୁ ସଂଖ୍ୟା 4 କୁହାଯାଇଥିଲେ ମଧ୍ୟ ଅନେକ ଆହତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, 11ଶହ ଶତାବ୍ଦୀର ଏହିତ ଐତିହାସିକ କୀର୍ତ୍ତିରାଜି ଉପରେ ପୂର୍ବରୁ 2010ରେ ମଧ୍ୟ ଆତ୍ମଘାତୀ ଆକ୍ରମଣ ହୋଇଥିଲା…

Read More

ବିଦ୍ୟୁତ ବିଭାଗର ୧୯ ଟି ୧୩୨ କେଭି ଟାୱାର, ୨ ଟି ୪୦୦ କେଭି ଟାୱାର, ୨୦୦ ଟି ୩୩/୧୧ କେଭି ଖୁଣ୍ଟ, ୧୦,୦୦୦ ଟ୍ରାନ୍ସଫର୍ମର ଓ ଲକ୍ଷାଧିକ ଖୁଣ୍ଟ ଉପୁଡି ପଡିଛି। ଏତେ ସଂଖ୍ୟକ ଭିତ୍ତିଭୂମିର ମରାମତି ବା ପୁନର୍ନିମାଣ କାମ ଲାଗି ସମୟ ନିଶ୍ଚୟ ଲାଗିବ। ତେବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଅଟକାଇ ମଧ୍ୟ ରଖାଯାଇପାରିବ ନାହିଁ। ଲୋକଙ୍କ ଅବସ୍ଥା ଯାହା ସେଥିରେ କିଛି ଠୋସ ପଦକ୍ଷେପ ଯଥାଶୀଘ୍ର ନେବାର ଆବଶ୍ୟକତା ରହିଛି। ଯଦି ଆସନ୍ତା ୨୪ଘଣ୍ଟା ଭିତରେ କିଛି ଆଖି ଦୃଶିଆ ସଫଳତା ବିଦ୍ୟୁତ ବିଭାଗ ନ ପାଏ, ତେବେ ଏହା ପରିସ୍ଥିତିକୁ ଅଧିକ ଅସମ୍ଭାଳ କରିବ ଓ ଲୋକଙ୍କ କ୍ରୋଧକୁ ସାମ୍ନା କରିବା ଲାଗି ସରକାର ବାଧ୍ୟ ହେବେ।ସେସୁ, ଓଡିଶା ଏକ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ଯେ ଆଜି ଭୁବନେଶ୍ବରର ୟୁନିଟ ୩,୪, ୬,ସତ୍ୟ ନଗର, ଏୟାର ପୋର୍ଟ ଓ ଶୈଳଶ୍ରୀ ବିହାର ଅଞ୍ଚଳରେ…

Read More

କେଦାର ମିଶ୍ର ପ୍ରଳୟଙ୍କର ବାତ୍ୟା ଫନି ମାତ୍ର ଚାରି ଘଣ୍ଟା ଭିତରେ ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇ ଚାଲି ଯାଇଛି। କଟକ, ପୁରୀ, ଭୁବନେଶ୍ୱର ଓ ଖୁର୍ଦ୍ଧା ସହର ସମେତ ୧୨ ଜିଲ୍ଲାର ଜଣ ଜୀବନ ବିପର୍ଯସ୍ତ ହୋଇ ପଡିଛି।ପୁରୀ, କଟକ ଓ ଭୁବନେଶ୍ୱର ଏକ ପ୍ରକାର ଭୁତ ସହର ପାଲଟି ଯାଇଛି। ଜୀବନ ବଞ୍ଚି ଯାଇଛି, ହେଲେ ବାତ୍ୟା ପରବର୍ତ୍ତୀ ଜୀବନ ଏବେ ଦୁର୍ବିସହ ହୋଇ ପଡିଲାଣି। ପିଇବା ପାଣି ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ଲୋକେ ଏବେ ଡହକ ବିକଳ ହେଉଛନ୍ତି। ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ଵର ଗତ ପାଞ୍ଚ ଦିନ ଭିତରେ ନିଜ ସହରରେ ବିଜୁଳି ବଲ୍ବ ଟିଏ ଜଳାଇବାକୁ ସମର୍ଥ ହୋଇ ପାରିନାହିଁ। ବାତ୍ୟା ପୂର୍ବବର୍ତ୍ତୀ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ, ସରକାର ପ୍ରଶଂସା ପାଉଛନ୍ତି, ହେଲେ ବାତ୍ୟା ପରବର୍ତ୍ତୀ ସଙ୍କଟର ମୁକାବିଲା କରିବାରେ ରାଜ୍ୟ ସରକାର ଶିଥିଳ ହୋଇ ପଡିଛନ୍ତି…

Read More

ସମୀକ୍ଷା ବ୍ୟୁରୋ ବର୍ତ୍ତମାନ ଯାହା ଜଣାପଡୁଛି ଭୁବନେଶ୍ବରରେ ଆସନ୍ତା ଶନିବାର ସୁଦ୍ଧା ବିଦ୍ୟୁତ ସଂଯୋଗ ହେବାର ସମ୍ଭାବନା ନାହିଁ। କାରଣ ଭୁବନେଶ୍ବରକୁ ସଂଯୋଗ କରୁଥିବା କେଭି ଲାଇନର ଅବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି। ଶକ୍ତି ବିଭାଗର କର୍ମଚାରୀ ଏବଂ ଆନ୍ଧ୍ରରୁ ଆସିଥିବା କର୍ମଚାରୀ ପ୍ରଥମେ କେଭି ଲାଇନ ସଜାଡିବାରେ ବ୍ୟସ୍ତ ରହିଛନ୍ତି। ଫଳରେ ଭୁବନେଶ୍ବରର ସହରରେ ପଡିଥିବା ଖୁଣ୍ଟଗୁଡିକ ଏ ପର୍ଯ୍ୟନ୍ତ ସଜଡା ହୋଇପାରି ନାହିଁ। ବର୍ତ୍ତମାନ ଓଡିଶା ଏବଂ ଆନ୍ଧ୍ର ସରକାରଙ୍କ ପ୍ରାୟ 40 ହଜାର କର୍ମଚାରୀ କେବଳ ବିଦ୍ୟୁତ ସଜଡା କାମରେ ଲାଗିଛନ୍ତି ବୋଲି ଜଣାପଡିଛି। ଶକ୍ତି ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ପାଇଁ ଭୁବନେଶ୍ବରର ସହରର ଜରୁରୀ ସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆସରିଛି। କ୍ୟାପିଟାଲ ହସପିଟାଲଠାରୁ ଆରମ୍ଭ କରି ସଚିବାଳୟ ଏବଂ ରାଜଭବନକୁ ବିଦ୍ୟୁତ ସଂଯୋଗ ସରିଛି। ହେଲେ ମୁଖ୍ୟ ରାସ୍ତା ଏବଂ ଘରୋଇ ବିଦ୍ୟୁତ ସଂଯୋଗ ଡେରି ହୋଇପାରି ବୋଲି କୁହାଯାଇଛି। ରାଜଧାନୀରେ ବିଭିନ୍ନ ଛକ ସ୍ଥାନରେ…

Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସରକାରୀ ସ୍ତରରେ ବହୁ ବଡବଡ ନିଷ୍ପତି ନେଇ ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଫନି ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରି ଜୀବନ ବଞ୍ଚାଇବା କାର୍ଯ୍ୟ କରି ବିଦେଶରୁ ପ୍ରସଂଶା ହାସଲ କରିଛନ୍ତି। ହେଲେ ବର୍ତ୍ତମାନ ବ୍ୟକ୍ତିଗତ ଭାବେ ଏକ ନିଷ୍ପତି କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ତାହା ହେଉଛି ମୁଖ୍ୟମନ୍ତ୍ରୀ ତାଙ୍କର ଗୋଟିଏ ବର୍ଷର ଦରମା ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିବା। ଆଜି ପ୍ରଧାନ ମନ୍ତ୍ରୀ ଏକ ହଜାର କୋଟି କେନ୍ଦ୍ରୀୟ ସହାୟତା ଘୋଷଣା କରିବାର କିଛି ଘଣ୍ଟା ପରେ ନବୀନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଏକ ବର୍ଷର ଦରମା ଯାହା ହେବ ସେସବୁ ରିଲିଫ ଫଣ୍ଡକୁ ଦାନ କରିବେ। ଏପରି ଘୋଷଣା ପରେ ସାରା ରାଜ୍ୟ କାହିଁକି ଦେଶରେ ମଧ୍ୟ ନୂଆ ଉଦାହରଣ ସୃଷ୍ଟି କରିଛି।…

Read More

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ପୁରୀର କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୋଟିଏ ହେଲିକାପ୍ଟରରେ ଯାଇଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ବାତ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଯେଉଁମାନେ ଆହାତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ବାତ୍ୟା ଫନିର ପ୍ରଭାବ ରାଜଧାନୀରେ ଏତେବେଶୀ ପଡିବ ବୋଲି କେହି କେବେ ଚିନ୍ତା କରି ନ ଥିଲେ। ପୁରୀରେ ଫନି ସ୍ଥଳଭାଗ ଛୁଇଁବାର ଅଧ ଘଣ୍ଚା ମଧ୍ୟରେ ଭୁବନେଶ୍ବରକୁ ଉଜାଡି ଦେଇଥିଲା। ଭୁବନେଶ୍ବରର ହଜାର ହଜାର ଗଛ ଉପୁଡି ପଡିଥିବା ବେଳେ ଶହ ଶହ ସଂଖ୍ୟାରେ ବିଜୁଳି ଖୁଣ୍ଟ ଓ ଟ୍ରାନସଫରମର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ସହରର ଏମିତି କୌଣସି ରାସ୍ତା ନାହିଁ ଯାହା ଗଛ ପଡି ଅବରୋଧ ହୋଇ ନ ଥିଲା। ଫନି ଅତିକ୍ରମ କରିବା ପରେ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଓ ଏନଡିଆରଏଫ 24 ଘଣ୍ଟା ମଧ୍ୟରେ ରାସ୍ତା ସଫା କାମ ସାରିଛନ୍ତି। ରାଜଧାନୀରେ ଇଣ୍ଟରନେଟ ଓ ଟେଲିଫୋନ ସେବା ସଂପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ତେବେ ମେ 4 ତାରିଖ ଅପରାହ୍ନ ବେଳକୁ ସାମୟିକ ଭାବେ ଟେଲିଫୋନ ଓ ଇଣ୍ଟରନେଟ ସେବା ବାହାଲ ହୋଇଛି। ତେବେ ବିଜୁଳି ସେବା ଆସିବାକୁ ଆହୁରି…

Read More

ଫନି ବାତ୍ୟା କଣ ଉଜାଡିଛି ତାହାର ହିସାବ ତ ପରେ ହେବ ହେଲେ ଜଣେ ମହିଳାଙ୍କ କୋଳରେ ଭରିଦେଇଛି ଏକ କନ୍ୟା ସନ୍ତାନ। ଠିକ୍ ଫନି ବାତ୍ୟା ପୁରୀରେ ଭୂମି ସ୍ପର୍ଶ କରୁଥିବା ବେଳେ ଏହି ମହିଳା ଜଣଙ୍କ ଜନ୍ମ ଦେଲେ ତାଙ୍କର ପ୍ରଥମ କନ୍ୟା ସନ୍ତାନ। ଖୁସିରେ ସମସ୍ତେ ଗଦଗଦ୍ ହେଲେ ଆଉ ଡାକ୍ତରଖାନାର ଡାକ୍ତର ଓ ନର୍ସଙ୍କ ଅନୁରୋଧରେ ଝିଅ ଟି ନାମ ରଖାଗଲା ” ଫନି “। ଏହି ଘଟଣାଟି ଘଟିଛି ଭୁବନେଶ୍ବରର ମଞ୍ଚେଶ୍ବରରେ ଥିବା ରେଳବାଇ ହସପିଟାଲରେ। ରେଳବାଇ କୋଚ ମରାମତି କାରଖାନାର ହେଲପର ଭାବେ କାମ କରୁଥିବା ସୌଭାଗିନୀ ଗର୍ଭବତୀ ହେବା ପରେ ସେ ତାଙ୍କ ରେଳବାଇ ହସପିଟାଲରେ ଛୁଆ ଜନ୍ମ ପାଇଁ ଭର୍ତ୍ତି ହୋଇଥିଲେ। ଭୁବନେଶ୍ବରରେ ଝଡବାତ୍ୟା ହେବାର ଘୋଷଣା ସତ୍ବେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଆଜି ତାଙ୍କର ଛୁଆ ଜନ୍ମଲାଭ କରିବ ବୋଲି ପୂର୍ବରୁ ଡାକ୍ତର ଘୋଷଣା କରିଥିଲେ। ଠିକ୍…

Read More

ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଫନି ବାତ୍ୟା ପୁରୀରେ ଭୂମିସ୍ପର୍ଶ କରିଛି। ଏହାଦ୍ବାରା ପୁରୀ ସମୁଦ୍ର ଅଶାନ୍ତ ହେବା ସହିତ ପୁରୀ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ତ୍ତମାନ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହିତ ପ୍ରବଳ ବର୍ଷା ହେବାରେ ଲାଗିଛି। ବର୍ତ୍ତମାନ ପୁରୀରେ ଘଣ୍ଟାକୁ 180 ରୁ 190 କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେଉଛି। ଏହା 210 କିଲୋମିଟର ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ବର୍ତ୍ତମାନ ଧିରେ ଧିରେ ଏହା ସ୍ଥଳ ଭାଗରେ ପ୍ରବେଶ କରି ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଦେଇଛି। ବର୍ତ୍ତମାନ ପୁରୀ ଭୁବନେଶ୍ବରର ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡି ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସେହିପରି ଭୁବନେଶ୍ବରର ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଛି। ବର୍ତ୍ତମାନ ଏପରି ତାଣ୍ଡବ ଆଜି ଅପରାହ୍ନ ପର୍ଯ୍ୟନ୍ତ ଚାଲିବା ବୋଲି ଜଣାପଡିଛି। ତେବେ ସଂପୂର୍ଣ୍ଣ ସ୍ବାଭାବିକ ହେବାକୁ ଆହୁରି ଦୁଇଦିନ ଲାଗିବ ବୋଲି…

Read More

କେଦାର ମିଶ୍ର ଯେଉଁ ବ୍ୟକ୍ତି ସବୁଠୁ ଦୁଃଖଦ ପରିସ୍ଥିତିରେ ବି ହସି ପାରିବାର ସାହସ ରଖିଥାଏ, ସେ ଲୋକ ସହଜରେ ସବୁଠୁ ବଡ ବିପଦକୁ ଅତିକ୍ରମ କରିପାରେ। ଯେତେବେଳେ ଓଡିଶା କଥା ଉଠେ, ସେତେବେଳେ ଆମକୁ ଗୋଟିଏ କଥା ସ୍ଵୀକାର କରିବାକୁ ପଡିବ ଯେ, ଏ ରାଜ୍ୟ ଶହ ଶହ ବନ୍ୟା, ବାତ୍ୟା, ମରୁଡି ଓ ମହାମାରୀକୁ ସାମ୍ନା କରି ବଡ ସହଜରେ ଅଣ୍ଟା ସଳଖେଇ ଠିଆ ହୋଇଛି। ପ୍ରତ୍ୟେକ ମହା ବିପତ୍ତି ଆଗରେ ନିଜକୁ ଠିଆ କରେଇବା ବେଳେ ଏ ଜାତି ହସିଛି ଓ ବିପତ୍ତି କୁ ନେଇ ଗୀତ ଗାଈ ପାରିଛି। “ମାଳିକା” ବୋଲି ଓଡିଶାରେ ଯେଉଁ ପ୍ରସିଦ୍ଧ ଗୀତ ସବୁ ରହିଛି, ତାହା ପ୍ରାକୃତିକ ବିପର୍ଯୟର କଳାତ୍ମକ ପ୍ରତିଫଳନ। କେହି କେହି ସେଥିରେ ଭୟ ଓ ଅତି ରଞ୍ଜନା ଦେଖିଥାନ୍ତି। ହେଲେ ମାଳିକାର ଅସଲ ତତ୍ତ୍ଵ ଟି ହେଉଛି, ପ୍ରକୃତିର ରହସ୍ୟମୟ ତାଡନା ଆଗରେ ମଣିଷ ବଞ୍ଚିଛି…

Read More

ଫନିର ପ୍ରଭାବ ବର୍ତ୍ତମାନ ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡା,ଭୁବନେଶ୍ବର,ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ପ୍ରଭୃତି ଜିଲ୍ଲାରେ ପବନ ସହିତ ଝଡବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ତାଜା ସୂଚନା ଅନୁସାରେ ବର୍ତ୍ତମାନ ଫନି ପୁରୀର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋବସାଗରଠାରୁ 80 କିଲୋମିଟର, ଦକ୍ଷିଣପୂର୍ବ ଗୋପାଳପୁରଠାରୁ 65 କିଲୋମିଟର ଏବଂ ବିଶାଖପାଟଣାମ୍ର ପୂର୍ବ-ଉତ୍ତରପୂର୍ବ 280 କିଲୋମିଟର ଦୂରରେ ରହିଛି ଫନି। ବର୍ତ୍ତମାନ ଘଣ୍ଟାକୁ 185 କିଲୋମିଟରରେ ବେଗରେ ପବନ ବହୁଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଘଣ୍ଟାକୁ 200 କିଲୋମିଟର ବେଗର ପବନ ବହିବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରୁ ଏହାର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଗୋପାଳପୁରରେ 15 ସେଣ୍ଟିମିଟର, ପୁରୀରେ 10 ସେମି,ଭୁବନେଶ୍ବରରେ 5 ସେମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହି ସମୟରେ ପବନରେ ବେଗ ଘଣ୍ଟାକୁ 53 କିଲୋମିଟର ଥିଲା।…

Read More

ସାମୁଦ୍ରିକ ଝଡ଼ ଫନିକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫନି ପ୍ରଭାବରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିଯୋଗୁ ବିଜୁଳି ଖୁଣ୍ଟ ଉପୁଡ଼ିବା ଏବଂ ତା’ର ଛିଡ଼ିବାର ସମ୍ଭାବନା ରହିଛି। ତେଣୁ ବିପଦ ଆଶଙ୍କାରେ ପବନର ବେଗ ୫୦ ଛୁଇଁବା କ୍ଷଣି ଶକ୍ତି ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି । ବାତ୍ୟା ପରେ ବିଜୁଳି ଖୁଣ୍ଟ ଏବଂ ତାରକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ଯାଇ ବିଜୁଳି ସଂଯୋଗ କରାଯିବ।” ବିଦ୍ୟୁତ ଯୋଗାଣ ବନ୍ଦ ହେବା ସହିତ ମୋବାଇଲ ଓ ଇଣ୍ଟରନେଟ ସେବା ମଧ୍ୟ ଠପ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Read More

ଲୋକପ୍ରିୟ ଗୀତିକାର ଜାଭେଦ ଅଖତର୍‌ ବିଜେପି ସହିତ ଭୋପାଳରୁ ବିଜେପି ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞାଙ୍କୁ କଟାକ୍ଷ କରିଛନ୍ତି । ଅଖତର କହିଛନ୍ତି ଯେ, ବିଜେପି ଭୋପାଳବାସୀଙ୍କୁ କ’ଣ ବୋଲି ଭାବିଛି, କେଉଁ କାରଣରୁ ଏହି ଆସନରୁ ସାଧ୍ବୀ ପ୍ରଜ୍ଞାକୁ ପ୍ରାର୍ଥୀ କରିଛି । ଏହାଦ୍ବାରା ବିଜେପିର ମାନସିକତା ବେଶ୍‌ ସ୍ପଷ୍ଟ ଜଣାପଡୁଛି । ଚଳିତ ନିର୍ବାଚନ ଦେଶରେ ହୋଇଥିବା ନିର୍ବାଚନ ମଧ୍ୟରେ ସବୁଠୁ ଅଲଗା ରହିବ । ଏହା ଦେଶର ଦିଶା ନିର୍ଣ୍ଣୟ କରିବ । ଗୁରୁବାର ଦିନ ଭୋପାଳଠାରେ ଜାଭେଦ୍‌ ବିଜେପି ଉପରେ ନିଶାନା କରି କହିଛନ୍ତି ଯେ, ତାଙ୍କୁ ଅମିତ୍‌ ଶାହା ଓ ମୋଦି ପସନ୍ଦ ନୁହଁନ୍ତି । ସେହିପରି ଶିବସେନା ଦ୍ବାରା ବୁର୍ଖା କଟକଣା ଉପରେ ଜାଭେଦ୍‌ ମତ ଦେଇ କହିଛନ୍ତି ଯେ, ଯଦି ବୁର୍ଖା ଉପରେ କାନୁନ୍‌ ଆସିବ, ତା’ହେଲେ ରାଜସ୍ଥାନର ଘୁଘଁଟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବ ।  ଜାଭେଦ କହିଛନ୍ତି ଯେ,…

Read More

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ଦ୍ରୁତ ଗତିରେ ଏବେ ଓଡ଼ିଶା ଆଡ଼େ ମୁହାଁଇଛି। ବର୍ତ୍ତମାନ ଏହା ପୁରୀଠାରୁ ୩୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଫନି ଘଣ୍ଟାପ୍ରତି ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ଆସୁଛି। ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହା ପୁରୀର ଆଖପାଖ ଅଞ୍ଚଳରେ ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୭୦ରୁ ୧୮୦ କିମି ରହିବ। ସେହିପରି ବେଳେବେଳେ ଏହା ୨୦୦କିମି ମଧ୍ୟ ଛୁଇଁପାରେ। ଏହାର ମୁକାବିଲା କରିବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହୋଇ ଗଲେଣି। ଫନିର ପ୍ରକୋପକୁ ଦୃଷ୍ଟିରେ ଦିନ ୪ଟା ସୁଦ୍ଧା ସାଢେ ୪ ଲକ୍ଷ ଲୋକଙ୍କୁ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି। ରାଜ୍ୟ ସ୍ୱତନ୍ତ୍ର ରିଲଫ କମିଶନରଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ଆଜି ଅପରାହ୍ନ ୩ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ଲକ୍ଷ ୮୨ହଜାର ୮୧୫ଜଣଙ୍କୁ ମୋଟ ୧୦୯୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବାବେଳେ ଜିଲ୍ଲାର…

Read More