ନୂଆଦିଲ୍ଲୀ: ଏକ ଐତିହାସିକ ଘଟଣାକ୍ରମରେ ଭାରତ ସରକାର ଏବଂ ମଣିପୁର ସରକାର ଘାଟୀ ସ୍ଥିତ ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) ସହ ନୂଆଦିଲ୍ଲୀରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ୟୁଏନଏଲଏଫ ୧୯୬୪ରେ ଗଠିତ ହୋଇଥିଲା ଏବଂ ଏହା ଉଭୟ ଭାରତ ସୀମା ଭିତରେ ଏବଂ ବାହାରେ କାର୍ଯ୍ୟ କରୁଛି । ଏହି ଚୁକ୍ତି ସମଗ୍ର ଉତ୍ତର ପୂର୍ବ ଏବଂ ବିଶେଷ କରି ମଣିପୁରରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିବାକୁ ମାର୍ଗ ପ୍ରଶସ୍ତ କରିବ । କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ ହୋଇଛି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ର ପୋଷ୍ଟରେ ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସର୍ବସମାବେଶୀ ବିକାଶ ଏବଂ ଉତ୍ତର-ପୂର୍ବ ଭାରତର ଯୁବକମାନଙ୍କୁ ଉନ୍ନତ ଭବିଷ୍ୟତ ପ୍ରଦାନ କରିବାର ସ୍ୱପ୍ନକୁ ସାକାର କରିବାରେ…
Author: Samikhsya Bureau
ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ। ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ। ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ। ବୃଷ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟ ସ୍ୱାଭାବିକ ହେବ। ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ। କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ କଞ୍ଚୁଡୁ ଓ ସାରୁ ଗ୍ରାମରେ ୱନ୍ ଷ୍ଟପ୍ ସେଣ୍ଟର୍ ( ସକ୍ଷୀ କେନ୍ଦ୍ର ) ପକ୍ଷରୁ ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ଦୁରିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ପୁର୍ବରୁ ଉଭୟ ଗ୍ରାମରେ ପ୍ରଥମେ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।କଞ୍ଚୁଡୁ ପଞ୍ଚାୟତ ରେ ଆଇ ସି ଡ଼ି ଏସ୍ ପରିଦର୍ଶକ ସଞ୍ଜୁକ୍ତା ପ୍ରଧାନ ସଂଯୋଜନା କରିଥିବା ବେଳେ ସାରୁ ପଞ୍ଚାୟତ ରେ ବ୍ଳକ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଗାଙ୍ଗି ସୁବୁଦ୍ଧି ଓ ପରିଦର୍ଶକ ମମତା ପଣ୍ଡା ସଂଯୋଜନା କରିଥିଲେ। ଉଭୟ କାର୍ଯ୍ୟକ୍ରମ ରେ “ସକ୍ଷୀ” କେନ୍ଦ୍ର ପକ୍ଷରୁ ଆଇନ ସହାୟିକା ସ୍ନେହମୟୀ ପାଢ଼ୀ, ପରାମର୍ଶଦାତା ପ୍ରିତୀ ସରିତା ଓ କେଶ୍ ୱର୍କର ଆସ୍କିଲା ରାଇକା ପ୍ରମୁଖ ଯୋଗ ଦେଇଥିଲେ ଓ ଆଇନ ସହାୟିକା ସ୍ନେହମୟୀ ପାଢ଼ୀ ଆଜିର ସମାଜରେ…
ଭୁବନେଶ୍ବର: ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସର ମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀ ମାନଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତୀମନ୍ତ ପ୍ରତୀକ ମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀ ମାନଙ୍କୁ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧.୦୪.୨୦୨୩ ରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (ଏଫ୍ଟିଏସ୍ସି) କୁ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସ୍ଏସ୍) ରୂପରେ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି, ଯାହାର ଆର୍ଥିକ ବ୍ୟୟବରାଦ ୧୯୫୨.୨୩ କୋଟି ଟଙ୍କା ରହିବ, ଯେଉଁଥିରେ କେନ୍ଦ୍ରୀୟ ଅଂଶ ଭାବରେ ୧୨୦୭.୨୪ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ଭାବରେ ୭୪୪.୯୯ କୋଟି ଟଙ୍କା ରହିବ । କେନ୍ଦ୍ରୀୟ ଅଂଶ ପାଇଁ ନିର୍ଭୟା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ଏହି ଯୋଜନା ୦୨.୧୦.୨୦୧୯ରେ ଆରମ୍ଭ ହୋଇଥିଲା । ମହିଳା ଓ ଶିଶୁ ମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ଅତୁଟ ପ୍ରାଥମିକତା ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଭଳି ଅନେକ ପଦକ୍ଷେପ ମାଧ୍ୟମରେ ସ୍ପଷ୍ଟ ହୋଇଛି । ନାବାଳିକା ଓ ମହିଳା ମାନଙ୍କୁ ଦୁଷ୍କର୍ମ ଘଟଣା ଦେଶକୁ ଗଭୀର ଭାବେ ପ୍ରଭାବିତ କରିଛି…
ଭୁବନେଶ୍ଵର: ସାଧାରଣ ଜନତା, ବିଶେଷକରି ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଶୀତଋତୁରେ ମାତ୍ରାଧିକ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳପ୍ରଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି… ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ: ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ଗୁରୁବାର ଦିନ ସିକନ୍ଦରାବାଦ ଠାରୁ ଛାଡୁଥିବା 08579/08580 ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 1 ଫେବୃଆରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ। ବିଶାଖାପାଟନମ୍-ତିରୁପତି ବିଶେଷ ଟ୍ରେନ : ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ମଙ୍ଗଳବାର ଦିନ ତିରୁପତି ଠାରୁ ଛାଡୁଥିବା 08583/08584 ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର ଟ୍ରେନ ବର୍ତ୍ତମାନ 30…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ପ୍ରାୟ ୮୧.୩୫ କୋଟି ହିତାଧିକାରୀଙ୍କୁ ଜାନୁଆରୀ ୧, ୨୦୨୪ରୁ ଆଗାମୀ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି। ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ପିଏମଜିକେଏୱାଇକୁ ବିଶ୍ୱର ସର୍ବବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ମଧ୍ୟରେ ସ୍ଥାନିତ କରିଛି ଯାହାର ଉଦ୍ଦେଶ୍ୟ ହେଉଛି ୫ ବର୍ଷ ମଧ୍ୟରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା । ଏହି ନିଷ୍ପତ୍ତି ଜନସଂଖ୍ୟାର ମୌଳିକ ଖାଦ୍ୟ ଏବଂ ପୋଷଣ ଆବଶ୍ୟକତା ପୂରଣ ମାଧ୍ୟମରେ ଦକ୍ଷ ଏବଂ ଲକ୍ଷ୍ୟ ଆଧାରିତ କଲ୍ୟାଣ ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ଥାନା ଅନ୍ତର୍ଗତ ବନ୍ଥପଲୀ ଗ୍ରାମର ସୁଶାନ୍ତ ନାହାକ ନାମକ ଜଣେ ୩୦ ବର୍ଷ ଯୁବକର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ସୁଶାନ୍ତ କୁ ପୋଲସରା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦ ପରେ ଶବକୁ ପରିବାର କୁ ହସ୍ତାନ୍ତର କରି ୭୩୩/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବୁଧବାର ୱାର୍ଲ୍ଡ ମୁଭ୍ମେଂଟ ଡିଜ୍ଅର୍ଡର ଦିବସ ପାଳିତ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯିବା ପରିପ୍ରେକ୍ଷୀରେ ଏକ ୱାକାଥନ ଓ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ମୁଭ୍ମେଂଟ ଡିଜ୍ଅର୍ଡର ସମ୍ପର୍କରେ ତଥ୍ୟ ରଖିଥିଲେ । ଏହି ସମସ୍ୟାରେ ପୀଡ଼ିତ ରୋଗୀଙ୍କର ହାତ ଗୋଡ ଥରିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସମସ୍ତ ସମସ୍ୟାର ଚିକିତ୍ସା ସମ୍ ହସ୍ପିଟାଲ୍ରେ ଉପଲବ୍ଧ ତେଣୁ ରୋଗୀମାନେ ସଚେତନ ହୋଇ ନିଜର ଚିକିତ୍ସା କରାଇବା ଉଚିତ୍ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ ଏହି…
ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ 28 ନଭେମ୍ବର 2023ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଜେଣ୍ଡର-ଇନକ୍ଲୁସିଭ୍ କମ୍ୟୁନିକେସନ୍’ ବା ଲିଙ୍ଗଗତ- ସମାବେଶୀ ଯୋଗାଯୋଗ ଉପରେ ଏକ ମାର୍ଗଦର୍ଶିକାର ଶୁଭାରମ୍ଭ କରିଥିଲେ । ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସଏନଏଏ) ମିଳିତ ଜାତିସଂଘ ମହିଳା ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହଯୋଗରେ “ଜେଣ୍ଡର-ଇନକ୍ଲୁସିଭ୍ କମ୍ୟୁନିକେସନ” ବା ଲିଙ୍ଗଗତ- ସମାବେଶୀ ଯୋଗାଯୋଗ ଶୀର୍ଷକ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଥିଲା। ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାର ବିମର୍ଶର ଫଳସ୍ୱରୂପ, ମାର୍ଗଦର୍ଶିକା ଲିଙ୍ଗଗତ-ସମାବେସୀ ଭାଷାର ବ୍ୟବହାର ଉପରେ ସୁପାରିଶ ଏବଂ ଉଦାହରଣ ପ୍ରଦାନ କରେ ଯାହା ଏକ ନିର୍ଦ୍ଦିଷ୍ଟ ଲିଙ୍ଗ କିମ୍ବା ସାମାଜିକ ଲିଙ୍ଗ ପ୍ରତି ପକ୍ଷପାତକୁ ଏଡାଇଥାଏ ଏବଂ ଲିଙ୍ଗଗତ ଧାରଣାକୁ ପ୍ରକାଶ କିମ୍ବା ବଢ଼ାଇବାର ସମ୍ଭାବନା କମ୍ ଥାଏ । ଏହି ମାର୍ଗଦର୍ଶିକାରେ ଇଂରାଜୀ, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ବ୍ୟବହାରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା…
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଜୁଶ୍ରୀ କଲ୍ୟାଣ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର ବ୍ରାଉନ ସୁଗାର ଡ଼ିଲ ହେଉଥିବାର ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାପରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଅନନ୍ତ କାଣ୍ଡି (୨୨) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ପୋଲିସ ୫୨ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୫ ଲକ୍ଷ ୨୦ହଜାର) ଜବତ ହୋଇଛି l ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଆଇନ ଜାଲରେ ରୋନାଲଡୋ: ବିଶ୍ବ ଫୁଟବଲ ଜଗତର କିମ୍ବଦନ୍ତୀ ପୁରୁଷ କ୍ରିଷ୍ଟିଆନୋ ରୋନାଲଡୋ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଆମେରିକାର ଫ୍ଲୋରିଡା ଜିଲ୍ଲା କୋର୍ଟରେ ତାଙ୍କ ବିରୋଧରେ ଏକ ମକଦ୍ଦମା ଦାୟର କରାଯାଇଛି। ଅଭିଯୋଗକାରୀ ମାଇକେଲ ସିଜେମୋର, ମିକି ଭୋଙ୍ଗଡାରା ଏବଂ ଗର୍ଡନ ଲୁଇସ ଅଭିଯୋଗ କରିଛନ୍ତି ଯେ ରୋନାଲଡୋଙ୍କ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କଂପାନୀ ବିନାନସିର ପ୍ରଚାର ପ୍ରସାର କରିଥିବାରୁ ସେମାନଙ୍କ ଆର୍ଥିକ କ୍ଷତି ଘଟିଛି। ମନି ଲଣ୍ଡରିଂ ନେଇ ବିନାନସି କଂପାନୀ ବର୍ତ୍ତମାନ ତଦନ୍ତ ପରିସରକୁ ଆସିଛି। ସେଥିପାଇଁ ସେ ଏହାର କ୍ଷତିଗସ୍ତଙ୍କୁ ୪.୩ ବିଲିୟନ ଡଲାରର ଦେବାକୁ କୋର୍ଟକୁ ଅନୁରୋଧ କରାଯାଇଛି। ଦାଖଲ ହୋଇଥିବା ମକଦ୍ଦମା ଅନୁଯାୟୀ, ରୋନାଲଡୋ ବିନାନସି କଂପାନୀ ବିଜ୍ଞାପନ ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଏହି କଂପାନୀ ପଞ୍ଜୀକୃତ ହୋଇନଥିବା ଏକ ସିକ୍ୟୁରିଟି ସଂସ୍ଥା। ତାହାର ପ୍ରଚାର କରିବା ଆଇନ ବିରୋଧୀ ବୋଲି ଅଭିଯୋଗରେ କୁହାଯାଇଛି। ୨୦୨୨ ମଧ୍ୟଭାଗରେ ଏକ୍ସଚେଞ୍ଜ ସହିତ ବହୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ପ୍ରକଳ୍ପ ଦୁଇଟି ହେଉଛି – କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୁରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସମୁଦାୟ ୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ କଳାହାଣ୍ଡି ମୁରଲୀଝର ପ୍ରକଳ୍ପ ପାଇଁ ୪୧.୨୫ କୋଟି, ମୟୁରଭଞ୍ଜ ଦାମୋଦରପୁର ପ୍ରକଳ୍ପ ପାଇଁ ୪୫ କୋଟି ମଞ୍ଜୁର ହୋଇଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।…
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିିଳନୀ ଜରିଆରେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓଡ଼ିଶାରେ ଏକ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି। ସେ କହିଥିଲେ ଯେ ରାଜ୍ୟରେ ମାଗଣା ଚାଉଳ ବଂଟନ ବ୍ୟବସ୍ଥା ହେତୁ କ୍ଷୁଧା ନିବାରଣ କିଛି ମାତ୍ରାରେ ହୋଇଛି ସତ କିନ୍ତୁ ଏହା ଦାରିଦ୍ର୍ୟ ଦୂରୀକରଣ କରିପାରିବ ନାହିଁ। ଓଡ଼ିଶାରେ ନବୀନ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରଚାର ଓ ପ୍ରସାର ସଂପୂର୍ଣ୍ଣ ରୂପେ ଭ୍ରମାତ୍ମକ ଏବଂ ଓଡ଼ିଶାରେ ଦାରିଦ୍ର୍ୟର ବାସ୍ତବ ଚିତ୍ରକୁ ଘୋଡ଼ାଇ ଦେବାପାଇଁ ଏକ ପ୍ରୟାସ ମାତ୍ର। ପୂର୍ବରୁ ୨୦୦୨ ମସିହାରେ ଯେଉଁ ଆଂଚଳିକ ବୈଷମ୍ୟ କମିଟି ଗଠନ କରାଯାଇଥିଲା ଏବଂ ସେ କମିଟିର ରିପୋର୍ଟ ୨୦୦୮ ମସିହାରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା ତାକୁ ଏପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଇନାହିଁ ତାକୁ ନେଇ ସେ ପ୍ରଶ୍ନ କରିଥିଲେ। ସେ ଦାବି କରିଥିଲେ…
ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରର ଏକ ଜନ ଔଷଧି କେନ୍ଦ୍ରକୁ ଉଦଘାଟନ କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର। ଏହି କେନ୍ଦ୍ର ଭୁବନେଶ୍ବରର ଫରେଷ୍ଟ ପାର୍କ ନିକଟସ୍ଥ ନିର୍ମଳ ପ୍ଲାଜାରେ ଅବସ୍ଥିତ। ଏ ନେଇ ସେଠାରେ ପ୍ରସ୍ତୁତି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦିନ 11 ଟା ବେଳେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଭୁବନେଶ୍ବରର ଏହି କେନ୍ଦ୍ରକୁ ଉଦଘାଟନ କରିବେ ବୋଲି ଜଣାପଡିଛି। ଆସନ୍ତାକାଲି ମୋଦି ଦେଶରେ ମୋଟ 10 ହଜାର ଜନଔଷଧି କେନ୍ଦ୍ରର ଉଦଘାଟନ କରିବେ। ଏହାଦ୍ବାରା ଏହି ଜନଔଷଧି କେନ୍ଦ୍ର ସଂଖ୍ୟା 25 ହଜାରରେ ପହଞ୍ଚିବ।
ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜ୍ୟରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ଉକ୍ତ ପ୍ରଦର୍ଶନୀର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମାନିତ ଅତିଥି ରୂପେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ଏକାଡେମୀର ସଚିବ ଡ. ପଞ୍ଚାନନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ଡିସେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଟନେଲରୁ ସୁରକ୍ଷିତ ଭାବେ ବାହାରକୁ ଆସିଥିବା ଶ୍ରମିକମାନଙ୍କୁ ଚିନ୍ୟାଲିସୌଡର ଏକ ଅସ୍ଥାୟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏହି ୪୧ ଜଣ ଶ୍ରମିକଙ୍କୁ ଋଷିକେଶ AIIMS କୁ ନିଆଯାଉଛି। ଏଥିପାଇଁ ସେନାର ଚିନୁକ୍ ହେଲିକପ୍ଟର ଚିନ୍ୟାଲିସୌଡରେ ପହଞ୍ଚିଥିଲା। ଋଷିକେଶ AIIMS ର ଟ୍ରମା ସେଣ୍ଟରରେ ୪୧ ଜଣ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।
ନୂଆଦିଲ୍ଲୀ: ଶୀତ ଋତୁରେ କେଶ ଝଡ଼ିବା ସମସ୍ୟା ଅତି ସାଧାରଣ ହୋଇଯାଏ। ଏହାର ସବୁଠାରୁ ବଡ କାରଣ ହେଉଛି ରୂପୀ ସମସ୍ୟା। ଭୃଷଙ୍ଗ ପତ୍ର କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଅନେକ ସୌନ୍ଦର୍ଯ୍ଯ ଏବଂ କେଶ ଯତ୍ନ ଉତ୍ପାଦରେ ବ୍ୟବହୃତ ହୁଏ। ଶୀତଦିନେ କେଶ ଝଡ଼ିବା ଏବଂ ରୂପୀ ସମସ୍ୟା ସାଧାରଣ ଦେଖାଯାଏ। ଏହି ପରିସ୍ଥିତିରେ, ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭୃଙ୍ଗ ପତ୍ର ହେୟାର ମାସ୍କ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଭୃଷଙ୍ଗ ପତ୍ରର ଏକ ସାହସିକ ମାସ୍କ ତିଆରି କରିବାର ଉପାୟ ବିଷୟରେ- ଅଁଳା, ମେଥି ଏବଂ ଭୃଷଙ୍ଗ ପତ୍ର ସହିତ କେଶ ମାସ୍କ ପ୍ରସ୍ତୁତ କରନ୍ତୁ: ଏହି ହେୟାର ମାସ୍କ ତିଆରି କରିବା ପାଇଁ ପ୍ରଥମେ ଆପଣ ଭୃଷଙ୍ଗ ପତ୍ର ନିଅନ୍ତୁ। ସର୍ବପ୍ରଥମେ ଏହି ପତ୍ରକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ଅଁଳା…
ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ମଙ୍ଗଳବାର ଦିନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରୁ ମୁକେଶ ତାଙ୍କ ବିବାହ ପାଇଁ ଛୁଟି ନେଇଥିଲେ। ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭାରତୀୟ ପେସରଙ୍କ ବିବାହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ ପାଇଛି। ବିବାହ ଫଟୋରେ ମୁକେଶ ଏବଂ ତାଙ୍କ ପତ୍ନୀ ସୁନ୍ଦର ଦେଖାଯାଉଛନ୍ତି। ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ମୁକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇ ବିବାହ ଫଟୋ ସେୟାର କରିଛି। ମୁକେଶଙ୍କ ପତ୍ନୀଙ୍କ ନାମ ଦିବ୍ୟା। ଗୋପାଳଗଞ୍ଜର ମୁକେଶ ଗୋରଖପୁରରେ ବିବାହ କରିଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ମୁକେଶ ବର ଭାବରେ ବିଦାୟ ନେଉଥିବାର ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ସେ ଶେରୱାନି ପିନ୍ଧିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଦ୍ୱାରା ରାହୁଲ ଦ୍ରାବିଡଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆର କୋଚ୍ କରାଯାଇଛି। ବିଶ୍ୱକପ ପରେ ତାଙ୍କର ଚୁକ୍ତି ଶେଷ ହୋଇଥିଲା। ବର୍ତ୍ତମାନ ବିସିସିଆଇ ତାଙ୍କ ଚୁକ୍ତିନାମାକୁ ବୃଦ୍ଧି କରିଛି। ବରିଷ୍ଠ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ କ୍ରୀଡା କର୍ମଚାରୀଙ୍କ ଚୁକ୍ତିନାମା ମଧ୍ୟ ବୃଦ୍ଧି କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ଏବଂ ସପୋର୍ଟ ଷ୍ଟାଫ୍ ଙ୍କ କାର୍ଯ୍ୟକାଳ କେତେ ଦିନ ବୃଦ୍ଧି କରାଯାଇଛି ତାହା ବିସିସିଆଇ ସୂଚନା ଦେଇନାହିଁ। ବିସିସିଆଇ ପକ୍ଷରୁ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ନିକଟରେ ଶେଷ ହୋଇଥିବା ବିଶ୍ୱକପ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏକ ଅର୍ଥପୂର୍ଣ୍ଣ ଆଲୋଚନା କରିଥିଲା ଏବଂ ସମସ୍ତଙ୍କ ସହମତି ଅନୁଯାୟୀ ଚୁକ୍ତିନାମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରେସ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, “ଭାରତୀୟ ଦଳ ଗଠନରେ ବୋର୍ଡ ରାହୁଲ ଦ୍ରାବିଡଙ୍କ ଭୂମିକାକୁ ସ୍ୱୀକୃତି…
ନୂଆଦିଲ୍ଲୀ: କାନାଡାର ରାଜନେତାମାନେ ବର୍ତ୍ତମାନ ଭାରତ ବିରୋଧରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିବା ପାଇଁ ଖାଲିସ୍ତାନ ସମର୍ଥକ ଉପାଦାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ନିରାଶ ହୋଇ କାନାଡା-ଇଣ୍ଡିଆ ଫାଉଣ୍ଡେସନ ଦେଶର ରାଜନେତାମାନଙ୍କୁ ନୀରବତା ଭାଙ୍ଗିବାକୁ ଏବଂ ଏହି ଆଭିମୁଖ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକୁ କହିଛି। ନ୍ୟୁଜ୍ ଏଜେନ୍ସି IANS ର ରିପୋର୍ଟ ଅନୁଯାୟୀ ରାଜନେତାମାନେ ଲେଖିଛନ୍ତି ଯେ, ବିଳମ୍ବ ହେବା ପୂର୍ବରୁ ପଦକ୍ଷେପ ନିଆଯିବା ଉଚିତ୍। ହିଂସାକୁ ବିଶ୍ଵାସ କରୁଥିବା କଟ୍ଟରପନ୍ଥୀଙ୍କ ଦ୍ଵାରା ଆମ ସମ୍ପ୍ରଦାୟ ବିରୁଦ୍ଧରେ ଦିଆଯାଇଥିବା ଧମକ ଏକ ବିପଜ୍ଜନକ ମୋଡ଼ ନେଇଛି ବୋଲି ଇଣ୍ଡୋ-କାନାଡାର ସର୍ବୋଚ୍ଚ ଓକିଲ ସଂଗଠନ ରାଜନେତାମାନଙ୍କୁ ଏକ ଖୋଲା ଚିଠିରେ କହିଛନ୍ତି। ଏହିପରି ଜଣେ ଆତ୍ମଘୋଷିତ ଉଗ୍ରବାଦୀ ନେତା କାନାଡିୟମାନଙ୍କୁ ନଭେମ୍ବର ମାସରେ ଏୟାର ଇଣ୍ଡିଆ ଯାତ୍ରା ନକରିବାକୁ ଚେତାବନୀ ଦେଇଛନ୍ତି। ଏହି ଚିଠିରେ…

