ବାଲୁଗାଁ: ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଅଭିଯୁକ୍ତ ଗିରଫ

Published: Nov 9, 2023, 8:10 pm IST

ବାଲୁଗାଁ: ଆଜି ମଧ୍ୟାହ୍ନରେ ବାଲୁଗାଁ ପୋଲିସ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ଟି ବାଇକ ସମେତ ୪ ଅଭିଯୁକ୍ତକୁ ଗିରଫ କରିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାର ପୁର କଲେଜ ନିକଟ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଜୁଆ ଖେଳ ହେଉଥିବା ନେଇ ଖବର ମିଳିବାପରେ ଆଇଆଇସି ଜୟ ପ୍ରକାଶ ପରିଡା ସଦଳବଳେ ସମ୍ପୃକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଜିତେନ୍ଦ୍ର ସୁନ୍ଦରାୟ (୩୪), ବରଜୁ ବେହେରା (୩୩), ସୁବୋଧ ପାଇକରାୟ (୩୨), ପ୍ରସନ୍ନ ରାଉତକୁ (୩୯) ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ବାଇକ ସହ ନଗଦ ୮୫୦୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ୩ ଓପିଜି ଅଧିନିୟମ ଅନୁଯାୟୀ କେଶ ନଂ ୩୧୮/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପରିଡା ସୂଚନା ଦେଇଛନ୍ତି।

Related posts