କେଦାର ମିଶ୍ର ନିର୍ବାଚନ ସମୟରେ କଂଗ୍ରେସ ଦଳର ଟିକଟ ବଣ୍ଟନ ପ୍ରକ୍ରିୟାକୁ ନେଇ ଅନେକ ରାଜନୈତିକ ଜୋକ୍ସରହିଛି। ଏ ଦଳରୁ କିଏ କେତେବେଳେ ଟିକଟ ପାଇବ ଓ କେତେବେଳେ କାହାର ଟିକଟ କଟିବ, ସେକଥା କହିବା ବଡ ମୁସ୍କିଲ। ହେଲେ ଏ ନିର୍ବାଚନରେ କଂଗ୍ରେସ ଦଳ ବେଶ ସୁଧୁରି ଯାଇଛି। ଓଡିଶାରେ ବିଧାନସଭା ଓ ଲୋକସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ହେଉଥିବାରୁ ଏଠି ପ୍ରାର୍ଥୀ ତାଲିକା ଯଥାଶୀଘ୍ର ପ୍ରକାଶ ପାଇବା ଆବଶ୍ୟକ। ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ତିନି ଦିନ ହେଲାଣି ନିଜର ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଲେଣି। ବିଜେଡି ତାଲିକା ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ଭିତରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ତାଲିକାର ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି। ଆଜି କାଲି ହୋଇ ଇତି ମଧ୍ୟରେ ଅନ୍ୟ ଦଳର ପ୍ରାର୍ଥୀ ମାନେ ନିଜର…
Author: Samikhsya Bureau
ବିଜେଡିରୁ ଟିକେଟ ପାଇନଥିବା ଅସନ୍ତୁଷ୍ଟ ବିଧାୟକ ମାନେ ବିଜେପିରେ ଯାେଗ ଦେଇଛନ୍ତି। ଏହି ତାଲିକାରେ ସାମିଲ ହାେଇଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ଆସିକା ବିଧାୟକ ଦେବରାଜ ମହାନ୍ତି। ଏହି ତିନି ଜଣଙ୍କ ବ୍ୟତୀତ ପୂବର୍ତନ ବିଧାୟକ କାଶୀନାଥ ମଲ୍ଲିକ, ନୀଳମଣି ବିଷୋୟୀ ଏବଂ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ସୁନ୍ଦରଗଡର ପୂର୍ବତନ ବିଜେଡ଼ି ନେତ୍ରୀ କୁସୁମ ଟେଟେ ବିଜେପିରେ ସାମିଲ ହୋଇଛନ୍ତି। ସେ ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଏମାନଙ୍କ ସହ ବହୁ ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ନବରଙ୍ଗପୁରର ବିଜେଡି ସାଂସଦ ବଳଭଦ୍ର ମାଝୀ ବିଜେପିରେ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ ଆଜି ବିଜେଡିରୁ ଇସ୍ତଫା ଦେଇଥିବା ଅର୍କ କେଶରୀ ଦେଓ ଏବଂ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ମଧ୍ୟ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି।
୨୦୧୯ ସାଧାରଣ ନିର୍ବାଚନର ଉଷ୍ମତା ଧିରେ ଧିରେ ସାରା ଦେଶରେ ବଢିବାରେ ଲାଗିଛି। ଓଡିଶାରେ ମଧ୍ୟ ସବୁ ଦଳ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଉଦ୍ୟମ ଆରମ୍ଭ କରିସାରିଲେଣି। ବିଜେଡ଼ି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ପ୍ରଥମ ଆଉ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, ବିଜେପି କିନ୍ତୁ ପଛରେ ରହିଯାଇଛି। ବିଜେପି ଏ ପର୍ଯ୍ୟନ୍ତ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିପାରିନି। କିନ୍ତୁ ଏହି ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକଙ୍କ ତାଲିକା ଆଜି ପ୍ରସ୍ତୁତ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଓଡିଶାର ବହୁ ପୁରୁଖା ନେତାଙ୍କ ନାମ ରହିଛି। ସେମାନେ ହେଲେ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ପ୍ରକାଶ ଜାବେଦକର, ସ୍ମୃତି ଇରାନୀ, ହେମା ମାଳିନୀ, ଉତ୍ତରପ୍ରଦେଶ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସର ‘ଚୌକିଦାର ଚୋର ହେ’ କୁ ଟାର୍ଗେଟ କରିବା ସହିତ କଂଗ୍ରେସ ସିଧାସଳଖ ଆକ୍ରମଣ କରିବାର ସାହସ ରଖୁନାହିଁ ତେଣୁ ପରୋକ୍ଷ ଆକ୍ରମଣ କରୁଛି ବୋଲି କହିଛନ୍ତି। ହୋଲି ଅବସରରେ ହଜାର ହଜାର ଚୌକିଦାରଙ୍କ ସହିତ ଏକ ଅନନ୍ୟ କାର୍ଯ୍ୟକ୍ରମରେ ଭାଗନେବା ସମୟରେ ମୋଦି କହିଥିଲେ ସିଧାସଳଖ ବ୍ୟକ୍ତିଗତ ଆକ୍ରମଣ କରିଥିଲେ ମୋତେ ଖରାପ ଲାଗିନଥାନ୍ତା। ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଏକ ଚୌକିଦାର ରହିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ ମୋଦି। ବିପକ୍ଷ ଦଳ ଗୁଡିକୁ ସମାଲୋଚନା କରିବା ସହିତ ଏହି ଦଳଗୁଡିକ ପାକିସ୍ତାନରେ ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣକୁ ହଜମ କରିପାରୁ ନାହାନ୍ତି। ଯେ କୌଣସି ଲୋକ ଦେଶର ସୁରକ୍ଷା କରିଥାଏ ସେ ଜଣେ ଚୌକିଦାର। ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ ରାେଗରୁ ରକ୍ଷା କରୁଥିବା ଡାକ୍ତର ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ। ଶେଷରେ ମୋଦି କହିଥିଲେ ଯେ, କିଛି ଲୋକ ଚୌକିଦାରଙ୍କୁ ଚୋର…
୧୪୦୦୦କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ନୀରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଥିବା ବେଳେ ଏହି ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି ବାେଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ସାମ୍ବାଦିକଙ୍କ ସହିତ ଆଲୋଚନା ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ବିଜେପି ସେମାନେ ପ୍ରଥମେ ପଳାୟନ କରିବାରେ ସହାୟତା କରିଥିଲେ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶକୁ ଆଣୁଛନ୍ତି। ନିର୍ବାଚନ ପରେ ସେମାନଙ୍କୁ ପୁନର୍ବାର ପଳାୟନ କରିବାରେ ସୁଯୋଗ ମିଳିବ ବୋଲି ଶ୍ରୀ ଆଜାଦ କହିଛନ୍ତି।
ଭାରତୀୟ ବଜାରରେ ଆସନ୍ତା ବର୍ଷ ପ୍ରବେଶ କରିବାକୁ ଯାଉଛି ମୋରିସ୍ ଗ୍ୟାରେଜ୍। ନିଜ ବ୍ରାଣ୍ଡର ଗୁଣବତ୍ତା ଏବଂ ବିଶ୍ବସନୀୟତା ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ କମ୍ପାନୀ ଏକ ୭ ସିରିଜ ବିଶିଷ୍ଟ ଓ୍ବେବ୍ ସିରିଜ୍ ନିର୍ମାଣ କରିବାକୁ ଯାଉଛି। ଏହି ଓ୍ବେବ୍ ସିରିଜ୍ର ନିର୍ମାଣ ନିମନ୍ତେ ମୋରିସ୍ ଗ୍ୟାରେଜ୍ ଟ୍ରିପୋଟୋ ସହିତ ହାତ ମିଳାଇଛି। ଏହି ଓ୍ବେବ୍ ସିରିଜ୍ର ନାମ ରହିଛି ‘ଓ୍ବାର୍ଲ୍ଡ ଅଫ୍ ଏମ୍ଜି : ଆନ୍ ଇଣ୍ଡିଆନ୍ ଆବ୍ରୋଡ୍’ । ୭ ଟି ସିରିଜ ୭ ଅଲଗା ଦେଶରେ ସୁଟିଂ ହେବାକୁ ଥିବାବେଳେ ଅଭିନେତା ଏବଂ ମଡେଲ ଆମୋଲ ପରାସରଙ୍କୁ ଟ୍ରିପୋଟୋ ପକ୍ଷରୁ ଚୟନ କରାଯାଇଛି।
ବିଏସ୍ପି ନେତା ଚନ୍ଦ୍ରପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ମୃତି ଇରାନୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଆମେଥୀରେ ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି ବାେଲି କେନ୍ଦ୍ରମନ୍ତ୍ରୀ ଇରାନୀ ପ୍ରକାଶ କରିଥିଲେ। ୨୦୦୪ରେ ଶ୍ରୀ ମିଶ୍ର ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରି ସମୁଦାୟ ଭୋଟର ୧୬.୮୫ ପ୍ରତିଶତ ଭୋଟ ହାସଲ କରିଥିଲେ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ହଜାର କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ଗହଣା ବ୍ୟବସାୟୀଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ବ୍ରିଟିଶ ପୋଲିସ ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ମୋଦିଙ୍କୁ ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ ଗିରଫ କରାଯାଇଥିଲା। ବୁଧବାର ମୋଦିଙ୍କୁ ଲଣ୍ଡନର ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପ୍ରତ୍ୟର୍ପଣ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଏହି ଖବରକୁ ସ୍ବୀକାର କରାଯାଇଛି। ବର୍ତ୍ତମାନ ମୋଦିଙ୍କୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପୁର୍ବରୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ମୋଦିଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପରି ନୀରବ ମୋଦିଙ୍କ ପ୍ରତ୍ୟପର୍ଣ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ୟୁକେ ଗୃହ ସଚିବ ସାଜିଦ ଜାଭିଦ୍ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେ ଭି ଚୌକିଦାର’ ଅଭିଯାନକୁ ଆକ୍ରମଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ବୁଧବାର କେଜ୍ରିଓ୍ବାଲ କହିଛନ୍ତି ଯେଉଁମାନେ ନିଜ ସନ୍ତାନଙ୍କୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି ସେମାନ ମୋଦିଙ୍କୁ ଭୋଟ ଦିଅନ୍ତୁ କାରଣ ମୋଦିଜୀ ସମଗ୍ର ଦେଶକୁ ଚୌକିଦାର ବନାଇବାକୁ ଚାହୁଁଛନ୍ତି। ଯଦି ଆପଣ ନିଜ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଡାକ୍ତର, ଇଞ୍ଜିନିୟର ଇତ୍ୟାଦି ବନାଇବାକୁ ଚାହୁଁଛନ୍ତି ତେବେ ଆପଣ ଆପ୍କୁ ଭୋଟ ଦିଅନ୍ତୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ବିଟ୍ଟର ଜରିଆରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ୧୬ ତାରିଖରେ ‘ମେ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିବା ପରେ ହାର୍ଦ୍ଦିକ ପଟେଲ, ମାୟାବତୀଙ୍କ ପରେ କେଜ୍ରିଓ୍ବାଲ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି।
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ପ୍ରଥମ ଥର ପାଇଁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହେବାକୁ ଯାଉଛି। ରାଷ୍ଟ୍ରପତି ଫେଲିକ୍ସ ଟିସେକେଡିଙ୍କ ନିର୍ବାଚନ କଙ୍ଗୋର ଜନସାଧାରଣଙ୍କ ପାଇଁ ଏକ ଅସାଧାରଣ ସୁଯୋଗ ବୋଲି ମିଳିତ ଜାତିସଂଘର ମାନବାଧିକାର ସାଧାରଣ ସଚିବ ଆଣ୍ଡ୍ରୁ ଗ୍ଲିମର କହିବା ସହିତ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଡିସେମ୍ବରରେ ଟିସେକେଡି ନିର୍ବାଚନରେ ବିଜୟ ହାସଲ କରିଥିଲେ ମଧ୍ୟ ପୂବର୍ତନ ରାଷ୍ଟ୍ରପତି ଜୋସେଫ କାବିଲା କାର୍ଯ୍ୟାଳୟ ଛାଡିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଫଳରେ ଏହି ପ୍ରକ୍ରିୟାରେ ୨ବର୍ଷ ବିଳମ୍ବ ହାେଇଥିଲା । ୮କୋଟି ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ୬୦ବର୍ଷ ପୂର୍ବରୁ ବେଲିଜିୟମ୍ ନିକଟରୁ ସ୍ବାଧୀନତା ହାସଲ କରିଥିବା ବେଳେ ଦୀର୍ଘ ୧୮ ବର୍ଷ ଧରି ଜୋଶେଫ କାବିଲା କଙ୍ଗୋର ରାଷ୍ଟ୍ରପତି ରହିଥିଲେ।
ଟିକେଟ ବଣ୍ଟନକୁ ନେଇ ଦଳରେ ଅଳ୍ପ କିଛି ସ୍ଥାନରେ ଅସନ୍ତୋଷ ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ପକ୍ଷରୁ ଅରୁଣ ସାହୁ କହିଛନ୍ତି ଯେ ବିଜେଡି ଓଡିଶାର ସର୍ବବୃହତ ଦଳ ତେଣୁ ସମସ୍ତେ ବିଜେଡିରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ବିଚାର ବିମର୍ଶ ପରେ ଟିକେଟ ବଣ୍ଟନ କରାଯାଇଛି। ଅଳ୍ପ କିଛି ସ୍ଥାନରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଦଳୀୟ ଅସନ୍ତୋଷକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ନାରାୟଣ ରାଓ ବିଜେଡିରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଆଜି ପ୍ରତ୍ୟୁଷା ରାଜେଶ୍ବରୀ, ଅର୍କ କେଶରୀ ଦେଓ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକ ଇସ୍ତଫା ପ୍ରଦାନ କରିଛନ୍ତି।
ପାରଳାଖେମୁଣ୍ଡିର ବିଜେଡ଼ିର ପୂବର୍ତନ ବିଧାୟକ ନାରାୟଣ ରାଓ ଆାଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ ନାରାୟଣ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି ତରଫରୁ ଶ୍ରୀମତୀ କଲ୍ୟାଣୀ ଗଜପତିଙ୍କୁ ଚୟନ କରାଯାଇଛି। ଶ୍ରୀମତୀ କଲ୍ୟାଣୀ କିଛିଦିନ ତଳେ ବିଜେଡ଼ିରେ ଯୋଗଦେଇଥିଲେ। ତେବେ ନୂଆକରି ଯୋଗ ଦେଉଥିବା ନେତାଙ୍କୁ ଦଳ ଟିକେଟ ଦେଇ ପୁରୁଣା ଲୋକ ତଥା ଦଳ ପାଇଁ ପରିଶ୍ରମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଛି କହି ନାରାୟଣ ଅଭିଯୋଗ ଆଣିବା ସହିତ ଇସ୍ତଫା ପ୍ରଦାନ କରିଥିଲେ।
ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ଟିକେଟ କଟିବା ପଛରେ ଅସନ୍ତୁଷ୍ଟ ପୂର୍ଣ୍ଣଚନ୍ଦ୍ର ଦଳର କିଛି ମୁଷ୍ଟିମେୟ ନେତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଦଳକୁ ସମାଲୋଚନା କରିବା ସହିତ ଟିକଟ ପାଇଥିବା ନେତା ୭ କୋଟି ୩୨ ଲକ୍ଷଟଙ୍କାର ଅର୍ଥ ହେରଫେରରେ ସାମିଲ ଥିବା ନେଇ ଅଭିଯୋଗ ଆଣିଛନ୍ତି। ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପାଇଁ ଆସିଥିବା ଅର୍ଥକୁ ବାଟମାରଣା କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ଣ୍ଣଚନ୍ଦ୍ର। ଦଳରେ ଦୁର୍ନୀତିମୁକ୍ତଙ୍କ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ଭୁଲ୍ ଲୋକଙ୍କୁ କଦାପି ସମର୍ଥନ କରିପାରିବେ ନାହିଁ ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର। ସୂଚନାଯୋଗ୍ୟ ଯେ, ଦଶପଲ୍ଳାରୁ ରମେଶ ବେହେରାଙ୍କୁ ବିଜେଡିର ଟିକେଟ ମିଳିଛି।
ବିଜେଡିରୁ ଇସ୍ତଫା ଦେଇଛନ୍ତି ପ୍ରତ୍ୟୁଷା ସିଂଦେଓ। କନ୍ଧମାଳରୁ ସାଂସଦ ରହିଥିବା ପ୍ରତ୍ୟୁଷାଙ୍କୁ ଟିକେଟ୍ ନମିଳିବାରୁ ଦଳ ଛାଡିଥିବା ପ୍ରତ୍ୟୁଷା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳପ୍ରତି ମୋର ଆନୁଗତ୍ୟକୁ ଅଣଦେଖା କରାଯାଇଛି ବୋଲି କହିବା ସହିତ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡି ୩୩ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାର ନାରା ଲଗାଇଥିଲେ ମଧ୍ୟ ଦଳ ତାଙ୍କୁ ଟିକଟ ନଦେବାରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ରରେ ଅରୁଣ ସାହୁ ଏବଂ ବିକ୍ରମ ଆରୁଖଙ୍କୁ ଦୋଷାରୋପ କରିଛନ୍ତି ପ୍ରତ୍ୟୁଷା। ସ୍ବାମୀଙ୍କ ମୃତ୍ୟୁ ପରେ ଅରୁଣ ସାହୁ ହଇରାଣ କରୁଥିବାର ଅଭିଯୋଗ ଆଣିବା ସହିତ ବିକ୍ରମ ଆରୁଖଙ୍କ ପାଇଁ ଟିକଟ କାଟି ଦିଆଗଲା ବୋଲି ରାଜେଶ୍ବରୀ ଅଭିଯୋଗ ବାଢିଛନ୍ତି।
ବୁଧବାର ବିଜେପି ଚଳିତ ଲୋକସଭା ନିର୍ବାଚନ ନିମନ୍ତେ ଏହାର ପ୍ରାର୍ଥୀପତ୍ର ଘୋଷଣା ପୂବର୍ରୁ ଉତ୍ତର ପ୍ରଦେଶରେ ବଡ ପରିବର୍ତ୍ତନ ହାେଇପାରେ ବାେଲି ଆଶଙ୍କା ପ୍ରକାଶ ପାଇଛି। ମଙ୍ଗଳବାର ରାତ୍ରରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଏହି ବୈଠକ ଅନେକ ପରିବର୍ତ୍ତନର ସୂଚନା ଦେଉଛି। ୨୦୧୪ ସାଧାରଣ ନିର୍ବାଚନରେ ଦଳ ଉତ୍ତର ପ୍ରଦେଶରେ ୭୩ ଆସନ ହାସଲ କରିଥିଲା। ପ୍ରାପ୍ତ ସୂଚନା ପ୍ରାୟ ୨୫ସାଂସଦ ନିଜର ଆସନ ହରାଇବାର ସମ୍ଭାବନା ରହିଛି। ୟୁପି, ଆସାମ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୧ ଆସନରେ ଏପ୍ରିଲ୍ ୧୧ରେ ନିର୍ବାଚନ ହେବାକୁ ଥିବା ବେଳେ ୯୭ ଆସନରେ ଏପ୍ରିଲ୍ ୧୮ରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। କର୍ଣ୍ଣାଟକରେ ଦୁଇ ପର୍ଯ୍ୟାୟରେ ୧୮ ଏବଂ ୨୩ରେ ନିର୍ବାଚନ ହେବାକୁ ଥିବାରୁ ଏହା ଉପରେ କେନ୍ଦ୍ରୀୟ କମିଟିର ନଜର ରହିଥିବା…
ସମସ୍ୟା ମଧ୍ୟରେ ଗତି କରୁଥିବା ଜେଟ୍ ଏୟାରଓ୍ବେଜ୍ ପାଇଁ ଏକ ନୂତନ ସମସ୍ୟା ଦେଖାଦେଇଛି। ବେତନ ପାଇନଥିବାରୁ ଏହାର ପାଇଲଟ୍ ମାନେ ଆସନ୍ତା ୧ତାରିଖରୁ ଧାରଣାରେ ବସିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ବିଗତ ତିନି ମାସ ଧରି ନିଜର ଦରମା ପାଇନଥିବାରୁ ଏହି ବିମାନ ଚଳାଚଳ ସଂସ୍ଥାର ପ୍ରାୟ ୩୦୦ପାଇଲଟ୍ ମାର୍ଚ୍ଚ ୩୧ପୂର୍ବରୁ ଏହି ସମସ୍ୟାର ସମାଧାନ ନହେଲେ ଏପ୍ରିଲ୍ ୧ରୁ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବାର ନିଷ୍ପତ୍ତି ନେଇଛନ୍ତି। ପାଇଲଟ୍ ମାନେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇର ସିରୋୟାରେ ଧାରଣାରେ ବସିବେ ବୋଲି ଜଣାପଡିଛି। ସୂଚନାେଯାଗ୍ୟ ଯେ ପୂବର୍ରୁ ଏଟିହାଡ୍ ପ୍ଲସ୍ ଏହି ଏୟାରଲାଇନ୍ସରେ ନିବେଶ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ପରେ କମ୍ପାନୀ ମୁଖ୍ୟ ନରେଶ ଗାେୟଲ ବତ୍ତର୍ମାନ କାତାର ଏୟାଓ୍ବେଜ୍ ସହିତ ଆଲୋଚନା କରୁଛନ୍ତି।
ଅନ୍ତରୀକ୍ଷରେ ସୁରକ୍ଷାକୁ ନେଇ ବ୍ରାଜିଲ୍ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଆମେରିକୀୟ ଗୃହ ବିଭାଗ ବ୍ରାଜିଲ୍ ସହିତ ମଙ୍ଗଳବାର ଏହି ଚୁକ୍ତି ସ୍ବାକ୍ଷର କରିଛି। ଏହି ଦକ୍ଷିଣ ଆମେରିକୀୟ ରାଷ୍ଟ୍ରରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଗୁଡିକର ବୈଷୟିକ ରକ୍ଷଣାବେକ୍ଷଣ ନେଇ ଏହି ଚୁକ୍ତି ସ୍ବାକ୍ଷର କରାଯାଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଗୃହବିଭାଗର ଅନ୍ତର୍ଜାତୀୟ ସୁରକ୍ଷା ସହକାରୀ ସଚିବ କ୍ରୀଷ୍ଟୋଫର ଫୋର୍ଡ ଏବଂ ବ୍ରାଜିଲ ବୈଦେଶିକ ମନ୍ତ୍ରୀ ଏର୍ଣ୍ଣେଷ୍ଟୋ ଆରାଉଜାଓଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି।
ପରିବାରବାଦ ରାଜନୀତିକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ରାଜନୀତିରେ ସବୁଠୁ ଅଧିକ ସମସ୍ୟା ଭୋଗିଥାଏ ସମାଜ। ଗଣମାଧ୍ୟମ ଠାରୁ ସଂସଦ ଏବଂ ସେନା ଠାରୁ ନେଇ ମତପ୍ରକାଶର ଅଧିକାର ଏବଂ ନିର୍ବାଚନମଣ୍ଡଳୀ ଠାରୁ ନେଇ ବିଚାରାଳୟ ସମସ୍ତ ସଂସ୍ଥାନ ପରିବାରବାଦ ରାଜନୀତି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହାେଇଥାଏ ବୋଲି ମୋଦି ନିଜର ଟ୍ବିଟ୍ଟର ଆକାଉଣ୍ଟରେ ସେୟାର କରିଛନ୍ତି। ପରିବାରବାଦରୁ ସୃଷ୍ଟି ରାଜନୈତିକ ଦଳ ଗୁଡିକ କଦାପି ମୁକ୍ତ ଏବଂ ଅବାଧ ଗଣମାଧ୍ୟମକୁ ସମର୍ଥନ କରିନଥାଏ। ତେଣୁ ମତପ୍ରକାଶ ଉପରେ କଂଗ୍ରେସ ତରଫରୁ ଅଣାଯାଇଥିବା ସମ୍ବିଧାନ ସଂଶୋଧନ ନିୟମକୁ ନେଇ ଆଦୌ ଆଶ୍ଚର୍ଯ୍ୟ ହେବା ଅନୁଚିତ୍। ଏହା ସହିତ ମୋଦି କହିଥିଲେ କଂଗ୍ରେସ ଶାସନ ସମୟରେ ଏପରି ନିୟମ ପ୍ରଣୟନ କରାଯାଇଛି ଯାହାଦ୍ବାରା କିଛି ଅପମାନଜନକ ପୋଷ୍ଟ କରିବା ନିମେନ୍ତ ଜେଲ୍ ଯିବାକୁ ପଡିଥାଏ। କୌଣସି ୟୁପିଏ ନେତାଙ୍କ ପୁଅ ବିଷୟରେ ଟ୍ବିଟ୍ କରି ସାଧାରଣ ନାଗରିକଙ୍କୁ ଜେଲ୍ ଯିବାକୁ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ଗଞ୍ଜାମ ବିଜେଡିର ଅନେକ ବରିଷ୍ଠ ନେତା ନବୀନଙ୍କ ସହିତ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଶ୍ରୀ ପଟ୍ଟନାୟକ ଚଳିତ ନିର୍ବାଚନରେ ଦୁଇଟି ବିଧାନସଭା ଆସନ ବିଜେପୁର ଏବଂ ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ବେଳେ ପ୍ରଥମେ ହିଞ୍ଜିଳିରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମଙ୍କ କେତୋଟି ଆସନ ଜିତିବେ ପ୍ରଶ୍ନର ଉତ୍ତରରେ ଆସନ୍ତା ନିର୍ବାଚନରେ ପ୍ରଚୁର ଆସନ ଜିତି ସରକାର ଗଠନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନିର୍ବାଚନକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ସମାଲୋଚନା କରିଛନ୍ତି। ଶ୍ରୀ ପାତ୍ର ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ଦଳ ରାଜ୍ୟରେ ୧୨୦ ଆସନ ହାସଲ କରିବା ନେଇ ବାହାସ୍ଫୋଟ ମାରୁଥିଲେ ମଧ୍ୟ ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ନିର୍ବାଚନ ତାରିଖ ଘୋଷଣା ସରିଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଅପରପକ୍ଷରେ ବିଜେଡି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଶେଷ ତାରିଖ ୨୫ ଓ ୨୬ ହୋଇଥିବା ବେଳେ ଦଳକୁ ପ୍ରାର୍ଥୀ ମିଳୁନଥିବା ନେଇ ତାତ୍ସଲ୍ୟ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ପାତ୍ର। ସେହିପରି କଂଗ୍ରେସକୁ ମଧ୍ୟ କଟାକ୍ଷ କରି ଶ୍ରୀ ପାତ୍ର କହିଛନ୍ତି ଯେ, ଦଳ ସର୍ବଦା ମହିଳାଙ୍କ ସୁରକ୍ଷା ନିମନ୍ତେ ଚିତ୍କାର କରୁଥିଲେ…
ଭାରତରେ ଲୋକପାଳ ବିଲ୍ ପାଶ୍ ହେବାର ଦୀର୍ଘ ୬ବର୍ଷ ପରେ ଦେଶକୁ ଏହାର ପ୍ରଥମ ଲୋକପାଳ ମିଳିଛି। ପୂବର୍ତନ ସୁପ୍ରିମ୍କୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷଙ୍କୁ ଦେଶର ପ୍ରଥମ ଲୋକପାଳ ହେବାର ସୁଯୋଗ ମିଳିଛି। ପୂର୍ବତନ ସଶସ୍ତ୍ର ସୀମାବଳ ମୁଖ୍ୟ ଅଚ୍ଚର୍ନା ରାମସୁନ୍ଦରମ୍, ପୂବର୍ତନ ମହାରାଷ୍ଟ୍ର ମୁଖ୍ୟ ସଚିବ ଦୀନେଶ କୁମାର ଜୈନ, ମହେନ୍ଦ୍ର ସିଂ ଏବଂ ଇନ୍ଦ୍ରଜିତ୍ ପ୍ରସାଦ ଗୌତମଙ୍କୁ ଏହି ଦଳରେ ଅଣନ୍ୟାୟିକ ସଦସ୍ୟ ଭାବରେ ମନୋନୀତ କରାଯାଇଛି। ସେହିପରି ଜଷ୍ଟିସ୍ ଦିଲିପ୍ ବି ଭୋସ୍ଲେ, ପ୍ରଦୀପ କୁମାର ମହାନ୍ତି, ଅଭିଳାଶା କୁମାରୀ ଏବଂ ଅଜୟ କୁମାର ତ୍ରୀପାଠୀଙ୍କୁ ନ୍ୟାୟିକ ସଦସ୍ୟ ଭାବରେ ଏହି ଦୁର୍ନୀତି ନିବାରଣ ବିଭାଗରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କମିଟିର ସୁପାରିଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିବା ପରେ ସରକାରୀ ଭାବରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ରାଜ୍ୟ ଗୋଷ୍ଠୀ କ୍ରୀଡା ଦୁର୍ନୀତି ଏବଂ କୋଲ୍ଗେଟ୍ ଦୁର୍ନୀତି…

