Author: Samikhsya Bureau

ଭୁବନେଶ୍ୱର: ନିଶାମୁକ୍ତି ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପଦକ୍ଷେପ ସୁଦୃଢ଼ କରିଛି। ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଓ ବ୍ରହ୍ମପୁରରେ କାର୍ଯ୍ୟରତ ୫ଟି ସେ୍ୱଚ୍ଛାସେବୀ ସଂଗଠନ ନିଶାମୁକ୍ତି ନିମନ୍ତେ କାର୍ଯ୍ୟକ୍ରମକୁ ବ୍ୟାପକ କରିବେ। ନିଶା ନିବାରଣ କେନ୍ଦ୍ର ମାଧ୍ୟମରେ ଅନୁଷ୍ଠାନଗୁଡ଼ିକ ନିଶାମୁକ୍ତି ଅଭିଯାନରେ ସାମିଲ ହେବେ। ସେଥିପାଇଁ ବିଭାଗ ପକ୍ଷରୁ ‘ଦିଶା’ ଯୋଜନା ଅଧିନରେ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନ ପରିସରରେ ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଉପରୋକ୍ତ ଅନୁଷ୍ଠାନଗୁଡ଼ିକ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ। ଶ୍ରୀ ସେଠୀ ଅନୁଷ୍ଠାନର କର୍ମକର୍ତ୍ତା ତଥା କେନ୍ଦ୍ର ପରିଚାଳକମାନଙ୍କୁ ସେବା ମନୋବୃତ୍ତି ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ସଚେତନତା ପ୍ରସାର,…

Read More

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମ୍‌ଆର୍‌ ଏରୋ ଏକାଡେମୀ (ଜିଏମ୍‌ଆର୍‌ଏଏ) ସହ ମିଶି ଓଡ଼ିଶାର ଯୁବକମାନଙ୍କୁ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ ପୂର୍ବକ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି। ସେହି ଅନୁଯାୟୀ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମ୍‌ଆର୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଉତ୍ସବରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ…

Read More

ନୂଆଦିଲ୍ଲୀ: ସାର୍ବଜନୀନ ପରୀକ୍ଷାରେ ନକଲି ରୋକିବା ପାଇଁ ଆସାମ ସରକାର ଖୁବଶୀଘ୍ର କଠୋର ଆଇନ ପ୍ରଣୟନ ହେବ। ସୋମବାର ରାଜ୍ୟ ସରକାର ବିଧାନସଭାରେ ଏକ ବିଲ ଆଗତ କରିଛନ୍ତି, ଯେଉଁଥିରେ ପରୀକ୍ଷାରେ କପି ଅଭିଯୋଗରେ ଦୋଷୀସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୫ ବର୍ଷ ଜେଲ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଜରିମାନା ହେବ। ଏହି ଆଇନର ନାମ ହେଉଛି ଆସାମ ସାର୍ବଜନୀନ ପରୀକ୍ଷା (ନିଯୁକ୍ତିରେ ଅନ୍ୟାୟ ପଦ୍ଧତିକୁ ରୋକିବା ପାଇଁ ଅର୍ଥ) ବିଲ, ୨୦୨୪। ଏହା ଅଧୀନରେ କେବଳ ପରୀକ୍ଷାର୍ଥୀ ନୁହଁନ୍ତି ବରଂ ପରୀକ୍ଷା ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇପାରିବ। ଯଦି ଏହି ବିଲ ଆଇନରେ ପରିଣତ ହୁଏ ତେବେ ଆସାମ ଦେଶର ପ୍ରଥମ ରାଜ୍ୟ ହେବ। ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରାର୍ଥୀ ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ପରୀକ୍ଷାରେ ବସିପାରିବେ ନାହିଁ। ଆସାମ ସରକାର କହିଛନ୍ତି ଯେ ଏହି ବିଲରେ ଦୋଷୀକୁ ୫ରୁ ୧୦ ବର୍ଷ…

Read More

ନୂଆଦିଲ୍ଲୀ: ଦେଶରେ ଏକ ଅନୁଷ୍ଠାନଭାବେ ବିବାହକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ ପାଶ୍ଚାତ୍ୟ ଦେଶମାନଙ୍କ ଭଳି ନଷ୍ଟ ହେବାକୁ ଦିଆଯିବା ଉଚିତ ନୁହେଁ, ଯେଉଁଠାରେ ବିବାହ ବାହାରେ ସନ୍ତାନ ଜନ୍ମ ହେବା ସାଧାରଣ କଥା।ଅବିବାହିତ ମହିଳାଙ୍କୁ ସରୋଗେସି ମାଧ୍ୟମରେ ମା’ ହେବାକୁ ଅନୁମତି ଦେବା ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ‘ଆମକୁ ପୁରୁଣା କାଳିଆ କୁହନ୍ତୁ ‘ ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଏ ଜର୍ଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୪୪ ବର୍ଷୀୟା ମହିଳାଙ୍କ ଆବେଦନର ଶୁଣାଣିବେଳେ କହିଛନ୍ତି, ଆପଣ ଆମକୁ ପୁରୁଣା ଢଙ୍ଗର କହିପାରିବେ। କିନ୍ତୁ ଦେଶରେ ବିବାହ ଅନୁଷ୍ଠାନକୁ ବଞ୍ଚାଇବା ଜରୁରୀ। ଜଣେ ୪୪ ବର୍ଷୀୟ ଅବିବାହିତ ମହିଳା ସରୋଗେସି ଜରିଆରେ ମା’ ହେବା ପାଇଁ ଅନୁମତି ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହେବାପରେ ବିଚାରପତିମାନେ କହିଥିଲେ ଯେ ଭାରତରେ ବିବାହ ବାହାରେ ଅବିବାହିତ ମହିଳାଙ୍କ ସନ୍ତାନ ଜନ୍ମ…

Read More

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଆଙ୍କୁଲି କାର୍ଜୀ ସାହିର ଟୁଲୁ ନାହାକ ନାମରେ ଜଣେ ଯୁବକ କୁ ମହିଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ଟୁଲୁ ରାଜେଶ୍ଵରୀ ନାମ୍ନୀ ଜଣେ ଝିଅକୁ ଗତ ୨୦୧୫ ମସିହାରେ ବାହା ହୋଇଥିଲେ ଓ ଉଭୟଙ୍କର ଏକ ୮ ବର୍ଷର ପୁଅ ଅଛି। କିନ୍ତୁ ଟୁଲୁ କୌଣସି କାରଣ ବଶତଃ ପତ୍ନୀ ସହିତ ପ୍ରାୟ ଗଣ୍ଡଗୋଳ କରିବା ସହ ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ମାରଣାନ୍ତକ ଆକ୍ରମଣ କରିଥିଲା। ଯାହା ଫଳରେ ପତ୍ନୀ ରାଜେଶ୍ଵରୀ ମହିଳା ଥାନା ରେ ଅଭିଯୋଗ କରିବା ପରେ ମହିଳା ଥାନା ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୧୯/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ଟୁଲୁ କୁ ଦଫା ୪୯୮.୩୦୭ ଓ ୫୦୬ ଅନୁସାରେ ଗିରଫ କରି…

Read More

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହରର ସ୍ବେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନ ହୋଇଛି। ସର୍ବପ୍ରଥମେ ଖଲିକୋଟ ବିଶ୍ୱ ବିଦ୍ୟାଳୟ ଖେଳପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ଆରମ୍ଭ ହୋଇ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ଗହଣରେ ସହର ପରିକ୍ରମା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ବିଶାଖାପାଟଣା ଏମ୍ ଜି କର୍କଟ ରୋଗ ନିରାକରଣ ହସ୍ପିଟାଲର ବରିଷ୍ଠ ଡ଼ାକ୍ତର ଡଃ କାହ୍ନୁଚରଣ ପାତ୍ର, କାଲାମ ବୈଷୟିକ ମହାବିଦ୍ୟାଳୟ ର ସମ୍ପାଦକ ସନ୍ତୋଷ କୁମାର ଯେନା ଆଇ ଏସ୍ ଆର୍ ଡି ନିର୍ଦେଶକ ସୁଧୀର କୁମାର ସାବତ,ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ବରିଷ୍ଠ ଶିକ୍ଷାବିତ ଅଜିତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ମାଧ୍ୟମରେ ସଚେତନତା ଦ୍ଵାରା କର୍କଟ ମୁକ୍ତ ଭାରତ ସମ୍ଭବ ବୋଲି…

Read More

ଭୁବନେଶ୍ବର: କଥାରେ ଅଛି ମାଘମାସରେ ବାଘ ପରି ଶୀତ। ହେଲେ ଆର୍ଶ୍ଚର୍ଯ୍ୟର କଥା ଚଳିତ ମାଘ ମାସରେ ଶୀତ କଣ ଗରମ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ଧରି କୋହଲା ପାଗ ସହିତ ଶୀତ ଅନୁଭୂତ ହେଉଥିଲା। ହେଲେ ତାହା ଯିବା ପରେ ଏବେ ଗରମ ଅନୁଭୂତ ହେବାରେ ଲାଗିଛି। ଯାହାକୁ ନେଇ ପାଣିପାଗ ବିଶେଷଜ୍ଞ ଚିନ୍ତାରେ ଅଛନ୍ତି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ ହୋଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୩ ରୁ ୭ ଡ଼ିଗ୍ରୀ ଅଧିକ ତାପମାତ୍ର ପରିଲକ୍ଷିତ ହୋଇଛି। ବିଭିନ୍ନ ସ୍ଥାନରେ ତାପମାତ୍ର ୨୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି।  ପୁରୀ: ୨୪ ଡ଼ିଗ୍ରୀ ପାରାଦ୍ୱୀପ: ୨୩.୬ ଡ଼ିଗ୍ରୀ କେନ୍ଦ୍ରାପଡା: ୨୨.୪ ଡ଼ିଗ୍ରୀ ଗୋପାଳପୁର: ୨୧.୯ ଡ଼ିଗ୍ରୀ ଚାନ୍ଦବାଲି: ୨୧.୯ ଡ଼ିଗ୍ରୀ ବାଲେଶ୍ୱର: ୨୧.୭…

Read More

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗତ ଜାନୁଆରୀ ମାସ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶିତ ହୋଇଅଛି। ଏହାର ନକଲ ବୁଥ୍‌ସ୍ତରୀୟ ଅଧିକାରୀ (BLO) ଓ ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଅଛି । ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ceoodisha.nic.in ଉପଲବ୍ଧ ଅଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଅନେକଙ୍କର ଧାରଣା ହେଉଥିବ ଯେ ଆଉ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇପାରିବ ନାହିଁ। ଏହା ସଂପୂର୍ଣ୍ଣ ଭୁଲ ଧାରଣା।ଭୋଟର ତାଲିକାରେ ନାମପଞ୍ଜିକରଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି କାର୍ଯ୍ୟ ସବୁବେଳେ ଚାଲୁ ରହିଛି । ରାଜ୍ୟର ସମସ୍ତ ଭୋଟରମାନଙ୍କୁ ନିବେଦନ କରାଯାଉଛି, ସେମାନେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନିଜର ନାମ ତନଖି କରନ୍ତୁ। ଯଦି ଭୋଟର ତାଲିକାରେ କୌଣସି ଭୋଟରଙ୍କ ନାମ ନଥିବ ତାହାହେଲେ ସେ ନୂତନ ଭୋଟର ଭାବେ…

Read More

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହାକୁ ଉନ୍ମୋଚନ କରିବା ଅବସରରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଲେ ଯେ ୧୯୪୪ ମସିହାରୁ ଏହି ଦୁଇଟି ପତି୍ରକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି। ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ପୁରାତନ ସଂସ୍କରଣର ଡିଜିଟାଇଜେସନ୍‌ କରାଯାଇଛି। ଏହା ବିଭାଗୀୟ ୱେବ୍‌ସାଇଟ୍‌ରେ ପାଠକମାନଙ୍କ ନିମନ୍ତେ ଉପଲବ୍ଧ ହେଉଛି।…

Read More

ଭୁବନେଶ୍ବର:  ଉଦ୍‌ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା । ଓଡିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା। ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଏହି ତିନି ଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଖୁବ ଭଲ ଭଲ…

Read More

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ଚଣ୍ଡିଗଡ ମେୟର ନିର୍ବାଚନ ନେଇ କ୍ଷୁବ୍ଧ ହୋଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ଏହି ନିର୍ବାଚନରେ ଗଣତନ୍ତ୍ରର ହତ୍ୟା କରାଯାଇଛି। ଚଣ୍ଡିଗଡ ମେୟର ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭୋଟ ଫିକ୍ସିଂ ଅଭିଯୋଗ ହୋଇଥିଲା। ଯାହାର ଶୁଣାଣି କରି ଆଜି କୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି। ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ ସୁନାକର ଆପ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଆପ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ବେଳେ ସେମାନେ କିପରି ହାରିଲେ ବୋଲି ତନାଘନା କରିଥିଲେ। ପରେ ଜଣାପଡିଥିଲା ଯେ, ଏହି ଭୋଟ ବେଳେ କାଉନସିଲରଙ୍କ ୮ଟି  ଭୋଟ ନାକଚ ହୋଇଯାଇଛି। ଏହା ଭୋଟ ଫିକ୍ସି ବୋଲି ଆପ କାଉନସିଲର ଦାବୀ କରି ଘେରାଉ କଲେ। ପରେ ଏହି ପକ୍ରିୟାକୁ ରେକର୍ଡ ହେଉଥିବା ଭିଡିଓ ଯାଞ୍ଚ କରାଯାଇଥିଲା। ସେଥିରେ ଦେଖାଯାଇଥିଲା ଯେ, ପ୍ରିଜାଇଡିଂ…

Read More

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ୱକୁ ସବୁମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିିତ ଓଡ଼ଆ ଭାଷା ଓ ସାହିତ୍ୟ ବିଶ୍ୱପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି ବକ୍ତାମାନେ ଉପରୋକ୍ତ ମର୍ମରେ ଅନୁବାଦର ଗୁରୁତ୍ୱ ନେଇ ମତ ରଖିଛନ୍ତି। ପ୍ରସିଦ୍ଧ ଅନୁବାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ସଂସ୍କୃତି ଓ ସଭ୍ୟତାର ସମୃଦ୍ଧି ନିମନ୍ତେ ଅନୁବାଦର ଆବଶ୍ୟକ ହୋଇଥାଏ। ସଭ୍ୟତାର ବିକାଶ ପର୍ଯ୍ୟଟନ, ଗମନାଗମନ ଦ୍ୱାରା ହୋଇଥାଏ । ସାହିତ୍ୟ, ଭାଷା, ସଂସ୍କୃତି ଯଦି ଗମନାଗମନ ନକରନ୍ତି ତେବେ ଆମ ସାହିତ୍ୟ ବିଲୋପ ହୋଇଯିବ। ଓଡ଼ିଆ ଭାଗବତର ଇଂରାଜୀ…

Read More

ଭୁବନେଶ୍ବର: ଭାରତୀୟ ସମ୍ବିଧାନ ର ଜନକ ତଥା ସାମାଜିକ ନ୍ୟାୟ ର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ ନା। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା ସମର୍ପିତ ସମାଜ ସଂସ୍କାରକ ଥିଲେ। ସମାଜର ଦଳିତ ନିଷ୍ପେଶିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ। ଏକ ନ୍ୟାୟ ପୂର୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି। ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡ ରେ…

Read More

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଷୋଢଶ ବିଧାନସଭାର ବଜେଟ ଅଧିବେସନ। ବିଧାନସଭା ପରିସରରେ ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ବିଧାନସଭା ଗୃହକୁ ପାଛୋଟି ନେଇଥିଲେ। ଏହାପରେ ସେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳ ହିନ୍ଦିରେ ତାଙ୍କର ଭାଷଣ ରଖିଛନ୍ତି। ପ୍ରଥମେ ରାଜ୍ୟପାଳ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏଥିରେ ସେ ରାଜ୍ୟ ସରକାରଙ୍କ 5ଟି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବେଶ ସଶକ୍ତ ହୋଇପାରିଛି ବୋଲି କହିଛନ୍ତି। ସେହିପରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଏବଂ ଓଡିଶାର ଐତିହ୍ୟ ସୁରକ୍ଷା ନେଇ ସେ ପ୍ରଶଂସା କରିଛନ୍ତି।

Read More

ଭୁବନେଶ୍ବର: ଓଡିଶାର ଭାଷା, ସାହିତ୍ଯ, କଳା, ସଂସ୍କୃତି, ହସ୍ତତନ୍ତ, ଐତିହ୍ୟ, ଭାସ୍କର୍ଯ୍ୟ ଯେତିକି ପ୍ରାଚୀନ ଓ ସମୃଦ୍ଧ ସେତିକି ଅନନ୍ୟ ଆମର ପୂଜ୍ୟପୂଜାର ପରମ୍ପରା। ପ୍ରଥମଥର ପାଇଁ ଓଡିଶାର ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆୟୋଜିତ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଓଡିଶାପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅଜସ୍ର ଯଶ ଓ ଖ୍ଯାତି ଆଣିଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଆଜି ସମ୍ମିଳନୀର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି। ସମ୍ମିଳନୀର ଦ୍ଵିତୀୟ ଦିବସରେ ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ବହୁଭାଷୀ ଚଳଚିତ୍ର ଅଭିନେତା ପରଲୋକଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରଯାଇଥିଲା। ପ୍ରଥମ ଅଧିବେଶନରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି, ଅବକାରୀ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ଓ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓଡିଶାର ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ -…

Read More

ଭୁବନେଶ୍ୱର : ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ…

Read More

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକଟ ବଂଟନରେ ସ୍ୱଚ୍ଛତା ରକ୍ଷା ଏବଂ ବାସ୍ତବରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି । ପ୍ରୋଜେକ୍ଟ ପ୍ରଗମନ ((PRAGAMAN)) ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି । ଅର୍ଥାତ୍ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବ୍ୟକ୍ତି www pragaman.in ଲିଙ୍କ ରେ ଲଗ୍‌ଇନ୍ କରି ଫର୍ମ ଯୋଗେ ଟିକଟ ପାଇଁ ଆବେଦନ କରିପାରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ସୂଚନା ଦେଇଛନ୍ତି । ରବିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଅଜୟ କୁମାର କହିଲେ ଯେ ଆସନ୍ତା ସାଧାରଣ ନିର୍ବାଚନରେ ଟିକଟ ବଂଟନ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ନିମନ୍ତେ…

Read More

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାଷଣ। ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତା ପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Read More

ଭୁବନେଶ୍ବର: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନ ସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୯୪୮ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନା ଠାରୁ ଆରମ୍ଭ କରି ୧୯୫୪ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ ୨୦୧୮ ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ଯ ଏହି ପୁସ୍ତକ ରେ ସ୍ଥାନିତ ହୋଇଅଛି। ଏହି ଅବସର ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷା ର ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ। ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳ ର ପ୍ରୟୋଗ ରେ ଏ କ୍ଷେତ୍ର ରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତର ରେ ଉଦ୍ୟମ…

Read More

ଭୁବନେଶ୍ବର: ରାଜଧାନୀରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ‘ଆଦିବାସୀ ମେଳା’ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବୃଆରୀ ୩ରୁ ଆରମ୍ଭ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ, ଦେଶିଆ ଏବଂ ହୋ ଆଦି ଭାଷାରେ ନାଟକ ମଞ୍ଚସ୍ଥ କରାଯାଉଛି। ଏହାକୁ ଦର୍ଶକମାନେ ବେଶ୍ ଆଗ୍ରହର ସହିତ ଉପଭୋଗ କରୁଛନ୍ତି। ରବିବାର ଦିନ ଆଦିବାସୀ ମେଳାରେ ଦେଶିଆ ଭାଷାରେ ପ୍ରସ୍ତୁତ ନାଟକ ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ପରିବେଷଣ ହୋଇଥିଲା। ଏଥିରେ କୋରାପୁଟ ଜିଲ୍ଲା କୁନ୍ଦୁରାର ମା’ ମାଉଲି କଳା ପରିଷଦର କଳାକାରମାନେ ଏଥିରେ ନିଛକ ଅଭିନୟ କରିଥିଲେ। ସୁନ୍ଦରମାଲ୍ ବାରିକ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅଷ୍ଟଝରଣର ମା’ ଚିନ୍ତାମଣି ମୁଣ୍ଡାରୀ ଅପେରାର କଳାକାରମାନଙ୍କ ପକ୍ଷରୁ ମୁଣ୍ଡାରୀ ଭାଷାରେ ‘ହେମଲ ଉମ୍ବୁଲ’ ନାଟକ ପରିବେଷଣ କରାଯାଇଥିଲା। ଏଥିରେ କାହାଣୀ…

Read More

ଭୁବନେଶ୍ୱର: ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ…

Read More