Author: Samikhsya Bureau

ଗତକାଲି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କମଲ୍‌ ହାସନ୍‌ ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ଙ୍କ ସହିତ ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତକାଲି ରଜନୀକାନ୍ତ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ  । ଏହି କଥାକୁ ନେଇ ରଜନୀକାନ୍ତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କମଲ୍‌ ହାସନ୍‌। ରଜନୀକାନ୍ତଙ୍କ ଉଦ୍ଦେଶ୍ୟରେ କମଲ୍‌ କହିଛନ୍ତି,“ଦେହରେ ତେଲ ଲଗାଇବା ପରେ ଓ ଜଙ୍ଘରେ ହାତ ଥାପୁଡ଼ାଇବା ପରେ ଜଣେ ମଲ୍ଲଯୋଦ୍ଧା ଆସନ୍ତାକାଲି ଲଢ଼ିବି ବୋଲି କହି ରିଙ୍ଗ୍‌ରୁ ଫେରିଯିବା ଉଚିତ୍ ନୁହେଁ। ଯଦି ସେ ଏଭଳି କରନ୍ତି, ତା’ହେଲେ ଲୋକେ ତାଙ୍କୁ ଦେଖି ହସିବେ।” ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ଭଳି କମଲ୍‌ ହାସନ୍‌ ମଧ୍ୟ ମକ୍କଲ ନିଧି ମଇମା (ଏମ୍‌ଏନ୍‌ଏମ୍‌) ନାମରେ ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ କମଲ୍‌ ହାସନ୍‌ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ ।

Read More

ଜ୍ୟୋତି ନନ୍ଦ ପୁଲବାମାର ଦୁଃଖଦ ଘଟଣାର ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଏକ ସର୍ବଦଳୀୟ ବୈଠକର ଆହ୍ବାନ କରିଥିଲେ ଯେଉଁଠି ସମସ୍ତେ ଦଳମତ ନିର୍ବିଶେଷରେ ଭାରତୀୟ ସେନା ଓ କେନ୍ଦ୍ର ସରକାରଙ୍କ ପଛରେ ଦୃଢ ଭାବର ଠିଆହୋଇଛନ୍ତି ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ।ଏହା ଆମର ଏକ ଦୁର୍ଦ୍ଦିନରେ ସମସ୍ତେ ଏକାଠି ହୋଇ ଲଢିବାର ଏକ ରାଜନୈତିକ ପରିପକ୍ୱତାକୁ ପ୍ରଦର୍ଶନ କରିପାରିଛି। ସାଧାରଣତଃ ଏହିଭଳି ଏକ ପରିସ୍ଥିତିରେ ଏହିଭଳି ସର୍ବଦଳୀୟ ବୈଠକର ଆବଶ୍ୟକତା ରହିଥାଏ ଯେଉଁଠି ସରକାର ସମସ୍ତଙ୍କୁ ବିଶ୍ବାସକୁ ନେଇ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରିଥାନ୍ତି।ଏହି ପରିକଳ୍ପିତ କାର୍ଯ୍ୟପନ୍ଥାଟି ଯେମିତି ନିର୍ବିବାଦୀୟ ହୋଇପାରିବ ତାହା ସରକାରର ପ୍ରାଥମିକ କର୍ତ୍ତବ୍ୟବୋଧର ଇଲାକାରେ ଆସିଥାଏ।କିନ୍ତୁ ଏହି ସର୍ବଦଳୀୟ ବୈଠକର ଗୁରୁତ୍ବକୁ ଅସ୍ବୀକାର କରି ଆମର ପ୍ରଧାନ ସେବକ ମହାରାଷ୍ଟ୍ରକୁ ଏକ ରାଲି ପାଇଁ ସର୍ବଦଳୀୟ ବୈଠକକୁ ଯିବାର ଘଟଣା ସରକାରର ସଂବେଦନହୀନତାକୁ ବଖାଣ କରୁଛି।ପ୍ରଧାନସେବକ ଯେଉଁ ଉଦ୍ଦେଶ୍ୟରେ ସର୍ବଦଳୀୟ ବୈଠକକୁ ଛାଡି ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଥିଲେ…

Read More

ବଲିଉଡ୍‌ରେ ଏବେ ଷ୍ଟାର୍‌କିଡ୍‌ ମାନେ ଏଣ୍ଟ୍ରି କରୁଛନ୍ତି । ଶ୍ରୀଦେବୀ-ବୋନିକପୁରଙ୍କ ତନୟା ଜାହ୍ନବୀ ହୁଅନ୍ତୁ କିମ୍ବା ସୈଫ-ଅମ୍ରିତାଙ୍କ ଝିଅ ସାରା । ଏ ଦୁହେଁ ବଲିଉଡ୍‌ରେ ପାଦ ଥାପି ବେଶ୍‌ ସଫଳତା ହାସଲ କରିଛନ୍ତି। ଏହି କ୍ରମରେ ଏବେ ଆଉଜଣେ ଅଭିନେତାଙ୍କ ପୁତ୍ରୀ ସାମିଲ୍‌ ହୋଇଛନ୍ତି । ଲୋକପ୍ରିୟ ଅଭିନେତା ସଂଜୟ କପୁର ଓ ମହିପ କପୁରଙ୍କ ଝିଅ ସନୟା ଏବେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ତେବେ ସନୟା ଅଭିନୟ କ୍ଷେତ୍ରରେ ନୁହେଁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି । ସେ ଆସଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଛନ୍ତି । ଏଥି ପାଇଁ ସେ ଏବେ ଲକ୍ଷ୍ନୌରେ ଅଛନ୍ତି । ପୂର୍ବରୁ ତାଙ୍କ ଭଉଣୀ ସୋନମ କପୁର୍‌ ମଧ୍ୟ ବ୍ଲାକ୍‌ ଫିଲ୍ମରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ କାମ କରିଥିବାବେଳ ଭାଇ ଅର୍ଜୁନ୍‌ କପୁର୍‌ ନିଖିଲ୍‌ ଆଡ଼ଭାନୀଙ୍କ ‘କଲ୍‌ ହୋ ନା ହୋ’ର ମଧ୍ୟ ସହଯୋଗୀ ନିର୍ଦ୍ଦେଶକ ରୂପେ ଦାୟିତ୍ଵ ତୁଲାଇଛନ୍ତି…

Read More

ନେଦରଲ୍ୟାଣ୍ଡସର ହଗ୍ ସ୍ଥିତ ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ ଜଷ୍ଟିସରେ ଆଜିଠାରୁ ଭାରତୀୟ କୁଳଭୂଷଣ ଯାଦବ ମାମଲାର ଶୁଣାଣି ହେବ। ଭାରତ ସମେତ ପାକିସ୍ତାନ ପକ୍ଷରୁ ଦସ୍ତାବିଜ ଉପସ୍ଥାପନ କରିବେ। ୨୦୧୬ ଅପ୍ରେଲ୍ ମାସରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଷଡ଼ଯନ୍ତ୍ର ଅଭିଯୋଗରେ ପାକିସ୍ତାନ ସେନା କୋର୍ଟ କୁଳଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ ଜଷ୍ଟିସ। ପାକିସ୍ତାନ ଅଭିଯୋଗ କରିଛି, ୨୦୧୬ରେ କୁଳଭୂଷଣ ଇରାନ୍ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ। ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିଲା।

Read More

ଆସନ୍ତା ୨୦୧୯ ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟରୁ ଅବସର ନେବେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ। ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ସେ ନିଜେ ଏହି ଘୋଷଣା କରିଛନ୍ତି। କ୍ରିସ ଗେଲ୍ ବର୍ତ୍ତମାନ ସୁଦ୍ଧା ୨୮୪ଟି ଦିନିକିଆ ଖେଳିଛନ୍ତି। ସଂଗ୍ରହ କହିଛନ୍ତି ମୋଟ୍ ୯୭୨୭ ରନ୍। ଏହା ଭିତରେ ରହିଛି ୨୩ଟି ଶତକ ଓ ୪୯ଟି ଅର୍ଦ୍ଧଶତକ। ବ୍ୟକ୍ତିଗତ ସର୍ବାଧିକ ସ୍କୋର ୨୧୫। ଗତ ୨୦୧୫ ବିଶ୍ୱକପରେ ସେ ଏହି ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ୧୦୩ଟି ଟେଷ୍ଟ ଓ ୫୬ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି କ୍ରିସ ଗେଲ୍।

Read More

ପୁଲୱାମା ଆତଙ୍କୀ ହମଲାର ତିନି ଦିନ ପରେ ପାକିସ୍ତାନରେ ସେନା କନଭୋୟ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ବେଲୁଚିସ୍ତାନର ଚୀନ୍ ପାକିସ୍ତାନ ଇକୋନୋମିକ୍ କରିଡର ନିକଟରେ ଏହି ବିସ୍ଫୋରଣ ହୋଇଛି। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଓ ବେଲୁଚ୍ ରିପବ୍ଲିକାନ୍ ଗାର୍ଡ। ସାଉଦି ଆରବ ରାଜା ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପାକିସ୍ତାନରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଏହି ବିସ୍ଫୋରଣ ହୋଇଥିଲା। ଦୁଇ ଦିନିଆ ଗସ୍ତରେ ଆସି ଇସଲାମାବାଦରେ ପହଞ୍ଚିଛନ୍ତି ସାଉଦି ଆରବ ରାଜା ପ୍ରିନ୍ସ ମହମ୍ମଦ ବିନ ସଲମାନ।

Read More

ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କ ପରିବାର ପଛରେ ଠିଆ ହୋଇଛି ସାରା ଦେଶ। ସମର୍ଥନରେ ଆଗକୁ ଆସିଛି ପଞ୍ଜାବ କ୍ରିକେଟ ଆସୋସିଏସନ୍। ମୋହାଲି କ୍ରିକେଟ ଷ୍ଟାଡିୟମ ଭିତରେ ଲାଗିଥିବା ପାକିସ୍ତାନ କ୍ରିକେଟରଙ୍କ ଫଟୋକୁ ହଟାଇ ଦିଆଯାଇଛି। ପଞ୍ଜାବ କ୍ରିକେଟ ଆସୋସିଏସନର ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମୋହାଲି କ୍ରିକେଟ ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ପାଖାପାଖି ୧୫ ଜଣ ପାକିସ୍ତାନ କ୍ରିକେଟରଙ୍କ ଫଟୋ ଲାଗିଥିଲା। ୨୦୧୧ ବିଶ୍ୱକପରେ ଶେଷ ଥର ପାଇଁ ମୋହାଲିରେ ମ୍ୟାଚ ଖେଳିଥିଲେ ଭାରତ-ପାକିସ୍ତାନ। ପୂର୍ବରୁ ମୁମ୍ୱାଇର କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୋଷ୍ଟରକୁ ଘୋଡ଼ାଇ ଦେଇଥିଲା।

Read More

ଜୟପୁରର ଏକ ଘରୋଇ ବିଶ୍ୱବିଦ୍ୟାଳୟର ୪ ଜଣ ପାରା ମେଡିକାଲ ଛାତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସେମାନେ ଉତ୍ସବ ମନାଇଥିଲେ। ସେମିତି ନୁହେଁ ଉତ୍ସବର ଭିଡିଓ ସୁଟ୍ କରି ହ୍ୱାଟସ ଆପରେ ସେୟାର ବି କରିଥିଲେ। ପୋଲିସ ଏମାନଙ୍କ ନାଁରେ ତୁରନ୍ତ ଦେଶଦ୍ରୋହ ମାମଲା ରୁଜୁ କରିଛି। ଏହାସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚାରି ଜଣ ଛାତ୍ରୀଙ୍କୁ କଲେଜ ଓ ହଷ୍ଟେଲରୁ ନିଲମ୍ୱିତ ବି କରିଛନ୍ତି।

Read More

ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ। ପିଙ୍ଗନିଲ ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି। କୌଣସି ସୂତ୍ରରୁ ୩-୪ ଜଣ ଆତଙ୍କବାଦୀ ପିଙ୍ଗନିଲ ଅଞ୍ଚଳରେ ଲୁଚିଥିବା ଖବର ପାଇଥିଲା ସେନା। ଏହାପରେ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଥିଲା। ଏତିକିବେଳେ ସୁରକ୍ଷାକର୍ମୀଙ୍କୁ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଏଥିରେ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଆର୍ମିର ମେଜର ଜେନେରାଲ ଅଛନ୍ତି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।

Read More

କ୍ରମାଗତ ଦ୍ୱିତୀୟ ଥର ପାଇଁ ମହିଳା ଏକକ ବର୍ଗରେ ଜାତୀୟ ବ୍ୟାଡମିଣ୍ଟନ୍‌ ଟାଇଟଲ ଜିତିଛନ୍ତି ସାଇନା ନେହ୍ୱାଲ । ସେ ଆଜି ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ତଥା ଭାରତର ଅନ୍ୟତମ ଷ୍ଟାର୍ ଶଟଲର୍ ପିଭି ସିନ୍ଧୁଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଗତଥର ଜାତୀୟ ଚାମ୍ପିୟନଶିପ୍‌ରେ ମଧ୍ୟ ସିନ୍ଧୁଙ୍କୁ ପରାସ୍ତ କରି ସାଇନା ବିଜୟୀ ହୋଇଥିଲେ । ଆଜି ଫାଇନାଲ୍‌ ମ୍ୟାଚ୍‌ଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଏହି ସେଟ୍‌କୁ ୨୧-୧୫ରେ ଜିତି ସାଇନା ମ୍ୟାଚ୍ ଜିତି ଚାମ୍ପିୟନ୍ ହୋଇପାରିଛନ୍ତି । ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ସୌରଭ ବର୍ମା ଚାମ୍ପିୟନ ହୋଇଛନ୍ତି ।

Read More

ପୁଲୱାମାରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏକ ଶୋକାକୂଳ ପରିବେଶ ଭିତରେ ଦୁଇ ସହିଦଙ୍କୁ ବିଦାୟ ଦେଇଥିଲେ ପରିବାର ଓ ବନ୍ଧୁ ପରିଜନ । ଶନିବାର ମର ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ଛକସ୍ଥାନମାନଙ୍କରେ ସେମାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭାରତ ମାତା କୀ ଜୟ ଧ୍ୱନି ଦେଇ ଶୋଭାଯାତ୍ରାରେ ମରଶରୀର ନିଆଯାଇଥିଲା । ପ୍ରସନ୍ନଙ୍କର ଜଗତସିଂହପୁର ନାଉଗାଁରେ ଓ ମନୋଜଙ୍କର କଟକ ନିଆଳି ରତନପୁର ଗାଁରେ ଶେଷକୃତ୍ୟ କରାଯାଇଥିଲା ।

Read More

ନୂଆଦିଲ୍ଲୀର କରୋଲବାଗ୍‌ ଅଞ୍ଚଳରେ ଥିବା ଅର୍ପିତ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ ରବିବାର ସକାଳେ ହୋଟେଲ ମାଲିକଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚର ଡିସିପି ରାଜେଶ ଦେବ ଅର୍ପିତ ହୋଟେଲର ମାଲିକ ରାକେଶ ଗୋଏଲଙ୍କୁ ଗିରଫ କରିଛନ୍ତି। ରାକେଶ କତରରୁ ଫେରୁଥିବା ଖବର ପାଇ ପୁଲିସ ବିମାନବନ୍ଦରରୁ ହିଁ ତାଙ୍କୁ ଗିରଫ କରିଛି। ଅର୍ପିତ ହୋଟେଲ୍‌ ଅଗ୍ନିକାଣ୍ଡରେ ୧୭ ଜଣଙ୍କର ପ୍ରାଣହାନି ଘଟିଥିଲା। ଗିରଫ ହୋଇଥିବା ରାକେଶ ଗୋଏଲଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଡିସିପି ରାଜେଶ ଦେବ କହିଛନ୍ତି। ହୋଟେଲ ମାଲିକ ରାକେଶ ଗୋଏଲଙ୍କ ନାଆଁରେ ଆଗରୁ ମଧ୍ୟ ଥାନାରେ ଅଭିଯୋଗ ରହିଥିଲା।

Read More

ଫୁଲ୍‌ୱାମା ଆତଙ୍କୀ ହମ୍‌ଲାକୁ ନେଇ ବିବାଦୀୟ ହୋଇପଡ଼ିଥିବା ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ  ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘କପିଲ୍‌ ଶର୍ମା ଶୋ’ରୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନ ନେଇଛନ୍ତି ଅର୍ଚ୍ଚନା ପୂରନ ସିଂହ ।  ‘ଦି କପିଲ ଶର୍ମା ଶୋ’ ସୋନି ଟିଭିରେ ପ୍ରସାରିତ ହେଉଥିବା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସିଦ୍ଧୁ ନିୟମିତ ଭାବରେ ନଜର ଆସୁଥିଲେ। ତାଙ୍କୁ ବାହାର କରାଯିବା ନେଇ ଏପର୍ଯ୍ୟନ୍ତ ଅଫିସିଆଲ ନୋଟିସ୍‌ ଜାରି କରାଯାଇନାହିଁ। ଅନ୍ୟପକ୍ଷରେ ଅର୍ଚ୍ଚନା ପୂର୍ବରୁ ମଧ୍ୟ ଏଭଳି କମେଡି ଶୋ’ରେ ବିଚାରକ ଭାବରେ ଜଡ଼ିତ ହୋଇସାରିଛନ୍ତି। ଆସନ୍ତା ୯ ଏବଂ ୧୩ ତାରିଖରେ ପ୍ରସାରିତ ହେବାକୁ ଥିବା ଏପିସୋଡ୍ ପାଇଁ ଅର୍ଚ୍ଚନା ଶୁଟିଂ କରି ସାରିଛନ୍ତି।

Read More

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିପିଆଇ(ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କ ଟାର୍ଗେଟ । ସୀତାରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ପୁଣି କ୍ଷମତାକୁ ଫେରିବା ଭାରତୀୟ ସମ୍ବିଧାନ ପାଇଁ ଘାତକ ହେବ । କେରଳ ସଂରକ୍ଷଣ ଯାତ୍ରାରେ ଯୋଗ ଦେଇ କାସାରଗଡ଼ଠାରେ ମୋଦିଙ୍କୁ ନିଶାନା କରିଛନ୍ତି ସୀତାରାମ୍ । ଏହାସହ ସୀତାରାମ କହିଛନ୍ତି ଯେ, ଦେଶରେ ଦୀର୍ଘ ସାଢ଼େ ଚାରିବର୍ଷ ଶାସନ କରିଥିବା ମୋଦି ସରକାରଙ୍କ ସମୟରେ ଧନି-ଗରିବଙ୍କ ମଧ୍ୟରେ ଦୂରତା ବଢ଼ିଚାଲିଛି । ମୋଦି ପୁଣିଥରେ କ୍ଷମତାକୁ ଫେରିଲେ ଏହା ଅଧିକ ବୃଦ୍ଧି ପାଇବ। ସେହିପରି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ୟେଚୁରୀ କହିଛନ୍ତି ଯେ, ଏହି ଘଟଣାରେ ରାଜନୈତିକ ଅଭିସନ୍ଧି ରଖି ସାମ୍ପ୍ରଦାୟିକ ରୂପ ନ ଦେଇ ଶହୀଦ ଯବାନଙ୍କ ବଳିଦାନ ଯେପରି ବ୍ୟର୍ଥ ନହେବ, ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।  ବିଜେପିକୁ କଡା ଜବାବ ଦେବା ପାଇଁ ତଥା ମୋଦି ସରକାରକୁ ଦେଶରୁ ହଟାଇବା…

Read More

ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏକଘରିଆ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ଭାରତ। ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହାର କରାଯାଇଥିବା ବେଳେ ପଡ଼ୋଶୀ ଦେଶକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଆଉ ଏକ ପଦକ୍ଷେପ ନିଆଯାଇଛି। ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ଲାଗୁ କରିଛନ୍ତି। ତତ୍କାଳ ଏହାକୁ ଲାଗୁ କରାଯାଇଛି। ବିଶେଷ କରି ପାକିସ୍ତାନରୁ ଭାରତକୁ ବେଶୀ ଫଳ ଓ ସିମେଣ୍ଟ ଆମଦାନୀ ହୋଇଥାଏ। ଫଳରେ ବର୍ତ୍ତମାନ ସୀମା ଶୁଳ୍କ ୩୦-୫୦% ଥିବା ବେଳେ ସିମେଣ୍ଟରେ ରହିଛି ୭.୫%।

Read More

ଆଜିଠୁ କମର୍ସିଆଲ୍ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମେ ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ। ଦିଲ୍ଲୀରୁ ଏହି ଟ୍ରେନ୍ ଆଜି ବାରଣାସୀ ଅଭିମୁଖେ ଯାଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ। ଏହାସହ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି, ଆଗାମୀ ଦୁଇ ସପ୍ତାହ ପାଇଁ ଏହାର ସମସ୍ତ ଟିକେଟ ବୁକିଂ ସରିଛି। ଗତକାଲି ଯାନ୍ତ୍ରିକ ତ୍ରୁଟି ଯୋଗୁ ବାରଣାସୀରୁ ଆସିବା ବେଳେ ଉତ୍ତରପ୍ରଦେଶର ଚାମରୌଲା ଷ୍ଟେସନରେ ତିନି ଘଣ୍ଟା ପାଇଁ ଅଟକି ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏହାପରେ ବନ୍ଦେ ଭାରତକୁ ନେଇ ରାଜନୈତିକ ବାକଯୁଦ୍ଧ ବି ତେଜିଥିଲା।

Read More

ବିଗ ବିଙ୍କ ମହାନତା। ପୁଲୱାମା ଆକ୍ରମଣରେ ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଅମିତାଭ ବଚ୍ଚନ। ପ୍ରତି ସହିଦଙ୍କ ପରିବାରକୁ ସେ ଦେବେ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା। ଶୋକ ସନ୍ତପ୍ତ ପରିବାର ପ୍ରତି ସାରା ଦେଶ ଠିଆ ହୋଇଛି ବୋଲି କହିଛନ୍ତି ବିଗ ବି। କେବଳ ବିଗ ବି ନୁହନ୍ତି ପୂରା ବଲିଉଡ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି।

Read More

ଭଦ୍ରକ ରାଣୀତଲାରେ ସାଧାରଣ ସଭାରେ ସେ ବୁଥସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ। ସମାବେଶରେ ଉତ୍ତର ଓଡ଼ିଶାର ସବୁ ବୁଥସ୍ତରୀୟ କର୍ମୀ ଯୋଗ ଦେଇଥିଲେ। ପୁର୍ନବାର ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ । କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ମୋଦି ସରକାର କ୍ଷମତାକୁ ଆସିଲେ ଓଡ଼ିଶାର ଏମଏସପି ଦେଢ଼ଗୁଣା ବୃଦ୍ଧି କରିବା ଦାବିକୁ ପୂରଣ କରାଯିବ । ଭାଷଣ ଆରମ୍ଭରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ରାଜନାଥ । ଓଡ଼ିଶାର ବିକାଶ କାହିଁକି ହେଉନି ଏବଂ ବିକାଶରେ କାହିଁକି ବାଧା ସୃଷ୍ଟି ହେଉଛି ବୋଲି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।  ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୋଇଥିଲେ ମଧ୍ୟ ଏହାକୁ ଓଡ଼ିଶାରେ ଲାଗୁ କରାଯାଉନି । ସେପଟେ…

Read More

ସୁଶାନ୍ତ ସିଂ ରାଜପୁତ୍‌ଙ୍କ ହାତରେ ଏବେ ଫିଲ୍ମର ଅଫର୍‌ । ଚଳିତବର୍ଷ ତାଙ୍କର ଦୁଇଟି ସିନେମା ରିଲିଜ ଅପେକ୍ଷାରେ ରହିଛି। ପୁଣି ୩-୪ଟି ଅଫର ବିଷୟରେ କଥାବାର୍ତ୍ତା ଚାଲିଛି। ନିକଟରେ ସେ ଏକ ଫିଲ୍ମ ସାଇନ କରିଛନ୍ତି, ଯାହାର ଟାଇଟଲକୁ ନେଇ ଟେନ୍‌ସନରେ ଥିଲେ ସୁଶାନ୍ତ। ପ୍ରଥମେ ଏହାର ଟାଇଟଲ ରହିଥିଲା ‘କିଜ୍ଜି ଔର ମୈନ୍ନି’। ହେଲେ ପ୍ରଯୋଜକ ନିକଟରେ ଏହି ଟାଇଟଲକୁ ବଦଳାଇ  ‘ଦିଲ୍‌ ବେଚାରା’ ରଖିଛନ୍ତି । ହଲିଉଡ୍‌ ଫିଲ୍ମ ‘ଦ ଫଲ୍ଟ ଇନ୍‌ ଆଓ୍ବାର ଷ୍ଟାର୍ସ’ର ଏହା ହେଉଛି ହିନ୍ଦୀ ରିମେକ୍‌। ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାନ୍‌ଘି ନାମ୍ନୀ ଜଣେ ନବାଗତା ନଜର ଆସିବେ। ମୁକେଶ ଛାବ୍ରା ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପୁଛନ୍ତି । ପ୍ରେମ ଓ ଟ୍ବିଷ୍ଟ୍‌କୁ ନେଇ ଏକ ଭିନ୍ନଧରଣର କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ନିକଟରେ ସୁଶାନ୍ତଙ୍କ ‘ସୋନଚିରିୟା’ ଓ ‘ଛିଛୋର’ ରିଲିଜ୍‌ ହେବାକୁ…

Read More

ପୂର୍ବ ଇରାକ ଦିୟାଲି ପ୍ରାନ୍ତର ଏକ ହସ୍ପିଟାଲରେ ଜଣେ ମହିଳା ଏକାଥରେକ ୭ଟି ଶିଶୁ ଜନ୍ମ କରି ଚର୍ଚ୍ଚାରେ ରହିଛନ୍ତି । ନବଜାତକଙ୍କ ମଧ୍ୟରେ ୬ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମା’ ଓ ଛୁଆ ବେଶ୍‌ ସୁସ୍ଥ ଅଛନ୍ତି । ତେବେ ଜଣେ ମହିଳା ଜଣକ ଏକାଥରକେ ୭ଟି ସନ୍ତାନ ଜନ୍ମ କରି ଇରାକ୍‌ରେ ରେକର୍ଡ କରିଛନ୍ତି । ଏହା ତାଙ୍କ ଇତିହାସରେ ପ୍ରଥମ ।  ୨୫ ବର୍ଷୀୟ ମହିଳାଙ୍କ ସ୍ବାମୀ ୟୁସିଫ୍‌ ଫାଦଲ ସନ୍ତାନକୁ ଜନ୍ମକୁ ନେଇ ବେଶ୍‌ ଖୁସି ଅଛନ୍ତି । ୧୯୯୭ରେ ଆମେରିକାର ବୋବି ମାକ୍‌କଫିଙ୍କ ପତ୍ନୀ କେନି ଏକାସାଙ୍ଗରେ ୭ଟି ସନ୍ତାନକୁ ଜନ୍ମ ଦେଇଥିଲେ  ।

Read More

ପୁଲୱାମାରେ ଆତଙ୍କୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ଦେଶ ସ୍ତବ୍ଧ ହୋଇ ଯାଇଛି । ଏହି ଘଟଣା ପରେ ଦେଶର ସାଧାରଣ ନାଗରିକ ଏବେ ରାଗରେ ଜଳୁଛନ୍ତି । ସେହି ସମୟରେ ବଲିଉଡ ମଧ୍ୟ ଏହି ଘଟଣା ପରେ କିଛି କମ୍ ରାଗରେ ନାହିଁ । ଏହି ଘଟଣାରେ ମହରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକରେ୍‌ ମ୍ୟୁଜିକ୍‌ କମ୍ପାନୀମାନଙ୍କୁ ଟାର୍ଗେଟ୍‌ କରି ପାକିସ୍ତାନୀ କଣ୍ଠଶିଳ୍ପୀମାନଙ୍କ ସହ କାମ କରିବା ବନ୍ଦ କରନ୍ତୁ ବୋଲି କହିଥିଲେ । ନିକଟରେ ଭୂଷଣ କୁମାରଙ୍କ ଟି-ସିରିଜ୍‌ ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନ୍‌ ଓ ଆତିଫ୍‌ ଅସଲମ୍‌ଙ୍କ କଣ୍ଠରେ ଦୁଇ ଗୀତ ପ୍ରସ୍ତୁତ କରିଥିଲା । ରାଜ ଠାକ୍‌ରେଙ୍କ ଚେତାବନୀ ପରେ ଟି-ସିରିଜ୍‌ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତକୁ ୟୁଟ୍ୟୁବ୍‌ରୁ ପ୍ରତ୍ୟାହାର କରି ନେଇଥିବା ଜଣାଯାଇଛି। ଆତିଫ୍‌ ଅସଲାମ୍‌ଙ୍କ ଏହି ଗୀତଟି ଫେବୃଆରୀ ୧୨ରେ ରିଲିଜ୍‌ ହୋଇଥିଲା । ୨୦୧୬ରେ…

Read More