Author: Samikhsya Bureau

ଭୁବନେଶ୍ବର: ର।ଜ୍ୟ ସରକାରଙ୍କ ବିଭିନ୍ନ ସେବା ସଙ୍ଗଠନ ଆଜି ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ୫ଟି ଇନିସିଏଟିଭ୍ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭାବରେ ନୂତନ ଭୂମିକା ଗ୍ରହଣ କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ହ।ସଲ କରି ସେ ରାଜ୍ୟର ପରିବର୍ତ୍ତନକୁ ଆଗେଇ ନେଉଛନ୍ତି। ବର୍ତ୍ତମାନ ନୂଆ ଦାୟିତ୍ବ ପରେ ପରିବର୍ତ୍ତନ ଆହୁରି ଅଧିକ ସ୍ପଷ୍ଟ ହେବ ବୋଲି ସେମାନେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସମସ୍ତ ସହଯୋଗ ପ।ଇଁ ଶ୍ରୀ ଭି.କେ ପାଣ୍ଡିଆନ୍ ଆସୋସିଏସନ୍ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରୀ କଳ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ଶ୍ରୀ ପାଣ୍ଡିଆନ ଓଡିଶାର ଲୋକ କଲ୍ୟାଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ୫ଟି ଅଧ୍ୟକ୍ଷଙ୍କୁ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନ ହଲ ପରିସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ମେଗା ଏସଏଚଜି ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋନ ମେଳାକୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ୫୭୦ ଗୋଟି ଏସଏଚଜି କୁ ସମୁଦାୟ ୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କସ୍ତୁରୀବାଳା ଜେନା, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ମ୍ୟାନେଜର ନରେନ୍ଦ୍ର କୁମାର ଜେନା, ଖୋର୍ଦ୍ଧା ଏଲଡ଼ିଏମ ଅମର ଚନ୍ଦ୍ର ଅଗ୍ରୱାଲ, ଏସବିଆଇ ଖୋର୍ଦ୍ଧା ଆଞ୍ଚଳିକ ଚିଫ ମ୍ୟାନେଜର ରଶ୍ମିରଞ୍ଜନ ମିଶ୍ର,…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅନେକ କୋଟି ଟଙ୍କାର ରାସନ ବଣ୍ଟନ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଆଜି କୋର୍ଟରେ ଶୁଣାଣି ସମୟରେ ଅଚେତ ହୋଇଯାଇଥିଲେ। ଏହା ପରେ ମଲିକଙ୍କୁ ବାଲକୋନୀକୁ ନିଆଯାଇ ପାଣି ଦିଆଯାଇଥିଲା। ଇଡି ହେପାଜତରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଗୁରୁବାର ଦିନ ମଲିକଙ୍କ ଘରେ ସର୍ଚ୍ଚ କରିଥିଲା। ଇଡି ଏମହର୍ଷ୍ଟ ଛକରେ ଥିବା ତାଙ୍କ ପୈତୃକ ବାସଭବନରେ ମଧ୍ୟ ଚଢାଉ କରିଥିଲା। ତା’ପରେ ଅନେକ ଘଣ୍ଟା ପଚରାଉଚରା ପରେ ଜ୍ୟୋତିପ୍ରିୟ ମଲିକଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଟିଏମସି ନେତା ଜ୍ୟୋତିପ୍ରିୟ ମଲିକ କହିଥିଲେ ଯେ, ମୁଁ ଏକ ବଡ଼ ଷଡଯନ୍ତ୍ରର ଶିକାର ହୋଇଛି। ଏହି ଷଡଯନ୍ତ୍ରକୁ ବିଜେପି ତଥା ଏହାର ନେତା ସୁଭେନ୍ଦୁ ଅଧିକାରୀ ରଚିଛନ୍ତି। ସେପଟେ ବିଜେପି ମୁଖପାତ୍ର ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଟିଏମସି ଦୁର୍ନୀତିରେ ବୁଡି ରହିଛି। ପଶ୍ଚିମବଙ୍ଗର…

Read More

ବେଗୁନିଆପଡା/ବାଣପୁର (ଟୁକୁନା ପ୍ରଧାନ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ଶାଳିଆ ଡ୍ୟାମ୍। ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର। ଖୋର୍ଦ୍ଧା ଜିଲ୍ଲାର ଆରମ୍ଭ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ରହିଛି ଶାଳିଆ ଡ୍ୟାମ୍ ଜଳ ପ୍ରକଳ୍ପ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଅଙ୍ଗାରଗାଁ ନିକଟ ଡାଇକ ଛକ ଓ କୁମାରୀପାରି ତଟ ଦେଶରୁ ଏହି ଡ୍ୟାମ୍ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଳାକୁ ମାଡିଛି। ଡ୍ୟାମ୍ ଉପରେ ଖୋର୍ଦ୍ଧା ଜିଲ୍ଲାର ପ୍ରତାପ- ମାଣିକପୁର ଠାରୁ ଆରମ୍ଭ କରି ୬୦% ଚିଲିକା ନିର୍ବାଚନ ମଣ୍ଡଳୀର ଚାଷୀ ଓ ବ୍ୟକ୍ତି ନିର୍ଭରଶୀଳ ହେଉଥିବା ବେଳେ ୪୦% ଚାଷୀ ଗଞ୍ଜାମ ଜିଲ୍ଲାର ଅଙ୍ଗାରଗାଁ ଠାରୁ ବରିଡା ଓ ବେଗୁନିଆପଡ଼ାର ଚାଷୀ ପାଣି ପାଇଁ ଡ୍ୟାମ୍ ଉପରେ ନିର୍ଭର କରିଥାନ୍ତି। ଏହା ସହ ଆଇ.ଏନ୍.ଏସ୍ ଚିଲିକାକୁ ମଧ୍ୟ କେନାଲ ଯୋଗେ ପାଣି ଯୋଗାଣ ବର୍ଷ ସାରା ହୋଇଥାଏ। ୧୯୭୦ ମସିହା ଡିସେମ୍ବର ୨୭ ତାରିଖରେ ତତ୍କାଳୀନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ବେଳେ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଅଭିଭାଷଣ ରଖିବେ। ଦେଶରେ ୩୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି  ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବାବେଳେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ଏହି ପଦକ୍ଷେପରେ ସହାୟତା କରୁଛନ୍ତି । ଏହି ନବନିଯୁକ୍ତ ଗଣ ଦେଶବ୍ୟାପୀ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବେ। ସେଗୁଡିକ ମଧ୍ୟରେ ରେଳ ମନ୍ତ୍ରଣାଳୟ, ଡାକବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ ଓ ସାକ୍ଷରତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ। ନିଯୁକ୍ତି ସୁଯୋଗକୁ ଅଗ୍ରାଧିକାର ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାକୁ ସାକାର କରିବା ପାଇଁ ରୋଜଗାର ମେଳା ଏକ ପଦକ୍ଷେପ । ଆଗକୁ ରୋଜଗାର ସୃଷ୍ଟି ନିମନ୍ତେ ରୋଜଗାର ମେଳା…

Read More

ଭୁବନେଶ୍ୱର: ଆଜି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଛି। ସ୍ୱରୂପଙ୍କ ଦେହାନ୍ତ ଯୋଗୁଁ ଓଡିଆ ସଙ୍ଗୀତ ତଥା ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଦୁଃଖ ପ୍ରକାଶ କରିଛନ୍ତି। ସ୍ୱରୂପଙ୍କ ପରଲୋକ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ୧୯୪୭ ମସିହା ଫେବୃଆରି ୮ ତାରିଖରେ ସେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୨ରେ ମୁକ୍ତିପ୍ରାପ୍ତ ‘ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସ୍ୱରୂପ ପଟ୍ଟନାୟାକ ୫୪ ଟି ଓଡିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ଏକାଧାରରେ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ମଧ୍ୟ ଥିଲେ। ସ୍ୱରୂପ ପଟ୍ଟନାୟକ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାର ଖବର ରହିଛି। ସେ ଫୁସଫୁସ କର୍କଟ ରୋଗରେ ପୀଡିତ ଥିବା ସୂଚନା ରହିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ଟେକ୍ନୋଲୋଜି ଫୋରମ୍ ଯାହା ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ‘ଗ୍ଲୋବାଲ୍ ଡିଜିଟାଲ୍ ଇନୋଭେସନ୍’ ଶୀର୍ଷକରେ ଆୟୋଜିତ ହେବ। ଆଇଏମସି ୨୦୨୩ ର ଲକ୍ଷ୍ୟ ହେଉଛି ପ୍ରମୁଖ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକାରୀ, ନିର୍ମାତା ଏବଂ ରପ୍ତାନିକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ଟି ‘୫ଜି ୟୁଜ୍ କେସ୍ ଲ୍ୟାବ୍’ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ହଲ୍ ୫ରେ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଥିଲେ । ଏହି ଅବସରରେ ଶିଳ୍ପପତିମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ। ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ଆକାଶ ଏମ ଅମ୍ବାନୀ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ଏହା ଆମ ପାରା ତୀରନ୍ଦାଜି ମିଶ୍ରିତ ଦଳ ପାଇଁ ଗୌରବମୟ ସ୍ୱର୍ଣ୍ଣ ପଦକ। ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ସେମାନଙ୍କ ଅସାଧାରଣ ପ୍ରଦର୍ଶନ ପାଇଁ ଅଭିନନ୍ଦନ। ଏହି ଗୌରବ ସେମାନଙ୍କର କଠିନ ପରିଶ୍ରମ, ସମର୍ପଣ ଏବଂ ଅସାଧାରଣ ଦକ୍ଷତାର ପ୍ରମାଣ।

Read More

କୁଜଙ୍ଗ: କୁଜଙ୍ଗ ଥାନା ବାଲିତୁଠ ଅଂଚଳରେ ଜନୈକା ୫ମ ଶ୍ରେଣୀ ଛାତ୍ରୀ ତଥା ୧୧ ବର୍ଷର ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ଟ୍ୟୁସନ୍ ମାଷ୍ଟରାଣୀଙ୍କ ବାପା ସୁବାଷ ମୁଦୁଲି (୫୩) ଓ ପିଡ଼ୀତା ଛାତ୍ରୀର ସମ୍ପର୍କୀୟ ଅଜା ରବୀନ୍ଦ୍ର କୁମାର ଦାସ (୫୫) ଆଜି ଜେଲ୍ ଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବାଲିତୁଠ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ବାଲିସାହି ଗ୍ରାମର ଜନୈକା ଯୁବତୀ ଘରୋଇ ଭାବେ ଟ୍ୟୁସନ କରନ୍ତି। ତାଙ୍କ ନିକଟକୁ ନିକଟସ୍ଥ ଗ୍ରାମର ବହୁ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସନ୍ତି। ଶିକ୍ଷୟତ୍ରୀ ଜଣକ ଅନୁପସ୍ଥିତ ରହିଲେ ତାଙ୍କର ବାପା ସୁବାଷ ମୁଦୁଲି ପିଲାଙ୍କୁ ପାଠ ପଢାଇଥାନ୍ତି। ଏହି ସୁଯୋଗରେ ଦଳିତ ବର୍ଗର ଜନୈକା ୧୧ବର୍ଷର ନାବାଳିକା ତଥା ୫ମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଗତ କିଛିଦିନ ତଳେ ପୀଡ଼ିତା ଛାତ୍ରୀ ଜଣଙ୍କର…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ, ଆଦର୍ଶ ଶିକ୍ଷକ,ଶିକ୍ଷାବିତ୍, ନିସ୍ୱାର୍ଥ ପରଜନ ସେବକ, ପ୍ରବୀଣ ରାଜନିତୀଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକ ନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଣ୍ୟ ଆବିର୍ଭାବ ଦିବସ ସମାରୋହ ଜନ୍ମମାଟି ବାଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଚିଲିକା ସାହିତ୍ୟ ସମାଜ ବାଲୁଗାଁ-ବାଣପୁରର ମିଳିତ ଆନୁକୂଲ୍ୟରେ ନେହେରୁ ସେବା ସଂଘର କନକ ଭବନଠାରେ ଆୟୋଜିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ପୌରାହିତ୍ୟ କରି ଓଡ଼ିଶା ସାହିତ୍ୟ ଭଣ୍ଡାରକୁ ନିଜର ସାରସ୍ଵତ ସୃଷ୍ଟିରେ ରୁଦ୍ଧିମନ୍ତ କରିଥିବା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଜନ୍ମଦେଇ ବାଣପୁର ମାଟି ଆଜି ଗର୍ବିତ ବୋଲି କହି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସାହିତ୍ୟିକ ଡକ୍ଟର ହରିହର କାନୁନଗୋ, ମୁଖ୍ୟବକ୍ତା ଭାବରେ ସୁସାହିତ୍ୟ ଡକ୍ଟର ପ୍ରମୋଦ କୁମାର ଦ୍ଵିବେଦୀ, ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ସଂଗ୍ରାମ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କ ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ବେଳେବେଳେ ମିଶ୍ରଙ୍କ ବକ୍ତବ୍ୟ ମଧ୍ୟ ବିବାଦର କାରଣ ପାଲଟିଛି। ନିଜ ଦଳର ସାଂସଦ ହେମା ମଲିନୀଙ୍କ ବିଷୟରେ ଦେଇଥିବା ବିବାଦୀୟ ବିବୃତ୍ତି ପାଇଁ ନରୋତ୍ତମ ମିଶ୍ର ପୁଣି ଥରେ ଖବରରେ ଅଛନ୍ତି। ତାଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି, ଯେଉଁଠାରେ ବିଜେପି ଏହି ପ୍ରସଙ୍ଗରେ ପ୍ରତିରକ୍ଷା ଉପରେ ରହିଛି। ନିର୍ବାଚନ ଋତୁରେ ବିଜେପିକୁ ଘେରିବା ପାଇଁ କଂଗ୍ରେସକୁ ଏକ ପ୍ରସଙ୍ଗ ମିଳିଯାଇଛି। ନିର୍ବାଚନ ସଭାରେ ନରୋତ୍ତମ ମିଶ୍ର ସମ୍ବୋଧିତ କରିଥିଲେ। ଏହି ସମୟରେ ଏହି ଅଞ୍ଚଳର ବିକାଶ ବିଷୟରେ ସେ କହିଥଲେ, “ପୂର୍ବରୁ ଦତିଆରେ ଘୋଡା ଗାଡି ଚାଲୁଥିଲା, ବର୍ତ୍ତମାନ ସେଠାରେ ବିମାନ ଚଳାଚଳ କରୁଛି। ପୂର୍ବରୁ ୱାଟର ଟ୍ୟାଙ୍କର୍ ଚାଲୁଥିଲା, କିନ୍ତୁ ଆମେ ଫିଲ୍ଟର ଲଗାଇଥିଲୁ ଯାହା ଦ୍ଵାରା ଗାଁ ଏବଂ ସହରର ସବୁଆଡେ ପାଣି ପହଞ୍ଚିବ। ଏହା ଉଡାଣ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୋଲସରା ବିଡ଼ିଓ ଭାବେ କୁରେଶ ଚନ୍ଦ୍ର ଯାନୀ ଯୋଗଦେଇଛନ୍ତି। ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ନୁଆଗଡ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ପ୍ରକାଶ ଥାଉକି ଦୀର୍ଘ ଦିନ ହେଲା ଖାଲି ପଡିଥିବା ବିଡ଼ିଓ ପଦବୀରେ ଧର୍ମରାଜ୍ ପରିଡା ଭାରପ୍ରାପ୍ତ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ନୂତନ ବିଡ଼ିଓ ଭାବେ ଯୋଗ ଦେବା ପରେ ଅଞ୍ଚଳର ଉନ୍ନତି ଦିଗରେ କାମ କରିବା ପାଇଁ ସଙ୍କଳ୍ପବଦ୍ଧ ବିବୃତ୍ତି ପ୍ରଦାନ କରିଛନ୍ତି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟରେ ନୁତନ ତହସିଲଦାର ଭାବେ ସପନ କୁମାର ସାହୁ ଯୋଗଦେଇଛନ୍ତି। ପୁର୍ବରୁ ସେ ଦେବଗଡ଼ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ସୁଚନା ଥାଉକି ପୁର୍ବରୁ କାର୍ଯ୍ୟରତ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରାଙ୍କ ର ରାୟଗଡ଼ା ଉପଜିଲ୍ଲାପାଳ ଭାବେ ବଦଳି ହେବା ପରେ ଏହି ଆସନ ଖାଲି ଥିଲା। ବର୍ତ୍ତମାନ ନୂତନ ତହସିଲଦାର ଭାବେ ଯୋଗ ଦେବା ପରେ ସପନ କୁମାର ସାହୁ ତୃଣମୁଳ ସ୍ତରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମ ରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଠାରୁ ଅଭିଯୋଗ ପାଇ ପୋଲିସ ୩ ଜଣଙ୍କୁ ଥାନାରେ ରଖି ପଚରାଉଚରା କରୁଛି। ସୁଚନା ଅନୁଯାୟୀ, ମୃତ ଯୁବକ ଜଣକ ସୁଶାନ୍ତ ପାତ୍ର ଓ ତାଙ୍କ ଘର କରଚୁଲି ଗ୍ରାମରେ। କିଛି ଲୋକଙ୍କ ସହ ତାଙ୍କର ପ୍ରଥମେ ବଚସା ହୋଇଥିଲା ଓ ପରେ କିଛି ଲୋକ ବିଭିନ୍ନ ମାରଣାସ୍ତ୍ର ରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ କରଚୁଲି କିରାମ୍ବା ରାସ୍ତାରେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ପରିବାର ଲୋକେ ଖବର ପାଇ ପୋଲିସକୁ ଜଣାଇଥିଲେ ଓ ପରିବାର ଲୋକଙ୍କ ସହ ମିଶି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତକୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁଗୁଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ…

Read More

ଭୁବନେଶ୍ଵର: ବର୍ତ୍ତମାନ ଆଇସିସି କ୍ରିକେଟ ବିଶ୍ୱକପ୍ ୨୦୨୩ ଜାରି ରହିଛି। ଭାରତ ଏହି କ୍ରିକେଟ ମହାକୁମ୍ଭର ଆୟୋଜନ କରୁଛି। ତେବେ ଏଇ କ୍ରିକେଟ୍ କୁ ନେଇ ଚର୍ଚ୍ଚାରେ ଆସିଥିବା ଭୁବନେଶ୍ବରର ଯୁବ ସଂଗ୍ରହାକ ସମରଞ୍ଜନଙ୍କ ଦ୍ଵାରା ସଂଗ୍ରହ କରାଯାଇଥିବା ୨୦୦୦ ମସିହା ରୁ ବିଭିନ୍ନ ଦେଶ ସହ ଖେଳା ଯାଇଥିବା ଆନ୍ତର୍ଜାତିକ ଟିକେଟ, ଡାକଟିକଟ ରେ ସଚିନ୍ ତେନ୍ଦୁଲକର, ସିକେ ନାଇଡୁ, ବିଜୟ ମର୍ଚାଣ୍ଟ, ଦେଓଧର, ଭିନୁ ମଙ୍କଡ଼, ରଞ୍ଜିତ ସିଂହ ଭଳି ଖେଳାଳିଙ୍କ ଡାକଟିକଟ ସ୍ଥାନ ପାଇଛି। ତା’ସହିତ ମଧ୍ୟ ଡାକ ବିଭାଗଦ୍ବାରା ସ୍ଵତନ୍ତ୍ର ଲଫାପା, ଫାଷ୍ଟଡେ ଲଫାପାରେ ୧୯୭୧ ମସିହା କ୍ରିକେଟ୍ ବିଜୟ, ଚାମ୍ପିଅନ ଟ୍ରଫି ୨୦୦୬, ସଚିନ୍ ତେନ୍ଦୁଲକରଙ୍କ ୨୦୦ତମ ମ୍ୟାଚର କଭର, ଆଇସିସି ଟି-୨୦ ବିଶ୍ଵକପ୍ ସହିତ ବିଭିନ୍ନ ଖେଳାଳି ଯେପରିକି ଧୋନି, ରୋହିତ ଶର୍ମା, ବିରାଟ କୋହଲି, ଅନିଲ କୁମ୍ୱଲେଙ୍କ ଚିତ୍ର ଥିବା ଡାକ କଭର ସ୍ଥାନ ପାଇଛି। ଦିଆସିଲି ଖୋଳରେ ମଧ୍ୟ କ୍ରିକେଟ୍…

Read More

ୱାଶିଂଟନ୍: ଇସ୍ରାଏଲ୍-ହମାସ୍ ଯୁଦ୍ଧ ମଧ୍ୟରେ ଆମେରିକାର ସେନା ପୂର୍ବ ସିରିଆର ଦୁଇଟି ସାମରିକ ଠିକଣା ଉପରେ ଆକ୍ରମଣ କରିଛି। ଗୁରୁବାର ଏହି ବିଷୟରେ ସୂଚନା ଦେଇ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ କହିଛନ୍ତି ଯେ, ଏହି ବେସଗୁଡିକ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଏବଂ ଏହାର ଅନୁବନ୍ଧିତ ଗୋଷ୍ଠୀ ଦ୍ୱାରା ବ୍ୟବହାର କରାଯାଉଛି। ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ଅକ୍ଟୋବର ୧୭ ତାରିଖରୁ ଇରାନ ସମର୍ଥିତ ମିଲିସିଆ ଗୋଷ୍ଠୀ ଦ୍ଵାରା ଇରାକ ଏବଂ ସିରିଆରେ ଆମେରିକାର କର୍ମଚାରୀଙ୍କ ବିରୋଧରେ ଚାଲିଥିବା ତଥା ଅଧିକାଂଶ ଅସଫଳ ଆକ୍ରମଣର ଜବାବ। ଅଷ୍ଟିନ କହିଛନ୍ତି ଯେ, ଏହି ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୨୧ ଜଣ ଆମେରିକୀୟ ସୈନିକ ସାମାନ୍ୟ ଆହତ ହୋଇଥିଲେ, କିନ୍ତୁ ସମସ୍ତେ ଡ୍ୟୁଟିକୁ ଫେରିଛନ୍ତି। ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି ଯେ, ଆମେରିକା ଏଭଳି ଆକ୍ରମଣକୁ ବରଦାସ୍ତ କରିବ ନାହିଁ ଏବଂ ନିଜର,…

Read More

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଶିରିଡିସ୍ଥିତ ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ କରିଛନ୍ତି। ଶ୍ରୀ ମୋଦୀ ଡ୍ୟାମ୍ ପରିଦର୍ଶନ କରି କେନାଲ ପାଣି ଛାଡିଥିଲେ। ପ୍ରଧାନମନ୍ତ୍ରୀ ଟ୍ବିଟରରେ କହିଛନ୍ତି ଯେ, ନୀଲୱାଣ୍ଡେ ଡ୍ୟାମର ଜଳ ପୂଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯାହା ଏକ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇଛି। ଜନସାଧାରଣଙ୍କ ଉନ୍ନତି ପାଇଁ ଜଳଶକ୍ତିର ଉପଯୋଗ କରିବା ପାଇଁ ଏହା ଆମର ଅତୁଟ ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି।

Read More

ନୂଆଦିଲ୍ଲୀ: ଆଜି ବିଶ୍ୱକପ୍ ରେ ପାକିସ୍ତାନ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେମାନଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ର ଯୁଦ୍ଧ ପରି ହେବ। ବାସ୍ତବରେ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ରେ ପାଞ୍ଚଟି ମ୍ୟାଚ୍‌ ମଧ୍ୟରୁ ତିନୋଟି ହାରିଛି। ଯଦି ସେମାନେ ଏଠାରୁ ଆଉ କିଛି ମ୍ୟାଚ୍ ହାରିଯା’ନ୍ତି, ତେବେ ସେମିଫାଇନାଲକୁ ଯିବା ରାସ୍ତା ପ୍ରାୟ ବନ୍ଦ ହୋଇଯିବ। ଅର୍ଥାତ୍ ବିଶ୍ୱକପ୍‌ର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ବାବର ଦଳକୁ ଯେକୌଣସି ମୂଲ୍ୟରେ ବାକି ଚାରିଟି ମ୍ୟାଚ୍ ଜିତିବାକୁ ପଡିବ। ବର୍ତ୍ତମାନ ପାଇଁ ପାକିସ୍ତାନ ଦଳକୁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାକୁ ପଡ଼ିବ। ଏହି ଆହ୍ଵାନ ପାକିସ୍ତାନ ପାଇଁ ଅତ୍ୟନ୍ତ କଠିନ ହେବ। ଏହାର କାରଣ ହେଉଛି ଏହି ବିଶ୍ୱକପରେ ଭାରତ ପରେ ଦ୍ୱିତୀୟ ଶକ୍ତିଶାଳୀ ଦଳ ଭାବରେ ପ୍ରୋଟିସ୍ ଦଳ ଉଭା ହୋଇଛି। ପ୍ରୋଟିସ୍ ଦଳ ଏହାର ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଚାରିଟି ଜିତିଛି। ଏହି ଦଳ…

Read More

ଭୁବନେଶ୍ବର: ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଓଡିଶାରୁ ବିଦାୟ ନେବେ। ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ। ଏହି ଉପଲକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣେଷୀଲାଲଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ଦୀର୍ଘ ତଥା ନିରାମୟ ଜୀବନ କାମନା କରିଥିଲେ। ସେହିପରି ଗତକାଲି ରାଜଭବନ କର୍ମଚାରୀମାନେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସମସ୍ତ କର୍ମଚାରୀ ରାଜ୍ୟପାଳଙ୍କ ବ୍ୟବହାର ତଥା ଶାସନ ପ୍ରଣାଳୀକୁ ବେଶ ପ୍ରଶଂସା କରିଥିଲେ। ଆଜି କେତେକ ବିଶିଷ୍ଠ ବ୍ୟକ୍ତି ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବେ। ବିଦାୟ ସମୟରେ ପ୍ରଫେସରଗଣେଷୀଲାଲ କହିଛନ୍ତି ଯେ, ଓଡିଶାରେ ମୋର ପୁର୍ନଜନ୍ମ ହୋଇଛି। ଓଡିଶା ଲୋକଙ୍କର ଭଲପାଇବା ମୁଁ କେବେ ଭୁଲିପାରିବି ନାହିଁ। ଦୁନିଆରେ ଆପଣ ଚାରିଆଡେ ବୁଲନ୍ତୁ, ହେଲେ ପୁରୀ ପରି ଭଲପାଇବା କେଉଁଠି ମିଳିବ ନାହିଁ। ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଷୀଲାଲ। ଓଡିଶ।ର ନୂଆ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଅପରାହ୍ଣ ପ୍ରାୟ ୧.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସତନା ଜିଲ୍ଲାର ଚିତ୍ରକୂଟରେ ପହଂଚି ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ଠାରେ କେତେକ କାର୍ଯ୍ୟକ୍ରମରେଯୋଗଦେବେ। ସେ ରଘୁବୀର ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବାପରେ ଶ୍ରୀରାମ ସଂସ୍କୃତ ମହାବିଦ୍ୟାଳୟ ଯାଇ ଦିବଂଗତ ଶ୍ରୀ ଅରବିନ୍ଦ ଭାଇମଫତଲାଲଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ପରେ ପରେ ସେମଧ୍ୟ ଜାନକୀକୁଣ୍ଡ ଚିକିତ୍ସାଳୟର ନୂତନ ଶାଖାକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱର୍ଗତ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମ ଶତବାର୍ଷିକୀସମାରୋହ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ସଦଗୁରୁସେବା ସଂଘ ଟ୍ରଷ୍ଟ ପରମପୂଜ୍ୟ ରଣଛୋଡ଼ଦାସଜୀ ମହାରାଜାଙ୍କ ଦ୍ୱାରା୧୯୬୮ରେ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ଅରବିନ୍ଦ ଭାଇ ମଫତଲାଲପରମପୂଜ୍ୟ ରଣଛୋଡ଼ଦାସଜୀ ମହାରାଜଙ୍କ ଦ୍ୱାରା ବିଶେଷ ଭାବେଅନୁପ୍ରାଣିତ ହୋଇ ଟ୍ରଷ୍ଟ ସ୍ଥାପନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲେ। ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ସ୍ୱାଧୀନତ୍ତୋର ଭାରତବର୍ଷରେ ଜଣେଅଗ୍ରଣୀ ଉଦ୍ୟୋଗପତି ଥିଲେ ଓ…

Read More

ନୂଆଦିଲ୍ଲୀ: 2023 ବିଶ୍ୱକପର 25 ତମ ମ୍ୟାଚରେ ଶ୍ରୀଲଙ୍କା ଏକପାଖିଆ ଭାବେ ଇଂଲଣ୍ଡକୁ 8 ୱିକେଟରେ ପରାସ୍ତ କରିଛି। ଶ୍ରୀଲଙ୍କାର ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶ୍ରୀଲଙ୍କା ଏହି ବିଜୟ ପରେ ଇଂଲଣ୍ଡର ସେମିଫାଇନାଲ ରାସ୍ତା ଏବେ କଷ୍ଟ ହୋଇପଡିଛି ଏବଂ ଏହା ସହିତ ପାକିସ୍ତାନର ସମସ୍ୟା ମଧ୍ୟ ବଢାଇଦେଇଛି। ଏହି ବିଜୟ ପରେ ଶ୍ରୀଲଙ୍କା ଟେବୁଲରେ ପଞ୍ଚମ ସ୍ଥାନକୁ ଆସିଛି ଏବଂ ହାରିଥିବା ଇଂଲଣ୍ଡ ନବମ ସ୍ଥାନକୁ ଖସି ଆସିଛି। ପ୍ରଥମ ତିନୋଟି ମ୍ୟାଚ୍ ହାରିଯିବା ପରେ ଶ୍ରୀଲଙ୍କା ପାଇଁ ଏହା କ୍ରମାଗତ ଦ୍ୱିତୀୟ ବିଜୟ ହୋଇଛି। ଏହି ବିଜୟ ସହିତ ଶ୍ରୀଲଙ୍କା 4 ପଏଣ୍ଟ ଏବଂ ନେଟ୍ ରନ୍ ହାର -0.205 ସହିତ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି, ଯେଉଁଠାରେ ପାକିସ୍ତାନ ପୂର୍ବରୁ ଥିଲା। ବର୍ତ୍ତମାନ ଶ୍ରୀଲଙ୍କାର ବିଜୟ ପରେ 4 ପଏଣ୍ଟ ପାଇ ପାକିସ୍ତାନ ଖରାପ ରନ୍ ହାର…

Read More