Author: Samikhsya Bureau

ନୂଆଦିଲ୍ଲୀ: ଗ୍ଲେନ୍ ମ୍ୟାକ୍ସୱେଲ ୨୦୨୩ ବିଶ୍ୱକପ୍ ଫାଇନାଲର ବିଜୟ ରନ୍ ମାରିବା ମାତ୍ରେ ସମଗ୍ର ଅଷ୍ଟ୍ରେଲିୟ ଦଳ ପଡ଼ିଆ ଆଡକୁ ଦୌଡିଥିଲେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆତସବାଜି ମଧ୍ୟ ଆରମ୍ଭ ହୋଇଥିଲା। ଗୋଟିଏ ପଟେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ କିଛି ଚେହେରାର ଚିତ୍ର ଦେଖାଯିବା ଆରମ୍ଭ କରିଥିଲା ​​ଯାହା ବୋଧହୁଏ ବହୁ ବର୍ଷ ଧରି ଭାରତୀୟ ପ୍ରଶଂସକଙ୍କୁ ଯନ୍ତ୍ରଣା ଦେବ। ଏହି ଚିତ୍ରଗୁଡ଼ିକ ଭାରତୀୟ ଖେଳାଳିଙ୍କ ଚେହେରାର ଥିଲା, ଯେଉଁଥିରେ ହତାଶ ଏବଂ ନିରାଶ ହୋଇଥିବା ଭାରତୀୟ ଖେଳାଳିଙ୍କ ଚେହେରା ସମ୍ପୂର୍ଣ୍ଣ ଭାବେ ଦେଖାଯାଉଥିଲା। କିଛି ଖେଳାଳି ପଡ଼ିଆରେ ହିଁ ବସିଯାଇଥିଲେ, କେହି କେହି ଆକାଶକୁ ଦେଖିବା ଆରମ୍ଭ କରିଥିଲେ, କେହି କେହି କ୍ୟାପ୍ ଦ୍ଵାରା ମୁହଁ ଲୁଚାଇଥିଲେ। ଏସବୁ ମଧ୍ୟରେ ଦୁଇଟି ଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଚିତ୍ର ଦୁଇଟି ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ମହମ୍ମଦ…

Read More

ଭୁବନେଶ୍ଵର: ସାଉଦି ଆରବର ରିୟାଦରେ ରହୁଥିବା ଓଡ଼ିଆ ମାନଙ୍କୁ ନେଇ ଗଢ଼ିଉଠିଥିବା ସଂଘ ରିୟାଦ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା)ତାର ୧୫ତମ ବାର୍ଷିକଉତ୍ସବ ୧୭ ନଭେମ୍ବର ୨୦୨୩ରେ ପାଳିତ ହୋଇଯାଇଛି। ଉତ୍ସବ ମୁଖର ପରିବେଶ ମଧ୍ୟରେ ଓଡ଼ିଶା ବାହାରେ ଏକ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି ହୋଇଥିଲା। ଦୀର୍ଘ ୧୫ ବର୍ଷ ଧରି ରୋଜା, ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଦାୟିତ୍ଵ ନିରନ୍ତର ଭାବେ ପାଳନ କରିଆସିଛି। ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସର ମିସନ୍ ଉପମୁଖ୍ୟ ଆବୁ ମାଥେନ ଜର୍ଜ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଥମ ସଚିବ ଶ୍ରୀମତୀ ମନୁସ୍ମୃତି, ଦ୍ଵିତୀୟ ସଚିବ ମୋଇନ ଅଖତର ଓ ଶରତ କୁମାର ନାୟକ ତଥା ଆସମାକ୍ ଗୃପର ଚେୟାରମ୍ୟାନ ଡଃ ଦେବ ମହାନ୍ତି, ସିକ୍ୟୁଅରଆଇଜ ଗୃପର ପ୍ରତିଷ୍ଠାତା ସୀମନ୍ତ ପଟ୍ଟନାୟକ ଏବଂ ସୁନାମଧନ୍ୟ ଗାୟିକା କଣ୍ଠଶିଳ୍ପୀ ଅନିନ୍ଦିତା ଦାସ। ରୋଜାର ସଭାପତି, ସରୋଜ କୁମାର…

Read More

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବନଖଣ୍ଡ ସାଲେଭଟା ପଂଚାୟତ କୁନ୍ଦେଇଜୋରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମୃତ ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ରବିବାର ଅପରାହ୍ନରେ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା। ତେବେ ଘଟଣା ସମ୍ପର୍କରେ ନାକଟିଦେଉଳ ଏସିଏଫ୍ ଅଶ୍ବିନୀ ବେହେରାଙ୍କୁ ପଚାରିବାରୁ ହାତୀର ଆନୁମାନିକ ବୟସ ୧୪ବର୍ଷ ହେବ ଏବଂ ହାତୀର ଦେହରେ କୌଣସି କ୍ଷତ ଚି଼ହ୍ନ ନଥିବାରୁ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯିବ।  ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ।

Read More

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର…

Read More

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି। ଆଜି କେନ୍ଦ୍ର ଜନଜାତି ଏବଂ ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ୍‌ ଅନ୍ତର୍ଗତ ବୁଢ଼ିଖମାରୀରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ କେନ୍ଦ୍ରମନ୍ତ୍ରୀ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ହିତାଧିକାରୀମାନେ ଯୋଜନାର ସୁଫଳ ପାଉଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ଶତପ୍ରତିଶତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିବାକୁ ଶ୍ରୀ ଟୁଡୁ ପରାମର୍ଶ ଦେଇଛନ୍ତି।

Read More

ମେଷ: ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ବ୍ୟସ୍ତ ରହିବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ପରିବାରର ଚିନ୍ତା ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା। ଲଜ୍ଜିତ ହୁଅନ୍ତୁ ନାହିଁ। ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ। ବୃଷ: ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି  ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଶୋକ ଖବର ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ଆୟ ରହିବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। କଠିନ ପରିଶ୍ରମ ଅଧିକ ହେବ। ମିଥୁନ: ଆପଣ ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। କୌଣସି ବଡ଼ କାର୍ଯ୍ୟ ହେତୁ ସୁଖ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ବେକାରୀ…

Read More

ଭୁବନେଶ୍ଵର: ୧୨ ବର୍ଷ ପରେ ଭାରତର ବିଶ୍ଵକପ ଜିତିବାର ଆଶା ଧୂଳିସାତ ହୋଇଛି। ଅଷ୍ଟ୍ରେଲିଆ ଏକ ତରଫା ଭାବେ ଭାରତୀୟ ଦଳକୁ ପରାସ୍ତ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଲାଯାଇଥିବା ଫାଇନାଲ ମ୍ୟାଚରେ  ଅଷ୍ଟ୍ରେଲିଆ ଦଳ ପକ୍ଷରୁ ବୋଲିଂ, ବ୍ୟାଟିଂ ଏବଂ କ୍ଷେତ୍ର ରକ୍ଷଣରେ ସଂପୂର୍ଣ୍ଣ ଭାବେ ଭାରତୀୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟସ ଜିତି ଭାରତୀୟ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରାରମ୍ଭରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ପିଚରେ ବେଶୀ ସମୟ ଅଧିକ ସମୟ ରହିପାରିନଥିଲେ। ସେ ୩୧ ବଲରେ ୪୭ ରନର ପାଳି ଖେଳି ମାକ୍ସୱେଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ବିରାଟ କୋହଲୀ ଏବଂ କେଏଲ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳ ମାତ୍ର ୨୪୦ ରନରେ ସୀମିତ ରହିଥିଲା। ଜବାବରେ ଅଷ୍ଟ୍ରେଲିଆ ଦଳର…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମ୍ନୀ ଜଣେ ମହିଳା ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଶ୍ୱଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଏ ନେଇ ଗତକାଲି ପୂଜା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ରାତ୍ରି ୧୦ଟାରେ ପରିବାର ଲୋକ ରାଜାଙ୍କ ଘରେ ପହଂଚିବାରେ ଝିଅ ଘର ଲୋକଙ୍କୁ ରାଜାଙ୍କ ପରିବାର ଲୋକ ଘରକୁ ପୁରାଇଦେଇ ନ ଥିଲେ ବୋଲି କୁହାଯାଉଛି। ଆଜି ପୂଜାଙ୍କୁ ଶ୍ୱଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ପୂଜାଙ୍କ ମା’…

Read More

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟାଉନ ହଲ ଠାରେ ଗିରିଶ ଚନ୍ଦ୍ର ବେହେରା, ସଭାପତି, ଭବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ପୌରହିତରେ ମହାସମାରୋହରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ଅଧ୍ୟକ୍ଷ୍ୟ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ବିଧାୟକ ଧର୍ମଗଡ଼ ମୌସଧି ବାଗ, ଅଧ୍ୟକ୍ଷ୍ୟା ଭବାନୀପାଟଣା ପୌର ପାଳିକା ସଂଯୁକ୍ତା ବେହେରା ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ କରିବା ସହ ଚାଷୀ ମାନଙ୍କୁ ଋଣ ଓ ଅନ୍ୟ ସହାୟତା,ସମୃଦ୍ଧି ପାଇଁ ମତ ରଖିଥିଲେ। ଏହି ସଭାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଉପନିବନ୍ଧକ ସମବାୟ ସମିତି କଳାହାଣ୍ଡି ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ସମବାୟ…

Read More

ବ୍ରହ୍ମପୁର: ୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ରାଜ୍ୟ ଔଷଧ ବ୍ୟବସିୟୀ ସଂଘ, ଓଡ଼ିଶା ଫାର୍ମାସିଷ୍ଟ ସଂଘ, ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ, ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ଓ ସମସ୍ତ ଫାର୍ମାସୀ କଲେଜ୍ ସହଯୋଗରେ ଏମକେସିଜି ମେଡିକାଲ ମେଇନ୍ ଗେଟ ଠାରୁ ଆଇଟିଆଇ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଏହାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶୁଭାରମ୍ଭ କରିଥଲେ।  ରାସ୍ତାରେ ଆର ଡି ସି ରେସ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଓଡ଼ିଶା ଫାର୍ମାସିଷ୍ଟ ମିଟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସଂଯୋଜକ ନବୀନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦନ କରିଥଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଡି ଏମ ଇ ଟି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଓ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ ହୋଇଛି। ଟ୍ରକରୁ ବିପୁଳ ପରିମାଣର ଗୋ ମାଂସ ଜବତ ହୋଇଛି। ହେଲେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ଭଦ୍ରକରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ନେଇ ସୂଚନା ମିଳିବା ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ କିଛି ଯୁବକ ଗାଡିର ପିଛା କରିଥିଲେ। ଟ୍ରକଟିକୁ ସେମାନେ କାଳିଆବାଲି ଛକ ନିକଟରେ ଧରିଥିଲେ। କିନ୍ତୁ ତା’ପୂର୍ବରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା।

Read More

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏହି ରାଜ୍ୟଗୁଡିକରେ ନିର୍ବାଚନ ସମାବେଶକୁ ଷ୍ଟାର ପ୍ରଚାରକ ଭାବରେ ସମ୍ବୋଧିତ କରୁଛନ୍ତି। ଏଭଳି ପରିସ୍ଥିତିରେ ବିଜେପି ମଧ୍ୟ ଦଳର ମୁଖ୍ୟ କେଜ୍ରିୱାଲଙ୍କୁ ନିରନ୍ତର ଟାର୍ଗେଟ କରୁଛି। ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ବହୁ ବିକୃତ ଚିତ୍ର, ଭିଡିଓ ଇତ୍ୟାଦି ପୋଷ୍ଟ କରାଯାଇଛି, ଯାହା ବିଷୟରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଆୟୋଗ (ଇସିଆଇ) ରେ ଅଭିଯୋଗ କରିଛି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସିରେ ଦାଖଲ ହୋଇଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଏଏପି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ସଂଯୋଜକର କେଜ୍ରିୱାଲଙ୍କ ବିଷୟରେ ସେୟାର କରାଯାଇଥିବା ପୋଷ୍ଟଗୁଡ଼ିକୁ ଆଦର୍ଶ ଆଚରଣ ସଂହିତା (MCC) ର ଉଲ୍ଲଂଘନ ବୋଲି କହିଛି। ଏହି ଅଭିଯୋଗରେ ଏକ ଭିଡିଓ ଅନ୍ତର୍ଭୁକ୍ତ ଯାହାକି ନଭେମ୍ବର ୫ ତାରିଖରେ ବିଜେପି ଦିଲ୍ଲୀର ଅଫିସିଆଲ୍ ଫେସବୁକ୍ ଏବଂ ଏକ୍ସ ଆକାଉଣ୍ଟରେ…

Read More

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସିବେ। ରାଷ୍ଟ୍ରପତି ନଭେମ୍ବର ୨୦ ତାରିଖ, ସୋମବାର ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର  ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ । ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ । ନଭେମ୍ବର ୨୧ ତାରିଖ ମଙ୍ଗଳବାର ରାଷ୍ଟ୍ରପତି ମୟୂରଭଞ୍ଜର ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ବାଦାମପାହାଡ଼ ରେଳଷ୍ଟେସନରେ ତିନୋଟି ନୂଆ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ;  ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ; ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍‌ଘାଟନ କରାଯିବ। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ସାଧନା ଦିବସ ପାଳିତ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର ପ୍ରତିଷ୍ଠାତା ଏକନାଥ୍ ରାଣାଡ଼େ ଙ୍କ ଜନ୍ମ ଦିବସକୁ ସାଧାନା ଦିବସ ରୂପେ ପାଳନ କରାଯାଏ। ଏହି ଉତ୍ସବରେ କେନ୍ଦ୍ରର ସଞ୍ଚାଳକ ସତ୍ୟ ନାରାୟଣ ଷଡ଼ଙ୍ଗୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲୁଗାଁ କଲେଜ ର୍ ବରିଷ୍ଠ ଅଧ୍ୟାପକ ଡକ୍ଟର୍ କୈଳାସ ମହାରଣା, ତରଣୀସେନ ପ୍ରଧାନ୍, ପ୍ରଦିପ୍ କୁମାର ଦାସ୍ ଯୋଗ ଦେଇ ରାଣାଡେ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ବିବେକାନନ୍ଦ କେନ୍ଦ୍ରର ପ୍ରତିଷ୍ଠାର ଉଦ୍ଦେଶ୍ୟ ନେଇ କାର୍ଯ୍ୟକର୍ତ୍ତା ମାନକୁ କହିଥିଲେ। ଝରଣା ଦିଦିଙ୍କ ଐକ୍ୟ ମନ୍ତ୍ର ରୁ କର୍ଯ୍ୟକ୍ରମ ଆରମ୍ଭ୍ ହୋଇଥିଲା। ଶେଷରେ ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ଧନ୍ୟବାଦ ଜ୍ଞପାନ କରିଥିଳେ। ଏହି କାଯ୍ୟକ୍ରମରେ ମୋଟ ପଚାଶରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Read More

ବାଣପୁର (ସୀତାରାମ ଅଗ୍ରୱାଲ): ସମ୍ୱନ୍ୱିତ ଯୁବ ବିକାଶ ଯୋଜନା ମାଧ୍ୟମରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଲେଜ ପରିସରରେ ଏକ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ କଲେଜ ମୁଖ୍ୟ ଫାଟକରୁ ପରିମଳ ସଂକ୍ରାନ୍ତିୟ ବିଭିନ୍ନ ପ୍ରକାର ସ୍ଲୋଗାନ ପ୍ରଦାନ କରି ବେଙ୍ଗରାଜ ପଲି ଗ୍ରାମରେ ପହଂଚିଥିଲେ। ଉକ୍ତ ଗ୍ରାମର ଛୋଟ ପିଲା, ଗ୍ରାମର ସ୍ତ୍ରୀ ପୁରୁଷ, ଯୁବକ ଯୁବତୀ ମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିଥିଲେ। ସେମାନଙ୍କୁ ସଚେତନ ନିମନ୍ତେ ବିଭିନ୍ନ ପ୍ରକାର ନାଚ ଓ ଗୀତ ମାଧ୍ୟମରେ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ଉଦଘାଟନ କରିଥିବା ବେଳେ ଅଧ୍ୟାପକ ଆଦିତ୍ୟ ସାରଥୀ ବେହେରା, ସ୍ଵାଗତିକା ସାହୁ, ଗୋଲଖ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଉତତ୍ସାହିତ କରିଥିଲେ। ଅଧକ୍ଷ ଶ୍ରୀଯୁକ୍ତ ହୋତା ଗ୍ରାମର ପିଲା ମାନଙ୍କୁ ପରିମଳ ସମ୍ବଦ୍ଧିୟ ଆବଶ୍ୟକୀୟ ଉପକରଣ ବଣ୍ଟନ କରିବା ସହ ଶିକ୍ଷା,ସ୍ଵାସ୍ତ୍ୟର ସଚେତନତା…

Read More

ଭୁବନେଶ୍ୱର: ମୋଦି ସରକାର ଓଡ଼ିଶାର ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସହ ଗବେଷଣା ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ଏ ସବୁର ଲାଭ ଓଡ଼ିଆ ଭାଷା ଆଧାରରେ ମିଳୁ, ଓଡ଼ିଆ ଲୋକଙ୍କୁ ମିଳୁ ଏବଂ ବୃହତ ସ୍ୱାର୍ଥରେ ମିଳୁ। ଏହା ଆମର ପ୍ରାଥମିକତା ବୋଲି ରବିବାର ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ଅବସରରେ ଏହି ଅନୁଷ୍ଠାନର ପ୍ରାଧ୍ୟାପକ ଓ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଦିନ ମାନଙ୍କରେ ଓଡ଼ିଶାରେ ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଏସଡିଆଇ ଭୁବନେଶ୍ୱର ଭଳି ଅନେକ ଶିକ୍ଷାନୁଷ୍ଠାନ…

Read More

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୨୦ ନଭେମ୍ବର, ୨୦୨୩ ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଧାରା ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ରେ ଜଣେ ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି। ବାସ୍ତବରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଫାଇନାଲ ମ୍ୟାଚରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ଜଣେ ପାଲେଷ୍ଟାଇନ ସମର୍ଥକ ସୁରକ୍ଷା କର୍ଡନ ଭାଙ୍ଗି ପଡ଼ିଆରେ ପ୍ରବେଶ କରିଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ କୋଲକାତାର ଇଡେନ ଗାର୍ଡେନରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ହାତରେ ପତାକା ଧରିଥିବାର ନଜର ଆସିଥିଲେ।

Read More

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ଏକ ଐତିହାସିକ ସଫଳତା ସହିତ ଆଉ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଗୋଟିଏ ଦିନରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA) ରେ ୧ ଲକ୍ଷ ୬୧ ହଜାର ୭୬୦ ଯାତ୍ରୀଙ୍କୁ ଏସେବା ଦେଇଛି। ଉଲ୍ଲେଖ ଯୋଗ୍ୟ ଯେ, CSMIA ବର୍ତ୍ତମାନ କେବଳ ଗୋଟିଏ ରନୱେ ବିମାନବନ୍ଦର ଭାବରେ କାର୍ଯ୍ୟ କରୁଛି। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ମଧ୍ୟ ମୁମ୍ବାଇ ବିମାନବନ୍ଦରର ଏହି ରେକର୍ଡ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ କହିଛନ୍ତି ଯେ, “ଏକ ଐତିହାସିକ ସଫଳତା! ନଭେମ୍ବର ୧୧ ତାରିଖରେ ଆମେ ୨୪ ଘଣ୍ଟା ମଧ୍ୟରେ ୧,୦୩୨ ବିମାନ ସହିତ ବିଶ୍ୱ ରେକର୍ଡ ସୃଷ୍ଟି କରି ବ୍ୟସ୍ତବହୁଳ ବିମାନ ଟ୍ରାଫିକ୍ ଦିବସ ପାଳନ କରିଥିଲୁ। ଆଜି ମୁମ୍ବାଇ ବିମାନବନ୍ଦରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାର ଗୌରବ ହାସଲ ହୋଇଛି…

Read More

ନୂଆଦିଲ୍ଲୀ: ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏହା ସହିତ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଜିଡିପି ଲାଇଭ ତଥ୍ୟ ଦର୍ଶାଉଛି ଯେ, ୧୮ ନଭେମ୍ବରର ବିଳମ୍ବିତ ରାତିରେ ଭାରତ ଏହି ମାଇଲଖୁଣ୍ଟ ହାସଲ କରିଛି। ନଭେମ୍ବର ୧୮ ତାରିଖ ରାତି ପ୍ରାୟ ୧୦:୩୦ ସମୟରେ, ଭାରତର ଜିଡିପି ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ବର୍ତ୍ତମାନ ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି। ଚତୁର୍ଥ ମାନ୍ୟତା ଜର୍ମାନୀ ଏବଂ ଭାରତର ଜିଡିପି ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ବହୁତ କମ୍ ଅଛି।

Read More

ପ୍ରଫେସର ଡାକ୍ତର ତୁଲୀକା ସେଠ୍‌ ଦେଶରେ ସିକିଲ ସେଲ ରୋଗରେ ପୀଡିତ ହେଉଥିବା ବିପୁଳ ସଂଖ୍ୟକ ରୋଗୀଙ୍କ ନିମନ୍ତେ ଆଶାର ସଂଚାର ହେବା ଭଳି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏହି ନିକଟରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସିକିଲ ସେଲ ରୋଗୀଙ୍କ ନିମନ୍ତେ ଏକ ନୂଆ ଯୋଜନା ଘୋଷଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଯୋଜନା ସମ୍ପର୍କୀତ ସଚେତନତା କାର‌୍ୟ୍ୟକ୍ରମ ଦ୍ୱାରା ପୀଡିତ ରୋଗୀଙ୍କର ଚିକିତ୍ସା କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଉଛି। ସିକିଲ ସେଲ ରକ୍ତହୀନତା ଏଭଳି ଏକ ରୋଗ  ଯାହାକି ଲୌହସାର ଅଭାବରୁ ହୋଇ ନ ଥାଏ , ବରଂ ବଂଶଗତ ଗୁଣସୂତ୍ର କାରଣରୁ ହୋଇଥାଏ। ଏହି ରକ୍ତଗତ ବିସଙ୍ଗତିରେ ଲୋହିତ ରକ୍ତକଣିକା ଗୋଲାକାର ହେବା ପରିବର୍ତ୍ତେସମୟକ୍ରମେ ଦାଆ ଭଳି ବଙ୍କା ଆକାର ଧାରଣ କରେ। ଏହା ଫଳରେ ଲୋହିତ ରକ୍ତକଣିକା ଗୁଡିକ ରକ୍ତ ନଳୀରେ ସ୍ୱାଭାବିକ ଭାବେ…

Read More