ଭୁବନେଶ୍ବର: ଆଜି ରାଜ୍ୟ ସରକାର ମୋଟ ୨୪୭୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଏ ନେଇ ଭୁବନେଶ୍ବରର କଳିଙ୍ଗ ଷ୍ଟାଣ୍ଡିୟମରେ ନିଯୁକ୍ତି ପର୍ବ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ନିଯୁକ୍ତି ହେଉଥିବା ଯୁବକଯୁବତୀଙ୍କୁ ମୁଖ୍ୟମନ୍ତ୍ରୀ ଦିଗ ଦର୍ଶନ ଦେବା ସହିତ ରାଜ୍ୟ ପାଇଁ କିପରି କାମ କରିବେ ସେ ନେଇ ଉପଦେଶ ଦେବେ। ଆଜିର ଏହି ନିଯୁକ୍ତି କେବଳ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗରେ ନିଆଯାଇଛି। ଏଥିରେ ରାଜ୍ୟ କ୍ୟାଡରର ଡାକ୍ତର ସହିତ ଦାନ୍ତ ଡାକ୍ତର ମଧ୍ୟ ରହିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ ଏକ ନୂଆ ରୁଟରେ ବସ ସେବା ଆରମ୍ଭ କରିଛି। ତାହା ହେଲା କେନ୍ଦୁଝରରୁ ରାଉରକେଲା ଏବଂ ରାଉରକେଲାରୁ କେନ୍ଦୁଝର। ଏହା ହେଉଛି ଏକ ନନଷ୍ଟପ ହାଇଟେକ ବସ ସେବା। ଏହି ହାଇଟେକ ବସଟି ପ୍ରତି ଦିନ କେନ୍ଦୁଝର ବସଷ୍ଟାଣ୍ଡରୁ ଭୋର 6ଟା 40ରୁ ବାହାରି ରାଉରକେଲାରେ ଦିନ 1ଟା ବେଳେ ପହଞ୍ଚିବ। ସେହିପରି ରାଉରକେଲାରୁ ଏହି ବସ ଅପରାହ୍ନ 5ଟା ବେଳେ ବାହାରି କେନ୍ଦୁଝରରେ ଏହା ରାଉରକେଲାରେ ରାତି 11 ଟା ବେଳେ ପହଞ୍ଚିବ।
କେନ୍ଦ୍ରାପଡା: ଜିଲ୍ଲାର ସର୍ବପୁରାତନ ନାଟ୍ୟ ଅନୁଷ୍ଠାନ ଞ୍ଛତୁଲସୀ କଲ୍ଚରାଲ୍ ଆସୋସିଏସନ‛ ର ଦୁଇଦିନିଆ ଞ୍ଛତୁଲସୀ ନାଟ୍ୟ ମହୋତ୍ସବ-୨୦୨୩‛ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସଂନ୍ଧ୍ୟାରେ ଡ଼ ରାମଚନ୍ଦ୍ର ବେହେରାଙ୍କ ଦ୍ୱାରା ଲିଖିତ ‘କୁରୁକ୍ଷେତ୍ରର ଠିକଣା’ ନାଟକ ଅଭିନୀତ ହୋଇଥିଲା। ଏହି ନାଟକରେ କେନ୍ଦ୍ରାପଡା ମାଟିର କଳାକାରବୃନ୍ଦ ଜ୍ଞାନରଂଜନ ନାୟକ, ସଂଯୁକ୍ତା ଦାଶ(ମାମୁନୀ), କୈଳାସ ମହାନ୍ତି, ନିରଞ୍ଜନ ଦାସ, ମହେନ୍ଦ୍ର ସୁଆର, ଶାନ୍ତନୁ ମଲ୍ଲିକ, ଗଙ୍ଗାଧର ପାତ୍ର, ପ୍ରମୋଦ କୁମାର ବଳ, ନିରଞ୍ଜନ ସାହୁ, ବିଷ୍ଣୁପ୍ରିୟା ସାମଲ, ବିକ୍ରମ କେଶରୀ ସାମଲ, ଅକ୍ଷୟ କୁମାର ସେନାପତି, ରବିନ୍ଦ୍ରନାଥ ରଥ, ନିଗମାନନ୍ଦ ଦାସ ଏବଂ ଶିଶୁ କଳାକାର କୁମାର ସ୍ୱୟଂ ସାର୍ଥକ, ସାଇ ଆରାଧ୍ୟା, ସାଇ ଆଦିତ୍ୟ ପ୍ରସାଦ, ଆୟୁଷ୍ମାନ ମହାପାତ୍ର, ଆର୍ଶିବାଦ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ନାଟକକୁ ମୁଖ୍ୟ ପରିଚାଳକ ଭାବେ ପ୍ରତୀକ ଅନୁରାଗ ଦାଶ ପ୍ରମୁଖ ସହଯୋଗ କରିଥିଲେ। ମଂଚ ସଜେଇରେ ରତ୍ନାକର…
ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୫୫ ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ୩୯ ଜଣ ଝିଅ ଅଛନ୍ତି। ସେହିପରି ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ଝିଅ ମଧ୍ୟ ଅଛନ୍ତି। ପ୍ରଥମ ଦଶ ଜଣ ମଧ୍ୟରେ ପ୍ରଥମ ବା ଟପ୍ପର ହୋଇଛନ୍ତି ସୁଶ୍ରିତା ମିଶ୍ର। ସେହିପରି ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମ ସ୍ଥାନରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ଓ ଅଷ୍ଟମ ସ୍ଥାନରେ ଏସ,ଆର.ତୋଷାଳୀ । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ୫୭ଟି ଓଜେଏସ ପଦ ପାଇଁ ମେ ୨୧ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା ।
ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ବିଭାଗ ଏହି ବର୍ଷଠାରୁ ଓଡ଼ିଶାର କୃତୀ କ୍ୟାଡେଟମାନଙ୍କୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯିବା ଆସିବାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ଓଡ଼ିଶାର ୭୦ ହଜାର କ୍ୟାଡେଟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କଠିନ ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡ଼େଟଙ୍କୁ ଚୟନ କରାଯାଇଥିଲା। ସେଥି ମଧ୍ୟରୁ ୨୯ ଜଣ କୃତୀ କ୍ୟାଡ଼େଟ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା ବିମାନ ଯୋଗେ ଯାତ୍ରା କରିଛନ୍ତି। ତନ୍ମଧ୍ୟରୁ ୨୩ ଜଣ କ୍ୟାଡ଼େଟଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା। ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସମେତ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିଠାରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ମନ୍ଦିର ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥା ଶୀଘ୍ର ଶେଷକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ଯଥା- ୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦…
ଭୁବନେଶ୍ବର: ଆଜି ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଧାମନଗର ମାଟି ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ଖୋଦ ଧର୍ମେନ୍ଦ୍ର ବାଉଳା ହୋଇ ସାରିଲେଣି। ତାଙ୍କ ଶିବିର ମଧ୍ୟ ଜବାବ ଦେବା ପାଇଁ କୌଣସି ରାସ୍ତା ପାଇପାରୁ ନାହାଁନ୍ତି। କାରଣ ଧାମନଗରରେ ବିଜେପି ଜିତିବା ପରେ ସେ ସେଠାକୁ ଆଉ ଯାଇ ନାହାଁନ୍ତି। ଯାହା ପାଣ୍ଡିଆନ ଖୋଲାମଖୁଲା ଧାମନଗରରେ ଏ କଥା ଜଣେଇ ଦେଇଛନ୍ତି। ପାଣ୍ଡିଆନ କହିଥିଲେ ଯେ, ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି। ପାଣ୍ଡିଆନ କହିଥିଲେ ଯେ, ଉପନିର୍ବାଚନ ପ୍ରଚାର ବେଳେ…
ଧାମନଗର:ଭଦ୍ରକ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫-ଟିଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ଆଜି ଧାମନଗର ନିର୍ବାଚନ ମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲା ବେଳେ ଧର୍ମେନ୍ଦ୍ରଙ୍କ ନାଁ ତୁଣ୍ଡରେ ନ ଧରିଲେ ବି ତାଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି, ୧୧ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି। ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ…
ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ। ସୂଚନା ଥାଉ କି ନୂଆ- ଓ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡା, ସମାଜସେବା, ବିଭିନ୍ନ ପ୍ରକାର ଜ୍ଞାନକୌଶଳ, ଶାରୀରିକ ବିକାଶ ଇତ୍ୟାଦିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ଏହି ନୂଆ-ଓ କାର୍ଯ୍ୟକ୍ରମର ଅବଧିକୁ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିିଡ଼ିଓଗ୍ରାଫି ଏବଂ ଫୋଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା କରିବା ସହ ଯେଉଁ ଛାତ୍ରଛାତ୍ରୀ ସାମାଜିକ କାର୍ଯ୍ୟକ୍ରମ, ଭିିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗ ନେଇଥିବେ ସେମାନଙ୍କୁ ସାମ୍ସ ଲ୍ୟାବ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯିବ। ରାଜ୍ୟର ଛଅଶହରୁ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ର ପ୍ରମୁଖ ଶାସନ ସଚିବ, ଶ୍ରୀ ବିଶାଲ କୁମାର ଦେବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଅତିଥିଦ୍ୱୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତ ଥିଲେ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ଏବଂ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ। ଏହି ଜାତୀୟ ମେଳାର, ପଞ୍ଚମ ସାଂସ୍କୃତିକ…
ପୁରୀ: ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ। ଆଜି ପୁରୀ ଶ୍ରୀମନ୍ଦିରରୁ ପ୍ରାୟ ୩୦ଟି ଦଳ ସଂକିର୍ତ୍ତନ କରି କେବଳ ଦେବସ୍ଥାନକୁ ଯାଇ ଏହି ନିମନ୍ତ୍ରଣ କରିବେ। ଏମାନେ ରାଜ୍ୟରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର। ଦାରୁ ଚିହ୍ନଟ ହୋଇଥିବା ସ୍ଥାନ ଏବଂ ରାଜ୍ୟ ବାହାରେ ଥିବା ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଧରି ଯିବେ। ଗତ ଗୁରୁବାର ଦିନ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜିୟୁଙ୍କୁ ନିମନ୍ତ୍ରଣ କରିସାରିଛନ୍ତି। ଏହାପରେ ଶ୍ରୀମନ୍ଦିରର ଏକ ପ୍ରମୁଖ ଦଳ ଭୁବନେଶ୍ବର ଆସି ଶ୍ରୀଲିଙ୍ଗରାଜଙ୍କୁ ମଧ୍ୟ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଏହି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତଣ କରିବେ ବୋଲି ଜଣାପଡିଛି। ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ।
ଭୁବନେଶ୍ବର: ଆଜି ହେଉଛି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହି ଅନୁସାରେ ଆଜି ୭ଟାରେ ଶଙ୍ଖଭଭନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ। ଏହାପରେ ସକାଳ ୮ ଟାରୁ କଟକ ଆନନ୍ଦ ଭବନ ଠାରୁ ଏକ ବିଶାଳ ସାଇକଲ ରାଲି ଆରମ୍ଭ ହୋଇ, ଭୁବନେଶ୍ୱର ବିମାନ ବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ସକାଳ ୯:୩୦ ରୁ ୯:୪୫ ମଧ୍ୟରେ ପହଂଚିବ। ଏହି ସାଇକେଲ ରାଲିର ନେତୃତ୍ବ ନେବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହାପରେ ୯ ଟା ୩୦ ମିନଟରେ ଶଙ୍ଖ ଭବନ ଠାରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହାପରେ ୧୦ ଟା ୩୦ ମିନଟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଳା ଅର୍ପଣ କରିବେ।
ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାର ୨୬ ଡିସେମ୍ବର ହେଉଛି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ଦଳ ତରଫରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ୭ଟାରେ ଶଙ୍ଖଭଭନରେ ପତାକା ଉତ୍ତୋଳନ କରାଯିବ। ଏହାପରେ ସକାଳ ୮ ଟାରୁ କଟକ ଆନନ୍ଦ ଭବନ ଠାରୁ ଏକ ବିଶାଳ ସାଇକଲ ରାଲି ଆରମ୍ଭ ହୋଇ, ଭୁବନେଶ୍ୱର ବିମାନ ବନ୍ଦର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ସକାଳ ୯:୩୦ ରୁ ୯:୪୫ ମଧ୍ୟରେ ପହଂଚିବ। ଏହି ସାଇକେଲ ରାଲିର ନେତୃତ୍ବ ନେବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହାପରେ ୯ ଟା ୩୦ ମିନଟରେ ଶଙ୍ଖ ଭବନ ଠାରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି। ଏହାପରେ ୧୦ ଟା ୩୦ ମିନଟରେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଳା ଅର୍ପଣ କରିବେ।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏଥର ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ‘ମାଇକ୍ରୋ-ଲେଭଲ’ ଯୋଜନାର ନିର୍ବାଚନୀ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିଜ୍ଞ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥର ୫ଟି ଲୋକସଭା ଆସନର କ୍ଲଷ୍ଟର ଗଠନ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ନିର୍ବାଚନ ପ୍ରସ୍ତୁତି ଉପରେ ବିଚାର ବିମର୍ଶ ପୂର୍ବରୁ ଦୁର୍ବଳ ଅଞ୍ଚଳରେ ଦମଦାର ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ମଧ୍ୟ ଖୁବ୍ ଶୀଘ୍ର ପ୍ରାୟ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ସଙ୍କେତ ଦେଇଛି। ଏହି ତାଲିକା ବିଧାନସଭା ଭଳି ଆଗୁଆ ପ୍ରକାଶ ପାଇବ। ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ…
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଭକ୍ତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ ସେଠାରେ ମୁତୟନ ହେବେ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ। ଆଜି ଏ ନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ହିନ୍ଦୁମାନଙ୍କ ପାଇଁ ବିଶ୍ୱାସର କେନ୍ଦ୍ରସ୍ଥଳ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରିଥାଏ। କୋଭିଡ୍ ପରେ ଭକ୍ତଙ୍କ ଦୈନିକ ପ୍ରବେଶ ପ୍ରାୟ ପଚାଶ ହଜାର ହେବ ବୋଲି ଅନୁମାନ କରାଯାଉଛି। ସେହିପରି ସପ୍ତାହ ଶେଷରେ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବରେ ଏହି ସମାବୋଶ ଦ୍ୱିଗୁଣିତ ହୋଇଯାଏ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଏହି ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 5ଟି ଅଧିନରେ ଏହା ବର୍ତ୍ତମାନ ରାଜ୍ୟର ଏକ ବଡ ତଥା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହେବ। ଏଥିରେ ଭକ୍ତଙ୍କ ପାଇଁ ଯେଉଁ ସୁବିଧା ରହିଛି ସେଥିରେ ପ୍ରତିଦିନ ସଂଖ୍ୟା ବେଶ ବୃଦ୍ଧି ପାଇବ।…
ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ସହ ଜଡ଼ିତ ଏକ ନିଆରା ରେକର୍ଡ କରିବେ। ପ୍ରଧାନମନ୍ତ୍ରୀ ଭାବରେ ସେ ପଞ୍ଚମ ଥର ପାଇଁ ଅଯୋଧ୍ୟାରେ ଗସ୍ତରେ ଆସୁଛନ୍ତି। ୨୦୧୯ରେ ଗୋସାଇଗଞ୍ଜରେ ସାଧାରଣ ସଭା, ୨୦୨୦ରେ ରାମ ମନ୍ଦିର ଭୂମି ପୂଜନ, ୨୦୨୨ରେ ଦୀପୋତ୍ସବ-୨୦୨୨ ପରେ ବିମାନବନ୍ଦର ଉଦ୍ଘାଟନ ଅବସରରେ ସେ ଚତୁର୍ଥ ଥର ପାଇଁ ଡିସେମ୍ବର ୩୦ରେ ଅଯୋଧ୍ୟାରେ ଗସ୍ତରେ ଯିବେ। ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହେବେ ଯିଏ କି ୫ ଥର ଅଯୋଧ୍ୟା ଗସ୍ତ କରିବେ। ମୋଦି ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ରାମଲାଲାଙ୍କ ପୂଜା ଅର୍ଚ୍ୟନା କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୪ ଜଣ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ ମଧ୍ୟ କେହି ରାମଲାଲାଙ୍କୁ ଭେଟି ନାହାନ୍ତି। ସାଂସଦ ଲଲ୍ଲୁ ସିଂହ କହିଛନ୍ତି ଯେ ଅଯୋଧ୍ୟା ପ୍ରତି ବହୁତ ସମ୍ମାନ ରଖୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଆଚରଣ…
ଚାନ୍ଦପୁର: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକରେ ଟ୍ରକ ପଛରେ ପିଟି ହେଲା ଏକ ବସ। ଫଳରେ ୭ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବାର ଜଣାପଡିଛି। ସମସ୍ତଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ବସଟି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସିଂହାସନୀରୁ ବାହାରି ଭୁବନେଶ୍ୱର ଯାଉଥିଲା। ବସଟିର ନାମ ଲକ୍ଷ୍ମୀ ନାରାୟଣ। ସିଂହାସନି ରୁ ୬୦ ରୁ ଅଧିକ ଯାତ୍ରୀଙ୍କୁ ଧରି ଏହି ବସଟୁ ଭୁବନେଶ୍ୱର ଆସୁଥିଲା। ଅଧା ବାଟରେ ଚାଳକଙ୍କ ଠାରୁ ଗାଡି ମାଗି ମାଲିକ ଗାଡି ଚାଳନା କରୁଥିବା ରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଜଣା ପଡିଛି। ଗୁରୁତରମାନଙ୍କୁ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଥିଲେ। ଗୁରୁତରମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟର ୪୮ ବର୍ଷ ବୟସ୍କ ସସିରାମ ସାହୁ, ୪୮ ବର୍ଷ ବୟସ୍କ ବାନାମ୍ବର ପ୍ରଧାନ, ପୋଲସରାର ୪୫ ବର୍ଷ ବୟସ୍କ କୈଳାଶ ଚନ୍ଦ୍ର…
ବ୍ରହ୍ମପୁର( କୈଳାସ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ବେଳାଭୂମି ରେ ନିୟୋଜିତ ଲାଇଫ୍ ଗାର୍ଡ କର୍ମଚାରୀ ଙ୍କ ଦ୍ଵାରା ଭାସୁଥିବା ଅବସ୍ଥାରେ ଏକ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମ୍ରୁତ ବ୍ୟକ୍ତି ର ପରିଚୟ ମିଳିନାହିଁ।ତାର ବୟସ ପାଖାପାଖି ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବଡଡାକ୍ତରଖାନା ଶବ ସଂରକ୍ଷିତ ଗ୍ରୁହରେ ରଖିଛନ୍ତି ଓ ମ୍ରୁତ ଯୁବକ ର ପରିଚୟ ଖୋଜୁଥିବା ଜଣାପଡିଛି। ଏତଦବ୍ୟତୀତ ବେଳାଭୂମି ନିକଟରୁ ଏକ ସାଇକେଲ ଓ ସାର୍ଟ ମିଳିଛି। ଗୋପାଳପୁର ପୋଲିସ ଏ ନେଇ ନଂ ୩୦/୨୦୨୩ ଅନୁଯାୟୀ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି।
ନୂଆଦିଲ୍ଲୀ: ଜାତୀୟ ଏକତା ଏବଂ ସନାତନ ଚିନ୍ତାଧାରାକୁ ସମର୍ଥନ କରୁଥିବା ବିଜେପିକୁ ପରାସ୍ତ କରିବା ପାଇଁ ଦୁଇ ଡଜନରୁ ଅଧିକ ବିରୋଧୀ ଦଳ ଇଣ୍ଡି ମେଣ୍ଟ ଗଠନ କରିଛନ୍ତି। ଏଥିରେ ସାମିଲ ହୋଇଥିବା ଦଳର ନେତାମାନେ ହିନ୍ଦୀ ଏବଂ ହିନ୍ଦୁ ଧର୍ମ ଉପରେ ନିରବଚ୍ଛିନ୍ନ ଆକ୍ରମଣ ଜାରି ରଖିଛନ୍ତି। ଏବେ ଇଣ୍ଡି ମେଣ୍ଟର ଦକ୍ଷିଣ ଭାରତୀୟ ସହଯୋଗୀମାନେ ମଧ୍ୟ ଉତ୍ତର ଭାରତୀୟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ନେତା ଉଦୟ ନିଧି ଷ୍ଟାଲିନ ପ୍ରଥମେ ସନାତନ ଧର୍ମକୁ ସଂକ୍ରାମକ ରୋଗ ସହ ତୁଳନା କରି ମୋର୍ଚ୍ଚା ଖୋଲିଥିଲେ। ଡିଏମକେ ସାଂସଦ ଏ ରାଜା ମଧ୍ୟ ମୈଦାନକୁ ଓହ୍ଲାଇଥିଲେ। ସେତେବେଳେ ସେନ୍ଥିଲ କୁମାର ମଧ୍ୟ ଉତ୍ତର ଭାରତୀୟଙ୍କୁ ଟାର୍ଗେଟ କରିଥିଲେ ଏବଂ ଏବେ ଡିଏମକେ ସାଂସଦ ଦୟାନିଧି ମାରାନ ମଧ୍ୟ ଉତ୍ତର ଭାରତୀୟଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ବିଜେପି ବିରୋଧୀ ନାଁରେ…
ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇ ଥିଲା। ପାଖାପାଖି ୨୦ ବର୍ଷ ହେଲା କୌଣସି ବଡ଼ ସରକାରୀ ଗସ୍ତ ହୋଇନଥିଲା। ଅଟଳ ବିହାରୀ ବାଜପେୟୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲା ବେଳେ ୧୯୭୯ ଫେବ୍ରୁଆରିରେ ଚୀନ ଯାଇଥିଲେ। ବିମାନବନ୍ଦରରେ ତାଙ୍କ ପ୍ରଶଂସକମାନେ ଫୁଲ ଓ ମାଳ ଧରି ଠିଆ ହୋଇଥିଲେ। ଏଠାରେ ଜଣେ ମହିଳା ଏକ ପୋଷ୍ଟର ଧରି ଠିଆ ହୋଇଥିଲେ, ‘୬୨ ବର୍ଷକୁ ଭୁଲିବେ ନାହିଁ’ ବୋଲି ସେଥିରେ ଲେଖାଥିଲା। ଗୋଟିଏ ବ୍ୟାନରରେ ଲେଖାଥିଲା, ‘ଅଧିକୃତ ଅଞ୍ଚଳକୁ ଫେରାଇ ନିଅ।’ ୧୯୬୨ମସିହାରେ ଚୀନ୍ ଭାରତରେ ପ୍ରବେଶ କରି ୧୪,୦୦୦ ବର୍ଗ ମାଇଲ ଅଞ୍ଚଳ ଦଖଲ କରିଥିଲା। ଏହି ଅଞ୍ଚଳର ଅଧିକାଂଶ ଅଂଶ ଉତ୍ତର-ପୂର୍ବ କଶ୍ମୀରର ହିମାଳୟ ଅଞ୍ଚଳ ଯାହା ଏବେ ବି ଚୀନ କବ୍ଜାରେ ରହିଛି। ସେତେବେଳେ ମୋରାରଜୀ ଦେଶାଇଙ୍କ ସରକାର ଥିଲା। ଅଟଳଙ୍କ ଗସ୍ତର ଆବଶ୍ୟକତା ନେଇ…
ନୂଆଦିଲ୍ଲୀ: ଦେଶରେ ତିନି ତଲାକକୁ ବେଆଇନ ଘୋଷଣା ହେବାର ୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ତଥାପି ଏହି ମାମଲା ବନ୍ଦ ହେବାର ନାଁ ନେଉ ନାହିଁ। ଆଇନ ମନ୍ତଣାଳୟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ୧ ଲକ୍ଷ ୫୭ ହଜାର ୭୨୫ ମୁସଲମାନ ମହିଳା ଏହାର ଶିକାର ହୋଇଛନ୍ତି। ଶୀକାର ହୋଇଥିବା ମହିଳା ଅଧିକାଂଶ ଗରିବ ପରିବାରରୁ ଅଛନ୍ତି । ୨୦୧୮ ସେପ୍ଟେମ୍ବର ୧୯ରେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ତଲାକ୍ ନେଇ ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜୀକୃତ ହୋଇଛି। ୨୦୧୯ରେ ତିନି ତଲାକ୍ ନେଇ ୨.୬୯ ଲକ୍ଷ ଅଭିଯୋଗ ଆସିଥିଲା । ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ଖସି ଆସିଥିଲା। କିନ୍ତୁ ୨୦୨୧ରେ ଏହା ୫.୪୧ ଲକ୍ଷ ଏବଂ ୨୦୨୨ରେ ସମୁଦାୟ ୨.୪୫ ଲକ୍ଷରେ ପହଞ୍ଚିଛି । ଏହା ହେଉଛି ଏପରି ମାମଲା ଯେଉଁଠାରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ମହିଳାମାନଙ୍କୁ ଆଇନଗତ…

