Author: Samikhsya Bureau

ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ମହାସଂଘ (ଆଇଏସଏସ୍‌ଏଫ୍‌) ବିଶ୍‌ବକପ୍‌ର ୧୦ ମିଟର ଏୟାର୍‌ ରାଇଫଲସ୍‌ ମହିଳା ବିଭାଗରେ ବିଜୟୀ ହୋଇ ଭାରତକୁ ଏକ ସ୍ବଣ୍ଣ ପଦକ ଆଣିବା ସହିତ ବିଶ୍ବରେକର୍ଡ କରିଛନ୍ତି ଅର୍ପୂବୀ ଚାଣ୍ଡେଲା । ସେ ୨୫୨.୯ର ସ୍କୋର କରି ବିଶ୍ବରେକର୍ଡ କରିଛନ୍ତି । ଚୀନ୍‌ର ରୁଆାଜୁ ଝୋଆ ୨୫୧.୮ ସ୍କୋର କରି ରୌପ୍ୟ ପଦକ ପାଇଛନ୍ତି ଓ ହାଂଗ ଜୁ ୨୩୦.୪ ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି । ୪୪ଟି ଦେଶରୁ ୧୦୨ ଜଣ ପ୍ରତିଯୋଗୀ ୧୦ ମିଟର ରାଇଫଲ୍‌ ଚାଳନାରେ ଭାଗ ନେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଅପୂର୍ବୀ ଟପ୍‌ ୪ରେ ରହି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିଲେ। ୨୬ ବର୍ଷୀୟ ଅପୂର୍ବୀ ୨୦୧୮ ରାଜ୍ୟ ଗୋଷ୍ଠୀକ୍ରୀଡ଼ାରେ ଓ ଜାକର୍ତ୍ତାରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର…

Read More

ଆଜି ରାଜସ୍ଥାନରେ ଜନ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ଏତି ଯେ ଆମର ଲଢେଇ କାଶ୍ମୀର ପାଇଁ , କାଶ୍ମୀର ବିରୋଧରେ ନାହିଁ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନରୁ ଗୋଟି ଗୋଟି କରି ହିସାବ ନିଆଯାଉଛି । ରାଜସ୍ଥାନର ଟୋଙ୍କରେ ହୋଇଥିବା ଜନସମାବେଶରେ ମୋଦୀ ନିଜର ଅଭିଭାଷଣ ଆରମ୍ଭରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଦେଶରେ ରହୁଥିବା ବିଛିନ୍ନତାବାଦୀମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଆଗକୁ ଆହୁରି ଦୃଢ କରାଯିବ ବୋଲି କହିଥିଲେ । ଏହି ସମାବେଶରେ ମୋଦିଜୀ କଂଗ୍ରେସ କଟାକ୍ଷ କରି କହିଛନ୍ତି  କିନ୍ତୁ କିଛି ଲୋକ ଭାରତରେ ରହି ପାକିସ୍ତାନର କଥା କହୁଛନ୍ତି । ଏହି ଲୋକମାନେ ହିଁ ପାକିସ୍ତାନ ଯାଇ କିଛି ବି କର ମାତ୍ର ମୋଦୀ ହଟାଓ ବୋଲି କହୁଛନ୍ତି । ଏହି ଲୋକମାନେ ହିଁ ମୁମ୍ୱାଇର ଆକ୍ରମଣ…

Read More

ପାକିସ୍ତାନର ବିଦେଶମନ୍ତ୍ରୀ ଶାହ୍ ମହମ୍ମଦ କ୍ୟୁରେସି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ପାକିସ୍ତାନ ବିରୋଧରେ ଭାରତ ବଳ ପ୍ରୟୋଗ କରିବାର ଧମକକୁ ଦୃଷ୍ଟି ଦିଆଯାଇଛି, ଏହି ଚିଠି ଜରିଆରେ କ୍ଷେତ୍ରରେ ସୁରକ୍ଷା ସ୍ଥିତି ବିଗିଡ଼ିଯିବା ସହ ବିପଦର ସମ୍ଭାବନାକୁ ଦର୍ଶାଇଛି । ତେବେ ସଂଯୁକ୍ତ ରାଷ୍ଟ୍ର  ପାକିସ୍ତାନ ସ୍ଥିତ ଜୈସ୍ –ଏ-ମହମ୍ମଦ (ଜେଇଏମ୍)ର ନାମ ନେଇ ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଜଘନ୍ୟ ଆକ୍ରମଣର କଡାନିନ୍ଦା କରିଛନ୍ତି ।  ପାକିସ୍ତାନ ଭାରତ ବିନା କୌଣସି ପ୍ରମାଣରେ ପୁଲୱାମା ଆକ୍ରମଣ ପାଇଁ  ଉପରେ ଆରୋପ ଲଗାଉଛି ବୋଲି କହିଛି । ଜୈସ୍–ଏ-ମହମ୍ମଦର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ ଯବାନ୍ ଭର୍ତ୍ତି ଥିବା ଏକ ଗାଡିକୁ ଆତଙ୍କବାଦୀ ଉଡାଇ ଦେଇଥିଲେ । ଏହି ଆକ୍ରମଣରେ ୪୦ ରୁ ଅଧିକ ଯବାନ୍ ସହିଦ୍ ହୋଇଯାଇଥିଲେ । ଏହି ଆକ୍ରମଣ ପରେ ଦେଶବାସୀ ପାକିସ୍ତାନ ପ୍ରତି କ୍ରୋଧ…

Read More

ଉତ୍ତରପ୍ରଦେଶର ଭଦୋହୀ ଜିଲାର ରୋଟହା ବଜାରରେ ଥିବା ଏକ ବାଣ ବ୍ୟବସାୟୀଙ୍କ ଦୁଇ ମହଲା ଘରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବୃଦ୍ଧା ସମେତ ତିନିଜଣ ବାଳକ ମଧ୍ୟ ରହିଛନ୍ତି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  ବିସ୍ଫୋରଣର ପ୍ରଭାବ ଏତେ ଭୟାନକ ଥିଲା ଯେ, ପଡୋଶୀ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି । ସେଠାରେ ଅଧିକ ଶ୍ରମିକ କାମ କରୁଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ ।

Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲଗାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ଖୁସି କରିଛନ୍ତି । ବର୍ଷ ବର୍ଷର ସେମାନଙ୍କ ଦାବିକୁ ପୂରଣ କରିଦିଆଯାଇଛି। ପଦବୀ ସୃଷ୍ଟି କରାଯିବା ସହିତ ଚାକିରି ସର୍ତ୍ତାବଳୀଠାରୁ ଆରମ୍ଭକରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା ପର୍ଯ୍ୟନ୍ତ ସେମାନଙ୍କ ଦୀର୍ଘ ଦିନର ଆଶାକୁ ନିର୍ବାଚନ ପୂର୍ବରୁ ପୂରଣ କରିବା ଲାଗି ଚେଷ୍ଟା କରାଯାଇଛି। ୯୮୩ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଟେଣ୍ଡର ଓ ୧୬୮୦ କୋଟିଟଙ୍କାର ୯ଟି ଜିଲ୍ଲା ପାଇଁ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହାବ୍ୟତୀତ କାଳିଆ ଛାତ୍ର ବୃତ୍ତି, ଖୁସି ଭଳି ଯୋଜନାରେ ବିଧିବଦ୍ଧ ସରକାରୀ ମୋହର ଲାଗିଛି। ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ( ନଅତାଲା) କର୍ମଚାରୀମାନଙ୍କ ଦୀର୍ଘଦିନର କ୍ୟାଡର ପୁନର୍ବିନ୍ୟାସ ଦାବି କୁ ମଧ୍ୟ…

Read More

ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ରେ ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଖାପାଖି ଶହେଟି ଗାଡି ପୋଡି ପାଉଁଶ ହୋଇଯାଇଛି। ଆୟୋଜନ ସ୍ଥଳ ନିକଟରେ ଥିବା ପାର୍କିଂ ଏରିଆରେ ନିଆଁ ଲାଗିଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଶୁଖିଲା ଘାସରେ ନିଆଁ ଲାଗିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏତେ ସଂଖ୍ୟାରେ ଗାଡି ପୋଡି ଯାଇଥିବାରୁ ସେଠାକାର ଆକାଶ ଧୂଆଁମୟ ହୋଇଯାଇଛି। ଏଥିପାଇଁ ଏରୋ ଇଣ୍ଡିଆ ଶୋ’କୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ,  ଏହା ପୂର୍ବରୁ ଏରୋ ଇଣ୍ଡିଆ ଶୋରେ ୨ଟି ସୂର୍ଯ୍ୟ କିରଣ ଜେଟ୍‌ ଦୁର୍ଘଟଣା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

Read More

ଅଭିନେତା ପୁଲକିତ୍‌ ସମ୍ରାଟ ରିଲ୍‌ ଲାଇଫ୍‌ଠାରୁ ଅଧିକ ଚର୍ଚ୍ଚାରେ ଥା’ନ୍ତି ରିଅଲ୍‌ ଲାଇଫ୍‌କୁ ନେଇ ।  ସଲ୍‌ମାନ୍‌ଙ୍କ ଧରମ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ ୟାମୀ ଗୌତମ୍‌ଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।  ପୁଲ୍‌କିତ୍‌ ଏବେ ଅଭିନେତ୍ରୀ କୃତି ଖର୍‌ବନ୍ଧାଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି। ଦୁହେଁ ପରସ୍ପରକୁ ଡେଟ୍‌  କରୁଛନ୍ତି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିଲା।  ପୁଲ୍‌କିତ୍‌ଙ୍କ ଜନ୍ମ ଦିନରେ କୃତି ଚେନ୍ନାଇ ଯାଇ ତାଙ୍କୁ ସରପ୍ରାଇଜ୍‌ ବି ଦେଇଥିଲେ।  କୃତି ଏବେ ପୁଲ୍‌କିତ୍‌ଙ୍କ ବ୍ୟକ୍ତିଗତ  ଟ୍ରେନର  ସମୀର ହଂସାରୀଙ୍କଠାରୁ ଟ୍ରେନିଂ ନେଉଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କ ବିଷୟରେ ସାର୍ବଜନୀନ କରି ନାହାନ୍ତି।  ତେବେ ଏହି ଦୁଇଜଣଙ୍କୁ ପୁଣି ଥରେ ଆଉ ଗୋଟେ ନୂଆ କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ । ଦୁହେଁ ପୂର୍ବରୁ ‘ଭିରେ କି…

Read More

ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଭଗବତୀ ବେହେରା (୪୫)। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ସୁଚନା ଅନୁସାରେ, ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) ଓ ତାଙ୍କ ସ୍ତ୍ରୀ ଭଗବତୀଙ୍କ ମଧ୍ୟରେ ଆଜି ଭୋର ପ୍ରାୟ ୪ଟାରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏହି ସମୟରେ ବଳ ଏକ ଟାଙ୍ଗିଆରେ ଭଗବତୀଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ପାଖରୁ ଖବର ପାଇ ଖମାର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଳଙ୍କୁ ଗିରଫ କରିଛି। ବଳ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ବଳ…

Read More

ଏଆଇଡିଏମକେ ସାଂସଦ ଏସ ରାଜେନ୍ଦ୍ରନଙ୍କ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତାମିଲନାଡୁ  ଆଇନଜୀବୀ ସାଂସଦ ରାଜେନ୍ଦ୍ରନ ଭିଲ୍ଲୁପୁରମ ଲୋକସଭା ଆସନରୁ ସାଂସଦ ହୋଇଥିଲେ । ନିଜ ଘର ଠାରୁ ତ୍ରିଭେନ୍ଦ୍ରମ ଯିବା ରାସ୍ତାରେ କାର ଚାଳକ ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଦୁର୍ଘଟଣାର ଶିକାର ହେବା ପରେ ସାଂସଦ ମୁଣ୍ଡ ଓ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Read More

ବିଷାକ୍ତ ମଦ ପିଇବା କାରଣରୁ ଆସାମର ଗୋଲାଘାଟ ଜିଲ୍ଲାରେ ୪ ମହିଳାଙ୍କ ସମେତ ୯୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମସ୍ତ ମୃତକମାନେ ସାଲମରା ଚା’ ଇଷ୍ଟେଟ୍‌ରେ କାମ କରୁଥିବା ଚା’ ବଗିଚା ଶ୍ରମିକ ବୋଲି ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ୧୧ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନେ ଦେଶୀ ମଦ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ମାମଲାର ତଦନ୍ତ ସହିତ ଜଡ଼ିତ ଜଣେ ପୁଲିସ୍‌ ଅଧିକାରୀ କହିବା ଅନୁଯାୟୀ, ସେମାନେ ମିଥାଇଲ୍‌ ଆଲକହଲ ମିଶା ମଦ ପିଇଥିଲେ।  ନିକଟାେ ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶରେ ଏବଂ ଉତ୍ତରାଖଣ୍ଡରେ ବୃହତ ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ ।

Read More

ଗତ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍‌ର ୪୦ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ଏହି ଆକ୍ରମଣ ଦୋହଲାଇ ଦେଇଛି । ଯାହାକୁ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ଏହି ଘଟଣାକୁ ନିନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ଭାରତୀୟମାନେ ଏକାଠି ହୋଇ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଆମେରିକାର ବିଭିନ୍ନ ସହରରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇ ଶୋକସଭାର ଆୟୋଜନ କରାଯାଇଛି । ଲୋକମାନେ ହାତରେ ପାକିସ୍ତାନ ବିରୋଧୀ ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ପାକିସ୍ତାନକୁ ଆତଙ୍କବାଦୀ ସୃଷ୍ଟି କରୁଥିବା ଦେଶ ବୋଲି ଉଲ୍ଲେଖ କରାଯାଇଛି । ଏହାସହ ଏହି ଆତଙ୍କୀ ଆକ୍ରମଣ…

Read More

‘ମୈନେ ପ୍ୟାର୍‌ କିୟା’ ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ଆଜି ହେଉଛି ୫୦ ତମ ଜନ୍ମଦିନ। ୨୩ ଫେବୃଆରୀ ୧୯୬୯ ମସିହାରେ ଭାଗ୍ୟଶ୍ରୀ ଜନ୍ମ ନେଇଥିଲେ। ଭାଗ୍ୟଶ୍ରୀ ‘କଚ୍ଚି ଧୁପ୍‌’ ସିରିଏଲ୍‌ରୁ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ୧୯୮୯ ମସିହାରେ ସଲମାନ୍‌ ଖାନ୍‌ଙ୍କ ସହିତ ବ୍ଲକବ୍ଲଷ୍ଟର ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ ଫିଲ୍ମରେ ଅଭିନୟ କରି ସଫଳତା ସାଉଁଟି ଥିଲେ । ଭାଗ୍ୟଶ୍ରୀଙ୍କର ପୂରା ନାମ ଭାଗ୍ୟଶ୍ରୀ ପଟ୍ଟବର୍ଦ୍ଧନ୍‌। ମାତ୍ର ୧୮ ବର୍ଷ ବୟସରେ ‘ମୈନେ ପ୍ୟାର୍‌ କିୟା’ ଫିଲ୍ମ ସୁଟିଂ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳତା ହେବା ସହିତ ଭାଗ୍ୟଶ୍ରୀ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସଫଳତା ଅର୍ଜନ କରିଥିଲେ। ଏହାପରେ ଭାଗ୍ୟଶ୍ରୀ ପିଲାବେଳର ବନ୍ଧୁ ହିମାଳୟ ଦସ୍ତାନୀଙ୍କୁ ବିବାହ କରିଥିଲେ। ୧୯୯୨ରେ ଭାଗ୍ୟଶ୍ରୀ ତାଙ୍କ ସ୍ୱାମୀ ହିମାଳୟଙ୍କ ସହିତ ‘ତ୍ୟାଗୀ’, ‘ପାୟଲ୍‌’ ଓ ‘କୈଦ୍‌ ମେଁ ହେ ବୁଲ୍‌ବୁଲ୍‌’ ପରି ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ…

Read More

ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍‌ର ପୂର୍ବତନ ସିଇଓ ଚନ୍ଦା କୋଚର ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍‌ର ପରିଚାଳନା ନିର୍ଦ୍ଦେଶକ ଭେନୁଗୋପାଲ ଧୂତ୍‌ଙ୍କ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ।  ମନିଲଣ୍ଡରିଂ ମାମଲାରେ ଫସିଥିବା ଏହି ସମସ୍ତ ଅଭିଯୁକ୍ତ କାଳେ ଦେଶ ଛାଡ଼ି ପଳାୟନ କରିବେ ସେହି ଆଶଙ୍କାରେ ଏମାନଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଥିବା ଜାଣିବାକୁ ମିଳିଛି। ଚନ୍ଦା ବ୍ୟାଙ୍କର ଋଣ ଅନୁମୋଦନ କମିଟିର ସଦସ୍ୟ ଥିବା ବେଳେ ଦୁଇଥର ୨୦୦୯ ଅଗଷ୍ଟ ୨୬ରେ ଭିଡିଓକନ ଇଣ୍ଟରନ୍ୟାଶନାଲ ଇଲେକ୍ଟ୍ରୋନିକ୍ସକୁ ୩୦୦ କୋଟି ଟଙ୍କା ଏବଂ ୨୦୧୧ ଅକ୍ଟୋବର ୩୧ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ ଇଣ୍ଡଷ୍ଟ୍ରିଜ  ଲିମିଟେଡକୁ ୭୫୦ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କର…

Read More

ପୁଲୱାମା ଆତ୍ମଘାତୀ ଆକ୍ରମଣ କରିଥିବା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ବିରୋଧରେ ପାକିସ୍ତାନ ସରକାର କେତେକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ମହାବଳପୁରର ଜୈସର ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଛି ପଂଜାବ ପ୍ରଦେଶ ସରକାର । ଏଥି ସହ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛନ୍ତି । ଏ ନେଇ ପାକିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରମଣ ପରେ ଭାରତ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭୟରେ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।

Read More

କେଦାର ମିଶ୍ର ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଗଲାଣି। ଦେଶର ଯେତେ ଯାହାହେଲେ ମଧ୍ୟ ନିର୍ବାଚନ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ। ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ଅବଶ୍ୟ ହେବ। ତେବେ ନିର୍ବାଚନ ହେବା ଆଗରୁ ଯଦି ଗୋଟେ ବଡ ଆତଙ୍କବାଦୀ ଆକ୍ରମଣ ଘଟେ, ତାହେଲେ ତାହାହିଁ ନିର୍ବାଚନର ମୂଳ ପ୍ରସଙ୍ଗ ହେବା ସ୍ଵାଭାବିକ। ଯେବେବି ଏ ଦେଶରେ ଆତଙ୍କବାଦୀ ଆକ୍ରମଣ ହୋଇଛି, ଆମର ପ୍ରତିକ୍ରିୟା ସମାନ ରହିଛି। ସପ୍ତାହେ ଦୁଇ ସପ୍ତାହ ଧରି ପାକିସ୍ତାନକୁ ଗାଳି କରି ସାରିଲା ପରେ ଆମେ କ୍ଳାନ୍ତ ହୋଇଯିବୁ ଓ ପୁଣି ନୂଆ ପ୍ରସଙ୍ଗ ଖୋଜିବୁ। ଏବେ ଆପାତତଃ ସେଇଆ ହେଉଛି। ଦେଶର ସୁରକ୍ଷା ପ୍ରସଙ୍ଗରେ ରଣନୀତି, ଗୁଇନ୍ଦା ବିଫଳତା, କୂଟନୈତିକ ମନ୍ତ୍ରଣା ବିଷୟରେ ଆଲୋଚନା ଅପେକ୍ଷା ଛାତି ବାଡେଇ “ତୋତେ ଭସେଇ ଦେବି ରେ ପାକିସ୍ତାନ” ନାଟକ ଆମେ କରି ଚାଲିଛୁ। ଗୋଟେ ଦୃଷ୍ଟିରୁ ଏ ପ୍ରକାର ନାଟକର ଆବଶ୍ୟକତା ଶାସନରେ ଥିବା…

Read More

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ଏବେ ସାରା ଦେଶ ଦାବି କରୁଛି । ଏହାରି ଭିତରେ ଏହି ଆକ୍ରମଣ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅଫିଙ୍ଗା ରାଜନୀତି । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ଡକ୍ୟୁମେଣ୍ଟାରି ସୁଟିଂ କରୁଥିଲେ ବୋଲି ଗତକାଲି କଂଗ୍ରେସ ଅଭିଯୋଗ ଆଣିଥିବାବେଳେ ଆଜି ରାହୁଲ୍‌ ଗାନ୍ଧି ମଧ୍ୟ ଏହାକୁ ନେଇ ଟ୍ବିଟ୍‌ କରିଛନ୍ତି । ଏହି ଅଭିଯୋଗକୁ ନେଇ ଆଜି କଂଗ୍ରେସ ଉପରେ ଜବରଦସ୍ତ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆନ୍ଧ୍ରପ୍ରଦେଶର ରାଜମୁନ୍ଦରୀରେ ଏକ ସମ୍ମିଳନୀରେ ଅମିତ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର, ଦେଶର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି । ପୁଲୱାମା…

Read More

ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପରେ ରାଜନୀତି ପୂରା ଜୋର୍‌ ଧରିଛି । ଆଗକୁ ସାଧାରଣ ନିର୍ବାଚନ । ଏହି ସମୟରେ ଉଭୟ ରାଜନୈତିକ ଦଳ ଉଭୟ ଉଭୟଙ୍କୁ ଘେରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ମୋଦି ପ୍ରାଇମ ମିନିଷ୍ଟର ନୁହେଁ ସେ ହେଉଛନ୍ତି, ‘ପ୍ରାଇମ୍‌ ଟାଇମ୍‌ ମିନିଷ୍ଟର’। ନଚେତ୍‌ ପୁଲଓ୍ବାମା ଆକ୍ରମଣ ପରେ ସେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହି ନ ଥାଆନ୍ତେ। ଆହୁରି ମଧ୍ୟ ରାହୁଲ ମୋଦି ସରକାରଙ୍କୁ ଟୁଇଟ୍‌ କରି ‘#PhotoShootSarkar’ ବୋଲି କହିଛନ୍ତି। ଯଦି ଏମିତି ନ ହୋଇ ଥାଆନ୍ତା ତେବେ ପୁଲଓ୍ବାମା ଆକ୍ରମଣ ପରେ ପରେ ମୋଦି ଜିମ୍‌ କର୍ବେଟ ପାର୍କରେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ନ ଥାଆନ୍ତେ।  ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା ମଧ୍ୟ ମୋଦିଙ୍କୁ ଏହି ପ୍ରସଙ୍ଗରେ କଟାକ୍ଷ କରିଥିଲେ। ତେବେ କଂଗ୍ରେସର…

Read More

ତେଲଗୁ ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ନିର୍ଦ୍ଦେଶକ କୋଡି ରାମକ୍ରିଷ୍ଣନଙ୍କ ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି। କିଛିଦନ ହେବ ଅସୁସ୍ଥତା ରହିଥିଲେ ।  ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିବା ବେଳେ ଶେଷଥର ପାଇଁ ୨୦୧୬ରେଏକ କନ୍ନଡ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ୧୮୯୨ରେ ‘ଇନ୍‌ଟୋଲ୍‌ ରାମାୟା ବେଧିଲୋ କ୍ରିଷ୍ଣାନାୟା’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଅନ୍ଜୀ’, ’ଭାରତ ବନ୍ଦ’, ’ଶ୍ରୀନିବାସ କଲ୍ୟାଣନମ୍‌’,  । ଫିଲ୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ୨୦୧୨ ମସିହାରେ ’ରଘୁପତି ଭେଙ୍କୟା’ ପୁରସ୍କାରରେ ସମ୍ମାନିତ ହୋଇଥିଲେ ରାମକ୍ରିଷ୍ଣନ୍‌  । ସେ କେତୋଟି ଫିଲ୍ମରେ ମଧ୍ୟ ନିଜର ଅଭିନୟ କରିଥିଲେ ।  ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଡୋଙ୍ଗତା’, ‘ଆସ୍ତି ମୋରେଡୁ ଆଶା ବାରେଡୁ’, ‘ଅଟ୍ଟାଗାରୁ ସ୍ବାଗତମ୍‌’, ’ଇନ୍‌ଟି ଡୋଙ୍ଗା’, ‘ମୁଦୁଲି ମୁଚତା’ ପ୍ରମୁଖ ।

Read More

ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ବିସିସିଆଇର ପ୍ରଶାସନିକ ସମିତି ବୈଠକରେ ନିଷ୍ପତି ନିଆଯାଇଛି । ମାର୍ଚ୍ଚ ୨୩ରୁ ଆଇପିଏଲ-୨୦୧୯ର ଶୁଭାରମ୍ଭ ହେବ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ସପ୍ତାହର ମ୍ୟାଚ୍ ସୂଚୀ ଘୋଷଣା କରାଯାଇଛି । ଆଇପିଏଲର ଏହି ୧୨ ତମ ସିଜନର ପ୍ରଥମ ମ୍ୟାଚରେ  ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲିଙ୍କ ଆରସିବିଙ୍କ ମଧ୍ୟରେ ଟକ୍କର ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚଟି ଚେନ୍ନାଇରେ ଖେଳାଯିବ ।

Read More

ଜମ୍ମୁ-କଶ୍ମୀର ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ କୂଟନୀତିକ ସ୍ତରରେ ଯେଉଁ ଉଦ୍ୟମ କରିଥିଲା, ତାହା ସଫଳ ହୋଇଛି। ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ହାତ ରହିଥିବା କଥା କହିଛନ୍ତି। ଏଥିସହ ଭାରତକୁ ଆତଙ୍କବାଦ ବିରୋଧରେ ବଦଲା ନେବାକୁ ଜାତିସଂଘ ସୁରକ୍ଷା ପରିଷଦ ପୂର୍ଣ୍ଣ ସ୍ୱାଧୀନତା ଦେଇଛି। ସବୁଠୁ ଉଲ୍ଲେଖନୀୟ ବିଷୟ ଯେ, ଜାତିସଂଘର ସ୍ଥାୟୀ ସଦସ୍ୟ ତଥା ପାକିସ୍ତାନର ପରମ ବନ୍ଧୁ ଚୀନ୍‌ ମଧ୍ୟ ପୁଲୱାମା ଆକ୍ରମଣକୁ ନିନ୍ଦା ପ୍ରସ୍ତାବରେ ଦସ୍ତଖତ କରି ଭାରତକୁ ସମର୍ଥନ କରିଛି। ଏହା ପରେ ଜାତିସଂଘର ସମସ୍ତ ସଦସ୍ୟ ମିଳିତ ଭାବେ ଭାରତ ସରକାରଙ୍କ ଆତଙ୍କବାଦର ମୂଳପୋଛ ପାଇଁ ଏକାଠି କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ।  ସୁରକ୍ଷା ପରିଷଦ ଏହି ଘଟଣାର ଅପରାଧି,ଷଡଯନ୍ତ୍ରକାରୀ ଏବଂ ତାଙ୍କୁ ଆର୍ଥୀକ ସମ୍ବଳ ଯୋଗାଉଥିବା ବ୍ୟକ୍ତିସମୂହକୁ କଡାନିନ୍ଦା…

Read More

କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ବହିଷ୍କାର ନିଷ୍ପତ୍ତି ସିଓଏ ସରକାରଙ୍କ ଉପରେ ଛାଡିଛି । ସିଓଏ ପ୍ରମୁଖ ବିନୋଦ ରାୟ କହିଛନ୍ତି ପାକିସ୍ତାନ ବିରୋଧରେ ଖେଳିବା ବା ନ ଖେଳିବା ଯାହା ନିର୍ଦ୍ଦେଶ ସରକାର ଦେବେ ବିସିସିଆଇ ତାହା ମାନିବ । ଏହା ଉପରେ ସରକାରଙ୍କ ସହ ଚର୍ଚ୍ଚା ହେବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ।  ଟିମ ଇଣ୍ଡିଆ ପାକିସ୍ତାନ ସହ ବିଶ୍ୱକପରେ ମ୍ୟାଚ ଖେଳିବ କି ନାହିଁ ତାଉପରେ ସିଓଏ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକ ପରେ ସିଓଏ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବା ପରେ ହିଁ କୌଣସି ନିଷ୍ପତ୍ତି ଗ୍ରହଣ କରାଯିବ । ସରକାରଙ୍କ ନିଷ୍ପତ୍ତି ଜାଣିସାରିବା ପରେ ଆଇସିସିକୁ ଜଣାଇ ଦିଆଯିବ ବୋଲି ଏହି ବୈଠକରେ ନିର୍ଣ୍ଣୟ ହୋଇଛି । ପୁଲୱାମା ଆକ୍ରମଣ ପରେ…

Read More