ନିର୍ବାଚନର ଅବ୍ୟବହତି ପୂର୍ବରୁ କେନ୍ଦୁଝର ଜିଲାର ସାଂସଦ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି। ସୂଚନାଯୋଗ୍ୟ ଯେ, ମହିଳାଙ୍କ ଭିଡିଓ ଭାଇରାଲ ନେଇ ତାଙ୍କ ମାମୁଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ ପରେ କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଏହି ଘଟଣାରେ ଯେଉଁ ଗ୍ରୁପ ଓ ବ୍ୟକ୍ତି ବିଶେଷ ସଂପୃକ୍ତ ଅଛନ୍ତି, ସେମାନକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ନିହାତି ଜରୁରୀ। ସେହିପରି ସୋସିଆଲ୍ ମିଡ଼ିଆରେ ଏଭଳି କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ।
Author: Samikhsya Bureau
ନିର୍ବାଚନ ପୂର୍ବରୁ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀଙ୍କ ଗାଡିରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି। ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡିରୁ ଫ୍ଲାଇଁ ସ୍କ୍ବାଡ ଏହି ଅର୍ଥ ଜବତ କରିଛି। ଚଢାଉ ସମୟରେ ଗାଡିରେ ପ୍ରଦୀପଙ୍କ ବ୍ୟତିତ ଆହୁରି ଚାରି ଜଣ ଉପସ୍ଥିତ ଥିଲେ। ୫୦୦ ଟଙ୍କିଆ ଚାରିଟି ବଣ୍ଡଲ ଅର୍ଥ ଜବତ କରାଯାଇଥିବା ବେଳେ ଏନେଇ ପଚରା ଉଚୁରା ଚାରି ରଖିଛି। ନିର୍ବାଚନ ଅଧିକାରୀଙ୍କ ନିୟମ ଅନୁଯାୟୀ କୌଣସି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଅର୍ଥ ସାଙ୍ଗରେ ରଖି ପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ପ୍ରାର୍ଥୀ ୨ଲକ୍ଷ ଅର୍ଥ ସାଙ୍ଗରେ ଧରି ବୁଲିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଛିନ୍ନତାବାଦୀ ନେତା ତଥା ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟର ମୁଖ୍ୟ ୟାସିନ୍ ମଲିକ୍କୁ ତିହାର ଜେଲ୍କୁ ସ୍ଥାନାନ୍ତର କରିଛି ଜାତୀୟ ତଦନ୍ତକାରୀ ଦଳ (ଏନ୍ଆଇଏ)। ଜମ୍ମୁର କୋଟ ଭଲଓ୍ବାଲ ଜେଲ୍ରେ ବନ୍ଦୀ ଭାବରେ ଅବସ୍ଥାନ କରୁଥିବା ମଲିକ୍କୁ ପଚରା ଉଚୁରା ପାଇଁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି । ପାକିସ୍ତାନ ପକ୍ଷରୁ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ଅର୍ଥ ଗ୍ରହଣ କରିଥିବା ନେଇ ଏନ୍ଆଇଏକୁ ପ୍ରମାଣ ମିଳିଥିବାରୁ ଅଧିକ ତଦନ୍ତ ପାଇଁ ତିହାର ସ୍ଥାନାନ୍ତର କରାଯାଇଛି। ସିବିଆଇ ପକ୍ଷରୁ ଜମ୍ମୁ କଶ୍ମୀର ହାଇକୋର୍ଟରେ ମଲିକ୍ର ସ୍ଥାନାନ୍ତର ନେଇ ମାର୍ଚ୍ଚ ୧୩ ତାରିଖରେ ଆବେଦନ କରାଯାଇଥିଲା। ଯାହାକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ। ମଲିକ୍ ଶ୍ରୀନଗରରେ ୨୫ ଜାନୁୟାରୀ ୧୯୯୦ରେ ପାଞ୍ଚ ଏୟାରଫୋର୍ସ ଅଫିସରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଏବଂ ଡିସେମ୍ବର ୮, ୧୯୮୯ରେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦଙ୍କ ଝିଅ ଡକ୍ଟର ରୁବିୟା ସଇଦ୍ ଅପହରଣରେ ମଧ୍ୟ ସାମିଲ ଥିଲା।…
ସମୀକ୍ଷା ବ୍ୟୁରୋ ରାଜନୈତିକ ପଶାପାଲିରେ ଦିନକୁ ଦିନ ଅଜବ କଥା ସବୁ ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯେଉଁ ଖବର ରାଜନୈତିକ ବଜାରରେ ଘୁରି ବୁଲୁଛି ତାହା ଅତି ସାଂଘାତିକ। ଖବରଟି ହେଲା ବିଜେପି ଟିକଟରେ ନିର୍ବାଚନ ଲଢୁଥିବା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ବିଜୟ ମହାପାତ୍ର ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ କରୁଛନ୍ତି ଷଢଯନ୍ତ୍ର। ଏହି ଖବରଟି କେତେ ସତ ତାହା କହିବା ମୁସ୍କିଲ, ହେଲେ ଯଦି ସତ ତାହା ହେଲେ ବଡ ସାଂଘାତିକ। ବିଜେପିର ଏହି ପ୍ରଭାବଶାଳୀ ଗୋଷ୍ଠୀର ଭୟ ରହିଛି ଯେ, ଏହି ଚାରିଜଣ କ୍ଷମତାକୁ ଆସିଲେ ରାଜ୍ୟରେ ବେଶ୍ ପ୍ରଭାବଶାଳୀ ହୋଇଯିବେ। ଏପରିକି ଲୋକମାନେ ଓ କର୍ମୀମାନେ ମଧ୍ୟ ସେମାନଙ୍କ ପଟକୁ ଢଳିଯିବେ। ଏହି ଆଶଙ୍କାରେ ସେହି ନିର୍ଦ୍ଦିଷ୍ଠ ଗୋଷ୍ଠୀର ଉପଦେଷ୍ଠାଠାରୁ ଆରମ୍ଭ କରି ଚେଲାଚାମୁଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ମାର୍ଗରେ ସେମାନଙ୍କୁ ହରାଇବା ପାଇଁ ରାସ୍ତା ତିଆରି କରୁଛନ୍ତି। ବିଭିନ୍ନ…
ତିବ୍ଦତ୍ର ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ସଂକ୍ରମଣ ହୋଇଥିବା ଯୋଗୁଁ ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦଲାଇ ଲାମା ଦିଲ୍ଲୀ ଆସି ନିଜର ଚିକିତ୍ସା କରାଇଥିଲେ। କୁହାଯାଉଛି ଯେ, ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତରମାନେ ତାଙ୍କର କିଛି ପରୀକ୍ଷା କରିଛନ୍ତି, ଯାହାର ରିପୋର୍ଟ ଭଲ ଥିବା ସୂଚନା ମିଳିଛି। ଦଲାଇ ଲାମାଙ୍କ ବ୍ୟକ୍ତିଗତ ସଚିବ ତେନଜିନ ଟକଲା କହିଛନ୍ତି ଯେ, ମଙ୍ଗଳବାର ଧର୍ମଗୁରୁଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨/୩ ଦିନ ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେବ।
କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଝଟ୍କା। ରାଫାଲେ ବିମାନ ମାମଲାରେ ଆଗତ ପିଟିସନ୍ର ବିଚାର କରି ସର୍ବୋଚ୍ଚ କୋର୍ଟ ମାମଲାର ପୁର୍ନବିଚାର ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ ଏବଂ ୟଶଓ୍ବନ୍ତ ସିହ୍ନାଙ୍କ ଯାଚିକାର ବିଚାର କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍ କେ କୌଲ୍ ଏବଂ କେଏମ୍ ଯୋଶେଫ୍ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ। କେନ୍ଦ୍ର ସରକାର ଯାଚିକା ନିମନ୍ତେ ଦାଖଲ କରାଯାଇଥିବା ପ୍ରତିରକ୍ଷା ସମ୍ବନ୍ଧୀୟ କାଗଜପତ୍ର ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ ମାମଲାକୁ ଋଦ୍ଦ କରିବା ପାଇଁ ଆବେଦନ କରିଥିଲେ ଯାହକୁ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି। ବର୍ତ୍ତମାନ ସର୍ବାେଚ୍ଚ କୋର୍ଟ କେବଳ ବିମାନର ଦର ନୁହେଁ ବରଂ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଦାସଲ୍ଟର ନିଯୁକ୍ତି ନେଇ ମଧ୍ୟ ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ମାମଲାରେ…
ଜାପାନ୍ର ଏକ ଏଫ୍ ୩୫-ଏ ଲଢୁଆ ଯୁଦ୍ଧ ବିମାନ ଅଭ୍ୟାସ ସମୟରେ ପ୍ରଶାନ୍ତ ମହାସାଗରରେ ନିଖୋଜ ହୋଇଛି। ବିମାନଟିର ଧ୍ବଂସାବଶେଷ ପ୍ରଶାନ୍ତ ମହାସାଗରରୁ ମିଳିଥିବା ବେଳେ ପାଇଲଟ୍ଙ୍କର କୌଣସି ସୂଚନା ମିଳିପାରିନାହିଁ। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଟାକେଶୀ ଇଓ୍ବାୟା ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଜାପାନ୍ର ମିସ୍ଓ୍ବା ଏୟାର ବେସ୍ରୁ ୧୩୫ କିମି ଦୂର ଆଓମୋରି ନିକଟରୁ ମଙ୍ଗମଳବାର ରାତ୍ରରେ ବିମାନର ଧ୍ବଂସାବଶେଷ ମିଳିଥିବା ବେଳେ ପାଇଲଟ୍ଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏହି ଯୁଦ୍ଧ ଅଭ୍ୟାସରେ ଅନ୍ୟ ତିନୋଟି ବିମାନ ଅଂଶଗ୍ରହଣ କରିଥିଲେ। ବିମାନଟି ଧ୍ବଂସ ହେବା ପରେ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ୧୩ଟି ଏଫ୍ ୩୫- ଏ ବିମାନ ଜାପାନ ବିମାନ ବାହିନୀରେ ଯୋଗ ଦେଇଥିଲା। ଜାପାନ ଭବିଷ୍ୟତରେ ୧୪୭ଟି ଏଫ୍ ୩୫ ବିମାନ ନିର୍ମାଣ କରିବାର ଯୋଜନା ରଖିଥିବା ବେଳେ ତନ୍ମଧ୍ୟରୁ ୧୦୫ଟି ଏଫ୍ ୩୫- ଏ ରହିଛି।
କେଦାର ମିଶ୍ର ପ୍ରଥମେ ଏ ପ୍ରସଙ୍ଗରେ ଜଣେ ବନ୍ଧୁ ମୋତେ କିଛି କହିବାକୁ ଚେଷ୍ଟା କରିଥିଲେ। ଯେହେତୁ ମୁଁ ସୋସିଆଲ ମିଡିଆରେ ଫଟୋସପ ରାଜନୀତିକୁ ଜାଣେ, ଏ ପ୍ରସଙ୍ଗରେ ଅଧିକ ଆଗ୍ରହ ପ୍ରକାଶ କରିନଥିଲି। କେଉଁଝର ଲୋକସଭା ନିର୍ବାଚନରୁ ବିଜୁ ଜନତା ଦଳର ଟିକଟରେ ନିର୍ବାଚନ ଲଢୁଥିବା ତରୁଣୀ ଆଦିବାସୀ ନେତ୍ରୀ ଚନ୍ଦ୍ରାଣୀ ମୂର୍ମୁଙ୍କ କିଛି ଛବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବୋଲି ଗତ ଦୁଇ ତିନି ଦିନ ହେଲା ଚର୍ଚ୍ଚା ଚାଲିଥିଲା। ତେବେ ଆଜି ହଠାତ ବିଭିନ୍ନ ଫେସବୁକ ଗ୍ରୁପରେ ଚନ୍ଦ୍ରାଣୀଙ୍କ ନାଁ ରେ ଯାବତୀୟ କୁତ୍ସା ରଟନା ଆରମ୍ଭ ହୋଇଗଲା। ଚନ୍ଦ୍ରାଣୀ କେଉଁ ଦଳର ଓ ସେ କାହା ସାଙ୍ଗରେ ଲଢୁଛନ୍ତି, ସେ ବିଷୟରେ ଆମର ଚିନ୍ତା କରିବାର ନାହିଁ। କିନ୍ତୁ ମାତ୍ର ୨୬ ବର୍ଷ ବଯସର ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀ ଯେତେବେଳେ ରାଜନୀତିକୁ ଆସୁଛନ୍ତି, ତାଙ୍କ ବିରୋଧରେ ଏ ପ୍ରକାର କୁତ୍ସା ରଟନାର…
ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ ଧରଣର ମାଓ ଆକ୍ରମଣ ହୋଇଛି। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି ଉପରେ ହୋଇଛି ମାଓ ହମଲା। ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ମୃତ୍ୟୁ ଘଟିବା ସହିତ ତାଙ୍କ ପିଏସ୍ଓ ଓ ୫ଜଣ ଯବାନ ସହିଦ ହୋଇଛନ୍ତି। ଦନ୍ତେଓ୍ଵାଡା ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ରହିଛି। ଏପ୍ରିଲ୍ ୧୧ ତାରିଖରେ ଏଠାରେ ମତଦାନ ହେବାକୁ ରହିଛି। ଦନ୍ତେଓ୍ଵାଡାର ନକୁଲନାର ନିକଟରେ ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡି ଉପରକୁ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ପୋଲିସ ଭ୍ୟାନକୁ ଉଡ଼ାଇ ଦେଇଛନ୍ତି ନକ୍ସଲ। ଆକ୍ରମଣ ପରେ ଘଟଣାସ୍ଥଳ ତଥା ଆଖପାଖ ଅଞ୍ଚଳକୁ ସିଜ୍ କରି ଦିଆଯାଇଛି। ଏହା ସହିତ ଆକ୍ରମଣକାରୀଙ୍କ ସନ୍ଧାନରେ ଯବାନଙ୍କ ଦ୍ଵାରା ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ଦ୍ରୁତଗତିରେ କରାଯାଇଛି।
ସମୀକ୍ଷା ବ୍ୟୁରୋ ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରର ଶୀର୍ଷକ ରହିଛି ‘ନବୀନ ଓଡ଼ିଶାର ପରିଚୟ’। ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ସରକାର ଏଥର ଇସ୍ତାହାରରେ ସବୁ ବର୍ଗଙ୍କୁ ସାମିଲ୍ କରିଛି। ବିଶେଷକରି ନାରୀ, ଯୁବ ଓ ଚାଷୀଙ୍କ ପ୍ରତି ବିଶେଷ ଅଗ୍ରାଧିକାର ଦିଆଯାଇଛି। ତେବେ ଚଳିତ ନିର୍ବାଚନ ପାଇଁ ବିଜେଡ଼ିର ଇସ୍ତାହାରର ଥିମ୍ ରହିଛି ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା’। ଘର ଘର ବୁଲି ମତ ସଂଗ୍ରହ କରାଯିବା ପରେ ଇସ୍ତାହାର ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅମର ପଟ୍ଟନାୟକ। ମହିଳାଙ୍କୁ ସମ୍ମାନ ତଥା ସଶକ୍ତ କରିବାପାଇଁ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଇସ୍ତାହାରରେ ମଧ୍ୟ ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରାଯାଇଛି। ମହିଳାଙ୍କ ପାଇଁ ୫ ହଜାର…
ମତଦାନର ପ୍ରଥମ ପର୍ଯ୍ୟାୟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏବେ ନିର୍ବାଚନୀ ପ୍ରଚାର ପୂରା ଜୋରସୋର୍ରେ ଚାଲିଛି। ସମସ୍ତ ରାଜନୈତିକ ଦଳ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନରେନ୍ଦ୍ର ମୋଦୀ ଦଙ୍ଗା ଓ ହିଂସା ରାସ୍ତା ଦେଇ ରାଜନୀତିକୁ ଆସିଛନ୍ତି। ଏପରିକି ସେ ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ ହିଟ୍ଲରଙ୍କୁ ବଳି ଯାଇଛନ୍ତି। ଏବେ ଯଦି ହିଟ୍ଲର ଜୀବିତ ଥାନ୍ତେ, ତେବେ ମୋଦୀଙ୍କ ଗତିବିଧି ତଥା କାର୍ଯ୍ୟକଳାପ ଦେଖି ଆତ୍ମହତ୍ୟା କରିଦେଇଥାନ୍ତେ। ମମତା କେବଳ ବିଜେପିକୁ ସମାଲୋଚନା କରିନାହାନ୍ତି, ସେ କଂଗ୍ରେସକୁ ମଧ୍ୟ କଡ଼ା ନିନ୍ଦା କରି କହିଛନ୍ତି ଯେ, କଂଗ୍ରେସ ନିଜ ଦମ୍ରେ କେନ୍ଦ୍ରରେ ସରକାର କରିପାରିବ ନାହିଁ। ବିଜେପିର ଉତ୍ଥାନ ପଛରେ କଂଗ୍ରେସ ହାତ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ଲୋକଙ୍କ…
କରଣ କପାଡିଆଙ୍କ ଡେବ୍ୟୁ ଫିଲ୍ମ ‘ବ୍ଲାଙ୍କ’ ଟ୍ରେଲର ରିଲିଜ୍ ପରଠାରୁ ଚର୍ଚ୍ଚାରେ ରହିଛି। ପ୍ରଥମେ ଫିଲ୍ମର ଅଲଗା କାହାଣୀ ପାଇଁ ଏହାର ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଏକ ଡ୍ୟାନ୍ସ ନମ୍ବରରେ ଦେଖିବାକୁ ମିଳିବ। କରଣଙ୍କ ପାଇଁ ଅକ୍ଷୟ ଏହି ଗୀତଟି କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦଇଛନ୍ତି ଆର୍କୋ ମୁଖାର୍ଜୀ ଏବଂ ବି ପାରକ୍ ଗୀତଟି ଗାଇଛନ୍ତି। ନିକଟରେ ରିଲିଜ୍ ହୋଇଥିବା କେଶରୀର ତେରୀ ମିଟ୍ଟି ଗୀତଟି ଗାଇଥିଲେ ପାରକ୍। ବେହଜାଦ ଖମ୍ବାଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମେ ୩ ତାରିଖରେ ପରଦାକୁ ଆସିବ। ଫିଲ୍ମଟିରେ କରଣଙ୍କ ବ୍ୟତିତ ସନ୍ନି ଦେଓଲ, ଇଶିତା ଦତ୍ତ, କରଣବୀର ଶର୍ମା ଏବଂ ରଶିକା ପ୍ରଧାନ ପ୍ରମୁଖ ନଜର ଆସିବେ।
ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦେବା ସହିତ ଜନମତ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି। ବିଜେଡ଼ି ସବୁବେଳେ ପ୍ରତିଶ୍ରୁତି ରକ୍ଷା କରି ଆସିଛି, ବିଜେପି ଭଳି ଏଥିରେ ମିଥ୍ୟା ପ୍ରତିଶ୍ରୁତି ନାହିଁ। ଇସ୍ତାହାର ସମ୍ପର୍କରେ ସୂଚନା ଦେଇଛନ୍ତି ଅମର ପଟ୍ଟନାୟକ। ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦିଆଯାଇଛି। ଘରଘର ବୁଲି ମତ ନେବା ପରେ ଏହି ଇସ୍ତାହାରକୁ ପ୍ରସ୍ତୁତ କରାଯାଇଛି। ଏହି ଇସ୍ତାହାରର ଶୀର୍ଷକ ରହିଛି ‘ନବୀନ ଓଡ଼ିଶାର ପରିଚୟ’। ମହିଳାମାନଙ୍କୁ ୫ ହଜାର କୋଟିର ସରକାରୀ କାମ, ସ୍ଥାନୀୟ ଯୁବକଙ୍କ ପାଇଁ ରହିବ ୭୫ ପ୍ରତିଶତ ସଂରକ୍ଷଣ , କାଳିଆ କମିଶନ ଗଠନ , ଭୁବନେଶ୍ବର ଓ କଟକ ପାଇଁ ମେଟ୍ରୋ ରେଳ, କାଳିଆ ଯୋଜନା ଜାରି ରହିବ, ବର୍ଷକୁ ଚାଷୀଙ୍କୁ ୧୦,୦୦୦ଟଙ୍କା , ଭୂମିହୀନଙ୍କୁ ୧୨ ହଜାରଟଙ୍କା, ଓଡ଼ିଶାର ବିଶ୍ବବିଦ୍ୟାଳୟ,…
ଆଜିଠୁ ଆାରମ୍ଭ ହେବାକୁ ଯାଉଛି ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ। ୩ ଲକ୍ଷ ୫୫ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ନିଜର ଫର୍ମ ନେଇ ଆଶାୟୀ ଅଛନ୍ତି ପିଭି ସିନ୍ଧୁ। ମାଲେସିଆ ଓପନରୁ ଶୀଘ୍ର ବିଦାୟ ନେଇଥିବା ସିନ୍ଧୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଷଷ୍ଠ ସିଡ୍ର ମାନ୍ୟତା ପାଇଛନ୍ତି। ଏକମାତ୍ର ଭାରତୀୟ ଭାବରେ ସାଇନା ନେହ୍ବାଲ ଗୋଟିଏ ଥର ଏହି ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ସାଇନା ଏବଂ ସିନ୍ଧୁଙ୍କ ବ୍ୟତିତ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସଫଳ ପ୍ରଦର୍ଶନ ନେଇ ଆଶାବାଦୀ ରହିବେ। ଏଚ ଏସ୍ ପ୍ରଣୟ ଏବଂ ବି ସାଇ ପ୍ରଣୀଥ୍ ମଧ୍ୟ ମୁଖ୍ୟ ଡ୍ରରେ ସାମିଲ୍ ହୋଇଛନ୍ତି। ସାଇ ପ୍ରଣୀଥ୍ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ବିଶ୍ବର ଏକ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କ ମୁକାବିଲା କରିବେ।
କେରଳର ବହୁଚର୍ଚ୍ଚିତ ସିଷ୍ଟର ଅଭୟା (ବୀନା ଥୋମାସ) ହତ୍ୟା ମାମଲାରେ ଆରୋପୀଙ୍କ ଖଲାସ ହେବା ଅନୁରୋଧକୁ କେରଳ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ମଙ୍ଗଳବାର ମାମଲାର ମୁଖ୍ୟ ଅଭିଯୁକ୍ତ ଡ. ଥୋମାସ କୋଟ୍ଟୁର୍ ଏବଂ ସିଷ୍ଟର ସେଫିଙ୍କ ଆବେଦନକୁ ଖାରଜ କରିଛନ୍ତି କେରଳ ହାଇକୋର୍ଟ। ଉଭୟଙ୍କ ବିପକ୍ଷରେ ସିବିଆଇ ତରଫରୁ ଦାଏର କରାଯାଇଥିବା ମାମଲା ଅନୁଯାୟୀ ଉଭୟଙ୍କୁ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଜଷ୍ଟିସ୍ ସୁନିଲ୍ ଥୋମାସ୍ କହିଛନ୍ତି। ସିବିଆଇ ତରଫରୁ ଉଭୟଙ୍କ ବିରୋଧରେ ହତ୍ୟା, ପ୍ରମାଣ ନଷ୍ଟ ପ୍ରଭୃତି ଅଭିଯୋଗ ଅଣାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଫାଦର୍ ଜୋସ୍ ପୁଥିରିକାୟାଲୀଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୨ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ। କୋଟୁର ଏବଂ ସେଫିଙ୍କୁ ଅନୈତିକ ଅବସ୍ଥାରେ ଦେଖିବା ପରେ ଉଭୟ ବୀନାଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଇଥିଲେ। ପ୍ରାରମ୍ଭରୁ ସ୍ଥାନୀୟ ପୋଲିସ ଏବଂ କେରଳ କ୍ରାଇମବ୍ରାଞ୍ଚ ଏହି ମାମଲାର…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ଚାଷୀଙ୍କ ପାଇଁ କରାଯାଇଥିବା କାଳିଆ ଯୋଜନାକୁ ନେଇ ସେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେପିର ଅଭିଯୋଗ ପରେ ଏହି ଯୋଜନାକୁ ବନ୍ଦ କରାଯାଇଛି ବୋଲି କହିଛନ୍ତି ନବୀନ। ଲୋକେ ଏହାର ଦୃଢ ଜବାବ ଦେବେ। ପୂର୍ବରୁ ଏହି ଯୋଜନା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଥିଲା, କିନ୍ତୁ ବିଜେପିର ଅଭିଯୋଗ ପରେ ଆଦର୍ଶ ଆଚରଣ ଭଙ୍ଗ ନେଇ ଏହି ଯୋଜନା ଉପରେ ନିର୍ବାଚନ କମିଶନ ଅଙ୍କୁଶ ଲଗାଇଥିଲେ। ପୂର୍ବରୁ ବିଜେଡ଼ି ତରଫରୁ କାଳିଆ ଯୋଜନାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଆଜି ଖୋଦ୍ ବିଜେଡି ସୁପ୍ରିମୋ କାଳିଆ ଯୋଜନା ପାଇଁ ସିଇଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର…
ଶାଶୁଘରେ ଯୌତୁକ ପାଇଁ ଘରୋଇ ହିଂସାରେ ନିର୍ଯ୍ୟାତିତା ହେଉଥିବା ମହିଳାମାନଙ୍କ ପାଇଁ ସୁପ୍ରିମ୍କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେଉଁ ମହିଳାମାନଙ୍କୁ ଶାଶୁଘରୁ ବାହାର କରାଯାଉଛି, ଯେଉଁ ମହିଳାମାନେ ଶାଶୁଘର ଲୋକଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି, ଘର ଛାଡି ଯିବାକୁ ବାଧ୍ୟ ହେଉଛନ୍ତି ସେହିପରି ମହିଳାମାନେ କେବଳ ବିବାହ ସ୍ଥଳରେ ହିଁ ମାମଲା ରୁଜୁ କରିପାରିବେ ନାହିଁ ବରଂ ସେ ଯେକୌଣସି ସ୍ଥାନରୁ ମାମଲା ରୁଜୁ କରି ପାରିବେ। ସୁପ୍ରିମ୍କୋର୍ଟର ମୁଖ୍ୟ ନ୍ୟାୟଧୀଶ ରଞ୍ଜନ ଗୋଗେଇଙ୍କ ଦ୍ବାରା ଖଣ୍ଡିତ ଖଣ୍ଡପୀଠ ଏହି ମମାଲାର ଶୁଣାଣି କରି କହିଛନ୍ତି ଯେ, ପୀଡିତ ମହିଳା ଆଇପିସି ଧାରା ୪୯୮ ଏ ଆଧାରରେ କୌଣସୀ ନିକଟତମ ଥାନାରେ ଅଭିଯୋଗ କରି ପାରିବେ। ୪୯୮ ଏ ଏବଂ ଘରୋଇ ହିଂସା ନିରୋଧକ ଆଇନ ମହିଳାଙ୍କୁ ଶାଶୁଘରେ ହେଉଥିବା ଉତ୍ପୀଡନାରୁ ରକ୍ଷା କରିବା ପାଇଁ କରାଯାଇଛି। ମହିଳା…
ସାଉଥ୍ ସୁପର୍ଷ୍ଟାର୍ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ “ଦର୍ବାର୍”ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ପୂର୍ବରୁ ଏହି ଫିଲ୍ମର ଥଲାଇବାର୍ ୧୬୭” ରଖାଯାଇଥିଲା। ଏ. ଆର୍. ମୁରୁଗାଦୋଷ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି। ପୋଷ୍ଟରରୁ ଏହି ଫିଲ୍ମରେ ରଜନୀ ପୁଲିସ୍ ଭୂମିକାରେ ଅଭିନୟ କରୁଛନ୍ତି ବୋଲି ଜଣାପଡ଼ୁଛି। ପୋଷ୍ଟର୍ରେ ରଜନୀକାନ୍ତଙ୍କ ପଛପଟେ ପୁଲିସ୍ ବେଲ୍ଟ, ହାତକଡ଼ି, ସନ୍ଧାନୀ କୁକୁର, ବନ୍ଧୁକ, ଗେଟ୍ ୱେ ଅଫ୍ ଇଣ୍ଡିଆ ଥିବାର ଦେଖିବାକୁ ମିଳୁଛି। ଏହି ପୋଷ୍ଟରରେ ରଜନୀଙ୍କ ଲୁକ୍ ମଧ୍ୟ ଟିକେ ଅଲଗା ରହିଛି। ଏହି ପୋଷ୍ଟରରେ ରଜନୀକାନ୍ତ ଚଷମା ଏବଂ ଦାଢିରଖିଥିବାର ନଜର ଆସିଛନ୍ତି। ରଜନୀକାନ୍ତଙ୍କ ଏହି ଫିଲ୍ମ ୨୦୨୦ରେ ପୋଙ୍ଗଲ୍ ପର୍ବ ଅବସରରେ ରିଲିଜ୍ ହେବ। ପ୍ରାୟ ୨୫ ବର୍ଷ ପରେ ରଜନୀକାନ୍ତ ପୋଲିସ୍ ଚରିତ୍ରରେ ପୁଣିଥରେ ଏହି ଫିଲ୍ମରେ ଅବତୀର୍ଣ୍ଣ ହେବେ। ଏହା ପୂର୍ବରୁ ରଜନୀକାନ୍ତଙ୍କ ଫିଲ୍ମ “ପିଟ୍ଟା” ଏବ “2.0” ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିବା ସହ ଭଲ…
ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ବିରୋଧ କରିଛି ସିବିଆଇ। ସିବିଆଇ ପକ୍ଷରୁ ସୁ୍ପ୍ରିମ୍କୋର୍ଟରେ ଲାଲୁଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଛନ୍ତି। ଆରଜେଡିର ମୁଖ୍ୟ ଭାବରେ ସେ ନିର୍ବାଚନରେ ଉପସ୍ଥିତ ରହିବା ନିତାନ୍ତ ଆବଶ୍ୟକ ବୋଲି ସର୍ବୋଚ୍ଚ କୋର୍ଟକୁ ନିଜ ଆବେଦନରେ କହିଛନ୍ତି। ସିବିଆଇ ପ୍ରସାଦଙ୍କ ଜାମିନ ମାମଲାରେ ନିଜର ପକ୍ଷ ରଖି କହିଛି, ଯଦି ଲାଲୁ ଜାମିନରେ ବାହାରକୁ ଯାଆନ୍ତି ତେବେ ରାଜନୈତିକ ପ୍ରସଙ୍ଗରେ ଜଡିତ ହେବା ସହିତ ଜାମିନର ଅନୈତିକ ଫାଇଦା ଉଠାଇବାର ସମ୍ଭାବନା ରହିଛି। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଲାଲୁ ବିଗତ ୮ ମାସ ଧରି ଡାକ୍ତରଖାନାରେ ରହି ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସେହିପରି ସିବିଆଇ ପକ୍ଷରୁ ପ୍ରଶ୍ନ ଉଠାଯାଇଛି ଯେ, ଯଦି ଲାଲୁ…
ଜାମ୍ମୁ-କାଶ୍ମୀରର ଏକ ହସ୍ପିଟାଲରେ ମଙ୍ଗଳବାର ଆତତାୟୀଙ୍କ ଆକ୍ରମଣ ହୋଇଛି। ଜଣେ ଆରଏସଏସ ନେତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଆତତାୟୀଙ୍କ ଗୁଳିମାଡ଼ରେ ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମା ଆହତ ହୋଇଛନ୍ତି। ଶର୍ମା ଉକ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ମଙ୍ଗଳବାର ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଜଣେ ଆତତାୟୀ ବୁର୍ଖା ପିନ୍ଧି ହସ୍ପିଟାଲରେ ପିଶିଥିଲେ। ପରେ ଏକ ବନ୍ଧୁକ ବାହାର କରି ଗୁଳି ଆରଏସଏସ ନେତା ଚନ୍ଦ୍ରକାନ୍ତ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ଶର୍ମା ଗୁରୁତର ଅଛନ୍ତି । ଏହି ଘଟଣା ପରେ ଖିତ୍ଓ୍ବାରରେ କର୍ଫ୍ୟୁ ଜାରି କରାଯାଇଛି । ପୂର୍ବରୁ ସମାନ ଢଙ୍ଗରେ ବିଜେପି ରାଜ୍ୟ ସଚିବ ଅନୀଲ ପରିହାର ଏବଂ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାବେଳେ ରାଜ୍ୟକଂଗ୍ରେସରେ କନ୍ଦଳ ତୀବ୍ର ରୂପ ନେଇଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ଇସ୍ତଫା ଦେବା ପରେ ସୁମିତ୍ରା ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍ଗାର କରିଛନ୍ତି। ଯେଉଁମାନେ କଂଗ୍ରେସରେ ପତାକା ଧରିନାହାନ୍ତି, ସେମାନଙ୍କୁ ପିସିସି ସଭାପତି ଟିକେଟ ଦେଇଛନ୍ତି।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ,ଯେଉଁମାନଙ୍କର ପ୍ରଚୁର ପଇସା ଅଛି, ଯେଉଁ ମହିଳାମାନେ ସୁନା ମଣ୍ଡି ହୋଇ ଆସୁଛନ୍ତି, ଯେଉଁମାନଙ୍କ ଚେହେରାରେ ସୌନ୍ଦର୍ଯ୍ୟ ଅଛି ଓ ଯାହାର ୧୦ରୁ ୧୨ଟି ମଦ ଦୋକାନ ଅଛି ସେମାନଙ୍କୁ ଟିକେଟ ଦିଆଯାଇଛି।” ପିସିସି ସଭାପତିଙ୍କ ମନମୁଖୀ ଶାସନ ପାଇଁ କଂଗ୍ରେସ ଛାଡ଼ିଛନ୍ତି ବୋଲି କହିଛନ୍ତି। ( ମୋବାଇଲରେ ଫଟାଫଟ …

