ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୯.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ। ଏହିସବୁ ନିର୍ବାଚନ ମଣ୍ଡଳୀର ୧୭ଟି ବ୍ଲକ୍ର ୨୭୯ଟି ଗ୍ରାମ ପଞ୍ଚାୟତରେ ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୦୬ କୋଟି ଟଙ୍କା ମଂଜୁର ହୋଇଛି।…
Author: Samikhsya Bureau
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଜାତିଗତ ଜନଗଣନା ଓ ଗୋଷ୍ଠୀ ସଂରକ୍ଷଣ ଦାବି ମଧ୍ୟରେ ରାଜନୈତିକ ସମୀକରଣ ନୂଆ ମୋଡ଼ ନେଉଥିବାରୁ ଏଥର ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ରାଜନୈତିକ ଆବଶ୍ୟକତା ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ। ଏଥର ମଧ୍ୟ ଦଳ ବିଜୟର ଅଧିକ ସମ୍ଭାବନା ଥିବା ‘ଏ ବର୍ଗ’ର ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ବିଜେପି ତିନିଜଣିଆ କମିଟି ଗଠନ କରିଛି। ଏହି କମିଟି ବୟସ, ବିଜୟ ସମ୍ଭାବନା, ପ୍ରାର୍ଥୀଙ୍କ ଜାତି, ଲୋକସଭା ନିର୍ବାଚନମଣ୍ଡଳୀର ବିକାଶ, ଆସନ ସମସ୍ୟା ଏବଂ ପ୍ରମୁଖ ବିରୋଧୀ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ରୋଫାଇଲ୍ ପ୍ରସ୍ତୁତ କରୁଛି। ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ସ୍ଥିର ହୋଇପାରେ ଦଳର ଜଣେ ବରିଷ୍ଠ…
ସୁଶ୍ରୀ ଲୀନା ନନ୍ଦନ ଡଲଫିନ ପ୍ରକୃତିର ଏକ ଅବିଶ୍ୱସନୀୟ କମନୀୟ ପ୍ରାଣୀ ଯିଏ ଏହାର ବୁଦ୍ଧି ଓ ଅନନ୍ୟ ଆକର୍ଷଣୀୟ ରୂପ ପାଇଁ ପ୍ରସିଦ୍ଧ। ଏହି ଜଳଚର ପ୍ରାଣୀ ଡଲଫିନ ବା ଶିଶୁମାର ଭାରତୀୟ ସଂସ୍କୃତି ଓ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛି। ଡଲଫିନ ନିଜର କ୍ଷିପ୍ରଗତି ଓ କ୍ରୀଡା କୌତୁକ ପୂର୍ଣ୍ଣ ଆଚରଣ ପାଇଁ ଦେଶ ଜଣାଶୁଣା। ଏହି ପ୍ରାଣୀକୁ ଦେଖିବା ପାଇଁ ବଣ୍ୟପ୍ରାଣୀ ଦର୍ଶକ ଓ ପର୍ଯ୍ୟଟକ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି। ଭାରତର ସମୁଦ୍ର ଓ ନଦନଦୀରେ ବିଭିନ୍ନ ପ୍ରଜାତିର ଡଲଫିନ ବହୁ ସଂଖ୍ୟାରେ ବାସ କରନ୍ତି। ଏମାନେ ଉଭୟ ଲୁଣି ଓ ମଧୁର ଜଳରେ ରହନ୍ତି। ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ପ୍ରଜାତି ହେଲା ଭାରତ-ପ୍ରଶାନ୍ତ ମହାସାଗରୀୟ କୁଜ ବିଶିଷ୍ଟ(ହମ୍ପବ୍ୟାକ୍) ଡଲଫିନ ଓ ଗଙ୍ଗାରେ ମୁଖ୍ୟତଃ ଦେଖାଯାଉଥିବା ଗାଙ୍ଗେୟ ଡଲଫିନ। ପରିବେଶ ଭାରସାମ୍ୟ ରକ୍ଷାରେ ଏହି ଡଲଫିନମାନେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଗାଙ୍ଗେୟ…
ନୂଆଦିଲ୍ଲୀ, ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା 1- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି । ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ । 2- ଉଡିବା ସମୟରେ…
ନୂଆଦିଲ୍ଲୀ: ଆସନ୍ତା ନୂଆ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ। ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା ମୂର୍ତ୍ତି ଲଗାଇବା ତା‘ହେଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହି ଫଟୋ ଲଗାଇବା ଦ୍ବାରା ଘରେ ରହୁଥିବା ସନ୍ତାନ ସନ୍ତତିମାନେ ପାଠପଢାରେ ମନୋନିବେଶ କରିବେ। ଏହାସହିତ ପରିବାର ଲୋକଙ୍କ ଆୟୁ ବଢବ। ଘରେ କୌଣସି ରୋଗ ରହିବ ନାହିଁ ସେହିପରି ଅଭାବ ମଧ୍ୟ ଦୂର ହେବ। ନୂଆ ବର୍ଷ ଅବସରରେ ଯଦି…
ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ୱାରା ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମଣତି, ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା ଦାବିରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ନଭେମ୍ବର ୯ ତାରିଖ ଗୁରୁବାର ସକାଳ ୯ ଘଟିକା ଠାରୁ ଦିବା ୧୨ ଘଂଟିକା ପର୍ଯ୍ୟନ୍ତ ରାଜ୍ୟ ସମସ୍ତ ବ୍ଲକ, ଏନ୍.ଏସ୍.ସି, ମ୍ୟୁନିସ୍ପାଲଟି ଓ ମହାନଗରରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି “ସଂକ୍ରୀର୍ତନ ସତ୍ୟାଗ୍ରହ” କରାଯିବ ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ କହିଥିଲେ ଯେ ଆସନ୍ତା ନଭେମ୍ବର ୯…
ଭୁବନେଶ୍ବର: ଏସଟିଏଫ ଏକ ବଡ ଚଢାଉ କରି ଗତକାଲି ଦୁଇଟି ଚିତା ବାଘର ଚମଡା ଜବତ କରିଛି। ଏଥିସହିତ କେତେକ ଉପକରଣ ମଧ୍ୟ ଜବତ ହୋଇଛି। ଏହି ବାଘ ଚମଡା ବିକ୍ରି କରିବା ପାଇଁ ଯାଉଥିବା ବେଳେ ଏସଟିଏଫ ଚଢାଉ କରିଥିଲା। ଦୁଇଜଣ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, କେତେକ ବ୍ୟକ୍ତି ବିରଳ ପଶୁଙ୍କ ଅଙ୍ଗ ବିକ୍ରି କରିବାକୁ ଯୋଜନା କରୁଛନ୍ତି ବୋଲି ଏସଟିଏଫ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା। ସେହି ଅନୁସାରେ ଏକ ଟିମ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଟମ୍ଫରାବିଦୁନି ଛକରେ ଜଗି ରହିଥିଲା। ଦୁଇଜଣ ବ୍ୟକ୍ତି ଆସିବା ପରେ ଏସଟିଏଫ ସେମାନଙ୍କୁ ଧରି ତାଙ୍କଠାରୁ ଦୁଇଟି ବାଘ ଚମଡା ଜବତ କରିଥିଲା। ସେମାନଙ୍କୁ ପଚାରାଉଚୁରା କରିବା ବେଳେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ବିକ୍ରମ ମାଝି ଏବଂ ରାଜା…
AdityaL1: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍-୧’ ସଫଳଭାବେ କାର୍ଯ୍ୟ କରୁଛି । ଆଦିତ୍ୟ ଏଲ୍-୧ ‘ସୋଲାର ପ୍ରଜ୍ୱଳ’ ଅର୍ଥାତ୍ ସୋଲାର ଫ୍ଲେୟର୍ସର ପ୍ରଥମ ହାଇ ଏନର୍ଜି ଏକ୍ସ-ରେ ଝଲକ ହାସଲ କରିଛି। ଏ ସମ୍ପର୍କରେ ମହାକାଶ ଏଜେନ୍ସି ମଙ୍ଗଳବାର ଏକ ବିବୃତି ଜାରି କରିଛି । ଅକ୍ଟୋବର ୨୯ ପରଠାରୁ ପ୍ରଥମ ପର୍ଯ୍ୟବେକ୍ଷଣ ଅବଧିରେ ଆଦିତ୍ୟ ଏଲ୍-୧ ମହାକାଶଯାନରେ ଥିବା ହାଇ ଏନର୍ଜି ଏଲ୍-୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏଚ୍ଇଏଲ୍୧ଓଏସ୍) ସୋଲାର ଫ୍ଲେୟାର ରେକର୍ଡ କରିଛି। ସୌର ବାୟୁମଣ୍ଡଳର ହଠାତ୍ ଉଜ୍ଜ୍ୱଳତା ହେଉଛି ସୋଲାର ଫ୍ଲେୟାର। ରେକର୍ଡ ହୋଇଥିବା ତଥ୍ୟ ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଜିଓଷ୍ଟେସନାରୀ ଅପରେଶନାଲ ଏନଭାଇରମେଣ୍ଟାଲ ସାଟେଲାଇଟ୍ (ଜିଓଏସ୍)ଦ୍ୱାରା ପ୍ରଦାନ କରାଯାଇଥିବା ଏକ୍ସ-ରେ ଆଲୋକ ବର୍ଣ୍ଣ ସହିତ ସୁସଙ୍ଗତ ଅଟେ। ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି ଯେ ସୌର ଫ୍ଲେୟାରର ପ୍ରଥମ ଉଚ୍ଚ ଶକ୍ତି ଏକ୍ସ-ରେ…
ପୁରୀ: ଆଜି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ଆଜି ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବୁଧବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ…
ଭୁବନେଶ୍ୱର: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା ଉପସ୍ଥିତ ଥିଲେ। ବାଙ୍ଗିରିପୋଷୀ ଘାଟିର ସଂପ୍ରସାରଣ, ଏନଏଚ୍ଆଇର ବିଦ୍ୟୁତିକରଣ, ରୋଡ ସାଇଟ୍ରେ ହାତୀ ଓ ବନ୍ୟଜନ୍ତୁଙ୍କ ପାଇଁ ଅଣ୍ଡର ପାସ୍ ଗୁଡିକ ଚିହ୍ନଟ କରି ଖୁବ୍ ଶିଘ୍ର ଡିପିଆର ପ୍ରସ୍ତୁତ କରାଯାଇ ଡିସେମ୍ବର ସୁଧା କାମ ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଝରପୋଖରୀଆର ଅର୍ଦ୍ଧ ନିର୍ମିତ ପୋଲ ଏବଂ ପାଲବଣୀ ଓ ଯୁବଲୀ ପେଟ୍ରୋଲ ପମ୍ପ ନିକଟରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ପରିବେଶ ଉପଯୋଗୀ ଗଛ ଯଥା ନିମ୍ବ, ଜାମୁ, ଶାଳ, ପିଆଶାଳ, ଆମ୍ବ ଇତ୍ୟାଦି ଲଗାଇବା ପାଇଁ ଏନଏଚ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା…
ନୂଆଦିଲ୍ଲୀ: ଅଳ୍ପକେ ରକ୍ଷା ପାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାଜସ୍ଥାନରେ ପ୍ରଚାର କରୁଥିବା ବେଳେ ତାଙ୍କ ରଥ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ହେଲେ ହଠାତ ଲାଇନ କଟିଯିବାରୁ ଏକ ବଡ ଦୁର୍ଘଟଣରୁ ରକ୍ଷା ମିଳିଯାଇଥିଲା। ସେହି ରଥରେ ଅମିତ ଶାହାଙ୍କ ସହିତ ଆହୁରି ବହୁ ନେତା ଥିଲେ। ଘଟଣାରୁ ଜଣାପଡିଛି ଯେ, ମଙ୍ଗଳବାର ଦିନ ଅମିତ ସାହା ରାଜସ୍ଥାନର ପ୍ରଭାତସରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧୀତ କରିବାକୁ ଥିଲା। ତା ପୂର୍ବରୁ ସେ ଏକ ବଡ ଗାଡିରେ ତିଆରି ହୋଇଥିବା ରଥରେ ଛିଡା ହୋଇ ଏକ ଶୋଭାଯାତ୍ରାରେ ଯାଉଥିଲେ। ସେ ଏକ ଗଳି ରାସ୍ତାରେ ଯାଉଥିବା ବେଳେ ତାଙ୍କ ରଥ ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସିଥିଲା। ହଠାତ ତାରରେ ନିଆଁ ଝଲକ ବାହାରିବା ସହିତ ଲାଇନ କଟିଯାଇଥିଲା। ଫଳରେ ଅମିତ ସାହା ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହାପରେ ସେ ସେହି ରଥରୁ ଓହ୍ଲାଇ ଆଉ ଏକ ଗାଡିରେ…
ନୂଆଦିଲ୍ଲୀ: ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍-ସିଟି (ଗିଫ୍ଟ ସିଟି)ରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଡେକିନ୍ ଓ ଓ୍ୱଲ୍ଲୋନଗୋଙ୍ଗର କ୍ୟାମ୍ପସ ସ୍ଥାପନା ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଗାନ୍ଧୀନଗର ସ୍ଥିତ ଗିଫ୍ଟ ସିଟିରେ ଏହି ଦୁଇ ବିଶ୍ୱବିଦ୍ୟାଳୟର ଆଗାମୀ କ୍ୟାମ୍ପସ ପାଇଁ ସ୍ଥାନ ପରିଦର୍ଶନ କରିବା ଅବସରରେ ଏହି ଘୋଷଣା କରିଛନ୍ତି । ଭାରତରେ ଅଷ୍ଟ୍ରେଲିଆନ୍ ୟୁନିଭର୍ସିଟି କ୍ୟାମ୍ପସର ଘୋଷଣା ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଆରମ୍ଭ’ରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ । ଗାନ୍ଧୀନଗର ସ୍ଥିତ ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ-ସିଟିରେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱସନୀୟ ବିଶ୍ୱବିଦ୍ୟାଳୟ ଯଥା ଡେକିନ ବିଶ୍ୱବିଦ୍ୟାଳୟ ଏବଂ ୟୁନିଭର୍ସିଟି ଅଫ୍ ଓ୍ୱଲ୍ଲୋନଗୋଙ୍ଗଅଷ୍ଟ୍ରେଲିଆ (ୟୁଓଡବ୍ଲ୍ୟୁ) କ୍ୟାମ୍ପସ ଖୋଲିବାର ଆନୁଷ୍ଠାନିକ ଘୋଷଣା ହୋଇଛି । ଏହା ଭାରତର ଶିକ୍ଷାର…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ଏକ ମାର୍ଗଦର୍ଶିକା ଜାରି କରି କେତେକ ଜରୁରି ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଲା : ● ଭୁଲ ସୂଚନା ଏବଂ ଡିପ୍ ଫେକ୍ (ମିଥ୍ୟା ସୂଚନା ପ୍ରସାର କରିବା ଲାଗି ଡିଜିଟାଲ ପଦ୍ଧତିରେ କୌଣସି ବ୍ୟକ୍ତିଙ୍କ ମୁଖମଣ୍ଡଳ କିମ୍ବା ଶାରୀରିକ ପରିବର୍ତ୍ତନ କରିବା)ବିଷୟବସ୍ତୁକୁ ଚିହ୍ନଟ କରିବା ପାଇଁ ଯଥେଷ୍ଟ ତତ୍ପରତା ଅବଲମ୍ବନ କରିବା ଏବଂ ଯୁକ୍ତିଯୁକ୍ତ ପ୍ରୟାସ କରିବାକୁ କୁହାଯାଇଛି । ବିଶେଷକରି, ନିୟମ ଓ ନିୟାମକ ଏବଂ / କିମ୍ବା ଉପଭୋକ୍ତା ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ସୂଚନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ● ଆଇଟି ନିୟମ 2021 ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏଭଳି ମାମଲାଗୁଡ଼ିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ● ଏଭଳି ସୂଚନା/ବିଷୟବସ୍ତୁ/ଡିପ୍ ଫେକ୍ ବିଷୟବସ୍ତୁକୁ ହୋଷ୍ଟ ନକରିବା ପାଇଁ ବ୍ୟବହାରକାରୀଙ୍କୁ କୁହାଯାଇଛି । ● ରିପୋର୍ଟ କରିବାର 36 ଘଣ୍ଟା ମଧ୍ୟରେ ଏଭଳି କୌଣସି…
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ପୁଣିଥରେ ଏହି ଯାତ୍ରା ଆରମ୍ଭ କରିବାକୁ ଚିନ୍ତା କରୁଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦଳ ଏହି ଯୋଜନା କରିପାରେ ବୋଲି ସୂତ୍ରରୁ ପ୍ରକାଶ। ଅର୍ଥାତ୍ ଏହି ତିନିମାସ ମଧ୍ୟରେ ଯେ କୌଣସି ସମୟରେ ଏହି ଯାତ୍ରା ଆରମ୍ଭ ହୋଇପାରିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ୨.୦ ହାଇବ୍ରିଡ ମୋଡ଼ରେ ହେବ, ଯେଉଁଥିରେ ଅଂଶଗ୍ରହଣକାରୀମାନେ ଚାଲିବା ସହିତ ଗାଡ଼ି ବ୍ୟବହାର କରିବେ। ପ୍ରଥମ ଭାରତ-ଜୋଡୋ ଯାତ୍ରା କେବେ ଆରମ୍ଭ ହେଲା ? ୨୦୨୨ ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ପାଖାପାଖି ୪,୦୮୦ କିଲୋମିଟର ଦୂରତା ଅତିକ୍ରମ କରି ୨୦୨୩ ଜାନୁଆରିରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହୋଇଥିଲା। ଏହି ଯାତ୍ରା ୧୨୬ ଦିନରେ ୧୨ଟି ରାଜ୍ୟର ୭୫ଟି…
ନୂଆଦିଲ୍ଲୀ: ମହୁଆ ତାଙ୍କ ବାସଭବନରେ ଅନୁପ୍ରବେଶ କରିଛନ୍ତି ବୋଲି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ପୂର୍ବତନ ସହଯୋଗୀ ଆଡଭୋକେଟ ଜୟ ଅନନ୍ତ ଦେହାରାଇ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୫ ଓ ୬ ତାରିଖରେ ମହୁଆ ମୋଇତ୍ରା ତାଙ୍କ ଘରକୁ ଅଘୋଷିତ ଭାବେ ଆସିଥିଲେ। ଟିଏମସି ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗରେ କୁହାଯାଇଛି, ସାଂସଦ ମହୁଆ ମୋଇତ୍ରା ନଭେମ୍ବର ୫ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ଏବଂ ନଭେମ୍ବର ୬ ତାରିଖ ସକାଳ ପ୍ରାୟ ୯ଟାରେ ମୋ ବାସଭବନକୁ ଅଘୋଷିତ ଭାବେ ଆସିଥିଲେ। ମୋ ବିରୋଧରେ ଅଧିକ ଜାଲିଆତି ଅଭିଯୋଗ କରିବାର ଏକମାତ୍ର ଉଦ୍ଦେଶ୍ୟରେ ମହୁଆ ମୋଇତ୍ରା ଜାଣିଶୁଣି ମୋ ଆବାସିକ ପରିସରକୁ ଆସିପାରନ୍ତି ବୋଲି ଯଥେଷ୍ଟ ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ମୋଇତ୍ରାଙ୍କ ଏଭଳି ଠକେଇ ଓ ନକଲି ଅଭିଯୋଗ ସମ୍ପର୍କରେ ମୁଁ ପୂର୍ବରୁ ଦିଲ୍ଲୀ ପୁଲିସ କମିସନରଙ୍କୁ ଅବଗତ କରିସାରିଛି। ଦେହାଦରାଇ…
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ପୁଣିଥରେ ଏହି ଯାତ୍ରା ଆରମ୍ଭ କରିବାକୁ ଚିନ୍ତା କରୁଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦଳ ଏହି ଯୋଜନା କରିପାରେ ବୋଲି ସୂତ୍ରରୁ ପ୍ରକାଶ। ଅର୍ଥାତ୍ ଏହି ତିନିମାସ ମଧ୍ୟରେ ଯେ କୌଣସି ସମୟରେ ଏହି ଯାତ୍ରା ଆରମ୍ଭ ହୋଇପାରିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ୨.୦ ହାଇବ୍ରିଡ ମୋଡ଼ରେ ହେବ, ଯେଉଁଥିରେ ଅଂଶଗ୍ରହଣକାରୀମାନେ ଚାଲିବା ସହିତ ଗାଡ଼ି ବ୍ୟବହାର କରିବେ। ପ୍ରଥମ ଭାରତ-ଜୋଡୋ ଯାତ୍ରା କେବେ ଆରମ୍ଭ ହେଲା? ୨୦୨୨ ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପାଖାପାଖି ୪,୦୮୦ କିଲୋମିଟର ଦୂରତା ଅତିକ୍ରମ କରି ୨୦୨୩ ଜାନୁଆରିରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହୋଇଥିଲା। ଏହି ଯାତ୍ରା ୧୨୬ ଦିନରେ ୧୨ଟି ରାଜ୍ୟର ୭୫ଟି ଜିଲ୍ଲା ଦେଇ…
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ବିଂଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଅଚ୍ୟୁତରାଜ ପୁର ଛକ କଲେଜ ରୋଡ଼ ଠାରେ ରବିବାର ଠାରୁ ବାଦିପାଲା ଦରବାର ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରାମର ଶ୍ରୀ ଶ୍ରୀ ସତ୍ୟନାରାୟଣ ସାଂସ୍କୃତିକ ପରିଷଦ ତଥା ଗ୍ରାମବାସୀଙ୍କ ସୌଜନ୍ୟରେ ଆୟୋଜିତ ଏହି ନବମ ବାର୍ଷିକ ପଞ୍ଚ ଦିବସୀୟ (ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ) ବାଦିପାଲା ଦରବାର କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଗାୟକ ମଞ୍ଚଗାଁ, ଜଗତସିଂହପୁରର ଗାୟକ ପ୍ରବୀର ସନାତନ ଦାଶ ଓ ସାଥୀ ଏବଂ ସାଲୁଣି, ନୟାଗଡ଼ର ଗାୟକ ପୀୟୂଷ ବିଶ୍ଵନାଥ ସ୍ବାଇଁ ଓ ସାଥୀମାନେ ପାଲା ପରିବେଷଣ କରୁଛନ୍ତି। ଅତି ଦୟନୀୟ ଅବସ୍ଥା ଦେଇ ଗତି କରୁଥିବା ଓଡ଼ିଶାର ଏହି ପ୍ରାଚୀନ ଗରିମାମୟ ଲୋକକଳା ତଥା ଓଡ଼ିଶାର ସୌରଭ ରୂପେ ପରିଚିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପୂଜା ପରିପ୍ରେକ୍ଷୀରେ ଏଠି ପରିବେଷଣ ହେଉଥିବା ଏହି…
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ। ଆଜି…
ଖୋର୍ଦ୍ଧା: ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ୧୮ ବର୍ଷ ରୁ କମ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା “ମହକ-୨୦୨୩” ରେ ଖୋର୍ଦ୍ଧା ଜିଲ୍ଲା ଚମ୍ପିୟାନ ହୋଇଛି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ତର୍କ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ପିଲାମାନେ ପାରଦର୍ଶିତା ଲାଭ କରି ଏହି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମରେ ଚମ୍ପିୟାନ ହୋଇଛନ୍ତି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ଶୁଭା ଶର୍ମା ଏହି ପୁରସ୍କାର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଦାନ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ରେଗା ଗୀତାରଣୀ ପଟ୍ଟନାୟକ, ଓଡିଶା ସିନେ ଜଗତର ଯୁବ ପ୍ରତିଭା ସ୍ବରାଜ ବାରିକ, ଅନୁ ଚୌଧୁରୀ ଏବଂ ସିନେ ଜଗତର କଣ୍ଠଶିଳ୍ପୀ ଦିପ୍ତିରେଖା…
ନୂଆଦିଲ୍ଲୀ: ବାଣରେ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ବିରୋଧରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ନୁହେଁ ବରଂ ସମସ୍ତ ରାଜ୍ୟରେ ଲାଗୁ ହେବ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି। କେତେକ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ରାଜସ୍ଥାନକୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହି କଥା କହିଛନ୍ତି। ବିଶେଷ କରି ପର୍ବପର୍ବାଣୀ ଋତୁରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇ କୋର୍ଟ ରାଜସ୍ଥାନକୁ ପୂର୍ବ ନିର୍ଦ୍ଦେଶକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସଚେତନ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦ୍ରେଶ ଦର୍ଶାଇଛନ୍ତି ଯେ ପରିବେଶ ପ୍ରସଙ୍ଗରେ କେବଳ ଅଦାଲତର କର୍ତ୍ତବ୍ୟ ରହିଛି ବୋଲି…
କୋଲକାତା: ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏପର୍ଯ୍ୟନ୍ତ ୧୮.୨୦ କୋଟି ଟଙ୍କାର ନଗଦ ଟଙ୍କା ଜବତ କରିଛି। ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ, ବ୍ୟାଙ୍କର ଦୁଇଟି କର୍ପୋରେଟ୍ ସଂସ୍ଥାରୁ ସର୍ବାଧିକ ଟଙ୍କା ଜବତ ହୋଇଛି। ଏଜେ ଆଗ୍ରୋଟେକ୍ ଓ ଏଜେ ରୟାଲରୁ ମୋଟ ୧୬.୮୦ କୋଟି ଟଙ୍କା ଜବତ ହୋଇଛିଜ। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ବ୍ୟାପକ ଚଢ଼ାଉ ଓ ସର୍ଚ୍ଚ ଅପରେସନ୍ ଜରିଆରେ ଏହି ଟଙ୍କା ଉଦ୍ଧାର କରାଯାଇଥିଲା। ସେହିପରି ପ୍ୟାକେଜ ହୋଇଥିବା ଅଟା ଉତ୍ପାଦନ ଓ ମାର୍କେଟିଂ ୟୁନିଟ୍ ଅଙ୍କିତ ଇଣ୍ଡିଆ ଲିମିଟେଡର କାର୍ଯ୍ୟାଳୟରୁ ଇଡି ଅଧିକାରୀମାନେ ୧.୪୦ କୋଟି ଟଙ୍କାର ନଗଦ ଟଙ୍କା ଜବତ କରିଛନ୍ତି। ଏହି କର୍ପୋରେଟ୍ ୟୁନିଟ୍ ପଶ୍ଚିମବଙ୍ଗର ରାସନ ବଣ୍ଟନ ମାମଲାକୁ ବହୁଚର୍ଚ୍ଚିତ ବିହାର ଚାରା ଦୁର୍ନୀତି ସହ ଯୋଡ଼ିଛି। ଏହି କର୍ପୋରେଟ୍ ୟୁନିଟର ଅନ୍ୟତମ ନିର୍ଦ୍ଦେଶକ ଦୀପେଶ ଚାନ୍ଦକଙ୍କୁ…

