Author: Samikhsya Bureau

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ମାଗଣାରେ ଚିକିତ୍ସା ଦିଆଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ BSKY ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ରୋଗ ହେଲେ ଲୋକମାନଙ୍କର ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇପାରିଛି। କିଡନୀ ରୋଗର ଚିକିତ୍ସା ବହୁତ ବ୍ୟୟସାପେକ୍ଷ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏସବୁ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡନୀ ରୋଗୀ ମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍‌ ସେବା ପାଇ ପାରିବେ।…

Read More

ଭୁବନେଶ୍ବର: 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସନ୍ଧ୍ୟାରେ ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏହି ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ…

Read More

ନୂଆଦିଲ୍ଲୀ: ୨୦୨୪ ବଜେଟରେ ଭାରତରେ ମହିଳାଙ୍କଠାରେ ଚିହ୍ନଟ ହେଉଥିବା ଦ୍ୱିତୀୟ ସାଧାରଣ କର୍କଟ ରୋଗ ଗର୍ଭାଶୟ କ୍ୟାନସରକୁ ପ୍ରୋତ୍ସାହନ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଝିଅମାନଙ୍କୁ ଗର୍ଭାଶୟ କ୍ୟାନସର ପ୍ରତିଷେଧକ ଟୀକା ଦେବାକୁ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ ଗର୍ଭାଶୟ କର୍କଟ ପ୍ରତିରୋଧ ପାଇଁ ଆମ ସରକାର ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କ ପାଇଁ ଟୀକାକରଣକୁ ପ୍ରୋତ୍ସାହିତ କରିବେ। ଭାରତରେ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ୫୧୧.୪ ନିୟୁତ ମହିଳା ଅଛନ୍ତି, ଯେଉଁମାନଙ୍କୁ ଗର୍ଭାଶୟ କର୍କଟ ହେବାର ଆଶଙ୍କା ଅଧିକ । ଗର୍ଭାଶୟ କର୍କଟ କେତେକ ପ୍ରକାରର ହ୍ୟୁମାନ ପାପିଲୋମାଭାଇରସ୍ (ଏଚପିଭି) କାରଣରୁ ହୋଇଥାଏ । ଏଚପିଭି ହେଉଛି ୨୦୦ ସମ୍ବନ୍ଧୀୟ ଭୂତାଣୁର ଏକ ଗୋଷ୍ଠୀ । ଅଧିକ ବିପଦଥିବା ଏଚପିଭି ଗର୍ଭାଶୟ କ୍ୟାନସର ସମେତ ଅନେକ ପ୍ରକାର କର୍କଟ ରୋଗର କାରଣ ହୋଇପାରେ। ଏଚପିଭି ସଂକ୍ରମଣ…

Read More

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ଏବଂ ନୂତନ ଯୁବ ଭୋଟରମାନଙ୍କୁ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଶିଖାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସାରା ରାଜ୍ୟରେ ଜାନୁଆରୀ ୧୫ ତାରିଖଠାରୁ ମୋବାଇଲ ଭ୍ୟାନ ଜରିଆରେ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଭୋଟରମାନଙ୍କୁ ପ୍ରଦର୍ଶନ କରାଯିବା ସହ ମକ୍‌ ମତଦାନ କରାଯାଉଛି। ଇଭିଏମ୍‌/ଭିଭିପ୍ୟାଟ୍‌ର ଏହି ସଚେତନତା କାର୍ଯ୍ୟକ୍ରମ ନିର୍ବାଚନ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ। ମୋବାଇଲ ଭ୍ୟାନ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ ପ୍ରଦର୍ଶନ କାର୍ଯ୍ୟକ୍ରମ ସବୁ ଜିଲ୍ଲାର ସଦର ମହକୁମା, ସବୁ ଉପଖଣ୍ଡ ସଦର ମହକୁମା ଏବଂ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ ହୋଇଥିବା ସ୍ଥାନମାନଙ୍କରେ ଭୋଟର ତଥା ଜନସାଧାରଣଙ୍କ ସଚେତନତା ନିମନ୍ତେ କରାଯାଉଛି । ଜାନୁଆରୀ ୧୫ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ସଦର ମହକୁମାରେ ସମୁଦାୟ ୯୬୦୨ ଜଣ ଭୋଟର…

Read More

Budget2024: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବେ ୬ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ଆଜି ଏକ ନୀଳ ରେଶମ ଶାଢୀ ପିନ୍ଧି ଏହି ବଜେଟ ଉପସ୍ଥାପନା କରିଛନ୍ତି। ତେବେ ସଂସଦ ଭବନକୁ ଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୃଦୟରୁ ଶୁଭେଚ୍ଛା ଜଣାଇ ଦହି ଏବଂ ଚିନି ଖୁଆଇ ଥିଲେ। ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଠିକ ସେହିପରି…

Read More

Budget 2024: ରେଳ ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ଧ୍ୟାନରେ ରଖି ୪୦,୦୦୦ ସାଧାରଣ ଟ୍ରେନ୍ କୋଚ୍ ବନ୍ଦେ ଭାରତ ଏକ୍ସପ୍ରେସ ପରି ପରିଣତ କରାଯିବ। ଏହାଦ୍ବାରା ଲକ୍ଷାଧିକ ଟ୍ରେନ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ। ଆଜି ବଜେଟ ଅଭିଭାଷଣ ବେଳେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ତିନୋଟି ପ୍ରମୁଖ ରେଳ କରିଡର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ସେଗୁଡିକ ହେଲା, ଖଣିଜ ଶକ୍ତି ଏବଂ ସିମେଣ୍ଟ କରିଡର, ବନ୍ଦର ସଂଯୋଗୀକରଣ କରିଡର ଏବଂ ଉଚ୍ଚ ଟ୍ରାଫିକ କରିଡର। ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ଏହି ପ୍ରକଳ୍ପଗୁଡିକ ମଲ୍ଟି ମୋଡାଲ ସଂଯୋଗକୁ ସକ୍ଷମ କରିବ, ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବ ଏବଂ ମୂଲ୍ୟ ହ୍ରାସ କରିବ ବୋଲି ସୀତାରମଣ କହିଛନ୍ତି। ହାଇ-ଟ୍ରାଫିକ୍ କରିଡରଗୁଡିକର ଯାତ୍ରୀବାହୀ ଟ୍ରେନର ପରିଚାଳନା କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ, ଫଳସ୍ୱରୂପ ଯାତ୍ରୀମାନଙ୍କ ପାଇଁ ସୁରକ୍ଷା ଏବଂ ଯାତ୍ରା ବେଗ ବୃଦ୍ଧି ପାଇବ। ଅର୍ଥମନ୍ତ୍ରୀ କହିଛନ୍ତି…

Read More

Budget 2024: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ୨୦୨୪ ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ଯେଉଁ ମୁଖ୍ୟ ତଥ୍ୟ ରହିଛି ତାହା ହେଲା 1-ସରକାର ଅଧିକ ବିସ୍ତୃତ ଜିଡିପି – ଶାସନ, ବିକାଶ, କାର୍ଯ୍ୟଦକ୍ଷତା ଉପରେ ଧ୍ୟାନ ଦେଇଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି। 2-ସରକାର ୧୦ ବର୍ଷ ମଧ୍ୟରେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକୁଳାଇଛନ୍ତି। ଫସଲ ବୀମା ଯୋଜନା ସୁବିଧା ୪୦ ନିୟୁତ କୃଷକଙ୍କ ନିକଟରେ ପହଞ୍ଚିବ। 3-ମୁଦ୍ରାସ୍ଫୀତି ମଧ୍ୟମ ଧରଣର ହୋଇଛି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। 4- ଟିକସ ସଂସ୍କାର ଟିକସ ଆଧାରକୁ ବ୍ୟାପକ କରିଛି ଏବଂ ଟିକସ ସଂଗ୍ରହକୁ ବୃଦ୍ଧି କରିଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। 5-ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଅଦୃଶ୍ୟ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 6-ସେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶକୁ ‘ବିକାଶ’ (ବିକଶିତ) କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।…

Read More

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍ 2024 ଉପସ୍ଥାପନ କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଏହା ଏକ ମଧ୍ୟବର୍ତ୍ତୀ କାଳୀନ ବଜେଟ୍। ଏହା ହେଉଛି ନିର୍ମଳା ସୀତାରମଣଙ୍କ ଷଷ୍ଠ ୟୁନିୟନ ବଜେଟ୍। ନିର୍ବାଚନ ପରେ କ୍ଷମତାକୁ ଆସୁଥିବା ନୂତନ ସରକାର ଦ୍ୱାରା ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରାଯିବ। ମଧ୍ୟବର୍ତ୍ତୀ ବଜେଟ୍ – ଏକ ସ୍ୱଳ୍ପ ମିଆଦି ଆର୍ଥିକ ଯୋଜନା – ନୂତନ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ସରକାରଙ୍କ ଅତ୍ୟାବଶ୍ୟକ ଖର୍ଚ୍ଚ ପୂରଣ କରିବା ପାଇଁ ସଂସଦରେ ଅନୁଦାନ ମାଗିଥାଏ। ସଂସଦର ବଜେଟ୍ ଅଧିବେଶନ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଏବଂ ଲୋକସଭାର ମିଳିତ ବୈଠକକୁ ସମ୍ବୋଧିତ କରି ଅଧିବେସନ ଆରମ୍ଭ ହୋଇଥିଲା। ଫେବୃଆରୀ 9 ରେ ଅଧିବେଶନ ଶେଷ ହେବ। ମଧ୍ୟବର୍ତ୍ତୀ ବଜେଟ୍ ପୂର୍ବରୁ ଷ୍ଟକ୍ ବଜାର ଆଜି ସବୁଜ ରଙ୍ଗରେ ଖୋଲିଛି।

Read More

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ଜନଶୁଣାଣୀରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ଏହା ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ସାମ୍ଭାବ୍ୟ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ସହ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଛି ଗ୍ରୀଡକୋ। ବୁଧବାର ଅନୁଷ୍ଠିତ ବାର୍ଷିକ ରାଜସ୍ୱ ଆବଶ୍ୟକତା ସମ୍ପର୍କିତ ଜନଶୁଣାଣୀରେ ଗ୍ରୀଡ଼କୋ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିଜର ବିସ୍ତୃତ ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲା। ଆକଳନ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ୩୭,୪୫୭ ନିୟୁତ ମିଲିୟନ ୟୁନିଟ ବିଦ୍ୟୁତ ଆବଶ୍ୟକତା ଥିବା ବେଳେ ଗ୍ରୀଡକୋ ନିଜର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ସହ ଦୀର୍ଘ ମିଆଦୀ ଚୁକ୍ତି ଅନୁସାରେ ୩୯୬୫୨ ମିଲିୟନ ୟୁନିଟ ବିଦ୍ୟୁତ୍ ଉପଲବ୍ଧ କରାଇବାକୁ ପ୍ରସ୍ତୁତ ଥିବା ଓଇଆରସିଙ୍କୁ ଅବଗତ କରାଇଥିଲା। ଏହା ସହିତ ଜରୁରୀକାଳୀନ ଆବଶ୍ୟକତା ପାଇଁ ୨୧୯୬ ମିଲିୟନ ୟୁନିଟ ବିଦ୍ୟୁତ୍…

Read More

ଭୁବନେଶ୍ୱର: ଅନ୍‌ଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଜାନୁୟାରୀ ୩୧ ତାରିଖରୁ ଫେବୃଆରୀ ୮ ତାରିଖ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ନୂତନ କାର୍ଯ୍ୟସୂଚୀ ଅନୁଯାୟୀ କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷାନୁଷ୍ଠାନ ନିମନ୍ତେ କାଳିଆ ଛାତ୍ରବୃତ୍ତି ପାଇବା ପାଇଁ Common Scholarship Portal ରେ ଅନ୍‌ଲାଇନ ଆବେଦନ ସମୟସୀମାକୁ ଚଳିତ ଫେବୃଆରୀ ୮ ତାରିଖକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତି ମାର୍ଗଦର୍ଶିକା ଅନୁଯାୟୀ ଜାନୁଆରୀ ୯ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରଖିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର କାଳିଆ ଛାତ୍ରବୃତ୍ତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଏବଂ…

Read More

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀ, ଜିଲ୍ଲା, ବ୍ଲକ ସମସ୍ତଙ୍କ ଅବଦାନ ପାଇଁ ମିଳିଛି “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଦୁଇଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୬ଟି ବିଭାଗରେ ୭୫୧୯ ଟି ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୧୩୮ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ପୁରସ୍କାର (ମାଧ୍ୟମିକ) ବର୍ଗରେ ମାଟ୍ରିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ମେଧାବୀ ଛାତ୍ରଛାତ୍ରୀ, ୭୦୦ ଶିକ୍ଷକ ଶିକ୍ଷୟତ୍ରୀ, ୪୧୯ ଜଣ ପ୍ରଧାନ ଶିକ୍ଷକ, ୫୮ ଆଞ୍ଚଳିକ ସାଧନ କେନ୍ଦ୍ର…

Read More

ଭୁବନେଶ୍ବର: ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଛି। ସେ ସଂପର୍କରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀରେ ୧୬ଟି କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ହୋଇଛି। ସେଗୁଡିକ ହେଲ. • ଓଡିଆ ଭାଷା ଏବଂ…

Read More

ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ଇଡି ସାତ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କୁ ପଚାରାଉଚୁରା କରିବା ପରେ ସେ ସିଧା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ତାଙ୍କୁ ଇଡି ଗିରଫ କରିଥିବାର ଜଣାପଡିଛି। ଜମି ଦୁର୍ନିତି ମାମଲାରେ ଇଡି ହେମନ୍ତଙ୍କୁ 10 ଥର ନୋଟିସ ଜାରୀ କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ହେଲେ ଗତକାଲି ତାଙ୍କର ନୂଆଦିଲ୍ଲୀ ଏବଂ ରାଞ୍ଚି ଘରେ ଚଢାଉ କରିଥିଲା ଇଡି ଟିମ୍। ହେଲେ ସେଠାରେ ତାଙ୍କୁ ପାଇ ନ ଥିବାର ସୂଚନା ଦେଇଥିଲା। ସୋରେନ ଇସ୍ତପା ଦେବା ପରେ ବର୍ତ୍ତମାନ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟପାଳଙ୍କୁ ଦାବୀ ପତ୍ର ଦେଇଥିବାର ଜଣାପଡିଛି।

Read More

ଭୁବନେଶ୍ବର: ରାହୁଳ ଗାନ୍ଧୀଙ୍କ ଓଡିଶାରେ ନ୍ୟାୟ ଯାତ୍ରାର ସମୟ ପରିବର୍ତ୍ତନ କରାଯାଇଛି। ସେ ଆସନ୍ତା ୬ , ୭, ୮ ଓ ୯ ତାରିଖରେ ଓଡିଶାରେ ନ୍ୟାୟ ଯାତ୍ରା କରିବେ। ସେ ଦୁଇଦିନ ରାତ୍ରୀ ଯାପନ କରିବେ ବୋଲି ଜଣାପଡିଛି। ସେ ୬ ତାରିଖରେ ଓଡିଶା ପ୍ରବେଶ କରିବେ। ବୀରମିତ୍ରପୁରରେ ତାଙ୍କୁ ଓଡିଶା କଂଗ୍ରେସ ତରଫରୁ ସ୍ବାଗତ କରାଯିବ। ଏହାପରେ ୭ ଓ ୮ ତାରିଖରେ ସେ ସୁନ୍ଦରଗଡ, ରାଉରକେଲା ଓ ଝାରସୁଗୁଡା ଗସ୍ତ କରିବେ। ୭ ତାରିଖରେ ସେ ରାଉରକେଲା, ରାଇରଙ୍ଗପୁର ଏବଂ ଉତ୍ତରାରେ ସାଧାରଣ ସଭା କରିବେ। ସେଦିନ ଝାରସୁଗୁଡାରେ ରାତ୍ରୀ ଯାପନ କରିବେ। ସେହିପରି ୮ ତାରିଖରେ ବ୍ରଜରାଜନଗର ଓ ବେଲପାହଡରେ ପଦଯାତ୍ରା କରି ଛତିଶଗଡ ଯିବେ। ରାହୁଳ ଗାନ୍ଧୀ ଓଡିଶାରେ ପ୍ରାୟ ୨୦୦ କିଲୋମିଟର ଯାତ୍ରା କରିବାର କାର‌୍ୟ୍ୟକ୍ରମ ରହିଛି।

Read More

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏୟାରକାର୍ଗୋ ବା ଅନ୍ତରାଷ୍ଟ୍ରୀୟ ଆମଦାନୀ-ରପ୍ତାନୀ ଅପରେସନ୍‌ର ଆଜି ଶୁଭାରମ୍ଭ ହୋଇଛି। ଏହାକୁ ଉଦ୍‌ଘାଟନ କରିଥିଲେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ। ଏହି ଅବସରରେ ଶ୍ରୀ ଦେବ କହିଥିଲେ ଯେ ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ମୁହୂର୍ତ୍ତ। ଆମର ରପ୍ତାନୀକାରୀ ଓ ଆମଦାନୀକାରୀ ସଂସ୍ଥାମାନେ ଦୀର୍ଘଦିନ ହେଲା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ପାଇଁ ସେମାନେ ଭାଇଜାକ୍‌, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଏୟାରପୋର୍ଟ ଉପରେ ନିର୍ଭର କରୁଥିଲେ। ଅନେକ ସମୟରେ ବାଣିଜି୍ୟକ ଫି ଦେବା ସହ କୌଣସି କାରଣବଶତଃ ଦିନ ଦିନ ଧରି ମାଲ୍‌ ପରିବହନ ହୋଇପାରୁନଥିଲା। ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ ଏବେ ରପ୍ତାନୀ-ଆମଦାନୀରେ ଏସବୁ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯଦି ବା କୌଣଦି କାରଣବଶତଃ ବିଳମ୍ବ ହୁଏ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଏହାର…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି। ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଆଜି ଏହି ବ୍ୟବସ୍ଥାରେ ଆଉ ୩ଟି ଜିଲ୍ଲା ଯୋଡି ହେଲା। ଆଜିର ଶୁଭାରମ୍ଭ ପରେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌ ଚାଲିବ। ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌ ଚାଲିବ ଏବଂ ୩ ଲକ୍ଷ…

Read More

ନୂଆଦିଲ୍ଲୀ: ଭାରତୀୟ ଜନସଂଞ୍ଚାର କେନ୍ଦ୍ର ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନିକେସନ ଏବେ ବିଶ୍ବବିଦ୍ୟାଳୟ ମାନ୍ୟତା ଘୋଷଣା କରାଯାଇଛି। ଏହି ଅନୁଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ଏକ ଭିନ୍ନ ବର୍ଗର ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛି। ଫଳରେ ଏହି ସଂସ୍ଥା ତାହାର ପୂର୍ବ ପାଠ୍ୟକ୍ରମ ସହିତ ଡିଗ୍ରୀ ଏବଂ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିପାରିବ। ଆଇଏମସି ନୂଆଦିଲ୍ଲୀ ସହିତ ଏହାର ପାଞ୍ଚଟି ଆଞ୍ଚଳିକ କ୍ୟାମ୍ପସରେ ଜାମ୍ମୁ (ଜାମ୍ମୁ କାଶ୍ମୀର), ଅମରାବତୀ (ମହାରାଷ୍ଟ୍ର), ଆଇଜଲ (ମିଜୋରାମ), କୋଟାୟାମ (କେରଳ) ଏବଂ ଢେଙ୍କାନାଳ (ଓଡିଶା) କୁ ମଧ୍ୟ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧିନରେ ୧୭ ଅଗଷ୍ଟ ୧୯୬୫ ରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ଏହା ସାମ୍ବାଦିକତା କ୍ଷେତ୍ରରେ ଗୁଣାତ୍ମକ ତାଲିମ ପ୍ରଦାନ ପାଇଁ ଏକ ଜଣାଶୁଣା ଅନୁଷ୍ଠାନ। ଆଇଆଇଏମସି ଭାରତୀୟ ସୂଚନା ସେବାର ଅଧିକାରୀମାନଙ୍କ ପାଇଁ ତାଲିମ ଏକାଡେମୀ ଭାବରେ ମଧ୍ୟ କାର୍ଯ୍ୟ କରୁଛି।

Read More

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍‌ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପ ନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିଅର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ। ଭିଜିଲାନ୍‌ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସେହିପରି ପୂର୍ବତନ ଉଦ୍ୟାନକୃଷି ଉପ ନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଆଉ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ…

Read More

ଭୁବନେଶ୍ବର: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ ରେ ସମ୍ମାନିତ କରାଯିବ। ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର ଜୀବନ ବ୍ୟାପୀ ସାଧନା ର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡିଆ ସମ୍ମାନ ରେ ସମ୍ମାନିତ କରିବେ। ପୁରସ୍କାର ବାବଦ ରେ ତାଙ୍କୁ ୨୦ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଡକ୍ଟର ପଟ୍ଟନାୟକ ଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ଡକ୍ଟର ପଟ୍ଟନାୟକ ବେଶ୍ ସୁପରିଚିତ। ଭାରତୀୟ ଭାଷା ପ୍ରତିଷ୍ଠାନ ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଡକ୍ଟର ପଟ୍ଟନାୟକ…

Read More

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ବାହିନୀପତି ଓଡିଶା ମହିଳା କଂଗ୍ରେସର ସଭାନେତ୍ରୀ। ଏ ନେଇ ଆଜି ଏଆଇସିସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ କଂଗ୍ରେସ ସଭାପତି ସ୍ବୀକୃତ ପ୍ରଦାନ କରିଛନ୍ତି ବୋଲି ଉଲ୍ଲେଖ ରହିଛି। ମିନାକ୍ଷୀ ବାହିନୀପତି ହେଉଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଧର୍ମପତ୍ନୀ। ସେ ପୁର୍ବରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଛାମୁଆ ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ମିନାକ୍ଷୀଙ୍କ ନେତୃତ୍ବରେ ରାଜ୍ୟରେ ମହିଳା କଂଗ୍ରେସ ବେଶ ଭଲ କରିବ ବୋଲି ଦଳ ଆଶା କରିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ। ଆପଣ ମାନେ ଜଳର ଉଚିତ୍ ବ୍ୟବହାର କରନ୍ତୁ। ଜଳର ସଂରକ୍ଷଣ ଓ ପୁର୍ନବ୍ୟବହାର ପାଇଁ ଚେଷ୍ଟା କରନ୍ତୁ। ଫସଲର ବିବିଧକରଣ(diversification) କରନ୍ତୁ। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରନ୍ତୁ। ଏହା ଦ୍ୱାରା ଅଧିକ ଅମଳ କରି ଆପଣମାନେ କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଅଗ୍ରଣୀ କରିପାରିବେ ବୋଲି ସେ କହିଥିଲେ । ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ଆମ ଚାଷୀ ଭାଇଭଉଣୀମାନଙ୍କୁ ପାଣି ଉପରେ ଅଧିକାର ଦେଇଛି। ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି। ପାଣି ପଞ୍ଚାୟତ ଦ୍ୱାରା…

Read More