ଭୁବନେଶ୍ଵର: ସବୁ ଶିଶୁ ସୁନ୍ଦର। ପ୍ରତ୍ୟେକ ଶିଶୁଙ୍କ ପାଖରେ ବହୁମୂଖୀ ପ୍ରତିଭା ଭରିରହିଛି। ଏହାର ସଠିକ ଉପଯୋଗ ପାଇଁ ପିଲାମାନେ ଯେତିକି ନୁହେଁ ତାଠାରୁ ଢେର ଗୁଣ ଅଧିକ ଅଭିଭାବକ ମାନେ ଯତ୍ନବାନ ହେଡର ଅବଶ୍ୟକତା ରହିଛି ବୋଲି ୩୪ ତମ ପିକକ୍ ଶିଶୁମେଳାର ଉଦ୍ଘାଟନ ଉତ୍ସବରେ ଗନ୍ୟମାନ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ। ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତୀଟି କ୍ଷେତ୍ରରେ ନିଜର ଅଭିଲାଷକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ। ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ…
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମତି ଇରାନୀ ଆକାଶବାଣୀ ପାଇଁ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରିବେ। ଏହାର ନାମ ରଖାଯାଇଛି ନୈ ସୋଚ୍ ନୈ କାହାଣୀ-ଏ ରେଡିଓ ଜର୍ଣ୍ଣି ଉଇଥ୍ ସ୍ମତି ଇରାନୀ (ନୂଆ ବିଚାର ନୂଆ କାହାଣୀ -ସ୍ମୃତି ଇରାନୀଙ୍କ ସହିତ ଏକ ରେଡିଓ ଯାତ୍ରା)। ଆଜି ଆକାଶବାଣୀ ଗୋଲ୍ଡ ଚାନେଲରେ ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟାପୀ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରତି ବୁଧବାର ଏହି ଧାର୍ଯ୍ୟ ସମୟରେ ଉକ୍ତ କାର୍ଯ୍ୟକ୍ରମ ଶ୍ରୀମତୀ ଇରାନୀଙ୍କ ଦ୍ୱାରା ଉପସ୍ଥାପିତ ହେବ। ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ସଶକ୍ତିକରଣର ଅବିଶ୍ୱସନୀୟ କାହାଣୀମାନ ସ୍ଥାନ ପାଇବ। ମୁଖ୍ୟତଃ ସରକାରଙ୍କ ବିିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଫଳରେ ଦେଶରେ ମହିଳାମାନଙ୍କର ଭବିଷ୍ୟତ କିପରି ରୂପ ନେଉଛି ଓ ସେମାନେ କିପରି ସଶକ୍ତ ହେଉଛନ୍ତି ସେ ବିଷୟରେ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିବେ।…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ମଙ୍ଗଳବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଦୁବାଇର ତାନସିକ୍ କମ୍ପାନି ପକ୍ଷରୁ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୨୧ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତା’ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୧୦ ଜଣ ଅଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୧୧ ଜଣଙ୍କୁ ତାନସିକ୍ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ବିଦେଶରୁ କ୍ୟାରିୟରର ପ୍ରଥମ ଚାକିରି ଆରମ୍ଭ କରୁଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅବସରରେ ତାନସିକ୍ କମ୍ପାନିର…
ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ। ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି। ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି। ମିଥୁନ- ଆଜି ଆପଣଙ୍କ…
ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ଗ୍ରୁପ୍ ଚେୟାରମ୍ୟାନ୍ ସୁବ୍ରତ ରୟ ଆଉ ନାହାଁନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ସାହାରା ଭାରତର ପ୍ରତିଷ୍ଠାତାଙ୍କର ଆଜି ରାତି ୧୦.୩୦ରେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେଠାରେ ସେ କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏ ନେଇ ସାହାର ଇଣ୍ଡିଆ ପରିବାର ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ” ଗଭୀର ଦୁଃଖର ଜଣାଉଛୁ ଯେ,ସାହାରା ଇଣ୍ଡିଆ ପରିବାର ଆମର ମାନ୍ୟବର ‘ସାହାରାଶ୍ରୀ’ ସୁବ୍ରତ ରୟ ସାହାରାଙ୍କ ଦେହାନ୍ତ ହୋଇଯାଇଛି। ସାହାରାଶ୍ରୀ ଜୀ ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ବ ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ୧୪ ନଭେମ୍ବର ୨୦୨୩ ରେ ରାତି ୧୦.୩୦ ରେ ତାଙ୍କର ଦେହାନ୍ତ ହୋଇଯାଇଛି। ସୁବ୍ରତ ରୟଙ୍କ ଦେହାନ୍ତ ସମଗ୍ର…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଆରଟିଓ ଅଫିସରୁ ୪ ଜଣ ଦଲାଲ ଧରାପଡିଛନ୍ତି। ଲାଇସେନ୍ସ ପଞ୍ଜୀକରଣ, ରିନ୍ୟୁ, ଟିକସ ପୈଠ କରିବା ନାଁରେ ଲୋକଙ୍କୁ ସେମାନେ ଲୁଟୁଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ପାଖରୁ ୭ ଟି ଆରସି ବୁକ୍, ୧୨ ଟି ଡିଏଲ ୱେବ୍, ୮ ଟି ଲର୍ଣ୍ଣିଂ ଲାଇସେନ୍ସ ଜବତ କରାଯାଇଛି।
ଭୁବନେଶ୍ବର: ରାଜଧାନୀ ପରି ଗମନାଗମନ ସୁବିଧା ପାଇଁ ବ୍ରହ୍ମପୁରରେ ମଧ୍ୟ ହେବ ରିଂ ରୋଡ। ଆସନ୍ତା ୨୪ ମାସରେ ଏହି କାର୍ୟ୍ୟ ସଂପୂର୍ଣ୍ଣ କରାଯିବ। ଏଥିପାଇଁ ୧୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକରେ ଭିନ୍ନ ଭିନ୍ନ ୧୨ ଟି ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି ତାହା ହେଲା ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରର ଏୟାର ପୋର୍ଟରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ଗ୍ରହଣ କରିଛନ୍ତି। ଆଜି ଏହି ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ ଡିପିଆର ପ୍ରସ୍ତୁତି ନିମନ୍ତେ କ୍ୟାବିନେଟ ମଂଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ହିଲପାଟଣାରେ ଅବସ୍ଥିତ ମାତ୍ରୁଶ୍ରୀ ଆଙ୍ଗ୍ଲୋଭେଦିକ୍ ବିଦ୍ୟାଳୟ ପରିସରରେ ଏକ ସାଇବର ଅପରାଧ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡ୍ସ୍ ହେଲ୍ପିଂ କ୍ଳବ୍ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ବାରିକାନାଥ ପଣ୍ଡା ଙ୍କ ଦ୍ଵାରା ଉଦଘାଟିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଅଧ୍ୟାପିକା ଡଃ ବନୀତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁ ପରିମାଣର ଛାତ୍ର ଓ ଛାତ୍ରୀ ମାନେ ଆଜିକାଲି ସେଲ୍ ଫୋନ୍ ବ୍ୟବହାର କରି ବିଶେଷକରି ଟୁଇଟର ଓ ଫେସବୁକ ଦ୍ଵାରାସାଇବର ଠକାମୀର ଶିକାର ହେଉଛନ୍ତି। ଏହିଭଳି ପରିସ୍ଥିତିରେ ସେଲ୍ ଫୋନ୍ ରେ ଆସୁଥିବା କୌଣସି ଠକାମୀ କିମ୍ବା ଅପରାଧ ବିଷୟ ଆସିଲେ ତତକ୍ଷଣାତ୍ ସାଇବର ଥାନା କୁ ସୁଚନା ଦେବାପାଇଁ କହିଥିଲେ ଓ ଫୋନ୍ ମାଧ୍ୟମରେ ଆସୁଥିବା ବିଭିନ୍ନ ଖେଳକୁ ବନ୍ଦ କରିବା ପାଇଁ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ। ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ସୁଧୀର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ…
ରଣପୁର: ଶିଶୁ ହସିଲେ ଦୁନିଆ ହସେ। ପ୍ରତିଟି ଶିଶୁ ଭିତରେ ଭର ପୁର ହୋଇ ରହିଛି ବିଭିନ୍ନ ପ୍ରତିଭା। ଏହି ପ୍ରତିଭାର ଉନ୍ମେଷ ପାଇଁ ଶିଶୁ ଦିବସ ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଜ୍ରକୋଟ ପଞ୍ଚାୟତ ସମିତିସଭ୍ୟ ସୁଦର୍ଶନ ମାନସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ କମିଟି ସଭାପତି ଗଣେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ସହକାରୀ ଶିକ୍ଷକ କାହ୍ନୁ ଚରଣ ମୁଦୁଲିଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଆଦି କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରା…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ସ୍ୱାଧୀନ ଭାରତରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପବିତ୍ର ଜୟନ୍ତି ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗ ମାଷ୍ଟର କ୍ୟାଂଟିନ ସ୍ଥିତ ନେହେରୁ ପାର୍କରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ନେହେରୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଓ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓଡ଼ିଶା ପ୍ରତି ନେହେରୁଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମୀୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ,…
ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ଓଡିଶା ଓ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି। ଏହି ଟ୍ରେନ ପୁରୀ ଏବଂ ଜୟନଗର ମଧ୍ୟରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି। ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08419 ପୁରୀ-ଜୟନଗର ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ଗୁରୁବାର (16 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ଜୟନଗର ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ଜୟନଗର ଠାରୁ 08420 ଜୟନଗର-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ଜୟନଗର ଠାରୁ ଶୁକ୍ରବାର (17 ନଭେମ୍ବର 2023) ରାତ୍ରି 11ଘ.30ମି. ରେ ଛାଡି ପୁରୀ ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ପୁରୀ ଓ ଜୟନଗର ମଧ୍ୟରେ ଖୋର୍ଦ୍ଧା ରୋଡ଼,…
ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ର ପ୍ରଥମ ହଜାର ଦିନ ହେଉଛି ଗଭୀର ସମ୍ବେଦନଶୀଳ ସମୟ। ଏହି ପ୍ରଥମ ହଜାର ଦିନରେ ଶିଶୁଙ୍କ ମସ୍ତିଷ୍କର ବିକାଶ ଓ ଶାରୀରିକ ବିକାଶ ଆରମ୍ଭ ହୋଇଥାଏ ଓ ଜୀବନବ୍ୟାପୀ ସ୍ଵାସ୍ଥ୍ୟର ମୂଳଦୁଆ ପଡିଥାଏ। ଏହି ସମୟ ମଧ୍ୟରେ ଉଭୟ ମା ଓ ଶିଶୁର ଯତ୍ନ ଓ ପୁଷ୍ଟିକର ପୋଷଣ ଉପରେ ଶିଶୁ ର ବୃଦ୍ଧି ନିର୍ଭର କରିଥାଏ। ଏହି ଶିଶୁ ଦିବସରେ ଓଡ଼ିଶାରମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଶିଶୁମାନଙ୍କୁ ଶୁଭେଚ୍ଛା ଦେଇ କହିଛନ୍ତି ଯେ ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ଶୈଶବ କାଳରୁ ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପରିବେଶ ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଦିଗଦର୍ଶନକୁ ଅନୁସରଣ କରି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ପବିତ୍ର ଶିଶୁ ଦିବସରେ ଆନୁଷ୍ଠାନିକ ଭାବେ ଆରମ୍ଭ…
ଭୁବନେଶ୍ଵର: ଦେଶର ୩୩ଟି ସୈନିକ ସ୍କୁଲ୍ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରୀ ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଉଛି। ପ୍ରବେଶିକା ପରୀକ୍ଷା ଦେଶର ୧୮୬ଟି ସହରରେ ଅନୁଷ୍ଠିତ ହେବ। ୮ ନଭେମ୍ବର ୨୦୨୩ ଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ୧୬ ଡିସେମ୍ବର ୨୦୨୩ ଶେଷ ତାରିଖ ରଖାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକ ଏନଟିଏ ୱେବସାଇଟ୍ https://aissee.ntaonline.in/ରେ ଆବେଦନ କରି ପଞ୍ଜୀକରଣ କରିପାରିବେ। ଭୁବନେଶ୍ୱର ସୈନିକ ସ୍କୁଲ୍ରେ ଷଷ୍ଠ ଶ୍ରେଣୀରେ ୮୦ ଛାତ୍ର ୧୦ ଛାତ୍ରୀ ଏବଂ ନବମ ଶ୍ରେଣୀରେ ୧୫ ଛାତ୍ର ଓ ଜଣେ ଛାତ୍ରୀ ନାମ ଲେଖାଇପାରିବେ। ଷଷ୍ଠ ଶ୍ରେଣୀରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।…
ରେଢାଖୋଲ (କନ୍ଦର୍ପ ବେହେରା): ଓଡିଆ ଶିଶୁ ସାହିତ୍ୟ ଜଗତରେ ଚହଳ ପକାଇଥିବା ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ଶୁଭେନ୍ଦ୍ର ମୋହନ ଶ୍ରୀ ଚନ୍ଦନ ସିଂହ ରାତି ୧ଟା ୨୩ ମିନିଟରେ ନାଗପୁରରେ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଶିଶୁ ସାହିତ୍ୟିକ ଡଃ ଚନ୍ଦନ ଓଡିଆ ଶିଶୁ ସାହିତ୍ୟର ଜଣେ ସଫଳ ସାରସ୍ବତ ସାଧକ। ସେ ୧୯୩୩ ମସିହା ଅଗଷ୍ଟ ୬ ରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲୀକ ର ପାପସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ୧୦୦ ରୁ ଉଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ପୁସ୍ତକ ଗୁଡିକ ମଧ୍ୟରେ ଟିକିପରୀ, ଗବେଷଣା ପ୍ରସଙ୍ଗ ,ହୋ ହୋ ରାଣୀ,ଲାଲ୍ ଟୁକୁନିର କଥା,କଥା ଶତକ, ମୁଁ ମୋ ମାତ୍ରୁଭାଷା ମୋ ଜୀବନ (ଆତ୍ମଜୀବନୀ), ଅନଳ (ଗଳ୍ପ), ନାରୀ ବନାମ ସୁନନ୍ଦା (ଗପ), ଗାୟତ୍ରୀ ନିଳୟେ ଅଶୁଭ ରାତ୍ରୀ (ଉପନ୍ୟାସ), ନରଖାଦକର ଆହ୍ବାନ (ଅନୁବାଦ), ଆଦି ଅନ୍ୟତମ। ସେ ୨୦୧୭…
ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ଅନୁଷ୍ଠାନିକ ରୂପ ଦେବା ଏବଂ ସରକାରଙ୍କ ଦୀର୍ଘ ଦିନ ଧରି ପଡି ରହିଥିବା ମାମଲା ଗୁଡିକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ଅଭିଯାନରେ ଅନୁପ୍ରାଣିତ ହୋଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏହାର କ୍ଷେତ୍ର କାର୍ଯ୍ୟାଳୟ ଗୁଡିକ ୨ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛତାକୁ ଅନୁଷ୍ଠାନିକ ରୂପ ଦେବା, ଦୀର୍ଘ ଦିନ ଧରି ପଡି ରହିଥିବା ମାମଲା ଗୁଡିକୁ ହ୍ରାସ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବା, ଉତ୍ତମ ମହାକାଶ ପରିଚାଳନା ଏବଂ ଯୋଗାଯୋଗର ବିଭିନ୍ନ ମାଧ୍ୟମ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଅଭିଯାନ ୩.୦ରେ ଅଂଶଗ୍ରହଣ କରିଥିଲେ। ସମୁଦାୟ ୧୦୧୩ଟି ଆଉଟଡୋର ଅଭିଯାନ କରାଯାଇଥିଲା। ୧୯୭୨ଟି ସ୍ଥାନ ଚିହ୍ନଟ କରାଯାଇ ସଫେଇ କରାଯାଇଥିଲା। ୨,୦୧,୭୨୯ କେଜି ସ୍କ୍ରାପ୍ ନିଷ୍କାସନ ହୋଇଛି, ୩.୬୨ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇଛି ଏବଂ ୨୯୬୭୦…
ଭୁବନେଶ୍ବର: ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ମଧୁମେହର ସଚେତନତା ପାଇଁ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଦିବ୍ୟା ଶର୍ମା ଓ ଅନ୍ୟାନ ବରିଷ୍ଠ ଅଧିକାରୀ ଏବଂ ରେଳପଥ ପ୍ରମୁଖ ଚିକିତ୍ସା ନିର୍ଦେଶକ ଆଶିଷ ମୁଖାର୍ଜୀଙ୍କ ନେତୃତ୍ୱରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ମାନଙ୍କ ଉପସ୍ଥିତିରେ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଏକ ଖାଦ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ଏହି ଅବସରରେ ଖାଦ୍ୟ ଖାଇବା ପୂର୍ବ ରକ୍ତ ନମୁନା ମଧ୍ୟ୍ୟ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରିକ୍ଷା କରାଯାଇଥିଲା। ଏହି ଅବସରରେ ପୂର୍ବ ତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମଧୁମେହ ସଚେତନତା ପାଇଁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟା ରେ ରେଳ କର୍ମଚାରୀ ଓ ସେମାନଙ୍କର ପରିବାର ଏହି କାର୍ଯ୍ୟକ୍ରମରୁ ମଧୁମେହ ରୋଗୀଙ୍କ ଖାଦ୍ୟ…
ସୁବର୍ଣ୍ଣପୁର: ପୁଣି ଏକ ବୋରୱେଲ ଭିତରେ ଖସିପଡିବା ଘଟଣା ଆସିଛି। ଏହା ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗ୍ରାମରେ ଘଟିଛି। ଜଣେ ବୃଦ୍ଧା ନିଜ ଝିଅଘରକୁ ମା ଆସିଥିବା ବେଳେ ଏହି 20 ଫୁଟିଆ ବୋରୱେଲ ଭିତରକୁ ଖସିପଡିଥିଲେ। ଏହି ଖବର ବହୁ ବିଳମ୍ବରେ ଆସିବା ପରେ ଅଗ୍ନିଶମ କର୍ମଚାରୀ ଏହା ପାଖରେ ଏକ ଗାତ ଖୋଳି ବୃଦ୍ଧାଙ୍କୁ ବାହାର କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ଦୁଃଖି ନାୟକ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ପଞ୍ଚାୟତରେ ଥିବା ଗୋବିନ୍ଦପୁର ଗାଁକୁ ଆସିଥିଲେ। ସେଠାରେ ତାଙ୍କର ଝିଅକୁ ବାହା ଦେଇଛନ୍ତି। ସେ ଝିଅ ଘରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିଲେ। ତାଙ୍କ ଅଜାଣତରେ ସେ ଖୋଳାଯାଇଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରେ ଖସିପଡିଥିଲେ। ସେ ଗତକାଲି ସକାଳୁ ଏହି ଗାତରେ ପଡିଯାଇଥିଲେ, ଯାହା ଆଜି ସକାଳୁ ଜଣାପଡିଥିଲା।
ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୧ ତାରିଖରେ ହେୁ ଉପବାଚସ୍ପତି ନିର୍ବାଚନ। ସେ ନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ସମସ୍ତ ବିଧାୟକଙ୍କୁ ମଧ୍ୟ ଏହି ନୋଟିସ ଜାରୀ କରାଯାଇଛି। ସେହି ଅନୁସାରେ ନଭେମ୍ବର ୨୧ ତାରିଖ ସକାଳ ୯ଟା ୩୦ ମିନିଟରେ ଏହି ଉପନିର୍ବାଚନ ହେବ ବୋଲି ଜଣାଇ ଦିଆଯାଇଛି। ଉପବାଚସ୍ପତି ଥିବା ରଜନୀକାନ୍ତ ସିଂ ଏହି ପଦବୀରୁ ୮ ତାରିଖ ଦିନ ଇସ୍ତଫା ଦେଇଛନ୍ତି। ତାହାର କାରଣ ହେଲା ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସେ ସଂଗଠନ କାମରେ ଲାଗିବେ। ହେଲେ ଉପବାଚସ୍ପତି ପଦରେ ରହି ତାହା ହୋଇପାରୁ ନ ଥିବାରୁ ସେ ଇସ୍ତଫା ଦେଇଛନ୍ତି। ଫଳରେ ସେହିଦିନଠାରୁ ଏହି ଗୁରୁତ୍ବପୂର୍ଣ୍ଣ ସାମ୍ବାଧାନିକ ପଦବୀ ଖାଲି ପଡିଛି। ଆସନ୍ତା ୨୨ ତାରିଖରୁ ଓଡିଶା ବିଧାନସଭାର ଶୀତକାଳିନ ଅଧିବେସନ ଆରମ୍ଭ ହେବ। ସେଥିପାଇଁ ତା ପୂର୍ବଦିନ ଏହି ପଦବୀ ପାଇଁ ନିର୍ବାଚନ କରିବାକୁ ବିଧାନସଭା ସଚିବାଳୟ ନିଷ୍ପତି…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ଫୁଟବଲ ଖେଳାଳିମାନଙ୍କୁ ମଧ୍ୟ ରଙ୍ଗ ଲଗେଇବା ଆରମ୍ଭ କରିଛି। ସୋମବାର ଦିନ ଜର୍ମାନ ଫୁଟବଲର୍ ଥୋମସ୍ ମୁଲର ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିବା ଏକ ଭିଡିଓ ସେୟାର କରିଥିବାବେଳେ ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ଇଂଲଣ୍ଡର ପୂର୍ବତନ ଫୁଟବଲର୍ ଡେଭିଡ ବେକହମ୍ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିବେ। ସେ ଏହି ମ୍ୟାଚ୍ ଦେଖିବା ପାଇଁ ଭାରତ ଆସୁଛନ୍ତି। ସେ ୱାନଖେଡେରେ ଅନ୍ୟ ବଡ ବ୍ୟକ୍ତିତ୍ୱଙ୍କ ସହ ବସି ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପଭୋଗ କରିବେ। ଏହି ପୂର୍ବତନ ମଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଦ୍ରିଦ ତାରକାଙ୍କର ଭାରତରେ ବହୁତ ପ୍ରଶଂସକ ଅଛନ୍ତି। ଏଭଳି ପରିସ୍ଥିତିରେ, ତାଙ୍କର ୱାନଖେଡେକୁ ଆସିବା ଏହି ବଡ଼ କ୍ରିକେଟ୍ ମ୍ୟାଚ୍ କୁ ଆହୁରୀ ଅଧିକ ଉତ୍ସାହରେ ଭରି ଦେବ। ସେ ୱାନଖେଡେରେ ୟୁନିସେଫର ଶୁଭେଚ୍ଛୁ ରାଷ୍ଟ୍ରଦୂତ ଭାବରେ ଉପସ୍ଥିତ ରହିବେ। ଆସନ୍ତାକାଲି ସେମିଫାଇନାଲ ମ୍ୟାଚ୍: ଆସନ୍ତାକାଲି…

