ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି। ସେ ଭୋର ୩ ଟା ୨୫ ମିନିଟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ଶ୍ରୀ ମହାନ୍ତି ଓଡିଶା ରାଜନୀତିରେ ଜଣେ ପରିଚିତ ନେତା। ସେ ପୁରୀରୁ ୫ ଥର ଲଗାତର ବିଧାୟକ ଭାବେ ଜିତିଆସିଛନ୍ତି। ସେ ୧୯୯୫ ରୁ ୨୦୧୯ ପର୍ଯ୍ୟନ୍ତ ଧାରାବାହିକ ଭାବେ ପୁରୀ ବିଧାୟକ ଥିଲେ। ସେ ରାଜସ୍ବ, ପର୍ଯ୍ୟଟନ, ପଞ୍ଚାୟତିରାଜ ପରି ବିଭାଗର ମନ୍ତ୍ରୀ ଥିଲେ। ସେ ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
Author: Samikhsya Bureau
ନୂଆଦିଲ୍ଲୀ: ଭାରତୀୟ ଦଣ୍ଡ ବିଧି (ଆଇପିସି), କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ଏବଂ ପ୍ରମାଣ ଆଇନ ବଦଳରେ ତିନୋଟି ବିଲ୍ ଉପରେ ଗୃହ ମନ୍ତ୍ରାଳୟର ସଂସଦୀୟ କମିଟିରେ ରିପୋର୍ଟ ଗ୍ରହଣ କରାଯାଇଛି। ଏହା ସହ ବିରୋଧୀ ସଦସ୍ୟମାନେ ମଧ୍ୟ ନିଜର ଅସନ୍ତୋଷପୂର୍ଣ୍ଣ ନୋଟ୍ ଦାଖଲ କରିଛନ୍ତି। ଅକ୍ଟୋବର ୨୭ରେ ଅନୁଷ୍ଠିତ ବୈଠକରେ କମିଟି ଡ୍ରାଫ୍ଟ ରିପୋର୍ଟକୁ ଗ୍ରହଣ କରି ନ ଥିଲା। କିଛି ବିରୋଧୀ ସଦସ୍ୟ ଏହି ଡ୍ରାଫ୍ଟ ପଢ଼ିବା ପାଇଁ ଅଧିକ ସମୟ ମାଗିଥିଲେ। କମିଟି ସେମାନଙ୍କ ଦାବିକୁ ଗ୍ରହଣ କରିଛି। ସୋମବାର ନଭେମ୍ବର ୬ ତାରିଖ ବୈଠକରେ ଏହି ବିଲଗୁଡ଼ିକୁ ଅନୁମୋଦନ ମିଳିଛି। ବିଲ ପଢ଼ିବା ପାଇଁ ବିରୋଧୀ ସମୟ ମାଗିଥିଲେ ଏହା ପୂର୍ବରୁ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ସମେତ ବିରୋଧୀ ସଦସ୍ୟମାନେ କମିଟି ଅଧ୍ୟକ୍ଷ ବ୍ରିଜ ଲାଲଙ୍କୁ ଏହି ଡ୍ରାଫ୍ଟ ଉପରେ ନିଷ୍ପତ୍ତି ନେବା ପାଇଁ ଦିଆଯାଇଥିବା ସମୟକୁ ୩ ମାସ ବୃଦ୍ଧି କରିବାକୁ ଅନୁରୋଧ…
ଇସ୍ରାଇଲ ଯୁଦ୍ଧ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧ ପରେ ଇସ୍ରାଏଲ ଗାଜା ଉପତ୍ୟକା ଉପରେ ବୋମା ଫିଙ୍ଗୁଛି। ଇତିମଧ୍ୟରେ ଇସ୍ରାଏଲ ତୁରନ୍ତ ଭାରତଠାରୁ ଏକ ଲକ୍ଷ ଶ୍ରମିକଙ୍କୁ ଦାବି କରିଛି। ଭଏସ୍ ଅଫ୍ ଆମେରିକା ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ନିର୍ମାଣ କମ୍ପାନିଗୁଡ଼ିକ ୯୦,୦୦୦ରୁ ଅଧିକ ପାଲେଷ୍ଟାଇନଙ୍କ ସ୍ଥାନରେ ୧,୦୦,୦୦୦ ଭାରତୀୟ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କଠାରୁ ଅନୁମତି ମାଗିଛନ୍ତି। ଅକ୍ଟୋବର ୭ରେ ହାମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ପାଲେଷ୍ଟାଇନର ୱାର୍କ ପରମିଟ୍ ପ୍ରତ୍ୟାହାର କରାଯାଇଛି। ଇସ୍ରାଏଲରେ ନିର୍ମାଣ କମ୍ପାନୀଗୁଡ଼ିକ ପାରମ୍ପରିକ ଭାବରେ ପାଲେଷ୍ଟାଇନ୍ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଆସୁଛନ୍ତି। ଅକ୍ଟୋବର ୭ରେ ଆକ୍ରମଣ ପରେ ଏହି ଲୋକଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ଏହି କାରଣରୁ ଇସ୍ରାଏଲରେ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କିଛିଦିନ ତଳେ ଲଗାତାର ନିର୍ମାଣ କରାଯାଉଥିବା କୋଠାଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ଯେଉଁମାନେ ଘର କିଣିଛନ୍ତି…
ନୂଆଦିଲ୍ଲୀ: ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ କେନ୍ଦ୍ର ସରକାର ‘ଭାରତ ଅଟା’ ଯୋଗାଇ ଦେବେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ୧୦ କେଜି ଓ ୩୦ କେଜି ପ୍ୟାକରେ ଉପଲବ୍ଧ ହେବ। ଏହି ଅଟା ସାରାଦେଶରେ ୨ ହଜାର ଆଉଟଲେଟରେ ଉପଲବ୍ଧ ହେବ। ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍), ସଫଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ। ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଦେଶରେ…
ନୂଆଦିଲ୍ଲୀ: କାନାଡା ପରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସଏଫଜେ) ଆସନ୍ତା ବର୍ଷ ଜାନୁଆରି ୨୮ରୁ ଆରମ୍ଭ ହେବାକୁ ଥିବା ଖାଲିସ୍ତାନ ଜନମତର ଆମେରିକା ପର୍ଯ୍ୟାୟ ଘୋଷଣା କରିଛି। ରବିବାର କାଲିଫର୍ଣ୍ଣିଆର ୟୁବା ସିଟିରେ ଆୟୋଜିତ ୪୪ତମ ବାର୍ଷିକ ଶିଖ୍ ପ୍ୟାରେଡରେ ଏସଏଫଜେ ଏହି ଘୋଷଣା କରିଛି। ୧୯୮୬ ମସିହାରେ ଶିଖ୍ ବିଚ୍ଛିନ୍ନତାବାଦୀ ସୁଖଦେବ ସିଂହ ଏବଂ ହରଜିନ୍ଦର ସିଂହ ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ଏଏସ୍ ଙ୍କ ହତ୍ୟା ମାମଲାରେ ଏହା ପ୍ରତିଷ୍ଠା କରିଥିଲେ। ବୈଦ୍ୟଙ୍କ ହତ୍ୟାକୁ ନେଇ ସେମାନେ ଏକ ଟ୍ୟାବ୍ଲୋ ସହ ‘ଆମେରିକା ଭୋଟ୍’ ଘୋଷଣା କରିଥିଲେ। ଏହା ପୂର୍ବରୁ ଅକ୍ଟୋବର ମାସରେ ଏସଏଫଜେ କାନାଡାରେ ଏକ ଗଣମତ ଆୟୋଜନ କରିଥିଲା। ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ! ଏସଏଫଜେ ସହ ଜଡ଼ିତ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏକ ବିବୃତିରେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ଏବଂ ଜେନେରାଲ ବୈଦ୍ୟଙ୍କୁ ହତ୍ୟା କରି…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର-ଜନମତ ନେବାକୁ ୪ ସପ୍ତାହ ଦରକାର ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ ବଣ୍ଟନ ଯୋଜନା ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି। ଏଥିସହ ସାଧାରଣ ଲୋକଙ୍କ ମତାମତ ନେବା ପାଇଁ କୋର୍ଟଙ୍କୁ ୪ ସପ୍ତାହ ସମୟ ମାଗିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ ପ୍ରକ୍ରିୟା ସମାନ ହେବା ଉଚିତ। ଦେଶର ସମସ୍ତ ସରକାରୀ ଓ ଆବାସିକ ବିଦ୍ୟାଳୟରେ ବାଳିକାଙ୍କ ସଂଖ୍ୟା ଅନୁପାତରେ ଶୌଚାଳୟ ନିର୍ମାଣ ପାଇଁ ଏକ ଜାତୀୟ ମଡେଲ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୦ ତାରିଖରେ ଶୁଣାଣିବେଳେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ସମାନ ନୀତି ପ୍ରସ୍ତୁତ କରିବାକୁ କହିଥିଲେ। ଏଥିପାଇଁ କୋର୍ଟ…
ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନ୍ଲାଇନ୍ ପଂଜୀକରଣ ପ୍ରକି୍ରୟା ଗତ ୦୧/୧୧/୨୦୨୩ଠାରୁ ଆରମ୍ଭ ହୋଇଯାଇଅଛି। ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ www.oav.edu.in ରେ ନାମ ପଂଜୀକରଣ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନାମ ପଂଜୀକରଣ ଶେଷ ତାରିଖ ୨୦ ନଭେମ୍ବରକୁ ଧାର୍ଯ୍ୟ କରାଯାଇଅଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୧୫/୦୧/୨୦୨୪ ସୁଦ୍ଧା କରାଯିବା ପାଇଁ ଧାର୍ଯ୍ୟ କରାଯାଇଅଛି। ପଂଜୀକରଣ ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ୍ର ପଦାଧିକାରୀଙ୍କୁ ପ୍ରେରଣ କରାଯାଇଛି। ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ୫୦% ସ୍ଥାନ ଛାତ୍ରୀମାନଙ୍କ ନିମନ୍ତେ…
ମେଷ: – ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍ । ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ: – ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ । ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି; ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ର ରାଷ୍ଟ୍ରପତିଡକ୍ଟର ସୟଦ ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହାମାସ ସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ। ରାଷ୍ଟ୍ରପତି ରାଇସି ପରିସ୍ଥିତିର ସମୀକ୍ଷା କରିଥିଲେ। ଉତ୍ତେଜନାକୁ ରୋକିବା, ନିରନ୍ତର ମାନବିକ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ। ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିର ସମୀକ୍ଷା ଓ ସକାରାତ୍ମକ ଆକଳନ ମଧ୍ୟ ନେତାମାନେ କରିଥିଲେ। ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଇରାନର ଚାବାହାର ବନ୍ଦରଉପରେ ଦିଆଯାଇଥିବା ଗୁରୁତ୍ୱ ଏବଂ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛନ୍ତି। ବଡ଼ବଜାର ପୋଲିସ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିରେ ବାଣ ଚାଲାଣ ବେଳେ ୯ ପେଟି ବାଣ ସହ ଏକ ଅଟୋ ରିକ୍ସା ଜବତ କରିବା ସହ ରବି ଯେନା ନାମରେ ଜଣେ ବ୍ୟବସାୟୀ କୁ ଗିରଫ କରିବା ପରେ ପାଣିଗ୍ରାହୀପେଣ୍ଠ ଚୈତନ୍ୟ ନଗର ରେ ଏକ ଗୋଦାମରେ ଚଢ଼ାଉ କରି ବାଣ ଜବତ କରିଛନ୍ତି ଓ ସଦର ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ର ଶିବ ସାହୁ ନାମକ ଜଣେ ଯୁବକ କୁ ଗିରଫ କରିଛନ୍ତି। ଏତଦବ୍ୟତୀତ ରାଜାମ୍ ସାହିର ପିତାମ୍ବର ସେଠୀ ଓ ପଣ୍ଡିତ ସାହିର ଏମ୍ ସତ୍ୟନାରାୟଣ ପ୍ରମୁଖ ଙ୍କୁ ଅଟକ ରଖି ବିପୁଳ ପରିମାଣର ବାଣ ଜବତ କରିବା ସହ ଉକ୍ତ ସମସ୍ତ ବ୍ୟବସାୟୀ ମାନଙ୍କୁ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ…
ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ନିମ୍ନରେ ସେମାନଙ୍କର ନାମ ତାଲିକା ପ୍ରକାଶ କରାଗଲା….. ଜିଲ୍ଲା ସଭାପତି: ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର – ଉମାକାନ୍ତ ମହାପାତ୍ର, ବରଗଡ – ଅଶି୍ୱନୀ କୁମାର ଷଡଙ୍ଗୀ, ଭଦ୍ରକ – ହେମନ୍ତ ପାଢୀ, ଭୁବନେଶ୍ୱର – ବାବୁ ସିଂ , ବଲାଙ୍ଗୀର – ଶିବାଜୀ ମହାନ୍ତି, ବୌଦ୍ଧ – ବିପ୍ର ଚରଣ ମହାନ୍ତି, କଟକ ନଗର – ଲଲାଟେନ୍ଦୁ ବଡୁ, କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡ – ଅରୁଣ କୁମାର ସାହୁ, ଢେଙ୍କାନାଳ – ନରେଶ ମହାପାତ୍ର, ଗଜପତି – ବିଧାୟକ କେ. ନାରାୟଣ ରାଓ, ଗଂଜାମ – ଡ.ସୁବାଷ ସାହୁ, ଘୁ ମୁସର – ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର, ଯାଜପୁର – ଗୌତମ ରାୟ, ଝାରସୁଗୁଡା…
ସୀତାରାମ ଅଗ୍ରହୱାଲ ବାଣପୁର: ରବିବାର ସନ୍ଧ୍ୟାରେ ବାଣପୁର ସ୍ଥିତ ବିଧାରପୁର ଠାରେ ଥିବା ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ନିକଟରେ ଗୋଲଖ ପରିଡାଙ୍କ ଆନୁକୂଲ୍ୟରେ ପରିଡା ପାଠାଗାରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପାଠାଗାରକୁ ପାରିକୁଦ ରାଜା ସନ୍ତୋଷ କୁମାର ମାନସିଂହ ମର୍ଦରାଜ ଉଦଘାଟନ କରିଥିଲେ। ଏହି ଅବସରରେ ରାଜାଙ୍କୁ ବିଧାରପୁର ଠାରୁ ପାଠାଗାର ପର୍ଯ୍ୟନ୍ତ ବାଜା ଓ ରୋଷଣୀ ମାଧ୍ୟମରେ ପାଛୋଟି ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଶ୍ରୀଯୁକ୍ତ ମର୍ଦରାଜ ପରିଡା ପାଠାଗାରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉକ୍ତ ଉଦଘାଟନ ଉତ୍ସବକୁ ସାହିତ୍ୟ ସିନ୍ଦୁରା ତରଫରୁ ସରସ ସୁନ୍ଦର କରାଯାଇଥିଲା। ଏହି ଉପଲକ୍ଷେ ମା ଭଗବତୀ କଳାନିକେତନର ବାର୍ଷିକ ଉତ୍ସବ ନିମନ୍ତେ ଏକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାହିତ୍ୟ ସିନ୍ଦୁରା ତରଫରୁ କବିତା ପାଠ ଉତ୍ସବ ଓ ଭଜନ ପରିବେଷଣ କରାଯାଇଥିଲା। ଅଂଚଳର କବି ମାନଙ୍କ ଦ୍ୱାରା ସ୍ଵଲିଖିତ କବିତା ଗୁଡିକୁ ସେମାନେ ଆବୃତ୍ତି…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଇଲେକ୍ଟ୍ରୋନିକସ ଏବଂ ଆଇଟି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିଦର୍ଶନକୁ ଆସିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ବାଣପୁର ଅଞ୍ଚଳର ବିଭିନ୍ନ ମୋ ସେବା କେନ୍ଦ୍ର ଓ ୫ଟି ସ୍କୁଲ ଗୁଡିକ ପରିଦର୍ଶନ କରି ଉନ୍ନୟନ ସମୀକ୍ଷା କରିଛନ୍ତି। ଶ୍ରୀ ପଟ୍ଟନାୟକ ଅପରାହ୍ନରେ ବଡହନ୍ତୁଆଡ଼ ସ୍ଥିତ ମୋ ସେବା କେନ୍ଦ୍ର ନିକଟରେ ପହଂଚିଥିବା ବେଳେ ତାଙ୍କୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଣପୁର ବ୍ଲକର ସମସ୍ତ ସେବାକେନ୍ଦ୍ରର ପ୍ରତିନିଧି ମାନେ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ସେଠାରେ ମୋ ସେବା କେନ୍ଦ୍ର ଦ୍ୱାରା ସାଧାରଣ ଲୋକ ପାଇବାକୁ ଥିବା ସେବା ଗୁଡିକ କିପରି ସୁବିଧାରେ ପାଉଛନ୍ତି ତାହା ପଚାରି ବୁଝିଥିଲେ ଶ୍ରୀ ପଟ୍ଟନାୟକ। ଇଣ୍ଟରନେଟର ସୁବିଧା, ଆଧାର କାର୍ଡ଼, ରେସିଡେନ୍ସ ସାର୍ଟିଫିକେଟ,ଲିଗାଲ ହେଆର ସାର୍ଟିଫିକେଟ, ଡେଥ ସାର୍ଟିଫିକେଟ ପ୍ରଭୃତି ଆବେଦନ କରିବାର ସଠିକ ମୂଲ୍ୟ ପଚାରି ବୁଝିବା…
ବିମାନବନ୍ଦରରେ ନମାଜ ପାଠ: ଫ୍ରାନ୍ସର ରାଜଧାନୀ ପ୍ୟାରିସର ଚାର୍ଲସ ଡି ଗାଲ ଏୟାରପୋର୍ଟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏଠାରେ ବିମାନବନ୍ଦରରେ କିଛି ମୁସଲମାନ ଯାତ୍ରୀ ନମାଜ ପଢ଼ିବା ପରେ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ବିମାନବନ୍ଦର ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଦେଶର ସରକାର ଧର୍ମ ସହ ଜଡ଼ିତ ମାମଲାକୁ ଦୃଢ଼ତାର ସହ ମୁକାବିଲା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାର ଅନେକ ଫଟୋ ସେୟାର କରାଯାଇଛି। ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳୁଛି ଯେ ପ୍ୟାରିସର ଚାର୍ଲସ ଡି ଗଲ୍ ବିମାନବନ୍ଦରରେ କିଛି ଲୋକ କିପରି ପ୍ରାର୍ଥନା କରୁଛନ୍ତି। ସେମାନଙ୍କ ପାଖରେ କିଛି ଲୋକ ବସିଛନ୍ତି। ଜୋର୍ଡାନକୁ ଯାଉଥିଲେ ଯାତ୍ରୀ ଏୟାରପୋର୍ଟର ଡିପାର୍ଚର ହଲରେ ଏହି ଘଟଣା ଘଟିଛି। ଜୋର୍ଡାନକୁ ଯିବା ପାଇଁ ବିମାନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କର ଫଟୋ ସାମ୍ନାକୁ ଆସିଛି। ଜୋର୍ଡାନ ଯିବା…
ଭୁବନେଶ୍ବର: ଦୀର୍ଘ ଏକମାସ ରୁ ଉର୍ଦ୍ଧ୍ବ ସମୟ ଧରି ନିଜ ର ନ୍ୟାଯ ଦାବୀ ନେଇ ଆନ୍ଦୋଳନ କରି ଆସିଥିବା ଅଲ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପୁନଶ୍ଚ ଆସନ୍ତା ବିଧାନସଭା ଶୀତ ଅଧିବେଶନର ଆରମ୍ଭ ରୁ ବ୍ୟାପକ ଭାବେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ଛାତ୍ର ସଂସଦ ପ୍ରତିନିଧି ଦଳ ପକ୍ଷରୁ ସଭାପତି ଡା ରାଜେଶ ମିଶ୍ର ଓ ଡା ରୋହିତ କେରର୍କେଟା ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ସୁମିତ୍ରା ସେନାପତି ଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଆୟୁଷ ଡାକ୍ତର ଙ୍କ କ୍ୟାଡର ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ନୂତନ ଆୟୁଷ ଡିସ୍ପେନସାରି ଖୋଲବା ଓ ନୂତନ ଆୟୁଷ ଡ଼ାକ୍ତରୀ ନିଯୁକ୍ତି ପାଇଁ ଅଦ୍ୟାବଧି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି କରାଯାଇ ନାହିଁ। ବିଳମ୍ବ ଜାଣିବା ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ…
ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ୨୦୧୩ ଅଧୀନରେ କେନ୍ଦ୍ର ସରକାରଙ୍କ ମାଗଣା ଖାଦ୍ୟଶସ୍ୟ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନୀ ରାଲିରେ ସେ ଏହି ଘୋଷଣା କରିଛନ୍ତି। ଏହି ମାଗଣା ଶସ୍ୟ ଯୋଗାଣ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହାଦ୍ୱାରା ଅତି କମରେ ୮୦ କୋଟି ଲୋକ ଉପକୃତ ହେବେ ଏବଂ ବିଜେପି ଏହାର ଲୋକସଭା ନିର୍ବାଚନ ପ୍ରଚାରରେ ଏହାକୁ ବିକ୍ରୟ ପଏଣ୍ଟଭାବେ ବ୍ୟବହାର କରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଅନ୍ୟ ଦଳମାନେ ଭୋଟରଙ୍କୁ ଦେଉଥିବା ମାଗଣା ସାମଗ୍ରୀକୁ ପ୍ରଧାନମନ୍ତ୍ରୀ ‘ରେବଡ଼ି’ ବୋଲି ଉପହାସ କରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ-ଜିକେଏୱାଇ), ମହାମାରୀ ସମୟରେ ରିଲିଫ ପଦକ୍ଷେପ, ଯାହା ଅଧୀନରେ ଏପ୍ରିଲ ୨୦୨୦ରୁ ଏନଏଫଏସଏର ସମସ୍ତ ହିତାଧିକାରୀଙ୍କୁ ଅତିରିକ୍ତ ୫…
ଗାନ୍ଧୀନଗର: ଆଇଆଇଟି ଗାନ୍ଧୀନଗରରେ ଅନୁଷ୍ଠିତ ପ୍ରଥମ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ କୌଶଳ ପରିଷଦ ବୈଠକ(ଏଆଇଇଏସସି) ବୈଠକରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଚିହ୍ନଟ କରାଯାଇଥିବା ପ୍ରାଥମିକତା କ୍ଷେତ୍ରରେ ‘ଅଧିକ ସହଯୋଗ, ଅଧିକ ଭାଗିଦାରୀ ଏବଂ ଅଧିକ ମୋବିଲିଟି ପାଇଁ ମାର୍ଗ ପ୍ରଶସ୍ତ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏଆଇଇଏସସି ବୈଠକରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ବ୍ୟାପକ ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ। ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶେଷ ଭାବରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି…
ନୂଆଦିଲ୍ଲୀ: ଚଳିତ କ୍ରିକେଟ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିରାଟ କୋହଲି ଖେଳିଥିବା ଏକ ସୁନ୍ଦର ଇନିଂସ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଆମ କ୍ରିକେଟ ଦଳ ପୁନର୍ବାର ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପାଇଁ ଦଳକୁ ଅଭିନନ୍ଦନ। ଚମତ୍କାର ଟିମୱର୍କ। ସୁନ୍ଦର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ଜନ୍ମଦିନରେ ଏକ ବଡ଼ ଉପହାର ମଧ୍ୟ ଦେଇଛନ୍ତି।’
ନୂଆଦିଲ୍ଲୀ: ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ସମୟରେ ଏପରି କିଛି ଘଟିଛି, ଯାହା କ୍ରିକେଟ୍ ର ୧୪୬ ବର୍ଷର ଇତିହାସରେ କେବେ ହୋଇ ନଥିଲା। ବାସ୍ତବରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ ଆଉଟ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି କୌଣସି ବ୍ୟାଟ୍ସମ୍ୟାନ୍ ଙ୍କୁ ଆଉଟ ହୋଇ ପାଭିଲିୟନକୁ ଫେରିବାକୁ ପଡିନଥିଲା। ଏହା ପରେ ଆଞ୍ଜେଲୋ ମାଥ୍ୟୁସ୍ କୌଣସି ବଲ୍ ନ ଖେଳି ପାଭିଲିୟନକୁ ଫେରିଥିଲେ। ଆଞ୍ଜେଲୋ ମାଥ୍ୟୁସ୍ ଙ୍କୁ କିପରି ଟାଇମ ଆଉଟ ଦିଆଗଲା?: ବାସ୍ତବରେ ସଦିରା ସମରୱିକ୍ରମା ଆଉଟ୍ ହେବା ପରେ ଆଞ୍ଜେଲୋ ମାଥ୍ୟୁସ୍ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ଆଞ୍ଜେଲୋ ମାଥ୍ୟୁସଙ୍କ ହେଲମେଟ ଠିକ୍ ନଥିଲା, ଆଞ୍ଜେଲୋ ମାଥ୍ୟୁସ୍ ସେହି ହେଲମେଟ ପିନ୍ଧିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତା’ପରେ ଆଞ୍ଜେଲୋ ମାଥ୍ୟୁସ୍ ପ୍ୟାଭିଲିୟନରୁ ଆଉ ଏକ ହେମଲେଟ୍ ଆଣିବାକୁ ସଙ୍କେତ ଦେଇଥିଲେ। କିନ୍ତୁ ଏହି ସମୟରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ମାଥ୍ୟୁସଙ୍କ ବିପକ୍ଷରେ…
ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ‘କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗର ତଦନ୍ତ ପାଇଁ ନଭେମ୍ବର ୯ (ଗୁରୁବାର) ଲୋକସଭା ନୈତିକତା କମିଟିର ଏକ ବୈଠକ ଡକାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି ବୈଠକ ଆସନ୍ତାକାଲି (ମଙ୍ଗଳବାର) ହେବାର ଥିଲା। ବିଜେପି ନେତା ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକସଭାର ନୈତିକତା କମିଟି ଏହାର ତଦନ୍ତ ଶେଷ କରିଛି। ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତ କମିଟି ମୋଇତ୍ରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିପାରେ। ସମ୍ଭବତଃ ମହୁଆ ମୋଇତ୍ରାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇପାରେ। ସମ୍ପୂର୍ଣ୍ଣ ଘଟଣାଟି ଏପରି ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ ମହୁଆ ମୋଇତ୍ରା ଲାଞ୍ଚ ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଲୋକସଭାରେ ପ୍ରଶ୍ନ ପଚାରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ମହୁଆ ତାଙ୍କ ଲୋକସଭା ମେଲ୍ ଆଇଡିର ଲଗଇନ୍ ହିରାନନ୍ଦାନୀଙ୍କୁ…

