ନୂଆଦିଲ୍ଲୀ: ପଞ୍ଜାବ, ତାମିଲନାଡୁ ଓ କେରଳ ବିଧାନସଭାରେ ପାରିତ ବିଲକୁ ଅନୁମୋଦନ ଦେବାରୁ ରୋକିବା ପାଇଁ ରାଜ୍ୟପାଳମାନେ ସେମାନଙ୍କ ସାମ୍ବିଧାନିକ ସ୍ଥିତିର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଉଭୟ ପକ୍ଷ ସାମ୍ବିଧାନିକ ଶାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ଖଣ୍ଡପୀଠରେ ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଥିଲେ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ବରିଷ୍ଠ ଆଇନଜୀବୀ ଏଏମ୍ ସିଂଘଭିଙ୍କ ଜରିଆରେ ଦାବି କରିଥିଲେ ଯେ ରାଜ୍ୟପାଳ ଆର୍ଥିକ ବିଲ ସମେତ ୭ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦନ ଦେଉନାହାନ୍ତି। ସିଜେଇ ଛନ୍ଦ୍ରଚୂଡ଼ କହିଛନ୍ତି, ମୋର ଚିନ୍ତା ହେଉଛି ବଜେଟ୍ ଅଧିବେଶନ ଡାକିବା ପାଇଁ ଦଳଗୁଡ଼ିକ କାହିଁକି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ?…
Author: Samikhsya Bureau
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ବ ଗାଁ ସ୍କୁଲ ସାହିରେ ମଧୁ ବେହେରା ନାମ୍ନୀ ଜଣେ ମହିଳା ପରିବାର ଲୋକଙ୍କ ଅନୁପସ୍ଥିତିରେ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ଉକ୍ତ ମହିଳାଙ୍କ ସ୍ବାମୀ ଜଣେ ଦୃଷ୍ଟିହୀନ ବ୍ୟକ୍ତି। ସେ ଉକ୍ତ ଘରେ ରହୁଥିବା ବେଳେ ଦୁଇ ପୁଅ ବାହାରେ କାମ କରୁଛନ୍ତି। ମୃତ ମହିଳା ଜଣକ ଗ୍ରାମର ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭାପତି ଭାବେ କାର୍ଯ୍ୟରତ। କିନ୍ତୁ ରୁଣ ଭାରରେ ବୁଡି ରହିଥିବା ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଦୁଇ ପୁଅ ଘରକୁ ଆସିଛନ୍ତି ଓ କିଛି ଦିନ ତଳେ ପରିବାର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଶୁଣିବାକୁ ମିଳୁଛି। ବର୍ତ୍ତମାନ ପରିସ୍ଥିତିରେ ଦୁଇ ପୁଅ ବାହାରକୁ ଯାଇଥିବା ବେଳେ ମଧୁ ଏହି ଭଳି କାର୍ଯ୍ୟ କରିଛି ଓ ଦୁଇ ପୁଅ ଘରକୁ ଆସି ମାଁ ଏହି…
ଭୁବନେଶ୍ବର: ଉପବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି ବିଧାୟକ ରଜନୀକାନ୍ତ ସିଂ। ହେଲେ ତାଙ୍କର ନିକଟତମ ମହଲରୁ ଯାହା ସୂଚନା ସେଥିରେ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ତେବେ କେବେ ଇସ୍ତଫା ଦେବେ ସେ ନେଇ କିଛି ନିଷ୍ପତି କରି ନ ଥିବାର ଜଣାପଡିଛି। ରଜନୀକାନ୍ତ ସିଂ ଅନୁଗୁଳରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି। କାରଣରେ ଏହା କୁହାଯାଇଛି ଯେ, ସେ ନିଜ ନିର୍ବାଚନ ମଣ୍ଡଳୀରେ ମନୋନିବେଶ କରିବେ। କାରଣ ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସଂଗଠନକୁ ସୁଦୃଢ କରିବେ। ସେ ଉପବାଚସ୍ପତି ପରି ସାମ୍ବିଧାନିକ ପଦବୀରେ ରହି ଦଳୀୟ କାମ କରିବାରେ କଟକଣା ରହୁଛି। ସେଥିପାଇଁ ସେ ଇସ୍ତଫା ଦେଇ ସଂଗଠନ କାମ କରିବେ। ତେବେ ଏ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।
ନୂଆଦିଲ୍ଲୀ: ସିନେମା କେବଳ ମନୋରଞ୍ଜନ ନୁହେଁ; ଏହା ଏକ ଦେଶର ସଂସ୍କୃତି, ଇତିହାସ ଏବଂ ସାମାଜିକ ବିକାଶର ପ୍ରତିଫଳନ। ଭାରତ ଭଳି ବିବିଧ ଓ ସାଂସ୍କୃତିକ ସମୃଦ୍ଧ ଦେଶରେ ସିନେମା ଐତିହ୍ୟ ସଂରକ୍ଷଣର ଗୁରୁତ୍ୱକୁ ଅଣଦେଖା କରାଯାଇ ପାରିବ ନାହିଁ। କିନ୍ତୁ କିମ୍ବଦନ୍ତୀ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ନିର୍ମିତ ଏହି ସିନେମା ରତ୍ନଗୁଡ଼ିକ ମଧ୍ୟରୁ ଅନେକ ଚଳଚ୍ଚିତ୍ର ମୁଦ୍ରଣର ଅବନତି ଏବଂ ଉପଯୁକ୍ତ ସଂରକ୍ଷଣ ଅଭାବରୁ ସମୟ ସହିତ ଏହା ନଷ୍ଟ ହେବାର ଆଶଙ୍କା ରହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନର ଏକ ଅଂଶ ଭାବରେ ପୁରୁଣା କ୍ଲାସିକଗୁଡ଼ିକର ପୁନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ କରିଥିବା ପ୍ରୟାସକୁ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନେ ପ୍ରଶଂସା କରିଛନ୍ତି, ଯେଉଁମାନେ ବିଶ୍ୱ ସିନେମା ଦିବସ ଅବସରରେ ଭାଷଣ ଦେଇ ଭାରତର ପୁନରୁଦ୍ଧାର ହୋଇଥିବା ରତ୍ନ ଦେଖିବାର ଅଭିଜ୍ଞତା ବଖାଣିଥିଲେ ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।…
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆଜି ଶଙ୍ଖଭବନ ଯାଇ ସେଠାରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର…
ନୂଆଦିଲ୍ଲୀ: କଂଗ୍ରେସ ଉପରେ ସମାଜବାଦୀ ପାର୍ଟି (ଏସ୍ ପି) ମୁଖ୍ୟ ଅଖିଳେଶ ଯାଦବ ରାଗ ଥମିବାର ନାଁ ନେଉନାହିଁ। କଂଗ୍ରେସ ଉପରେ ତାଙ୍କର ଆକ୍ରମଣ ଜାରି ରହିଛି। ତାଙ୍କ ବୟାନରୁ ଜଣାପଡୁଛି ଯେ ବିରୋଧୀ ମେଣ୍ଟ ଆଇଏନଡିଏ ତାଙ୍କ ମନରେ ଆଉ ନାହିଁ। ଏହି ମେଣ୍ଟରେ ଉଭୟ କଂଗ୍ରେସ ଓ ଏସପି ସାମିଲ ଅଛନ୍ତି। ଅଖିଳେଶଙ୍କ ବୟାନ ଆଇଏନଡିଆଇଏ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମେଣ୍ଟ ହେବା ପୂର୍ବରୁ ଏହା ଭାଙ୍ଗି ଯାଉଥିବା ପରି ମନେହେଉଛି। ରବିବାର ସେ କଂଗ୍ରେସକୁ ଏକ ମଧ୍ୟମବାଦୀ ଦଳ ବୋଲି ବର୍ଣ୍ଣନା କରିଥିଲେ। ସୋମବାର ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ରାଲିରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ସହ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଥିଲେ। ଉଭୟ ଦଳର ସରକାର ରାଜ୍ୟରେ ଦୁର୍ନୀତି ଓ ଲୁଟରେ ଲିପ୍ତ ଅଛନ୍ତି ବୋଲି ସେ ଦାବି କରିଛନ୍ତି। କିଛିଦିନ ହେବ ସପା ମୁଖିଆ କଂଗ୍ରେସ ଉପରେ ଅଧିକ…
ଭୋପାଳ: ଆସନ ବଣ୍ଟନ ଓ ବିଦ୍ୱେଶପୂର୍ଣ୍ଣ ବୟାନକୁ ନେଇ ଅଖିଳେଶ ଯାଦବ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଅନ୍ୟପକ୍ଷରେ ମାୟାବତୀ ମଧ୍ୟପ୍ରଦେଶରେ ନିଜର ନିର୍ବାଚନୀ ସଭା ଖାତା ଖୋଲିବାମାତ୍ରେ କଂଗ୍ରେସ ଉପରେ ବର୍ଷିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବୁଆ-ବାବୁଆଙ୍କ ମେଣ୍ଟକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦୁଇଦଳ ମଧ୍ୟରେ ସେଭଳି କୌଣସି ମେଣ୍ଟ ହୋଇନାହିଁ। ତେବେ ଉଭୟ ଦଳର ମୁଖ୍ୟ ଅଖିଳେଶ ଯାଦବ ଓ ମାୟାବତୀ ନିଶ୍ଚିତଭାବେ କଂଗ୍ରେସ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ବହୁଜନ ସମାଜ ପାର୍ଟି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସହ ମେଣ୍ଟ କରିଛି। ମଧ୍ୟପ୍ରଦେଶର ଅଶୋକନଗରରେ ନିର୍ବାଚନୀ ରାଲି ଆରମ୍ଭ କରିବାମାତ୍ରେ ମାୟାବତୀ ଜାତିଗତ ଜନଗଣନାକୁ ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସର ବରିଷ୍ଠ ନେତାମାନେ କହୁଛନ୍ତି ଯେ ଅତି ପଛୁଆ ବର୍ଗଙ୍କୁ ସମ୍ପୂର୍ଣ୍ଣ ଫାଇଦା…
ଭୁବନେଶ୍ଵର: ସାଧାରଣ ଜନତା, ବିଶେଷକରି ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଆଉ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ଦେଇ ପୂଜା ଓ ଶୀତ ସମୟରେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଟ୍ରେନ୍ ଗୁଡିକ ହେଉଛି… ପୁରୀ-ପାଟନା ସ୍ୱତନ୍ତ୍ର: 08439/08440 ପୁରୀ-ପାଟନା-ପୁରୀ ସ୍ପେଶାଲ ପୁରୀରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ 02ଘ.55ମି.ରେ ଏବଂ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.45ମି.ରେ ପାଟନା ଠାରୁ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ବର୍ତ୍ତମାନ 30 ଡିସେମ୍ବର, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱର-ଧାନବାଦ୍ ସ୍ୱତନ୍ତ୍ର: 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ବର୍ତ୍ତମାନ 30 ଡିସେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ। ପୁରୀ-ଭଞ୍ଜପୁର ବିଶେଷ: 08011/08012…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଯୋଜନାରେ ବାମ ମୁଖ୍ୟ କେନାଲରୁ ବାହାରିଥିବା ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରାସ୍ତାର ମରାମତି କାର୍ଯ୍ୟ ରାତି ଅଧିଆ କରାଯାଉଥିବା ଦେଖା ଯାଇଛି। ସୋମବାର ସକାଳୁ କ୍ରଶର ଗୁଣ୍ଡ ମିଶା ଗେଟୀ ପକାଇ ଦେବା ପରେ ରୋଲର ବୁଲାଇ ଦିଆ ଯାଇ ଥୁକ ପାଳିଶ କରି ଦେଇଥିବା ଅଭିଯୋଗ ହେଉଛି। ସୋମବାର ରାତି ରେ ପିଚୁ କାମ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇ ସନ୍ଧ୍ୟା ହେବା ପରେ ଅନ୍ଧାର ରାତି ୭ ଟା ସମୟରେ ହାଇୱା ଯୋଗେ ପିଚୁ ଅଣାଯାଇ ଉକ୍ତ ରାସ୍ତାରେ ପିଚୁ କାମ କରାଯାଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଠିକାଦାର ଯେନତେନ ପ୍ରକାରେ ରାତି ଅଧିଆ କାମ ସାରି ଦେବାକୁ ବ୍ୟବସ୍ଥା କରୁଥିବା ପ୍ରକାଶ। ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଠିକାଦାର ଏଭଳି ଭାବେ…
ନୂଆଦିଲ୍ଲୀ: ଭାରତ ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାର ସମୟ ଆସିଛି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଏହା କହିଛନ୍ତି। ସେବେଠାରୁ ସାରା ବିଶ୍ୱରେ ହାମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଆମେରିକା ଓ ଜର୍ମାନୀ ହାମାସକୁ ଆତଙ୍କବାଦୀ ସଂଗଠନଭାବେ ବିବେଚନା କରୁଛନ୍ତି ଏବଂ ଉଭୟ ଦେଶ ଏହାକୁ ନିଷିଦ୍ଧ କରିଛନ୍ତି। ଭାରତରେ ମଧ୍ୟ ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ଏହାକୁ ନିଷିଦ୍ଧ କରିବାକୁ ଦାବି ହେଉଛି। ଏହା ଉପରେ ଭାରତ କହିଛି ଯେ, ସେ ବର୍ତ୍ତମାନ ହମାସକୁ ନିଷିଦ୍ଧ କରିବ ନାହିଁ। ଗୃହ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହମାସ ବର୍ତ୍ତମାନ ଭାରତରେ ସକ୍ରିୟ ନାହିଁ, ତେଣୁ ଏହାକୁ ନିଷିଦ୍ଧ କରିବାର ପ୍ରଶ୍ନ ଉଠୁନାହିଁ। ଯଦି ସରକାର ଏପରି କରନ୍ତି ତେବେ ଏହା ଆରବ ଦେଶଗୁଡ଼ିକ ସହ ଭାରତର ସମ୍ପର୍କକୁ ଖରାପ କରିପାରେ।…
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି। ସେ ଭୋର ୩ ଟା ୨୫ ମିନିଟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ଶ୍ରୀ ମହାନ୍ତି ଓଡିଶା ରାଜନୀତିରେ ଜଣେ ପରିଚିତ ନେତା। ସେ ପୁରୀରୁ ୫ ଥର ଲଗାତର ବିଧାୟକ ଭାବେ ଜିତିଆସିଛନ୍ତି। ସେ ୧୯୯୫ ରୁ ୨୦୧୯ ପର୍ଯ୍ୟନ୍ତ ଧାରାବାହିକ ଭାବେ ପୁରୀ ବିଧାୟକ ଥିଲେ। ସେ ରାଜସ୍ବ, ପର୍ଯ୍ୟଟନ, ପଞ୍ଚାୟତିରାଜ ପରି ବିଭାଗର ମନ୍ତ୍ରୀ ଥିଲେ। ସେ ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ: ଭାରତୀୟ ଦଣ୍ଡ ବିଧି (ଆଇପିସି), କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ଏବଂ ପ୍ରମାଣ ଆଇନ ବଦଳରେ ତିନୋଟି ବିଲ୍ ଉପରେ ଗୃହ ମନ୍ତ୍ରାଳୟର ସଂସଦୀୟ କମିଟିରେ ରିପୋର୍ଟ ଗ୍ରହଣ କରାଯାଇଛି। ଏହା ସହ ବିରୋଧୀ ସଦସ୍ୟମାନେ ମଧ୍ୟ ନିଜର ଅସନ୍ତୋଷପୂର୍ଣ୍ଣ ନୋଟ୍ ଦାଖଲ କରିଛନ୍ତି। ଅକ୍ଟୋବର ୨୭ରେ ଅନୁଷ୍ଠିତ ବୈଠକରେ କମିଟି ଡ୍ରାଫ୍ଟ ରିପୋର୍ଟକୁ ଗ୍ରହଣ କରି ନ ଥିଲା। କିଛି ବିରୋଧୀ ସଦସ୍ୟ ଏହି ଡ୍ରାଫ୍ଟ ପଢ଼ିବା ପାଇଁ ଅଧିକ ସମୟ ମାଗିଥିଲେ। କମିଟି ସେମାନଙ୍କ ଦାବିକୁ ଗ୍ରହଣ କରିଛି। ସୋମବାର ନଭେମ୍ବର ୬ ତାରିଖ ବୈଠକରେ ଏହି ବିଲଗୁଡ଼ିକୁ ଅନୁମୋଦନ ମିଳିଛି। ବିଲ ପଢ଼ିବା ପାଇଁ ବିରୋଧୀ ସମୟ ମାଗିଥିଲେ ଏହା ପୂର୍ବରୁ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ସମେତ ବିରୋଧୀ ସଦସ୍ୟମାନେ କମିଟି ଅଧ୍ୟକ୍ଷ ବ୍ରିଜ ଲାଲଙ୍କୁ ଏହି ଡ୍ରାଫ୍ଟ ଉପରେ ନିଷ୍ପତ୍ତି ନେବା ପାଇଁ ଦିଆଯାଇଥିବା ସମୟକୁ ୩ ମାସ ବୃଦ୍ଧି କରିବାକୁ ଅନୁରୋଧ…
ଇସ୍ରାଇଲ ଯୁଦ୍ଧ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧ ପରେ ଇସ୍ରାଏଲ ଗାଜା ଉପତ୍ୟକା ଉପରେ ବୋମା ଫିଙ୍ଗୁଛି। ଇତିମଧ୍ୟରେ ଇସ୍ରାଏଲ ତୁରନ୍ତ ଭାରତଠାରୁ ଏକ ଲକ୍ଷ ଶ୍ରମିକଙ୍କୁ ଦାବି କରିଛି। ଭଏସ୍ ଅଫ୍ ଆମେରିକା ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ନିର୍ମାଣ କମ୍ପାନିଗୁଡ଼ିକ ୯୦,୦୦୦ରୁ ଅଧିକ ପାଲେଷ୍ଟାଇନଙ୍କ ସ୍ଥାନରେ ୧,୦୦,୦୦୦ ଭାରତୀୟ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ସରକାରଙ୍କଠାରୁ ଅନୁମତି ମାଗିଛନ୍ତି। ଅକ୍ଟୋବର ୭ରେ ହାମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ପାଲେଷ୍ଟାଇନର ୱାର୍କ ପରମିଟ୍ ପ୍ରତ୍ୟାହାର କରାଯାଇଛି। ଇସ୍ରାଏଲରେ ନିର୍ମାଣ କମ୍ପାନୀଗୁଡ଼ିକ ପାରମ୍ପରିକ ଭାବରେ ପାଲେଷ୍ଟାଇନ୍ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଆସୁଛନ୍ତି। ଅକ୍ଟୋବର ୭ରେ ଆକ୍ରମଣ ପରେ ଏହି ଲୋକଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ଏହି କାରଣରୁ ଇସ୍ରାଏଲରେ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କିଛିଦିନ ତଳେ ଲଗାତାର ନିର୍ମାଣ କରାଯାଉଥିବା କୋଠାଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ଯେଉଁମାନେ ଘର କିଣିଛନ୍ତି…
ନୂଆଦିଲ୍ଲୀ: ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ କେନ୍ଦ୍ର ସରକାର ‘ଭାରତ ଅଟା’ ଯୋଗାଇ ଦେବେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ୧୦ କେଜି ଓ ୩୦ କେଜି ପ୍ୟାକରେ ଉପଲବ୍ଧ ହେବ। ଏହି ଅଟା ସାରାଦେଶରେ ୨ ହଜାର ଆଉଟଲେଟରେ ଉପଲବ୍ଧ ହେବ। ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍), ସଫଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ। ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଦେଶରେ…
ନୂଆଦିଲ୍ଲୀ: କାନାଡା ପରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସଏଫଜେ) ଆସନ୍ତା ବର୍ଷ ଜାନୁଆରି ୨୮ରୁ ଆରମ୍ଭ ହେବାକୁ ଥିବା ଖାଲିସ୍ତାନ ଜନମତର ଆମେରିକା ପର୍ଯ୍ୟାୟ ଘୋଷଣା କରିଛି। ରବିବାର କାଲିଫର୍ଣ୍ଣିଆର ୟୁବା ସିଟିରେ ଆୟୋଜିତ ୪୪ତମ ବାର୍ଷିକ ଶିଖ୍ ପ୍ୟାରେଡରେ ଏସଏଫଜେ ଏହି ଘୋଷଣା କରିଛି। ୧୯୮୬ ମସିହାରେ ଶିଖ୍ ବିଚ୍ଛିନ୍ନତାବାଦୀ ସୁଖଦେବ ସିଂହ ଏବଂ ହରଜିନ୍ଦର ସିଂହ ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ଏଏସ୍ ଙ୍କ ହତ୍ୟା ମାମଲାରେ ଏହା ପ୍ରତିଷ୍ଠା କରିଥିଲେ। ବୈଦ୍ୟଙ୍କ ହତ୍ୟାକୁ ନେଇ ସେମାନେ ଏକ ଟ୍ୟାବ୍ଲୋ ସହ ‘ଆମେରିକା ଭୋଟ୍’ ଘୋଷଣା କରିଥିଲେ। ଏହା ପୂର୍ବରୁ ଅକ୍ଟୋବର ମାସରେ ଏସଏଫଜେ କାନାଡାରେ ଏକ ଗଣମତ ଆୟୋଜନ କରିଥିଲା। ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ! ଏସଏଫଜେ ସହ ଜଡ଼ିତ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏକ ବିବୃତିରେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ଏବଂ ଜେନେରାଲ ବୈଦ୍ୟଙ୍କୁ ହତ୍ୟା କରି…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର-ଜନମତ ନେବାକୁ ୪ ସପ୍ତାହ ଦରକାର ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ ବଣ୍ଟନ ଯୋଜନା ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି। ଏଥିସହ ସାଧାରଣ ଲୋକଙ୍କ ମତାମତ ନେବା ପାଇଁ କୋର୍ଟଙ୍କୁ ୪ ସପ୍ତାହ ସମୟ ମାଗିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ ପ୍ରକ୍ରିୟା ସମାନ ହେବା ଉଚିତ। ଦେଶର ସମସ୍ତ ସରକାରୀ ଓ ଆବାସିକ ବିଦ୍ୟାଳୟରେ ବାଳିକାଙ୍କ ସଂଖ୍ୟା ଅନୁପାତରେ ଶୌଚାଳୟ ନିର୍ମାଣ ପାଇଁ ଏକ ଜାତୀୟ ମଡେଲ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୦ ତାରିଖରେ ଶୁଣାଣିବେଳେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ସମାନ ନୀତି ପ୍ରସ୍ତୁତ କରିବାକୁ କହିଥିଲେ। ଏଥିପାଇଁ କୋର୍ଟ…
ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନ୍ଲାଇନ୍ ପଂଜୀକରଣ ପ୍ରକି୍ରୟା ଗତ ୦୧/୧୧/୨୦୨୩ଠାରୁ ଆରମ୍ଭ ହୋଇଯାଇଅଛି। ରାଜ୍ୟରେ ଥିବା ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ www.oav.edu.in ରେ ନାମ ପଂଜୀକରଣ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନାମ ପଂଜୀକରଣ ଶେଷ ତାରିଖ ୨୦ ନଭେମ୍ବରକୁ ଧାର୍ଯ୍ୟ କରାଯାଇଅଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୧୫/୦୧/୨୦୨୪ ସୁଦ୍ଧା କରାଯିବା ପାଇଁ ଧାର୍ଯ୍ୟ କରାଯାଇଅଛି। ପଂଜୀକରଣ ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସୂଚନା ପୁସ୍ତିକା ସମସ୍ତ ଜିଲ୍ଲା ଓ ବ୍ଲକ୍ର ପଦାଧିକାରୀଙ୍କୁ ପ୍ରେରଣ କରାଯାଇଛି। ଉପରୋକ୍ତ ସମସ୍ତ ବିଦ୍ୟାଳୟରେ ୫୦% ସ୍ଥାନ ଛାତ୍ରୀମାନଙ୍କ ନିମନ୍ତେ…
ମେଷ: – ଆଜି ଯୁଦ୍ଧଠାରୁ ଦୂରରେ ରହିବା ଉଚିତ୍ । ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ: – ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ । ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି; ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ର ରାଷ୍ଟ୍ରପତିଡକ୍ଟର ସୟଦ ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହାମାସ ସଂଘର୍ଷ ଉପରେ ମତ ବିନିମୟ କରିଥିଲେ। ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ। ରାଷ୍ଟ୍ରପତି ରାଇସି ପରିସ୍ଥିତିର ସମୀକ୍ଷା କରିଥିଲେ। ଉତ୍ତେଜନାକୁ ରୋକିବା, ନିରନ୍ତର ମାନବିକ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ। ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିର ସମୀକ୍ଷା ଓ ସକାରାତ୍ମକ ଆକଳନ ମଧ୍ୟ ନେତାମାନେ କରିଥିଲେ। ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଇରାନର ଚାବାହାର ବନ୍ଦରଉପରେ ଦିଆଯାଇଥିବା ଗୁରୁତ୍ୱ ଏବଂ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛନ୍ତି। ବଡ଼ବଜାର ପୋଲିସ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିରେ ବାଣ ଚାଲାଣ ବେଳେ ୯ ପେଟି ବାଣ ସହ ଏକ ଅଟୋ ରିକ୍ସା ଜବତ କରିବା ସହ ରବି ଯେନା ନାମରେ ଜଣେ ବ୍ୟବସାୟୀ କୁ ଗିରଫ କରିବା ପରେ ପାଣିଗ୍ରାହୀପେଣ୍ଠ ଚୈତନ୍ୟ ନଗର ରେ ଏକ ଗୋଦାମରେ ଚଢ଼ାଉ କରି ବାଣ ଜବତ କରିଛନ୍ତି ଓ ସଦର ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ର ଶିବ ସାହୁ ନାମକ ଜଣେ ଯୁବକ କୁ ଗିରଫ କରିଛନ୍ତି। ଏତଦବ୍ୟତୀତ ରାଜାମ୍ ସାହିର ପିତାମ୍ବର ସେଠୀ ଓ ପଣ୍ଡିତ ସାହିର ଏମ୍ ସତ୍ୟନାରାୟଣ ପ୍ରମୁଖ ଙ୍କୁ ଅଟକ ରଖି ବିପୁଳ ପରିମାଣର ବାଣ ଜବତ କରିବା ସହ ଉକ୍ତ ସମସ୍ତ ବ୍ୟବସାୟୀ ମାନଙ୍କୁ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ…

