ପୁଲୱାମା ଆକ୍ରମଣର ପରେ ଭାରତୀୟ ବାୟୁ ସେନାର ମିରେଜ୍ ୨୦୦୦ ଲଢୁଆ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍ ପରେ ବିଏସ୍ପି ସୁପ୍ରିମୋ ମାୟାବତୀ ସେନାଙ୍କୁ ପ୍ରଶଂସା କରିବା ସହିତ ମୋଦିଙ୍କୁ କଟାକ୍ଷ କରିଛନ୍ତି । ମାୟାବତୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି ଯେ – ‘ଜୈଶ୍ ଆତଙ୍କୀଙ୍କ ବିରୋଧରେ ପିଓକେରେ ପଶି ଭାରତୀୟ ବାୟୁସେନାର ବାହାଦୂର ଯବାନଙ୍କ ସାହାସିକ କାର୍ଯ୍ୟ ପାଇଁ ସଲାମ ସହିତ ସମ୍ମାନ କରୁଛି । ଯଦି ପୂର୍ବରୁ ବିଜେପି ସରକାର ଭାରତୀୟ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଥା’ନ୍ତେ ତେବେ ପଠାନ୍କୋଟ, ଉରି ଓ ଫୁଲ୍ୱାମା ପରି କୌଣସି ଆକ୍ରମଣ ଘଟିନଥା’ନ୍ତା । ଏହିପରି କିଛି ଦୁଃଖଦ ଘଟଣା ଘଟିନଥା’ନ୍ତା କି ଆମ ଯବାନ୍ମାନେ ଶହୀଦ୍…
Author: Samikhsya Bureau
ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଆଜି ମାମଲାର ରୂପରେଖ ନେଇ ନିଷ୍ପତ୍ତି ହୋଇପାରେ। ପୂର୍ବ ଶୁଣାଣିରେ ଏନେଇ ସଙ୍କେତ ଦେଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଗତ ଜାନୁଆରୀ ୨୭ ତାରିଖରେ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ କୋର୍ଟ।
ତାମିଲନାଡୁର ବାସିନ୍ଦା ଏମ୍ଏ ସ୍ନେହା ବିନା ଜାତି ଧର୍ମର ନାଗରିକ ଭାବେ ସରକାରଙ୍କଠାରୁ ପ୍ରମାଣ ପତ୍ର ପାଇଛନ୍ତି। ତେବେ ବିନା ଜାତି ଧର୍ମର ପ୍ରଥମ ନାଗରିକ ଭାବେ ସ୍ନେହାଙ୍କୁ ମିଳିଛି ଏହି ପ୍ରମାଣପତ୍ର। ପେଶାରେ ଓକିଲ ଥିବା ସ୍ନେହା କେବେବି ସ୍କୁଲ ଅବା କଲେଜରେ ଜାତି ଓ ଧର୍ମଥିବା କଲମକୁ ପୂରଣ କରି ନାହାଁନ୍ତି। ସ୍ନେହାଙ୍କୁ କୌଣସି ଜାତି ବା ଧର୍ମରୁ ବାଦ୍ ଦିଆଯାଇନାହିଁ ବରଂ କୌଣସି ଜାତି ଓ ଧର୍ମ ଉପରେ ସେ ବିଶ୍ଵାସ କରୁନଥିବାରୁ ବିନା ଜାତି ଧର୍ମରେ ଜୀବନ ବିତାଇବାକୁ ଚାହୁଁଛନ୍ତି । କେବଳ ସ୍ନେହା ନୁହେଁ ତାଙ୍କ ପରିବାରର ସମସ୍ତ ସଦସ୍ୟ ବିନା ଜାତି ଧର୍ମରେ ତାମିଲନାଡୁର ତିରୁପଥୁରରେ ରହି ଆସୁଛନ୍ତି।
ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ କରାଯାଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ପଦକ୍ଷେପକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି । ବିଭିନ୍ନ ରାଜନୈତିକ ଦଳ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି । କଂଗ୍ରେସ ମଧ୍ୟ ଏହି ଦ୍ଵିତୀୟ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ସମର୍ଥନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଏହି ଆକ୍ରମଣକୁ ସମର୍ଥନ କରି ଏହି କାର୍ଯ୍ୟାନୁଷ୍ଠାନ ଲାଗି ପାଇଲଟ୍ଙ୍କୁ ସାଲ୍ୟୁଟ୍ କରୁଥିବାର ଟ୍ଵିଟ୍ କରିଛନ୍ତି । ଗତ ଫେବୃଆରୀ ୧୪ ତାରିଖରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପକ୍ଷରୁ ପୁଲୱାମାଠାରେ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଏଥିରେ ୪୦ଜଣ ଯବାନ ଶହୀଦ ହୋଇଥିଲେ । ଏହି ବଡ଼ ଆତଙ୍କୀ ହମ୍ଲା ପରେ ସାରା ଦେଶ ଏହା ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ସରକାରଙ୍କ ଉପରେ ଚାପ ପକାଉଥିଲା ।
ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁ ସେନାର ମିରେଜ୍ ୨୦୦୦ ଲଢୁଆ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍ ପରେ ୪୦ ସହିଦଙ୍କ ଜବାବ ଭାରତ ୩୦୦ରେ ଦେଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ମାତ୍ର ୧୩ ମିନିଟ୍ ଭିତରେ ଭାରତୀୟ ସେନା ପକ୍ଷରୁ ୩ଟି ସ୍ଥାନକୁ ଟାର୍ଗେଟ କରାଯାଇ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରାଯାଇଥିଲା। ପ୍ରଥମ ଆକ୍ରମଣ ଭୋର ୩ଟା ୪୫ରେ ବାଲାକୋଟ୍ରେ କରାଯାଇଥିଲା। ଏହା ପରେ ୩ଟା ୪୮ରେ ମୁଜାଫରାବାଦ୍ ଏବଂ ୩ଟା ୫୮ରେ ଚାକୋଠିରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଉପରୋକ୍ତ ୩ଟି ସ୍ଥାନରେ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି…
ସାଉଥକୋରିଆ କମ୍ପାନୀ ସାମସଙ୍ଗ ଖୁବଶୀଘ୍ର ବଜାରକୁ ଛାଡ଼ିବ ଗାଲାକ୍ସୀ ଏ ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ୍। ମୋବାଇଲ୍ଓ୍ଵାର୍ଲଡ୍ କଂଗ୍ରେସ-୨୦୧୯ରେ Samsung Galaxy A30 ଓ Samsung Galaxy A50 ଉପରୁ ପରଦା ଉଠାଇଛି କମ୍ପାନୀ। ତେବେ ଏହି ଦୁଇଟି ସ୍ମାର୍ଟ ଫୋନର ଦାମ ନେଇ ସ୍ପଷ୍ଟ ହୋଇନାହିଁ। Samsung Galaxy A30ରେ ୧୬+୫ ମେଗାପିକେ୍ସଲରିଅର ଓ ୧୬ମେଗା ପିକେ୍ସଲ ଫ୍ରଣ୍ଟ କ୍ୟାମେରା ରହିବ। Samsung Galaxy A50ରେ ୨୫+୫ ମେଗାପିକେ୍ସଲ ରିଅର୍ ଓ ୨୫ ମେଗାପିକେ୍ସଲ ଫ୍ରଣ୍ଟ କ୍ୟାମେରା ରହିବ। ଦୁଇଟି ଯାକ ଫୋନରେ ରହିବ ୪ହଜାର mAh ବ୍ୟାଟେରୀ।
ପୁଲୱାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଆତ୍ମଘାତୀ ବିସ୍ଫୋରଣର ବ୍ୟବହୃତ କାର ଓ ମାଲିକଙ୍କ ସନ୍ଧାନ ମିଳିଛି । କାରମାଲିକ ନାଁ ସଜ୍ଜାଦ ଭଟ୍ଟ। ସେ ଏବେ ଫେରାର ଅଛି । କୁହାଯାଉଛି, ସଜ୍ଜାଦ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି। ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ମାରୁତି ଇକୋ କାର୍। ଫରେନସିକ୍ ଅଟୋମୋବାଇଲ ବିଶେଷଜ୍ଞଙ୍କ ସହାୟତାରେ ବିସ୍ଫୋରଣରେ ବ୍ୟବହୃତ କାର ମାଲିକଙ୍କ ପରିଚୟ ପାଇଛି ଏନଆଇଏ।
ଆଜି ବିଜେଡିରେ ଯୋଗ ଦେଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇପାରନ୍ତି। ପାରଳା ମହାରାଜା ଗୋପୀନାଥ ଗଜପତି ଅସୁସ୍ଥତା କାରଣରୁ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ତେଣୁ ତାଙ୍କ ଝିଅ କଲ୍ୟାଣୀ ଚେନ୍ନାଇ ଛାଡ଼ି ଏବେ ଓଡ଼ିଶାରେ ରହୁଛନ୍ତି। ସେ ପୂର୍ବରୁ କହିଥିଲେ, ଗଜପତିବାସୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ସେ ରାଜନୀତିରେ ଯୋଗଦେବେ। ପାରଳାବାସୀଙ୍କ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିବେ।
କେଦାର ମିଶ୍ର ଭାଇରାଲ…….ଭାଇରାଲ…….ପୁଣି ଭାଇରାଲ……. ଗତ କିଛିଦିନ ହେଲା ଟେଲିଭିଜନର ଓଡିଆ ଖବର ଚାନେଲ ଖୋଲିଲେ ବାରମ୍ବାର ଏଇ ଶବ୍ଦଟି ଶୁଣିବାକୁ ମିଳୁଛି। ମାଟ୍ରିକ ପରୀକ୍ଷାରେ ଓଡିଆ ସାହିତ୍ୟ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ। ଶହୀଦଙ୍କ ସମ୍ପର୍କୀୟଙ୍କୁ ବିଧାୟକ ତଣ୍ଟିଆ ମାରିବାର ଭିଡିଓ ଭାଇରାଲ। ବିଜୁ ଜନତା ଦଳର କେଉଁ ବିଧାୟକଙ୍କ ଟିକଟ କଟୁଛି, ସେ କଥାବାର୍ତ୍ତାର ଅଡିଓ ଭାଇରାଲ। ଯାତ୍ରା ଦଳରେ କେହିଜଣେ ନର୍ତ୍ତକୀ କେଉଁ ଦର୍ଶକଙ୍କ କାନ କାମୁଡିଦେଲେ, ସେ ଭିଡିଓ ଭାଇରାଲ। ସୋସିଆଲ ମିଡିଆରେ ଏମିତି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ର ଯଥେଷ୍ଟ ସୁଯୋଗ ରହିଛି। କାରଣ ଫେସବୁକ, ଟୁଇଟର ଇତ୍ୟାଦିର କେହି ନିୟାମକ ନାହାନ୍ତି। କେବଳ ନୂଆ ସାଇବର ଆଇନ ଅନୁସାରେ ଏହାର ସୀମିତ ନିୟନ୍ତ୍ରଣ ହୋଇପାରିବ। କିନ୍ତୁ, ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ନୀତି ଓ ନିୟାମକ ରହିଛି। ସୋସିଆଲ ମିଡିଆ ପରି ଗୋଟେ ଖବର ପରିବେଷଣ କରୁଥିବା ଟେଲିଭିଜନ ଚାନେଲ ଦାୟିତ୍ଵହୀନ ହୋଇପାରିବ ନାହିଁ।…
ମହାନଦୀ ଜଳ ବିବାଦ ମାମଲାରେ ଆଜି ସୁପ୍ରିମ୍କୋର୍ଟ ପରିସରରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ କମିଟି ବୈଠକ ବସିଥିଲା । କିନ୍ତୁ ବୈଠକର ନିଷ୍କର୍ସ କ’ଣ ବାହାରିଛି ତାହାକୁ ଉଭୟ ରାଜ୍ୟ ପକ୍ଷରୁ ଗୋପନୀୟ ରଖାଯାଇଛି । ବୈଠକର ନିଷ୍ପତ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ଦିଆଯିବ ବୋଲି ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ଅପରପକ୍ଷେ ମହାନଦୀ ନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାନଦୀକୁ ନେଇ ଛତିଶଗଡ଼ ପକ୍ଷରୁ କୌଣସି ବିବାଦ ନାହିଁ। ଆମେ ମହାନଦୀରୁ ଆବଶ୍ୟକ ୭୦ ରୁ ୭୫ ଏମସିଏମ ପାଣି ଉପଯୋଗ କରୁଛୁ। ଆମେ ଚାହୁଁଛୁ ଶୀଘ୍ର ସମାଧାନର ରାସ୍ତା ବାହାରୁ ଏବଂ ସହମତିରେ ସମାଧାନ ହେଉ। ତେବେ ମହାନଦୀ ଜଳବିବାଦ ଉପରେ ମଧ୍ୟବର୍ତ୍ତୀକାଳୀନ ସମାଧାନର ରାସ୍ତା ବାହାର କରିବାକୁ ଆଲୋଚନା ହୋଇଥିବାର ଅନୁମାନ କରାଯାଉଛି ।
ଉଚ୍ଚତମ ନ୍ୟାୟାଳୟ କାର୍ଯ୍ୟରତ ସମୟରେ ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର ଯବାନଙ୍କ ମାନବାଧିକାର ସଂରକ୍ଷଣ ପାଇଁ ଦାୟର ଯାଚିକାର ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ୧୯ ବର୍ଷୀୟ ପ୍ରୀତି ଗୋଖଲେ ଓ ୨୦ ବର୍ଷୀୟ କାଜଲ ମିଶ୍ରାଙ୍କ ଦ୍ଵାରା ଯାଚିକା ଉପରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜାମ୍ମୁ ଓ କାଶ୍ମୀର ଏବଂ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଡ୍ୟୁଟି ସମୟରେ ଉଗ୍ର ଭିଡ଼ର ଆକ୍ରମଣର ଶିକାର ହେଉଥିବା ସୁରକ୍ଷାବଳର କର୍ମୀଙ୍କ ମାନବାଧିକାର ଉଲ୍ଲଙ୍ଘନ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ନୀତି ପ୍ରସ୍ତୁତ କରାଯିବା ଉପରେ ଏହି ଯାଚିକାରେ ଉଲ୍ଲେଖ କରାଯାଇଛି । ଏଥିରେ ଡ୍ୟୁଟି ସମୟରେ ଘାଟିରେ ଯବାନଙ୍କ ଉପରେ ପଥରମାଡ଼ କରାଯାଉଛି ବୋଲି ମଧ୍ୟ ସୂଚନା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ସମର ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲର ଉଦଘାଟନ କରିଛନ୍ତି । ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ସ୍ମାରକ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ କରିଛନ୍ତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଏହା ଲୋକାର୍ପିତ ହୋଇଛି । ସ୍ଵାଧୀନତା ପରଠାରୁ ଯୁଦ୍ଧ ଶହୀଦ ଯବାନଙ୍କ ସ୍ମୃତିରେ ଏହା ଲୋକାର୍ପିତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ଏହି ସ୍ମାରକ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ । ସେ କହିଛନ୍ତି ଯେ ଦେଶର ସେନା ମାନଙ୍କ ପାଇଁ ଏପରି ସ୍ମାରକ ବହୁ ଆଗରୁ ନିର୍ମିତ ହେବାର ଥିଲା । ଭାରତୀୟ ସେନା ବିଶ୍ଵର ସବୁଠାରୁ ଘାତକ ଓ ପେଶାଦାର ସେନା ମଧ୍ୟରେ ଅନ୍ୟତମ । ସେମାନେ ସବୁବେଳେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଦେଶର…
ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ବୋର୍ଡ ସଭାପତି ଜାହାନ ଆରା ବେଗମ ଖଣ୍ଡନ କରିଛନ୍ତି । ବୋର୍ଡର ପ୍ରଶ୍ନପତ୍ର ଏବଂ ଭାଇରାଲ୍ ପ୍ରଶ୍ନପତ୍ର ସହ ମେଳ ଖାଉ ନାହିଁ । ଏହା ସମ୍ପୂର୍ଣ୍ଣ ଅଲଗା । କିଛି ଲୋକଙ୍କ ବଦମାସୀ କାରଣରୁ ଏହା ହେଉଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏହା ଉପରେ ଦୃଷ୍ଟି ନ ଦେଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣାରେ ବୋର୍ଡ ପକ୍ଷରୁ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ବିଚାର ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ। ଗତ ଫେବୃଆରି ୧୪ ତାରିଖରେ ପୁଲ୍ୱାମା ଆତଙ୍କବାଦୀ ହାମ୍ଲାରେ ୪୦ ଜଣ ସିଆର୍ପିଏଫ୍ ଯବାନ ଶହୀଦ୍ ହେବାପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫ (ଏ)କୁ ପ୍ରତ୍ୟାହାର କରିନେବେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସୁପ୍ରିମ୍ କୋର୍ଟରେ ଏନେଇ ମାମଲା ଆଗତ ହୋଇଛି । ଜମ୍ମୁ- କଶ୍ମୀରକୁ ଭାରତୀୟ ସମ୍ବିଧାନର ଏହି ଧାରା ବଳରେ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ତେବେ, ଭାରତୀୟ ସମ୍ବିଧାନ ଆଧାରରେ ପ୍ରଦତ୍ତ ଏହି ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବାକୁ କେବଳ ଜମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦା ହିଁ ହକଦାର ହେବେ ବୋଲି ନିର୍ଦ୍ଦେଶ…
ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଭାଇଜାନଙ୍କ ସହ ନଜର ଆସିବେ ବୋଲି ଆଲୋଚନା ହେଉଛି। ଟେଲିଭିଜନ୍ ଶୋ’ ‘କଫି ଉଇଥ୍ କରନ୍ ୬’ରେ ଆସିଥିବା ପ୍ରିୟଙ୍କା ଏ ସମ୍ପର୍କରେ କିଛି ଈଶାରା ଦେଇଛନ୍ତି । ଯାହାକୁ ନେଇ ଅନୁମାନ କରାଯାଉଛି ଯେ ବହୁତ ଜଲ୍ଦି ପିସି ସଲ୍ଲୁଙ୍କ ସହ ନଜର ଆସିବେ । ଏହି ଶୋ’ରେ ପିସି ଖୁବ୍ଶୀଘ୍ର ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ନିକଟରେ ସଞ୍ଜୟଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ସଲମାନ୍ଙ୍କୁ ନେବେ ବୋଲି ମଧ୍ୟ ସୂଚନା ରହିଥିଲା । ଯଦି ଉଭୟ କଥାକୁ ଦେଖାଯାଏ, ତେବେ ଏହାର ନିର୍ଷ୍କଷରେ ଦେଶୀଗାର୍ଲ ଭାଇଜାନ୍ଙ୍କ ପୁଣିଥରେ ବଡ଼ପରଦାରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, କିଛିମାସ ପୂର୍ବେ ନିଜ ବିବାହ ପାଇଁ ବ୍ୟସ୍ତ ଥିବା ପିସି ସଲମାନଙ୍କ ଫିଲ୍ମ ‘ଭାରତ’ର କାମ କରିବାକୁ ମନା…
ଉତ୍ତରପ୍ରଦେଶରେ ନିର୍ବାଚନୀ ମେଣ୍ଟ କରିବା ପରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜପାର୍ଟି (ବିଏସପି) ପକ୍ଷରୁ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ମେଣ୍ଟ କରାଯାଇଛି । ଏହି ଦୁଇ ରାଜ୍ୟରେ ଉଭୟ ଦଳ ମିଳିତଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଏସପି ଉତ୍ତରାଖଣ୍ଡର ଗଡ଼ଓ୍ବାଲରୁ ଲଢିବାକୁ ଥିବାବେଳେ ମଧ୍ୟପ୍ରଦେଶର ୩ଟି ଆସନ ବାଲାଘାଟ, ତିକରି ଓ ଖଜୁରାଓରେ ଲଢିବ । ଏହି ଦୁଇ ରାଜ୍ୟର ଅବଶିଷ୍ଟ ଆସନରେ ବିଏସପି ଲଢିବ । ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବାବେଳେ ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନ ରହିଛି । ପୂର୍ବରୁ ଉତ୍ତରପ୍ରଦେଶ ପାଇଁ ଦୁଇଦଳ ମଧ୍ୟରେ ୩୮-୩୭ ଆସନରେ ବୁଝାମଣା କରିସାରିଛନ୍ତି ।
କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ରାଜ୍ୟର ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯୋଗ ଆଣି କହିଛନ୍ତି କି ସେ ଜଣେ ଦଳିତ ହୋଇଥିବା ହେତୁ ତାଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବାକୁ ପଡ଼ିଛି। କେବଳ ସେ ନୁହଁନ୍ତି ପିକେ ବଶବଲିଂଗପା ଓ କେଏଚ୍ ରଂଗନାଥ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ହୋଇ ପାରିନଥିଲେ। ସେ ଆହୁରି ବି କହିଛନ୍ତି ଯେ ‘ତାଙ୍କ ବଡ଼ ଭାଇ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ । ଯାହା ବି ହେଉ, ଅନେକ ଦ୍ୱିଧା ପରେ ଶେଷର ସେ ଉପ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗରେ କହିଛନ୍ତି ଯେ କିଛି ଲୋକେ ତାଙ୍କୁ ରାଜନୈତିକ କ୍ଷେତ୍ରରେ ଦୁର୍ବଳ କରିବାକୁ ଚାହିଁଥିଲେ।
ଏକତରଫା ପ୍ରେମକୁ ନେଇ ଯାଜପୁରର ଧର୍ମଶାଳା ଜିଲ୍ଲାର ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛି । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କୁ ଏକ ତରଫା ଭାବେ ଭଲ ପାଉଥିଲେ ଏହି ଯୁବକ ଜଣକ। ଏପରି କି ଅନେକ ସମୟରେ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରୁଥିଲେ । କିନ୍ତୁ ଯୁବତୀଜଣଙ୍କ ଏହାକୁ ଏଡାଇ ଯାଉଥିଲେ । ଆଜି ସେହି ଯୁବକଜଣଙ୍କ ଯୁବତୀଙ୍କୁ ଏକ ମନ୍ଦିରକୁ ଡାକିଥିଲେ ।ଯୁବତୀଜଣଙ୍କ ମନ୍ଦିରରେ ପହଁଚିବା ପରେ ସେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ । ଏହା ପରେ ଅଭିଯୁକ୍ତ ଯୁବକ ସେହି ଭୁଜାଲିରେ ନିଜକୁ ମଧ୍ୟ ହାଣି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭ ର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ଯୁବକଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ…
ଫେବୃଆରୀ ୧୪ରେ ଜମ୍ମୁ କାଶ୍ମୀରରେ ହୋଇଥିବା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଆକ୍ରମଣ ପଛରେ ହୋଇଥିବା ଷଡଯନ୍ତ୍ରର ଯାଞ୍ଚ କରିବାକୁ ଆବେଦନ କରାଯାଇଥିବା ଏକ ଜନହିତ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏବଂ ଅନ୍ୟ ନ୍ୟାୟାଧୀଶ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଓକିଲ ବିନୀତ ଧାଣ୍ଡାଙ୍କ ଦ୍ୱାରା ଦାୟର କରାଯାଇଥିବା ଜନହିତ ଯାଚିକାର ଶୁଣାଣି କରୁଥିଲେ । ଏହି ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ପାଖାପାଖି ୩୭୦ କେଜିର ଆରଡିଏକ୍ସ ଉପଯୋଗ କରାଯାଇଥିଲା ଏବଂ ଏଥିପାଇଁ ଏକ ବିସ୍ତୃତ ଯାଞ୍ଚ କରାଯିବା ପାଇଁ ଯାଚିକାରେ ଉଲ୍ଲେଖଥିଲା । ଆଜି ଏହି ଦିଲ୍ଲୀରେ ତିନିସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଆତଙ୍କବାଦ ସମର୍ଥିତ ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଅଭିନେତାରୁ ରାଜନେତା ପାଲଟିଥିବା ତଥା ମକ୍କଲ ନିଧି ମଇଅମ(ଏମ୍ଏମ୍ଏମ୍) ଦଳର ମୁଖ୍ୟ କମଲ ହାସନ କହିଛନ୍ତି ତାଙ୍କ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)ର ବି ଟିମ୍ ନୁହେଁ। ଏହା ହେଉଛି ତାମିଲନାଡୁର ଏ ଟିମ୍ । ତେବେ ତାଙ୍କ ଦଳର ପତିଆରା ବଢୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି। ତିରୁନେଲବଲୀଠାରେ ରବିବାର ବିଳମ୍ବିତ ରାତିରେ ଏକ ସଭାକୁ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ତେବେ ତାଙ୍କ ଦଳ ଉପରେ ଯେଉଁ ଅଭିଯୋଗ ଆସିଛି କି ଏମ୍ଏମ୍ଏମ୍ ଭାଜପାର ବି ଦଳ ତାହା ସମ୍ପୂର୍ଣ୍ଣ ମିଥ୍ୟା। ତାମିଲ୍ ଲୋକଙ୍କର ହଜିଯାଇଥିବା ରାଜନୈତିକ ଗାରିମା ଓ ଲୋକାଚାର ପାଇଁ ଏହି ପାର୍ଟି କାମ କରିବ । ଧର୍ମନିରପେକ୍ଷତା, ଶିକ୍ଷା ତଥା ଗରିବୀଙ୍କ ପାଇଁ ତାଙ୍କ ପାର୍ଟିର ବିଶେଷ ଦୃଷ୍ଟି ଦିଏ ବୋଲି କମଲ କହିଛନ୍ତି ।
ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ବିଭିନ୍ନ ଦେଶର ପ୍ରତିନିଧି ଥିବା ଜାତିସଂଘର ଏକ ସ୍ଥାୟୀ ସଦସ୍ୟ ଦଳକୁ ସାକ୍ଷାତ କରିଛନ୍ତି । ବୈଦେଶିକ ମୁଖପାତ୍ର ରାବିଶ କୁମାର ଟ୍ବିଟ କରି କହିଛନ୍ତି ଯେ ଭରତ ଗସ୍ତ ରେ ଆସୁଥିବା ଜାତିସଂଘର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଏକ ଦଳକୁ ସୁଷମା ସ୍ଵରାଜ ସ୍ଵାଗତ କରିଛନ୍ତି ଏବଂ ସାମୁହିକ ସ୍ଵାର୍ଥ ପାଇଁ ଏକ ସାଙ୍ଗରେ ଆସିବାକୁ ଆହ୍ଵାନ କରିଛନ୍ତି । କଥୋପୋକଥନ ବେଳେ ସୁଷମା ସ୍ଵରାଜ ଅନ୍ତର୍ଜାତିକ ସହଭାଗିତାକୁ ସୁଦୃଢ କରିବା ଏବଂ ଆଞ୍ଚଳିକ ସମସ୍ୟାକୁ ସମାଧାନ କରିବା ସହ ଜାତିସଂଘର ସୁରକ୍ଷା ପରିଷଦକୁ ପୁନର୍ଗଠନକୁ ନେଇ ନିଜ ମତ ରଖିଥିଲେ ।

