ଚୀନ୍ ଗସ୍ତରେ ଯାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ସେଠାରେ ଚୀନ୍ ଓ ଋଷ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ସେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଉଠାଇଛନ୍ତି ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ। ସୁଷମା କହିଛନ୍ତି, ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଂପୃକ୍ତି ରହିଛି। ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ଉପରେ କଠୋର କାର୍ଜ୍ୟାନୁଷ୍ଠାନ ପାଇଁ ସମର୍ଥନ ଲୋଡ଼ିଛି ଭାରତ। ତ୍ରିପାକ୍ଷିକ ବୈଠକ ପରେ ଋଷ ଓ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ସୁଷମା ସ୍ୱରାଜ।
Author: Samikhsya Bureau
ଭାରତ ପୁଲୱାମା ହମଲାର ପ୍ରତିଶୋଧ ନେବା ପରେ ପ୍ରତିହିଂସାପରାୟଣ ହୋଇଛି ପାକିସ୍ତାନ। ଗତକାଲିଠାରୁ ବାରମ୍ବାର ଏଲଓସି ଉପରେ ଗୁଳିମାଡ଼ କରୁଛି। ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ଆଜି ସକାଳେ ଉରି, ପୁଞ୍ଛ, ରାଜୋରୀ, ଅଖନୁର ସମେତ ୧୨ରୁ ୧୫ଟି ସ୍ଥାନରେ ପ୍ରବଳ ଗୁଳିଗୋଳା ମାଡ଼ ହୋଇଛି। ଗତକାଲି ସନ୍ଧ୍ୟାରେ ବି ପାକିସ୍ତାନ ପଟରୁ କିଛି ସ୍ଥାନରେ ଗୁଳିମାଡ଼ ହୋଇଥିଲା। ଯାହାର କଡ଼ା ମୁକାବିଲା କରିଛି ଭାରତୀୟ ସେନା। ଭାରତର ଜବାବରେ ପାକିସ୍ତାନ ରେଞ୍ଜର୍ସର ବହୁ କ୍ଷୟକ୍ଷତି ବି ହୋଇଛି।
ପୁଲୱାମା ଆତଙ୍କବାଦୀ ହମଲା ପରେ ବିଶ୍ୱ ଦରବାରରେ ନିନ୍ଦିତ ପାକିସ୍ତାନକୁ ପୁଣି ଝଟକା ଦେଇଛି ଆମେରିକା। ନିଜ ମାଟିରୁ ଆତଙ୍କବାଦୀଙ୍କ ମୂଳପୋଛ କରୁ ପାକିସ୍ତାନ। ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ରହିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଜାରି ହୋଇଛି ବିବୃତ୍ତି। ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପୟୋ, ଭାରତ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ବି ହୋଇଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଦୁଇ ଦେଶକୁ କୁହାଯାଇଛି।
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସମ୍ପତ୍ତି ଜବତ। ମୁମ୍ବାଇ ଓ ସୁରଟରେ ଥିବା ୧୪୭ କୋଟି ୭୨ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ଭିତରେ ରହିଛି ୮ଟି କାର୍, ପ୍ଲାଣ୍ଟ ଓ ଯନ୍ତ୍ରାଂଶ, ଗହଣା ସମେତ ବହୁ ଦାମୀ ସାମଗ୍ରୀ। ନିରବ ମୋଦି ଓ ତାଙ୍କ କମ୍ପାନୀ ନାଁରେ ଥିବା ସମ୍ପତ୍ତିକୁ ଜବତ କରାଯାଇଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏପର୍ଯ୍ୟନ୍ତ ପିଏନବି ଠକେଇ ମାମଲାରେ ନିରବ ମୋଦିଙ୍କର ଦେଶ ଓ ବିଦେଶରେ ଥିାବା ୧ହଜାର ୭୨୫କୋଟି ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି।
ଜ୍ୟୋତି ନନ୍ଦ ଯେହେତୁ ବର୍ତ୍ତମାନ ଭୁବନେଶ୍ଵରରେ ଚାଲିଥିବା ପୁସ୍ତକମେଳା ଏକ ସରକାରୀ କାର୍ଯ୍ୟକ୍ରମ ସେଦୃଷ୍ଟିରୁ ସେଠିକି ସମସ୍ତ ସରକାରୀ କର୍ମଚାରୀ ଯେଉଁମାନେ ଭୁବନେଶ୍ଵରରେ ଅଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ପଡିଆରେ ପ୍ରତ୍ୟହ ସଂଧ୍ୟା ଛଅଟା ପରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଉ।ଯାହା ଫଳରେ ପୁସ୍ତକମେଳା ପରିସର ଆଉ ଯାହାହେଉ ନା କାହିଁକି ଟିକିଏ ଅଧିକ ଗହଳଚହଳ ଥିଲା ଭଳି ଲାଗିବ। ତାହା ସହିତ ଯଦି ପୁସ୍ତକ ମେଳା ପରିସରରେ ପ୍ରାତ୍ୟହିକ ଅଭଢାର ସୁବନ୍ଦୋବସ୍ତ ହୁଅନ୍ତା ତେବେ ତାହା ଆମର( ପୁସ୍ତକ) କ୍ଷୁଧାକୁ ଅନେକ ପରିମାଣରେ ବି ପ୍ରଶମିତ କରି ପାରନ୍ତା। କହିବା କଥା ହେଉଛି ଯେତେବେଳେ ଏଇଟି ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ସେତେବେଳେ ଅନ୍ୟ ସମସ୍ତ ସେହିଭଳି କାର୍ଯ୍ୟକ୍ରମ ରେ ଭୀଡ-ଉତ୍ପାଦନ ଲକ୍ଷ୍ୟାର୍ଥେ ଯେଉଁ ବ୍ୟବସ୍ଥାମାନ ଥାଏ ତାହା ଏଠାରେ ମଧ୍ୟ ଉପଲବ୍ଧ ରହିବା ବିଧେୟ। ବିଶେଷ କରି ସମସ୍ତ ସରକାରୀ , ବେସରକାରୀ,ତଥା ଅବସରପ୍ରାପ୍ତ (ବେଶି ଏଇ ଶ୍ରେଣୀକୁ)କର୍ମଚାରୀଙ୍କୁ ଓ …
ସମୀକ୍ଷା ବ୍ୟୁରୋ ୨୫ ଫେବୃଆରୀ ଭୋର ୩.୩୦ ରେ ଭାରତୀୟ ବାୟୁସେନାର ଏକ ସାହସୀ ଆକ୍ରମଣରେ ପାକିସ୍ତାନର ଆଭ୍ୟନ୍ତରରେ ଥିବା ବାଲାକୋଟ ଜଙ୍ଗଲ ଭିତରେ ଚାଲିଥିବା ଜୈଶ ଏ ଅହମଦ ର ଆତଙ୍କବାଦୀ ଶିବିର ଉପରେ ପ୍ରକାଣ୍ଡ ପ୍ରହାର କରାଯାଇଥିଲା। ଏହାକୁ ଏକ ବେସାମରିକ ଲକ୍ଷ୍ୟ ପୂରଣ ଓ ସନ୍ତ୍ରାସବାଦ ଉପରେ ବଡ ଆକ୍ରମଣ ବୋଲି ଆମେ କହିପାରିବା। ସେନାର ଏହି ସଫଳତା ଲାଗି ଆମେ ସମସ୍ତେ ଗର୍ବିତ। ପୁଲବାମା ରେ ଭାରତୀୟ ପାରା ମିଲିଟାରୀ ପୋଲିସ ଉପରେ ହୋଇଥିବା ଆକ୍ରମଣର ୧୨ ଦିନ ପରେ ଭାରତର ଏହି ଦୃଢ କାର୍ୟାନୁଷ୍ଠାନ ପ୍ରଶଂସାର ବିଷୟ। ଏହି ପୃଷ୍ଠଭୂମିରେ ଫେବୃଆରୀ ୧୪ ରୁ ଆଜି ପର୍ଯନ୍ତ ଭାରତର ରାଜନୀତିରେ ଗୋଟେ ନୂଆ କଥା ଘଟିଛି। ସାଧାରଣ ନିର୍ବାଚନ ଘୋଷଣାକୁ ମାତ୍ର ଅଳ୍ପ କିଛି ଦିନ ବାକିଥିବା ସତ୍ତ୍ୱେ ସବୁ ରାଜନୈତିକ ଦଳ ଏକ ସ୍ଵରରେ ଓ ହୃଦୟର ସହିତ ସେନାକୁ ସମ୍ମାନ ଦେଇଛନ୍ତି।…
ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରିବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବିରେ କେଜ୍ରିୱାଲ ଆମରଣ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ଭାରତୀୟ ବାୟୁସେନା ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପୂର୍ବକ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ଜୈଶ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ପାକିସ୍ତାନ ମଧ୍ୟ ଭାରତକୁ ଧମକ ଦେବା ଆରମ୍ଭ କରିଛି। ଏହାପରେ ପାକିସ୍ତାନ ସହ ଭାରତର ଆଭ୍ୟନ୍ତରୀଣ ସ୍ଥିତି ଅତ୍ୟନ୍ତ ସମ୍ବେଦନାପୂର୍ଣ୍ଣ ରହିଛି । ଦେଶର ଏହିପରି ସମୟରେ ନିଜର ଅନଶନ ସ୍ଥଗିତ ରଖିଥିବାର କେଜ୍ରିୱାଲ ଟ୍ୱିଟ୍ ଯୋଗେ କହିବା ସହିତ ସମସ୍ତଙ୍କୁ ଏକାଠି ଦେଶ ସହ ଛିଡ଼ା ହେବା ଦରକାର ବୋଲି ମଧ୍ୟ ଆହ୍ୱାନ ଦେଇଛନ୍ତି।
ଭାରତୀୟ ବାୟୁସେନା ଏଲ୍ଓସି ଅତିକ୍ରମ କରି ପାକିସ୍ତାନର ବାଲାକୋଟ୍ଠାରେ ପୁଲ୍ୱାମାର ବଦ୍ଲା ନେବାପରେ ପ୍ରତିକ୍ରିୟା ରଖିଛି ଚୀନ୍ । ପାକିସ୍ତାନକୁ ଅହେତୁକ ସମର୍ଥନ ଜଣାଇ ଆସୁଥିବା ଚୀନ୍ ଏହି ଆକ୍ରମଣ ପରେ ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମ ରକ୍ଷା ପାଇଁ ଆହ୍ୱାନ ଜଣାଇଛି । ଉଭୟ ପଡ଼ୋଶୀ ରାଷ୍ଟ୍ର ସଂଯମ ଅବଲମ୍ବନ କରନ୍ତୁ ବୋଲି ଚୀନ୍ କହିଛି । ଚୀନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି, ଆମେ ଆଶା କରୁଛୁ ଉଭୟ ରାଷ୍ଟ୍ର ସଂଯମ ରହି ସେଭଳି କିଛି ପଦକ୍ଷେପ ନେବେ ଯାହା ଦ୍ୱାରା ଏହି ଦୁଇ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ। ଗତ ଫେବୃଆରୀ ୧୪ ତାରିଖରେ ପୁଲ୍ୱାମାଠାରେ ହୋଇଥିବା ଜୈଶ୍-ଏ-ମହମ୍ମଦ ଦ୍ବାରା ହୋଇଥିବା ବଡ଼ ଆତଙ୍କୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ୍ ଶହୀଦ୍ ହୋଇଥିଲେ । ଏହି ଘଟଣାରେ ଚୀନ୍ ଦୋମୁହାଁ ନୀତି ଆପଣାଇଥିଲା । ଫୁଲ୍ଓ୍ବାମା ଆକ୍ରମଣ ଘଟଣା…
ମାଟ୍ରିକ ପରୀକ୍ଷାରେ ହୋଇଥିବା କପି ଅଭିଯୋଗରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ ପକ୍ଷରୁ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଖାତା ମୂଲ୍ୟାୟନ ପରେ ବୋର୍ଡର ପରୀକ୍ଷା କମିଟି ଏହି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ପରୀକ୍ଷା ବାତିଲ୍ ପାଇଁ ନିଷ୍ପତ୍ତି ହୋଇଥିବା କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି – ବଲାଙ୍ଗୀର ଜିଲ୍ଲାର ଘୁନୁସର ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍. ଉଚ୍ଚ ବିଦ୍ୟାଳୟ ଏବଂ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ । ବାକି ଥିବା ପରୀକ୍ଷା ପାଇଁ ସମ୍ପୃକ୍ତ ବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ତୃତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ ।
ଭାରତୀୟ ବାୟୁସେନା ଦ୍ଵାରା ଆକ୍ରମଣ ପାକିସ୍ତାନରେ ଘୋର ଅଶାନ୍ତି ସୃଷ୍ଟି କରିଛି ଯାହା ପଡୋଶୀ ଦେଶର ଗଭୀରତାକୁ ସ୍ପର୍ଶ କରିଛି ବୋଲି ଦୃଢୋକ୍ତି ପ୍ରକାଶ ପାଇଛି । ଜୈସ-ଏ-ମହମ୍ମଦର ଆକ୍ରମଣକୁ ପ୍ରତିହତ କରିବାକୁ ଏହା ଏକ ନୂତନ ରଣ କୌଶଳ ବୋଲି ଜାମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି । ଏହି ଆକ୍ରମଣ ପାକିସ୍ତାନକୁ ଦୋହଲାଇ ଦେଇଛି । ସେ କହିଛନ୍ତି ଯେ ବାଲାକୋଟ ବାୟୁ ଆକ୍ରମଣ ପରେ ଭାରତ ଏକ ନୂତନ ଦିଗନ୍ତକୁ ପ୍ରବେଶ କରିଛି । ଉରି ଆକ୍ରମଣ ପରେ ଆମେ ଆମ ଏହାର ଭରଣା କରିଥିଲୁ କିନ୍ତୁ ବାଲାକୋଟ ଜୈଶ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏକ ଆଗୁଆ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ଏକ ସଂପୂର୍ଣ୍ଣ ନୂତନ ରଣ କୌଶଳ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପରେ ଲାଇନ ଅଫ କଣ୍ଟ୍ରୋଲ ପାଖରେ ରହୁଥିବା ଲୋକେ…
ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଏଥିରେ ଇମ୍ରାନ୍ ଖାନ୍ ଦେଶର ସମସ୍ତ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ଭାରତ ନିୟନ୍ତ୍ରଣ ରେଖା (ଏଲ୍ଓସି)ର ଉଲ୍ଲଂଘନ କରିଥିବା ବିଷୟକୁ ସଂଯୁକ୍ତ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ଫୋରମ୍ରେ ଉଠାଇବ । ଏହି ବୈଠକରେ ସେନାର ଶୀର୍ଷସ୍ତରୀୟ ନେତା ତଥା ସେନା ପ୍ରମୁଖ ଜେନେରଲ୍ କମର୍ ଜାଭେଦ ବାଜ୍ଓ୍ବା ପ୍ରମୁଖ ସାମିଲ୍ ରହିଥିଲେ । ଭାରତ ଦ୍ବାରା ଏଲ୍ଓସିର ଉଲ୍ଲଂଘନ ବିଷୟକୁ ଯଥାଶୀଘ୍ର ଇସଲାମିକ୍ ସହଯୋଗ ସଂଗଠନ, ସଂଯୁକ୍ତ ରାଷ୍ଟ୍ର ଓ ମିତ୍ର ରାଷ୍ଟ୍ରଙ୍କ ସମ୍ମୁଖରେ ଉପସ୍ଥାପନ କରିବ । ଭାରତ ସରକାର କେବଳ ନିଜର ବ୍ୟକ୍ତିଗତ ଫାଇଦା ଓ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଆକ୍ରମଣାତ୍ମକ ରୂପ ଦେଖାଇଛନ୍ତି ବୋଲି ଇମ୍ରାନ୍ କହିଛନ୍ତି ।…
ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ସ୍ଵରୂପ ଭାରତ ପକ୍ଷରୁ କରାଯାଇଥିବା ବାୟୁସେନାର ପିଓକେ ଉପରେ ଆକ୍ରମଣକୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ । ସେ ସେନାକୁ ପ୍ରଶଂସା କରିବା ସହିତ ଏହି ସମୟରେ ସମଗ୍ର ଦେଶ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ସମଗ୍ର ଦେଶ ଏବେ ଗର୍ବିତ ଅନୁଭବ କରୁଛି କହିବା ସହିତ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ।
ଫୁଲଓ୍ବାମା ଆକ୍ରମଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଫଶିଥିବା କଂଗ୍ରେସ ନେତା ତଥା କ୍ରିକେଟ୍ର ନବଜୋତ ସିଂ ସିଦ୍ଧୁ ଆଜି ପିଓକେର ହୋଇଥିବା ଆକ୍ରମଣକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ଭାରତୀୟ ବାୟୁସେନାକୁ ପ୍ରଶଂସା କରିବା ସେ ଏକ ଟ୍ବିଟ୍ କରିଛନ୍ତି । ସେ ଏହି ଟ୍ବିଟ୍ରେ ଲେଖିଛନ୍ତି – ‘ଲୁହା ଲୁହାକୁ କାଟିଥାଏ, ନିଆଁ ନିଆଁକୁ କାଟିଥାଏ, ସାପ ବିଷରୁ ବଞ୍ଚିବାର ଔଷଧ ମଧ୍ୟ ବିଷରୁ ହିଁ ତିଆରି ହୁଏ, ଆତଙ୍କବାଦୀଙ୍କ ବିନାଶ ଅନିବାର୍ଯ୍ୟ । ଭାରତୀୟ ବାୟୁସେନାର ଜୟ ହେଉ । ଜୟ ହିନ୍ଦ୍, ଜୟ ହିନ୍ଦ୍ କି ସେନା ।’ ଆଉ ଏକ ଟ୍ବିଟ୍ରେ ସିଦ୍ଧୁ ଲେଖିଛନ୍ତି ଯେ – ଭୁଲ ଠିକ୍ର ଯୁଦ୍ଧରେ ନିରପେକ୍ଷ ରହିହେବ ନାହିଁ। ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସାବାସ୍ ଭାରତୀୟ ବାୟୁସେନା । ଜୟ ହିନ୍ଦ । ଗତ ଫେବୃଆରୀ ୧୪ ତାରିଖ ଫୁଲ୍ଓ୍ବାମା…
୨୦୧୭ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଡିଟର ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’ ମିଳିବ ବୋଲି ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନ ମଧ୍ୟ ଘୋଷଣା କରାଯାଇଛି। ‘ହେଲୋ ଆର୍ସି’ ପାଇଁ ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ସେହିଭଳି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏହି ପୁରସ୍କୃତ ହେବେ। ଅନ୍ୟପକ୍ଷରେ ‘ଲୈଲା ଓ ଲୈଲା’ ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ୬ଷ୍ଠ ରାଜ୍ୟ ଟେଲି ପୁରସ୍କାର ବି ଘୋଷଣା କରାଯାଇଛି। ତରଙ୍ଗ ପ୍ରଡକ୍ସନର ‘ନୂଆବୋହୂ’ ଶ୍ରେଷ୍ଠ ଧାରାବାହିକ ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଛି।
ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍ ଭୂମି ବିବାଦର ମଧ୍ୟସ୍ଥତା ପୂର୍ବକ ସମାଧାନ ପାଇଁ ଏହାର ଶୁଣାଣୀକୁ ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚାଇଛନ୍ତି । ମୁଖ୍ୟ ନ୍ୟାୟଧୀଶ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣୀ କରି ଏହାକୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି ପ୍ରସ୍ତାବ ଉପରେ ନ୍ୟାୟଳୟ କହିଥିଲେ ଯେ, ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ଏବଂ ତାହାକୁ ପ୍ରଥମେ ପ୍ରଥମେ ଅଗ୍ରାଧିକାରୀ ଦିଆଯିବ । ନ୍ୟାୟାଳୟଙ୍କ ଏହି ପ୍ରସ୍ତାବ ଉପରେ ରାମଲଲାଙ୍କ ତରଫରୁ ଓକିଲ ସି.ଏସ୍.ବୈଦନାଥନ୍ ବିରୋଧ କରିବା ସହିତ ପ୍ରଥମେ ଅସଫଳ ରହିଥିଲେ । ଅନ୍ୟ ହିନ୍ଦୁ ପକ୍ଷଧାରୀଙ୍କ ତରଫରୁ ବରିଷ୍ଠ ଅଧିବକ୍ତା ଦୁଷ୍ମନ୍ତ…
ଭାରତୀୟ ବାୟୁ ସେନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ସାରା ଦେଶ ପ୍ରଶଂସା କରୁଛି । ବାୟୁ ସେନାର ଏପରି ସାହସିକତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟର୍ ଆକାଉଣ୍ଟ୍ରେ ବାୟୁସନୋକୁ ସାଲ୍ୟୁଟ୍ ଜଣାଇ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍।’ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍ କରି ଟ୍ବିଟ୍ କରିଥିଲେ । ସେହିପରି ଆମ୍ଆଦ୍ମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜ୍ରୀଓ୍ବାଲ୍ ମଧ୍ୟ
ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ବିଦେଶ ମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ବୈଠକ କରି ସୁରକ୍ଷା ସମୀକ୍ଷା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପାକ୍ ସେନାର ବରିଷ୍ଠ ପଦାଧିକାରୀ ବି ସାମିଲ ହେବେ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସଂସଦରେ ଭାରତର ଆକ୍ରମଣ ପ୍ରସଙ୍ଗ କଥା ଉଠିଛି । ଏହାସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରାଯାଇଥିବା ସୂଚନା ମିଳିଛି ।
ଟି-ଟ୍ୱେଣ୍ଟି କ୍ରିକେଟରେ ୮ହଜାର ରନ୍ ପୂରଣ କରିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା। ଏହି ସଫଳତା ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ଖେଳାଳି। ଗତକାଲି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉତ୍ତରପ୍ରଦେଶ ପାଇଁ ଖେଳୁଥିବା ମ୍ୟାଚରେ ୧୨ ରନ୍ ହାସଲ କରି ଏହି ସଫଳତାର ଅଧିକାରୀ ହୋଇଥିଲେ ରୈନା। ଏହି ମ୍ୟାଚରେ ପୁଡୁଚେରୀକୁ ୭୭ରନରେ ହରାଇଥିଲା ଉତ୍ତରପ୍ରଦେଶ। ଏହାସହ ରୈନା କ୍ୟାରିଅରର ୩ଶହ ଟି-ଟ୍ୱେଣ୍ଟି ମ୍ୟାଚ୍ ପୂରଣ କରିଛନ୍ତି। ତାଙ୍କ ଉପରେ ଅଛନ୍ତି ଧୋନି (୩୦୧ ମ୍ୟାଚ ଖେଳିଛନ୍ତି)। ରୈନା ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇ ‘ଜୈଶ ର ବହୁ ଶିବିର ଧ୍ୱଂସ କରାଯାଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଭାରତୀୟ ସେନା ବିରାଟ ସଫଳତା ପାଇବା ପରେ ବଲିଉଡରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଖୁସି ଜାହିର୍ କରି ଟ୍ବିଟ୍ କରିଛନ୍ତି ଯେ, ଅନ୍ଦର ଘୁସ୍ କେ ମାରୋ । ବଲିଉଡ କମେଡିଆନ୍ ତଥା ବିଜେପି ସାଂସଦ ପରେଶ୍ ରାଓ୍ବଲ କହିଛନ୍ତି, ‘ଭାରତୀୟ ସେନା ଓ ନରେନ୍ଦ୍ର ମୋଦି ସାର୍ଙ୍କୁ ଧନ୍ୟବାଦ୍, ଜୟ ହୋ’। ସେହିପରି ଅଭିନେତା ଅନୁପମ ଖେର ‘ଭାରତ ମାତା କି ଜୟ୍’ ବୋଲି ଟ୍ବିଟ୍ କରିଛନ୍ତି । ଅଭିନେତା ଅଜୟ ଦେବଗନ ଭାରତୀୟ ସେନାଙ୍କୁ ସଲାମ କରିଛନ୍ତି। ଅଭିନେତ୍ରୀ ରବିନା ଟଣ୍ଡନ…
ପାକ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ବାୟୁସେନା ସର୍ଜିକାଲ୍ ଷ୍ଟ୍ରାଇକ କରି ଧ୍ୱଂସ କରିଛି। ସେନାର ଏହି ଅପରେସନ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ। ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସର୍ଜିକାଲ୍ ଷ୍ଟ୍ରାଇକ୍ ବିଷୟରେ ଅବଗତ କରାଯାଇଛି। ପାକ୍ ଅଧିକୃତ କଶ୍ମୀରର ବାଲାକୋଟର ଥିବା ଜୈଶ୍-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିଛି ଭାରତ। ଏହି ଶିବିର ମୌଲାବୀ ୟୁସୁଫ ଅଝାର ନେତୃତ୍ୱରେ ପରିଚାଳିତ ହେଉଥିଲା। ସୁରକ୍ଷା ଦୃଷ୍ଟିରୁ ଭାରତରେ ବହୁବାର ଆତ୍ମଘାତୀ ଆକ୍ରମଣ ଘଟାଇଥିବା ଜୈଶର ଶିବିର ଧ୍ୱଂସ କରିବାର ଆବଶ୍ୟକତା ଥିଲାବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପୁଲୱାମା ଆକ୍ରମଣ ପରେ ଭାରତ ଉପରେ ଜୈଶ-ଏ ମହମ୍ମଦ (ଜେଇଏମ) ଆତଙ୍କବାଦୀ ସଂଗଠନ ପୁଣି ଏକ ବଡ଼ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ…
ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ୍ ଧମାଲକୁ ମିଳିଛି ଅପୂର୍ବ ସଫଳତା । ଦର୍ଶକେ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଥିବାବେଳେ ବକ୍ସ ଅଫିସ୍ରେ ଏହା ଧମାକାଦାର ପ୍ରଦର୍ଶନ କରୁଛି। ମାତ୍ର ୪ ଦିନରେ ଫିଲ୍ମଟି ୭୦ କୋଟି ଟଙ୍କା ଆୟ କରିଛି। ସୂଚନା ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୧୬ କୋଟି ୫୦ ଲକ୍ଷ, ଦ୍ୱିତୀୟ ଦିନରେ ୨୦ କୋଟି ୪୦ ଲକ୍ଷ, ତୃତୀୟ ଦିନରେ ଏହା ୨୫ କୋଟି ୫୦ ଲକ୍ଷ ଟଙ୍କା ଓ ଚତୁର୍ଥ ଦିନରେ ୩୬କୋଟି ୯୦ଲକ୍ଷ ଆୟ କରିଛି। ତେବେ ଦ୍ୱିତୀୟ ସପ୍ତାହର ୱିକେଣ୍ଡ ସୁଦ୍ଧା ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି। ଧମାଲ ପ୍ରାଞ୍ଚାଇଜ୍ର ଏହା ହେଉଛି ତୃତୀୟ ଫିଲ୍ମ। ଏଥିରେ ନବେ ଦଶକର ହିଟ୍ ଯୋଡ଼ି ଅନୀଲ କପୁର ଓ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ…

