Author: Samikhsya Bureau

ଭୁବନେଶ୍ୱର: ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍‌ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍‌ସ ଭୁବନେଶ୍ୱର ଜେନେରାଲ ମେଡିସିନ୍ (ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ ରୋଗୀଙ୍କୁ ପ୍ରତି ମାସରେ ଏହି ବିଭାଗରେ ଭର୍ତ୍ତି କରାଯାଉଥିବା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ ଅବସରରେ ଆୟୋଜିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଡ. ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଏମ୍‌ସ ଭେଷଜ ବିଭାଗ ପକ୍ଷରୁ ଏଭଳି ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ରିମାଟୋଲୋଜି କ୍ଲିନିକ୍‌ ସର୍ମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ ଏହି ଅବସରରେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ, ମହିଳାମାନେ ରିମାଟଏଡ୍…

Read More

ନୂଆଦିଲ୍ଲୀ: ପୁନର୍ବାର ଅଶ୍ୱିନୀ ଭାଇ ତାଙ୍କ ପ୍ରତିଶ୍ରୁତି ପାଳନ କଲେ! ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୱାର୍କ ଅର୍ଡର ଜାରି କରାଯାଇଛି। ଅଶ୍ୱିନୀ ଭାଇ ବାଲେଶ୍ୱର ଲାୟନ୍ସ ଚକ୍ଷୁ ଡାକ୍ତରଖାନାର ବିକାଶ ପାଇଁ ତାଙ୍କ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ (MP LAD) ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ଏବଂ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଶ୍ଚିତ କରାଇଥିଲେ। ଇତିମଧ୍ୟରେ, ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପାଣ୍ଠି ରିଲିଜ ପାଇଁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି। ବାଲେଶ୍ୱରର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବାକୁ ବାଲେଶ୍ୱର ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ଅଧ୍ୟକ୍ଷଙ୍କୁ ସୂଚନା ଦେଇଛନ୍ତି। ୨୦୨୩ ଜୁଲାଇ ମାସରେ ଅଶ୍ବିନୀ ଭାଇ ମଧ୍ୟ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ତାଙ୍କର ସଂସଦୀୟ…

Read More

ନୂଆଦିଲ୍ଲୀ: ପୁରାତନ କାଳରୁ ଓଡ଼ିଶା ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା। ଆମେ ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ଦରକାର ବୋଲି ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ଗୌରବମୟ ସାମୁଦ୍ରିକ ଐତିହ୍ୟ ଏବଂ ଜାତୀୟ ବିକାଶରେ ଆମ ନାବିକଙ୍କ ପ୍ରମୁଖ ଭୂମିକା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଭାରତରେ ସାମୁଦ୍ରିକ ଶିଳ୍ପ ବହୁତ ପୁରୁଣା। ଭାରତର ସଭ୍ୟତା ସହ ନୌବାଣିଜ୍ୟ କାରବାରର ସମ୍ପର୍କ ରହିଆସିଛି । ଏବେ ସମଗ୍ର ବୈଶ୍ୱିକ ଶ୍ରମବଳରେ ୧୨% ନାବିକଙ୍କ ଯୋଗଦାନ ରହିଛି । ଏହାକୁ ଦୁଇ ଗୁଣା କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଯୋର୍ ଦେଇଛନ୍ତି। ଆମେ ଏକ ନୂଆ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ବିଭିନ୍ନ ସାମଗ୍ରୀର ମୂଲ୍ୟକୁ ସ୍ଥିର ରଖିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ପାର୍ବଣ ଋତୁରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ। ଚିନି ବର୍ଷ ସାରା ଉପଯୁକ୍ତ ମୂଲ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ ‘ପ୍ରତିବନ୍ଧକ’ ଜାରି ରଖିଛନ୍ତି। ଏହା ଦ୍ୱାରା ଦେଶରେ ଚିନିର ଯଥେଷ୍ଟ ଷ୍ଟକ୍ ସୁନିଶ୍ଚିତ ହେବ ଏବଂ ଇଥାନଲ୍ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ସବୁଜ ଇନ୍ଧନ ଦିଗରେ ଭାରତର ପ୍ରୟାସରେ ସ୍ଥିରତା ବଜାୟ ରହିବ। ଡିଜିଏଫଟି ଏହାର ବିଜ୍ଞପ୍ତି ନଂ ୩୬/୨୦୨୩ ତାରିଖ ୧୮ ଅକ୍ଟୋବର ୨୦୨୩ ଜରିଆରେ ଭାରତ ସରକାର ଏଚଏସ…

Read More

ରେଢାଖୋଲ (କନ୍ଦର୍ପ ବେହେରା): ଘରେ ଖେଳୁଥିବା ବେଳେ ପାଣି ଭର୍ତ୍ତି ଡେକଚିରେ ପଡି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣା ପଡିଛି। ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଦେହୁରୀ ସାହିର ବିବେକାନନ୍ଦ ବେଉରିଆଙ୍କ ୨ ବର୍ଷ ଶିଶୁ କନ୍ୟା ନିବେଦିତା ବେଉରା (୨ ବର୍ଷ ) ସକାଳ ୮ ଟାରେ ଘରେ ଖେଳୁଥିବା ସମୟରେ ଘରେ ଥିବା ଏକ ପାଣି ଭର୍ତ୍ତି ଡେକଚିରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଛୁଆ ଘରେ ନଥିବାରୁ ପରିବାର ଲୋକେ ଖୋଜା ଖାଜି କରିଥିଲେ। ହେଲେ ଶେଷରେ ଘରେ ହିଁ ଏକ ପାଣି ଭର୍ତ୍ତି ଡେକଚିରେ ଛୁଆଟି ପଡ଼ିଥିଲା। ତାକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ…

Read More

ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରାଧ୍ୟାପିକା ଡଃ.ସରସୀରାଣୀ ନାୟକ, ଡଃ.ପ୍ରଶାନ୍ତ କୁମାର ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଭିଭାବକ ମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ହଷ୍ଟେଲ ପରିଚାଳନା କମିଟିର ସଦସ୍ୟ, ଅଧ୍ୟାପକ ସଂଜୀବ ଦାଶ, ହେମାନନ୍ଦ ପ୍ରଧାନ, ବିନୀତା ମୁର୍ମୁ ଉଭୟ ଛାତ୍ରୀ ଓ ଛାତ୍ରାବାସର ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରିଥିଲେ। ଅରୁଣ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀରେ ୭୪ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ। ଅଧ୍ୟାପକ ହୁସେନ ପ୍ରଧାନ,ଅନୀଲ ପ୍ରଧାନ, ଜିତେନ୍ଦ୍ରୀୟ ପ୍ରଧାନ, ଜିତେନ୍ଦ୍ରୀୟ ପଣ୍ଡା,ବିଜୟ ପ୍ରଧାନ, ପିତବାସ ସାହୁ ଓ ଶାନ୍ତିଲତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଭୁବନେଶ୍ବର: ଓଡିଶାର ଗଠନ ହେବ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ। ଆଜି ଏ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହାସଲ କରିଛି। ପୂର୍ବରୁ ଦ୍ବିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା। ସେହି ଅନୁସାରେ ଓଡିଶାରେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏଥିସହିତ ଏହି ନିର୍ଦ୍ଦେଶାଳୟ ପାଇଁ ଆବଶ୍ୟକ ପଦବୀକୁ ମଧ୍ୟ କ୍ୟାବିନେଟ ମଂଜୁର କରିଛନ୍ତି। କାରଣ ଏହା ନିର୍ଦ୍ଦେଶାଳୟ ଭାବେ ଗଠନ ହେଲେ ଏଥିରେ ନିର୍ଦ୍ଦେଶକଙ୍କ ସହିତ ସହ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ଯୁଗ୍ନ ନିର୍ଦ୍ଦେଶକ ପରି ବହୁ ପଦବୀର ଆବଶ୍ୟକତା ରହିଛି। ଯାହାକୁ କ୍ୟାବିନେଟ ମଂଜୁର କରିଛନ୍ତି। ବହୁ ବର୍ଷ ଧରି ଓଡିଶାରେ ସ୍ବତନ୍ତ୍ର ସଂଗ୍ରହାଳୟ ଗଠନ ପାଇଁ ଦାବୀ ହେଉ ଆସୁଥିଲା। ଦେଶରେ ପଶ୍ଚିମବଂଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟ ପ୍ରଦେଶ ପରି ରାଜ୍ୟରେ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶଳାୟ ରହିଛି। ସେହି ଅନୁସାରେ ଓଡିଶାରେ ଏପରି ବ୍ୟବସ୍ଥା ଲାଗୁ କରିବା…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ “ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ଆଜି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।” ପଣ୍ଡିତ ଗୋଦାବରୀଶ ମିଶ୍ର: ଜୀବନ ଓ ସୃଜନ” ଶୀର୍ଷକ ଏହି ଜାତୀୟ ପାଠଚକ୍ରକୁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥ୍ୟ ଭାବେ ବାଲୁଗାଁ ମହାବିଦ୍ୟାଳୟ, ପରିଚାଳନା ସମିତି ସଭାପତି ଇଞ୍ଜିନିୟର ପ୍ରବାସ କୁମାର ସୁନ୍ଦରାୟ ଯୋଗଦାନ କରିଥିବା ସ୍ଥଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସଭାପତିତ୍ୱ କରିଥିଲେ। ଉଦଘାଟନ ଅଧିବେଶନରେ ଅଂଶଗ୍ରହଣ କରିଥିବା ଅତିଥିଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାଠଚକ୍ର ସଂଗଠନ ସମ୍ପାଦକ ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବା…

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଆର.ଡି. ସି. (କେନ୍ଦ୍ରାଞ୍ଚଳ) ସୁରେଶ ଚନ୍ଦ୍ର ଦଳାଇ ଦଳାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ବିଭାଗର ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ଯଥାକ୍ରମେ ଇ -ଗଭାର୍ଣ୍ଣାନ୍ସ, ସାଧାରଣ ଓ ବିବିଧ, ଏଷ୍ଟାବ୍ଲିସମେଣ୍ଟ, ରାଜସ୍ୱ ବିଭାଗ, ଲ୍ୟାଣ୍ଡ ରେକର୍ଜ, ଜରୁରୀ ବିଭାଗ, ଅଭିଯୋଗ ପ୍ରକୋଷ୍ଠ,ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଅବକାରୀ ବିଭାଗ, ଆର. ଟି. ଓ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନିରୀକ୍ଷଣ କରିଛନ୍ତି ଆର.ଡ଼ି.ସି ଶ୍ରୀ ଦଳାଇ। ସମସ୍ତ ବିଭାଗକୁ ନିରୀକ୍ଷଣ ସମୟରେ ବିଭିନ୍ନ ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ଏବଂ ଜମିଜମା ସମ୍ବନ୍ଧୀୟ…

Read More

ନୂଆଦିଲ୍ଲୀ: ଗତକାଲି ରାତିରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଓଡିଶା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏହା ଜଣାପଡିବା ପରେ ତାଙ୍କ ପରିବାରରେ ବେଶ ଆନନ୍ଦର ଲହରୀ ଖେଳିଯାଇଥିଲା। ରଘୁବର ନିଜ ବାସଭବନରେ ତାଙ୍କ ମାଆଙ୍କ ଆଗରେ ବଡ ଭଉଣୀ ତାଙ୍କୁ ବନ୍ଦାପନା କରିଥିଲେ। ଏହାପରେ ରଘୁବର କହିଥିଲେ ଯେ, ଜଗନ୍ନାଥଙ୍କ ଦେଶ ଓଡିଶାରେ ମୋତେ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାରୁ ମୁଁ ବିଶେଷ ଖୁସି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ସଭାପତି ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।

Read More

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଏ ନେଇ ଘରୋଇ ବସ ମାଲିକ ସଂଘ ଘୋଷଣା କରିଛି। ଫଳରେ ଯେଉଁମାନେ ବସରେ ଯିବାଆସିବା କରୁଛନ୍ତି ସେମାନେ ଆଜିଠାରୁ ବିକଳ୍ପ ବ୍ୟବସ୍ଥା କରି ନେବା ଉଚିତ। ଆସନ୍ତାକାଲି ସକାଳ 6 ଟାରୁ ଏହି ବସ ଧର୍ମଘଟ ଆରମ୍ଭ ହେବ। ତେବେ ଏହା ଅନିର୍ଦ୍ଧିଷ୍ଠ ସମୟ ପାଇଁ ହେବ ବୋଲି ସଂଘ କହିଛି। ପୂର୍ବରୁ ବସ ଧର୍ମଘଟ କରିବା ପାଇଁ ସଂଘ ଘୋଷଣା କରିଥିଲା। ହେଲେ ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା ପରେ ତାହା ସ୍ଥଗିତ ରଖାଯାଇଥିଲା। ମୁଖ୍ୟତଃ ରାଜ୍ୟ ସରକାର ଲକ୍ଷ୍ମୀ ବଲ ଯୋଜନାକୁ ସଂଘ ବିରୋଧ କରୁଛି। ସେମାନଙ୍କର ଦାବୀ ହେଲା ଯେ, ସେହି ଯୋଜନାରେ ଘରୋଇ ବସକୁ ମଧ୍ୟ ସାମିଲ କରାଯାଉ। ସରକାର ଏଥିରେ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଲିଖିତ ଭାବେ ନ ଜଣାଇବାରୁ ସଂଘ ଶୁକ୍ରବାରରୁ ଧର୍ମଘଟ କରିବ ବୋଲି ଘୋଷଣା…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବେଆଇନ ବାଣ କାରବାର ଉପରେ କଡ଼ା ନଜର ରଖାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ବିଳମ୍ବିତ ରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ବାଣପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ବାଣ ତିଆରି ସାମଗ୍ରୀ ସହ ଗିରଫ କରିଛି। ଅଭିଯୁକ୍ତ ଜଣକ ଆଙ୍କୁଲାପଦର ଗ୍ରାମର ସୁରେଶ କୁମାର ଲେଙ୍କା ବୋଲି ଜଣାପଡିଛି। ଏଏସଆଇ ପୂର୍ଣ୍ଣଚନ୍ଦ୍ର ରେଡ୍ଡୀଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଘର ତାଲାସି ନିଆଯିବାବେଳେ ବହୁ ବାଣ ତିଆରି ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ସମ୍ପର୍କରେ ଦେଶର ସମସ୍ତ ବିରୋଧୀ ଦଳ ଏନଡିଏକୁ ପରାସ୍ତ କରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏଥିରେ ଫାଟ ସୃଷ୍ଟି ହେଉଛି। ଗୋଟିଏ ପଟେ ମଧ୍ୟପ୍ରଦେଶରେ କଂଗ୍ରେସ ସମାଜବାଦୀ ପାର୍ଟି ପାଇଁ ନିଜ ଆସନ ଛାଡି ନାହିଁ ଏବଂ ସମସ୍ତ ଆସନରେ ପ୍ରାର୍ଥୀ ରଖିଛି। ଏଥି ସହ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ସମାଜବାଦୀ ପାର୍ଟି ଉପରେ ଏକ ବଡ ଆକ୍ରମଣ କରିଛନ୍ତି। ଏହାର ଜବାବରେ ଆଜି ଏସପି ମୁଖ୍ୟ ଅଖିଳେଶ ଯାଦବ ତାଙ୍କୁ ଟାର୍ଗେଟ କରିଛନ୍ତି। ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଏକ ବୈଠକ ଡାକିଛନ୍ତି। ଯେଉଁଥିରେ ସେ ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​ସମାଜବାଦି ଦଳର ସମ୍ପୂର୍ଣ୍ଣ ରିପୋର୍ଟ ଦର୍ଶାଇଥିଲେ। ସେ କହିଛନ୍ତି ଯେ, କଂଗ୍ରେସ ନେତାମାନେ ସମାଜବାଦୀ ପାର୍ଟିର ନେତାମାନଙ୍କୁ ରାତି…

Read More

ଭୁବନେଶ୍ବର: ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ତାହା ସତ ହେଲା। ଦଶହରାକୁ ଏଥର ହେବ ପ୍ରବଳ ବର୍ଷା। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏଥିରେ କୁହାଯାଇଛି ଯେ,  ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରିବ। ଆସନ୍ତା ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ୨୩ରେ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବ। ତେବେ ଏହା ବାତ୍ୟା ହେବ କି ନାହିଁ ବର୍ତ୍ତମାନ କହିହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି।

Read More

ନୂଆଦିଲ୍ଲୀ: ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ଦେଶବ୍ୟାପୀ ଅଭିଯାନ ‘ଅପରେସନ୍ ଚକ୍ର ୨’ ଆରମ୍ଭ କରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ହରିୟାଣା, କେରଳ, ତାମିଲନାଡୁ, ପଞ୍ଜାବ, ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ୭୬ ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟ ମଧ୍ୟରେ ସାଇବର ଅପରାଧରେ ଜଡିତ ଅପରାଧୀଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମଧ୍ୟ ୫ ଟି ମାମଲା ରୁଜୁ କରିଛି। ଆମାଜନ ଏବଂ ମାଇକ୍ରୋସଫ୍ଟର ଅଭିଯୋଗ ଉପରେ ସିବିଆଇ ଏହି ପଦକ୍ଷେପ ନେଇଛି। ସିବିଆଇ ଅନୁଯାୟୀ, ସର୍ଚ୍ଚ ସମୟରେ ୩୨ ଟି ମୋବାଇଲ୍ ଫୋନ୍, ୪୮ ଟି ଲାପଟପ୍, ଦୁଇଟି ସର୍ଭରର ଚିତ୍ର, ୩୩ ଟି ସିମ୍ କାର୍ଡ ଏବଂ ପେନ୍ ଡ୍ରାଇଭ୍ ଜବତ କରାଯାଇଛି। ଏହି ଅବଧି ମଧ୍ୟରେ ସିବିଆଇ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି।…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ କଟକ ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୮୬ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା। ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ଗ୍ରାମ ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ। ସେହିପରି କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃପ୍ରେମର ପ୍ରତୀକ ମା’ ସ୍କନ୍ଦମାତାଙ୍କୁ ପ୍ରାର୍ଥନା କରି ତାଙ୍କର ସମସ୍ତ ଭକ୍ତ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି। ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି। https://twitter.com/narendramodi/status/1714841753101205743?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1714841753101205743%7Ctwgr%5E5c3b835901bbcf95f067b1a32df6c8167df98fbb%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1969018 ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ନବରାତ୍ରୀରେ ଆଜି ମାତୃ ପ୍ରେମର ପ୍ରତୀକ ଦେବୀ ସ୍କନ୍ଦମାତାଙ୍କ ବିଶେଷ ପୂଜା କରାଯାଏ। ମା’ ତାଙ୍କର ସମସ୍ତ ଉପାସକଙ୍କୁ ନବଚେତନା ଏବଂ ନବସୃଜନର ଆଶୀର୍ବାଦ ଦିଅନ୍ତୁ, ଏହା ହିଁ କାମନା।’

Read More

ନୂଆଦିଲ୍ଲୀ: ବାଂଲାଦେଶର ବ୍ୟାଟିଂ ଆରମ୍ଭ ହୋଇଛି। କ୍ରିଜରେ ଲିଟନ୍ ଦାସ-ତାନଜିଦ୍ ହାସନ ବ୍ୟାଟିଂ ଜାରି ରଖିଛନ୍ତି। ପ୍ରଥମ ଉଇକେଟ ପାଇବା ଲକ୍ଷ୍ୟରେ ଭାରତର ନଜର ରହିଛି। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ଆସି ଆହତର ସମ୍ମୁଖୀନ ହୋଇଛନ୍ତି। ସେ ମାତ୍ର ୩ ଟି ବଲ ଫିଙ୍ଗି ପଡିଆ ଛାଡିଛନ୍ତି। ଏବଂ ବାକି ତିନୋଟି ବଲ ବିରାଟ କୋହିଲି ଫିଙ୍ଗିଛନ୍ତି। ଏହାପୂର୍ବରୁ ବାଂଲାଦେଶ ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଥିବାବେଳେ ଭାରତୀୟ ଦଳ କୌଣସି ପରିବର୍ତ୍ତନ କରିନାହିଁ। ପୁଣେରେ ଭାରତ ଏବଂ ବାଂଲାଦେଶ ଦଳ ମୁହାଁମୁହିଁ ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ଭାରତ ପ୍ରଥମ ତିନୋଟି ମ୍ୟାଚ୍ ଜିତିଛି। ଯଦି ଭାରତୀୟ ଦଳ ଆଜି ମ୍ୟାଚ ଜିତିବାରେ ସଫଳ ହୁଏ, ତେବେ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିବ।

Read More

ଭୁବନେଶ୍ଵର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ରମୋହନଙ୍କ ନାମରେ ନାମିତ ତାଳଚେର ସ୍ଥିତ “ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ”ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍ ) ସହଯୋଗରେ ଯଥାଶୀଘ୍ର ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଓ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ଶାସନ ସଚିବଙ୍କ ସମେତ ଅନୁଗୋଳ ଜିଲ୍ଲାପାଳ,ଏମସିଏଲ୍ ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଓ ଏମସିଏଲ୍ ର ଅନ୍ୟ…

Read More

ଭୁବନେଶ୍ୱର: ସାରା ବିଶ୍ୱରେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ମିଲେଟ୍‌ ସଂପର୍କରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ ପ୍ରକାଶ ପାଇବ। ମାଣ୍ଡିଆ ପୁଷ୍ଟିଶସ୍ୟ ମିଲେଟ୍‌ ଚାଷର ପ୍ରସାର ଓ ମିଲେଟ୍‌ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟରେ ଆଲେଖ୍ୟଗୁଡ଼ିକ ସହାୟକ ହେବ। ମିଲେଟ୍‌ ଚାଷର ବିଭିନ୍ନ ଦିଗ, ଓଡ଼ିଶାରେ ମିଲେଟ୍‌ ଚାଷର ସଫଳତା, ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମିଲେଟ୍‌ ମିଶନ ମାଧ୍ୟମରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସହ ମିଲେଟ୍‌ର ଉପକାରିତା ଓ…

Read More

ନୂଆଦିଲ୍ଲୀ: ଯୁବରାଜ ସିଂଙ୍କ ପରଠାରୁ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ କ୍ରିକେଟରେ ଏପର୍ଯ୍ଯନ୍ତ ନମ୍ବର-୪ ପାଇଁ କୌଣସି ସ୍ଥାୟୀ ବ୍ୟାଟ୍ସମ୍ୟାନ୍ ପାଇପାରି ନାହିଁ। ଗତ ୫-୬ ବର୍ଷ ମଧ୍ୟରେ ଏହି କ୍ରମ ପାଇଁ ଭାରତ ବିଭିନ୍ନ ବ୍ୟାଟ୍ସମ୍ୟାନ୍ ଙ୍କୁ ସୁଯୋଗ ଦେଇଛି, କିନ୍ତୁ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ସ୍ଥାନପୂରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି। ପ୍ରକାଶ ଥାଉକି, ବିଶ୍ୱକପ ଆରମ୍ଭ ହେବାର ଠିକ ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ନମ୍ବର -୪ ର ସମସ୍ୟା ବିଷୟରେ କହିଥିଲେ ଯେ, “ଗତ ଏକଦିବସୀୟ ବିଶ୍ୱକପ ପରଠାରୁ ଏହି ସମସ୍ୟା ଲାଗିରହିଛି, ଏବଂ ବୋଧହୁଏ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ସମୟରେ ମଧ୍ୟ ଏହା ଏକ ବଡ ସମସ୍ୟା ଥିଲା, କିନ୍ତୁ ମୁଁ ବିଶ୍ୱାସର ସହ କହୁଛି ଯେ, ଆମ (ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ) ସମୟରେ ଏହା ଆଦୌ ସମସ୍ୟା ହୋଇନାହିଁ। ” ନମ୍ବର- ୪ ସ୍ଥାନ ପାଇଁ ଟିମ୍…

Read More