ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜାତିଗତ ସର୍ଭେର ଟ୍ରମ୍ପ କାର୍ଡ ବିରୋଧରେ ବିଜେପି ଏବେ ଦଳିତ ଏଜେଣ୍ଡା ସ୍ଥିର କରିବାକୁ ଚେଷ୍ଟା କରୁଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ଦଳିତ ଅତ୍ୟାଚାର ପ୍ରସଙ୍ଗ ଉଠାଉଥିବାରୁ ଏହାର ପ୍ରସ୍ତୁତି ବୁଝିହେବ। ଏକଥା ସତ ଯେ ଲୋକସଭା ନିର୍ବାଚନ ଆଡ଼କୁ ବିହାର ବିଜେପି ଆଖିରେ ଚଢ଼ିଯାଇଛି। ଏହାର କାରଣ ଏହା ମଧ୍ୟ ସ୍ପଷ୍ଟ ଯେ ନିର୍ବାଚନ ଏଜେଣ୍ଡା ସ୍ଥିର କରିବା ପାଇଁ ବିହାର ଅନେକ ସମୟରେ ଲଞ୍ଚ ସ୍ଥାନ ପାଲଟିଛି। ବୃହତ୍ତର ଦୃଷ୍ଟିକୋଣରୁ ୧୯୭୭ ଲୋକସଭା ନିର୍ବାଚନ ହେଉ ଅବା ୨୦୨୪ ଲୋକସଭା ନିର୍ବାଚନ। ଦଳିତ ଏଜେଣ୍ଡା କାହିଁକି ? ଜାତିଗତ ସର୍ଭେ ପରେ ବିଜେପିକୁ ଝଟକା ଲାଗିଛି। ଏହା ଜାଣି ମଧ୍ୟ ବିଜେପି ସଂରକ୍ଷଣ ସୀମା ବୃଦ୍ଧି କରି ପଛୁଆ ଓ ପଛୁଆବର୍ଗଙ୍କୁ ଦେବାକୁ ପ୍ରସ୍ତୁତ ରହିଛି। କିନ୍ତୁ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦଙ୍କ ଯୋଡ଼ି ଏହି…
Author: Samikhsya Bureau
ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇଛନ୍ତି। ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହେଲି। ଉତ୍ତରାଖଣ୍ଡ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ସହ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଉଛନ୍ତି। ସମସ୍ତ ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ବୋଲି ସେ ଆଶ୍ୱସ୍ତ କରିଛନ୍ତି। ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।
ମେଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ। ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା…
ରଣପୁର: ଟ୍ରେନରୁ ଖସି ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିବା ଯୁବକଙ୍କ ମର ଶରୀର ଦୁଇ ଦିନ ପରେ ନିଜ ଗାଁ ରେ ପହଞ୍ଚିଥିଲା। ଯୁବକଙ୍କ ଶବ ଗାଁ ରେ ପହଁଚିଲା ପରେ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତଙ୍କ ମୁହଁରେ ଅଶ୍ରୁ ଧାର ବୋହି ଚାଲିଥିଲା। ଶେଷରେ ଯୁବକଙ୍କ ମର ଶରୀରକୁ ଗାଁ ମଶାଣିରେ ଦାହ କରାଯାଇଥିଲା। ପରିବାରର ଅଭାବ ଅନଟନ ଯୁବକଙ୍କୁ ମାତ୍ର ୨୫ ବର୍ଷ ବୟସରେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଥିଲା। ତେଣୁ ଯୁବକ ଜଣକ ନିଜ ପରିବାରର ଭରଣ ପୋଷଣ ପାଇଁ ଗୁଜୁରାଟ ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ଦୀପାବଳୀ ଅବସରରେ ନିଜ ପରିବାର ତଥା ଗାଁ ସାଙ୍ଗସାଥିଙ୍କ ସହ ମିଶି ଦୀପାବଳୀ ପାଳନ କରି କିଛି ଖୁସି ମୁହୂର୍ତ ବିତାଇବା ପାଇଁ ନୟାଗଡ ଜିଲ୍ଲା…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରବି ମହାନ୍ତି (୪୦) ବୋଲି ଜଣାପଡିଛି। ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୪ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ରବି ସଂନ୍ଦିଗ୍ଧ ଅବସ୍ଥାରେ ଏକ ନାଲି ରଙ୍ଗ ଟ୍ରଲି ବ୍ୟାଗ ଧରି ବୁଲୁଥିବାର ଦେଖିବାକୁ ପାଇଥିଲେ। ତାଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆରପିଏଫ ଅଭିଯୁକ୍ତ ରବିଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି।
ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଆଜି ଦଳ ନୂଆ ଦାୟିତ୍ୱ ଦେଇଛି। ତୃଣମୂଳ କଂଗ୍ରେସ ମହୁଆଙ୍କୁ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ସଭାପତିଭାବେ ନିଯୁକ୍ତ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇବା ସହ କୃଷ୍ଣନଗରବାସୀଙ୍କ ପାଇଁ ସେ ସର୍ବଦା ଦଳ ସହ କାମ କରିବେ ବୋଲି କହିଛନ୍ତି। ମହୁଆ ମୋଇତ୍ରାଙ୍କ ନୂଆ ଦାୟିତ୍ୱର ଅର୍ଥ ହେଉଛି ମମତା ବାନାର୍ଜୀଙ୍କ ଦଳ ଭାରତୀୟ ଜନତା ପାର୍ଟି ସହ ମୁକାବିଲା ମୁଡ଼ରେ ରହିଛି। କ୍ୟାସ୍ ଫର୍ କ୍ୱେରି ମାମଲାରେ ଦଳ ମହୁଆଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ସ୍ପଷ୍ଟ ହୋଇଛି। ମମତାଙ୍କୁ ମହୁଆଙ୍କ ଧନ୍ୟବାଦ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ଟିଏମସି ଦଳର କୃଷ୍ଣନଗର (ନଦିଆ ଉତ୍ତର) ଜିଲ୍ଲା ସଭାପତିଭାବେ ନିଯୁକ୍ତ ମିଳିବା ପରେ ଏହି ନୂତନ ଦାୟିତ୍ୱ ପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୃଷ୍ଣନଗରବାସୀଙ୍କ ପାଇଁ ସେ ସର୍ବଦା…
ନୂଆଦିଲ୍ଲୀ: ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚ୍ୟୁଏ) ପକ୍ଷରୁ ‘ସହରଗୁଡ଼ିକ ପାଇଁ ଆଇନା ଡ୍ୟାସବୋର୍ଡ’ ପୋର୍ଟାଲ www.aaina.gov.in କୁ ନଭେମ୍ବର ୧୩, ୨୦୨୩ରେ ଲାଇଭ୍ ଉନ୍ମୋଚନ କରାଯାଇଛି। ଦେଶର ପୌର ପ୍ରଶାସନ (ୟୁଏଲବି)ଗୁଡ଼ିକ ଏହି ଅଗ୍ରଣୀ ପ୍ରୟାସରେଅଂଶଗ୍ରହଣ କରିବା ସହିତ ଆଇନା ପୋର୍ଟାଲରେ ସରଳ, ସହଜପୂରଣ ଯୋଗ୍ୟ, ଡାଟା ଏଣ୍ଟ୍ରି ଫର୍ମ ଜରିଆରେ ନିୟମିତ ଭାବେସେମାନଙ୍କର ପ୍ରମୁଖ ତଥ୍ୟ ଓ ସୂଚନାଗୁଡ଼ିକ ସ୍ୱେଚ୍ଛାକୃତ ଭାବେଦାଖଲ କରିପାରିବେ। ଆଇନା ଡ୍ୟାସବୋର୍ଡର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସହରଗୁଡ଼ିକୁ (୧) ଅନ୍ୟ ସହରଗୁଡ଼ିକ ତୁଳନାରେ ସେମାନେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାରେ ସାହାଯ୍ୟ କରିବା, (୨) ଉନ୍ନତିର ସମ୍ଭାବନା ଏବଂ କ୍ଷେତ୍ରକୁ ସୂଚାଇ ସେମାନଙ୍କୁ ପ୍ରେରଣା ଦେବା ଏବଂ (୩) ଅଗ୍ରଣୀମାନଙ୍କ ସହିତ ଶିଖିବା ଏବଂ ଜଡିତ ହେବାର ସୁଯୋଗ ପ୍ରଦାନ କରିବା। ୟୁଏଲବିଗୁଡ଼ିକର ମାନ୍ୟତା ନଥିଲେ ମଧ୍ୟ, ଆଇନା ଡ୍ୟାସବୋର୍ଡ ସମାନ ସ୍ଥିତିରେ ଥିବା ସହରଗୁଡ଼ିକୁ ତୁଳନା କରିବା ଏବଂ ସହରଗୁଡିକ ମଧ୍ୟରେ ସହକର୍ମୀ…
ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଆଜି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ତଥା ସୁରକ୍ଷା ବାହିନୀ ଉପରେ ଘାତକ ଆକ୍ରମଣ ପାଇଁ ମନ୍ତ୍ରଣାଳୟ ନଅଟି ମୈତେଇ ଉଗ୍ରବାଦୀ ସଂଗଠନ ଏବଂ ସେମାନଙ୍କ ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପାଞ୍ଚ ବର୍ଷ ପାଇଁ ନିଷେଧାଦେଶ ଘୋଷଣା କରାଯାଇଥିବା ଗୋଷ୍ଠୀ ମଧ୍ୟରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଏବଂ ଏହାର ରାଜନୈତିକ ଶାଖା, ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ୍), ୟୁନାଇଟେଡ୍ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ (ୟୁଏନ୍ଏଲ୍ଏଫ୍) ଏବଂ ଏହାର ସଶସ୍ତ୍ର ଶାଖା ମଣିପୁର ପିପୁଲ୍ସ ଆର୍ମି (MPA) ଅନ୍ତର୍ଭୁକ୍ତ ଅଟେ। ଏଥିମଧ୍ୟରେ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କାଙ୍ଗଲେଇପାକ୍ (PREPAK) ଏବଂ ଏହାର ସଶସ୍ତ୍ର ଶକା ରେଡ୍ ଆର୍ମି, କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟି (କେସିପି), ଏହାର ସଶସ୍ତ୍ର ଶାଖା (ରେଡ୍ ଆର୍ମି ଭାବରେ ମଧ୍ୟ ଜଣାଶୁଣା),…
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ବାଇଡେନଙ୍କ ନାତୁଣୀକୁ ସୁରକ୍ଷା ଦେଉଥିବା ସିକ୍ରେଟ୍ ସର୍ଭିସ ଏଜେଣ୍ଟ ସୁରକ୍ଷା ଉଲ୍ଲଂଘନ କରି ତିନି ଜଣଙ୍କ ଉପରକୁ ଗୁଳି ଚଳାଇଛନ୍ତି।
ଖୋର୍ଦ୍ଧା: ଵେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୯୯ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୮୭ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୫ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ୩୦୦୦ ଟଙ୍କା ଲେଖାଏଁ ୨ ଜଣଙ୍କୁ ଏବଂ ୫୦୦୦ ଟଙ୍କା ୧ ଜଣଙ୍କୁ ମୋଟ ୩ ଜଣଙ୍କୁ ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ /ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି / ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ /ସି ଡ଼ି ଏମ୍…
ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ଦୁର୍ନୀତି ବିରୋଧରେ ଆସନ୍ତା କାଲି ନଭେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ କରିବ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ବିଜେପି କହିଛି ଯେ, ବର୍ତ୍ତମାନ ୫୦ ପ୍ରତିଶତ ପିସି ସରକାରଙ୍କ ‘ପିସି ସଂଗ୍ରହ କେନ୍ଦ୍ର’ ପାଲଟିଛି ବ୍ଲକ କାର୍ଯ୍ୟାଳୟ। ସେହିପରି ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ, ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଅଗ୍ରସର ହେଉଛି। ପଲ୍ଲୀସଭା ଓ ଗ୍ରାମସଭା ନ କରାଇ ପଂଚାୟତରାଜ ବ୍ୟବସ୍ଥାକୁ ହତ୍ୟା ବିଜେଡି ହତ୍ୟା କରିଛି ବୋଲି ବିଜେପି ଅଭିଯୋଗ କରିଛି। ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କର କ୍ଷମତାକୁ ସଙ୍କୁଚିତ କରାଯାଇଥିବା ବିରୋଧରେ ଏହି ଘେରାଉ କରାଯିବ ବୋଲି ବିଜେପି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି…
ନୂଆଦିଲ୍ଲୀ: ଅଯୋଧ୍ୟା ଦୀପୋତ୍ସବର ଶକ୍ତି ଦେଶରେ ନୂତନ ସ୍ପନ୍ଦନ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ହୁଅନ୍ତୁ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଅଦ୍ଭୁତ, ଅଲୌକିକ ଏବଂ ଅବିସ୍ମରଣୀୟ! ଲକ୍ଷ ଲକ୍ଷ ଦୀପରେ ଆଲୋକିତ ଅଯୋଧ୍ୟା ସହରର ଭବ୍ୟ ଦୀପୋତ୍ସବରେ ପୁରା ଦେଶ ଉଜ୍ଜ୍ୱଳ ହୋଇଛି। ଏଥିରୁ ଉତ୍ପନ ଉର୍ଜା ସମ୍ପୂର୍ଣ୍ଣ ଭାରତବର୍ଷରେ ନୂଆ ଆଶା ଏବଂ ନୂଆ ଉତ୍ସାହ ସଞ୍ଚାର କରିଛି। ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କ କଲ୍ୟାଣ କରନ୍ତୁ ଏବଂ ମୋର ସବୁ ପରିବାରଜନଙ୍କ ପାଇଁ ପ୍ରେରଣାଦାୟୀ ହୁଅନ୍ତୁ ବୋଲି ମୋର କାମନା।’
ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୩ରେ ରିଲାଏନ୍ସ ଫାଉଣ୍ଡେସନ୍ର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିବା ସହିତ ସାତଟି ବିଭିନ୍ନ କ୍ରୀଡାରେ ମୋଟ ୩୦ ପଦକ ହାସଲ କରିଛନ୍ତି। ଚୂଡାନ୍ତ ପଦକ ତାଲିକା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ରହିଛି, ଯେଉଁ ବିଭାଗଗୁଡିକରେ କ୍ରୀଡାବିତ୍ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ୍ର ୪୦ରୁ ଊର୍ଦ୍ଧ୍ୱ ଆଥ୍ଲେଟ ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗିତାର ସାତଟି ବିଭାଗରେ ଅଂଶଗ୍ରହଣ କରିଥିଲେ। ଦଳର ଚମତ୍କାର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଜେମ୍ସ୍ ହିଲିଅର୍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ୍ କହିଛନ୍ତି, “ଜାତୀୟ କ୍ରୀଡାରେ ପ୍ରଦର୍ଶନକୁ ନେଇ ଆମେ ବାସ୍ତବରେ ଅତ୍ୟନ୍ତ ଆନନ୍ଦିତ ଅଛୁ। ଆମର ଅନେକ ଆଥଲେଟ୍ଙ୍କ ପାଇଁ ଏହା ଏକ ଲମ୍ବା ସିଜନରେ ବର୍ଷର ଶେଷ ପ୍ରତିଯୋଗିତା ଥିଲା। ସେମାନେ ଏପ୍ରିଲରେ ଆରମ୍ଭ କରିଥିଲେ, ଏବଂ ସାତମାସ ପର୍ଯ୍ୟନ୍ତ ଉତ୍କର୍ଷର ସେହି ସ୍ତର…
ଭୁବନେଶ୍ବର: ଭାରତୀୟ ଚିକିତ୍ସା ବିଜ୍ଞାନ ର ଆଦିପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ପୁରାତନ ଆୟୁର୍ବେଦିକ ପ୍ରତିଷ୍ଠାନ ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ପକ୍ଷରୁ ପାଳିତ ହୋଇ ଯାଇଛି। ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମାରୋହରେ ପାରମ୍ପରିକ ଭାବେ ଜୀବ ଜଗତ ଓ ପ୍ରାଣୀ ସମାଜ ର କଲ୍ୟାଣ ପାଇଁ ଭଗବାନ ଧନ୍ଵନ୍ତରୀ ଙ୍କୁ ପ୍ରିୟ ଔଷଧ ଵୃକ୍ଷ ରପୁଷ୍ପ ଘୃତ କୁମାରୀ ଅର୍ପଣ କରାଯାଇ ମଙ୍ଗଳ ଆଳତି,ପୂଜାର୍ଚ୍ଚନା, ସ୍ତୁତି ଗାନ,ହୋମ, ପୁରାତନ ଆୟୁର୍ବେଦିକ ଗ୍ରନ୍ଥ ଚରକ ସଂହିତା, ସୁଶୃତ ସଂହିତା, ଚକ୍ରଦତ୍ତ, ମାଧବ କର ନିଦାନ ଆଦି ବିରଳ ଗ୍ରନ୍ଥ ପୂଜା ସହିତ, ଆୟୁର୍ବେଦିକ ଶଲ୍ୟ ଉପକରଣ, ଔଷଧ ଆଦି କୁ ଆଚାର୍ଯ୍ୟ ଶରତ ଚନ୍ଦ୍ର ମିଶ୍ର ଙ୍କ ପୋୖରହିତ ରେ ପୂଜାର୍ଚ୍ଚନା କରାଯାଇଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆହୁତ ଅଷ୍ଟମ ଜାତୀୟ ଆୟୁର୍ବେଦ ଦିବସ…
ନୂଆଦିଲ୍ଲୀ: ODI ବିଶ୍ୱକପ ର ଲିଗ୍ ମ୍ୟାଚ୍ ସମାପ୍ତ ହୋଇଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖ ବୁଧବାର ଦିନ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଇସିସି ଦ୍ୱାରା ଅମ୍ପାୟର ଘୋଷଣା କରାଯାଇଛି। ରିଚାର୍ଡ ଇଲିଙ୍ଗୱର୍ଥ ଏବଂ ରୋଡ୍ ଟକର୍ ମ୍ୟାଚ୍ ପାଇଁ ଫିଲ୍ଡ ଅମ୍ପାୟର ହେବେ। ତୃତୀୟ ଅମ୍ପାୟାରର ଦାୟିତ୍ ଜୋଏଲ ୱିଲସନଙ୍କୁ ଦିଆଯାଇଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ଲିଗ୍ ମ୍ୟାଚ୍ ରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ହାସଲ କରିଛି। ୫ ଟି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ପ୍ରଥମ ଏବଂ ଚତୁର୍ଥ ମାନ୍ୟତା ଦଳ ମଧ୍ୟରେ ଖେଳାଯିବ। ଏହା ପରେ ଦ୍ୱିତୀୟ ସେମିଫାଇନାଲ ପାଇଁ ଦୁଇ ନମ୍ବର ଏବଂ ତିନି ନମ୍ବର ଦଳ ମଧ୍ୟରେ ସଂଘର୍ଷ ହେବ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ୭-୭ ବିଜୟ…
ଭୁବନେଶ୍ବର: ଅନେକ ସମୟରେ ରାସ୍ତାରେ କାହାକୁ ଗାଡି ଧକ୍କା କରି ଦ୍ରୁତ ଗତିରେ ଚାଲିଯାଏ। ଲୋକେ ଜାଣିବା ପୂର୍ବରୁ ସେ ଗାଡି କେଉଁ ଆଡେ ଉଭାନ ହୋଇଯାଏ। ଫଳରେ ଏହି ଧକ୍କାରେ ମୃତ୍ୟୁ ବରଣ କିମ୍ବା ଅକ୍ଷମ ହେଲା ସେମାନଙ୍କୁ ବୀମା ମିଳିବା କଷ୍ଟକର ବ୍ୟାପାର। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 2018 ମସିହାରେ ପ୍ରଣୟନ କରିଛନ୍ତି ସୋଲାସିୟମ ଫଣ୍ଡ। ଏହା ପରିବାହନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଛି। ଏଥିରେ ଅଜଣା ଗାଡିରେ ମୃତ୍ୟୁବରଣ କଲେ 2 ଲକ୍ଷ ଏବଂ ଗୁରୁତର ଆହତ ହେଲେ 50 ହଜାର ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି। ହେଲେ ଏହି ଫଣ୍ଡର ଉପଯୁକ୍ତ ବିନିଯୋଗ ହୋଇପାରୁ ନାହିଁ। କାରଣ ଏ ନେଇ ନା ଡାକ୍ତରଖାନା ନା ପୋଲିସ ନା ପରିବହନ ବିଭାଗ କେହି ହିତାଧିକାରୀଙ୍କୁ ଜଣାଉ ନାହାଁନ୍ତି। ସେଥିପାଇଁ ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରୟାସ ଆରମ୍ଭ…
ଭୁବନେଶ୍ବର: ଏଣିକି ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ରାଜ୍ୟ ସରକାର ନିରାମୟ ଯୋଜନା ଅନୁସାରେ ସମସ୍ତ ସରକାରୀ ହସପିଟାଲରେ ମାଗଣା ଔଷଧ ଦେଉଛନ୍ତି। ସେଥିପାଇଁ ଏହି ଘରୋଇ ଔଷଧ ଦୋକାନର ଆବଶ୍ୟକ ନ ଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ସୂଚନା ଅନୁସାରେ ରାଜ୍ୟ ସରକାର 2015 ମସିହାରୁ ହସପିଟାଲ ପରିସରରେ ଥିବା ଔଷଧ ଦୋକାନୀଙ୍କୁ ସେଠାରୁ ହଟିବା ପାଇଁ ନିର୍ଦ୍ଦେଷ ଦେଇଥିଲେ। ସେହି ଅନୁସାରେ ସେମାନଙ୍କର ଲାଇସେନସ ଆଉ ନବୀକରଣ କରାଯାଉ ନାହିଁ। ହେଲେ ରାଜ୍ୟର ପ୍ରାୟ ବହୁ ଔଷଧ ଦୋକାନୀ ହାଇକୋର୍ଟରେ କେସ କରି ଏହି ଔଷଧ ଦୋକାନ ଚଳାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ 111 ଟି ମାମଲା ଏହା ଉପରେ ପଡିରହିଛି। ଏହାଦ୍ବାରା ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନାହିଁ। ତେବେ ଏହାକୁ…
ନୂଆଦିଲ୍ଲୀ: ଅର୍ଥନୈତିକ ଅପରାଧରେ ଗିରଫ ହୋଇଥିବା ଲୋକଙ୍କୁ ହାତକଡ଼ି ପକାଇ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଗିରଫ ବ୍ୟକ୍ତିଙ୍କ ସହ ଯୋଡ଼ିବା ଉଚିତ ନୁହେଁ ବୋଲି ସଂସଦୀୟ କମିଟି ସୁପାରିସ କରିଛି। ବିଜେପି ସାଂସଦ ବ୍ରଜଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ମଧ୍ୟ ଗିରଫ ହେବାର ପ୍ରଥମ ୧୫ ଦିନ ପରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ରଖିବା ପ୍ରସଙ୍ଗରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ରେ ପରିବର୍ତ୍ତନ କରିବାକୁ ସୁପାରିସ କରିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍-୨୦୨୩) ବିଲ ସହ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍-୨୦୨୩) ଏବଂ ଭାରତୀୟ ସକ୍ଷମ ସାଧନା (ବିଏସ୍ଏ-୨୦୨୩) ବିଲ ସହିତ ଅଗଷ୍ଟ ୧୧ ତାରିଖରେ ଲୋକସଭାରେ ଆଗତ ହୋଇଥିଲା। ଏହି ତିନିଟି ପ୍ରସ୍ତାବିତ ଆଇନ ଯଥାକ୍ରମେ କ୍ରିମିନାଲ ପ୍ରୋସିଜର କୋଡ୍ ଆକ୍ଟ, ୧୮୯୮, ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦ ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨କୁ…
ଭୁବନେଶ୍ୱର: ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ବର ୨ ସ୍ଥାନ ଅଧିକାର କରିଥିବା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଯୋଗୁଁ ନିର୍ବଚନ ରାଜନୀତିରେ ସଫଳତା ପାଇବା ନେଇ ରାଜ୍ୟ ବିଜେପି ନେତାଙ୍କ ମନରେ ଛନକା ପଶିଛି। ରାଜନୀତିରେ ଆଧିପତ୍ୟ ବିସ୍ତାର କରିବା କ୍ଷେତ୍ରରେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ମଧ୍ୟ ବିଜେଡିର ସାମଞ୍ଜସ୍ୟ କେହି ନାହାନ୍ତି। ପ୍ରଥମେ ବିଜେଡି ସହିତ ମେଣ୍ଟ କରି ସରକାରରେ ସାମିଲ ହୋଇଥିଲା ବିଜେପି। ୨୦୦୯ ପରଠାରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏବେ ବିଜେଡିରେ କେବେ ବିଦ୍ରୋହ ହେବ ତାକୁ ଅନାଇ ବସିଛି ବିଜେପି। ଗତ ବିଧାନସଭା ନିର୍ବାଚନରେ ୨୩ ବର୍ଷ ଧରି କ୍ଷମତାରେ ଥିବା ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୧୪୭ଟି ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲା। ୨୩ ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହି ବିରୋଧୀ ଦଳର ମାନ୍ୟ ହାସଲ କରିଥିଲା। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦକ୍ଷିଣ ପରଗାନା ଜିଲ୍ଲାରେ ଟିଏମସି ନେତାଙ୍କ ହତ୍ୟା ପରେ ଉତ୍ତେଜନା ଦେଖାଯାଇଛି। ଏହି ଘଟଣା ପରେ ଅନେକ ଘରେ ମଧ୍ୟ ନିଆଁ ଲଗାଯାଇଛି। ଏହି ଘଟଣା ପରେ ଟିଏମସି ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଭାଷଣର ସମୟ ମଧ୍ୟ ଆରମ୍ଭ ହୋଇଛି। ପ୍ରକାଶ ଯେ, ଆଜି ସକାଳେ ଟିଏମସି ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଜଏନଗରରେ ତାଙ୍କ ଘର ବାହାରେ ଗୁଳି କରାଯାଇଛି ହତ୍ୟା କରାଯାଇଛି। ଲସ୍କର ଜଏନଗରର ବାମୁଙ୍ଗାଚି ଅଞ୍ଚଳରେ ଥିବା ତୃଣମୂଳ ୟୁନିଟର ମୁଖ୍ୟ ଥିଲେ ଏବଂ ତାଙ୍କ ପତ୍ନୀ ହେଉଛନ୍ତି ପଞ୍ଚାୟତ ମୁଖ୍ୟ। କିଛି ସମୟ ପରେ ଲସ୍କର ସମର୍ଥକମାନେ ତାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଶାସକ ଦଳର ସମର୍ଥକମାନେ ମଧ୍ୟ ଏହି ଅଞ୍ଚଳର ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ଏସବୁ ମଧ୍ୟରେ ତୃଣମୂଳ ନେତାମାନେ ଅଭିଯୋଗ କରିଛନ୍ତି ଯେ, ସୈଫୁଦ୍ଦିନ ଲସ୍କରଙ୍କ ହତ୍ୟା ପଛରେ…
ଭୁବନେଶ୍ଵର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି। ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 06 ଘଟିକାରେ ଛାଡି ପୁରୀ ଯାତ୍ରା କରିବ।

