ଉତ୍ତରପ୍ରଦେଶରୁ ଜୈଶ – ଏ – ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ରାଜ୍ୟ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍) ତାଙ୍କୁ ଗିରଫ କରିଛି । ଏହି ଦୁଇ ଆତଙ୍କବାଦୀଙ୍କ ନାମ ଶାହନଓ୍ବାଜ ତେଲି ଏବଂ ଆକିବ ଅହମ୍ମଦ । ଶାହନଓ୍ବାଜଙ୍କ ଘର ଜାମ୍ମୁ-କାଶ୍ମୀରର କୁଲଗାମରେ ହୋଇଥିବାବେଳେ ସେ ଉତ୍ତରପ୍ରଦେଶର ଦେଓବନ୍ଧରେ ରହି ପାଠ ପଢୁଥିଲେ । ସେହିପରି ଆକିବଙ୍କ ଘର ପୁଲଓ୍ବାମାରେ । ଉଭୟ ଜୈଶ ନିର୍ଦ୍ଦେଶରେ ଲୋକଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରୁଥିଲେ ବୋଲି କୁହାଯାଇଛି । ସୂଚନା ମୁତାବକ, ପୁଲଓ୍ବାମା ଆକ୍ରମଣ ପରେ ପଶ୍ଚିମ ଉତ୍ତରପ୍ରଦେଶରେ ଏଟିଏସ୍ ପକ୍ଷରୁ ବଡ଼ ଧରଣର ଅପରେସନ୍ କରାଯାଉଛି । ଗୁରୁବାର ରାତି ପ୍ରାୟ ୨ଟା ୩୦ରେ ଦେଓବନ୍ଧର ଏକ ଘରେ ଚଢାଉ କରି ଏମାନଙ୍କୁ ଗିରଫ କରାଯାଇଛି ।
Author: Samikhsya Bureau
ଆଜି ପରଦାକୁ ଆସିଛି ‘ଧମାଲ୍’ ସିରିଜ୍ର ତୃତୀୟ ସଂସ୍କରଣ ‘ଟୋଟାଲ୍ ଧମାଲ୍’ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ତଥା ସହ ପ୍ରଯୋଜିତ ଏହି କମେଡ଼ି ଫିଲ୍ମଟିରେ ଅଜୟ ଦେବଗନ୍, ରିତେଶ ଦେଶମୁଖ, ଅର୍ଶଦ ଓ୍ବାର୍ଶି, ଜାଭେଦ ଜାଫେରୀ, ମାଧୁରୀ ଦୀକ୍ଷିତ୍, ଅନିଲ୍ କୁପର୍, ଈଶା ଗୁପ୍ତା, ସଂଜୟ ମିଶ୍ରା, ରାଜପାଲ ଯାଦବ, ସୁଦେଶ ଲାହିରୀ, ମହେଶ ମଞ୍ଜେ୍ରକର୍, ପ୍ରମୁଖ ଅଭିନୟ କରିଛନ୍ତି । ’ଟୋଟାଲ୍ ଧମାଲ୍’ର ପୂର୍ବ ଦୁଇ ସଂସ୍କରଣ ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା । ଏହି ଫିଲ୍ମରେ ବହୁତ ଦିନ ପରେ ରୋମାଣ୍ଟିକ୍ ଯୋଡ଼ି ଅନିଲ୍ କପୁର୍ ଓ ମାଧୁରୀ ଦୀକ୍ଷିତଙ୍କୁ ନିଆଯାଇଛି । ପୂର୍ବରୁ ଫିଲ୍ମର ଗୀତଗୁଡ଼ିକ ହିଟ୍ ହୋଇଥିବାବେଳେ ଏହାର ଟ୍ରେଲ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ହଲିଉଡ୍ କ୍ରିଷ୍ଟାଲ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମୁଗୁଣ୍ଡା ଗୀତର ରିମେକ୍ ରହିଛି, ଯେଉଁଥିରେ ସୋନାକ୍ଷୀ…
ଫୁଲଓ୍ବାମା ଆକ୍ରମଣରେ ଆତ୍ମଘାତୀ ଆତଙ୍କବାଦୀ ଜଣେ କାଶ୍ମୀର ଯୁବକ ଜଣାପଡ଼ିବା ପରେ ବିଭିନ୍ନ ରାଜ୍ୟରେ କାଶ୍ମୀର ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ୍ କରାଯିବା ସହ ଆକ୍ରମଣ ମଧ୍ୟ କରାଯାଉଛି । ଏହି ଘଟଣାକୁ ସୁପ୍ରିମ୍କୋର୍ଟ ନିନ୍ଦା କରିବା ସହ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗେଇ, ବିଚାରପତି ଏଲ୍.ଏନ୍.ରାଓ ଏବଂ ସଂଜୀବ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର, ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛନ୍ତି । ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ଏ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପୁଲଓ୍ବାମା ଘଟଣା ପରେ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ଜମ୍ମୁ-କଶ୍ମୀର, ହରିୟାଣା, ମେଘାଳୟ, ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରାଖଣ୍ଡ ଆଦି…
ମୋଦି ୨ ଦିନିଆ ଦକ୍ଷିଣକୋରିଆ ଗସ୍ତରେ ଯାଇଛନ୍ତି । ଗତକାଲି ମୋଦି ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଭାରତ-କୋରିଆ ଷ୍ଟାର୍ଟ ଅପ୍ ହବ୍ ଆରମ୍ଭ କରିଛନ୍ତି । ଏହି ଅବସରରେ ସିଓଲସ୍ଥିତ ୟୋନସେଇ ବିଶ୍ବବିଦ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ମଧ୍ୟ କରିଛନ୍ତି । ଆଜି ତାଙ୍କୁ ଦକ୍ଷିଣକୋରିଆ ପକ୍ଷରୁ ୨୦୧୮ ମସିହା ପାଇଁ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଦକ୍ଷିଣ କୋରିଆ ପ୍ରତିପକ୍ଷର ମୋଦିଙ୍କୁ ଏହି ସମ୍ମାନଜନକ ୧୪ଶ ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ । ମୋଦି ପୁରସ୍କାର ଗ୍ରହଣ କରି ଏହି ସମ୍ମାନ ସାରା ଭାରତର ସମ୍ମାନ ବୋଲି କହିବା ସହିତ ଏହା ’ବସୁଧୈବ କୁଟୁମ୍ବକମ୍’ର ପରିଚୟ ବୋଲି କହିଥିଲେ ।
ଅନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ମହାସଂଘ (ଆଇଏସଏସଏଫ୍) ପକ୍ଷରୁ ଦିଲ୍ଲୀରେ ଚାଲିଥିବା ଶୁଟିଂ ବିଶ୍ବକପ୍ ପ୍ରତିଯୋଗିତା ପାଇଁ ଭାରତ ପକ୍ଷରୁ ୨ ପାକିସ୍ତାନୀ ଶୁଟରକୁ ଭିଜା ଅନୁମତି ଦିଆ ନ ଯିବା ପରେ ଅସନ୍ତୋଷ ପ୍ରକାଶ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) । ଭବିଷ୍ୟତରେ ଭାରତ ଖେଳକୁଦ ଆୟୋଜନ କରାଇବାକୁ କରିଥିବା ସମସ୍ତ ଆବେଦନକୁ ଇଣ୍ଟର୍ନେସ୍ନାଲ୍ ଅଲିମ୍ପିକ୍ କମିଟି (ଆଇଓସି) ରଦ୍ଦ କରିଛି। ଭାରତରେ କୌଣସି ପ୍ରତିଯୋଗିତା ଆୟୋଜନ ନ କରିବାକୁ ଆନ୍ତର୍ଜାତିକ ସ୍ପୋର୍ଟସ୍ ଫେଡେରେସନ୍କୁ କହିଛି ଆଇଓସି। ଆଇଓସି କହିଛି ପ୍ରତିଯୋଗୀଙ୍କୁ ଭିସା ଦେବାକୁ ଅଗ୍ରାହ୍ୟ କରିବା ହେଉଛି ଅଲିମ୍ପିକ୍ ଚାର୍ଟର୍ ନିୟମ ବିରୁଦ୍ଧ। ଏହା ବୈଷମ୍ୟ ଓ ରାଜନୈତିକ ହସ୍ତକ୍ଷେପ ବୋଲି ବିବେଚନା କରାଯାଏ। ଭିଜା ନ ଦେବା ନିଷ୍ପତ୍ତି ପରେ ଆଇଓସି ଭାରତ ସହ ସମସ୍ତ ପ୍ରକାର କଥାବାର୍ତ୍ତା ବନ୍ଦ କରିଦେଇଛି । ଆଇଏସ୍ଏସଏଫ୍ର ଶୁଟିଂ ବିଶ୍ବକପ୍ ପ୍ରତିଯୋଗିତାରେ ପାକିସ୍ତାନ ପକ୍ଷରୁ ୨ ଶୁଟର୍ ଜି.ଏମ୍. ବସୀର…
ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ବୟାନ ଦେଇ ଅଡୁଆ ପରିସ୍ଥିତିରେ ଫସିଥିଲେ ନବଜୋତ ସିଂହ ସିଦ୍ଧୁ। ପ୍ରଥମେ କପିଲ ଶର୍ମାଙ୍କୁ କମେଡି ସୋରୁ ତାଙ୍କୁ ବିଦା କରାଯାଇଥିଲା। ଏବେ ମୁମ୍ବାଇର ଫିଲ୍ମ ସିଟିରେ ପ୍ରବେଶ ଉପରେ କଟକଣା ଲାଗିଛି। ନିଷ୍ପତ୍ତି ନେଇଛି ଫେଡେରେସନ୍ ଅଫ୍ ଓ୍ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେଏମ୍ପ୍ଲୋଇଜ୍ ବା FWICE। ଏ ନେଇ ଦାଦା ସାହେବ ଫାଲକେ ଫିଲ୍ମ ସିଟିର ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି FWICE।ଯେଉଁଥିରେ ଉଲ୍ଲେଖ ରହିଛି, ଫିଲ୍ମ ସିଟି ଷ୍ଟୁଡିଓରେ ସିଦ୍ଧୁ ଓ କୌଣସି ପାକିସ୍ତାନୀ କଳାକାର ତଥା ଗାୟକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ଭାବରେ ଅଙ୍କୁଶ ଲଗାଯାଉ।
ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସୁରକ୍ଷା କାର୍ଡ ଖେଳିଛି କଂଗ୍ରେସ। ଗଠନ କରିଛି ରାଷ୍ଟ୍ରୀୟ ସୁରକ୍ଷା ଉପରେ ଏକ ଟାକ୍ସ ଫୋର୍ସ। ଯାହାକୁ ଲିଡ୍ କରିବେ ସର୍ଜିକାଲ୍ ଷ୍ଟ୍ରାଇକରେ ଭାରତୀୟ ସେନାର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ୍ ଡିଏସ୍ ହୁଡା। ଏହି ଟାକ୍ସ ଫୋର୍ସ ଦେଶ ପାଇଁ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବ। ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ କରି ଡିଏସ୍ ହୁଡା ପ୍ରସ୍ତୁତ କରିବେ ଭିଜନ ଡକ୍ୟୁମେଣ୍ଟ। ସର୍ଜିକାଲ ଷ୍ଟ୍ରାଇକ ବେଳେ ଡିଏସ୍. ହୁଡା ଥିଲେ ନର୍ଦ୍ଦନ ଆର୍ମିର କମାଣ୍ଡାର। ତେବେ ସେ କଂଗ୍ରେସରେ ଯୋଗ ଦେବା ଓ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାକୁ ଅସ୍ୱୀକାର କରିଛନ୍ତି।
କେଦାର ମିଶ୍ର ଫେବୃଆରୀ ୧୪ ତାରିଖ ଦିନ ଯେତେବେଳେ ପୁଲବାମା ରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ହେଉଥିଲା ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାର ଲାଗି ଡିସ୍କଭରି ଚାନେଲ ପାଇଁ ଏକ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ଥିଲେ ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। ଏ ଅଭିଯୋଗଟି ଅବଶ୍ୟ ପିଲାଳିଆ। ଆତଙ୍କବାଦୀ ଘଟଣା ବିଷୟରେ କେହି କେବେ ଆଗରୁ ଜାଣିବାର ସମ୍ଭାବନା ନାହିଁ। ଗୋଟେ ଦୁର୍ଘଟଣା ଘଟିଲାବେଳେ ପ୍ରଧାନମନ୍ତ୍ରୀ ଯେ କେଉଁଠି ଥିବେ ତାହା ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ୟକ୍ରମ ଉପରେ ନିର୍ଭର କରୁଛି। ତେବେ କଂଗ୍ରେସର ଅଭିଯୋଗ ଆସିବା ପରେ “ସରକାରୀ ସୂତ୍ର’ ରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ତାହା ଆହୁରି ପିଲାଳିଆ। “ସରକାରୀ ସୂତ୍ର” (ଯାହାକୁ ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ଉଦ୍ଧାର କରିଛନ୍ତି)ର କହିବା କଥା ହେଲା ସେଦିନ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଜିମ କର୍ବେଟ ଅଭୟାରଣ୍ୟ ରେ ଥିଲେ। ସେଦିନ ସନ୍ଧ୍ୟା…
କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପିଏଫ ଜମା ସୁଧହାରକୁ ୮.୬୫ ପ୍ରତିଶତକୁ ବୃଦ୍ଧି କରିବା ଉପରେ ପ୍ରସ୍ତାବ ଦିଆଯାଇଛି। ୨୦୧୭-୧୮ରେ ଏହା ୮.୫୫ ପ୍ରତିଶତ ଥିଲା । ତା ପୂର୍ବ ବର୍ଷ ଅର୍ଥାତ ୨୦୧୬-୧୭ରେ ଏହା ୮.୬୫ ପ୍ରତିଶତ ଥିଲା । ଏହା ଦ୍ୱାରା ସାରାଦେଶରେ ଥିବା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ । କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ହାର ବଢାଇବା ଉପରେ ନିଷ୍ପତ୍ତି ନିଆଯାଇଥିଲା । ବୋର୍ଡର ମଂଜୁରୀ ପାଇବା ପରେ ଏହି ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ । ଏହା ପରେ ହିଁ ବର୍ଦ୍ଧିତ ସୁଧହାର ଲାଗୁ ହେବ ।
ବେଙ୍ଗାଲୁରୁଠାରେ ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି ଏୟାର ଇଣ୍ଡିଆ ଶୋରେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଛନ୍ତି । ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନ ଉପରେ କିଛି ସମୟ ଚକ୍କର କାଟିବା ପରେ ଏହା ଅବତରଣ କରିଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ସବୁଠାରୁ ହାଲୁକା ସୁପରସୋନିକ୍ ଜେଟ୍ ହେଉଛି ‘ତେଜସ୍’ । ଏହାର ରେଞ୍ଜ ବହୁତ କମ୍ ରହିଥିବାବେଳେ ଅନ୍ୟ ଯୁଦ୍ଧ ବିମାନ ଭଳି ଏହା ଆଧୁନିକ ଯୁଦ୍ଧାସ୍ତ୍ର ବୋହିପାରିବ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବିମାନକୁ ଏକ ଦିନ ପୂର୍ବରୁ ଏୟାର ଶୋରେ ଅନ୍ତିମ ସଂଚାଳନ ପାଇଁ ଅନୁମତି ମିଳିଥିଲା । ଏହାକୁ ଯୁଦ୍ଧ ମିଶନ ପାଇଁ ପ୍ରସ୍ତୁତ କରାଯାଇଛି । ତେଜସର ବୈମାନିକୀ ଭଲ ରହିବା ସହିତ ଏହାର ଲକ୍ଷ୍ୟଭେଦ ପ୍ରଣାଳୀ ଭଲ ରହିଛି । ଯଦି ଏହାକୁ ଆୟୁଧ ଭଣ୍ଡାରରେ ସାମିଲ କରାଯିବ ତେବେ ବାୟୁଶକ୍ତି…
ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଚଳିତ ବର୍ଷ ରାଜ୍ୟରେ ମୋଟ ୨୮୩୦ଟି କେନ୍ଦ୍ରରେ ୫,୭୨,୬୯୯ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବାକୁ ନାମ ପଂଜୀକରଣ କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । କପି ରୋକିବା ତଥା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ବୋର୍ଡ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥର ପରୀକ୍ଷା କେନ୍ଦ୍ରରେ ଅଧିକାରୀ ତଥା ସ୍କ୍ବାଡ, ପୁଲିସ କର୍ମଚାରୀ ମାନେ ମଧ୍ୟ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ । କେବଳ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଫୋନ୍ ବ୍ୟବହାର କରିବେ । ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ପରୀକ୍ଷା…
୨୦୧୯ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍ପି) ବହୁଜନ ସମାଜ ପାର୍ଟି(ବିଏସ୍ପି) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆର ଏଲ୍ଡି) ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି । ଏନେଇ ଏସ୍ପି-ବିଏସ୍ଥପି- ଆରଏଲ୍ଡି ମେଣ୍ଟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁସାରେ ଉତ୍ତରପ୍ରଦେଶର ମୋଟ ୮୦ଟି ଲୋକସଭା ଆସନ ମଧ୍ୟରୁ ଏସ୍ପି ୩୭, ବିଏସ୍ପି ୩୮ ଓ ଆରଏଲ୍ଡି ୩ଟି ଆସନରେ ନିର୍ବାଚନ ଲଢିବେ । ରାଷ୍ଟ୍ରୀୟ ଲୋକଦଳକୁ ମୁଜାଫରନଗର, ବାଗପତ ଏବଂ ଆସନ ଦିଆଯାଇଛି । କଂଗ୍ରେସ ପାଇଁ ଅମେଠି ଏବଂ ରାୟବରେଲି ଲୋକସଭା ଆସନ ଛାଡ଼ି ଦିଆଯାଇଛି । ଏସ୍ପି ଗୋରଖପୁର, ଗୋଣ୍ଡା, କୁଶୀନଗର, ଆଜମଗଡ଼, ବାରାଣାସୀ, ଗାଜିଆବାଦ, ହାଥରସ, ପିଲିଭୀତ, ମୋନୗପୁର, ଖିର, କେନୗଜ, ବାନ୍ଦା, ଫୁଲପୁର, ଆହ୍ଲାବାଦ, କୌରାନା ମୁରାଦାବାଦ, ରାମପୁର, ଇଟ୍ଟାଓ୍ବା, କାନପୁର, ଲକ୍ଷ୍ନୌ, ଝାନ୍ସୀ ଆଦିରେ ନିର୍ବାଚନ ଲଢିବ । ସେହିପରି ବିଏସ୍ପି ପ୍ରତାପଗଡ଼, ସୁଲତାନପୁର, ଅଲ୍ଲୀଗଡ଼, ଆଗ୍ରା, ମେରଠ,…
ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ପରେ ପାକିସ୍ତାନକୁ ଏହାର କଡ଼ା ଜବାବ ଦେବା ପାଇଁ ଏବେ ସବୁ ମହଲରୁ ଦାବି ହେଉଛି। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତୀନ୍ ଗଡ଼କରୀ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି, ପାକିସ୍ତାନ୍କୁ ଗୁଳିରେ ନୁହେଁ ବରଂ ପାଣିରେ ମାର! ନୀତୀନ୍ କହିଛନ୍ତି ଯେ ପାକିସ୍ତାନରେ ପାନୀୟ ଜଳର ଆବଶ୍ୟକତା ମେଣ୍ଟାଇଥାଏ ତିନିଟି ପ୍ରମୁଖ ନଦୀ- ଇନ୍ଦସ୍, ଝେଲମ୍ ଓ ଚେନାବ- ଯାହାର ଉତ୍ପତ୍ତି ସ୍ଥଳ ହେଉଛି ଭାରତ। ତେଣୁ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାକୁ ହେଲେ, ଏହି ତିନି ନଦୀର ଗତି ପଥକୁ ପରିବର୍ତ୍ତନ କରି ଯମୁନା ମଧ୍ୟକୁ ପରିବର୍ତ୍ତନ କରିଦେଲେ ପାକିସ୍ତାନ ଆପେ ବାଟକୁ ଆସିଯିବ। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ନମାମି ଗଙ୍ଗା’ କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟ ପାଇଁ ଭାରତ ସରକାରଙ୍କୁ ଅଧିକ ପରିଶ୍ରମ କରିବାକୁ ବା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ନୀତୀନ୍ ଗଡ଼କରୀ।
ଜ୍ୟୋତି ନନ୍ଦ ଏଇ ସ୍ଥାପତ୍ୟ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ୟାନ” ବା “ଏକୋଇଶ ର ଉଦ୍ୟାନ” ହିସାବରେ ଏକୋଇଶ ଫେବୃଆରୀ ୨୦୧୬ ଦିନ ଉଦଘାଟନ କରା ଯାଇଥିଲା। ସ୍ଥାପତ୍ୟର ନାଆଁ ହେଉଛି,ଭଉଣୀ କୋଳରେ ଜଣେ ଶହୀଦ। ସେତିକିରେ କ’ଣ ଆମ ମାନଙ୍କ ଭଳି ଯେଉଁମାନଙ୍କର ଛାତି ନିହାତି ଦୁର୍ବଳ ସେମାନେ ଧିର ସ୍ଥିର ହୋଇ ଏଇ କଳାକର୍ମ କୁ ଦେଖିପାରିବେ ?ସ୍ଥାପତ୍ୟର ପଛପଟରେ ନେପଥ୍ୟର ଇତିହାସ ବଖାଣ ହୋଇଛି।ଦୟାକରି ପଢିବେ।ସାମ୍ନା ପଟରେ ତିନଧାଡି କବିତା ଅଛି ବଙ୍ଗଳା ଭାଷାରେ ଯାହାର ଓଡିଆ ତର୍ଜମା ଏଇପରି ହେବ: “ଆମର ଭାଇର ରକ୍ତେ ରଂଜିତ ଏକୋଇଶ ଫେବୃଆରୀ , ଆମେ କି ପାରିବା ଭୁଲି ?” ଯେଉଁଠି ରକ୍ତପାତ ଏତେ ନିବିଡ ସେଠାରେ ସାମାନ୍ୟ ଭାଷାର କି ସାମର୍ଥ୍ୟ…
ବଲିଉଡ୍ ଅଭିନେତା ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ’କେଶରୀ’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ଶିଖ୍ ଯୋଦ୍ଧା ଭୂମିକାରେ ଅଭିନୟ କରିଛନ୍ତି । ତିନି ମିନିଟ୍ର ଏହି ଟ୍ରେଲରଟି ଅକ୍ଷୟ କୁମାରଙ୍କ ଏକ ସଂଳାପରୁ ଆରମ୍ଭ ହୋଇଛି । ସଂଳାପରେ ଅକ୍ଷୟ କହିଛନ୍ତି – ‘ଜଣେ ଗୋରା ମୋତେ କହିଥିଲା ଯେ, ତୁମେ ଗୋଲାମ୍, ହିନ୍ଦୁସ୍ତାନ ମାଟିରେ ଭୀରୁମାନେ ଜନ୍ମ ନେଇଥା’ନ୍ତି । ଆଜି ଉତ୍ତର ଦେବାର ସମୟ ଆସିଛି ।’ ଏହି ଟ୍ରେଲର୍ରେ ଜବରଦସ୍ତ ଆକ୍ସନ ସହ ଅକ୍ଷୟଙ୍କ ଆହୁରି ଦମଦାର୍ ସଂଳାପ ରହିଛି । ଫିଲ୍ମଟି ସାରଗଡ଼ୀ ଯୁଦ୍ଧ ଉପରେ ଆଧାରିତ । ୧୦ହଜାର ଆଫଗାନୀଙ୍କ ସହ ୨୧ ଜଣ ଶିଖ୍ ଯବାନ୍ଙ୍କ ଯୁଦ୍ଧକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମଟି । ଏହି ଫିଲ୍ମରେ ଅକ୍ଷୟଙ୍କ ସହ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିବ । ଧର୍ମା ପ୍ରଡକ୍ସନ…
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି କରି ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ପାଳନ ଆରମ୍ଭ କରିଛି। ସଙ୍ଗଠନର କର୍ମୀମାନେ ବିଭିନ୍ନ ଜିଲ୍ଳା ମୁଖ୍ୟାଳୟ ଓ ସଦର ମହକୁମାମାନଙ୍କରେ ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି। ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କପଥରେ ବସ୍, ଟ୍ରକ୍, କାର୍ ଓ ଅନ୍ୟାନ୍ୟ ପରିବହନ ବ୍ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ରେଳଚଳାଚଳ ମଧ୍ୟ ବନ୍ଦ ରହିଛି। ରାଜନୈତିକ ଦଳ କଂଗ୍ରେସ ଓ ଭାଜପା କୃଷକମାନଙ୍କର ବନ୍ଦ ପାଳନକୁ ସମର୍ଥନ ଜଣାଇ ସେମାନଙ୍କ ସହଯୋଗ ଦେଇଛି। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆସନ୍ତା କାଲି ମାଟ୍ରିକ୍ ପରୀକ୍ଷା ଥିବାରୁ ବିଜେଡ଼ି ତରଫରୁ ଏହି ଆନ୍ଦାେଳନକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରାଯାଇଥିଲା ।
ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ ରାଜନୀତି ଜୋର୍ ଧରିଛି । କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛି । ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍ ନ୍ୟାସନାଲ ପାର୍କରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ଶହୀଦ୍ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ଦେଶବାସୀ ଭୋକଶୋଷ ଭୁଲିଯାଇଥିବା ସମୟରେ ମୋଦି ରାମନଗର ଗେଷ୍ଟ ହାଉସ୍ରେ ଚା ଓ ଜଳଖିଆ ଖାଉଥିଲେ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରେଜଓ୍ବାଲା ଅଭିଯୋଗ କରିଛନ୍ତି। ଆତଙ୍କବାଦୀ ଆକ୍ରମଣ ଘଟଣା ଶୁଣି ମଧ୍ୟ ପ୍ରଧାନମନ୍ତ୍ରୀ ସେଠାରେ ନୌକା ବିହାର କରୁଥିଲେ। ସେହିପରି ଶହୀଦ୍ଙ୍କ ମରଶରୀର ସହିତ ଭାଜପା ନେତା ସେଲଫି ମଧ୍ୟ ନେଉଥିବାର ଘଟଣାକୁ ନେଇ ମଧ୍ୟ ବିଜେପି ସମାେଲାଚନା କରିଛନ୍ତି ସୁରେଜଓ୍ବାଲା । ଦେଶରେ ଶହୀଦ୍ଙ୍କୁ ନେଇ ଶୋକାକୁଳ ସ୍ଥିତି ଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନିଶା ଘାରିଛି ବୋଲି…
ରାଫେଲ ମାମଲାରେ ପୁର୍ନବିଚାର ଆବେଦନ ଏବଂ ସରକାରଙ୍କ ବିରୋଧରେ କୋର୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ଶୀଘ୍ର ଶୁଣାଣି କରିବାକୁ ସାମାଜିକ କର୍ମୀ ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ନିବେଦନ କରିଥିଲେ । ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଶୀଘ୍ର ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯିବ । ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ରାଫେଲ ମାମଲାରେ କିଛି ଅଧିକାରୀଙ୍କ ବିରୋଧରେ ନ୍ୟାୟାଳୟକୁ ମିଛି କହିଥିବା ସମ୍ବନ୍ଧରେ ଆବେଦନ କରିଥିବା ଅଭିଯୋଗ ପତ୍ର ଉପରେ ମଧ୍ୟ ଶୁଣାଣି କରିବାକୁ ନିବେଦନ କରିଥିଲେ । ସୁପ୍ରିମକୋର୍ଟ ରାଫେଲ ମାମଲାରେ ନିଜର ରାୟ ଉପରେ ସମୀକ୍ଷା କରିବା ନିବେଦନ ଉପରେ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ରାଫେଲ ଡିଲରେ ମୋଦୀ ସରକାରଙ୍କୁ କ୍ଲିନ ଚିଟ…
ବରଗଡ଼ର ଇଚ୍ଛାପାଲୀଠାରେ ଆୟୋଜିତ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାଳିଆା ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୭୦୦ କୋଟି ଟଙ୍କାର ସହାୟତା ରାଶିକୁ ୧୪ ଲକ୍ଷରୁ ଅଧିକ ହିତାଧୀକାରଙ୍କ ଆକାଉଣ୍ଟକୁ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଜି ରାଜ୍ୟର କାଳିଆ ଯୋଜନାରେ ୧୪ ଲକ୍ଷରୁ ଅଧିକ ଚାଷୀ ସାମିଲ୍ ହେଲେ । ପ୍ରଥମ ପର୍ଯ୍ୟାୟରେ ପୁରୀରେ ୧୨ ଲକ୍ଷରୁ ଅଧିକ ଚାଷୀ ଉପକାର ପାଉଥିବାବେଳେ କେନ୍ଦ୍ରାପଡ଼ାରେ ୩ ଲକ୍ଷ ୫୦ ହଜାର ଭୂମିହୀନ ଚାଷୀ ଉପକାର ପାଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚାଷୀ ଆମର ଗୌରବ । ଚାଷୀର ତ୍ୟାଗ ଓ ପରିଶ୍ରମ ପାଇଁ ସମସ୍ତ ଦେଶ କୃତଜ୍ଞ । ଚାଷୀକୁ ତାର ହକ୍ ଦେବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିାଏ । ସେ କହିଥିଲେ ଯେ…
ବଲିଉଡର ଖ୍ୟାତନାମା ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ମୁମ୍ବାଇର ସାର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସିପିଟାଲରେ ପରଲୋକ ହୋଇଥିବା ଜଣାଯାଇଛି । ରାଜକୁମାର ବଡଜାତ୍ୟା ହେଉଛନ୍ତି ସୁପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ତାରାଚନ୍ଦ ବଡଜାତ୍ୟାଙ୍କ ସୁପୁତ୍ର ତଥା ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ସୂରଜ ଆର. ବଡଜାତ୍ୟାଙ୍କ ପିତା । ସେ ମୈନେ ପ୍ୟାର୍ କିୟା, ହମ୍ ଆପ୍କେ ହେଁ କୌନ୍, ମୈ ପ୍ରେମ୍ କୀ ଦିୱାନୀ ହୁଁ, ବିବାହ, ପ୍ରେମ ରତନ ଧନ୍ ପାୟୋ ଏବଂ ହମଚାର୍ ଆଦି ସିନେମାର ନିର୍ମାତା ଥିଲେ । ରାଜକୁମାର ବଡଜାତ୍ୟା ହିଁ ସୁପରଷ୍ଟାର୍ ସଲମାନ୍ ଖାନଙ୍କୁ ମୈନେ ପ୍ୟାର୍ କିୟା ଫିଲ୍ମରେ ବ୍ରେକ୍ ଦେଇଥିଲେ । ତାଙ୍କର ଶେଷ ସିନେମା ‘ହମଚାର୍’ ଗତ ୧୫ ତାରିଖରେ ରିଲିଜ୍ ହୋଇଥିଲା । ରାଜକୁମାର ବଡଜାତ୍ୟାଙ୍କ ଆକସ୍ମିକ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।
ଗତ ୧୪ ତାରିଖରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ୍ ସହିଦ ହୋଇଥିବା ଘଟଣାରେ ଦେଶବାସୀ ସ୍ତବ୍ଧ ହୋଇ ରହିଥିବାବେଳେ ମନରେ ପ୍ରତିହିଂସାର ନିଆଁ ଲାଗିରହିଛି । ଠିକ୍ ଏହି ସମୟରେ ଆଉ ଏକ ଆକ୍ରମଣ ଯୋଜନାର ଖବର ମିଳିଛି । ଗୁଇନ୍ଦା ବିଭାଗ ଅନୁସାରେ ଜୈଶ-ଇ-ମହମ୍ମଦ ପୁଲୱାମାରେ ଆଉ ଏକ ବଡ଼ ଆକ୍ରମଣ କରିବାର ଯୋଜନା କରୁଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଉତ୍ତର କାଶ୍ମୀରର ଚୌକିବଲ ଓ ଜଙ୍ଗଦାରରେ ଆଇଇଡ଼ି ବ୍ଲାଷ୍ଟ୍ ଜରିଆରେ ଆକ୍ରମଣ କରିବାର ଯୋଜନା କରାଯାଉଛି । ଗତ ଆକ୍ରମଣ ଠାରୁ ଏହି ଆକ୍ରମଣ ଅଧିକ ଭୟଙ୍କର ହେବ ବୋଲି ସୂଚନା ରହିଛି । ଗତଥର ୩୫୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିଲା । ଏଥର ୫୦୦ କେଜି ବିସ୍ଫୋରକ ବ୍ୟବହାର କରାଯିବାର ଯୋଜନା ରହିଛି । ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନଙ୍କୁ ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଛି ।…

