ଅନ୍ଦିପଟ୍ଟିରୁ ୧.୪୮ କୋଟି ଟଙ୍କା ଜବତ କଲା ଆୟକର ବିଭାଗ

Published: Apr 17, 2019, 12:50 pm IST

ଚେନ୍ନାଇରେ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଥେନି ଜିଲ୍ଲାର ଅନ୍ଦିପଟ୍ଟିରୁ ଆୟକର ବିଭାଗ ପକ୍ଷରୁ ୧.୪୮ କୋଟି ଟଙ୍କାର ଅର୍ଥ ଜବତ କରାଯାଇଛି। ବୁଧବାର ସକାଳ ୫.୩୦ରେ ଏହି ଚଢାଉ ଶେଷ ହୋଇଥିବା ବେଳେ ସ୍ଥାନୀୟ ଜନତା ଅର୍ଥ ନେଇଯିବାକୁ ବିରୋଧ କରିଥିଲେ। ପୋଲିସ ପକ୍ଷରୁ ଜନତାଙ୍କୁ ହଟାଇବାକୁ ଗୁଳି ଚାଳନା କରାଯିବା ପରେ ଅର୍ଥ ନିଆଯାଇଥିଲା ବୋଲି ଆୟକର ବିଭାଗ ମୁଖ୍ୟ ବି. ମୁରଲୀ କୁମାର ସୂଚନା ଦେଇଛନ୍ତି। ଏପ୍ରିଲ୍‌ ୧୮ରେ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଓ୍ବାର୍ଡ ନମ୍ବର ଏବଂ ଭୋଟରଙ୍କ ନାମ ଲେଖାଥିବା ୯୪ ଟି ଏନ୍‌ଭଲପ ଆୟକର ବିଭାଗ ଉଦ୍ଧାର କରିଥିଲା। ଏହି ଅର୍ଥ ଗୁଡିକ ଆମ୍ମା ମକ୍କଲ ମୁନେତ୍ରା କାଝାଗମ୍‌ କାର୍ଯ୍ୟଳୟରୁ ଉଦ୍ଧାର କରାଯାଇଛି।

Related posts