ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୨୦ ଟଙ୍କିଆ କଏନ୍ ଜାରି କରିଛନ୍ତି। କେବଳ ୨୦ ନୁହେଁ ୧, ୨, ୫ ଓ ୧୦ ଟଙ୍କିଆ ନୂଆ କଏନ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି। ଏହା ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ସହାୟକ ହେବ। ଏହିସବୁ କଏନ୍ ବା ମୁଦ୍ରାରେ କପର୍, ଜିଙ୍କ ଓ ନିକେଲ ଧାତୁ ରହିଥିବାବେଳେ ଏହାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ସହ ସତ୍ୟମେବ ଜୟତେ ଲେଖା ରହିଛି। ଏହାର ପଛ ପାର୍ଶ୍ବରେ ମୁଦ୍ରାର ମୂଲ୍ୟ ସହ, ଟଙ୍କାର ସଙ୍କେତ ମଧ୍ୟ ରହିଛି । ୨୭ ମିଲି ମିଟର୍ ବ୍ୟାସବିଶିଷ୍ଟ ଏହି ମୁଦ୍ରା ୧୨ଟି ଧାର ଆକୃତିର ହେବ। ଏଥିରେ ୬୫% ତମ୍ବା, ୧୫% ଦସ୍ତା ଓ ୨୦% ନିକେଲ୍ ଭାଗ ରହିଥିବାବେଳେ ଏହାର ଦୁଇ ପଟରେ ଇଂରାଜୀ ଓ ହିନ୍ଦୀରେ ଲେଖା ରହିଛି ଭାରତ ଓ ଇଣ୍ଡିଆ। ଏହା ଉପରକୁ ରହିଛି ଟଙ୍କାର ଚିହ୍ନ। ମୁଦ୍ରାର ବାମ ପାର୍ଶ୍ୱରେ ରହିଛି…
Author: Samikhsya Bureau
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏକ ବୟାନରେ ପାକିସ୍ତାନର ଅସଲ ଚେହେରା ପଦାରେ ପକାଇଛନ୍ତି । ପାକିସ୍ତାନ ସରକାର ଏବଂ ସେନା କିଭଳି ଭାବେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରେ ତାହା ସେ ପ୍ରକାଶ କରିଛନ୍ତି । ଦୀର୍ଘବର୍ଷ ଧରି ପାକ୍ ସେନାମୁଖ୍ୟ ଏବଂ ପାକ୍ ରାଷ୍ଟ୍ରପତି ଥିବା ମୁଶାରଫଙ୍କ ଏହି ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ଏବଂ ଆତଙ୍କବାଦକୁ ପ୍ରରୋଚିତ କରିବା କଥା ପଦାରେ ପକାଇ ଦେଇଛି । ତାଙ୍କ କାର୍ଯ୍ୟକାଳରେ ଜୈଶ-ଇ-ମହମ୍ମଦ ଏକ ଆତଙ୍କବାଦୀ ସଙ୍ଗଠନ ଥିଲା । ପାକ୍ ଗୁଇନ୍ଦା ବିଭାଗ ଆଇଏସଆଇ ଓ ସେନା ଏହାକୁ ଭାରତ ବିରୋଧରେ ବିସ୍ଫୋରଣ କରିବାରେ ସାହାଯ୍ୟ ଏବଂ ବ୍ୟବହାର କରୁଥିଲା । ସେ ୨୦୦୩ରେ ଜୈଶ ଉପରେ କଟକଣା ଜାରି ପାଇଁ ପ୍ରୟାସ କରିଥିବାର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳରେ ଦେଶର ପରିସ୍ଥିତି ଅଲଗା ଥିଲା । ତେଣୁ ଜୈଶ ବିରୋଧରେ…
୧୩ ପଏଣ୍ଟ ରୋଷ୍ଟର ଜରିଆରେ ବିଶ୍ଵ ବିଦ୍ୟାଳୟରେ ନିଯୁକ୍ତିକୁ ନେଇ ସମଗ୍ର ଦେଶରେ ଜାରି ଆନ୍ଦୋଳନ ପରେ କେନ୍ଦ୍ର ୨୦୦ ପଏଣ୍ଟ ରୋଷ୍ଟରକୁ ଅନୁମତି ଦେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କ୍ୟାବିନେଟ୍ ମିଟିଂ ପରେ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସଂରକ୍ଷିତ ବର୍ଗର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗକୁ ବିଶ୍ଵ ବିଦ୍ୟାଳୟରେ ଅଧ୍ୟାପକ ହିସାବରେ ପ୍ରତିନିଧିତ୍ଵ ମିଳିପାରିବ। ଏତଦ୍ବ୍ୟତୀତ ସରକାର ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ବୈଠକରେ ରୋଷ୍ଟର ଲାଗୁ ପାଇଁ ତଥା ୫୦ଟି ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଓଡ଼ିଶାରେ କେନ୍ଦୁଝରର ଚମ୍ପୁଆ ଓ ଆନନ୍ଦପୁରରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ଗଞ୍ଜାମର ଛତ୍ରପୁର ଓ ରାୟଗଡ଼ାର ଗୁଣୁପୁରରେ ଆଦି ୪ଟି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି ।
ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ୬ ତାରିଖ ଦିନ ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରାର୍ଥୀ ଚୟନକୁ ନେଇ ପିଇସିର ସଦସ୍ୟମାନଙ୍କ ଠାରୁ ପରାମର୍ଶ ନିଆଯାଇଥିଲା। ଜିତିବା ସମ୍ଭାବନା ଓ ଅନ୍ୟାନ୍ୟ ଦିଗକୁ ବିଚାରକୁ ନିଆଯାଇଥିବା ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ଆଗାମୀ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନକୁ ନେଇ କଂଗ୍ରେସ ମହଲରେ କସରତ ଜାରି ରହିଛି। ପ୍ରତ୍ୟେକ ଆସନରେ ପ୍ରାୟତଃ ଏକାଧିକ ପ୍ରାର୍ଥୀଙ୍କ ନାଁ ସୁପାରିସ୍ କରାଯାଇଛି। ଏହି ତାଲିକାକୁ ଚୂଡାନ୍ତ ନିଷ୍ପତ୍ତି ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ପଠାଇ ଦିଆଯାଇଛି। ଯାହାକି ସିଇସିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବରେ ଗଣମାଧ୍ୟମରେ ପ୍ରକାଶ କରାଯିବ। ପରିବାରବାଦରୁ ବାହାରି କଂଗ୍ରେସ ଟିକେଟ୍ ବଣ୍ଟନକୁ ନେଇ ନୂଆ ଫର୍ମୁଲା ବାହାର କରିଛି। ଫର୍ମୁଲା ଅନୁଯାୟୀ ଗୋଟିଏ ପରିବାରକୁ ଏକାଧିକ ଟିକେଟ୍ ମିଳିବ ନାହିଁ। ବାପା ଚାହିଁଲେ ତାଙ୍କ…
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର (ବିପିଆଇଏ) ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ବିମାନବନ୍ଦର ଭାବେ ସମ୍ମାନଜନକ ଏୟାରପୋର୍ଟ ସର୍ଭିସ୍ କ୍ୱାଲିଟି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଆକାର ଓ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ମିଳିଥିବା ସୂଚନା ରହିଛି । ୨୦ରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଭାଗରେ ଏହି ପୁରସ୍କାର ମିଳିବ । ଏହି ମାନ୍ୟତାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ପଛକୁ ଚଣ୍ଡିଗଡ଼ ବିମାନବନ୍ଦର, ଦେବୀ ଅହଲ୍ୟାବାଈ ହୋଲକର ବିମାନବନ୍ଦର ଇନ୍ଦୋର, ଏସ୍ଏମ୍ ବଦାଉରଦ୍ଦିନ୍ ବିମାନବନ୍ଦର ଇଣ୍ଡୋନେସିଆ ଏବଂ ୟିଚାଙ୍ଗ୍ ସାନ୍ସିଆ ବିମାନବନ୍ଦର ଚୀନ୍ ରହିଥିବା ଜାଣିବାକୁ ମିଳିଛି। ବିଶ୍ୱ ସ୍ତରରେ ପ୍ରସ୍ତୁତ ହେଉଥିବା ହେଉଥିବା ବିମାନବନ୍ଦରର ଏହି ମାନ୍ୟତା ତାଲିକାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସ୍ଥାନ ପାଇବା ଉଭୟ ରାଜ୍ୟ ଓ ଦେଶ ପାଇଁ ନିହାତି ଭାବେ ଗୌରବର ବିଷୟ।
ଭଦ୍ରକ-ନାରାୟଣଗଡ଼ ତୃତୀୟ ରେଳଲାଇନ୍ ପାଇଁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। କେନ୍ଦ୍ରୀୟ କ୍ୟାବିନେଟ୍ର ଆର୍ଥିକ ବ୍ୟାପାର ପକ୍ଷରୁ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୧୫୫ କିଲୋମିଟର ରେଳପଥ ନିର୍ମାଣ ଲାଗି ମୋଟ ୧୮୬୫.୩୧ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୨୦୨୩-୨୪ରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୩୭.୨ ଲକ୍ଷ ଶ୍ରମ ସୃଷ୍ଟି ହେବ ବୋଲି ଅରୁଣ ଜେଟ୍ଲୀ କହିଛନ୍ତି । ନୟାଗଡ ଭଦ୍ରକ ରେଳ ଲାଇନ ମୁଖ୍ୟତଃ ଷ୍ଟିଲ୍ ପ୍ଲାଣ୍ଟ ଗୁଡ଼ିକ ଲାଗି ବ୍ୟବହୃତ ହେଉଥିବା କୋଇଲା ପରିବହନ ଲାଗି ବ୍ୟସ୍ତ ରହିଥାଏ। ତୃତୀୟ ରେଳ ଲାଇନ୍ ନିର୍ମାଣ ହେବା ଦ୍ୱାରା ଏହି ପରିବହନ ସହଜ ହୋଇପାରିବ।
ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଓଡ଼ିଶାର ବ୍ରହ୍ମପୁର ସ୍ୱଚ୍ଛ ସହର ରୂପେ ଆଗରେ ରହିଛି । ୨୧୬ ସ୍ଥାନରେ ଅଛି ବ୍ରହ୍ମପୁର । ପୂର୍ବରୁ ୩୦୫ ସ୍ଥାନରେ ରହିଥିଲା ବ୍ରହ୍ମପୁର । ଭୁବନେଶ୍ୱର ଏହି ତାଲିକାରେ ସ୍ୱଚ୍ଛ ସହର ଭାବେ ୨୮୮ ସ୍ଥାନରେ ରହି ଦ୍ୱିତୀୟରେ ରହିଛି । ପୂର୍ବରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ୨୪୫ ସ୍ଥାନରେ ରହିଥିଲା । ଏହି କ୍ରମରେ ତାଲିକାରେ ତୃତୀୟରେ ବାଲେଶ୍ୱର ,ଚତୁର୍ଥରେ ବାରିପଦା, ପଞ୍ଚମରେ ସମ୍ବଲପୁର, ଷଷ୍ଠରେ ପୁରୀ,ସପ୍ତମରେ ରାଉରକେଲା, ଅଷ୍ଟମରେ କଟକ ଏବଂ ନବମରେ ଭଦ୍ରକ ସ୍ଥାନ ପାଇଛି । ସ୍ମାର୍ଟ ସିଟି ଓ ସହରକୁ ସହରକୁ ସବୁଜ ସୁନ୍ଦର ତଥା ନିର୍ମଳ କରିବା ପାଇଁ ବିଏମ୍ସି (ଭୁବନେଶ୍ୱର ମୁନ୍ୟୁସିପାଲିଟି ଅଥରିଟି) ଅନେକଗୁଡ଼ିଏ ପଦକ୍ଷେପ ନେଇଥିବାବେଳେ ଏସବୁ ଭେଳିକି ସଦୃଶ ହୋଇଛି । ନିକଟରେ ପଲିଥିନ୍କୁ ବ୍ୟାନ୍ କରାଯାଇଥିବାବେଳେ ଭୁବନେଶ୍ୱର ସହରରେ ପଲିଥନ୍ର ବହୁଳ ବ୍ୟବହାର କରାଯାଉଛି । ନିୟମକୁ କଡ଼ାକଡ଼ି କରିବା ସହ…
ଜର୍ମାନୀ କାର ନିର୍ମାତା କମ୍ପାନୀ ଭକସୱାଗନକୁ ୫୦୦ କୋଟି ଟଙ୍କା ଜୋରିମନା ଦେବାକୁ ପଡ଼ିବ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଏହି ଉଲ୍ଲଂଘନ କରୁଥିବାର ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହି ଜୋରିମନା ଲଗାଇଛନ୍ତି । ୨ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ ଜର୍ମାନୀର ଏହି କାର କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭକସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ ଠକେଇ ଯନ୍ତ୍ରାଂଶ ଲଗାଇଥିଲା। ପରିଣାମ ସ୍ଵରୂପ ପ୍ରଦୂଷଣ ପରୀକ୍ଷାରେ ଭକସୱାଗନର କାରଗୁଡ଼ିକ ମୁକ୍ତି ପାଇଯାଉଥିଲେ। ଏହି ଠକେଇ ଧରାପଡ଼ିବା ପରେ ଏନଜିଟି ଭକସୱାଗନ କମ୍ପାନୀକୁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାୟୁ ପ୍ରଦୂଷଣ ବଢାଇବା ମାମଲାରେ ଭକସଙଓ୍ବାଗନ୍ଙ୍କୁ ୧୦୦ କୋଟି ଟଙ୍କା ଜୋରିମାନା ଭରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନଜିଟିଙ୍କ ନିର୍ଦ୍ଦେଶକୁ ଖାତିର ନକରି କମ୍ପାନୀ କେବଳ ନିଜର ଏକ ବିଜ୍ଞପ୍ତି ପ୍ରକାଶ…
ଫୁଲ୍ଓ୍ବାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦିନକୁ ଦିନ ବହୁତ ଖରାପ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ସ୍ବାଭାବିକ ସମ୍ପର୍କକୁ ଫେରାଇ ଆଣିବା ଦିଗରେ ଚୀନ୍ ଲାଗିପଡିଛି । ଏପରିକି ସେ ଭାରତ ସହ ଏହି ବିଷୟରେ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ହୋଇଥିବା ଜଣାଯାଇଛି । ପାକିସ୍ତାନରେ ଦ୍ବିଦିବସୀୟ ଗସ୍ତ କରି ଚୀନ୍ର ଉପ ବିଦେଶ ମନ୍ତ୍ରୀ କୋଙ୍ଗ୍ ଶୁ ଆନ୍ୟୁ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ପୁର୍ବାବସ୍ଥାକୁ ଫେରାଇ ଆଣିବାକୁ ଚୀନ୍ ଚେଷ୍ଟିତ ରହିଛି । ସବୁ ଦେଶର ପ୍ରଭୁତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରାଯିବା ସହିତ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧର ମାନକକୁ ମଧ୍ୟ ପାଳନ କରିବା ଆବଶ୍ୟକ । ଏହି ଅବସରରେ ଚୀନ୍ର ଉପ ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ,…
ପୁଲ୍ଓ୍ବାମା ଆକ୍ରମଣ ପରଠାରୁ କାଶ୍ମୀର ନାଗରିକଙ୍କ ଉପରେ ବିଭିନ୍ନ ରାଜ୍ୟରେ ଆକ୍ରମଣ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଜଣେ କାଶ୍ମୀରୀ ବ୍ୟବସାୟୀଙ୍କ ଉପରା ଆକ୍ରମଣ କରାଯାଇଛି । ପୀଡ଼ିତ ଜଣକ ହେଲେ ମହମ୍ମଦ ଅଫଜଲ । ଜମ୍ମୁ କାଶ୍ମୀରର କୁଲଗାମର ଚିଲର ନୁରାବାଗ ଅଞ୍ଚଳର ହୋଇଥିବାବେଳେ ଲକ୍ଷ୍ନୌର ହସନଗଞ୍ଜ ଅନ୍ତର୍ଗତ ଡାଲିଗଞ୍ଜ ପୋଲି ଉପରେ ସେ ଡ୍ରାଏ ଫ୍ରୁଟ୍ସ ବିକ୍ରି କରନ୍ତି । ସେ ବ୍ୟବସାୟ କରୁଥିବାବେଳେ ସ୍ଥାନୀୟ ୩/୪ ଯୁବକ ତାଙ୍କୁ କ’ଣ ପାଇଁ ଏଠି କାମ କରୁଛୁ କହି ମାରପିଟ୍ କରିଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଅଫଜଲ୍ ଉଦ୍ଧାର ହୋଇଥିଲେ । ଏନେଇ ଅଫଜଲ୍ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାଶ୍ମୀର ନାଗରିକଙ୍କ ଉପରେ ଆକ୍ରମଣ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାରେ ସମ୍ପୃକ୍ତ ଥିବା ବାବୁ ବଜରଙ୍ଗୀଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଜାମିନ ମଞ୍ଜୁର କରାଯାଇଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବାରୁ ତାଙ୍କୁ ଏହି ଜାମିନ ମିଳିଛି। ନରୋଦା ପଟିୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଯୋଗ୍ୟ, ବାବୁ ବଜରଙ୍ଗୀଙ୍କ ପ୍ରକୃତ ନାଁ ହେଲା ବାବୁଭାଇ ପଟେଲ । ଗୁଜରାଟରେ ୨୦୦୨ରେ ସାବରମତି ଏକ୍ସପ୍ରେସ୍ କାଣ୍ଡ ପରେ ହୋଇଥିବା ଦଙ୍ଗାକୁ ନେଇ ସବୁବେଳେ ବାବୁ ବଜରଙ୍ଗୀ ଚର୍ଚ୍ଚାରେ ରହି ଆସୁଥିଲେ। ୨୦୦୭ରେ ହୋଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ସେ ନରୋଦା ପଟିୟା ନରସଂହାରରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଥିଲା ।
ବୁଧବାର ଦିନ ରୁଷୀୟ ପାର୍ଲାମେଣ୍ଟ୍ ଗୋଟାଏ ବିବାଦୀୟ ଆଇନ୍ ପାସ୍ କରିଛି। ଦେଶ, ସମାଜ, ସରକାର ବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସମେତ କୌଣସି ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବା ପରି ଅନ୍ଲାଇନ୍ ପୋଷ୍ଟ୍ କରୁଥିବା ଲୋକଙ୍କୁ ଏହି ଆଇନ୍ ବଳରେ ଜରିମାନା ଓ ଜେଲ୍ ଦଣ୍ଡ ଦିଆଯାଇ ପାରିବ। ଅନ୍ଲାଇନ୍ ବ୍ୟବହାରକାରୀମାନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬ଲକ୍ଷ ଟଙ୍କା ଜରିମାନା ରଖାଯାଇଥିବା ବେଳେ ଥରକୁ ଥର ଏ ଭଳି ପୋଷ୍ଟ୍ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଏହାର ଦୁଇଗୁଣା ଜରିମାନା ପଡ଼ିବ। ଏବଂ ୧୫ ଦିନ ପାଇଁ ଜେଲ୍ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି କୌଣସି ମିଥ୍ୟା ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଓ୍ବେବସାଇଟ୍କୁ ମଧ୍ୟ ଏହି ଆଇନ୍ ବଳରେ ଋଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍ କରିବାର ବ୍ୟବସ୍ଥା ରହିଛି ।
ଗୁଜୁରାଟର ପାଟିଦାର୍ ନେତା ହାର୍ଦ୍ଦିକ ପଟେଲ୍ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍ ମାଦମ୍। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।
ଲୋକପାଳ ସଦସ୍ୟ ନିଯୁକ୍ତି ନିମନ୍ତେ ଚୟନ କମିଟିର ବୈଠକ ତାରିଖ ଜଣାଇବାକୁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍କୋର୍ଟର ଖଣ୍ଡପୀO ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ଏହି ତିନି ପାନେଲ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ଚୟନ କମିଟିକୁ ପଠାଇ ଦିଆଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ୍ କହିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଲୋକପାଳ ଏବଂ ବାକି ଦୁଇଟି ବିଚାର ବିଭାଗୀୟ ଓ ଅଣବିଚାର ବିଭାଗୀୟ ଲୋକପାଳ ସଦସ୍ୟଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଆଟର୍ଣ୍ଣି ଜେନେରାଲ୍ ବେଣୁଗୋପାଳ କହିଛନ୍ତି। ଲୋକପାଳର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି।
ଜମ୍ମୁରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଭୟାନକ ବୋମା ବିସ୍ଫୋରଣ ହୋଇଛି । ସୂତ୍ରାନୁସାରେ ଏହା ଏକ ଗ୍ରେନେଡ୍ ଆକ୍ରମଣ ବୋଲି କୁହାଯାଉଛି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୫ଜଣଙ୍କର ସ୍ବାସ୍ଥ୍ୟବସ୍ଥା ବେଶ୍ ଗମ୍ଭୀର ରହିଛି । ପାଖାପାଖି ୩୦ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଆଖପାଖରେ ଥିବା ପ୍ରାୟ ୧୦ଟି ବସ୍ କ୍ଷତିଗ୍ରସ୍ତ ହୋଇଛି । ବର୍ତମାନ ପୋଲିସ ସେଠାରେ ପହଁଚି ଯାଂଚ ଆରମ୍ଭ କରିଦେଇଛି । ଏହାସହ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି । ପୋଲିସ୍ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ସୂଚନା ରହିଛି ।
ରାଫେଲ୍ ଡିଲ୍ର ଦସ୍ତାବିଜ୍ ଚୋରି ହେବାର ଅଭିଯୋଗ ପରେ ଏହାକୁ ନେଇ ବିରୋଧୀ ମୋଦି ସରକାରଙ୍କ ଉପରେ ବର୍ଷୁଛନ୍ତି । ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ପରେ ଯାଞ୍ଚ କରିବାକୁ ଦାବି କରିଥିବାବେଳେ ଏହି କ୍ରମରେ ଏବେ ଯୋଗ ଦେଇଛନ୍ତି ବିହାରର ପୂର୍ବତନ ଡେପୁଟି ସିଏମ୍ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ । ସେ ରାଫେଲ୍ ବିବାଦକୁ ନେଇ ସିଧା ନିଶାନା ମୋଦିଙ୍କୁ କରିଛନ୍ତି । ତେଜସ୍ବୀ ଏକ ଟ୍ବିଟ୍ରେ କହିଛନ୍ତି -–‘ସୁରକ୍ଷାର ଅନ୍ତିମ ଗ୍ୟାରେଣ୍ଟି ଚୌକିଦାର ନୁହେଁ ଥାନେଦାର ନିଅନ୍ତି । ଓ ଥାନେଦାର ହେଉଛନ୍ତି ଜନତା । ଚୌକିଦାରର ଚୋରି ଧରାପଡ଼ିଯାଇଛି ଏବେ ଥାନେଦାର ସଜ୍ଜା ଦେବେ । ରାଫେଲ୍କୁ ତ ଉଡାଇ ପାରିଲେନି ସେଥିପାଇଁ ଷ୍ଟଣ୍ଟ ମ୍ୟାନ୍ ରାଫେଲ୍ର ଫାଇଲ୍କୁ ଉଡାଇଦେଲେ । ସୁପ୍ରିମ୍କୋର୍ଟ ରାଫେଲ୍ ବିବାଦର ପୁର୍ନବିଚାର କରିବା ପରେ ରାଫେଲ୍ ସମ୍ପର୍କିତ ଦସ୍ତାବିଜ୍ ଚୋରି ହୋଇଛି ବୋଲି ସରକାର ସୁପ୍ରିମ୍କୋର୍ଟଙ୍କ…
ଫିଲ୍ମ ‘ଭାରତ’ର ଶୁଟିଂ ସମାପ୍ତ ପରେ ବଲିଉଡ୍ ଭାଇଜାନ୍ ସଲମନ୍ ଖାନ୍ କ୍ୟାଟ୍ରିନାଙ୍କ ସହ ତାଙ୍କର ଏକ ଫଟୋକୁ ସେୟାର କରି ‘ଭାରତ ଫିଲ୍ମର ଶୁଟିଂ ସରିଲା’ ବୋଲି ଘୋଷଣା କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହିତ ଭାଇଜାନ୍ଙ୍କୁ କ୍ୟାଟ୍ରିନାଙ୍କୁ ବିବାହ କରିବା ପାଇଁ କହିଛନ୍ତି । ଏହି ଫଟୋରେ ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ଭାଇ ଭାରତ ହୀ ନହୀଁ ଜିନ୍ଦଗୀ କେ ଲିୟେ ପରଫେକ୍ଟ ଯୋଡ଼ି ହେ । ଆଉ ଜଣେ ଫ୍ୟାନ୍ ସଲ୍ମନ୍ ଭାଇ ୟେ ଦୁନିଆ କି ସବ୍ସେ ବେଷ୍ଟ କପ୍ଲ ହୈ ବୋଲି ଲେଖିବା ସହିତ ଆଉ ଜଣେ ପ୍ରଶଂସକ ଭାଇ ଜଲ୍ଦି ବାହା ହୋଇଯାଅ କ୍ୟାଟ୍ରିନାକୁ ଆଉ କେହି ନେଇଯିବ ନହେଲେ । ସଲମନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଶୁଟିଂ ପୂରା ୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଛି । ଏହି…
ଭାବା ଆଣବିକ ଗବେଷଣା କେନ୍ଦ୍ର (ବାର୍କ)ରେ ନୂଆ ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି। ଏହି ପଦବୀ ଗତ ଛଅ ମାସ ହେଲା ଖାଲି ପଡିଥିଲା । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟିର ନିଷ୍ପତ୍ତି କ୍ରମେ ଡକ୍ଟର ମହାନ୍ତିଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ମୁମ୍ବାଇ ସ୍ଥିତ ଦେଶର ଏହି ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ସେ ତିନି ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ବେସିକ୍ ଫିଜିକ୍ସରେ ବିଶେଷ ପାରଦର୍ଶିତା ହାସଲ କରିଥିବା ଏହି ୫୯ ବର୍ଷୀୟ ଓଡ଼ିଆ ବୈଜ୍ଞାନିକ ‘ଡାର୍କ ମ୍ୟାଟର୍’ର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ବି କାର୍ଯ୍ୟ କରୁଛନ୍ତି। ଅଜିତ ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଫିଜିକ୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି। ସେ କୋଲକାତା ସ୍ଥିତ ସାହା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ। ଯଦୁଗୋଡ଼ାରେ ୟୁରାନିୟମ୍ ଖଣିରେ ଭାରତର ଗଭୀରତମ ଅଣ୍ଡରଗ୍ରାଉଣ୍ଡ ଲାବୋରଟୋରୀ ପ୍ରତିଷ୍ଠା କରିବାରେ ସେ…
ଅଭିଶେକ ବର୍ମନ୍ଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍ ଡ୍ରାମା ‘କଲଙ୍କ୍’ ପରଦା ଉପରକୁ ଆସିବାର ରହିଛି । ଏହି ଫିଲ୍ମରେ ବରୁଣ ଧାଓ୍ବନ୍, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର୍ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍ ଜୋହର । କରନ୍ ଜୋହର୍ ଏହି ଫିଲ୍ମର ଫାଷ୍ଟ ଲୁକ୍କୁ ସେୟାର କରି ଏକ ଇମୋସନାଲ୍ ବାର୍ତ୍ତା ଲେଖିଛନ୍ତି । ‘୧୫ ବର୍ଷ ପୂର୍ବେ ଏହି ଫିଲ୍ମର ପରିକଳ୍ପନା ପ୍ରଥମେ ମୋ’ ହୃଦୟ ଓ ମସ୍ତିଷ୍କକୁ ଆସିଥିଲା । …. ଏଇଟା ଏମିତି ଏକ ଫିଲ୍ମ ଯାହାକୁ ମୁଁ ପୂରା ଜୋଶ୍ ସହ ବିଶ୍ବାସ କରେ…. ଏହି ଫିଲ୍ମ ପାଇଁ ମୋ’ ପିତା ଯିବା ପୂର୍ବରୁ ପ୍ରଥମେ କାମ କରିଥିଲେ…… ଏହି ଫିଲ୍ମକୁ ଦେଖିବା ମୋ’ ବାପାଙ୍କର ସ୍ବପ୍ନ ଥିଲା…. ମୁଁ ତାଙ୍କ ସ୍ବପ୍ନକୁ ପୂରା କରିପାରିଲି ନାହିଁ….ମୋ’…
ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଆ ପରୀକ୍ଷା ଦେଉଛନ୍ତି । ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ରାଜ୍ୟରେ ମୋଟ ୧୫୫୬ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ଫୋନ୍, ସ୍ମାର୍ଟ ଓ୍ବାଚ୍, କାଲକୁଲେଟର ଆଣିବା ଉପରେ ନିଷେଧ ଲଗାଯାଇଛି । ମାଟ୍ରିକ୍ ପ୍ରଶ୍ନପତ୍ର ପରି ଯେଭଳି ଏହି ପରୀକ୍ଷାରେ କୌଣସି ପ୍ରକାରର ବିଭ୍ରାଟ ନ ହୁଏ, ସେଥିନିମେନ୍ତ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯିବା ସହ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ବ୍ୟାପକ ଅନିୟନିମତା ଦେଖାଦେଇଥିବା ନେଇ ଶିକ୍ଷାବ୍ୟବସ୍ଥା…
ରାଫେଲ୍ ଡିଲ୍କୁ ନେଇ ପୁଣି ଥରେ ବିପଦରେ ମୋଦି ସରକାର । ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ । ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ଗତକାଲି କଂଗ୍ରେସର ରଣଦୀପ୍ ସୁରେଜଓ୍ବାଲ୍ ମୋଦିଙ୍କୁ ଘେରିଥିବାବେଳେ ଆଜି ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ ରାଫେଲ୍ ଦୁର୍ନୀତି ଅଭିଯୋଗରେ ସତ୍ୟତା ରହିଛି । ଫାଇଲ୍ ହଜିଗଲା ଅର୍ଥ ରାଫେଲ୍ର ପ୍ରକୃତ ଦାମ ହଜିଗଲା । ଯଦି ଏଥିରେ କୌଣସି ଘୋଟାଲା ହୋଇନାହିଁ ତେବେ ପ୍ରଧାନମନ୍ତ୍ରୀ କାହିଁକି ଯାଂଚ ନିର୍ଦ୍ଦେଶ ଦେଉନାହାନ୍ତି । ରାଫେଲ ଡିଲ୍ ସମ୍ପର୍କୀତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ସେ ନିଜକୁ ନିର୍ଦ୍ଦୋଷ…

