Author: Samikhsya Bureau

ରେଢାଖୋଲ: ସାମ୍ବାଦିକ ମାନେ ମୁକ୍ତ ଓ ଅବାଧ ଭାବରେ ସମ୍ବାଦ ପରିବେଷଣ କରିବା ଉଚିତ୍। ଯେଉଁଠି ସ୍ବର ଅଧିକ ସେଇଠି ବିକାଶ ଅଧିକ। ଚାପରେ ପଡି ସମ୍ବାଦ ପରିବେଷଣ କରିବା ଆଦୌ ଶୋଭନୀୟ ନୁହଁ। ଚାପମୁକ୍ତ ହୋଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ। ଇଚ୍ଛା ଓ ଅଭିଳାଷ ପାଇଁ ସାମ୍ବାଦିକ ମାନେ କାମ କରୁଛନ୍ତି। ଗଣତନ୍ତ୍ର ସୁଦୃଢ ନହେଲେ ଦେଶର ଉନ୍ନତି ଅସମ୍ଭବ। ପ୍ରତ୍ୟେକ ସାମ୍ବାଦିକ ଦାୟିତ୍ବବାନ ହେଲେ ଯାଇ ସମାଜର ମଙ୍ଗଳ ହେବ ବୋଲି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଆଜି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ “ଜାତୀୟ ପ୍ରେସ୍ ଦିବସ” ରେ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭା ପତିତ୍ବରେ ଅନୁଷ୍ଠିତ ଦିବସରେ ରେଢାଖୋଲ ପଂଚାୟତ ସମିତିର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ସମ୍ମାନୀତ ଅତିଥି, ଏନ୍…

Read More

ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ ପ୍ରତିଷ୍ଠାନ ପରିସରରେ ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳା ତଥା ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ। ଜନଜାତି ସଂସ୍କୃତି ଓ ଐତିହ୍ୟକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରାଯିବ। ଏ ଅବସରରେ ଚିତ୍ରକଳାର ସଂରକ୍ଷଣ ଓ ପ୍ରସାର ନିମନ୍ତେ ଏହାକୁ ସ୍ବତନ୍ତ୍ର ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ବିଭାଗୀୟ ଶାସନ ସଚିବ। କାର୍ଯ୍ୟକ୍ରମରେ ବି.କେ କଲେଜ୍ ଅଫ୍ ଆର୍ଟ୍ସର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ଆଧୁନିକ ଯୁଗରେ ଚିତ୍ରକଳା ସମ୍ପର୍କରେ ଗୁରୁତ୍ବ ଦେଇଥିଲେ। ଅନ୍ୟତମ ବକ୍ତା…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ୧୪ ତାରିଖ ଦିନ ଉଦ୍‌ଘାଟିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱାକ୍ଷର ବହନ କରି ଓଡିଆ ଜାତିର ସମୃଦ୍ଧ ଇତିହାସକୁ ପ୍ରତିବିମ୍ବିତ କରୁଥିବା ବୋଇତର ଆକର୍ଷଣ ଓଡିଶା ମଣ୍ଡପକୁ ଶହଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଏହା ସହିତ ଓଡିଶା ମଣ୍ଡପର ମୁଖଶାଳାରେ ପ୍ରସ୍ପୁଟିତ ଉତ୍କଳୀୟ କଳା-ଭାସ୍କର୍ଯ୍ୟର ଚମକ ମଣ୍ଡପର ଶୋଭା ବର୍ଦ୍ଧନ କରୁଛି। ଓଡିଶା ମଣ୍ଡପର ସମ୍ମୁଖ ଭାଗ ଓ ପାଶ୍ୱର୍ ଭାଗରେ ଥିବା ଆମ କୋଣାର୍କ ଚକ ସମସ୍ତଙ୍କ ଫଟୋ ଉତ୍ତୋଳନ ସ୍ଥଳୀରେ ପରିଣତ ହୋଇଛି। ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ୨ ନମ୍ବର ପ୍ରଦର୍ଶନୀ ପ୍ରକୋଷ୍ଠର ଉପର ମହଲାରେ ୫୫୦ ବର୍ଗ…

Read More

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ-୬ ବାଳିକା ହାଇସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୦ଟି ଜିଲ୍ଲାରୁ ୧୧ଟି ସ୍କୁଲ ବ୍ୟାଣ୍ଡ ଟିମ୍‌ ଏହି ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌. ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ଟିମ୍‌ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ କରିଥିଲେ ଏବଂ ଟିମ୍‌ର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ଯଥା- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ପୂର୍ବ ଜୋନ ଆନ୍ତଃରାଜ୍ୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅନ୍ୟ ଟିମ୍‌ମାନଙ୍କ ମଧ୍ୟରୁ ଚୟନ କରାଯାଇ ସେମାନଙ୍କୁ ଭୁବନେଶ୍ୱରରେ ହେବାକୁ ଥିବା ଆଗାମୀ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଅଞ୍ଚଳର ଅନୁସୂୟା ନାମ୍ନୀ ଜଣେ ମହିଳାଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗରେ ବାଣପୁର ପୋଲିସ ୪୨୦ ଦଫାରେ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ବାଣପୁର ତଳ କେନାଲ ରୋଡ଼ରେ ଘର କରି ରହୁଥିବା ଅନୁସୂୟା ନାମକ ଜଣେ ମହିଳା ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଧାର ନେଇ ଦେଉନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଶରତ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅନୁସୁୟା ୧ ଲକ୍ଷଟଙ୍କା ଧାର ନେଇ ଦେଉ ନଥିବା ଶରତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଶରତ ଅନୁସୂୟାଙ୍କ ଘରେ କାଠ କାମ କରୁଥିବା ବେଳେ ଟଙ୍କା ଦରକାର ଅଛି କହି ଶରତଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଶରତଙ୍କ ଝିଅ ଡେ଼ଲିଭେରୀ ଥିବାରୁ ଅନୁସୟାଙ୍କୁ ଧାର ଟଙ୍କା ମାଗିବାରେ ଅନୁସୟା ଏବଂ ତାଙ୍କ ପୁଅ ରାଜା ଆମେ କି ଟଙ୍କା ଜାଣିନାହୁଁ…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ୧୨ ନଭେମ୍ବର ସକାଳେ ଏହି ଟନେଲ୍ ହଠାତ୍ ଭୁଶୁଡି ପଡିଥିଲା। ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ସକାଳେ ‘ଆମେରିକୀୟ ଆଗର୍’ ମେସିନ୍ ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ସନ୍ଧ୍ୟାରେ ଭାରତୀୟ ବାୟୁସେନାର ହର୍କ୍ୟୁଲସ୍ ବିମାନ ଦ୍ଵାରା ଏହି ମେସିନ୍ ଦିଲ୍ଲୀରୁ ଉତ୍ତରାକାଶୀକୁ ଅଣାଯାଇଥିଲା। ଶ୍ରମିକମାନଙ୍କ ଉଦ୍ଧାର ପାଇଁ ନରୱେ ଏବଂ ଥାଇଲ୍ୟାଣ୍ଡର ଉଦ୍ଧାରକାରୀ ଦଳଙ୍କ ସହିତ ମଧ୍ୟ ପରାମର୍ଶ ନିଆଯାଉଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଭି.କେ ସିଂ ଗୁରୁବାର ଦିନ ଟନେଲ ଭିତରକୁ ଯାଇଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଆହୁରି ୨ ରୁ ୩ ଦିନ ଲାଗିପାରେ ବୋଲି ସେ କହିଛନ୍ତି। ଚାରଧାମ ପ୍ରକଳ୍ପ ଅଧୀନରେ, ବ୍ରହ୍ମଖାଲ ଏବଂ ଯମୁନୋତ୍ରି ଜାତୀୟ ରାଜପଥରେ ସିଲ୍କିରା ଏବଂ ଡଣ୍ଡଲଗାଓଁ ମଧ୍ୟରେ ଏହି ଟନେଲ୍ ନିର୍ମାଣ କରାଯାଉଛି। ନଭେମ୍ବର ୧୨ (ରବିବାର)…

Read More

ଭୁବନେଶ୍ବର: ସେ ହେଉଛନ୍ତି ଜଣେ କଲେଜ କିରାଣୀ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜ ନ କରି ଦିନ ପରେ ଦିନ ଗଡାଇ ଚାଲିଥିଲେ। ଶେଷରେ ଲାଞ୍ଚ ନ ଦେଲେ କାଗଜ ପତ୍ର ହୋଇପାରିବ ନାହିଁ ବୋଲି କହିଲେ। ବିଚରା ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହେଲେ। ତାଙ୍କ ନିର୍ଦ୍ଦେଶରେ ତିଆରି କରାଗଲା ଯୋଜନା। ଆଉ ଯୋଜନା ମୁତାବିକ କିରାଣୀ ଜଣଙ୍କ ଟଙ୍କା ନେବା ବେଳେ ମାଡିବସିଲା ଭିଜିଲାନ୍ସ। ଏହି ଘଟଣାଟି ଯାଜପୁରର ଜିଲ୍ଲାର କବିରପୁରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। ଯେଉଁ କିରାଣୀ ଜଣଙ୍କ ଲାଞ୍ଚ ନେଉଥିଲେ ସେ ହେଉଛନ୍ତି ମହେଶ୍ବର ସାମଲ। ତାଙ୍କ ପାଖରୁ ରଙ୍ଗବୋଳା ଦୁଇ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ତେବେ ସେଠାରୁ କଣ ମିଳିଛି ତାହା ଜଣାପଡି ନାହିଁ।

Read More

ଭୁବନେଶ୍ୱର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତ୍‌ନାମ୍‌ର ଭିନ୍‌ ଲଙ୍ଗ ରାଜ୍ୟ ମଧ୍ୟରେ ବ୍ୟବସାୟଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଡ୍‌କୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ/ଶିଳ୍ପ ବିଭାଗର କର୍ତ୍ତୃପକ୍ଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇସାରିଛି। ସୁଦୃଢ଼ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ୱାରା ଓଡ଼ିଶା ଏପରି ମାନ୍ୟତା ପାଇଛି। କୃଷି, ପର୍ଯ୍ୟଟନ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଧାତୁ ଓ ଧାତବ ଆଦି ୬ ଗୋଟି ସେକଫର ଉପରେ ଗୁରୁତ୍ୱ ଦିଆଯାଉଛି । ଏମ୍‌ଏସ୍‌ଏମ୍‌ଇର ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପାଇଁ ସୁସ୍ଥ ଓ ଅନୁକୂଳଧର୍ମୀ ପଲିସି ଓ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏବେ ଏମ୍‌ଏସ୍‌ଏମ୍‌ଇ ଅଧୀନରେ କେମିକାଲସ୍‌, ଫାର୍ମାସୁ୍ୟଟିକାଲ, ପ୍ଲାଷ୍ଟିକ, ସି-ଫୁଡ୍‌ ଆଦି ବିଭାଗକୁ…

Read More

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଟିମ୍ ଇଣ୍ଡିଆକୁ ଅଭିନନ୍ଦନ! ଭାରତ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଦମ୍‌ଦାର ଢଙ୍ଗରେ ଫାଇନାଲରେ ପ୍ରବେଶ କରିଛି। ଦୃଢ଼ ବ୍ୟାଟିଂ ଏବଂ ଭଲ ବୋଲିଂ ପାଇଁ ଆମ ଦଳ ଏହି ମ୍ୟାଚ୍ ଜିତିପାରିଛି। ଫାଇନାଲ ପାଇଁ ଶୁଭେଚ୍ଛା!’ ପ୍ରଧାନମନ୍ତ୍ରୀ ମହମ୍ମଦ ଶାମିଙ୍କ ଚମତ୍କାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ପୋଷ୍ଟ କରି କହିଛନ୍ତି ଯେ, ‘ଉଲ୍ଲେଖନୀୟ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ଆଜିର ସେମି ଫାଇନାଲ ଆହୁରି ଚମତ୍କାର ହୋଇଥିଲା। ଏହି ମ୍ୟାଚରେ ମହମ୍ମଦ ଶାମିଙ୍କ ବୋଲିଂକୁ ଆଗାମୀ ପିଢ଼ିର କ୍ରିକେଟ ପ୍ରେମୀ ମଧ୍ୟ ମନେ ରଖିବେ। ଭଲ ଖେଳିଲ ଶାମି!’

Read More

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ଉତ୍ସବ ସମୟରେ ଶୋଭାଯାତ୍ରା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବିହାରରେ ଶୋଭାଯାତ୍ରା ସମୟରେ ଖଣ୍ଡା, ଠେଙ୍ଗା, ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏ ସମ୍ପର୍କରେ ବିହାର ସରକାରଙ୍କ ସ୍ୱତନ୍ତ୍ର ସଚିବ ସୁହିତା ଅନୁପମଙ୍କ ପକ୍ଷରୁ ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଏବଂ ଜିଲ୍ଲା ଅଧୀକ୍ଷକ ପୋଲିସ (ଏସପି) ଙ୍କୁ ଏକ ଚିଠି ଲେଖାଯାଇଛି। ପର୍ବ ସମୟରେ ହିଂସା ବନ୍ଦ କରିବାକୁ ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶୋଭାଯାତ୍ରା କରିବା ପୂର୍ବରୁ ଲାଇସେନ୍ସ ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଡିଏମ ଏବଂ ଏସପିଙ୍କୁ ଲେଖାଯାଇଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି। ଶୋଭାଯାତ୍ରାରେ ଉଚ୍ଚ ସ୍ୱର ଏବଂ ଡିଜେ ବାଜିବାକୁ ଅନୁମତି ନାହିଁ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏହି ଶବ୍ଦକୁ ଧ୍ୱନି ସୀମା ମଧ୍ୟରେ ରଖିବାକୁ ହେବ। ଚିଠିରେ ଉଲ୍ଲେଖ କରାଯାଇଛି…

Read More

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମୁଖ୍ୟ ଜଗତ ପ୍ରକାଶ ନଡ୍ଡା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦଳର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। ବିଜେପି ଏହି ଘୋଷଣା ପତ୍ରକୁ ବିକାଶର ଏକ ରୋଡମ୍ୟାପ ବୋଲି ବର୍ଣ୍ଣନା କରିଛି। ବିଜେପିର ସଂକଳ୍ପ ପତ୍ର ପ୍ରକାଶ କରିବା ବେଳେ ଶ୍ରୀ ନଡ୍ଡା କହିଛନ୍ତି ଯେ, ତାଙ୍କ ଦଳ ସମସ୍ତଙ୍କ ସାଥିରେ ଏବଂ ରାଜ୍ୟରେ ସମସ୍ତଙ୍କର ବିକାଶ କରିବ। ଗାଁ, ଗରିବ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମଜବୁତ ହେବେ। ସେ କହିଛନ୍ତି ଯେ, ସଂକଳ୍ପ ପତ୍ର ହେଉଛି ଭାରତୀୟ ଜନତା ପାର୍ଟି ପାଇଁ ଏକ ଦର୍ଶନ। ରାଜସ୍ଥାନ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରିବାବେଳେ ଶ୍ରୀ ନଡ୍ଡା କେନ୍ଦ୍ର ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଗତ ୯ ବର୍ଷରେ ରାଜସ୍ଥାନକୁ ୨୩ ଟି ମେଡିକାଲ କଲେଜ ଦିଆଯାଇଛି। ବିଜେପିର ସଂକଳ୍ପ ପତ୍ରରେ କ’ଣ…

Read More

ନୂଆଦିଲ୍ଲୀ: ରାଜସ୍ଥାନରେ ପ୍ରାୟ ୫୦ ଟି ଆସନରେ ବିଦ୍ରୋହୀ ଭାବରେ ନିର୍ବାଚନ ଲଢୁଥିବା ନେତାଙ୍କ ବିରୋଧରେ କଂଗ୍ରେସ ଦଳ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିରେ ୪୯ ବିଦ୍ରୋହୀ ପ୍ରାର୍ଥୀଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଏଥିରେ ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଅଛନ୍ତି। ଏହି ବିଦ୍ରୋହୀମାନେ ଅନେକ ଆସନରେ ଖେଳକୁ ଖରାପ କରୁଛନ୍ତି। ଏହି କାରଣରୁ ପାର୍ଟିରେ ଅଶାନ୍ତି ଦେଖାଦେଇଛି। ପୂର୍ବରୁ ସେମାନଙ୍କ ସହ ଆଲୋଚନା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସେମାନେ ମଇଦାନରେ ଅଛନ୍ତି, ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାସ୍ତବରେ, ଚେତାବନୀ ଦିଆଯିବା ସତ୍ତ୍ୱେ କଂଗ୍ରେସ ବିଦ୍ରୋହୀମାନେ ବିଦ୍ରୋହ ଛାଡି ନାହାଁନ୍ତି ଏବଂ ଦଳର ପ୍ରାଧିକୃତ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ତେଣୁ ଅଲ ଇଣ୍ଡିଆ କଂଗ୍ରେସ କମିଟିର ରାଜସ୍ଥାନ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରନ୍ଧୱା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଏହି ବିଦ୍ରୋହୀ ପ୍ରାର୍ଥୀଙ୍କୁ…

Read More

ନୂଆଦିଲ୍ଲୀ: ଆଜି ୨୦୨୩ ବିଶ୍ୱକପ୍ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂଘର୍ଷ ହେବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ଚଳିତ ବିଶ୍ୱକପ୍‌ରେ ଏଠାରେ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏଠାରେ ଉଭୟ ଦ୍ରୁତ ବୋଲର ଏବଂ ସ୍ପିନର ସମାନ ସହାୟତା ପାଇଛନ୍ତି। ଦ୍ୱିତୀୟ ଇନିଂସରେ ବୋଲରମାନେ ଅଧିକ ଆକ୍ରମଣାତ୍ମକ ଦେଖାଯାଉଛନ୍ତି। ୨୦୨୩ ବିଶ୍ୱକପ୍ ରେ ଇଡେନ୍ ଗାର୍ଡେନ୍ସରେ ଚାରୋଟି ମ୍ୟାଚ୍ ଖେଳାଯାଇଛି। ଏହି ଚାରୋଟି ମ୍ୟାଚ୍ ମଧ୍ୟରୁ ତିନୋଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ ସଫଳ ହୋଇଛି। ତିନି ଥର ବ୍ୟାଟିଂ କରୁଥିବା ଦଳ ତିନିଥର ବିପୁଳ ବ୍ୟବଧାନରେ ଜିତିଛି। ଏଭଳି ପରିସ୍ଥିତିରେ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଇଡେନ୍ ଗାର୍ଡେନ୍ସରେ ଆୟୋଜିତ ଏହି ବିଶ୍ୱକପ୍‌ର ଚାରୋଟି ମ୍ୟାଚ୍‌ରେ ଦ୍ରୁତ ବୋଲରମାନେ ଅନେକ ୱିକେଟ୍ ନେଉଥିବାର ଦେଖାଯାଇଛି। ପାରମ୍ପାରିକ ସ୍ପିନ୍ ଟ୍ରାକରେ ଫାଷ୍ଟର୍ସଙ୍କ…

Read More

ଭୁବନେଶ୍ବର: ଭାରତରେ ମୁକ୍ତି ସଂଗ୍ରାମରେ ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ଅବଦାନ ଅନବଦ୍ୟ ଓ ଅବିସ୍ମରଣୀୟ। ଭାରତର ଚିରସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଶହୀଦ ବିର୍ସା ମୁଣ୍ଡା ଅନ୍ୟତମ। ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧା ଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ବିର୍ସାମୁଣ୍ଡା। ଜନଜାତି ସଂପ୍ରଦାୟ ତାଙ୍କୁ ଧରତୀଆବା ବା ବିର୍ସା ଭଗବାନ ଆଖ୍ୟା ଦେଇ ସମ୍ମାନ କରି ଆସିଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ପୌରୋହିତ୍ୟ କରି  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି। ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ…

Read More

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଘଟଣାରେ ତଦନ୍ତ କରିବାକୁ ଭାରତ ସରକାର ମନା କରୁନାହାଁନ୍ତି। କିନ୍ତୁ ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ସମ୍ପୃକ୍ତ ଥିବା ଏହାର ଦାବିକୁ ପ୍ରମାଣ କରିବା ପାଇଁ କାନାଡା ସରକାର ପ୍ରମାଣ ଦେଖାଇବା ଉଚିତ୍ ବୋଲି ସେ କହିଛନ୍ତି। ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ବ୍ରିଟେନ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଏକ କାର୍ଯ୍ୟକ୍ରମରେ ଚୀନ୍ ଏବଂ କାନାଡା ସମେତ ଅନେକ ପ୍ରସଙ୍ଗ ବିଷୟରେ କହିଛନ୍ତି। ବ୍ରିଟେନର ରାଜଧାନୀ ଲଣ୍ଡନର ଉତ୍ତରପ୍ରଦେଶର ଲୋଖରୀରୁ ଚୋରି ହୋଇଥିବା ଅଷ୍ଟମ ଶତାବ୍ଦୀର ମନ୍ଦିର ମୂର୍ତ୍ତି ଯୋଗିନୀ ଚାମୁଣ୍ଡା ଏବଂ ଯୋଗିନୀ ଗୋମୁଖୀଙ୍କ ପ୍ରତ୍ୟାବର୍ତ୍ତନ ସମାରୋହରେ ଜୟଶଙ୍କର ଅଂଶଗ୍ରହଣ କରିଥିଲେ। ଏଠାରେ ସେ କାନାଡା ଏବଂ ଏହା ମାଧ୍ୟମରେ କରାଯାଇଥିବା ଅଭିଯୋଗ ବିଷୟରେ କହିଥିଲେ। ବୈଦେଶିକ ମନ୍ତ୍ରୀଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଦୁଇମାସ…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ଓଡିଶା ଗସ୍ତ ଓ ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀରେ ପ୍ରଶାସନିକ ସ୍ତରରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରିବାକୁ ଶ୍ରୀ ଜେନା ସମ୍ପୃକ୍ତ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚଳିତ ମାସ ନଭେମ୍ବର ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ପ୍ରଥମ ପର୍ଯ୍ୟାୟରେ ମୟୂରଭଂଜ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଦ୍ୱିତୀୟ ପର‌୍ୟ୍ୟାୟରେ ନଭେମ୍ବର ୨୬ ତାରିଖ ଅପରାହ୍ଣରେ ଭୁବନେଶ୍ୱରେ…

Read More

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଉତ୍ସାହର ସହ ଶିଶୁ ମହୋତ୍ସବ ‘ସୁରଭି’ରେ ସାମିଲ ହୋଇ ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି। ଠିକ୍ ସେହିଭଳି ଭାବରେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ। ପିଲାମାନେ ଦେଶ ଓ ଜାତିର ନାମକୁ ଗୌରବାନ୍ୱିତ କରନ୍ତୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି। ୟୁନିଟ୍‌-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ‘ସୁରଭି’ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ। ଯେଉଁ ଦେଶର ନାଗରିକ ଯେତେ ଶିକ୍ଷିତ ସେହି ଦେଶ ସେତେ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉରିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଆତଙ୍କବାଦୀଙ୍କ ନିକଟରୁ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚାଲିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କାଶ୍ମୀର ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି। କାଶ୍ମୀର ପୋଲିସ ଲେଖିଛି ଯେ- “ଉରିରେ ଭାରତୀୟ ସେନା ଏକ ବଡ଼ ଅନୁପ୍ରବେଶକୁ ପଣ୍ଡ କରିଛି। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଚାଲିଛି। ଉରିରେ ଅନୁପ୍ରବେଶକୁ ରୋକିବା ପାଇଁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପକ୍ଷରୁ ଅନେକ ଆତଙ୍କବାଦୀ ଆହତ ହୋଇଥିବା ଖବର ରହିଛି।”

Read More

ଭୁବନେଶ୍ବର: ଆମ ଜନଜାତି ସଂସ୍କୃତି ବହୁତ ସୁନ୍ଦର। ଏହା ଆମ ଦେଶ ଆମ ରାଜ୍ୟର ସଂସ୍କୃତିକୁ ଉଜ୍ଜୀବିତ କରିପାରିଛି। ଆମ ବିକାଶରେ ସଂସ୍କୃତିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସଂସ୍କୃତିର ସୁରକ୍ଷା ବିନା ବିକାଶରେ ମହକ ଆସେ ନାହିଁ। ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଜନଜାତୀୟ ଗୌରବ ଦିବସ ଅବସରରେ ୯ ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲାର ଜନଜାତି ଜନଜାତି ସାଂସ୍କୃତିକ ଦଳଗୁଡିକୁ ବାଦ୍ୟଯନ୍ତ୍ର ଏବଂ ନୃତ୍ୟ ପୋଷାକଓ ଆଭୂଷଣ ବଣ୍ଟନ କରାଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜନଜାତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର‌୍ୟ୍ୟକୁ ପ୍ରଶଂସା କରିବା ସହ ଅଧିକ ପ୍ରୋତ୍ସାହିତ କରିଛନ୍ତି। ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର‌୍ୟ୍ୟକ୍ରମରେ ସୁନ୍ଦରଗଡ, ରାୟଗଡା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ ଓ ଗଜପତିରୁ ୨୭ଟି କଳାକାର ସଂଗଠନକୁ ସାମଗ୍ରୀ ବଣ୍ଟନ କରିଛନ୍ତି ଅନୁସୂଚିତ ଜନଜାତି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରାଟ କୋହଲି ପ୍ରଥମ କ୍ରିକେଟର ଭାବେ ୫୦ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘’ଆଜି ବିରାଟ କୋହଲି କେବଳ ତାଙ୍କର ୫୦ତମ ଦିନିକିଆ ଶତକ ହାସଲ କରିନାହାନ୍ତି ବରଂ ଶ୍ରେଷ୍ଠ କ୍ରୀଡ଼ାଦକ୍ଷତାର ପରିଚୟ ଦେଉଥିବା ଉତ୍କର୍ଷତା ଓ ନିଷ୍ଠାର ଭାବନାର ଉଦାହରଣ ମଧ୍ୟ ଦେଇଛନ୍ତି।” ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ତାଙ୍କର ସ୍ଥାୟୀ ସମର୍ପଣ ଏବଂ ଅସାଧାରଣ ପ୍ରତିଭାର ପ୍ରମାଣ। ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସେ ଭବିଷ୍ୟତ ପିଢ଼ି ପାଇଁ କିର୍ତ୍ତୀମାନ ସ୍ଥାପିତ କରିବା ଜାରି ରଖନ୍ତୁ।

Read More

ନୂଆଦିଲ୍ଲୀ: ଦେଶରେ କ୍ରିକେଟ୍ ବିଶ୍ୱକପ୍ ଚାଲିଛି ଏବଂ ସମସ୍ତେ ଏହାକୁ ନେଇ ପାଗଳ। ବିଶ୍ୱକପରେ ଭାରତୀୟ ଦଳ ଅପରାଜୟ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ଧାରା ଜାରି ରହିଛି। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତ ଫାଇନାଲର ଟିକେଟ୍ ଜିତିଛି। ଏହି ବିଜୟ ପାଇଁ ବିରାଟ କୋହଲି ଏବଂ ଶ୍ରେୟସ୍ ଆୟରଙ୍କ ଶତକ ବିଷୟରେ ଯେତିକି ଚର୍ଚ୍ଚା ହେଉଛି, ମହମ୍ମଦ ଶାମିଙ୍କ ମାରାତ୍ମକ ବୋଲିଂ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏହି ମ୍ୟାଚରେ ୭ ଟି ୱିକେଟ୍ ନେଇ ମହମ୍ମଦ ଶାମି ଭାରତର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଗୋଟିଏ ସମୟରେ ଏହା ଲାଗୁଥିଲା ଯେ, ଏହି ମ୍ୟାଚ୍ ଭାରତ ହାତକୁ ଖସିପାରେ, କିନ୍ତୁ ଶାମି ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ ଲଗାତର ଦୁଇଟି ୱିକେଟ ନେଇ ନ୍ୟୁଜିଲ୍ୟାଣ୍ଡକୁ ପଛକୁ ଠେଲିଦେଇଥିଲେ। ଏଥି ସହ ମହମ୍ମଦ ଶାମିଙ୍କ ବୋଲିଂ ସମ୍ପର୍କରେ ସୋସିଆଲ…

Read More