ନୂଆଦିଲ୍ଲୀ: ୯ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳରେ ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିଶନ ଘରେ ଘରେ ପରିଚିତ ହେଲା। ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ‘ମନ୍ କି ବାତ୍’ର ୧୦୫ତମ ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଯେ ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ସମସ୍ତ ନାଗରିକ ମିଳିତ ଭାବେ ବାପୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପାଇଁ ‘ସ୍ୱଚ୍ଛାଞ୍ଜଳି’ ଭାବେ ପାଳନ କରିବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ଅକ୍ଟୋବର ପହିଲା ଅର୍ଥାତ୍ ରବିବାର ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଆପଣମାନେ ମଧ୍ୟ…
Author: Samikhsya Bureau
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଲାୟନ୍ସ କ୍ଲବ ତରଫରୁ ବିଜିପୁର କାଳୀ ମନ୍ଦିର ଓ ଗୋଷାଣୀ ନୁଆ ଗାଁ ଜଗନ୍ନାଥ ମନ୍ଦିରରେ ନାରାୟଣ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ କିଛି ବେରୋଜଗାରୀ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ କ୍ଲବ ପକ୍ଷରୁ ଖାଦ୍ୟ ଓ ଫଳସହ ଟାୱାଲ୍ ଇତ୍ୟାଦି ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଲାୟନ୍ସ ପି ଧର୍ମା ରାଓ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ ଡେପୁଟି ଗଭର୍ଣ୍ଣର ସରସ୍ବତୀ ପାତ୍ର, କୁମଦିନୀ ଚୌଧୁରୀ, ସୁନୀତା ସାହୁ, ନମିତା ପାଢ଼ୀ, ସବିତା ସାହୁ ଓ ଗୀତାରାଣି ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ନୂଆଦିଲ୍ଲୀ: ଦୁନିଆ ଦ୍ରୁତ ଗତିରେ ଆଗକୁ ବଢୁଛି। ଆଜିର ଯୁଗରେ, ଯଦି ସବୁଠାରୁ ମୂଲ୍ୟବାନ କିଛି ଅଛି, ତେବେ ସମୟ। ଏପରି ପରିସ୍ଥିତିରେ, ଏହାକୁ ବଞ୍ଚାଇବା ପାଇଁ ମଣିଷମାନେ ଏପରି ଯାନ ନିର୍ମାଣ କରୁଛନ୍ତି ଯାହା ଅତି ଦ୍ରୁତ ଅଟେ। ଏହି ପର୍ଯ୍ୟାୟରେ, ଆଜି ଆମେ ଆପଣଙ୍କୁ ଦୁନିଆର ଦ୍ରୁତତମ ଟ୍ରେନ୍ ବିଷୟରେ କହିବୁ। ଏହା ସହିତ, ଆମେ ଆପଣଙ୍କୁ ମଧ୍ୟ କହିବୁ କେଉଁ ଦେଶରେ ଏହି ଟ୍ରେନ୍ ଚଳାଚଳ କରେ ଏବଂ ସେଗୁଡିକ ଏକ ଘଣ୍ଟା ମଧ୍ୟରେ କେତେ ଦୂର ଯାତ୍ରା କରିପାରେ। କେଉଁ ଟ୍ରେନ୍ ଦ୍ରୁତତମ ଅଟେ: ଦୁନିଆର ଦ୍ରୁତତମ ଟ୍ରେନ୍ ହେଉଛି ବୁଲେଟ୍ ଟ୍ରେନ୍। ଏହି ବୁଲେଟ୍ ଟ୍ରେନ୍ ର ନାମ ହେଉଛି ମାଗଲେଭ୍। ଯେତେବେଳେ ଏହି ଚାଇନିଜ୍ ଟ୍ରେନ୍ ଚାଲିବ, ଲାଗୁଛି ଯେପରି ଏହା ବୁଲେଟ୍ ବେଗରେ ଚାଲୁଛି। ଆପଣ ଏହାର ଗତି ଆକଳନ କରିପାରିବେ ଯେ ଏହି ଟ୍ରେନ୍ ଆପଣଙ୍କ ସାମ୍ନାରେ ଅତିକ୍ରମ କରିବ…
ଭୁବନେଶ୍ବର: ଚିଟଫଣ୍ଡ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ସିବିଆଇ ଚାର୍ଯ୍ୟସିଟ ଦାଖଲ କରିଛି। ଫଳରେ ପୁଣିଥରେ ପ୍ରଭାତଙ୍କ ଅଡୁଆ ବଢିବାରେ ଲାଗିଛି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଭାତ। ସେ କହିଛନ୍ତି ଯେ ଏହି ଚାର୍ଯ୍ୟସିଟରେ କୌଣସି ସତ୍ୟତା ନାହିଁ। କୋର୍ଟ ସିବିଆଇକୁ ଦୁଇ ମାସ ମଧ୍ୟରେ ଚାର୍ଯ୍ୟସିଟ ଦାଖଲ କରିବା ପାଇଁ କହିଥିଲା। ହେଲେ ସେମାନେ ଦୁଇ ମାସ ପରେ ଏହା ଦାଖଲ କରୁଛନ୍ତି। ତେବେ ଏହାଦ୍ବାରା ମୋର ରାଜନୈତିକ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପ୍ରଭାତ କହିଛନ୍ତି। କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ମୁଁ ସକ୍ରିୟ ରାଜନୀତିକୁ ଆସିବି ବୋଲି ପ୍ରଭାତ କହିଛନ୍ତି।
ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ‘ଟଙ୍କା ଗଦା ଉପରେ ବସିଥିବା ସାପ’ ସହିତ ତୁଳନା କରିଥିଲେ। ଗର୍ଗ ତାଙ୍କ ପୁସ୍ତକ ‘ଉଈ ଅଲ୍ସୋ ମେକ୍ ପଲିସି’ ରେ ଏହି ଦାବି କରିଛନ୍ତି। ଗର୍ଗ ଲେଖିଛନ୍ତି ଯେ, ଫେବୃଆରୀ ୨୦୧୮ ଆରମ୍ଭରେ ତତ୍କାଳୀନ ଆରବିଆଇ ଗଭର୍ଣ୍ଣରଙ୍କ ପ୍ରତି ନରେନ୍ଦ୍ର ମୋଦୀ ସରକାରଙ୍କ ‘ନିରାଶା’ ବୃଦ୍ଧି ପାଇଥିଲା। ଏକ ମାସ ପରେ ଏହା ଆହୁରି ବୃଦ୍ଧି ପାଇଲା ଯେତେବେଳେ ଉର୍ଜିତ ପଟେଲ ସରକାରଙ୍କୁ ଜାତୀୟକରଣ ବ୍ୟାଙ୍କ ଉପରେ ନିୟାମକ ପ୍ରାଧିକରଣ ତ୍ୟାଗ କରିବାରେ ଅସମର୍ଥ ବୋଲି ଅଭିଯୋଗ କରିଥିଲେ। ଏହି କାରଣରୁ, ତାଙ୍କ ଅନୁଯାୟୀ ଘରୋଇ କ୍ଷେତ୍ର ବ୍ୟାଙ୍କ ତୁଳନାରେ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ଉପରେ ଆରବିଆଇ ପର୍ଯ୍ୟାପ୍ତ ନିୟାମକ ପ୍ରାଧିକରଣ ଛାଡିଥିଲା। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଗର୍ଗ ତାଙ୍କ ପୁସ୍ତକରେ ଉର୍ଜିତ ପଟେଲଙ୍କୁ…
ନୂଆଦିଲ୍ଲୀ: ଜମିୟତ ଉଲେମା-ଇ-ହିନ୍ଦ୍ ର ମୌଲାନା ମହମୁଦ ମଦାନୀ ଦେଶରେ ମୁସଲମାନମାନଙ୍କ ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ମୁସଲମାନମାନେ ଏହା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି ଏବଂ ଗଲ୍ଫ ଦେଶଗୁଡିକ ଆମର ଭୂମିକା ଉପରେ ପ୍ରଶ୍ନ କରୁଛନ୍ତି। ଏହି ଦେଶଗୁଡିକ ଆମକୁ ପଚାରୁଛନ୍ତି ଯେ, ଏତେ ବଡ ସଂଗଠନର ବ୍ୟବହାର କ’ଣ, ଯେତେବେଳେ କିଛି କରିବାକୁ ସକ୍ଷମ ନୁହଁ? ସେ କହିଛନ୍ତି ଯେ, ମୁସଲମାନମାନଙ୍କ ପ୍ରତି ଘୃଣାଭାବ ବିସ୍ତାର କରି ଦେଶର ବହୁସଂଖ୍ୟକ ସମ୍ପ୍ରଦାୟକୁ ବୋକା ବନାଉଛନ୍ତି। ଦେଶର ସାମ୍ପ୍ରତିକ ପରିସ୍ଥିତି, ଆହ୍ୱାନ ଏବଂ ସମାଧାନ ଉପରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୌଲାନା ମହମୁଦ ମଦାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଦେଶର ମୁସଲମାନମାନଙ୍କ ଅବସ୍ଥା ବିଷୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦଳମାନେ ସେମାନଙ୍କର ଦାୟିତ୍ୱ ତୁଲାଉନାହାଁନ୍ତି, ଏହା କେବଳ ଗୋଟିଏ ସମ୍ପ୍ରଦାୟର ସମସ୍ୟା ନୁହେଁ ବରଂ…
ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ବିରୋଧରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ତୀବ୍ର ବିରୋଧ ଜାରି ରହିଛି। ବର୍ତ୍ତମାନ ହାଇଦ୍ରାବାଦର ଆଇଟି କର୍ମଚାରୀମାନେ ଆଜି ଆନ୍ଧ୍ରପ୍ରଦେଶରେ ଏକ କାର ରାଲି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଇଟି କର୍ମଚାରୀମାନେ କହିଛନ୍ତି ଯେ, ରାଜମଣ୍ଡ୍ରି ପର୍ଯ୍ୟନ୍ତ ଏକ କାର ରାଲି ନିଆଯିବ। ପୋଲିସ ପୋଲିସ ଅନୁମତି ଦେବାକୁ ମନା କରିଦେଇଛି। ଆଇଟି କର୍ମଚାରୀଙ୍କ କାର୍ ରାଲି ଖବର ସାମ୍ନାକୁ ଆସିବା ପରେ ଆନ୍ଧ୍ରପ୍ରଦେଶ ପୋଲିସ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସୀମାକୁ ସିଲ୍ କରିଛି। ଏହା ସହିତ ବହୁ ସଂଖ୍ୟକ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଏତିକି ନୁହେଁ ଯାନବାହନ ଉପରେ ମଧ୍ୟ କଡା ନଜର ରଖାଯାଉଛି। ସୀମାରେ ୬ ଟି ଚେକ୍ ପୋଷ୍ଟ କରାଯାଇଛି। ଚନ୍ଦ୍ରବାବୁ ନାଇଡୁଙ୍କୁ ଦ୍ୱିତୀୟ ଦିନ ପାଇଁ ଜେରା: ପିଟିଆଇ ଏଜେନ୍ସି ଅନୁଯାୟୀ, ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ସ୍କାମ ସଂପର୍କରେ ଆନ୍ଧ୍ରପ୍ରଦେଶ ପୋଲିସର ସିଆଇଡି ଟିମ୍…
ନୂଆଦିଲ୍ଲୀ: କାନାଡା ସହିତ ଭାରତ ବିବାଦ ପରେ ବାଂଲାଦେଶ ଭାରତକୁ ସମର୍ଥନ କରି ଛିଡା ହୋଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି ଯେ, ସେ ଭାରତ ପାଇଁ ଗର୍ବିତ ଏବଂ ଭାରତ କୌଣସି ହଇରାଣ କରେ ନାହିଁ। ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରି ସେ ଭାରତ ବିରୋଧରେ କାନାଡାର ଅଭିଯୋଗ ଉପରେ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଦୁଃଖଦାୟକ। ଆମେ ଏ ବିଷୟରେ ଅଧିକ କିଛି ଜାଣି ନାହୁଁ ତେଣୁ ମୁଁ ଏହି ବିଷୟରେ ମନ୍ତବ୍ୟ ଦେଇପାରିବି, କିନ୍ତୁ ଆମେ ଭାରତ ପାଇଁ ଗର୍ବିତ, ସେମାନେ ଏପରି କିଛି କରୁନାହାଁନ୍ତି। ଭାରତ ସହିତ ଆମର ବହୁତ ମଜବୁତ ସମ୍ପର୍କ ଅଛି, ଯାହା ମୂଲ୍ୟବୋଧ ଏବଂ ନୀତି ଉପରେ ଆଧାରିତ। ଏହା ଏକ ଦୁଃଖଦ ଘଟଣା ଏବଂ ମୁଁ ଆଶା କରୁଛି ଏହା ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବରେ ଶେଷ ହେବ।” ଲିବରାଲ୍ ପାର୍ଟି ନେତା ତଥା ସାଂସଦ…
ନୂଆଦିଲ୍ଲୀ: ଏସୀୟ ଗେମ୍ସରେ ଭାରତ ପାଇଁ ପଦକ ଖାତା ଖୋଲାଯାଇଛି। ଭାରତୀୟ ଖେଳାଳିମାନେ ଶୁଟିଂ, ରୋଇଂ ଏବଂ ସୁଟିଂରେ ପଦକ ଜିତିବାରେ ସଫଳତା ହାସଲ କରିଛନ୍ତି। ଏଥି ସହିତ କ୍ରିକେଟ୍ ରେ ଭାରତୀୟ ମହିଳା ଦଳ ବାଂଲାଦେଶକୁ ପରାସ୍ତ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଭାରତୀୟ ପୁରୁଷ ହକି ଦଳ ଉଜବେକିସ୍ତାନକୁ ୧୬-୦ ରେ ପରାସ୍ତ କରି ଏହାର ଅଭିଯାନରେ ଏକ ବଡ଼ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୫ ଟି ପଦକ ଜିତିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତର ପ୍ରଦେଶର ବାରଣାସୀର ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ ଅଧିବେଶନ କେନ୍ଦ୍ରରେ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧୧୫ କୋଟି ଟଙ୍କା ବ୍ୟୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ୧୬ଟି ଅଟଳ ଆବାସୀୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ କାଶୀ ସଂସଦ ଖେଳ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି । କାଶୀ ସଂସଦ ସାଂସ୍କୃତିକ ମହୋତ୍ସବର ବିଜେତାଗଣଙ୍କୁ ମଧ୍ୟ ସେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆଗରୁ ପ୍ରଧାନମନ୍ତ୍ରୀ ଅଟଳ ଆବାସୀୟ ବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ଯୋଗୁ କାଶୀ ପ୍ରତି ସମ୍ମାନ ନିରବଚ୍ଛିନ୍ନ ଭାବେ ବଢ଼ିବାରେ ଲାଗିଛି ଓ…
ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଝାଡଖଣ୍ଡର ଡୁମକା ଜିଲ୍ଲାରେ ଏକ ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ ହେବା ପରେ ଦୁଇ ଦର୍ଶକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆହତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସେ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ସହିତ ପ୍ରବଳ ବର୍ଷା ଆରମ୍ଭ ହେବା ପରେ ଏହି ଘଟଣା ଘଟିଥିଲା ଏବଂ ଅନେକ ଦର୍ଶକ ବର୍ଷା ଠାରୁ ନିଜକୁ ରକ୍ଷା ପାଇବା ପାଇଁ ହଁସଡିହା ଅଞ୍ଚଳରେ ଥିବା ଏକ ତମ୍ବୁ ତଳେ ଆଶ୍ରୟ ନେଇଥିଲେ। ହଁସଡିହା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ବଜ୍ରପାତରେ ଶିବଲାଲ ସୋରେନ (୩୨) ଏବଂ ସାନ୍ତଲାଲ ହେମ୍ବ୍ରମ (୨୦) ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆହତଙ୍କୁ ସରଇହାଟ କମ୍ୟୁନିଟି…
ଭୁବନେଶ୍ବର: ଆଜି ଭୁବନେଶ୍ବର ଆସିବେ ଶ୍ରୀଦେବୀ କନ୍ୟା ତଥା ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜାହ୍ମବୀ କାପୁର। ଆଜି ଅପରାହ୍ନରେ ସେ ମାଷ୍ଟରକ୍ୟାଟିନଠାରେ କଲ୍ୟାଣ ଜୁଏଲରସ ସୋରୁମର ଉଦଘାଟନ କରିବେ। ଏ ନେଇ କଲ୍ୟାଣ ଜୁଏଲରସ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଭୁବନେଶ୍ବରରେ କଂପାନୀ ତାହାର ତୃତୀୟ ସୋରୁମ ଖୋଲିବାକୁ ଯାଉଛି। ଏଥିରେ ଅଭିନେତ୍ରୀ ଜାହ୍ନବୀ କାପୁର ଯୋଗ ଦେବେ। ଦେଶର ପ୍ରତିଷ୍ଠିତ ଅଳଙ୍କାର କଂପାନୀ ହେଉଛି କଲ୍ୟାଣ ଜୁଏଲରସ। ଏହାର ପ୍ରଥମ ସୋ ରୁମ ରୂପାଲି ଛକରେ ରହିଛି। ଏହାପରେ କଂପାନୀ ଓଡିଶାରେ ତାହାର ବ୍ୟବସାୟ କଳେବର ବୃଦ୍ଧି କରିବାରେ ଲାଗିଛି। ମାଷ୍ଟର କ୍ୟାଟିନ ଭୁବନେଶ୍ବରର ପ୍ରମୁଖ ବ୍ୟବସାୟିକ ପେଣ୍ଠ ହୋଇଥିବାରୁ କଂପାନୀ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଉଦଘାଟନୀ ପାଇଁ କଂପାନୀ ଗ୍ରାହକମାନଙ୍କୁ ଅଫର ଦେବ ବୋଲି ଜଣାପଡିଛି।
କୁଜଙ୍ଗ: ଚୋରାମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆକ୍ରୋଶର ଶୀକାର ହେଇଛନ୍ତି କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ୱାର୍ଡ ସଭ୍ୟା ରାନୁ ସାମନ୍ତରାୟ। ଏ ନେଇ କୁଜଙ୍ଗ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ଚୋରାମଦ ବେପାରୀ ଅନିଲ ବେହେରା ଓ ତାର ସହଯୋଗୀ ବିରଂଚି ନାରାୟଣ ବେଗ୍କୁ ଉଠାଇଆଣି ପଚରାଉଚରା କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ବାଲିତୁଠ ଅଂଚଳରେ ଦୀର୍ଘଦିନ ଧରି ଅନିଲ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ କାରବାର କରିଆସୁଥିଲା। ସ୍ଥାନିୟ ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ। ମାତ୍ର କୁଜଙ୍ଗ ଥାନାରେ ଗତମାସରେ ନୂତନ ଥାନାଅଧିକାରୀ ଭାବେ ରଂଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ସ୍ଥାନିୟ ବାଲିତୁଠ ଅଂଚଳରେ ‘ଆମ ପୋଲିସ୍’ କାର୍ଯ୍ୟକ୍ରମ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳରେ କିଛି ବ୍ୟକ୍ତି ଚୋରା ମଦ ବ୍ୟବସାୟ କରୁଥିବା ନେଇ ମହିଳା ୱାର୍ଡ଼ ସଭ୍ୟା…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଦିନ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ…
ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଦେଶ ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି, ଯେଉଁଥିରେ ଦେଶର ମୋଟ ଗ୍ରାମର ତିନି ଚତୁର୍ଥାଂଶ ଅର୍ଥାତ୍ ୭୫% ଗ୍ରାମ ଏହି ମିଶନର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଓଡିଏଫ ପ୍ଲସ ମାନ୍ୟତା ହାସଲ କରିଛନ୍ତି । ଓଡିଏଫ ପ୍ଲସ ଗ୍ରାମ ହେଉଛି ଖୋଲା ମଳତ୍ୟାଗ ମୁକ୍ତ (ଓଡିଏଫ) ମାନ୍ୟତା ବଜାୟ ରଖିବା ସହ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ଗ୍ରାମ । ବର୍ତ୍ତମାନ ସୁଦ୍ଧା ୪.୪୩ ଲକ୍ଷରୁ ଅଧିକ ଗାଁ ନିଜକୁ ଓଡିଏଫ୍ ପ୍ଲସ୍ ଘୋଷଣା କରିଛନ୍ତି, ଯାହା କି ୨୦୨୪-୨୫ ସୁଦ୍ଧା ଏସବିଏମ୍-ଜି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ନଗର ହାଭେଳୀ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, କେରଳ, ଲଦାଖ, ପୁଡୁଚେରୀ, ସିକ୍କିମ,…
ନୂଆଦିଲ୍ଲୀ: ପିତୃପୁରୁଷଙ୍କୁ ଆଦର ସତ୍କାର କରିବାର ସମୟ ହେଉଛି ପିତୃ ପକ୍ଷ। ବିଶ୍ୱାସ କରାଯାଏ ଯେ, ଗୋଟିଏ ବର୍ଷରେ ୧୫ ଦିନ ପାଇଁ ପିତୃପୁରୁଷମାନେ ପୃଥିବୀକୁ ଆସନ୍ତି ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ନୈବେଦ୍ୟ, ପିଣ୍ଡ ଦାନ ଏବଂ ଶ୍ରାଦ୍ଧରେ ସନ୍ତୁଷ୍ଟ ହୁଅନ୍ତି। ପିତୃ ପକ୍ଷ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେଉଛି। ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଶ୍ରାଦ୍ଧକୁ ଏକ ବିଶେଷ ଉତ୍ସବ ଭାବରେ ବିବେଚନା କରାଯାଏ। ପିତୃପୁରୁଷଙ୍କ ଆଶୀର୍ବାଦ ସହିତ ପରିବାର ଏବଂ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ, କିନ୍ତୁ ଯଦି ପିତୃପୁରୁଷମାନେ କ୍ରୋଧିତ ହୁଅନ୍ତି, ତେବେ ଅନେକ ପିଢୀ ପାଇଁ ପିତୃ ଦୋଶ ସହିବାକୁ ପଡିବ। ଆସନ୍ତୁ ଜାଣିବା କେଉଁ ତ୍ରୁଟିଗୁଡିକ ଯୋଗୁଁ ପିତୃ ଦୋଷ ଲାଗିଥାଏ, ପିତୃ ଦୋଷର ଲକ୍ଷଣ ଏବଂ ପିତୃ ଦୋଷକୁ ଶାନ୍ତ କରିବା ପାଇଁ ପ୍ରତିକାର। ପିତୃ ଦୋଷ କାହିଁକି ଲାଗେ?: – ମୃତ୍ୟୁ ପରେ, ଯଦି ଅନ୍ତିମ…
ନୂଆଦିଲ୍ଲୀ: ଆଜି ହେଉଛି ଦେଶର ବେଶ ଚର୍ଚ୍ଚିତ ବାହାଘର। ଏହି ବାହାଘର ରାଜନୀତି ସହିତ ଚଳଚିତ୍ରର ହେଉଛି। ଅର୍ଥାତ ଆପ୍ ସାଂସଦ ରାଘବ ଚଢା ଚଳଚିତ୍ର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରିବେ। ସେଥିପାଇଁ ରାଜସ୍ଥାନ ଉଦୟପୁରର ଦ ଲିଳା ପ୍ୟାଲେସକୁ ପୁରା ସଜେଇ ଦିଆଯାଇଛି। ତେବେ ସୂଚନା ଅନୁସାରେ ଆଜି ତାଙ୍କର ବାହାଘର ଏହି ସମୟ ଅନୁସାରେ ହେବ ବୋଲି ନିର୍ଦ୍ଧାରିତ ହୋଇଛି। ତାହା ହେଲା ବାହାଘର ତାରିଖ- 24 ସେପ୍ଟେମ୍ବର, ରବିବାର ରାଘବ ସେହରାବନ୍ଦୀ- ଅପରାହ୍ନ 1.00 ଟା ବରଯାତ୍ରୀ ଶୋଭାଯାତ୍ରା- ଅପରାହ୍ନ 2.00 ଟା ବରଣମାଳା ପ୍ରଦାନ- ଅପରାହ୍ନ 3 ଟା 30 ହୋମକୁଣ୍ଡ ପ୍ରଦୀକ୍ଷଣ- ଅପରାହ୍ନ 4.00 ଟା ଝିଅ ବିଦା- ସଂଧ୍ୟା 6 ଟା 30 ମିନିଟ ପ୍ରୀତି ଭୋଜନ- ରାତ୍ରୀ 8.30 ମିନିଟରୁ ଆରମ୍ଭ
ଭୁବନେଶ୍ଵର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବେତଟନୀ ବ୍ଲକ୍ ବଡ଼ାଲିଗାଁ ମୁଷାଗଡ଼ିଆ ଠାରେ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନ୍ୟପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ନେହରୁ ଯୁବା କେନ୍ଦ୍ର ପକ୍ଷରୁ ଅମୃତ କଳସ ଯାତ୍ରା…
ଚାଣକ୍ୟ ନୀତି: ପ୍ରଗତିର ରାସ୍ତା ସହଜ ନୁହେଁ, ଅନେକ ଅସୁବିଧାକୁ ଅତିକ୍ରମ କରିବା ପରେ, ଜଣେ ବ୍ୟକ୍ତି ଦୀର୍ଘ ବର୍ଷର ସଂଘର୍ଷ ପରେ ସଫଳ ହୁଏ। ଚାଣକ୍ୟ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କୁ ସଫଳତା ମିଳେ, ଯିଏ ବିଫଳତାକୁ ଭୟ କରେ ନା। ଯେଉଁମାନେ ପରାଜୟକୁ ଭୟ କରନ୍ତି, ସେମାନେ ଜୀବନରେ କଦାପି ଅଗ୍ରଗତି କରିପାରିବେ ନାହିଁ। କୁହାଯାଏ ନିର୍ଭୟ ଆଗରେ ବିଜୟ ଅଛି। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣ ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି, ତେବେ କିଛି ଜିନିଷକୁ କେବେବି ବିଶ୍ୱାସ କରାଯିବା ଉଚିତ୍ ନୁହେଁ। ଏହା ଦ୍ଵାରା ହାତକୁ ଆସୁଥିବା ସଫଳତା ଖସିଯାଏ ଏବଂ ଅନ୍ୟମାନେ ଆପଣଙ୍କୁ ଅତିକ୍ରମ କରି ଆଗକୁ ବଢିଯାନ୍ତି। ସଫଳତା ପାଇବାକୁ ହେଲେ ଭୁଲରେ ମଧ୍ୟ କେଉଁ ଜିନିଷ ଉପରେ ବିଶ୍ୱାସ କରାଯିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା। ୧- ଭାଗ୍ୟ ଉପରେ ନିର୍ଭର କରିବା: ଚାଣକ୍ୟ କହିଛନ୍ତି ଯେ,…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ। ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଅନ୍ୟ ସାଂସଦ ତଥା ବିଧାୟକଙ୍କ ସହ ଭୁବନେଶ୍ୱର ଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ଅନୁଗୃହୀତ୍ତ କରିବେ। ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର ସହର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନକୁ ଇସ୍ପାତ ନଗରୀ ରାଉରକେଲା (ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ରାଜଧାନୀ) ସହିତ ସଂଯୋଗ କରିବ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟରେ ଗଞ୍ଜାରୀ, ରଜତାଲାବ, ବାରାଣାସୀରେ ଏହି ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯିବ ଏବଂ ଏହା ୩୦ ଏକରରୁ ଅଧିକ ଅଞ୍ଚଳରେ ବିସ୍ତାରିତ ହେବ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପୁଣି ଥରେ ବାରଣାସୀ ଗସ୍ତ କରିବାର ସୁଯୋଗ ପାଇ ଆନନ୍ଦ ପ୍ରକାଶ କରିବା ସହ ଏହି ସହରରେ ଆନନ୍ଦର ଶବ୍ଦ ବାହାରେ ବୋଲି କହିଥିଲେ। ଗତ ମାସ ୨୩ ତାରିଖରେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିଥିବା ଚନ୍ଦ୍ରର ଶିବ ଶକ୍ତି ପଏଣ୍ଟରେ ପହଞ୍ଚିବାର ଠିକ୍ ଏକ ମାସ ପରେ ସେ କାଶୀ ଗସ୍ତରେ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, “ଶିବ ଶକ୍ତିର ଗୋଟିଏ ସ୍ଥାନ ଚନ୍ଦ୍ରରେ ଥିବା ବେଳେ ଅନ୍ୟଟି କାଶୀରେ…

