Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୦ମସିହା ନଭେମ୍ବର ୧୫ ତାରିଖ ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟିରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କ୍ଷୁଦ୍ର ଚାଷୀଙ୍କୁ ୨୦୦୦ ଟଙ୍କାର ୧୫ ତମ କିସ୍ତି ଜାରି କରିଥିଲେ। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ୧୬ ତମ କିସ୍ତି ରିଲିଜ୍ ହେବ, ସେତେବେଳେ ମୋଦୀ ସରକାର ଚାଷୀଙ୍କୁ ଆହୁରି ବଡ ଉପହାର ଦେଇପାରନ୍ତି। ଏକ ସମ୍ଭାବନା ଅଛି ଯେ, ମାର୍ଚ୍ଚ ୨୦୨୪ ର ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମୋଦୀ ସରକାର ଏକାସାଙ୍ଗରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ 1୧୬ ତମ ଏବଂ ୧୭ ତମ କିସ୍ତି ପରିମାଣ ଜାରି କରିପାରନ୍ତି, ଯାହା ଦ୍ଵାରା ନିର୍ବାଚନରେ ​​କୃଷକଙ୍କ ଭୋଟ୍ ବ୍ୟାଙ୍କକୁ ମଜବୁତ କରାଯାଇପାରିବ। ପିଏମ କିସାନ ଯୋଜନାର ପରିମାଣ ବୃଦ୍ଧି ପାଇପାରେ: ପାଞ୍ଚ ବର୍ଷ ପୂର୍ବେ, ଫେବୃଆରୀ ୧ ତାରିଖ ୨୦୧୯ରେ…

Read More

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ଛକାର ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ରୋହିତ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୫୦ତମ ଛକା ସହ ରୋହିତ ଶର୍ମା କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ତଥା ପ୍ରସିଦ୍ଧ ସିକ୍ସ- ହିଟର୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଗେଲ୍ ୪୯ ଛକା ମାରିଥିଲେ। ବର୍ତ୍ତମାନ ଭାରତୀୟ ଅଧିନାୟକ ତଥା ହିଟମ୍ୟାନ୍ ରୋହିତ ଶର୍ମା ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତୀୟ ଅଧିନାୟକ ୧୬୨.୦୭ ର ଷ୍ଟ୍ରାଇକ୍ ହାରରେ ୨୯ ବଲରେ ୪୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪ ଟି ଚୌକା ଓ ୪ ଟି ଛକା ଅନ୍ତର୍ଭୁକ୍ତ। ଏହି ୪ ଟି ଛକା ସହ ରୋହିତ ଶର୍ମା ବିଶ୍ୱକପରେ ୫୦ ଛକା ଅତିକ୍ରମ କରି ୫୧ ରେ ପହଞ୍ଚିଛନ୍ତି। କ୍ରିସ୍ ଗେଲ୍ ୩୫…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ ଦୁର୍ଘଟଣା ଘଟିଛି, ଯେଉଁଠାରେ କିସ୍ତୱାଡ଼ରୁ ଜମ୍ମୁ ଯାଉଥିବା ଏକ ବସ୍ ପ୍ରାୟ ୨୫୦ ମିଟର ତଳକୁ ଖସି ପଡ଼ିଛି। ଏହି ବସ୍‌ରେ ସମୁଦାୟ ୪୦ ଜଣ ଲୋକ ଯାତ୍ରା କରୁଥିଲେ ଏବଂ ଏହି ଖବର ଲେଖିବା ପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Read More

ଭୁବନେଶ୍ବର: ରାଜ୍ୟ ସରକାର ଆଦିବାସୀଙ୍କ ଜମି ବିକ୍ରି ଉପରେ ଏକ ବଡ ପରିବର୍ତ୍ତନ ଆଣୁଛନ୍ତି। ଫଳରେ ବହୁ ପୁରୁଣା ସମୟରୁ ଯେଉଁ ନିୟମ ରହିଥିଲା ସେଥିରେ ପରିବର୍ତ୍ତନ ହେବ। ପୁରୁଣା ନିୟମ ଅନୁସାରେ କୌଣସି ଅନୁସୂଚିତ ଜନଜାତି ସେମାନଙ୍କ ଜମିକୁ ଉଚ୍ଚ ବର୍ଗର ଲୋକଙ୍କୁ ବିକ୍ରି କରିପାରିବେ ନାହିଁ। ଏହାଦ୍ବାରା ବହୁ ଆଦିବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ସରକାର ଅନୁସୂଚିତ ଜନଜାତି ଜମି ନିୟନ୍ତ୍ରଣ ଆଇନ ୧୯୬୫ କୁ ସଂଶୋଧନ କରିବେ। ଏହି ସଂଶୋଧନକୁ ଗତକାଲି ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହୋଇଛି। ଏହି ଆଇନର ଧାରା ୨ କୁ ସଂଶୋଧନ କରାଯାଇଛି। ଏହା ଦ୍ବାରା ଅନୁସୂଚିତ ଜନଜାତିର ବର୍ଗ ଉଚ୍ଚ ବର୍ଗର ଲୋକଙ୍କୁ ଜମି ବିକ୍ରି, ଉପହାର, ବନ୍ଧକ, ବଦଳ କରିପାରିବେ। ଏପରିକି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନେ ଜମି ହସ୍ତାନ୍ତର କରିପାରିବେ। ତେବେ ଏହି ସଂଶୋଧନରେ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ଜମି ବିକ୍ରି କରିବେ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ପନ୍ଦରା ସାହିର ପିଆଜ ବ୍ୟବସାୟୀ ସଚିନ୍ ମହାପାତ୍ର ଓ ଶ୍ରୀ ରାମ ନଗର ଅଞ୍ଚଳର ବରଫ ବ୍ୟବସାୟୀ ସୁର୍ଯ୍ୟ ନାରାୟଣ ପାତ୍ର ଙ୍କ ଅଭିଯୋଗ କରିଛନ୍ତି ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗରର ବଦ୍ରିନାଥ ପଣ୍ଡା ଉଭୟଙ୍କ ସାଙ୍ଗ ଓ ସେ ଅନ୍ଧପସରା ରାସ୍ତାରେ ଥିବା ତାଙ୍କର ହାର୍ଡୱେର ଦୋକାନକୁ ଡାକି ଦୁଇ ଗୁଣ ଲାଭକାରୀ ବ୍ୟବସାୟ ନିମନ୍ତେ ବୁଝାଇଥିଲା। କଲିକତାର ଏକ ବ୍ୟବସାୟିକ ପ୍ରତିଷ୍ଠାନ ରେ ଟ୍ରେଡ୍ ପ୍ରଫିଟ୍ ଫଣ୍ଡ୍ ୟୁ ଟର୍ଣ୍ ସ୍କିମ୍ ଜରିଆରେ ଖଟାଇଥିବା ମୁଳଧନ ଦୁଇ ଗୁଣ ହେଉଛି ବୋଲି ପ୍ରଲୋଭନ ଦେଖାଇ ବୁଝାଇଥିଲେ। ଯାହା ଫଳରେ ୩ ଜଣ ମିଶି ୨୮ ଲକ୍ଷ ଟଙ୍କା ଯୋଗାଡ କରି ଗତ ୧୦ ତାରିଖ ମଧ୍ୟ ରାତ୍ରୀରେ କମାପଲ୍ଲୀ ଓଭରବ୍ରିଜ୍ ନିକଟରେ ପହଞ୍ଚିଥିଲେ। ସେଠାରୁ ତିନି ଜଣ ମିଶି ଲାଞ୍ଜିପଲୀ ଡିପିଏସ୍ ସ୍କୁଲ ନିକଟରେ ପହଞ୍ଚିଥିଲେ।…

Read More

ନୂଆଦିଲ୍ଲୀ: କ୍ରିକେଟ୍ ୱାର୍ଲ୍ଡ କପ୍ ସେମି-ଫାଇନାଲର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବା। ଏହି ମ୍ୟାଚ୍ ସମ୍ବନ୍ଧରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଏବଂ ଏହାକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ମ୍ୟାଚ୍ କୁ ଟାର୍ଗେଟ୍ କରିବା ପାଇଁ ଧମକ ଦିଆଯାଇଛି। ବାସ୍ତବରେ, ମୁମ୍ବାଇ ପୋଲିସ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି, ଯାହା ଏହି ମ୍ୟାଚ୍ ସମୟରେ କିଛି ବଡ ଘଟଣା କରାଯିବ। ଟୁଇଟର ମାଧ୍ୟମରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମାଧ୍ୟମରେ ମୁମ୍ବାଇ ପୋଲିସକୁ ଏପରି ଧମକ ଦିଆଯାଇଛି। ମାମଲାର ଗମ୍ଭୀରତାକୁ ଦେଖି ୱାନଖେଡେ ଷ୍ଟାଚିୟମ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ସୋସିଆଲ ମିଡିଆରେ ଟ୍ୟାଗ କରିଛି, ଯେଉଁଥିରେ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ୍ ଏବଂ ବୁଲେଟ୍ ର ଫଟୋ ରହିଛି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ମଙ୍ଗଳପୁର ଗ୍ରାମର ଜନୈକ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି l ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଝିଅ l ଘଟଣା ମୁତାବକ ଗତକାଲି ରାତିରେ ମଙ୍ଗଳପୁର ଗ୍ରାମର ସତ୍ୟଭାମା ବେହେରା(70) ଙ୍କୁ ତାଙ୍କ ପୁଅ ବନମାଳି ବେହେରା(35) କୌଣସି କାରଣ ବଶତଃ ଘରେ ଥିବା ବେଳେ କଟୁରୀରେ ହାଣି ହତ୍ୟା କରିଛନ୍ତି l ଏ ନେଇ ମୃତ ସତ୍ୟଭାମାଙ୍କ ଝିଅ ପ୍ରମିଳା ବେହେରା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ତୁରନ୍ତ ଘଟଣାସ୍ଥଳକୁ ଯାଇ ସତ୍ୟଭାମାଙ୍କ ମୃତ ଶରୀର ଜବତ କରିବା ସହ ଅଭିଯୁକ୍ତ ପୁଅ ବନମାଳିଙ୍କୁ ଗିରଫ କରିଛନ୍ତି l ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା 302 ରେ କେସ ନମ୍ବର 404/23 ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ…

Read More

ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଏହି ଗ୍ରାଉଣ୍ଡରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ବିଶ୍ୱାସ କରାଯାଏ। ବାସ୍ତବରେ ୱାନଖେଡେ ଷ୍ଟାଡିୟମର ପିଚରେ ବ୍ୟାଟିଂ ସହଜ ଅଟେ। ବ୍ୟାଟ୍ସମ୍ୟାନ୍ ମାନେ ଏହି ପିଚ୍ ରେ ସହଜରେ ବଡ ସଟ୍ ଖେଳିଥାନ୍ତି। କିନ୍ତୁ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ସହଜ ହେବ ନାହିଁ। ତେବେ ଏହି ଗ୍ରାଉଣ୍ଡରେ ଥିବା ନୂଆ ବଲ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ କରିଥାଏ, କିନ୍ତୁ ଏହା ପରେ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ବଢିଥାଏ। ବିଶେଷକରି, ୱାନଖେଡେର ଛୋଟ ବାଉଣ୍ଡ୍ରୀ ହେତୁ ସ୍ପିନରଙ୍କ ପାଇଁ ଏହା ଏକ କଷ୍ଟକର ଆହ୍ଵାନ। ଏହି ଗ୍ରାଉଣ୍ଡରେ, ଆଇପିଏଲ୍ ମ୍ୟାଚ୍ ରେ ଅଧିକାଂଶ ଅଧିନାୟକ ଟସ୍ ଜିତିବା ପରେ ପ୍ରଥମେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗଙ୍କୁ ସିତାରବାଦନ ପ୍ରତି ଉତ୍ସାହ ପାଇଁ ଶୁଭକାମନା ଦେଇଛନ୍ତି। ଶ୍ରୀ ଓଙ୍ଗଙ୍କ ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ‘ସିତାର ପ୍ରତି ତୁମ ଆଗ୍ରହ ବଢ଼ାଇବା ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେବା ଜାରି ରଖ। ସଙ୍ଗୀତରେ ଏହି ପ୍ରୟାସ ପାଇଁ ଶୁଭେଚ୍ଛା। ଭାରତର ସଙ୍ଗୀତ ଇତିହାସ ହେଉଛି ବିବିଧତାର ପ୍ରତୀକ, ଯାହା କି ସହସ୍ର ବର୍ଷ ଧରି ବିକଶିତ ଗୀତ ମାଧ୍ୟମରେ ପ୍ରତିଧ୍ୱନିତ ହେଉଛି। ’

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ…

Read More

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଛି। ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ ଲେନିନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଉକ୍ତ ଉତ୍ସବରେ ଆଇନା ଫାଉଣ୍ଡେସନର ପିଲାମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଡିଟ୍‌ କରି ନିଜର ତୀକ୍ଷ୍ମ ଅନ୍ତର୍ଦୃଷ୍ଟି ଓ ବିଶ୍ଳେଷଣାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ। ଦୁଇଟି ଦଳରେ ବିଭକ୍ତ ଏହି ଯୁବ ଅଡିଟରମାନେ ଓଟିଡିସିକୁ ବିଭିନ୍ନ ବର୍ଗରେ ମୂଲ୍ୟାଙ୍କନ କରିଥିଲେ, ଯେଉଁଥିରେ ସୁଲଭତା, କାର୍ଯ୍ୟକଳାପ, ଉପଲବ୍ଧ ସୁବିଧା ଏବଂ ସାମଗ୍ରିକ ଭିତ୍ତିଭୂମି ଆଦି ଅନ୍ତର୍ଭୁକ୍ତ ଥିଲା। ଆଇନା ଫାଉଣ୍ଡେସନର କିଶୋରୀମାନେ ୧୦ ପ୍ରତିଶତରୁ ୯ ପ୍ରତିଶତ ନମ୍ବର ଦେଇ ଓଟିଡିସିକୁ ପୁରସ୍କୃତ କରିଥିଲେ। ଅଡିଟ୍‌ ଫଳାଫଳ ଉପରେ ଆଲୋଚନା ପାଇଁ ଅନୁଷ୍ଠିତ ବୈଠକରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ୍‌ ମହାନ୍ତି ଏବଂ ସମସ୍ତ ବିଭାଗୀୟ ପରିଚାଳକ ଉପସ୍ଥିତ ଥିଲେ। ଡଃ ମହାନ୍ତି ଉଦ୍‌ବୋଧନ ଦେଇ…

Read More

ଭୁବନେଶ୍ଵର: ସବୁ ଶିଶୁ ସୁନ୍ଦର। ପ୍ରତ୍ୟେକ ଶିଶୁଙ୍କ ପାଖରେ ବହୁମୂଖୀ ପ୍ରତିଭା ଭରିରହିଛି। ଏହାର ସଠିକ ଉପଯୋଗ ପାଇଁ ପିଲାମାନେ ଯେତିକି ନୁହେଁ ତାଠାରୁ ଢେର ଗୁଣ ଅଧିକ ଅଭିଭାବକ ମାନେ ଯତ୍ନବାନ ହେଡର ଅବଶ୍ୟକତା ରହିଛି ବୋଲି ୩୪ ତମ ପିକକ୍ ଶିଶୁମେଳାର ଉଦ୍ଘାଟନ ଉତ୍ସବରେ ଗନ୍ୟମାନ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ। ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତୀଟି କ୍ଷେତ୍ରରେ ନିଜର ଅଭିଲାଷକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ। ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ…

Read More

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମତି ଇରାନୀ ଆକାଶବାଣୀ ପାଇଁ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରିବେ। ଏହାର ନାମ ରଖାଯାଇଛି ନୈ ସୋଚ୍ ନୈ କାହାଣୀ-ଏ ରେଡିଓ ଜର୍ଣ୍ଣି ଉଇଥ୍ ସ୍ମତି ଇରାନୀ (ନୂଆ ବିଚାର ନୂଆ କାହାଣୀ -ସ୍ମୃତି ଇରାନୀଙ୍କ ସହିତ ଏକ ରେଡିଓ ଯାତ୍ରା)। ଆଜି ଆକାଶବାଣୀ ଗୋଲ୍ଡ ଚାନେଲରେ ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟାପୀ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରତି ବୁଧବାର ଏହି ଧାର୍ଯ୍ୟ ସମୟରେ ଉକ୍ତ କାର୍ଯ୍ୟକ୍ରମ ଶ୍ରୀମତୀ ଇରାନୀଙ୍କ ଦ୍ୱାରା ଉପସ୍ଥାପିତ ହେବ। ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ସଶକ୍ତିକରଣର ଅବିଶ୍ୱସନୀୟ କାହାଣୀମାନ ସ୍ଥାନ ପାଇବ। ମୁଖ୍ୟତଃ ସରକାରଙ୍କ ବିିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଫଳରେ ଦେଶରେ ମହିଳାମାନଙ୍କର ଭବିଷ୍ୟତ କିପରି ରୂପ ନେଉଛି ଓ ସେମାନେ କିପରି ସଶକ୍ତ ହେଉଛନ୍ତି ସେ ବିଷୟରେ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିବେ।…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ମଙ୍ଗଳବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଦୁବାଇର ତାନସିକ୍ କମ୍ପାନି ପକ୍ଷରୁ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୨୧ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତା’ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୧୦ ଜଣ ଅଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୧୧ ଜଣଙ୍କୁ ତାନସିକ୍ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ବିଦେଶରୁ କ୍ୟାରିୟରର ପ୍ରଥମ ଚାକିରି ଆରମ୍ଭ କରୁଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅବସରରେ ତାନସିକ୍ କମ୍ପାନିର…

Read More

ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ। ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି। ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି। ମିଥୁନ- ଆଜି ଆପଣଙ୍କ…

Read More

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ଗ୍ରୁପ୍ ଚେୟାରମ୍ୟାନ୍ ସୁବ୍ରତ ରୟ ଆଉ ନାହାଁନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ସାହାରା ଭାରତର ପ୍ରତିଷ୍ଠାତାଙ୍କର ଆଜି ରାତି ୧୦.୩୦ରେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେଠାରେ ସେ କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏ ନେଇ ସାହାର ଇଣ୍ଡିଆ ପରିବାର ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ” ଗଭୀର ଦୁଃଖର ଜଣାଉଛୁ ଯେ,ସାହାରା ଇଣ୍ଡିଆ ପରିବାର ଆମର ମାନ୍ୟବର ‘ସାହାରାଶ୍ରୀ’ ସୁବ୍ରତ ରୟ ସାହାରାଙ୍କ ଦେହାନ୍ତ ହୋଇଯାଇଛି। ସାହାରାଶ୍ରୀ ଜୀ ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ବ ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ୧୪ ନଭେମ୍ବର ୨୦୨୩ ରେ ରାତି ୧୦.୩୦ ରେ ତାଙ୍କର ଦେହାନ୍ତ ହୋଇଯାଇଛି। ସୁବ୍ରତ ରୟଙ୍କ ଦେହାନ୍ତ ସମଗ୍ର…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଆରଟିଓ ଅଫିସରୁ ୪ ଜଣ ଦଲାଲ ଧରାପଡିଛନ୍ତି। ଲାଇସେନ୍ସ ପଞ୍ଜୀକରଣ, ରିନ୍ୟୁ, ଟିକସ ପୈଠ କରିବା ନାଁରେ ଲୋକଙ୍କୁ ସେମାନେ ଲୁଟୁଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ପାଖରୁ ୭ ଟି ଆରସି ବୁକ୍, ୧୨ ଟି ଡିଏଲ ୱେବ୍‍, ୮ ଟି ଲର୍ଣ୍ଣିଂ ଲାଇସେନ୍ସ ଜବତ କରାଯାଇଛି।

Read More

ଭୁବନେଶ୍ବର: ରାଜଧାନୀ ପରି ଗମନାଗମନ ସୁବିଧା ପାଇଁ ବ୍ରହ୍ମପୁରରେ ମଧ୍ୟ ହେବ ରିଂ ରୋଡ। ଆସନ୍ତା ୨୪ ମାସରେ ଏହି କାର‌୍ୟ୍ୟ ସଂପୂର୍ଣ୍ଣ କରାଯିବ। ଏଥିପାଇଁ ୧୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକରେ ଭିନ୍ନ ଭିନ୍ନ ୧୨ ଟି ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି ତାହା ହେଲା ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରର ଏୟାର ପୋର୍ଟରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ଗ୍ରହଣ କରିଛନ୍ତି। ଆଜି ଏହି ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟ ଡିପିଆର ପ୍ରସ୍ତୁତି ନିମନ୍ତେ କ୍ୟାବିନେଟ ମଂଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ହିଲପାଟଣାରେ ଅବସ୍ଥିତ ମାତ୍ରୁଶ୍ରୀ ଆଙ୍ଗ୍ଲୋଭେଦିକ୍ ବିଦ୍ୟାଳୟ ପରିସରରେ ଏକ ସାଇବର ଅପରାଧ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡ୍ସ୍ ହେଲ୍ପିଂ କ୍ଳବ୍ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ବାରିକାନାଥ ପଣ୍ଡା ଙ୍କ ଦ୍ଵାରା ଉଦଘାଟିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଅଧ୍ୟାପିକା ଡଃ ବନୀତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁ ପରିମାଣର ଛାତ୍ର ଓ ଛାତ୍ରୀ ମାନେ ଆଜିକାଲି ସେଲ୍ ଫୋନ୍ ବ୍ୟବହାର କରି ବିଶେଷକରି ଟୁଇଟର ଓ ଫେସବୁକ ଦ୍ଵାରାସାଇବର ଠକାମୀର ଶିକାର ହେଉଛନ୍ତି। ଏହିଭଳି ପରିସ୍ଥିତିରେ ସେଲ୍ ଫୋନ୍ ରେ ଆସୁଥିବା କୌଣସି ଠକାମୀ କିମ୍ବା ଅପରାଧ ବିଷୟ ଆସିଲେ ତତକ୍ଷଣାତ୍ ସାଇବର ଥାନା କୁ ସୁଚନା ଦେବାପାଇଁ କହିଥିଲେ ଓ ଫୋନ୍ ମାଧ୍ୟମରେ ଆସୁଥିବା ବିଭିନ୍ନ ଖେଳକୁ ବନ୍ଦ କରିବା ପାଇଁ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ। ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ସୁଧୀର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ…

Read More