ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବଲିଉଡ୍ ଲୋକପ୍ରିୟ ଅଭିନେତା ବିବେକ୍ ଓବରୟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀକୁ ଦର୍ଶଯାଇଛି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନକୁ ଏହି ଫିଲ୍ମରେ ଦର୍ଶାଯାଇଛି। ଏହି ପିଲ୍ମର ପ୍ରଥମ ପୋଷ୍ଟର ଜାନୁଆରି ୭ ତାରିଖରେ ରିଲିଜ୍ ହୋଇଥିଲା। ଆଜି ଫିଲ୍ମରେ ମୋଦିଙ୍କର ବିଭିନ୍ନ ପ୍ରକାର ଲୁକ୍ ଦେଖିବାକୁ ମିଳିଛି। ଏପ୍ରିଲ୍ ୧୨ରେ ଏହି ଫିଲ୍କକୁ ରିଲିଜ୍ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ଏହି ପିଲ୍ମକୁ ଅମଙ୍ଗ୍ କୁମାର ଡାଇରେକ୍ଟ କରିଛନ୍ତି। ସୁରେଶ୍ ଓବରୟେ ଏହାକୁ ପ୍ରଡ୍ୟୁସ୍ କରିଛନ୍ତି। ଏହି ଫିଲ୍ମରେ ମନୋଜ ଯୋଶୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଆସୁଛନ୍ତି। ଅଭିନେତା ବୋମନ୍ ଇରାନି ଲୋକପ୍ରିୟ ବିଜ୍ନେସ୍ ମ୍ୟାନ୍ ରତନ୍ ଟାଟାଙ୍କ ଭୂମିକାରେ ଦେଖାଦେବେ। ମୋଦିଙ୍କ ମା’ ଭୂମିକାରେ…
Author: Samikhsya Bureau
ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ଗୋଆରେ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି ହୋଇଛି। ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରେସ୍ ଆରମ୍ଭ ହୋଇଯାଇଛି। ଉତ୍ତର ଗୋଆର ଏମ୍ପି ଶ୍ରୀପଦ ନାଏକ, ରାଜ୍ୟସଭା ସଦସ୍ୟ ବିନୟ ତେନ୍ଦୁଲକର, ଗୋଆ ବାଚସ୍ପତି ପ୍ରମୋଦ ସାଓ୍ବନ୍ତ ଏବଂ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍ ରାଣେ ପ୍ରମୁଖ ଏହି ରେସ୍ରେ ରହିଛନ୍ତି। ତେବେ ଏହି ଦୌଡ଼ରେ ଗୋଆ ବାଚସ୍ପତି ପ୍ରମୋଦ ସାଓ୍ବନ୍ତ ଆଗରେ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ଗୋଟିଏ ପଟେ କଂଗ୍ରେସ ସରକାର ଗଠନ କରିବାକୁ ନିଜକୁ ଦାବିଦାର କରୁଥିବାବେଳେ ବିଜେପିର ସହଯୋଗୀ ଦଳଗୁଡ଼ିକୁ ହାତେଇବାକୁ ଉଦ୍ୟମ ଜାରି ରଖିଛି। ସହଯୋଗୀ ଦଳଗୁଡ଼ିକ ଅଣବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଛନ୍ତି। ଏହି ଦାବି ସପକ୍ଷରେ ୧୨ ବିଧାୟକ ରହିଛନ୍ତି।
ସର୍ବଦା କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅପମାନ ଦେଲାଭଳି ଶବ୍ଦ ବ୍ୟବହାର କରିଛନ୍ତି। ଗତ ଜାନୁଆରୀ ମାସରେ ଶ୍ରୀ ଶର୍ମା ନିଜେ କହିଥିଲେ ବିଜେପି କମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୌଣସି ମହିଳା କିମ୍ବା ଝିଅଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ପ୍ରୟୋଗକୁ ସହ୍ୟ କରିବେ ନାହିଁ। କିନ୍ତୁ ଏବେ ନିଜେ ମହେଶ ଶର୍ମା ପ୍ରିୟଙ୍କା ଗାନ୍ଧିଙ୍କୁ ‘ପପୁଙ୍କ ପପ୍ପି’ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମହେଶ ଶର୍ମା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପପୁ ବୋଲି କହିଛନ୍ତି। ସେ କହିଛନ୍ତି, “ପପୁ କହୁଛନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ତେବେ ବିରୋଧୀରେ ମାୟାବତୀ, ଅଖିଲେଶ ଯାଦବ ରହିଛନ୍ତି। ଏବେ ପୁଣି ପପୁଙ୍କ ପପ୍ପି ଆସିଗଲେଣି।
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ପ୍ରଫୁଲ୍ଲ ଘଡ଼ାଇ ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଶେଷରେ ୨୦୧୪ ସେପ୍ଟେମ୍ୱର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ହଠାତ୍ ବିଜେଡ଼ି ହାଇକମାଣ୍ଡଙ୍କ ଏପରି ନିଷ୍ପତ୍ତିକୁ ନେଇ ବିଜେଡି ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଉଛି।
ସମୀକ୍ଷା ବ୍ୟୁରୋ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନବୀନ ନିବାସରେ ଏହି ତାଲିକାକୁ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି। ୯ଟି ଲୋକସଭା ଆସନରେ ଏଥର ୮ଟି ଆସନରେ ନୂଆମୁହଁକୁ ଛିଡ଼ା କରାଇଥିବାବେଳେ କେବଳ ବଲାଙ୍ଗୀର ଲୋକସଭା ଆସନରେ କଳିକେଶ ସିଂହଙ୍କୁ ପୁନରାବୃତ୍ତି କରାଯାଇଛି। କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍ଗପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ…
ପ୍ରଥମ ପର୍ଯ୍ୟାୟରେ ବିଜେଡି ତରଫରୁ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ପାଇଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ବ୍ରହ୍ମପୁର ରୁ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ରୁ ରମେଶ ଚନ୍ଦ୍ର ମାଝି, କଳାହାଣ୍ଡି ରୁ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ କୋରାପୁଟ ରୁ କୌଶଲ୍ୟା ହିକକାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ପାଇଁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା। ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ। ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା। ପ୍ରଥମେ ସେ ଗଙ୍ଗା ନଦୀରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିର ଦର୍ଶନ କରି ପ୍ରୟାଗରାଜ ଗସ୍ତ କରିଛନ୍ତି। ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ କରି ଶିକ୍ଷା, ବେକାରି ସମସ୍ୟା ଓ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।…
ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ୟୁପିରେ ମହାମେଣ୍ଟ ଦ୍ୱାରା କଂଗ୍ରେସ ବିରୋଧରେ ଦୁଇଟି ଆସନରୁ ପ୍ରାର୍ଥୀ ନ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ କଂଗ୍ରେସ ରାଜ୍ୟର ୭ଟି ଆସନରେ ପ୍ରାର୍ଥୀ ନଓହ୍ଲାଇବା ପାଇଁ ଘୋଷଣା କରିଥିଲା। ତେବେ ବିଏସପି ସୁପ୍ରିମୋ ମାୟାବତୀ ଏବେ କଂଗ୍ରେସକୁ ଜୋରଦାର ଝଟକା ଦେଇଛନ୍ତି। କଂଗ୍ରେସ ୭ଟି ଆସନ ଛାଡିବା ଭ୍ରମରେ ନରହୁ, ଦଳ ରାଜ୍ୟର ୮୦ଟି ଆସନରୁ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇବ ତେଣୁ କଂଗ୍ରେସ ଭ୍ରମରେ ନରହୁ ବୋଲି ମାୟାବତୀ କହିଛନ୍ତି। ବିଏସପି କଂଗ୍ରେସ ସହ କୌଣସୀ ମହାମେଣ୍ଟ କରିବ ନାହିଁ। ରାଜ୍ୟରେ ବିଜେପିକୁ ପରାଜିତ କରିବା ପାଇଁ ତାଙ୍କ ଦଳ ଏକା ସକ୍ଷମ ବୋଲି ମାୟାବତୀ କହିଛନ୍ତି। କଂଗ୍ରେସ ଜୋର ଜବରଦସ୍ତ ୟୁପିରେ ମହାମେଣ୍ଟ କରିବା ପାଇଁ ୭ଟି ଆସନ ଛାଡିବାର ଭ୍ରମ ସୃଷ୍ଟି କରୁଛି। ୟୁପି ସହିତ ସମ୍ପୂର୍ଣ୍ଣ ପ୍ରଦେଶରେ କଂଗ୍ରେସ ସହ କୌଣସି ସମ୍ପର୍କ…
ଫିଲ୍ମ ନିର୍ମାତା କରନ୍ ଜୋହର୍ଙ୍କ ମୋଷ୍ଟ ଓ୍ବାଣ୍ଟେଡ୍ ଫିଲ୍ମ ‘କଲଙ୍କ୍’ର ପ୍ରଥମ ଗୀତ ‘ଘର ମୋରେ ପରଦେସିଆ’ର ରିଲିଜ୍ ହୋଇଛି। ଏହି ଗୀତରେ ଆଲିଆ ଭଟ୍ଟ ଓ ମାଧୁରୀ ଦୀକ୍ଷିତଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଛି। ଏହି ଗୀତରେ ବରୁଣ ଧାଓ୍ବନ୍ ମଧ୍ୟ ନଜର ଆସିଛନ୍ତି। କଲଙ୍କର ଏହି ଗୀତଟି ରିଲିଜ୍ ହୋଇଯିବା ପରେ ସୋସିଆଲ୍ ମିଡ଼ିଆରେ ଜୋର୍ସୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଏହି ଗୀତରେ ଶ୍ରେୟା ଘୋଷାଲ୍ ଓ ବୈଶାଳୀ କଣ୍ଠଦାନ କରିଛନ୍ତି। ଏହି ଗୀତକୁ ଅମିତାଭ ଭଟ୍ଟାଚାର୍ଯ୍ୟ ରଚନା କରିଥିବାବେଳେ ପ୍ରୀତମ୍ ସଙ୍ଗୀତରେସ୍ବରବଦ୍ଧ କରିଛନ୍ତି। ଏହି ଗୀତରେ ନୃତ୍ୟକୁ ରେମେଡିସୁଜା କୋରିଓଗ୍ରାଫ୍ କରିଛନ୍ତି। ଏହି ଫିଲ୍ମକୁ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଉଥିବାବେଳେ ଏଥିରେ ଆଦିତ୍ୟ ରୟ କପୁର୍, ସଞ୍ଜୟ ଦତ୍ତ ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରୁଛନ୍ତି। ଫିଲ୍ମଟି ଏପ୍ରିଲ୍ ୧୯ରେ ରିଲିଜ୍ ହେବାକୁ ରହିଛି।
ବିଜେଡିରୁ ଇସ୍ତଫା ଦେଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଇସ୍ତଫା କାରଣ ଦର୍ଶାଇ ତ୍ରିନାଥ କହିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଗତ ୧୬ତାରିଖରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମିଶ୍ରଣ ପର୍ବରେ ତାଙ୍କ ସାମିଲ୍ କରାନଯିବା ନେଇ ମର୍ମାହତ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ୨୦୦୯ରେ ତ୍ରିନାଥ ଦଳରେ ସାମିଲ୍ ହୋଇଥିବାବେଳେ ୨୦୧୪ରେ ଗୁଣୁପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟ ହୋଇଥିଲେ । ତେବେ ଇସ୍ତଫା ଦେବେ ପରେ କେଉଁଦଳରେ ଯୋଗଦେବେ ସେନେଇ କିଛି ସ୍ଥିର କରିନାହାନ୍ତି ବୋଲି କହିଛନ୍ତି ତ୍ରିନାଥ ।
କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ସମ୍ମୁଖରେ ପୋଲିସ ଓ ଶ୍ରମିକ ମୁହାଁମୁହିଁ ବେଳେ ପୋଲିସର ଲାଠି ଚାର୍ଜରେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ୩୦ଜଣରୁ ଅଧିକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, କଳାହାଣ୍ଡି ଜିଲ୍ଳା ଭବାନୀପାଟଣାସ୍ଥିତ ବେଦାନ୍ତ ଆଲୁମିନିଅମ ବେଦାନ୍ତ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ। ପୋଲିସ ସେମାନଙ୍କୁ ଆନ୍ଦୋଳନରୁ ବଳ ପ୍ରୟୋଗ କରି ହଟାଉଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଓ ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ପୋଲିସ ଲାଠି ଚାଳନା କରିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ସହ ପ୍ରାୟ ୩୦ଜଣରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଅସମ୍ଭାଳ ହେବାରୁ କମ୍ପାନୀ ଆଗରେ ପୋଲିସ ୧୪୪ ଧାରା ଜାରି କରିଛି।
ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେଭିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କୁ କହିଛି ଯେ, ସରକାର ଗଠନ ପାଇଁ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ବିଜେପି ସରକାର ସହ ମେଂଟରେ ଥିବା ବିଭିନ୍ନ ରାଜନୈତିକ ଦଳ ମନୋହର ପାରିକରଙ୍କ ନେତୃତ୍ୱ ସର୍ତ୍ତରେ ସାମିଲ ହୋଇଥିଲେ। ବର୍ତମାନ ବିଜେପି ସହ କୌଣସୀ ସହଯୋଗୀ ନାହାନ୍ତି। ବିରୋଧୀ ନେତା ଚନ୍ଦ୍ରକାନ୍ତ କାବଲେକର ଏବଂ ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋନ୍ଦାକର ରାଜ୍ୟରେ ତାଙ୍କ…
ଓଡ଼ିଶା ସ୍କିଲ୍ ଡେଭଲପ୍ମେଣ୍ଟ୍ ଅଥରିଟି (ଓଏସ୍ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ। ମଲ୍ଟିନ୍ୟାସନାଲ୍ ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ଦର୍ଶାଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସ୍ଡିଏର ଚେୟାରମ୍ୟାନ୍ ଦାୟିତ୍ୱ ପ୍ରଦାନ କରିଥିଲେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସେଥିପାଇଁ ଓଡ଼ିଶାର ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ସହିତ ଏହା ଅଧୀନରେ ଆସୁଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୫। ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାବେଳେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ବିଜେଡ଼ି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ…
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ସୋମବାର ସନ୍ଧ୍ୟା ମିରାମର ଠାରେ ହେବ। ଗତକାଲି ସନ୍ଧ୍ୟା ୬ଟା ୪୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ କଳା ଏକାଡେମିରେ ପାରିକରଙ୍କ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ସାଧାରଣ ଲୋକ ଯାଇପାରିବେ। ପାରିକରଙ୍କ ଅନ୍ତିମ ଯାତ୍ରା ସନ୍ଧ୍ୟା ୪ଟା ପରେ ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୫ଟାରେ ମିରାମର ଠାରେ ଅନ୍ତିମ ସଂସ୍କାର କରାଯିବ। ଗୃହମନ୍ତ୍ରୀ ରାଜନାଥ ସିଂହ ମନୋହରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ। କେନ୍ଦ୍ର ସରକାର ପାରିକରଙ୍କ ପରଲୋକରେ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ, କେନ୍ଦ୍ର ଶାସିତ ରାଜ୍ୟ ଏବଂ ରାଜ୍ୟର ରାଜଧାନୀ ଗୁଡ଼ିକରେ ଜାତୀୟ ପତାକା ଗୁଡ଼ିକୁ ଅର୍ଦ୍ଧନମିତ କରାଯିବ। ପାରିକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଅନ୍ତିମ ସଂସ୍କାର କରାଯିବ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଚାରି ଥରର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର…
କେଦାର ମିଶ୍ର ଆପାତତଃ ୨୦୧୯ ନିର୍ବାଚନର ସବୁଠୁ ଆଶ୍ଚର୍ୟଜନକ ଖବର ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର କୌଣସି ଏକ ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ସଙ୍କେତ ଦେବା। ଗତକାଲି ପଶ୍ଚିମ ଓଡିଶାର ବହୁ ବିଜେଡି ନେତା ଓ ବିଶିଷ୍ଟ ନାଗରିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ପଶ୍ଚିମ ଓଡିଶାରୁ ବିଧାନସଭା ନିର୍ବାଚନ ଳଢନ୍ତୁ ବୋଲି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଗମ୍ଭୀରତାର ସହ ବିଚାର କରିବେ ବୋଲି ମଧ୍ୟ କହିଛନ୍ତି। ତେବେ ହଠାତ ବିଜେଡି ଶିବିରରୁ ଆସିଥିବା ଏ ନିଷ୍ପତ୍ତି ଓଡିଶାର ରାଜନୈତିକ ସମୀକରଣରେ ଅନେକ ନୂଆ ଅଙ୍କ ଯୋଡିଛି। ନବୀନ ପଶ୍ଚିମ ଓଡିଶାରୁ କେବଳ ଲଢିବେ ନା ନିଜର ପାରମ୍ପରିକ ହିଂଜିଳି ଆସନ ସହିତ ପଶ୍ଚିମ ଓଡିଶାର ଆଉ ଏକ ଆସନରେ ଠିଆ ହେବେ, ତାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ତେବେ ଆମର ସୂତ୍ର କହୁଛି, ନବୀନ ହିଂଜିଳି ସହିତ ଆଉ ଏକ ଆସନରୁ ଠିଆ…
ଆସନ୍ତାକାଲି ବିଜେଡ଼ି ତରଫରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି ହେବ ବୋଲି ସୂଚନା ରହିଛି। ଏହି ସମୟରେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ଦେଖିବାକୁ ମିଳିଛି। ଏହା ରାଜ୍ୟର ରାଜନୈତିକ ପାଣିପାଗକୁ ସରଗରମ କରିଛି। ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବିଜେଡ଼ିରେ ଟିକେଟ ବଣ୍ଟନରେ ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିପାରେ ବୋଲି ଅନୁମାନ କରାଯାଉଛି। ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଗୀତା ମେହେଟ୍ଟା ଏହି ପୁରସ୍କାର ଗ୍ରହଣ କରିବାକୁ ପ୍ରତ୍ୟାଖାନ କରିଥିଲେ। ନିର୍ବାଚନ ପୂର୍ବରୁ ଏପରି ସମ୍ମାନ ଗ୍ରହଣ କରିବାକୁ ସେ ମନା କରିଥିଲେ। ତେବେ ନବୀନ ନିବାସରେ ଗୀତାଙ୍କୁ ନେଇ ବହୁ ଚର୍ଚ୍ଚା ଚାଲିଛି। ସେହିପରି ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା ପଦ୍ମଶ୍ରୀ ହଳଧର ନାଗ ଓ ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ପ୍ରମୁଖଙ୍କୁ।
ନିର୍ବାଚନୀ ତାରିଖ ଯେତିକି ପାଖକୁ ଆସୁଥିବାବେଳେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳରେ ନେତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରବିବାର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି କିନ୍ନର ଆଖଡା ପରିଷଦର ସଭାପତି ମୀରା ପରିଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ବେଗୁନିଆ ବିଧାନସଭା ଆସନରୁ ମୀରା ଲଢ଼ିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଏଣୁ ବିଜେଡି ତାଙ୍କୁ ସେଠାରୁ ପ୍ରାର୍ଥୀ କରିପାରେ ବୋଲି ଆଶା କରାଯାଉଛି। ବହୁଜନ ସମାଜ ପାର୍ଟି ତରଫରୁ କାଜଲ ନାୟକ ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରରୁ ଲଢିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି।
ଉତ୍ତରପ୍ରଦେଶରେ କଂଗ୍ରେସ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଓ ଆରଏଲ୍ଡି ପାଇଁ ୭ଟି ସିଟ୍ ଛାଡ଼ିବା ନେଇ ଘୋଷଣା କରିଛି। ପୂର୍ବରୁ ସପା-ବିଏସ୍ପି ମେଣ୍ଟ ଉତ୍ତରପ୍ରଦେଶରେ ଦୁଇଟି ଆସନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲା। ୭ଟି ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ପ୍ରଦାନ କରିବ ନାହିଁ ବୋଲି ପ୍ରଦେଶ ଅଧ୍ୟକ୍ଷ ରାଜ ବବର୍ ସୂଚନା ଦେଇଛନ୍ତି। ଏହି ୭ଟି ଆସନ ମଧ୍ୟରେ ମୌନପୁରୀ, କନୌଜ ଓ ଫିରୋଜବାଦ ଆସନ ଆଦି ରହିଛି, ଯାହା ସମାଜବାଦୀ ପାର୍ଟିର ଗଡ଼। ଏହା ବ୍ୟତୀତ ମାୟାବତୀ, ଅଜିତ୍ ସିଂହ ଓ ଜୟନ୍ତ ଚୌଧୁରୀଙ୍କ ବିପକ୍ଷରେ ମଧ୍ୟ ପ୍ରାର୍ଥୀ ଦିଆଯିବ ନାହିଁ ସୂଚନା ରହିଛି। ଉତ୍ତରପ୍ରଦେଶରେ କଂଗ୍ରେସ ଜନ ଅଧିକାର ପାର୍ଟି ସହ ୭ଟି ଆସନକୁ ନେଇ ବୁଝାମଣା କରିଛି ବୋଲି ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି। ଏହି ୭ଟି ଆସନରେ ୫ଟି ଆସନରୁ ଜନ ଅଧିକାର ପାର୍ଟିର ପ୍ରାର୍ଥୀ ଦେବାକୁ ଥିବାବେଳେ ଦୁଇଟି ସିଟ୍ରେ…
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ହୋଇପଡିବା କାରଣରୁ ବିରୋଧି କଂଗ୍ରେସ ଗୋଆରେ ସରକାର ଗଠନ କରିବାକୁ ଅଡ଼ି ବସିଛି। ତେବେ ବିଜେପି ଗୋଆ ମନ୍ତ୍ରିମଣ୍ଡଳକୁ ଭାଙ୍ଗିବାକୁ ସୁଯୋଗ ଦେଉନି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କମାତ ଭାଜପାରେ ଯୋଗ ଦେଇ ପାରନ୍ତି। ଆଉ ତାଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି। କମାତ ୨୦୦୫ରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ୍ ହୋଇଥିଲେ। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ଦିଗମ୍ବର।
କିଙ୍ଗ୍ ଖାନ୍ ଶାହରୁଖ୍ ଏବେ ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିବାକୁ ମିଳିବେ। ତାଙ୍କ ପ୍ରଡକ୍ସନ ହାଉସ୍ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଅଧୀନରେ ଏକ ଥ୍ରିଲର୍ ଓ୍ବେବସିରିଜ୍ର ନିର୍ମାଣ ହେବାକୁ ଯାଉଛି। ଏହି ସିରିଜ୍ରେ ଶାହରୁଖ୍ ଅଭିନୟ କରିବେ ବୋଲି ସୂଚନା ରହିଛି। ଏହାବ୍ୟତୀତ ପ୍ରଯୋଜକ ଭାବେ ଶାହରୁଖ୍ ମଧ୍ୟ ଏକ ଓ୍ବେବ୍ ସିରିଜ୍ ନିର୍ମାଣ କରୁଛନ୍ତି। ଏହି ଓ୍ବେବସିରିଜ୍ରା ନାମ ରହିଛି ‘ବାର୍ଡ ଅଫ୍ ବ୍ଲଡ୍’ ଏଥିରେ ଇମ୍ରାନ୍ ହାସ୍ମୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଲୋକପ୍ରିୟ ଲେଖ ବିଲାଲ ସିଦ୍ଧିକୀଙ୍କ ପୁସ୍ତକ ଉପରେ ଏକ ରାଜନୀତି ଭିତ୍ତିକ ଥ୍ରିଲର୍ ଫିଲ୍ମ। ୨୦୧୮ରେ ମୁକ୍ତିଲାଭ କରିଥିବା ‘ଜିରୋ’ର ଅସଫଳତାକୁ ନେଇ ଶାହରୁଖ ବେଶ୍ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ଶାହରୁଖ୍ଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍, ଅନୁଷ୍କା ଶର୍ମା ପ୍ରମୁଖ ଅଭିନୟ କରିଥିଲେ। ଏବେ ଫିଲ୍ମ ଚୟନକୁ ନେଇ ବେଶ୍ ପରୀକ୍ଷାନିରୀକ୍ଷା କରୁଛନ୍ତି ଏହି ସୁପରଷ୍ଟାର୍ ଜଣକ।

