Author: Samikhsya Bureau

ବାଣପୁର (ସୀତାରାମ ଅଗ୍ରୱାଲ): ସନ୍ଧ୍ୟାରେ ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ଅନାମ ମୁଦୁଲିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ପ୍ରକାଶ ଥାଉକି ଅନାମ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ସେହି ବିଲ ପାଖରେ ହିଁ ଅନାମ ଟଳିପଡିଥିଲେ। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଗମ୍ଭାରୀମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନାମଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ବିକ୍ରି ହେଉଥିବା ଖବର ଦୁଇ ଦିନ ତଳେ ‘ସମୀକ୍ଷା’ରେ ପ୍ରକାଶ ପାଇଥିଲା। ଯାହା ପରେ ଖୋର୍ଦ୍ଧା ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ସହରାଞ୍ଚଳର ବିଭିନ୍ନ ସୋଡ଼ା ବୋତଲ ଡିଷ୍ଟ୍ରିବ୍ୟୁଟର ଏବଂ ଦୋକାନ ମାନଙ୍କରେ ଚଢ଼ାଉ କରିଥିଲେ। ଉକ୍ତ ସମୟରେ ଶ୍ରୀ ବଳ ଡିଷ୍ଟ୍ରିବ୍ୟୁଟର ମାନଙ୍କର ଲାଇସେନ୍ସ ଏବଂ ସୋଡ଼ା କମ୍ପାନୀର ଲାଇସେନ୍ସ ତଦାରଖ କରିଥିଲେ। ଏହାପରେ ଉକ୍ତ ସୋଡ଼ା ବୋତଲ ଗୁଡିକ ମିଳୁଥିବା ବିଭିନ୍ନ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଯେଉଁ ଦୋକାନୀଙ୍କ ସୋଡ଼ା ବିକ୍ରି ପାଇଁ ଫୁଡ ଲାଇସେନ୍ସ ନାହିଁ ସେମାନଙ୍କୁ ତାଗିଦ କରାଯାଇଥିଲା। ଅନୁରୂପ ଭାବେ ବିଭିନ୍ନ ସୋଡ଼ା ବୋତଲକୁ ମଧ୍ୟ ପରୀକ୍ଷା ପାଇଁ ନିଆଯାଇଥିବା ଜଣାପଡିଛି। ତେବେ ଉକ୍ତ ଚଢ଼ାଉ ଦ୍ୱାରା ବିଭିନ୍ନ ଦୋକାନୀ ଓ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି ଡିଗ୍ରୀ ପ୍ରଦାନ କରାଯାଇଛି। ଆଇଏଏସ୍‌ର ୨୦୨୦, ୨୦୨୧ ଓ ୨୦୨୨ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୧ ଏବଂ ୨୦୨୨ ବ୍ୟାଚର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀଗଣ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ। ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଶୁଭେଚ୍ଛା ଜଣାଇଥିଲେ। କୋଭିଡ ମହାମାରୀ ସମୟରେ ଏହି ଛାତ୍ରଛାତ୍ରୀମାନେ ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜର ଶିକ୍ଷା ଉତମ ଭାବେ ସମାପ୍ତ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବାରୁ ସୋଆର ମାନ ଉଚ୍ଚକୁ…

Read More

ରଣପୁର: ଶିକ୍ଷା ବିଭାଗର ନିର୍ଦ୍ଦେଶରେ ସାରା ଓଡିଶାର ବିଭିନ୍ନ କ୍ଲଷ୍ଟରରେ “ଆମ ସଂସ୍କୃତି ଆମ ଖେଳଣା” କର୍ମଶାଳା ଉଦଘାଟିତ ହୋଇ ଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଦୁଇ ଦିନ ଚାଲୁ ରହିବ। ଏହି ପରିପ୍ରେକ୍ଷୀରେ ରଣପୁର ଶିକ୍ଷା ବ୍ଲକ ନରସିଂହପୁର କ୍ଲଷ୍ଟରରେ ଏହି କର୍ମଶାଳା ମଧ୍ୟ ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ମୁଖ୍ୟ ବକ୍ତା ଭାବେ ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ତଥା ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ବ୍ରଜ ରଣସିଂହ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାରର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝାଇ…

Read More

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହୋଇଥିବା ପିଆଇଏଲ ର ଶୁଣାଣି କରି ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ରାୟ ଦେଇଛନ୍ତି। ତେବେ କୋର୍ଟ କହିଛନ୍ତି ଯେ, ଏହି ନିଷ୍ପତି ଉପରେ ସରକାର ଏକ କମିଟ ଗଠନ କରନ୍ତୁ। ଏଥିରେ ସେବାୟତ ଇଂଜିନିୟରଙ୍କୁ ନିଆଯାଇ ନିଷ୍ପତି ଗ୍ରହଣ କରାଯାଉ। ତେବେ ପ୍ରଥମେ ରତ୍ନଭଣ୍ଡାରର ମରାମତି କାମ କରାଯାଉ। ଏହି କମିଟ ମରାମତି କାମକୁ ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ଦୁଇମାସ ମଧ୍ୟରେ ଏହି କମିଟ ଗଠନ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Read More

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ୧୫ ନମ୍ବର ରାଜ୍ୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛନ୍ଦା ରୋମିତ୍ ଗ୍ରାମର ଜିତେନ୍ ପାଲ (୫୨), ଅନ୍ୟ ଜଣେ ପାଟୁଲିପଙ୍କ ଗ୍ରାମର ପ୍ରଭାକର ଭୋଳ(୫୬)। ସୂଚନା ମୁତାବକ, କଟକ ପାରାଦ୍ଵୀପ ରାଜ୍ୟ ରାଜପଥରେ ଗୁରୁବାର ସକାଳ ୭ ଟାରେ ଏକ ବାଇକ ନମ୍ବର୍ (ଓଡି – ୨୧ -୩୦୩୧)ରେ ଜିତେନ ଓ ସହଯୋଗୀ ପ୍ରଭାକର ପୁରୀରୁ କାଳିଆ ଦର୍ଶନ କରି ଫେରୁଥିଲେ। ଏତିକି ବେଳେ ରାଜ୍ୟ ରାଜପଥ ର ପନ୍ଦର ନମ୍ବର ଠାରେ ପାରାଦ୍ଵୀପ ଆଡୁ ଆସୁଥିବା ଏକ ଟ୍ରକ୍ ଓଡ଼ି – ୨୧ – ଏଲ୍- ୯୮୦୯ ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ ଆରୋହୀ ଟ୍ରକର ଚକା ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଦୁଇ ବାଇକ୍…

Read More

କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ବାଲିତୁଠ ବଜାରରେ ବୁଧବାର ଦିନ ୩ ଜଣ ବ୍ୟକ୍ତି ଫାରସା ବୁଲାଇ ଆତଙ୍କ ସୃଷ୍ଟି କରିବା ସହିତ ସେହି ଗ୍ରାମର ପ୍ରକାଶ ମଲ୍ଲିକକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ପ୍ରକାଶ ଥାନାରେ ଲିଖିତ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲିତୁଠ ପଞ୍ଚାୟତ ବଡ଼ବୁଦା ଗ୍ରାମ ସନ୍ତୋଷ ସେଠୀ, ନିଶାକର ମହାପାତ୍ର।ଫେରାର ହୋଇଯାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁଶିଲ ବେହେରା। ଏମାନଙ୍କ ଠାରୁ ଏକ ମଟରସାଇକେଲ ଓ ଫାରସା ପୋଲିସ ଜବତ୍ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି। ଘଟଣାରୁ ପ୍ରକାଶ, ଏହି ଥାନା ଅଧୀନ ବଡବୁଦା ଗ୍ରାମର ସନ୍ତୋଷ ସେଠୀ ଓ ସୁଶୀଲ ବେହେରାଙ୍କୁ   ସେହି ଗ୍ରାମର ନିଶାକର ମହାପାତ୍ର ମଦ୍ୟ ପାନ କରାଇ ତା ଓଡି-୨୧ ଏନ୍…

Read More

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ବିଲ୍ ୨୦ ସେପ୍ଟେମ୍ବରରେ ଲୋକସଭାରେ ଏବଂ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା। ସଂସଦର ଉଭୟ ଗୃହ ଦ୍ଵାରା କୌଣସି ବିଲ୍ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଏ, ଯାହା ଦ୍ଵାରା ଏହା ଆଇନରେ ପରିଣତ ହୋଇପାରିବ। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ମହିଳାମାନେ ଲୋକସଭା ତଥା ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ। ସଂସଦରେ ଏହି ବିଲ୍ ପାରିତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନକାରୀ ବିପ୍ଳବ ହେବ।

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଓଡିଶା ସରକାରଙ୍କ ହାଉସ ଆଣ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନା ର ଆୟୋଜିତ ହେଇଥିଲା। ଏହି ସଭାରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଭାଇସ ଚେୟାରମ୍ୟାନ ଭଗବାନ ପ୍ରଧାନ, ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ଜୟନ୍ତ ସ୍ୱାଇଁ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି, ଅନିତା ସ୍ୱାଇଁ ଏବଂ ଏନଏସି ର ଅନ୍ୟ କାଉନସିଲର, ସମସ୍ତ ସଦସ୍ୟ, ସଫେଇ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତ ସଫେଇ କର୍ମଚାରୀଙ୍କ ଦ୍ୱାରା ବାଲୁଗାଁ ଏନଏସି ଆଜି ସ୍ୱଚ୍ଛ ଓ ସୁନ୍ଦରରେ ପରିଣତ ହେଈଛି। ସମସ୍ତ ସଫେଇ କର୍ମଚାରୀ ଙ୍କୁ ଧନ୍ୟବାଦ ଦେବା ସହ ବାଲୁଗାଁ ଏନଏସି ଆଗକୁ କିପରି ଅଧିକ ସ୍ୱଚ୍ଛ ଓ ସୁନ୍ଦର ହେଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।

Read More

ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଅଚାନକ ଓ.ଏଲ୍.ଆଇ.ସି. କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ କାର୍ଯ୍ୟରତ ମୋଟ ଯନ୍ତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଯାଞ୍ଚ କରିବା ସହ ପ୍ରକୃତ ଉପସ୍ଥିତି ଓ କ୍ଷେତ୍ର ପରିଦର୍ଶନରେ ଯାଇଥିବା କର୍ମଚାରୀଙ୍କ ସମ୍ପର୍କରେ ଅବଗତ ହୋଇଥିଲେ। ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନର  କାର୍ଯ୍ୟ ତଦାରଖ ଓ ସମୀକ୍ଷା କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସେଥିରୁ କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ଅବଗତ ହୋଇଥିଲେ। ଜିଲ୍ଲାରେ ଥିବା  ଉଠା ଜଳସେଚନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ପୂର୍ବକ  କୃଷି ଉତ୍ପାଦନ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ। ଡିଭିଜନର ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ  କେନ୍ଦ୍ରାପଡା ଏଲ୍.ଆଇ ଡିଭିଜନ ଏବଂ ସବ୍ ଡିଭିଜନ ପୁରୁଣା କୋଠାର ନବୀକରଣ, ଅନୁମୋଦିତ ରାଜ୍ୟ ଯୋଜନା ଅନୁସାରେ ଜିଲ୍ଲାରେ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଖାଦ୍ୟ ନଷ୍ଟ ହେବା ଉଚିତ୍ ନୁହେଁ, ଏହା ସତ। କିନ୍ତୁ ବାସୀ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଆପଣଙ୍କୁ ଗୁରୁତର ସମସ୍ୟା ଦେଇପାରେ। ବାସୀ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ଗରମ କରିବା ଏବଂ ଖାଇବା ଉଚିତ୍ ନୁହେଁ। ୧- ଅଣ୍ଡା: ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ ଯଦି ଅଣ୍ଡା ରାନ୍ଧିବା ପରେ କିଛି ସମୟ ପର୍ଯ୍ୟନ୍ତ ଖାଆନ୍ତି ନାହିଁ, ତେବେ ଏହା କେବଳ ଏହାର ସ୍ୱାଦରେ ପରିବର୍ତ୍ତନ ଆଣେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ତେଣୁ, ରାନ୍ଧିବା ପରେ ତୁରନ୍ତ ଅଣ୍ଡା ଖାଇବା ଭଲ। ୨- ଆଳୁ: ଅନେକ ଲୋକ ଆଳୁକୁ ଫୁଟାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିଦିଅନ୍ତି। କିନ୍ତୁ ଏହା କ୍ଷତିକାରକ ହୋଇପାରେ। ଯଦି ଆପଣ…

Read More

ଜୀବନଶୈଳୀ: ଏଭଳି ଏକ ସମୟ ଥିଲା ଯେତେବେଳେ ହୃଦଘାତ କିମ୍ବା ହୃଦରୋଗ ବୟସ ସହିତ ଜଡିତ ଥିଲା। ସାଧାରଣତଃ ହୃଦଘାତ କିମ୍ବା ହୃଦ୍ ସମ୍ବନ୍ଧୀୟ ଅନ୍ୟାନ୍ୟ ରୋଗ କେବଳ ଗୋଟିଏ ବୟସ ପରେ ଆସେ। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ବର୍ତ୍ତମାନ ଯୁବକମାନଙ୍କଠାରେ ହୃଦୟ ସମସ୍ୟା ମଧ୍ୟ ଦେଖାଯାଉଛି। ଗତକାଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପଛର କାରଣ ବୋଲି ମଧ୍ୟ କୁହାଯାଇଛି। ଯୁବକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭାବ କେଉଁଠାରେ ଅଛି? ଏହାର କାରଣ କ’ଣ?: ବିଶେଷଜ୍ଞଙ୍କ ଅନୁଯାୟୀ, ଯୁବକମାନଙ୍କ ହୃଦଘାତର ମୁଖ୍ୟ କାରଣ ହେଉଛି ସେମାନଙ୍କର ଜୀବନଶୈଳୀ। ଏଥିରେ ମଧ୍ୟ ଧୂମପାନ, ମଦ୍ୟପାନ ଏବଂ ଚାପର ଏକ ପ୍ରମୁଖ ଭୂମିକା ରହିଛି। ସେମାନଙ୍କ ଜୀବନଶୈଳୀ ପ୍ରତି ଅସାବଧାନତା ମନୋଭାବ ବେଳେବେଳେ ଯୁବକମାନଙ୍କ ପାଇଁ ମହଙ୍ଗା ହୋଇଯାଏ। ଅଧିକାଂଶ ନୂତନ ପିଢୀ ଅଳ୍ପ ବୟସରେ ହୃଦରୋଗ ବିଷୟରେ ଅବଗତ ନୁହଁନ୍ତି। ବେଳେବେଳେ ସାମାନ୍ୟ ଲକ୍ଷଣ ଦେଖାଯାଏ, ସେହି ଲକ୍ଷଣଗୁଡିକର କାରଣ…

Read More

ନୂଆଦିଲ୍ଲୀ: ଭାରତର ବହୁ ଚର୍ଚ୍ଚିତ ଆତଙ୍କବାଦୀ ହାଫିଜ ସଇଦଙ୍କ ପୁଅ କମାଲୁଦ୍ଦିନ ସଇଦ ମଙ୍ଗଳବାର ଠାରୁ ନିଖୋଜ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମାଲୁଦ୍ଦିନ ସଇଦ ପେଶୱାରରେ ଏକ କାରରୁ ଦୁର୍ବୃତ୍ତମାନଙ୍କ ଦ୍ୱାରା ଅପହରଣ ହୋଇଥିଲେ। ଅନେକ ପାକିସ୍ତାନୀ ସାମ୍ବାଦିକ ଦାବି କରିଛନ୍ତି ଯେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ତାଙ୍କୁ ଖୋଜିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ, କୁହାଯାଉଛି ଯେ ହାଫିଜ ତାଙ୍କ ପୁଅର ନିଖୋଜ ବିଷୟରେ ଜାଣିବା ଦିନଠାରୁ କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ହୋଇଛି। ହାଫିଜ ସଇଦ ଜଣେ ପାକିସ୍ତାନୀ ନାଗରିକ ଏବଂ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ। ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ ଘୋଷିତ କରାଯାଇଛି ଏବଂ ବର୍ତ୍ତମାନ ପାକିସ୍ତାନର ଏକ ଜେଲରେ ରଖାଯାଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ, ଭାରତ, ଆମେରିକା, ୟୁରୋପୀୟ ୟୁନିଅନ୍, ଅଷ୍ଟ୍ରେଲିଆ ଏବଂ ଋଷ ଦ୍ଵାରା ଆତଙ୍କବାଦୀ ସଂଗଠନ ଘୋଷିତ ହୋଇଥିବା ପାକିସ୍ତାନ ଭିତ୍ତିକ…

Read More

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ପାକିସ୍ତାନୀ ଖବରକାଗଜ ଡନ୍ ଦେଇଛି। ପୋଲିସ ସୂଚନା ଅନୁଯାୟୀ, ବଲୁଚିସ୍ତାନର ମାସ୍ତୁଙ୍ଗର ଅଲ ଫଲାହ ରୋଡରେ ଅବସ୍ଥିତ ମଦିନା ମସଜିଦ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଇଦ୍ ମିଲାଦ-ଉନ୍-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ବିସ୍ଫୋରଣ ଘଟିଥିଲା।

Read More

ସ୍ୱାସ୍ଥ୍ୟ ଟିପ୍ସ: ଛତୁକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। କିନ୍ତୁ ଛତୁ ଖାଇବା ଦ୍ୱାରା ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନ୍ୟ ପଟେ, ପ୍ରତିଦିନ ଛତୁ ଖାଇବା ଦ୍ୱାରା ବିପି ଏବଂ ହୃଦୟ ସମ୍ବନ୍ଧୀୟ ରୋଗରେ ମଧ୍ୟ ଲାଭ ହୋଇଥାଏ। ଭିଟାମିନ୍ ବି, ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଛତୁରେ ମିଳିଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଛତୁ ଖାଇବାର ଲାଭ କ’ଣ? ମୋଟାପଣକୁ ଦୂରଇ ରଖେ– ଯଦି ଆପଣ ଆପଣଙ୍କର ମୋଟାପଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି ଏବଂ ଆପଣଙ୍କ ମୋଟାପଣରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ଛତୁ ଖାଇପାରିବେ। ଏହାର କାରଣ ହେଉଛି ଛତୁରେ ଥିବା ଲୀନ ପ୍ରୋଟିନ୍ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ହୃଦ୍ ରୋଗରୁ ରକ୍ଷା ମିଳେ- ଛତୁରେ ଅନେକ ଏନଜାଇମ୍ ଏବଂ ଫାଇବର ଥାଏ, ଯାହା ଅଧିକ ପୋଷକ ତତ୍ତ୍ୱ ଅଟେ। ଯେଉଁଥିପାଇଁ ବ୍ୟକ୍ତିର…

Read More

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି। ୨୪ ଘଣ୍ଟା ମଧ୍ୟରେ ଗଡିଲା ଦୁଇ ଦୁଇ ଟି ମୁଣ୍ଡ! ପୋଲିସର ଢିଲା ପଣିଆର ସୁଯୋଗ ନେଇ ଅପରାଧୀ ମାନେ ପୁଣି ଥରେ ସକ୍ରିୟ ହେବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗତ କାଲି ରାତିରେ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନୀଲ ନାହାକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ସେପଟେ ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ବାରୀଗୁଡା ଗାଁ ର ଶେଷ ମୁଣ୍ଡରେ ଅନିଲ ମହାନ୍ତି ଓରଫ କୋକୋଙ୍କୁ ଅଜି ସଖାଲେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି ଅନିଲ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ଗତ କିଛି ମାସ ଧରି…

Read More

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ବିବିସି ଉର୍ଦ୍ଦୁ ଦ୍ୱାରା ଦିଆଯାଇଛି। ବିବିସି ଉର୍ଦ୍ଦୁ ପୋଲିସର ଉଦ୍ଧେଶ୍ୟରେ କହିଛି ଯେ ବଲୁଚିସ୍ତାନର ମଦିନା ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଇଦ୍ ମିଲାଦ-ଉନ୍-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ଏହା ଘଟିଥିଲା।

Read More

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ବିନିମୟ କରିବାର ସମୟସୀମା ପାଖେଇ ଆସିଛି, ତଥାପି ୨୪,୦୦୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରିନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ଫେରସ୍ତ ପାଇଁ ସମୟସୀମାକୁ ଆହୁରି ବଢାଇବ କି? ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଆରବିଆଇ ୨୦୦୦ ଟଙ୍କା ନୋଟ୍ ବିନିମୟ ପାଇଁ ଶେଷ ତାରିଖକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି ଯେ, ଆରବିଆଇ ସମୟସୀମା ବୃଦ୍ଧି କରିବାକୁ ଚିନ୍ତା କରୁଛି। ଏହି ପ୍ରସଙ୍ଗରେ ଆଲୋଚନା କରି ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସମୟସୀମା ବୃଦ୍ଧି କରିବା ପଛରେ ଅନେକ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଅନେକ ଭାରତୀୟ ବିଦେଶରେ ରୁହନ୍ତି। ଏଭଳି ପରିସ୍ଥିତିରେ, ଏହି NRI ଙ୍କୁ ଆଉ ଏକ ମାସର…

Read More

କଟକ: ଆଜି ସକାଳେ କଟକ ଚୌଧୁରୀ ବଜାରର ଏକ ଶାଢୀ ଦୋକାନରେ ଭୟାବହ ଅଗ୍ନିକାଣ ଘଟିଯାଇଛି। ତିନୋଟି ଦମ କଳ ଲାଗି ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା। ଫଳରେ ହାଇଡ୍ରୋଲିକ ଦମକଳ ସାହାଯ୍ୟରେ ଏହି ନିଆଁକୁ ଆୟତ କରାଯାଇଥିଲା। ଏହି ନିଆଁ ଯୋଗୁଁ ପୁରା ବଜାର ଧୂଆଁମୟ ହୋଇପଡିଥିଲା। ଲୋକମାନେ ଭୟଭିତ ହୋଇପଡିଥିଲେ। ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଚୌଧୁରୀ ବଜାରରେ ଏକ ପାଞ୍ଚ ମହଲା ଦୋକାନର ତଳ ମହଲାରେ ନିଆଁ ଦେଖାଯାଉଥିଲା। ଲୋକେ ଦମକଳକୁ ଫୋନ କରୁକରୁ ନିଆଁ ତୀବ୍ର ବେଗରେ ବ୍ୟାପି ଯାଇଥିଲା। ତୃତୀୟ ମହଲାରେ ଏହି ନିଆଁ ତୀବ୍ର ଆକାରର ଧାରଣ କରିଥିଲା। ସେହି ଦୋକାନରେ କେବଳ ଶାଢୀ ଥିବାରୁ ସେଥିରେ ନିଆଁ ଲାଗି ପୁରା ବଜାରକୁ ଧୂଆଁମୟ କରିଦେଇଥିଲା। ଅଗ୍ନିଶମ ବିଭାଗର ପ୍ରଥମେ ଗୋଟିଏ ଗାଡି ପରେ ଆଉ ଗୋଟିଏ ଗାଡି ଆସି ଏହା ଲିଭାଇବାରେ ନିୟୋଜିତ ହୋଇଥିଲା। ପ୍ରଥମେ କର୍ମଚାରୀମାନେ ନିଶୁଣୀ…

Read More

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପୂର୍ବରୁ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୦ ଟି ଦଳ ୨-୨ ୱାର୍ମ ଅପ୍ ମ୍ୟାଚ୍ ଖେଳିବେ, ଯାହା ଆଜି ଠାରୁ ଆରମ୍ଭ ହେବ। ଗୁଆହାଟୀରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ଏହାର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ସେପ୍ଟେମ୍ବର ୩୦ ତାରିଖରେ ଗୁଆହାଟୀରେ ଖେଳିବ। ଆସନ୍ତୁ ଜାଣିବା କେତେବେଳେ, କେଉଁଠାରେ ଏବଂ କିପରି ଆପଣ ଏହି ୱାର୍ମ ଅପ୍ ମ୍ୟାଚ୍ ଗୁଡିକୁ ମାଗଣାରେ ଲାଇଭ୍ ଦେଖିପାରିବେ। ମ୍ୟାଚ୍ କେବେ ଖେଳାଯିବ?: ଦିନିକିଆ ବିଶ୍ୱକପ୍‌ର ୱାର୍ମ ଅପ୍ ମ୍ୟାଚ୍ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନରେ ତିନୋଟି ମ୍ୟାଚ୍ ଖେଳାଯିବ। ମ୍ୟାଚର ଶେଷ ଦିନ ଅକ୍ଟୋବର ୩ ତାରିଖରେ ହେବ। ଚତୁର୍ଥ ଏବଂ ଶେଷ ଦିନରେ କେବଳ ତିନୋଟି ମ୍ୟାଚ୍ ଖେଳାଯିବ ଏବଂ ବାକି ଦୁଇ ଦିନରେ ୨-୨…

Read More

ଭୁବନେଶ୍ବର: ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଦ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରେ ପରିଣତ ହୋଇ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଏହାଦ୍ବାରା ଆଜିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଜଣାପଡିଛି।

Read More