Author: Samikhsya Bureau

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମା’ ଭଗବତୀଙ୍କ ମନ୍ଦିରରେ ଦଶହରା ଠାରୁ ପୂଜା ପାଉଥିବା ପ୍ରାଚୀନ ବଙ୍କାଡ଼ଗଡ ରାଜାଙ୍କର ଇଷ୍ଟଦେବୀ ମା’ କନକ ଦୁର୍ଗା ଶାରଦୀୟ ପର୍ବ ଶେଷ କରି ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିଛନ୍ତି। ଦଶହରା ବିଜୟା ଦଶମୀ ନିଶାର୍ଦ୍ଧରେ ସାତ ବଖରା ପର୍ବଗୃହରୁ ମା’ ଭଗବତୀ ପାଞ୍ଚ ଭଉଣୀକୁ ମେଳାଣି ଦେଇ କେବଳ ଭଉଣୀ କନକ ଦୁର୍ଗାଙ୍କୁ ଶେଷ ପର୍ବ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ନିଜ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଅନୁରୋଧ କରି ଛାଡିଦେଇପିତ୍ରାଳୟକୁ ବାହୁଡିଥିଲେ। ବଡ଼ ଭଉଣୀଙ୍କ ସେହି 6ସ୍ନହବୋଳାକଥା ରକ୍ଷା କରି ମା’ କନକ ଦୁର୍ଗା ଦଶହରା ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ ଭଗବତୀଙ୍କ ସିଂହାସନ ଉପରେ ପାଖକୁ ଲାଗି ବିରାଜମାନ କରିଥିଲେ। ଦୁଇ ଭଉଣୀ ଙ୍କୁ ପ୍ରତ୍ୟହ ଏକାଠି ସ୍ନାନ ନୀତି, ମହାପ୍ରସାଦ ଅର୍ପଣ, ବେଶ , ବଲ୍ଲଭ ଆଳତି,ଶଙ୍କୁଡ଼ି ଧୂପ,…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ବିଶେଷ ସାରାଂଶ ସଂଶୋଧନ-୨୦୨୪ ର ଶୁଭାରମ୍ଭ ହୋଇଯାଇଛି। ଏହାକୁ ଖୋର୍ଦ୍ଧା ଷ୍ଟାଡିୟମରେ ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ଏକ ପଥ ଉତ୍ସବ ଏବଂ ୱାକାଥନ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଉକ୍ତ ରାଲି ପଲ୍ଲାହାଟରୁ ବାହାରି ଖୋର୍ଦ୍ଧା ଷ୍ଟାଡିୟମରେ ସମାପ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ତହସିଲଦାର, ବିଡିଓ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିଡିପିଓ, ସମସ୍ତ ବି.ଏଲ଼.ଓ, ମୁଁ ବି ମିତା କ୍ୟାମ୍ପସ ଆମ୍ଵାସାଡର, ପି.ଏନ.କଲେଜ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ। ଷ୍ଟାଡିୟମ ଠାରେ ଜୁମ୍ଵୋ ଆକ୍ଟ , ଓଡ଼ିଶା, ଘୋଡ଼ା ନାଚ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Read More

ଭୁବନେଶ୍ଵର: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ନୀତି ଓ ପ୍ରଭାବଶାଳୀ ପଦକ୍ଷେପ କାରଣରୁ ଆଜି ଦେଶରେ ବେରୋଜଗାରୀ ହ୍ରାସ ପାଇବା ସହ କର୍ମନିଯୁକ୍ତିରେ ମହିଳା ମାନଙ୍କ ଭାଗିଦାରୀ ବଢିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଦଶମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ୧୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବା ଅବସରରେ କହିଛନ୍ତି ଯେ ୨୦୧୭-୧୮ରେ ଦେଶରେ ୬% ବେରୋଜଗାରୀ ତୁଳନାରେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨%ରେ ପହଞ୍ଚିଛି। ୨୦୧୭-୧୮ରେ କର୍ମକ୍ଷେତ୍ରରେ ମହିଳା ଭାଗିଦାରୀ ୨୩% ଥିବାବେଳେ ୨୦୨୨-୨୩ ବର୍ଷରେ ୩୭ %କୁ ବଢିଛି। ସରକାରୀ ଚାକିରି ସମେତ ସାମାଜିକ ଜୀବନରେ ମହିଳା ମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି। ଏହା ଦ୍ୱାରା ସମାଜର ସନ୍ତୁଳିତ ବିକାଶ ହେଉଛି। ବୈଜ୍ଞାନିକ ଦୃଷ୍ଟିରୁ ପୁରୁଷଙ୍କ ତୁଳନାରେ…

Read More

ନୂଆଦିଲ୍ଲୀ: ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍। ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି। ସେଥିରୁ ଅଧିକାଂଶ କାରବାର ୟୁପିଆଇ ମାଧ୍ୟମରେ କରାଯାଉଛି। ଦେଶର ୩୦ କୋଟି ବ୍ୟକ୍ତି ବିଶେଷ ଓ ୫କୋଟିରୁ ଅଧିକ ବ୍ୟବସାୟୀ ୟୁପିଆଇ ବ୍ୟବହାର କରୁଛନ୍ତି। ରାସ୍ତାକଡର ଉଠାଦୋକାନଠାରୁ ଆରମ୍ଭ କରି ବୃହତ୍ ସପିଂ ମଲ୍ ପର୍ଯ୍ୟନ୍ତ ସମସ୍ତେ ଏବେ ୟୁପିଆଇ ବ୍ୟବହାର କରୁଛନ୍ତି। ବିଶ୍ୱର ସବୁ ଦେଶ ମଧ୍ୟରୁ ଭାରତରେ ଡିଜିଟାଲ କାରବାର ସଂଖ୍ୟା ସର୍ବାଧିକ। ୨୦୨୨ ତଥ୍ୟ ଅନୁସାରେ ଭାରତରେ ମୋଟ ଦେଣନେଣର ୪୬ ଶତାଂଶ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହୁଏ। ଭାରତ ପରେ ଏ କ୍ଷେତ୍ରରେ କ୍ରମଗତ ଭାବେ ପଛକୁ ପଛ ରହିଛନ୍ତି ବ୍ରାଜିଲ, ଚୀନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ। ୨୦୧୬ରେ ଭାରତରେ ମାତ୍ର ୧୦ଲକ୍ଷ ଡିଜିଟାଲ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ। ଦେଶର ବିଭିନ୍ନ ମନ୍ତ୍ରଣାଳୟରୁ ମନୋନୀତ ହୋଇଥିବା କର୍ମଚାରୀମାନେ ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ଦେଶର ୩୭ଟି ସ୍ଥାନକୁ ମେଳା ସହ ଯୋଡ଼ାଯାଇଥିଲା। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଅକ୍ଟୋବରରେ ରୋଜଗାର ମେଳା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ରୋଜଗାର ମେଳାର ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି ଏବଂ କେନ୍ଦ୍ର ଓ ଏନଡିଏ ଶାସିତ ରାଜ୍ୟ ଏବଂ…

Read More

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଶହୀଦ ବୀର ଓ ଯବାନ’ ମାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍‌–ବୀରଙ୍କୁ ବନ୍ଦନ୍‌’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ “ମୋ ମାଟି, ମୋ ଦେଶ” ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହୋଇଛି। ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ ପଂଚାୟତର ୧୩୧୨୮ ଗାଁରୁ ସଂଗୃହିତ ହୋଇଥିବା ପବିତ୍ର ମାଟି ଗତ କାଲି ଭୁବନେଶ୍ୱରରେ ପହଂଚିବା ପରେ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଅଣାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ…

Read More

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ବିଶ୍ୱକପ୍‌ରେ ବହୁତ ଭଲ ପ୍ରଦର୍ଶନ କରୁଛି। ଭାରତ ହେଉଛି ଏକମାତ୍ର ଦଳ ଯିଏକି ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ହାରିନାହିଁ ଏବଂ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଏହାର ଅର୍ଥ ନୁହେଁ ଯେ ଟିମ୍ ଇଣ୍ଡିଆର ଅଭିଯାନ ସମାପ୍ତ ହୋଇଛି। ସେମିଫାଇନାଲରେ ପହଞ୍ଚିବା ଏବଂ ଏକ ନମ୍ବରରେ ରହିବାକୁ ହେଲେ ଭାରତକୁ ଅବଶିଷ୍ଟ ୪ ଟି ମ୍ୟାଚ୍ ଜିତିବାକୁ ପଡ଼ିବ ଏବଂ ଏହା ପରେ ମଧ୍ୟ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଜିତିବାକୁ ପଡ଼ିବ, କେବଳ ସେତେବେଳେ ଟିମ୍ ଇଣ୍ଡିଆ ବିଶ୍ୱ ବିଜେତାରେ ପରିଣତ ହେବ। ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ରୋହିତ ଶର୍ମାଙ୍କୁ ଅନେକ ହାର୍ଦ୍ଦିକ ପାଣ୍ଡ୍ୟା ଆବଶ୍ୟକ କରିବେ, କାରଣ ସେ ବଲ୍, ବ୍ୟାଟ୍ ଏବଂ ଫିଲ୍ଡିଂ ସହିତ ତିନୋଟି ବର୍ଗରେ ଚମତ୍କାର କରିପାରନ୍ତି। ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମ୍ୟାଚରୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ: ତେବେ ବର୍ତ୍ତମାନ…

Read More

ମୁମ୍ବାଇ: ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି ଏବେ ଜୋର ଧରିଛି। ମରାଠା ସମ୍ପ୍ରଦାୟର ନେତା ମନୋଜ ଜାରାଙ୍ଗେ ପାଟିଲଙ୍କ ନେତୃତ୍ୱରେ ବର୍ତ୍ତମାନ ମହାରାଷ୍ଟ୍ରରେ ସଂରକ୍ଷଣର ଦାବି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ମନୋଜ ଜାରାଙ୍ଗେ ପାଟିଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ବାସ୍ତବରେ କିଛି ସମୟ ପୂର୍ବରୁ ମନୋଜ ଜାରାଙ୍ଗେ ପାଟିଲ ମରାଠା ସଂରକ୍ଷଣ ନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ୪୦ ଦିନ ସମୟ ଦେଇଥିଲେ। ଏହା ପରେ ସରକାରଙ୍କ ମନୋଭାବ ଦେଖି ମନୋଜ ଜାରାଙ୍ଗେ ପାଟିଲ ରାଜ୍ୟରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମରାଠା ସଂରକ୍ଷଣ ସମ୍ପର୍କରେ ମନୋଜ ଜାରାଙ୍ଗେ ପାଟିଲ କହିଛନ୍ତି ଯେ, ବର୍ତ୍ତମାନ ମରାଠା ସମ୍ପ୍ରଦାୟ ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଆମରଣ ଅନଶନରେ ବସିବ। ଏଥି ସହିତ ସେ କହିଛନ୍ତି ଯେ, ଯଦି ଆମରଣ ଅଂଶନରେ କାହାର ଜୀବନରେ କିଛି ଘଟେ ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଟାଙ୍ଗୀ ଥାନା ବଡ଼ପାରୀ ପାଇକ ସାହିରେ ଅଘଟଣ ଘଟିଯାଇଛି। ଜଣେ ଯୁବକ ରସି ଲଗାଇ ଘରେ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଜିତେନ୍ଦ୍ର ବିଶ୍ୱାଳ (୩୩) ବୋଲି ଜଣାପଡିଛି। ଜିତେନ୍ଦ୍ର ଆଜି ସକାଳୁ ସକାଳୁ ଘରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଜିତେନ୍ଦ୍ରଙ୍କ ସହ ଦୀର୍ଘ ଦିନ ହେଲା ତାଙ୍କ ପତ୍ନୀଙ୍କର ମନାନ୍ତର ରହିଥିଲା।  ତେଣୁ ତାଙ୍କ ପତ୍ନୀ ବଡ଼ପାରୀରେ ନ ରହି ନିଜ ବାପ ଘରେ ରହି ଆସୁଥିଲେ। ତେବେ ଗତ କାଲି ଜିତେନ୍ଦ୍ର ଶ୍ଵଶୁର ଘରକୁ ଯାଇ ସନ୍ଧ୍ୟାରେ ଫେରିଆସିଥିଲେ। ରାତିରେ ମା ଓ ଜିତେନ୍ଦ୍ର ଖାଇ ପିଇ ଶୋଇଥିଲେ। ତାପରେ ସକାଳୁ ନିଜ ଘରେ ତାଙ୍କର ଝୁଲନ୍ତା ଶବକୁ ଲୋକେ ଦେଖିଥିଲେ। ଏ ନେଇ ଗାଁ ଲୋକେ ଟାଙ୍ଗୀ ପୋଲିସକୁ ଖବର ଦେବା ପରେ ପୋଲିସ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଏସଏଲ୩-ଏସଏଲ୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସେମାନଙ୍କ ଦଳଗତ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଆଗାମୀ ଆଥଲେଟ୍ ମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ବ୍ୟାଡମିଣ୍ଟନ – ପୁରୁଷ ଡବଲ୍ସ ଏସଏଲ୩-ଏସଏଲ୪ରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ। ସେମାନଙ୍କ ଦଳଗତ କାର୍ଯ୍ୟ ଏବଂ ପ୍ରତିଭା ଆଗାମୀ ଆଥଲେଟମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ସେମାନଙ୍କ ପାଇଁ ଭାରତ ଗର୍ବିତ।

Read More

ଭୁବନେଶ୍ବର: ଆଜି ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା। ଆଶ୍ୱିନ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି ଯେ କେବଳ ଏହି ପୂର୍ଣ୍ଣିମାରେ ଚନ୍ଦ୍ର ଷୋଳ କଳାରେ ପରିପୂର୍ଣ୍ଣ ହୁଅନ୍ତି। କୁମାର ପୂର୍ଣ୍ଣିମା ଆଶ୍ୱିନ ମାସରେ ପଡୁଥିବାରୁ ଏହାକୁ ଆଶ୍ୱିନ ପୂର୍ଣ୍ଣିମା ମଧ୍ୟ କୁହାଯାଏ। କୁମାର ପୂର୍ଣ୍ଣିମାର ମହତ୍ବ ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ଧାର୍ମିକ ପୂର୍ଣ୍ଣ ଚନ୍ଦ୍ର ରାତି ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ। ହିନ୍ଦୁ କ୍ୟାଲେଣ୍ଡରର ସବୁଠାରୁ ପ୍ରସିଦ୍ଧ ପୂର୍ଣ୍ଣିମା ମଧ୍ୟରୁ ଶରଦ ବା କୁମାର ପୂର୍ଣ୍ଣିମା ଅନ୍ୟତମ। ବିଶ୍ୱାସ କରାଯାଏ ଯେ ଶରଦ ପୂର୍ଣ୍ଣିମା ବର୍ଷର ଏକମାତ୍ର ଦିନ ଯେତେବେଳେ ଚନ୍ଦ୍ର ସମସ୍ତ ଷୋହଳ କଳା ସହିତ ଆସନ୍ତି। ହିନ୍ଦୁ ଧର୍ମରେ, ପ୍ରତ୍ୟେକ ମାନବ ଗୁଣ ଏକ ନିର୍ଦ୍ଦିଷ୍ଟ ସମୟ ସହିତ ଜଡିତ ଏବଂ ଷୋହଳ କଳା ହେଉଛି ବିଭିନ୍ନ କଳାର…

Read More

ଭୁବନେଶ୍ୱର: ବ୍ରେନ୍ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ଓଡ଼ିଶାରେ ଏହାର ମୁକାବିଲା କିପରି କରାଯାଇ ପାରିବ ସେନେଇ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞମାନଙ୍କୁ ଏକାଠିକରି ବିଶ୍ୱ ଷ୍ଟ୍ରୋକ ଦିବସ ପୂର୍ବରୁ ଏକ ରାଜ୍ୟସ୍ତାରୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି “ଷ୍ଟ୍ରୋକମୁକ୍ତ ଜୀବନ” ଶୀର୍ଷକରେ ସଚେତନତା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଭୁବନେଶ୍ୱରଠାରେ ଶୁକ୍ରବାର ଦିନ ଏକ ବିଶେଷ ବୈଷୟିକ ଆଲୋଚନାଚକ୍ର ତଥା କନକ୍ଲେଭ କରାଯାଇଥିଲା। “ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ଷ୍ଟ୍ରୋକ ଦ୍ୱାରା ପ୍ରଭାବିତ ହେଉଛନ୍ତି। ତେଣୁ ଆମେ ସମସ୍ତେ ଷ୍ଟ୍ରୋକର ଲକ୍ଷଣ ଜାଣିବା ସହ ଠିକଣା ସମୟରେ…

Read More

ନୂଆଦିଲ୍ଲୀ: ଖୋଲା ବଜାରରେ ଗହମର ଉପଲବ୍ଧତା ବୃଦ୍ଧି ତଥା ଏହାର ମୂଲ୍ୟକୁ ସ୍ଥିର ରଖିବାକୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୩ ନଭେମ୍ବର ଏକ ତାରିଖରୁ ଘରୋଇ ମୁକ୍ତ ବଜାର ବିକ୍ରି ଯୋଜନାରେ ନିଲାମଡକାଳୀ(ବିଡର)ସରକାରଙ୍କଠାରୁ ୨୦୦ ମେଟ୍ରିକ ଟନ୍ ଗହମ କିଣିପାରିବେ । ଆଗରୁ ଏହି ଯୋଜନାରେ ସର୍ବାଧିକ ୧୦୦ ମେଟ୍ରିକ ଟନ୍ ଗହମ ନିଲାମର ବ୍ୟବସ୍ଥା ଥିଲା । ଏବେ  ସରକାର ଏହାକୁ ୨୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ବଫର ଷ୍ଟକରୁ ଏହି ଗହମ ସରକାର ନିଲାମ କରିବେ । ସର୍ବାଧିକ କ୍ରୟ ମୂଲ୍ୟ ଡାକରା ଦେଇଥିବା ନିଲାମଧାରୀ ସମ୍ପୃକ୍ତ ଗ୍ରହମ କିଣିବାରେ ସୁଯୋଗ ପାଇବେ। ସେହିଭଳି ସମଗ୍ର ଦେଶ ପାଇଁ ଗହମର ଇ-ଅକ୍‌ସନ (ନିଲାମ) ପରିମାଣ ପୂର୍ବରୁ ୨ଲକ୍ଷ ମେଟ୍ରିକ ଟନଥିଲା। ଏବେ ଏହାକୁ ସରକାର ୩ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି । ବଜାରରେ ଗହମ, ଅଟା, ଚାଉଳ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍  ଆଜି ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭୋର୍ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା। ନୂଆ ଦାୟିତ୍ଵ ଗ୍ରହଣ ପରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କେପିଂ କାମରେ ଜଗନ୍ନାଥ ସଂସ୍କୃତି…

Read More

ନୂଆଦିଲ୍ଲୀ: ଚଳିତମାସ ୩୧ତାରିଖରେ ନୂଆଦିଲ୍ଳୀଠାରେ “ଆଜାଦି କି ଅମୃତ ମହୋତ୍ସବ”ର ଉଦ୍ଯାପନ ଉତ୍ସବ “ମେରି ମାଟି ମେରି ଦେଶ” ଆୟୋଜିତ ହେବ । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିଜୟ ଚୌକ/ କର୍ତ୍ତବ୍ୟ ପଥରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଚାଲିଥିବା ଅମୃତ କଳସ ଯାତ୍ରାର ଆନୁଷ୍ଠାନିକ ଉଦ୍ଯାପନ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ନେଇ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରି ପ୍ରାଣବଳୀ ଦେଇଥିବା ଭାରତୀୟବୀର ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଦେଶର ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୬୬ ଜିଲ୍ଲା ଓ ୭୦୦୦ ବ୍ଲକରୁ ଅମୃତ କଳସଧାରୀ ମାନେ ଆସି ନୂଆଦିଲ୍ଲୀରେ ପହଞ୍ôଚବାରେ ଲାଗିଛନ୍ତି। ଏହି ଉତ୍ସବ ସହିତ ଦେଶରେ ଦୁଇବର୍ଷ ଧରି ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ ଅଭିଯାନର ଆନୁଷ୍ଠାନିକ ଅବସାନ ଘଟିବ। ଏହି ଅମୃତ ମହୋତ୍ସବ ୨୦୨୧ ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା। ସ୍ୱାଧୀନତାର…

Read More

ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ, ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ। ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହ ଏକ ନୂଆ ଆଶା ସୃଷ୍ଟି କରିଛି। ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀ ମାନେ ସୋ ମଧ୍ୟରେ କହିଛନ୍ତି। ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧, ୨୦୨୨ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଅଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପ୍ରସାରଣ ଆରମ୍ଭ ହୋଇଥିଲା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ କର୍ମମୟ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୬୦ ରୁ ଅଧିକ ନବନିଯୁକ୍ତଙ୍କୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ବିଶ୍ୱେଶ୍ୱର ଟୁଡୁ କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୧୦ ରୁ ଅଧିକ  ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ଏବଂ ସେହିଭଳି ବିଶାଖାପାଟନମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।  ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରୁ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶେରଗଡ଼ ଥାନା ଅନ୍ତର୍ଗତ ଧନ୍ୱନ୍ତର ପଞ୍ଚାୟତ ଲାଞିଆପଲୀ ଗାଁ ଦାଣ୍ଡରେ ମଙ୍ଗୁଳୁ ଭୁୟାଁ ନାମରେ ଜଣେ ଯୁବକଙ୍କୁ କିଛି ବିରୋଧୀ ଛୁରୀ ଭୁଷି ଓ ପଥର ଛେଚି ହତ୍ୟା କରିଛନ୍ତି। ସୁଚନା ଥାଉକି ହତ୍ୟାକାରୀ ଯୁବକ ମାନଙ୍କ ସହ ମଙ୍ଗୁଳୁଙ୍କ ପୁର୍ବରୁ ଶତ୍ରୁତା ଥିଲା। ମଙ୍ଗୁଳୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଛକି ରହିଥିବା ଯୁବକ ମାନେ ତାଙ୍କୁ ବିଭତ୍ସ ଭାବରେ ହତ୍ୟା କରି ଚାଲିଯାଇଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାରେ ସଂପୃକ୍ତ ୪ ଜଣ ଯୁବକକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Read More

ଭୁବନେଶ୍ବର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ଆସନ୍ତା କାଲିଠାରୁ ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ। ୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ। ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ…

Read More

ଭୁବନେଶ୍ବର: ଏଥର କୁମାର ପୂର୍ଣ୍ଣାମା ଆସନ୍ତା ୨୮ ତାରିଖ ଶନିବାରରେ ପଡୁଛି। ତେବେ ଏହିଦିନ ରହିଛି ଚନ୍ଦ୍ର ଗ୍ରହଣ। ଏଥର ଚନ୍ଦ୍ର ଗ୍ରହଣ ଖଣ୍ଡ ଗ୍ରାସ ହେବ। ଏହା ଏକ ଲମ୍ବା ସମୟ ଧରି ହେବ ବୋଲି ଜଣାପଡିଛି। ସେଦିନ ଚନ୍ଦ୍ର ଗ୍ରହଣ ରାତି ୧ ଟା ୪ ମିନଟ ୫୫ ସେକେଣ୍ଡରେ ଲାଗିବ। ଏହା ୧ ଘଣ୍ଟା ୧୯ ମିନଟ ୭ ସେକେଣ୍ଡ ଧରି ଲାଗିରହିବ। ଯାହା ରାତ୍ରୀ ୨ ଟା ୨୪ ମିନଟ ୭ ସେକେଣ୍ଡରେ ସର୍ବ ମୋକ୍ଷ ହେବ। ତେବେ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ସେଦିନ ପାକ ତ୍ୟାଗ ତାହାର ବହୁ ପୂର୍ବରୁ କରିବାକୁ ପଡିବ। ଅର୍ଥାତ ସେଦିନ ଅପରାହ୍ନ ୪ ଟା ୪ ମିନଟ ୫୫ ସେକେଣ୍ଡରୁ ପାକତ୍ୟାଗ କରାଯିବ। ଏହା ପୂର୍ବରୁ ଯେଉଁମାନେ ଯାହା ଖାଇବା କଥା ତାହା ଖାଇ ସାରିବା ଉଚିତ। ତେବେ ପାକ ଗ୍ରହଣ ରାତି ୨ ଟା ୨୫…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଜଗତି ସାହିରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ ସୂଚନା। ସୂଚନା ମୁତାବକ ମୃତକ ଜଣଙ୍କ ହେଲେ ଉକ୍ତ ସାହିର ଜିତୁ ପ୍ରଧାନ (୩୩)। ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବିସ୍ପୋରଣ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Read More