Author: Samikhsya Bureau

ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ରାଜନୀତି ବେଶ୍‌ ସରଗରମ ରହିଛି । ବିରୋଧୀ ଏହାର ପ୍ରମାଣ ସ୍ୱରୂପ ଏହି ଏୟାର୍‌ ଷ୍ଟ୍ରାଇକ୍‌ର ବିସ୍ତୃତ ବିବରଣୀ ଚାହୁଁଛନ୍ତି ଏବଂ ଏହାର ଜବାବ ରଖୁଛି ସରକାର । ତେବେ ଏହି ସମୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଏୟାର୍‌ ଚିଫ୍‌ ମାର୍ଶାଲ୍‌ ବିଏସ୍‌ ଧାନୋଆ। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଭାରତୀୟ ସେନା ସବୁ ପ୍ରତିକୂଳ ପରିସ୍ଥିତିର ଯବାବ ଦେବାକୁ ଶକ୍ତି ରଖିଛି। ହେଲେ ପାକିସ୍ତାନରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ କେତେଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଆମର କାମ ହେଲା ଲକ୍ଷ୍ୟ ଭେଦ କରିବା ମୃତଦେହ ଗଣିବା ନୁହେଁ। ତେବେ ଭାରତ ସରକାରଙ୍କ ପାଖରେ ଏହାର ସଠିକ୍‌ ଜବାବ ରହିଛି ବୋଲି ସେ କହିଛନ୍ତି । ଯଦି ଆକ୍ରମଣ ହୋଇନାହିଁ, ତେବେ ପାକିସ୍ତାନ ପ୍ରତି…

Read More

ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଦିନକୁ ଦିନ ବିବାଦୀୟ ବୟାନ ସାମନାକୁ ଆସିଛି। ପୂର୍ବରୁ ବିରୋଧୀ ନେତା ମଧ୍ୟ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଥିବା ବେଳେ ଏହାକୁ ନେଇ ରାଜେନୖତିକ ପାଣିପାଗ ଏବେ ବେଶ୍‌ ଉଷ୍ମ ରହିଛି । ସବୁବେବେଳ ବିବାଦୀୟ ବୟାନ ଦେଉଥିବା ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସିଦ୍ଧୁ ଏୟାର୍‌ଷ୍ଟ୍ରାଇକ୍‌କୁ ନେଇ ଏକ ଟୁଇଟ କରି ଲେଖିଛନ୍ତି, ଆତଙ୍କବାଦୀ ଦମନ କରିବାକୁ ଯାଇଥିଲ ନା ଗଛ ଉପାଡିବାକୁ, ନା ଏହା କେବଳ ରାଜନୈତିକ ନାଟକ ଥିଲା।  ସେନାଙ୍କୁ ନେଇ ରାଜନୀତି ନ କରାଯାଉ। ଦେଶ ଯେଭଳି ପବିତ୍ର ସେନା ମଧ୍ୟ ସେହିଭଳି ପବିତ୍ର ବୋଲି କହିଛନ୍ତି ସିଦ୍ଧୁ। ପୂର୍ବରୁ ମଧ୍ୟ ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ସିଦ୍ଧୁ ଦେଇଥିବା ବିବଦୀୟ ବୟାନ ଯୋଗୁ ତାଙ୍କୁ କପିଲ ଶର୍ମା ଶୋ’ରୁ ବାହାର…

Read More

ସୁପ୍ରିମକୋର୍ଟଙ୍କ ଛାଟ ହେଉ ବା ପ୍ରଶାସନର ତାଗିଦ୍, ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା କିଛି ବ୍ୟବସ୍ଥିତ ହୋଇ ପାରୁନାହିଁ। ଶ୍ରୀମନ୍ଦିର ଗାରଦର ତ୍ରୁଟି ଯୋଗୁ ପରମ୍ପରା ଭାଙ୍ଗିବାକୁ ଯାଉଥିଲା। ପୂଜାପଣ୍ଡା ସେବକମାନେ ଅଟକାଇଲେ। ଫଳରେ ପୂଜାପଣ୍ଡା ଓ ସୁଆରମାନେ ମୁହାଁମୁହିଁ ହୋଇଥିଲେ। ଯାହାଦ୍ବାରା ଠାକୁରଙ୍କ ନୀତି ୪୦ ମିନିଟ୍ ଧରି ଅଟକିଗଲା। ଏପରିକି ଏହି ତ୍ରୁଟି ଏବଂ ପରମ୍ପରା ମଧ୍ୟରେ ସମନ୍ବୟ ରଖିବାକୁ ସମର୍ଥ ହେଲାନାହିଁ ପ୍ରଶାସନ ଦ୍ବାରା ଗଠିତ ଶୃଙ୍ଖଳା କମିଟି। ଯାହାଦ୍ବାରା ଭୋଗ ବିଳମ୍ବ ହେଲା ଓ କଲବଲ ହେଲେ ଭକ୍ତ। ଗାରଦର ତ୍ରୁଟି ଥିବାରୁ ଏହି ବିଶୃଙ୍ଖଳାକୁ ରିପୋର୍ଟ ବି କଲାନି ଗାରଦ।  ଶ୍ରୀମନ୍ଦିରରେ ଅନେକ ପରମ୍ପରା ରହିଛି। ସେଥିରୁ ଗୋଟିଏ ପରମ୍ପରା ହେଉଛି ଠାକୁରଙ୍କ ରହଣୀ ଭୋଗ। ଏହି ଭୋଗ ପାଇଁ ବାହାର ରୋଷରେ ପ୍ରସ୍ତୁତ ହୋଇଥାଏ ସାମଗ୍ରୀ। ସେଥିପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ରହିଛି। ପରମ୍ପରା ଅନୁଯାୟୀ, ଯେଉଁଦିନ ଠାକୁର ବାହାର ବିଜେ କରନ୍ତି, ଅର୍ଥାତ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ର ସୁଟିଂ ବଡୋଦରାଠାରେ କରାଯାଇଛି। ‘ପିଏମ୍‌ ନରେନ୍ଦ୍ର ମୋଦୀ’ ସିନେମାରେ ଥିବା ଗୋଧ୍ରା କାଣ୍ଡ ସିନ୍‌ର ପିକଚରାଇଜେସନ୍‌ ୨୦୦୨ ଫେବୃଆରି ୨୭ ତାରିଖରେ ସାବରମତୀ ଏକ୍ସପ୍ରେସର ଏସ୍‌-୬ କୋଚ୍‌ରେ ନିଆଁ ଲାଗିଯାଇଥିଲା। ଏଥିରେ ୫୯ ଜଣଙ୍କର ପ୍ରାଣହାନି ଘଟିଥିଲା।  ଏହି ଅଗ୍ନିକାଣ୍ଡ ପରେ ଗୁଜରାଟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା।  ତେବେ ଫିଲ୍ମରେ ଗୋଧ୍ରା କାଣ୍ଡକୁ ସ୍ଥାନିତ କରିବାକୁ ନେଇ ବେଶ୍‌ ଚର୍ଚ୍ଚା ରହିଥିଲା । ତେବେ ଫିଲ୍ମ ରିଲିଜ୍‌ ପରେ ଜଣାପଡ଼ିବ ଏହି ବିଷୟବସ୍ତୁକୁ କିପରି ଚିତ୍ରାୟଣ କରାଯାଇଛି ।  ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଫିଲ୍ମରେ ବିବେକ ଓବେରଏ ନରେନ୍ଦ୍ର ମୋଦୀ ଭୂମିକା ନିଭାଉଛନ୍ତି। ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବର୍‌ଖା ବିଷ୍ଟ୍‍, ଜରିନା ଓ୍ଵାହାବ, ବୋମନ୍‌ ଇରାନୀ ଏବଂ ମନୋଜ ଯୋଶୀ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।

Read More

ପାକିସ୍ତାନ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାର ଦେବାର ପ୍ରସ୍ତାବକୁ ପେଶ୍‌ କରିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ଏବେ ଏହି ବିଷୟରେ ଖୋଦ୍‌ ଇମ୍ରାନ୍‌ ମୁହଁ ଖୋଲିଛନ୍ତି । ଇମ୍ରାନ୍‌ ନୋବେଲ୍‌ ଶାନ୍ତି ପୁରସ୍କାରର ଯୋଗ୍ୟ ନୁହଁନ୍ତି, ତାଙ୍କ ମତରେ କାଶ୍ମୀର ସମସ୍ୟାର ସମାଧାନ କରିପାରିବା ବ୍ୟକ୍ତିବିଶେଷଙ୍କୁ  ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବା ଦରକାର ବୋଲି ଏକ ଟ୍ବିଟ୍‌ କରିଛନ୍ତି । ସେ ଏହି ଟ୍ବିଟ୍‌ରେ ଲେ୍ଖିଛନ୍ତି – ’ମୁଁ ନୋବେଲ୍‌ ଶାନ୍ତି ପୁରସ୍କାରର ଯୋଗ୍ୟ ନୁହେଁ, ଏହାକୁ ପାଇବାର ଯୋଗ୍ୟ ଯିଏ ହେବେ, ସିଏ କାଶ୍ମିରୀବାସୀଙ୍କ ଇଚ୍ଛା ମୁତାବକ କାଶ୍ମୀର ବିବାଦର ସମାଧାନ କରି ଏହି ଉପ ମହାଦ୍ବୀପ୍‌ରେ ଶାନ୍ତି ଓ ମାନବ ବିକାଶର ମାର୍ଗକୁ ଆଗକୁ ନେଇପାରିବେ ।’ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାମୟ ପରିସ୍ଥିତିରେ ଇମ୍ରାନ୍‌ ଖାନ୍‌ ଶାନ୍ତି ପାଇଁ ପ୍ରୟାସ କି ତତ୍ପରତା ଦେଖାଇବା ସହିତ ପାକିସ୍ତାନରେ…

Read More

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ‘ଭଗବାନ ମହାବୀର ଅହିଂସା ପୁରସ୍କାର’ରେ ସମ୍ମାନିତ କରାଯିବ । ଅଖିଳ ଭାରତୀୟ ଦିଗମ୍ବର ଜୈନ ମହାସମିତି ଦ୍ୱାରା ଆରମ୍ଭ କରାଯାଇଥିବା ଭଗବାନ ମହାବୀର ଅହିଂସା ପୁରସ୍କାର ପାଇବାରେ ପ୍ରଥମ ବ୍ୟକ୍ତି ହେବେ ।  ଏପ୍ରିଲ୍‌ ୧୭ ମହାବୀର ଜୟନ୍ତୀ ଅବସରରେ ଅଭିନନ୍ଦନଙ୍କୁ ଏହି ପୁରସ୍କାର ଦିଆଯିବ । ପୁରସ୍କାର ବାବଦକୁ ୨.୫୧ ଲକ୍ଷ ଟଙ୍କା ନଗଦ, ଏକ ସ୍ମୁତି ଚିହ୍ନ ଏବଂ ପ୍ରଶସ୍ତି ପତ୍ର ଦିଆଯିବ ।  ମିଗ-୨୧ ବାଇସନ ପାଇଲଟ ଅଭିନନ୍ଦନ ଫେବୃୟାରୀ ୨୭ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନୀ ବାୟୁସେନାର ଏଫ-୧୬ ବିମାନକୁ ଆକ୍ରମଣ କରିଥିଲେ । ଏହା ପରେ ମିଗ ଦୁର୍ଘଟଣାଗ୍ରସ୍ତ ହେବାରୁ ସୁରକ୍ଷିତ ଭାବରେ ବିମାନରୁ ବାହାରି ଆସିଥିଲେ । ତାଙ୍କର ପାରାସୁଟ ପାକିସ୍ତାନ ଅଧିକୃତ କଶ୍ମୀରରେ ଖସିପଡ଼ିବାରୁ ପାକିସ୍ତାନୀ ସେନା ଧରି ନେଇଥିଲା । ମାତ୍ର ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା…

Read More

ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀ Realme ଆଜି ଭାରତରେ ଲଞ୍ଚ କରିବ ନୂଆ ମୋବାଇଲ୍ ଫୋନ୍ Realme 3। ଏଥିରେ ୧୨nm ପ୍ରୋସେସ ଥିବା MediaTek Helio P70 ପ୍ରୋସେସର ରହିଛି। ଏହାସହ ଏହି ମୋବାଇଲ୍ ଫୋନର ପଛପଟରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍। ୪, ୨୩୦ mAh ବ୍ୟାଟେରୀ ରହିଛି। ଏହାସହ ବହୁ ଅତ୍ୟାଧୁନିକ ଫିଚର ବି ରହିଥିବା କମ୍ପାନୀ ଦାବି କରିଛି। କୁହାଯାଉଛି, Realme 3 ନିକଟରେ ଲଞ୍ଚ ହୋଇଥିବା Redmi Note 7କୁ ଟକ୍କର ଦେବ। ତେବେ ଏହି ଫୋନ୍ କେତୋଟି ସେଗମେଣ୍ଟରେ ଲଞ୍ଚ ହେବ ଓ ଦାମ୍ କେତେ ରହିବ ଆଜି ଲଞ୍ଚ ହେବା ପରେ ସସପେନ୍ସ ଉପରୁ ପରଦା ହଟିବ।

Read More

ବିଜେପିରେ ଯୋଗ ଦେଇଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଓ୍ୱାବା ଜାଡେଜା। ଗୁଜୁରାଟ କୃଷିମନ୍ତ୍ରୀ ଆରସି ଅଲଦୁ ଓ ସାଂସଦ ପୁନମ ମହାଜନ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। କୁହାଯାଉଛି ରିଓ୍ୱାବା ସୌରାଷ୍ଟ୍ରରୁ ନିର୍ବାଚନ ଲଢ଼ିପାରନ୍ତି। ରିଓ୍ୱାବା କହିଛନ୍ତି, ରାଜନୀତିରେ ପ୍ରବେଶ ପଛରେ ତାଙ୍କ ସ୍ୱାମୀଙ୍କ ସମର୍ଥନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରେରଣା। ତାଙ୍କ ଯୋଗଦାନ ଦ୍ୱାରା ଗୁଜୁରାଟରେ ରାଜପୁତ ସମାଜର ଭୋଟ ବିଜେପି ଖାତାରୁ ଆସିବ। ଗତବର୍ଷ ପତ୍ନୀଙ୍କ ସହ ମିଶି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ରବୀନ୍ଦ୍ର ଜାଡେଜା। ଏନେଇ ନିଜେ ପ୍ରଧାନମନ୍ତ୍ରୀ ଫଟୋ ସହ ଟ୍ୱିଟ୍ ବି କରିଥିଲେ।

Read More

ବୁଲଗେରିଆରେ ଡାନ୍ କୋଲୋଭ-ନିକୋଲା ପେଟ୍ରୋଭ୍ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଏହି ମେଡାଲକୁ ସେ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମର୍ପିତ କରିଛନ୍ତି। ବିଜୟ ପରେ ଟ୍ୱିଟ୍ କରି ଏହି ସୂଚନା ନିଜେ ଦେଇଥିଲେ ବଜରଙ୍ଗ ପୁନିଆ। ସେ ଲେଖିଥିଲେ, ‘ମୁଁ ମୋର ସ୍ୱର୍ଣ୍ଣ ପଦକକୁ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସମର୍ପିତ କରିବାକୁ ଚାହୁଁଛି। ସେ ମୋତେ ପ୍ରେରଣା ଯୋଗାଇଛନ୍ତି। ମୁଁ ଦିନେ ଭେଟି ତାଙ୍କ ସହ ହାତ ମିଳାଇବାକୁ ଚାହୁଁଛି।’ ବିଶ୍ୱ ଚାମ୍ପିଅନସିପର ରୌପ୍ୟ ବିଜେତା ବଜରଙ୍ଗ ପୁନିଆ ୬୫କି.ଗ୍ରା ଫ୍ରି-ଷ୍ଟାଇଲରେ ଆମେରିକାର ଜୋଡାନ୍ ଓଲିଭରଙ୍କୁ ହରାଇଥିଲେ।

Read More

ପୁଲଓ୍ୱାମା ଆତଙ୍କବାଦୀ ହମଲା ପରେ ଅନ୍ତର୍ଜାତୀୟ ସ୍ତରରେ ବେଶ ବଦନାମ ହୋଇଛି ପାକିସ୍ତାନ। ଏକଘରିଆ ଭଳି ପରିସ୍ଥିତିର ସାମନା କରିଛି। ଏଭଳି ସ୍ଥିତିରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖିଆ ମସୁଦ ଅଜହାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ଆଉ ବିରୋଧ କରିବ ନାହିଁ ପାକିସ୍ତାନ। ଏମିତି ଖବରକୁ ନେଇ ଏବେ ଚର୍ଚ୍ଚା। ଯଦି ଏଭଲି ହୁଏ, ତେବେ କୁଟନୈତିକ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିବ। ଜୈଶ-ଏ-ମହମ୍ମଦ ସହ ପାକିସ୍ତାନରେ ଥିବା ଆଉ କିଛି ପ୍ରତିବନ୍ଧକ ସଂଗଠନ ଉପରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରନ୍ତି ପାକିସ୍ତାନ ସରକାର। ମସୁଦ ଅଜହାରକୁ ବିଶ୍ୱ ଆତଙ୍କୀ ଘୋଷଣା ପାଇଁ ଜାତିସଂଘରେ ପ୍ରସ୍ତାବ ଆଗତ କରିଛନ୍ତି ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ।

Read More

ଭାଲେଣ୍ଟାଇନ୍‌ ଡେ’ ଅବସରରେ ମୁକ୍ତିଲାଭ କରିଥିଲା ରଣବୀର ସିଂହ ଓ ଆଲିଆ ଭଟ୍ଟ ଷ୍ଟାରର୍‌ ଫିଲ୍ମ ‘ଗଲି ବୟ’ । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାକା କରିଛି। ଏହି ଫିଲ୍ମରେ ନିର୍ଦ୍ଦେଶିକା ଜୋୟା ଅଖତର୍‌ ମୁରାଦ୍‌ ଓ ସଫିନାଙ୍କ ପ୍ରେମ କାହାଣୀକୁ ଦେଖାଇଛନ୍ତି। ‘ଗଲି ବୟ’ ପରେ ଜୋୟା ଏକ ୱେବସିରିଜ୍‌ ନେଇ ଆସୁଛନ୍ତି । ଜୋୟା ଅଖତର ଓ ତାଙ୍କର ସହଯୋଗୀ ରୀମା କାଗ୍‌ତୀ  ‘ମେଡ ଇନ୍‌ ହେଭେନ୍‌’ର ଏକ ୱେବସିରିଜ୍‌ରେ ବ୍ୟସ୍ତ ରହିଛନ୍ତି ।  ଏହି ସିରିଜ୍‌ର ସୁଟିଂ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ କରାଯାଇଛି। ଏହାର ସିନେମାଟୋଗ୍ରାଫର୍‌ ହେଲେ ‘ଗଲି ବୟ’ ଫେମ୍‌ ପ୍ରିୟା ଓଜା। ‘ମେଡ ଇନ୍‌ ହେଭେନ୍‌’ର ପ୍ରିମିୟର୍‌ ମୁମ୍ବାଇରେ କରାଯାଇଛି ଓ କେତେକ ଖାସ୍‌ ଦର୍ଶକଙ୍କୁ ଏହାର ତିିନିଟି ଏପିସୋଡ୍‌ ଦେଖିବାର ସୁଯୋଗ ଦିଆଯାଇଛି। ୱେଡିଂ ପ୍ଲାନରଙ୍କ ଉପରେ ଆଧାରିତ ଏହି ସିରିଜର ପ୍ରତ୍ୟେକ ଏପିସୋଡ୍‌ରେ ନୂଆ ନୂଆ ବାହାଘର…

Read More

ପାକିସ୍ତାନର ଯୁଦ୍ଧ ବିମାନ F-16 ମାରି ଖସାଇବା ଓ ପାକିସ୍ତାନ ସେନା କବଜାରେ ୬୦ ଘଣ୍ଟା ରହିବା ପରେ ସ୍ବଦେଶ ଫେରିଛନ୍ତି ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଏବେ ଦିଲ୍ଲୀ ସ୍ଥିତ ଆର୍ମିର ରିସର୍ଚ୍ଚ ଏଣ୍ଡ ରେଫରାଲ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। କିନ୍ତୁ ଅଭିନନ୍ଦନ ଏବେ କାମକୁ ଫେରିବା ପାଇଁ ବ୍ୟାକୁଳ ହେଲେଣି। ଯେତେ ଶୀଘ୍ର ସମ୍ଭବ କକପିଟକୁ ଫେରିବାକୁ ଆଗ୍ରହୀ ଅଭିନନ୍ଦନ। ଏୟାରଫୋର୍ସର ବରିଷ୍ଠ ଅଧିକାରୀ ସେ ଏକଥା କହିଥିବା ଜଣା ପଡ଼ିଛି। ଅଭିନନ୍ଦନଙ୍କୁ ଗତକାଲି ହସ୍ପିଟାଲରେ ଭେଟିଥିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ରାଓ ଭାମରେ। ବାୟୁସେନାର MiG-21 ବିମାନରୁ ମିସାଇଲ ମାଡ଼ କରି ପାକିସ୍ତାନ F-16କୁ ଖସାଇ ଦେଇଥିଲେ ଅଭିନନ୍ଦନ।

Read More

କେଦାର ମିଶ୍ର ପୁଣି ଚର୍ଚ୍ଚା ଚାଲିଛି, ଆଜି ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିପାରନ୍ତି। ଗତ ବର୍ଷେ ହେଲା ଏ ଖବର ବିଷୟରେ ଆମେ କେବଳ ଶୁଣି ଆସୁଛୁ। “ସମୀକ୍ଷା’ ରେ ବିଭିନ୍ନ ସୂତ୍ରରୁ ଆମେ ଥରେ ଅଧେ ଭବିଷ୍ୟବାଣୀ ବି କରିଥିଲୁ ଯେ ବୈଜୟନ୍ତ ବାବୁ ବିଜେପିରେ ମିଶୁଛନ୍ତି। ତେବେ ବୈଜୟନ୍ତଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା। ହଠାତ ଗତକାଲି ପୁଣି ଏକ ଖବର ଆସିଲା ଯେ ବୈଜୟନ୍ତ ଆଜି ଅପରାହ୍ନରେ ବିଜେପିରେ ଯୋଗଦେବେ। ନିର୍ବାଚନ ଘୋଷଣା ହେବାର ମାତ୍ର ଚାରି ପାଞ୍ଚ ଦିନ ଆଗରୁ ଏ ପ୍ରକାର ଖବରର ସତ୍ୟାସତ୍ୟ ଜାଣିବା ଆଦୌ ସହଜ ନୁହେଁ। ବୈଜୟନ୍ତଙ୍କ ଭୁବନେଶ୍ୱର କାର୍ୟାଳୟ ପାଖରେ ଏମିତି କିଛି ସୂଚନା ନାହିଁ ବୋଲି କୁହାଯାଇଛି। ତେବେ ଆଜି ସନ୍ଧ୍ୟାରେ ବୈଜୟନ୍ତ ବିଜେପିର କେନ୍ଦ୍ରୀୟ କାର୍ୟାଳୟକୁ ଆସିପାରନ୍ତି ବୋଲି ସୂଚନା ମିଳୁଛି।…

Read More

ଦୁର୍ଗମ ଅଞ୍ଚଳରେ ଥିବା ଜନବସତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ୨୦୦୯ ମସିହା ଆଇନ ଅନୁସାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ନେଇ ରାଜ୍ୟ ସରକାର ଉନ୍ନତି ଦିଗରେ ଏକ ପଦକ୍ଷେପ ନେଇଛନ୍ତି । ଏଣିକି ବାସସ୍ଥଳୀଠାରୁ ଦୁଇ,ତିନି କିମି ଦୂରରେ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ସେମାନଙ୍କ ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ପରିବାରରେ  ନିଜ ଗାଁ ଠାରୁ ଦୁଇ, ତିନି କିମି ଚାଲି ଚାଲି ଯାଉଥିବା ପିଲାଙ୍କ ପାଇଁ ପରିବହନ ଖର୍ଚ୍ଚ ପ୍ରଦାନ କରିବେ ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ , ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ରୁ ଅଧିକ ରୁହେ ତେବେ ପିଲା…

Read More

ଉତ୍ତରପ୍ରଦେଶ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ‘କନ୍ୟା ସୁମଙ୍ଗଳା’ ଯୋଜନା ଲାଗୁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଯୋଜନା ଅନୁସାରେ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ଝିଅକୁ ଜନ୍ମରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ୫ଟି ପର୍ଯ୍ୟାୟରେ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ହିତାଧିକାରୀଙ୍କୁ ପରିବାରର ଆୟ ସୀମା ୩ ଲକ୍ଷଟଙ୍କା ରଖାଯାଇଛି, ପୂର୍ବରୁ ଏହା ୧.୮୦ ଲକ୍ଷ ପର୍ଯ୍ୟନ୍ତ ରହିଥିଲା । ଏହି ଯୋଜନା ଅନୁସାରେ ୨୫ ହଜାର ଟଙ୍କା ଆୟ କରୁଥିବା ପରିବାରକୁ ମଧ୍ୟ ଏହି ଯୋଜନାର ଲାଭ ମିଳିପାରିବ । ହିତାଧୀକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଏହି ଯୋଜନାର ରାଶି ଜମା କରାଯିବ ।  କନ୍ୟା ଜନ୍ମ ସମୟରେ ୧୦୦୦ଟଙ୍କା, ଟୀକାକରା ପୂର୍ଣ୍ଣ ହେବା ପରେ ୨୦୦୦ଟଙ୍କା, ପ୍ରଥମ ଶ୍ରେଣୀରେ ପଢିଲାବେଳେ ୨୦୦୦ଟଙ୍କା, ଷଷ୍ଠ ଶ୍ରେଣୀରେ ୨୦୦୦ଟଙ୍କା, ନବ ଶ୍ରେଣୀରେ ୩୦୦୦ଟଙ୍କା, …

Read More

ଜାମ୍ମୁ-କାଶ୍ମୀର ପ୍ରଶାସନ ପୁଞ୍ଛ ଓ ରାଜୌରୀ ଜିଲ୍ଲାରେ ୪୦୦ ଅତିରିକ୍ତ ବଙ୍କର ତିଆରି କରିବାର ଯୋଜନାକୁ ମଞ୍ଜୁରୀ ମିଳିଯାଇଛି । ଗତ ପାଞ୍ଚ ଦିନ ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ଅନେକ ଥର ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଛି । ତେଣୁ ଅତିରିକ୍ତ ବଙ୍କର ଯଥାଶୀଘ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ପାକିସ୍ତାନ ପଟୁ ମାତ୍ରାଧିକ ଗୁଳିମାଡକୁ ନଜରରେ ରଖି ପ୍ରଶାସନ ଉଭୟ ପୁଞ୍ଛ ଏବଂ ରାଜୌରୀ ୨୦୦ ଲେଖାଏଁ ଅତିରିକ୍ତ ବଙ୍କର ତିଆରି କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ନିକଟରେ ପାକିସ୍ତାନ ଗୁଳିମାଡରେ ଚାରି ଜଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାକୁ ନଜରରେ ରଖି ସାଧାରଣ ନାଗରିକମାନଙ୍କ ପାଇଁ ସୁରକ୍ଷିତ କଲୋନି ନିର୍ମାଣ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି । ପ୍ରାୟ ଅଧିକାଂଶ ସମୟରେ ସେନା ଓ ଆତଙ୍କବାଦୀଙ୍କ ଗୁଳିଗୋଳା କାରଣରୁ ଏଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ଜୀବନ ଉପରେ ସଂକଟ…

Read More

ଭାରତରେ ଜନ୍ମିତ ଆମେରିକୀୟ ମହିଳା ମେଧା ନାର୍ବେକର ୟୁନିଭରସିଟି ଅଫ ପେନସିଲଭାନିଆର ଉପସଭାପତି ଏବଂ ସଚିବ ଭାବେ ନିର୍ବାଚିତ  ହୋଇଛନ୍ତି । ସେ ସେଠାରୁ ଏମ ବି ଏ କରି ସାରିବା ପରେ ୩୨ ବର୍ଷ ଧରି ପେନ୍ସ ଡେଭେଲପମେଣ୍ଟ ଏଣ୍ଡ ଆଲୁମିନ୍‌ ରିଲେସନସ ଅଫିସରେ କାର୍ଯ୍ୟ କରିଥିଲେ । ସେ ବହୁ ଟ୍ରଷ୍ଟିଙ୍କ ସହ କାର୍ଯ୍ୟ କରିବା ସହିତ ସେ ଡିଏଆର ର ଆସୋସିଆଟ ଭାଇସ ପ୍ରେସିଡେଣ୍ଟ ମଧ୍ୟ ଥିଲେ । ନାର୍ବେକର ଉନିଭରସିଟି ଅଫ ପେନସିଲଭାନିଆ ଇସ୍ତାହାର ଅନୁଯାୟୀ ଜୁଲାଇ ୧ ରୁ ସେ ନୂତନ ପଦରେ ଅବସ୍ଥାପିତ ହେବେ । ୧୯୮୧ ରେ ସ୍ଵାର୍ଥମର୍‌ ମହାବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ କରିବା ସହିତ ହ୍ବାର୍ଟନରୁ ୧୯୮୬ ରେ ଏମବିଏ କରିଛନ୍ତି  ମେଧା । ସେ ନୂତନ ପଦବୀରେ ଅବସ୍ଥାପିତ ହେଲେ ମଧ୍ୟ ଡିଏଆରକୁ ସହାୟତା ପ୍ରଦାନ କରିବେ । ସେ ଡିଏଆର ପକ୍ଷରୁ ପ୍ରେସିଡେଣ୍ଟଙ୍କ ପାଇଁ  ଜଣେ ଲିଆସନ…

Read More

ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିଶନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ମିଶନ୍‌ ଶକ୍ତି ଅଭିଯାନରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଜିରୋ ପର୍ସେଣ୍ଟ୍‌ ସୁଦ୍ଧରେ ଋଣ ଯୋଗାଇ ଦିଆଯାଉଛି। ମହିଳାମାନେ ଏହାଦ୍ୱାରା ଖୁବ୍‌ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏତେ ସଂଖ୍ୟକ ମହିଳା ଯୋଗଦେଇ ସମାବେଶକୁ ସାଫଲ୍ୟମଣ୍ଡିତ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମିଶନ୍‌ ଶକ୍ତିର ବିଭିନ୍ନ ସଫଳତା ସଂକ୍ରାନ୍ତରେ କେତେକ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ୧୫ ହଜାର ଟଙ୍କାର ସିଡମନି , ୩ ହଜାର ଟଙ୍କାର ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକ ସ୍ତରୀୟ ମହାସଂଘ ପାଇଁ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ମହାସମାବେଶରେ ଯୋଗଦାନ କରିଛନ୍ତି ।

Read More

ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗ୍ରସ୍ତ କରିଛନ୍ତି । ଏହି ଗ୍ରସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଖଲ୍ଲିକୋଟ ଷ୍ଟାଡିୟମ୍‌ଠାରେ ୪୮୮ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମିତ ଜାନିବିଲି –ବ୍ରହ୍ମପୁର ବୃହତ ଜଳଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋର୍କାପଣ କରିଛନ୍ତି । ଏହା ସହ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୬ଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଛନ୍ତି । ଏଠାରେ ଆୟୋଜିତ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ରାଜ୍ୟର ସମସ୍ତ ପୌର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ୍‌ ଅନୁସାରେ ଦରମା ମିଳିବ ବୋଲି କହିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

Read More

ମେରିଲାଣ୍ଡଠାରେ ଅନୁଷ୍ଠିତ ଚାରିଦିବସୀୟ ବାର୍ଷିକ କନଜରଭେଟିଭ୍‌ ପଲଟିକାଲ୍‌ ଆକ୍ସନ ସମ୍ମିଳନୀରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି ଯେ, ଏଣିକି ଭାରତ ଉପରେ ଅଧିକ ଟିକସ ଆଦାୟ କରାଯିବ । ଏହି ସମ୍ମିଳନୀରେ ଟ୍ରମ୍ପ୍‌ ଭାରତ ତଥା ଅନ୍ୟାନ୍ୟ ଦେଶ ସହ ରହିଥିବା ଘରୋଇ ଏବଂ ଦ୍ଵିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଟ୍ରମ୍ପ୍‌ କହିଛନ୍ତି ଯେ, ଭାରତ ହେଉଛି ଅଧିକ ଶୁଳ୍କ ଅସୁଲ କରୁଥିବା ରାଷ୍ଟ୍ର । ଭାରତ ଆମେରିକୀୟ ସାମଗ୍ରୀ ଉପରେ ବହୁ ପରିମାଣର ଟିକସ ଲଗାଉଛି । ତେଣୁ ଆମେରିକା ମଧ୍ୟ ପାରସ୍ପରିକ ଟିକସ ଚାହୁଁଛି । ତେଣୁ ଭାରତୀୟ ସାମଗ୍ରୀ ଉପରେ ଅଧିକ ଟିକସ ଆଦାୟ କରିବାକୁ ଯୋଜନା କରାଯାଉଛି । ତେବେ ଭାରତ ଉପରେ ୨୫ ପ୍ରତିଶତ ପାରସ୍ପରିକ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାର ଟ୍ରମ୍ପ୍‌ କହିଛନ୍ତି ।

Read More

ନିଜର ଅନନ୍ୟ ଭଏସ୍‌ ପାଇଁ ବେଶ୍‌ ପରିଚିତି ହାସଲ କରିଥିବା ଅମିତାଭ ବଚ୍ଚନ ବେଶ୍‌ କିଛି ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି । ନିକଟରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ବଦ୍‌ଲା’ରେ ଔକାତ୍‌ ପାଇଁ ରାପ୍‌ କରିଛନ୍ତି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ମିଷ୍ଟ୍ରିୟସ୍‌ ଥ୍ରୀଲର ଫିଲ୍ମ ‘ବଦ୍‌ଲା’ରେ ଏକ ଗୀତର ରାପ୍‌ କରିଛନ୍ତି ।  ଏହି ରାପ୍‌ରେ ଅମିତାଭଙ୍କ ସହ ଅମିତ୍‌ ମିଶ୍ର ଓ କ୍ଲିଣ୍ଟନ୍‌ ସିରାଜଙ୍କ  ସ୍ଵର ଶୁଣିବାକୁ ମିଳିବ । ଏହାକୁ କ୍ଲିଣ୍ଟନ୍‌ ସଂଯୋଜନା କରିଥିବାବେଳେ ଏହାକୁ ରଚନା କରିଛନ୍ତି ସିଦ୍ଧାନ୍ତ କୌଶଲ୍‌ । ପୂର୍ବରୁ ବିଗ୍‌ ବି ୨୦୧୮ରେ ରିଲିଜ୍‌ ହୋଇଥିବା ‘୧୦୨ ନଟ୍‌ ଆଉଟ୍‌’ରେ ମଧ୍ୟ ରାପ୍‌ କରିଛନ୍ତି । ନିକଟରେ ରଣବୀର୍‌ଙ୍କ ମୁକ୍ତିଲାଭ କରିଥିବା ‘ଗଲିବୟ୍‌’ରେ ‘ଅପ୍‌ନା ଟାଇମ୍‌ ଆୟେଗା’ରେ ରଣବୀର୍‌ଙ୍କ ରାପ୍‌ ସହ ଅମିତାଭ୍‌ କମ୍ପିଟ୍‌ କରୁଥିବାର ନଜର ଆସିଥିଲେ । ‘ବଦ୍‌ଲା’ ଫିଲ୍ମରେ ଅମିତାଭଙ୍କ ସହ ତାପସୀ ପନ୍ନୁ ନଜର…

Read More