ନୂଆଦିଲ୍ଲୀ: ଅଯୋଧ୍ୟା ଦୀପୋତ୍ସବର ଶକ୍ତି ଦେଶରେ ନୂତନ ସ୍ପନ୍ଦନ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ହୁଅନ୍ତୁ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଅଦ୍ଭୁତ, ଅଲୌକିକ ଏବଂ ଅବିସ୍ମରଣୀୟ! ଲକ୍ଷ ଲକ୍ଷ ଦୀପରେ ଆଲୋକିତ ଅଯୋଧ୍ୟା ସହରର ଭବ୍ୟ ଦୀପୋତ୍ସବରେ ପୁରା ଦେଶ ଉଜ୍ଜ୍ୱଳ ହୋଇଛି। ଏଥିରୁ ଉତ୍ପନ ଉର୍ଜା ସମ୍ପୂର୍ଣ୍ଣ ଭାରତବର୍ଷରେ ନୂଆ ଆଶା ଏବଂ ନୂଆ ଉତ୍ସାହ ସଞ୍ଚାର କରିଛି। ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କ କଲ୍ୟାଣ କରନ୍ତୁ ଏବଂ ମୋର ସବୁ ପରିବାରଜନଙ୍କ ପାଇଁ ପ୍ରେରଣାଦାୟୀ ହୁଅନ୍ତୁ ବୋଲି ମୋର କାମନା।’
Author: Samikhsya Bureau
ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୩ରେ ରିଲାଏନ୍ସ ଫାଉଣ୍ଡେସନ୍ର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିବା ସହିତ ସାତଟି ବିଭିନ୍ନ କ୍ରୀଡାରେ ମୋଟ ୩୦ ପଦକ ହାସଲ କରିଛନ୍ତି। ଚୂଡାନ୍ତ ପଦକ ତାଲିକା ମଧ୍ୟରେ ୧୫ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ରହିଛି, ଯେଉଁ ବିଭାଗଗୁଡିକରେ କ୍ରୀଡାବିତ୍ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ୍ର ୪୦ରୁ ଊର୍ଦ୍ଧ୍ୱ ଆଥ୍ଲେଟ ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗିତାର ସାତଟି ବିଭାଗରେ ଅଂଶଗ୍ରହଣ କରିଥିଲେ। ଦଳର ଚମତ୍କାର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଜେମ୍ସ୍ ହିଲିଅର୍, ଆଥଲେଟିକ୍ସ ଡାଇରେକ୍ଟର, ରିଲାଏନ୍ସ ଫାଉଣ୍ଡେସନ୍ କହିଛନ୍ତି, “ଜାତୀୟ କ୍ରୀଡାରେ ପ୍ରଦର୍ଶନକୁ ନେଇ ଆମେ ବାସ୍ତବରେ ଅତ୍ୟନ୍ତ ଆନନ୍ଦିତ ଅଛୁ। ଆମର ଅନେକ ଆଥଲେଟ୍ଙ୍କ ପାଇଁ ଏହା ଏକ ଲମ୍ବା ସିଜନରେ ବର୍ଷର ଶେଷ ପ୍ରତିଯୋଗିତା ଥିଲା। ସେମାନେ ଏପ୍ରିଲରେ ଆରମ୍ଭ କରିଥିଲେ, ଏବଂ ସାତମାସ ପର୍ଯ୍ୟନ୍ତ ଉତ୍କର୍ଷର ସେହି ସ୍ତର…
ଭୁବନେଶ୍ବର: ଭାରତୀୟ ଚିକିତ୍ସା ବିଜ୍ଞାନ ର ଆଦିପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁସ୍ଥିତ ପୁରାତନ ଆୟୁର୍ବେଦିକ ପ୍ରତିଷ୍ଠାନ ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ପକ୍ଷରୁ ପାଳିତ ହୋଇ ଯାଇଛି। ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମାରୋହରେ ପାରମ୍ପରିକ ଭାବେ ଜୀବ ଜଗତ ଓ ପ୍ରାଣୀ ସମାଜ ର କଲ୍ୟାଣ ପାଇଁ ଭଗବାନ ଧନ୍ଵନ୍ତରୀ ଙ୍କୁ ପ୍ରିୟ ଔଷଧ ଵୃକ୍ଷ ରପୁଷ୍ପ ଘୃତ କୁମାରୀ ଅର୍ପଣ କରାଯାଇ ମଙ୍ଗଳ ଆଳତି,ପୂଜାର୍ଚ୍ଚନା, ସ୍ତୁତି ଗାନ,ହୋମ, ପୁରାତନ ଆୟୁର୍ବେଦିକ ଗ୍ରନ୍ଥ ଚରକ ସଂହିତା, ସୁଶୃତ ସଂହିତା, ଚକ୍ରଦତ୍ତ, ମାଧବ କର ନିଦାନ ଆଦି ବିରଳ ଗ୍ରନ୍ଥ ପୂଜା ସହିତ, ଆୟୁର୍ବେଦିକ ଶଲ୍ୟ ଉପକରଣ, ଔଷଧ ଆଦି କୁ ଆଚାର୍ଯ୍ୟ ଶରତ ଚନ୍ଦ୍ର ମିଶ୍ର ଙ୍କ ପୋୖରହିତ ରେ ପୂଜାର୍ଚ୍ଚନା କରାଯାଇଥିଲା। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆହୁତ ଅଷ୍ଟମ ଜାତୀୟ ଆୟୁର୍ବେଦ ଦିବସ…
ନୂଆଦିଲ୍ଲୀ: ODI ବିଶ୍ୱକପ ର ଲିଗ୍ ମ୍ୟାଚ୍ ସମାପ୍ତ ହୋଇଛି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୫ ତାରିଖ ବୁଧବାର ଦିନ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଇସିସି ଦ୍ୱାରା ଅମ୍ପାୟର ଘୋଷଣା କରାଯାଇଛି। ରିଚାର୍ଡ ଇଲିଙ୍ଗୱର୍ଥ ଏବଂ ରୋଡ୍ ଟକର୍ ମ୍ୟାଚ୍ ପାଇଁ ଫିଲ୍ଡ ଅମ୍ପାୟର ହେବେ। ତୃତୀୟ ଅମ୍ପାୟାରର ଦାୟିତ୍ ଜୋଏଲ ୱିଲସନଙ୍କୁ ଦିଆଯାଇଛି। ଟୁର୍ଣ୍ଣାମେଣ୍ଟର ସମସ୍ତ ଲିଗ୍ ମ୍ୟାଚ୍ ରେ ଭାରତୀୟ ଦଳ ଶୀର୍ଷ ସ୍ଥାନ ହାସଲ କରିଛି। ୫ ଟି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ପ୍ରଥମ ଏବଂ ଚତୁର୍ଥ ମାନ୍ୟତା ଦଳ ମଧ୍ୟରେ ଖେଳାଯିବ। ଏହା ପରେ ଦ୍ୱିତୀୟ ସେମିଫାଇନାଲ ପାଇଁ ଦୁଇ ନମ୍ବର ଏବଂ ତିନି ନମ୍ବର ଦଳ ମଧ୍ୟରେ ସଂଘର୍ଷ ହେବ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ୭-୭ ବିଜୟ…
ଭୁବନେଶ୍ବର: ଅନେକ ସମୟରେ ରାସ୍ତାରେ କାହାକୁ ଗାଡି ଧକ୍କା କରି ଦ୍ରୁତ ଗତିରେ ଚାଲିଯାଏ। ଲୋକେ ଜାଣିବା ପୂର୍ବରୁ ସେ ଗାଡି କେଉଁ ଆଡେ ଉଭାନ ହୋଇଯାଏ। ଫଳରେ ଏହି ଧକ୍କାରେ ମୃତ୍ୟୁ ବରଣ କିମ୍ବା ଅକ୍ଷମ ହେଲା ସେମାନଙ୍କୁ ବୀମା ମିଳିବା କଷ୍ଟକର ବ୍ୟାପାର। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 2018 ମସିହାରେ ପ୍ରଣୟନ କରିଛନ୍ତି ସୋଲାସିୟମ ଫଣ୍ଡ। ଏହା ପରିବାହନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଛି। ଏଥିରେ ଅଜଣା ଗାଡିରେ ମୃତ୍ୟୁବରଣ କଲେ 2 ଲକ୍ଷ ଏବଂ ଗୁରୁତର ଆହତ ହେଲେ 50 ହଜାର ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି। ହେଲେ ଏହି ଫଣ୍ଡର ଉପଯୁକ୍ତ ବିନିଯୋଗ ହୋଇପାରୁ ନାହିଁ। କାରଣ ଏ ନେଇ ନା ଡାକ୍ତରଖାନା ନା ପୋଲିସ ନା ପରିବହନ ବିଭାଗ କେହି ହିତାଧିକାରୀଙ୍କୁ ଜଣାଉ ନାହାଁନ୍ତି। ସେଥିପାଇଁ ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରୟାସ ଆରମ୍ଭ…
ଭୁବନେଶ୍ବର: ଏଣିକି ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ରାଜ୍ୟ ସରକାର ନିରାମୟ ଯୋଜନା ଅନୁସାରେ ସମସ୍ତ ସରକାରୀ ହସପିଟାଲରେ ମାଗଣା ଔଷଧ ଦେଉଛନ୍ତି। ସେଥିପାଇଁ ଏହି ଘରୋଇ ଔଷଧ ଦୋକାନର ଆବଶ୍ୟକ ନ ଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ସୂଚନା ଅନୁସାରେ ରାଜ୍ୟ ସରକାର 2015 ମସିହାରୁ ହସପିଟାଲ ପରିସରରେ ଥିବା ଔଷଧ ଦୋକାନୀଙ୍କୁ ସେଠାରୁ ହଟିବା ପାଇଁ ନିର୍ଦ୍ଦେଷ ଦେଇଥିଲେ। ସେହି ଅନୁସାରେ ସେମାନଙ୍କର ଲାଇସେନସ ଆଉ ନବୀକରଣ କରାଯାଉ ନାହିଁ। ହେଲେ ରାଜ୍ୟର ପ୍ରାୟ ବହୁ ଔଷଧ ଦୋକାନୀ ହାଇକୋର୍ଟରେ କେସ କରି ଏହି ଔଷଧ ଦୋକାନ ଚଳାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ 111 ଟି ମାମଲା ଏହା ଉପରେ ପଡିରହିଛି। ଏହାଦ୍ବାରା ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନାହିଁ। ତେବେ ଏହାକୁ…
ନୂଆଦିଲ୍ଲୀ: ଅର୍ଥନୈତିକ ଅପରାଧରେ ଗିରଫ ହୋଇଥିବା ଲୋକଙ୍କୁ ହାତକଡ଼ି ପକାଇ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଗିରଫ ବ୍ୟକ୍ତିଙ୍କ ସହ ଯୋଡ଼ିବା ଉଚିତ ନୁହେଁ ବୋଲି ସଂସଦୀୟ କମିଟି ସୁପାରିସ କରିଛି। ବିଜେପି ସାଂସଦ ବ୍ରଜଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ମଧ୍ୟ ଗିରଫ ହେବାର ପ୍ରଥମ ୧୫ ଦିନ ପରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ରଖିବା ପ୍ରସଙ୍ଗରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ରେ ପରିବର୍ତ୍ତନ କରିବାକୁ ସୁପାରିସ କରିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍-୨୦୨୩) ବିଲ ସହ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍-୨୦୨୩) ଏବଂ ଭାରତୀୟ ସକ୍ଷମ ସାଧନା (ବିଏସ୍ଏ-୨୦୨୩) ବିଲ ସହିତ ଅଗଷ୍ଟ ୧୧ ତାରିଖରେ ଲୋକସଭାରେ ଆଗତ ହୋଇଥିଲା। ଏହି ତିନିଟି ପ୍ରସ୍ତାବିତ ଆଇନ ଯଥାକ୍ରମେ କ୍ରିମିନାଲ ପ୍ରୋସିଜର କୋଡ୍ ଆକ୍ଟ, ୧୮୯୮, ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦ ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨କୁ…
ଭୁବନେଶ୍ୱର: ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ବର ୨ ସ୍ଥାନ ଅଧିକାର କରିଥିବା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଯୋଗୁଁ ନିର୍ବଚନ ରାଜନୀତିରେ ସଫଳତା ପାଇବା ନେଇ ରାଜ୍ୟ ବିଜେପି ନେତାଙ୍କ ମନରେ ଛନକା ପଶିଛି। ରାଜନୀତିରେ ଆଧିପତ୍ୟ ବିସ୍ତାର କରିବା କ୍ଷେତ୍ରରେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ମଧ୍ୟ ବିଜେଡିର ସାମଞ୍ଜସ୍ୟ କେହି ନାହାନ୍ତି। ପ୍ରଥମେ ବିଜେଡି ସହିତ ମେଣ୍ଟ କରି ସରକାରରେ ସାମିଲ ହୋଇଥିଲା ବିଜେପି। ୨୦୦୯ ପରଠାରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏବେ ବିଜେଡିରେ କେବେ ବିଦ୍ରୋହ ହେବ ତାକୁ ଅନାଇ ବସିଛି ବିଜେପି। ଗତ ବିଧାନସଭା ନିର୍ବାଚନରେ ୨୩ ବର୍ଷ ଧରି କ୍ଷମତାରେ ଥିବା ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୧୪୭ଟି ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲା। ୨୩ ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହି ବିରୋଧୀ ଦଳର ମାନ୍ୟ ହାସଲ କରିଥିଲା। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦକ୍ଷିଣ ପରଗାନା ଜିଲ୍ଲାରେ ଟିଏମସି ନେତାଙ୍କ ହତ୍ୟା ପରେ ଉତ୍ତେଜନା ଦେଖାଯାଇଛି। ଏହି ଘଟଣା ପରେ ଅନେକ ଘରେ ମଧ୍ୟ ନିଆଁ ଲଗାଯାଇଛି। ଏହି ଘଟଣା ପରେ ଟିଏମସି ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଭାଷଣର ସମୟ ମଧ୍ୟ ଆରମ୍ଭ ହୋଇଛି। ପ୍ରକାଶ ଯେ, ଆଜି ସକାଳେ ଟିଏମସି ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଜଏନଗରରେ ତାଙ୍କ ଘର ବାହାରେ ଗୁଳି କରାଯାଇଛି ହତ୍ୟା କରାଯାଇଛି। ଲସ୍କର ଜଏନଗରର ବାମୁଙ୍ଗାଚି ଅଞ୍ଚଳରେ ଥିବା ତୃଣମୂଳ ୟୁନିଟର ମୁଖ୍ୟ ଥିଲେ ଏବଂ ତାଙ୍କ ପତ୍ନୀ ହେଉଛନ୍ତି ପଞ୍ଚାୟତ ମୁଖ୍ୟ। କିଛି ସମୟ ପରେ ଲସ୍କର ସମର୍ଥକମାନେ ତାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଶାସକ ଦଳର ସମର୍ଥକମାନେ ମଧ୍ୟ ଏହି ଅଞ୍ଚଳର ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ଏସବୁ ମଧ୍ୟରେ ତୃଣମୂଳ ନେତାମାନେ ଅଭିଯୋଗ କରିଛନ୍ତି ଯେ, ସୈଫୁଦ୍ଦିନ ଲସ୍କରଙ୍କ ହତ୍ୟା ପଛରେ…
ଭୁବନେଶ୍ଵର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି। ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 06 ଘଟିକାରେ ଛାଡି ପୁରୀ ଯାତ୍ରା କରିବ।
ନୂଆଦିଲ୍ଲୀ: ଆତଙ୍କବାଦୀ ମାମଲା ପାକିସ୍ତାନରେ ବନ୍ଦ ହେଉନାହିଁ। ସଦ୍ୟତମ ମାମଲା କରାଚିରୁ ଆସିଛି ଯେଉଁଠାରେ ରବିବାର ଦିନ ଅଜ୍ଞାତ ଆକ୍ରମଣକାରୀମାନେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୌଲନା ରହୀମୁଲ୍ଲା ତାରିକଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଭାରତ ବିରୋଧୀ ରାଲିରେ ଭାଗ ନେବାକୁ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ତାରିକ ଜୈଶ ମୁଖ୍ୟ ମାସୁଦ ଅଜହରଙ୍କ ନିକଟତର ବୋଲି କୁହାଯାଉଛି। ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ତାରିକ୍ ପାକିସ୍ତାନର ଜଣେ ପ୍ରସିଦ୍ଧ ମୌଲନା ଥିଲେ, ଯାହାକୁ ଶୁଣିବା ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। କିନ୍ତୁ, ଧର୍ମ ନାମରେ ଆତଙ୍କବାଦୀଙ୍କ ସେନା ପ୍ରସ୍ତୁତ କରିବା ନେଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା। ପୋଲିସ୍ କହିଛି ଯେ, ଏହି ଘଟଣା ହତ୍ୟାକାଣ୍ଡ ହୋଇପାରେ। ରିପୋର୍ଟ ଅନୁଯାୟୀ, ମୌଲନା କରାଚିର ଓରଙ୍ଗି ଟାଉନରେ ଆୟୋଜିତ ଏକ ସଭାରେ ଯୋଗଦେବାକୁ ଯାଉଥିବାବେଳେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ଭୁବନେଶ୍ବର: ବବି ଦାସ ବା ପ୍ରଣବ ପ୍ରକାଶ ଦାସ। ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ। ସେ ବର୍ତ୍ତମାନ ବିଜୁ ଜନତା ଦଳର ହର୍ତ୍ତାକର୍ତ୍ତା। ତାହାର କାରଣ ହେଲା ସେ ଯେପରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ତାହା ସମସ୍ତେ ଅନୁଭବ କରିବାରେ ଲାଗିଛନ୍ତି। ସେହିପରି ସରକାରର ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ସମସ୍ତ ସହଯୋଗ ଦେଇ ଆସୁଛନ୍ତି। ସେଥିପାଇଁ ପାଣ୍ଡିଆନ ବବି ଦାସଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ଗତ ଗୁରୁବାର ଦିନ ଯାଜପୁରର ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କରାଯାଇଥିଲା। ସେଥିରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ ଭି କେ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଉଦଘାଟନ ସମାରୋହରେ ଯାଜପୁର ଜିଲ୍ଲାର ବହୁ କର୍ମି ଯୋଗଦେଇ ଥିଲେ। ଉଦଘାଟନୀ ଭାଷଣରେ ପାଣ୍ଡିଆନ କହିଥିଲେ ଯେ,…
ନୂଆଦିଲ୍ଲୀ: ଯଦି ମତଦାତାମାନେ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଭୋଟ୍ ଦିଅନ୍ତୁ ବୋଲି ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଅମିନ ଖାନ୍ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ନିର୍ବାଚନ ହେବାକୁ ଥିବା ରାଜସ୍ଥାନବାସୀଙ୍କ ସହ କଥାବାର୍ତ୍ତାବେଳେ ୮୪ ବର୍ଷୀୟ ନେତାଙ୍କ ମନ୍ତବ୍ୟ କ୍ୟାମେରାରେ କଏଦ ହୋଇଛି। ୫ ବର୍ଷ ଧରି କଠିନ ପରିଶ୍ରମ କରିଥିବାରୁ କଂଗ୍ରେସକୁ ଭୋଟ୍ ଦିଅନ୍ତୁ। ଯଦି ଆପଣ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ବିଜେପିକୁ ଭୋଟ୍ ଦିଅନ୍ତୁ, କିନ୍ତୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ନାହିଁ ବୋଲି ସେ ଭାଇରାଲ ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି। ଅମିନ ଖାନ୍ ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ତାଙ୍କୁ ରାଜସ୍ଥାନର ଶିଓ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେ ସେହି ଆସନରୁ ସ୍ୱାଧୀନ ପ୍ରାର୍ଥୀଭାବେ ଲଢୁଥିବା ଫତେହ ଖାନଙ୍କୁ ଟାର୍ଗେଟ କରିଛନ୍ତି। ଫତେହ ଖାନ୍ ମଧ୍ୟ ଜଣେ କଂଗ୍ରେସ…
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଅଧିନାୟକ ମିସବାହ ଉଲ ହକ ୨୦୨୩ ବିଶ୍ୱକପର ଫାଇନାଲ ବିଷୟରେ ପୂର୍ବାନୁମାନ କରିଛନ୍ତି। ମିସବାହ ସେହି ଦୁଇ ଦଳର ନାମ ଘୋଷଣା କରିଛନ୍ତି ଯାହା ଏଥର ବିଶ୍ୱକପ୍ ର ଫାଇନାଲ୍ ଖେଳିପାରନ୍ତି। ଏସ୍ପୋର୍ଟ୍ସକୁ ମିସବାହ ସେହି ଦୁଇଟି ଦଳର ନାମ କହିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ମିସବାହ ବିଶ୍ୱାସ କରନ୍ତି ଯେ, ଏଥର ବିଶ୍ୱକପ ଫାଇନାଲ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ପ୍ରକାଶ ଯେ, ଏହି ବିଶ୍ୱକପରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳ ଏହି ବିଶ୍ୱକପରେ କେବଳ ଦୁଇଟି ମ୍ୟାଚ୍ ହାରିଛି। ମିସବାହ ବ୍ୟତୀତ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ମଧ୍ୟ ଫାଇନାଲ ବିଷୟରେ ପୂର୍ବାନୁମାନ କରିଛନ୍ତି। ମଲିକଙ୍କ ଅନୁଯାୟୀ ବିଶ୍ୱକପ ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ,…
ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମତଦାତା ସୂଚୀରେ ଇତିହାସ ରଚିଛି ତେଲେଙ୍ଗାନା। ତେଲେଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଚଳିତ ମାସ ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନିର୍ବାଚନ ଆୟୋଗ ତେଲେଙ୍ଗାନାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ତାଲିକାକୁ ଦେଖିଲେ ଜଣାପଡୁଛି ଯେ ଭୋଟର ଲିଙ୍ଗ ଅନୁପାତ ୧୦.୨କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀରେ ଲିଙ୍ଗ ଅନୁପାତ ୯୯୨ ଥିବାବେଳେ ଗତ ମାସରେ ଏହା ୯୯୮କୁ ବୃଦ୍ଧି ପାଇ ଏବେ ୧୦୦୦.୨ରେ ପହଞ୍ଚିଛି। ଅକ୍ଟୋବର ୩୧ ତାରିଖ ସୁଦ୍ଧା ମିଳିଥିବା ବିବରଣୀରେ ସଂଶୋଧନ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ପୁରୁଷଙ୍କ ତୁଳନାରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ…
ନୂଆଦିଲ୍ଲୀ: ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତିର ସବୁଠାରୁ ମଜବୁତ ଅସ୍ତ୍ର ଅଟେ। ବର୍ତ୍ତମାନ ଭାରତ ସମେତ ବିଶ୍ଵର ୯ ଟି ଦେଶରେ ଆଣବିକ ଅସ୍ତ୍ର ରହିଛି। ଗତ ବର୍ଷ ୨୦୨୨ ସୁଦ୍ଧା ଭାରତରେ ୧୬୦ ପରମାଣୁ ଅସ୍ତ୍ର ଥିଲା। ଭାରତ ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଆହୁରି ବୃଦ୍ଧି କରୁଛି। ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ଦାବି କରିଛି ଯେ, ଭାରତ ଆଣବିକ ଅସ୍ତ୍ର ସଂଖ୍ୟା ବୃଦ୍ଧି କରୁଛି। ରିପୋର୍ଟ ଅନୁଯାୟୀ, ଭାରତରେ ଲମ୍ବା ରେଞ୍ଜର କ୍ଷେପଣାସ୍ତ୍ର ଅଛି, ଯାହା ପଡୋଶୀ ଦେଶ ପାକିସ୍ଥାନ ଏବଂ ଚୀନ୍ କୁ ମଧ୍ୟ ନଷ୍ଟ କରିପାରେ। ଆସନ୍ତୁ ଜାଣିବା ଭାରତ କିପରି ଏହାର ଭଣ୍ଡାର ବୃଦ୍ଧି କରୁଛି, ଯଦି ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରିବାର ଆବଶ୍ୟକତା ଥାଏ, ତେବେ ଏହା କେତେ ଧ୍ୱଂସ ଘଟାଇବ ଏବଂ ପାକିସ୍ତାନ ଏବଂ ଚୀନ୍ କ’ଣ ପ୍ରସ୍ତୁତି କରୁଛନ୍ତି। ଭାରତ ଏବଂ ପାକିସ୍ତାନର କେତେ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗତକାଲି ପୁଣି ଏକ ଦୁଃଖଦ ଘଟଣା ଘଟିଯାଇଛି। ରାଣୀପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଚାଳ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ସୂଚନା ମୁତାବକ ଗତକାଲି ରାତି ୧୨ ଘଟିକା ପାଖାପାଖି ରାଣୀପଡ଼ା ଗ୍ରାମରେ ନିଆଁ ଲାଗିଯାଇଥିବା ଅଭିଯୋଗ ପାଇ ତୁରନ୍ତ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିବାବେଳେ ଉକ୍ତ ଗ୍ରାମର ପ୍ରେମଳତା ଶାସମଲଙ୍କ ତିନି ବଖରା ଏବଂ କିଶୋର ସ୍ୱାଇଁଙ୍କ ଏକ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଉକ୍ତ ଅଗ୍ନିକାଣ୍ଡ ବିଦ୍ୟୁତ ସଟ ସର୍କିଟ ଦ୍ୱାରା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଶ୍ରୀ ଦାସ କହିଛନ୍ତି। ସୂଚନା ଥାଉକି ପ୍ରେମଲତା ଜଣେ ଗରିବ ବିଧବା ମହିଳା ହୋଇଥିବା ବେଳେ ଗ୍ରାମ ସ୍କୁଲରେ…
ଚାଣକ୍ୟ ନୀତି: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ, ବିଶ୍ୱାସ ଏବଂ ସମ୍ମାନ ଉପରେ ଆଧାରିତ। ଏହି ଜିନିଷଗୁଡ଼ିକର ଅଭାବ ଦାମ୍ପତ୍ୟ ଜୀବନରେ ବିଭେଦ ଆଣିଥାଏ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ପର୍କକୁ ମଜବୁତ ରଖିବା ପାଇଁ ପରସ୍ପରଠାରେ କୌଣସି ରହସ୍ୟ ଲୁଚାଇବା ଉଚିତ୍ ନୁହେଁ। କିନ୍ତୁ ଚାଣକ୍ୟଙ୍କ ଅନୁଯାୟୀ, ଏପରି କିଛି ଜିନିଷ ଅଛି, ଯାହା ଅଧିକାଂଶ ପତ୍ନୀ ନିଜ ସ୍ୱାମୀଙ୍କୁ କୁହନ୍ତି ନାହିଁ। ଆସନ୍ତୁ ଜାଣିବା କେଉଁ ରହସ୍ୟ ଯାହା ପତ୍ନୀ ସ୍ୱାମୀଙ୍କ ପାଖରେ ଲୁଚାଇଥାଏ। ଟଙ୍କା ସଞ୍ଚୟ: ପତ୍ନୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଚାଣକ୍ୟ କହିଛନ୍ତି ଯେ, ଜଣେ ବୁଦ୍ଧିମାନ ଏବଂ ଗୁଣବତ୍ତା ପତ୍ନୀ ସର୍ବଦା ସଞ୍ଚୟ ଉପରେ ବିଶ୍ୱାସ କରନ୍ତି। ବର୍ତ୍ତମାନ ଏବଂ ଭବିଷ୍ୟତକୁ ଧ୍ୟାନରେ ରଖି ପତ୍ନୀ ଧନ ସଞ୍ଚୟ କରନ୍ତି, ସଙ୍କଟ ସମୟରେ ଏହି ସଞ୍ଚୟ ପରିବାର ଏବଂ ସ୍ୱାମୀ ପାଇଁ ଉପଯୋଗୀ ହୋଇଥାଏ। ଚାଣକ୍ୟଙ୍କ ଅନୁଯାୟୀ, ପତ୍ନୀମାନେ…
ଜୀବନଶୈଳୀ, ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ ଯେଉଁ…
ନୂଆଦିଲ୍ଲୀ: ସନାତନ ଧର୍ମର ୧୮ ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ। ଗରୁଡ ପୁରାଣ ଶାସ୍ତ୍ରରେ ଭଗବାନ ବିଷ୍ଣୁ ଏବଂ ଗରୁଡଙ୍କ ମଧ୍ୟରେ ବାର୍ତ୍ତାଳାପକୁ ବର୍ଣ୍ଣନା କରେ। ଗରୁଡ ଏକ ପକ୍ଷୀ ଯାହାକି ଭଗବାନ ବିଷ୍ଣୁଙ୍କ ଯାନ ବୋଲି ବିଶ୍ୱାସ କରାଯାଏ। ଗରୁଡ ପୁରାଣ ବିଷ୍ଣୁ ପୁରାଣର ଏକ ଅଂଶ ଯାହାକି ହିନ୍ଦୁ ଧର୍ମର ମୃତ୍ୟୁ, ପୁନର୍ଜନ୍ମ ଏବଂ ଅନ୍ତିମ ସଂସ୍କାର ସହିତ ଜଡିତ। ଏହି ପୁରାଣରେ ଭଗବାନ ବିଷ୍ଣୁ ଏହା ମଧ୍ୟ କହିଛନ୍ତି ଯେ, ସେହି କାର୍ଯ୍ୟଗୁଡ଼ିକ କ’ଣ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟ ଆସେ। ମଇଳା ଏବଂ ମଇଳା ପୋଷାକ ପିନ୍ଧିଥିବା ଲୋକମାନେ: ଗରୁଡ ପୁରାଣ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସର୍ବଦା ମଇଳା ଏବଂ ମଇଳା ପୋଷାକ ପିନ୍ଧନ୍ତି, ତେବେ ମାତା ଲକ୍ଷ୍ମୀ ତାଙ୍କ ଉପରେ କ୍ରୋଧିତ ହୁଅନ୍ତି। ଶାସ୍ତ୍ର ଅନୁଯାୟୀ, ମାତା ଲକ୍ଷ୍ମୀ ସ୍ୱଚ୍ଛତାକୁ ବହୁତ ଭଲ ପାଆନ୍ତି ଏବଂ ସେ ସେହି…
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ…

