ବେଗୁନିଆପଡା: ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଦ୍ୱାରା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହକରାଯାଇଛି ବିହାର ବିଧାନସଭାରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ବେଗୁନିଆପଡା ବ୍ଳକ ଠାରେ ଏକତ୍ରିତ ହୋଇ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ସମୟରେ ଘୁମୁସର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମିରିବାଇ ଦେଓ ଙ୍କ ସମେତ ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ।
Author: Samikhsya Bureau
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ମଦନମୋହନ ନଗର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରି ପରିମାଣର ନକଲି ଘିଅ, ପାମୋଲିନ୍ ତେଲ, ବ୍ୟବହୃତ ରାସାୟନିକ ଦ୍ରବ୍ୟ, ଡବା, ଜରି ଓ ପେକିଂ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଇତ୍ୟାଦି ଜବତ କରାଯାଇଛି। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ବଡ଼ବଜାର ଥାନା ଅଧିକାରୀ ସୌଭାଗ୍ୟ ସ୍ଵାଇଁଙ୍କ ଟିମ୍ ଏହି ଚଢ଼ାଉ କରିଥିଲା। ଏହାସହ ବ୍ୟବସାୟୀ ଇ ରାଜେଶ୍ଵର ପାତ୍ରକୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏହି କାରଖାନାର ମୁଖ୍ୟ ମାଲିକ ତଥା ରାଜେଶ୍ଵର ପାତ୍ରଙ୍କ ଭାଇ କୋଟେଶ୍ଵର ପାତ୍ର ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ପ୍ରକାଶ ଥାଉକି ଗିରଫ ରାଜେଶ୍ଵର ପୁର୍ବରୁ ନକଲି ଗୁଟଖା ପ୍ରସ୍ତୁତି କାରବାରରେ ଗିରଫ ହୋଇଥିବା ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଶମ ନଗରୀ ବ୍ରହ୍ମପୁର ସହରରେ ଆଗରୁ ନକଲି ଗୁଟଖା, ସାବୁନ, ଚାହା ଗୁଣ୍ଡ,…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ ଏବଂ ନୂଆଁଗଡ଼ରୁ ବେଗୁନିଆପଡା ଥାନା ପୋଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଏହା ସହ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ବେଆଇନ ବାଣ ବିକ୍ରି ଅଭିଯୋଗରେ ଅଟକ ରଖିଥିଲା। ବେଗୁନିଆପଡା ଥାନା ପୋଲିସ ପକ୍ଷରୁ ସୂଚନା ଅନୁଯାୟୀ ଅଙ୍ଗାରଗାଁର ରୂପକ ସାହୁ ବେଆଇନ ଭାବେ ଅଙ୍ଗାରଗାଁ ଏବଂ ନୂଆଁଗଡ଼ରେ ବାଣ ମହଜୁଦ ରଖିଥିଲା। କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡା ଥାନା ପୋଲିସ ଚଢାଉ କରିବା ସହ ଉକ୍ତ ଦୁଈଟି ସ୍ଥାନରୁ ବିପୁଳ ପରିମାଣର ବାଣ ଜବତ କରିବା ସହ ପ୍ରକାଶକୁ ଅଟକ ରଖିଥିଲା।ପରେ ରୂପକ ଥାନାକୁ ଯିବା ପରେ ୨୫୧/୨୦୨୩ ରେ ଏକ ମାମଲା ରୁଜୁ କରି ପି ଆର୍ ବଣ୍ଡ ରେ ଛାଡିଥିବା ନେଇ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଦେଢ଼ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ସକରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି କହିଥିଲେ। ଦେଢ଼ ମାସ ପୂର୍ବରୁ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ବଡ଼ଦିନ ଅର୍ଥାତ ଡିସେମ୍ବର ୨୫ ତାରିଖର ଦୁଇ ଦିନ ପୂର୍ବରୁ କେକ୍ ପ୍ରସ୍ତୁତି ଆରମ୍ଭ କରାଯାଏ ଏବଂ ନିଜ ବନ୍ଧୁ, ପରିଜନ ଓ ପରିବାରବର୍ଗଙ୍କ ସହ ଅଂଶୀ କରାଯାଇଥାଏ ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି। ବଡ଼ଦିନ…
ପୁରୀ: ଆଜି ବିଡ ଭୋରରୁ ପୁରୀରେ ପହଞ୍ଚିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ପୁରୀରେ ପହଞ୍ଚି ପ୍ରଥମେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ।ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କୁ କାର୍ଯ୍ୟର ଅଗ୍ରଗତି ଉପରେ ବୁଝାଇଥିଲେ। ଏହା ପରେ ଚାରି ଦ୍ବାରରେ ଲାଗିବାକୁ ଥିବା ନାମ କରଣ ଉପରେ ସେମାନେ ଅବଗତ କରାଇଥିଲେ। ଏହାପରେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ପରକ୍ରମା ପ୍ରକଳ୍ପ କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ଭୁବନେଶ୍ଵର: ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟର ଫିଲ୍ମ ଓ ୱେବ ସିରୀଜର ସଫଳତା ପରେ ଆଓ ନେକ୍ସ୍ଟ ଟିମ୍ ଆରମ୍ଭ କରିଛି ଆଓ ମ୍ୟୁଜିକ୍ ନାମକ ଏକ ଭର୍ଟିକାଲ୍ ମ୍ୟୁଜିକ୍ ଯାହାର ଶୁଭାରମ୍ଭ ‘ମୁଁ ନିଆଁ’ ଶିର୍ଷକ ଏକ ଗୀତର ସହିତ ହେବ। ଏହି ଗୀତ ମାଧ୍ୟମରେ ଆଓ ମ୍ୟୁଜିକ୍ ଲଞ୍ଚ କରିଛି ଅରୁନ୍ଧତୀ ଗଡନାଏକଙ୍କୁ, ଯିଏ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିୱାନେ ପରି ଜାତୀୟ ସ୍ତରର ଲୋକପ୍ରିୟ ପ୍ରତିଯୋଗିତାରେ ଭାଗ ନେଇ ନିଜର ଖ୍ୟାତି ଅର୍ଜନ କରିଛନ୍ତି। ଏହି ଗୀତଟିକୁ ରାଜା ଦି ନିର୍ଦ୍ଦେଶନା ଦେଇଛନ୍ତି ଯାହା ଆସନ୍ତି ଦୀପାବଳୀରେ ମୁକ୍ତିଲାଭ କରିବ କେବଳ ଆଓ ମ୍ୟୁଜିକ୍ ରେ ଯେଉଁଥିରେ ଆପଣ ମାନେ ଦେଖିବେ ପ୍ରଥମ ଥର ପାଇଁ ଓଡ଼ିଶାର କଳାହାଣ୍ଡି କଟାପ୍ପା ନୃତ୍ୟଶିଳ୍ପୀ, ସୁଶୀଲ ଓ ଅରୁନ୍ଧତୀଙ୍କୁ। ଆଓ ନେକ୍ସ୍ଟର ପ୍ରତିଷ୍ଠାତା ତଥା ସିଇଓ କୌଶିକ ଦାସ…
ଭୁବନେଶ୍ବର: ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ। କାହିଁକି କାଳୀ ପୂଜା କରାଯାଏ ଅସୁରମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମହାକାଳୀଙ୍କ କ୍ରୋଧ କମି ନଥିଲା, ଭଗବାନ ଶିବ ନିଜେ ତାଙ୍କ ପାଦତଳେ ଶୋଇଯାଇଥିଲେ। ଭଗବାନ ଶିବଙ୍କ ଶରୀରର ତାଙ୍କ ପାଦ ସ୍ପର୍ଶ କରିବା ପରେ ଦେବୀ ମହାକାଳୀଙ୍କ କ୍ରୋଧ ଭଙ୍ଗ ହେଲା। ଏହାକୁ ସ୍ମରଣ କରି ତାଙ୍କ ଶାନ୍ତ ରୂପେ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ଏହି ରାତିରେ ତାଙ୍କର ଭୟଙ୍କର ରୂପ କାଳୀଙ୍କୁ ମଧ୍ୟ ପୂଜା କରିବାର ନିୟମ କେତେକ ରାଜ୍ୟରେ ରହିଛି। କାଳୀ ପୂଜାର ମହତ୍ତ୍ବ କ’ଣ ? ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ଦେବୀ ଦୁର୍ଗା ମା କାଳୀ ଭାବରେ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ…
ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଆପଣ ଜ୍ଞାନ ଏବଂ ବୁଦ୍ଧି ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସଫଳତା ଏବଂ ସହଯୋଗର ଭଲ ଲକ୍ଷଣ ଅଛି । ନୂତନ ପ୍ରୟାସ ସହିତ ସମସ୍ତଙ୍କୁ ଆକର୍ଷିତ କରିବେ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ଆଜି ନୂଆଦିଲ୍ଲୀ ଠାରେ ଆଇଆଇଏସ କାନପୁର ସହ ଆଇଆଇଟି କାନପୁର, ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ (ଡିଏଏସ୍ଆଇ) ସହିତ ୩ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଦକ୍ଷତା ପ୍ରତିଷ୍ଠାନ ଓ ଶିଳ୍ପାନୁଷ୍ଠାନ ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକତ୍ରିତ ହୋଇଛନ୍ତି। ଆଇଆଇଟି କାନପୁର, ଆଇଆଇଏସ କାନପୁର, ହାଲ୍ ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ ମଧ୍ୟରେ ସହଯୋଗ ଦକ୍ଷତା ବିକାଶର ଭବିଷ୍ୟତର ରୂପରେଖକୁ ବଦଳାଇବା ତଥା ଭାରତର ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଉଦ୍ଦେଶ୍ୟକୁ ବାସ୍ତବର ରୂପ ଦେବା ତଥା ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ…
ଭୁବନେଶ୍ୱର: ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ପକ୍ଷରୁ ଆଜି ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବୁଟକ୍ୟାମ୍ପ ଆୟୋଜିତ ହୋଇଯାଇଛି, ଯେଉଁଥିରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଷ୍ଟାର୍ଟଅପ ଇକୋସିଷ୍ଟମ ବିଷୟରେ ଦୃଷ୍ଟିକୋଣ ହାସଲ କରିବା ସହିତ ଶିଳ୍ପ ବିଶେଷଜ୍ଞମାନଙ୍କ ସମ୍ମୁଖରେ ନିଜର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣରେ ରାଜ୍ୟରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ମହିଳାମାନେ କେନ୍ଦ୍ରରେ ରହିଛନ୍ତି। ସେ ଅତିକମରେ ୩୩% ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପର ଲକ୍ଷ ରଖିଥିଲେ କିନ୍ତୁ ଧ୍ୟାନକେନ୍ଦ୍ରିତ ପ୍ରୟାସ ସହିତ ବର୍ତମାନ ଆମ ପାଖରେ ୪୧% ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ ରହିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡା. ଓମକାର ରାଏ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା…
ଭୁବନେଶ୍ୱର: ଭାରତୀୟ ରେଳ ଦେଶରେ ଏକ ପ୍ରମୁଖ ନିଯୁକ୍ତିଦାତା। ଗତ ନଅ ବର୍ଷ ମଧ୍ୟରେ ତଥା 2014-2023 ବର୍ଷ ମଧ୍ୟରେ ରେଳ ମନ୍ତ୍ରଣାଳୟ ସାରା ଦେଶରେ ରେଳବାଇର ଭିତ୍ତିଭୂମିର ଉନ୍ନତି ତଥା ବିସ୍ତାର ପାଇଁ ଅନେକ ପଦକ୍ଷେପ ନେଇଛି। ଏହି ପ୍ରୟାସଗୁଡ଼ିକ ମଧ୍ୟରେ ନୂତନ ପ୍ରକଳ୍ପ, ପ୍ରଯୁକ୍ତିବିଦ୍ୟା ଗ୍ରହଣ ଏବଂ ବିଦ୍ୟମାନ ସୁବିଧାଗୁଡ଼ିକ ପାଇଁ ଗ୍ରେଡେସନ୍ ରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ ସହିତ ଜଡିତ ଥିଲା। ଏହି ପ୍ରୟାସ ସହିତ ଦେଶରେ ପରିବହନ ସେବାରେ ଉନ୍ନତି ହେବ ସହିତ ଲକ୍ଷ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛି। 2004-2014 ଅବଧି ମଧ୍ୟରେ ସମୁଦାୟ 4,11,000 ନିଯୁକ୍ତି ସୃଷ୍ଟି ହୋଇଥିଲା। ତେବେ, କେବଳ 9 ବର୍ଷ ମଧ୍ୟରେ, 2014-2023 ମଧ୍ୟରେ, ଭାରତୀୟ ରେଳବାଇରେ ପ୍ରାୟ 5,00,000 ଲୋକ ନିଯୁକ୍ତି ପାଇଥିଲେ। ଏହି ଲୋକମାନଙ୍କୁ ରେଳବାଇର ବିଭିନ୍ନ ପଦପଦବୀ ଯଥା ଲୋକୋ ପାଇଲଟ୍, ଷ୍ଟେସନ୍ ମାଷ୍ଟର, ଟ୍ରେନ୍ ମ୍ୟାନେଜର୍, ଜୁନିୟର…
ନୂଆଦିଲ୍ଲୀ: ଟଙ୍କାକୁ ନେଇ ପ୍ରଶ୍ନ ପଚାରିବାରୁ ମହୁଆ ମୋଇତ୍ରାଙ୍କୁ ସାଂସଦ ପଦରୁ ବହିଷ୍କାର କରିବାକୁ ପ୍ରସ୍ତାବ ପାରିତ ହୋଇଛି। ଲୋକସଭାର ନୈତିକତା କମିଟି ମହୁଆଙ୍କୁ ବହିଷ୍କାର କରିବା ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ କରିଥିଲା। ୫୦୦ ପୃଷ୍ଠାର ଏହି ସଂକଳ୍ପ ସପକ୍ଷରେ ୬ଟି ଓ ବିପକ୍ଷରେ ୪ଟି ଭୋଟ ପଡ଼ିଥିଲା। କଂଗ୍ରେସ ସାଂସଦ ପ୍ରନୀତ କୌର ମହୁଆ ମୋଇତ୍ରଙ୍କୁ ବହିଷ୍କାର ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ପ୍ରନୀତ କୌର ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ। ଅମରିନ୍ଦର ସିଂହଙ୍କ ବିଦ୍ରୋହ ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ କଂଗ୍ରେସ ଦଳରୁ ବହିଷ୍କାର କରିଥିଲା। ଗତ ଫେବ୍ରୁଆର ମାସରେ ଦଳ ତାଙ୍କୁ ନିଲମ୍ବିତ କରିଥିଲା ପଞ୍ଜାବରେ ବିଜେପିକୁ ସାହାଯ୍ୟ କରିଥିବା ଅଭିଯୋଗରେ କଂଗ୍ରେସ ଫେବୃଆରୀରେ ପ୍ରନୀତ କୌରଙ୍କୁ ନିଲମ୍ବିତ କରିଥିଲା। ପ୍ରନୀତ କୌରଙ୍କ ସ୍ୱାମୀ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ଝିଅ ଜୟ ଇନ୍ଦର…
ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଯାନ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ରାଜ୍ୟର ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ “ସ୍କିଲ୍ଡ ଇନ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ ଯାଉଛନ୍ତି। ଏହାର ଦ୍ୱିତୀୟ କ୍ୟାମ୍ପସର ସ୍ଥାପନା ଓ ପରିଚାଳନା ଲାଗି ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁରୁବାର ଦିନ ଭୁବନେଶ୍ୱରଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଊଷା ପାଢ଼ୀ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା…
ବାଲୁଗାଁ: ଆଜି ମଧ୍ୟାହ୍ନରେ ବାଲୁଗାଁ ପୋଲିସ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ଟି ବାଇକ ସମେତ ୪ ଅଭିଯୁକ୍ତକୁ ଗିରଫ କରିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାର ପୁର କଲେଜ ନିକଟ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଜୁଆ ଖେଳ ହେଉଥିବା ନେଇ ଖବର ମିଳିବାପରେ ଆଇଆଇସି ଜୟ ପ୍ରକାଶ ପରିଡା ସଦଳବଳେ ସମ୍ପୃକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଜିତେନ୍ଦ୍ର ସୁନ୍ଦରାୟ (୩୪), ବରଜୁ ବେହେରା (୩୩), ସୁବୋଧ ପାଇକରାୟ (୩୨), ପ୍ରସନ୍ନ ରାଉତକୁ (୩୯) ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ବାଇକ ସହ ନଗଦ ୮୫୦୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ୩ ଓପିଜି ଅଧିନିୟମ ଅନୁଯାୟୀ କେଶ ନଂ ୩୧୮/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପରିଡା ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଯୋଶୀ କହିଛନ୍ତି ଯେ, ଏହି ଅଧିବେଶନରେ ୧୯ ଦିନ ଧରି ୧୫ଟି ବୈଠକ ଅନୁଷ୍ଠିତ ହେବ। ଅମୃତ କାଳ ମଧ୍ୟରେ ମୁଁ ଅଧିବେଶନରେ ଆଇନ ପ୍ରଣୟନ କାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ମହୁଆ ଉପରେ ରିପୋର୍ଟ ଉପସ୍ଥାପନ କରାଯିବ ଏହି ଅଧିବେଶନରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ‘ଟଙ୍କା ନେଇ ପ୍ରଶ୍ନ ପଚାରିବା’ ଅଭିଯୋଗରେ ଲୋକସଭାର ନୈତିକତା କମିଟିର ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହେବ। କମିଟି ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସୁପାରିସ କରିଛି। ଏହି ଅଧିବେଶନରେ ପ୍ରମୁଖ ଅପରାଧିକ ଆଇନ ବଦଳରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ରାଣୀ ଅନ୍ନପୂର୍ଣ୍ଣା ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଜାତୀୟ ଆଇନ ସଚେତନତା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଆଡିସନାଲ ସେସନ୍ ଜଜ୍ ତଥା ତାଲୁକ ଲିଗାଲ ସର୍ଭିସ୍ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପ୍ତି ପ୍ରକାଶ ବ୍ରହ୍ମା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆଇନ ସେବା ସହାୟତା ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ବିଜୟା ନନ୍ଦ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନେ ଆଇନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ସ୍ଲୋଗାନ ସହିତ ପ୍ଲାକାର୍ଡ ଧରି ଏକ ରାଲି କରି ସହର ପରିକ୍ରମା କରିଥିଲେ। ଏହି ରାଲି କୁ ମୁଖ୍ୟ ଅତିଥି…
ଚିଲିକା (ସୀତାରାମ ଅଗ୍ରୱାଲ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ବିଭିନ୍ନ ଦାବିକୁ ନେଇ ପ୍ରଦେଶ କଂଗ୍ରେସର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରାଯାଇଛି। “ସଂକୀର୍ତ୍ତନ ସତ୍ୟାଗ୍ରହ” ନାମରେ କଂଗ୍ରେସ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି ପ୍ରରିପ୍ରେକ୍ଷୀରେ ଚିଲିକା କଂଗ୍ରେସ ମଧ୍ୟ ଝାଞ୍ଜ ଖୋଳ ବଜାଇ ଶୋଭାଯାତ୍ରା କରିଛି। ଆଜି କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟ ବାଣପୁରରେ ଶୋଭାଯାତ୍ରା କରିଛନ୍ତି। କଂଗ୍ରେସ ନେତ୍ରୀ ମିନାକ୍ଷୀ ସାମନ୍ତରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ରଙ୍କନାଥ ଦେବ ମନ୍ଦିର ଠାରୁ ସଙ୍କୀର୍ତ୍ତନ ରାଲି ଆରମ୍ଭ କରି ବଜାର ପରିକ୍ରମା କରି ପଲଟଣ ପଡିଆ ଚକାଦେବ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସମବେତ କର୍ମୀଙ୍କୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା, ଭକ୍ତ ମାନଙ୍କୁ ଚାରିଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିବା ଏବଂ ଜଗନ୍ନାଥଙ୍କ ଯେଉଁ ଅମୃତ ମଣୋହି ଜମି ବେଦାନ୍ତ…
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଯୋଗ ଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଉପ ଜିଲ୍ଲାପାଳଙ୍କୁ ଏକ ସ୍ଵଜନ୍ୟ ମୂଳକ ସାକ୍ଷାତକାର କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦ, ସମ୍ପାଦକ କନ୍ଦର୍ପ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନ, ଶରତ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ସୁଶାନ୍ତ ନାଗ, ଶଙ୍କର ପୃଷ୍ଟି, ବିଦ୍ୟାଧର ମାଝୀ, ଯଶବନ୍ତ ନାରାୟଣ ସାହୁ, ରଶ୍ମି ରଞ୍ଜନ ଖଡିରତ୍ନ, ଅନିଲ ପୃଷ୍ଟି, ସୁଧିର ସୁନା, ଲିଙ୍ଗରାଜ ପ୍ରଧାନ, ମଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ରଶ୍ମୀରଂଜନ ମହନ୍ତ କହିଲେ ଯେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ସହିତ ବିଭିନ୍ନ ସମସ୍ୟା କୁ ଅତି ଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।
ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି। ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି। ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସାରା ଦେଶ ପାଳୁଛି ‘ଜାତୀୟ ଆଇନ ସେବା ଦିବସ’। ସୂଚନା ମୁତାବକ, ୧୯୯୫ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଗୃହୀତ ହୋଇଥିଲା। ଦେଶବାସୀଙ୍କ ମଧ୍ୟରେ ଆଇନ ସଚେତନତାର ପ୍ରସାର ପାଇଁ ସେବେଠାରୁ ପ୍ରତି ବର୍ଷ ଉକ୍ତ ଦିବସ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସହାୟତା ସମିତି ପକ୍ଷରୁ ସ୍ଥାନୀୟ ଅଦାଲତ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତାଲୁକ ଆଇନ ସହାୟତା ସମିତିର ଅଧ୍ୟକ୍ଷ ତଥା ବାଣପୁର ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେଏମଏଫସି ସ୍ନାତକୀ ଦାସ, ଓକିଲ ସଂଘ ସମ୍ପାଦକ ସୁଧୀର ପ୍ରଧାନ, ଆଇନଜୀବୀ ବିପ୍ଳବ ମୁଦୁଲି, ବିନୋଦ ସ୍ୱାଇଁ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଜାତୀୟ ଆଇନ ସେବା ଦିବସ ସଂପର୍କରେ ଆଲୋକପାତ କରିଥିଲେ। ଦେଶର…
ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାୟୁ ମଣ୍ଡଳର ଉପର ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତା’ ପରବର୍ତ୍ତୀ ଦିନ ଏହା ଲଘୁଚାପର ରୂପ ନେଇପାରେ ବୋଲି ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି। ମିଳିଥିବା ପ୍ରାରମ୍ଭିକ ତଥ୍ୟାନୁଯାୟୀ ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ବେଳେ ଏହା ଦିଗ ପରିବର୍ତନ କରି ନଭମ୍ବେର ୧୬ ସୁଦ୍ଧା ଉତର ଦିଗ ଆଡ଼କୁ ମୁହାଁଇ ପାରେ ବୋଲି ସିଇସି ପକ୍ଷରୁ ଜାରୀ ହୋଇଥିବା ବୁଲେଟିନ୍ କହିଛି। ଏହାର ପ୍ରଭାବରେ ନଭେମ୍ବର ୧୫ ରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହାର ପରବର୍ତ୍ତୀ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗ ଆଡ଼କୁ ମୁହାଁଉଥିବାରୁ…

