ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଂଜ, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା। ଏହିସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ। ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଛି।…
Author: Samikhsya Bureau
ନୂଆଦିଲ୍ଲୀ: ୧୯୩୭ ମସିହାରେ ଭାରତୀୟ ବ୍ୟୋମଯାନ ଆଇନରେ ସରକାର ଯେଉଁସବୁ ସଂଶୋଧନ ଆଣିଥିଲେ ତାହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ହେଲା ଏହି ସଂଶୋଧିତ ନିୟମାବଳୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହୋଇଛି। ଏହି ସଂଶୋଧନ ଦେଶର ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ କରିବ। ସେହିଭଳି ବେସାମରିକ ଉଡାଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକୁ ସହଜ ତଥା ସୁଗମ କରିବା ପାଇଁ ଏହା ବିଶେଷ ସହାୟକ ହେବ। ବେସମାରିକ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସମୟ ଉପଯୋଗୀ, ନିରାପଦ, ସୁରକ୍ଷିତ ଓ ଦକ୍ଷ କରିବା ପାଇଁ ଏହି ସଂଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଉଡାଣ କ୍ଷେତ୍ର ସହିତ ସମ୍ପୃକ୍ତ ସବୁ ପକ୍ଷଙ୍କ ସହ ବ୍ୟାପକ ପରାମର୍ଶ ଓ ବିଚାର ଆଲୋଚନା ପରେ ସରକାର ୧୯୩୭ ଆଇନରେ ସଂଶୋଧନ ଆଣିଛନ୍ତି। ଏହା ଫଳରେ ଏହି କ୍ଷେତ୍ରର ନିରାପତ୍ତା, ସୁରକ୍ଷା ଓ ନିୟନ୍ତ୍ରଣ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଛି। ଏହି ସଂସ୍କାର…
ଭୁବନେଶ୍ବର: ରାଜଧାନୀରେ କିଛିଦିନ ପାଇଁ ଆଉ କଞ୍ଚାପନିପରିବା ମିଳବ ନାହିଁ। କାରଣ ହେଲା ଏକ ନମ୍ବର ହାଟରେ ଥିବା କଞ୍ଚା ପନିପରିବା ବ୍ୟବସାୟୀ ସଂଘ ଧର୍ମଘଟ କରିବେ। ସେମାନେ ଆସନ୍ତା 20 ତାରିଖରୁ ଧର୍ମଘଟରେ ବସିବେ। ଫଳରେ ସେହି ହାଟରେ ବିକ୍ରୀ ହେଉଥିବା ପନିପରିବା ଆଉ ମିଳିବ ନାହିଁ। ବିଭିନ୍ନ ଦାବୀ ନେଇ ଏହି ବ୍ୟବସାୟୀ ସଂଘ ଧର୍ମଘଟ ଡାକରା ଦେଇଛି। ରାଜଧାନୀରେ ଏକ ନମ୍ବର ହାଟ ହେଉଛି ସବୁଠାରୁ ବଡ ପନିପରିବା ବଜାର। ଏହା ଉପରେ କେବଳ ଗ୍ରାହକ ନୁହଁନ୍ତି ରାଜଧାନୀର ଛୋଟଛୋଟ ପରିବା ବ୍ୟବସାୟୀ ମଧ୍ୟ ନିର୍ଭର କରନ୍ତି। ସେମାନେ ଏଠାରୁ ପରିବା ନେଇ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ରୀ କରନ୍ତି। ବର୍ତ୍ତମାନ ଧର୍ମଘଟ ହେଲେ ରାଜଧାନୀରେ କଞ୍ଚା ପରିବା ମିଳିବା କଷ୍ଟକର ହୋଇପଡିବ। ମୁଖ୍ୟତଃ ଏକ ନମ୍ବର ହାଟକୁ ଯାଇଥିବା ରାସ୍ତା ଅବରୋଧ ହେଉଥିବାରୁ ସଂଘ ଉତକ୍ଷିପ୍ତ ହୋଇପଡିଛି। ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ମହିଳା ସଶକ୍ତିକରଣ ଲାଗି ନାରୀ ଶକ୍ତି ବନ୍ଦନ ଅଧିନିୟମର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଲେଖାଯାଇଥିବା ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: ‘ସଂସଦରେ ସଦ୍ୟ ପାରିତ ହୋଇଥିôବା ନାରୀ ଶକ୍ତି ବନ୍ଦନ ଅଧିନିୟମ କିପରି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ଆମ ଦେଶକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଆଗେଇ ନେବାକୁ ମହିଳାଙ୍କୁ ଆହ୍ୱାନ ଦେଉଛି ତାହା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀଙ୍କ ଆର୍ଟିକଲରେ ପ୍ରକାଶ ପାଇଛି।’
ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ରେ ଭାରତ-ପାକ୍ ମ୍ୟାଚ୍ ପରେ ପାକିସ୍ତାନୀ ଦଳର ନିର୍ଦ୍ଦେଶକ ମିକି ଆର୍ଥର୍ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ, ଏହା ବିଶ୍ୱକପ ନୁହେଁ ବରଂ ବିସିସିଆଇ ଇଭେଣ୍ଟ। ଭାରତୀୟ ଭିସା ପାଇବାରେ ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ମ୍ୟାଚ୍ ସମୟରେ ପାକିସ୍ତାନୀ ସଙ୍ଗୀତ ବଜାଯାଉ ନାହିଁ ସେ ସମ୍ବନ୍ଧରେ ଆର୍ଥର ଏହି ବଡ କଥା କହିଛନ୍ତି। ବର୍ତ୍ତମାନ ଆଇସିସିର ଉତ୍ତର ଏହା ଉପରେ ଆସିଛି। ଆଇସିସି ଚେୟାରମ୍ୟାନ୍ ଗ୍ରେଗ ବାରକଲେ ଏହା ଉପରେ କହିଛନ୍ତି ଯେ, ‘ଯେତେବେଳେ ବି ଆମର କୌଣସି ଇଭେଣ୍ଟ ଚାଲେ, ସେତେବେଳେ ବିଭିନ୍ନ ସ୍ଥାନରୁ ସମାଲୋଚନା କରାଯାଇଥାଏ। ଏହା ସାଧାରଣ ଅଟେ। ଆମେ କେବଳ ଆମର କିଛି ଜିନିଷର ଉନ୍ନତି କରିବାକୁ ଚେଷ୍ଟା କରିପାରିବା। ଏହି ଇଭେଣ୍ଟ ବର୍ତ୍ତମାନ ଆରମ୍ଭ ହୋଇଛି। ସମଗ୍ର ଟୁର୍ଣ୍ଣାମେଣ୍ଟ କିପରି ଚାଲିଛି ଦେଖିବା। ଏହା ପରେ ଆମେ ସମୀକ୍ଷା କରିବୁ…
ନୂଆଦିଲ୍ଲୀ: ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ‘ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍କୁ ସାମିଲ କରାଯିବାକୁ ନେଇ ବେଶ୍ ଖୁସି। କ୍ରୀଡ଼ାବିତମାନଙ୍କ ପାଇଁ ଏହା ବଡ଼ ଖବର। କ୍ରିକେଟ ପ୍ରେମୀ ଦେଶ ଭାବେ ଆମେ ବିଶେଷକରି କ୍ରିକେଟ ଏଥିରେ ସାମିଲ ହେବାକୁ ସ୍ୱାଗତ କରୁଛୁ, ଯାହା କି ଏହି ଚମତ୍କାର ଖେଳର ବଢ଼ୁଥିବା ବୈଶ୍ୱିକ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।’
ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA) ଭାବରେ ଜଣାଶୁଣା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆଜି ବନ୍ଦ ରହିବ ବୋଲି ସ୍ଥିର ହୋଇଛି। ମୌସୁମୀ ଋତୁ ପରେ ବିମାନବନ୍ଦରର ଦୁଇଟି ରନୱେରେ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିମାନ ବନ୍ଦର ସାମୟିକ ଭାବେ ବନ୍ଦ ରହିବ। CSMIA ର ବିବୃତ୍ତି ଅନୁଯାୟୀ, ଛଅ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ହେବାକୁ ଯାଉଛି। ରକ୍ଷଣାବେକ୍ଷଣ କାର୍ଯ୍ୟ ସକାଳ 11 ଟାରୁ 5 ଟା ପର୍ଯ୍ୟନ୍ତ ଚାଲିବ। ବିମାନ ବନ୍ଦର ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ‘CSMIA ର ମୌସୁମୀ ପରବର୍ତ୍ତୀ ରନୱେ ରକ୍ଷଣାବେକ୍ଷଣ ଯୋଜନାର ଏକ ଅଂଶ ଭାବରେ ଉଭୟ ରନୱେ RWY 09/27 ଏବଂ RWY 14/32 ଅକ୍ଟୋବର 17 ରେ ଅସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ ହେବାର କାର୍ଯ୍ୟକ୍ରମ ରହିଛି। ଏହି ନିର୍ଦ୍ଧାରିତ ଅସ୍ଥାୟୀ ବନ୍ଦ ହେଉଛି CSMIA ର ବାର୍ଷିକ ମୌସୁମୀ ପରବର୍ତ୍ତୀ ରକ୍ଷଣାବେକ୍ଷଣ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ଖବର ହସ୍ତଗତ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ମନ୍ଦିରର ଭିତର ହୁଣ୍ଡିରୁ ସମସ୍ତ ଦାନ ଅର୍ଥ ଲୁଟିନେଇଥିବା ଜଣାପଡିଛି। ମନ୍ଦିର କମିଟି ଅବଗତ ହେବାପରେ ଆଜି ବାଲୁଗାଁ ଥାନାରେ ଏ ନେଇ ଏତଲା ଦିଆଯାଇଛି। ଏତଲା ପାଇବା ପରେ ବାଲୁଗାଁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।
ଭୁବନେଶ୍ୱର: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇଁ ଆବେଦନ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ତନ୍ମଧ୍ୟରୁ ଶ୍ରେଷ୍ଠ ହଜାରେ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି ମେଧାବୃତ୍ତିରେ ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କୁ ବର୍ଷରେ ୧୦ମାସ ପାଇଁ ପ୍ରଦାନ କରାଯିବ। ଦଶମ ଶ୍ରେଣୀରେ ରଖିଥିବା ନମ୍ବର ଅନୁଯାୟୀ ମେଧାବୀଙ୍କୁ ଚୟନ କରାଯିବ। ରାଜ୍ୟ ସ୍କଲାରସିପ୍ ୱେବ୍ସାଇଟ୍ https://scholarship.odisha.gov.in ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଭଞ୍ଜନଗର ଥାନା ଅନ୍ତର୍ଗତ ଜାମୁପଲି ଅଞ୍ଚଳର ଏକ ଘରେ ଚଢ଼ାଉ କରିଥିଲା। ସେଠାରେ ଏମ୍ ମାରିଆ ନାମକ ଜଣେ ଯୁବକକୁ କାବୁ କରି ତା’ ଠାରୁ ବିଭିନ୍ନ ନାମୀଦାମୀ କମ୍ପାନୀ ଯଥା ସାମସଙ୍ଗ୍, ଭିବୋ, ଓପୋ ଓ ରିୟଲମି ଭଳି ୨୪ ଟି ମୋବାଇଲ ଫୋନ ପୋଲିସ ଉଦ୍ଧାର କରିଥିଲା। ଏହାପରେ ମାରିଆକୁ ଥାନାକୁ ଆଣି ପୋଲିସ ଜେରା କରିଥିଲା। ସେ କେଉଁଠାରୁ ଏହି ସବୁ ଫୋନ୍ ଚୋରି କରିଥିବା ପ୍ରକାଶ କରିବା ପରେ ଖୋର୍ଦ୍ଧା ଜିଲ୍ଲା ବନମାଳୀ ପୁର ଗ୍ରାମର ଅଜିତ ବେହେରା, ଭୁବନେଶ୍ୱର ଗଙ୍ଗପାଟଣା ଅଞ୍ଚଳର ଶ୍ୟାମସୁନ୍ଦର ସାହୁ ଓ କଟକ ଜିଲ୍ଲା କିଶୋର ନଗର ଥାନା ଅଞ୍ଚଳର ପ୍ରତାପ କିଶୋର ସ୍ବାଇଁ ନାମକ ବ୍ୟକ୍ତିଙ୍କୁ ଡକାଇ ଉକ୍ତ ମୋବାଇଲର ପ୍ରମାଣ ରଖି ଫେରାଇଛନ୍ତି ଗଞ୍ଜାମ ଏସ୍ ପି ଜଗମୋହନ ମୀନା.ଏସ୍। ଏନେଇ ଜଗମୋହନ…
ଭୁବନେଶ୍ବର: କାର୍ତ୍ତିକ ମାସରେ ବୟସ୍କା ମହିଳାମାନେ ବ୍ରତ କରିଥାନ୍ତି। ସେଥିପାଇଁ ସେମାନେ ପୁରୀରେ ଭିଡ କରିଥାନ୍ତି। ତେବେ ଏହି ଭିଡକୁ ନିୟନ୍ତ୍ରଣ କରି ହବିଷ୍ୟାଳିଙ୍କୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ପ୍ରତି ବର୍ଷ ଏହି ହବିଷ୍ୟାଳିଙ୍କ ପାଇଁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ସେମାନଙ୍କୁ ଏହି ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଆରମ୍ଭ ହୋଇଛି। ଏହି ହବିଷ୍ୟାଳି ଯୋଜନା ପାଇଁ ଆଜିଠାରୁ ଅନଲାଇନରେ ବୁକିଂ ଆରମ୍ଭ କରାଯାଉଛି। ଆପଣଙ୍କ ଘରେ ଯଦି କେହି ପୁରୀ ଯାଇ ଏହି ବ୍ରତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ସେମାନେ ଅନଲାଇନରେ ନାମ ରେଜେଷ୍ଟ୍ରୀ କରିବାକୁ ପଡିବ। ସେଥିପାଇଁ ସେମାନେ edistrict.odisha.gov.in ରେ ଲଗଅନ କରି ନାମ ପଂଜିକରଣ କରିବାକୁ ପଡିବ। ସେହିପରି ଆପଣ ସିଧା ଜିଲ୍ଲା ଅଫିସରେ ମଧ୍ୟ ନାମ ପଂଜିକରଣ କରିପାରିବେ। ଏହାପରେ ସେଠାରେ ସେମାନେ ଅନଲାଇନରେ ତାହାକୁ…
ଶ୍ରୀ ବିଭାସ ରଞ୍ଜନ ପକ୍ଷୀମାନଙ୍କ ଦୃଷ୍ଟିରୁ ଭାରତ ଏକ ଅନନ୍ୟ ବିବିଧତାର ଦେଶ। ଏଠାକାର ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ବହୁରଙ୍ଗୀ ପ୍ରଜାତିର ପକ୍ଷୀ ବସବାସ କରନ୍ତି। ଉତ୍ତରରେ ବରଫାବୃତ୍ତ ହିମାଳୟଠାରୁ ଆରମ୍ଭ କରି ଦକ୍ଷିଣରେ ପଶ୍ଚିମ ଘାଟର ଆକର୍ଷଣୀୟ ଜଙ୍ଗଲ ଏବଂ ପଶ୍ଚିମରେ ରାଜସ୍ଥାନର ଶୁଖିଲା ମରୁଭୂମିଠାରୁ ଆରମ୍ଭ କରି ଉତ୍ତର-ପୂର୍ବର ସବୁଜ ଆର୍ଦ୍ରଭୂମି ପର୍ଯ୍ୟନ୍ତ ଭାରତର ପକ୍ଷୀ ଜଗତ ଏହାର ଭୂଗୋଳ ଭଳି ବିବିଧ। ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ବର୍ଡସ (ଏସ୍ଓଆଇବି) ୨୦୨୩ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ ୧୩୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଅଛନ୍ତି ଏବଂ ବିଶ୍ୱର ପ୍ରାୟ ୧୨.୪୦ ପ୍ରତିଶତ ପକ୍ଷୀ ଅଛନ୍ତି। ଏହି ୧୩୫୩ ପ୍ରଜାତିର ପକ୍ଷୀଙ୍କ ମଧ୍ୟରୁ ୭୮ ପ୍ରଜାତିର (୫ ପ୍ରତିଶତ) ଏହି ଦେଶର ସ୍ଥାନୀୟ ଅଟନ୍ତି। ତେବେ ବାସସ୍ଥଳୀ ନଷ୍ଟ, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ବଞ୍ଚିବା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହି ଜୀବନ୍ତ ଦଳର ଅସ୍ଥିତ୍ୱ ଦିନକୁ ଦିନ ବିପଦପୂର୍ଣ୍ଣ ହେବାରେ ଲାଗିଛି। ଏହି ଅଞ୍ଚଳର ପକ୍ଷୀମାନେ ଏବେ ବିଭିନ୍ନ ପ୍ରକାର ବିପଦର ସମ୍ମୁଖୀନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମଏମଆରଡିଏ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ (ଜିଏମଆଇଏସ ୨୦୨୩)ର ତୃତୀୟ ସଂସ୍କରଣକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଏହି ସର୍ବବୃହତ ସାମୁଦ୍ରିକ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି। ଭବିଷ୍ୟତର ବନ୍ଦର; ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ; ଉପକୂଳ ଜାହାଜ ଚଳାଚଳ ଏବଂ ଆଇଡବ୍ଲ୍ୟୁଟି; ଜାହାଜ ନିର୍ମାଣ; ମରାମତି ଏବଂ ରିସାଇକ୍ଲିଂ; ଅର୍ଥ, ବୀମା ଏବଂ ମଧ୍ୟସ୍ଥତା; ସାମୁଦ୍ରିକ କ୍ଲଷ୍ଟର; ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା; ସାମୁଦ୍ରିକ ନିରାପତ୍ତା ଓ ସୁରକ୍ଷା; ଏବଂ ସାମୁଦ୍ରିକ ପର୍ଯ୍ୟଟନ ଆଦି ବିଷୟବସ୍ତୁ ଉପରେ ଅଧିବେଶନ ଓ ଆଲୋଚନାଚକ୍ର ଆୟୋଜନ କରାଯିବ। ଉଦଘାଟନୀ ଅଧିବେଶନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଯୋଗଦେବେ। ଏହି ଅଧିବେଶନରେ ଆର୍ମେନିଆ, ବାଂଲାଦେଶ, ବେଲାରୁସ୍,…
ଭୁବନେଶ୍ବର: ୨୦୩୦ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ରୂପେ ଗଢି ତୋଳିବାକୁ ହେଲେ କର୍ମ ସ୍ବଚ୍ଛତା ଓ ସାମୁହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ନିକଟରେ ଜନହିତକର ପ୍ରକଳ୍ପର ସୁଫଳ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନର ବାହକ ରୂପେ କର୍ମ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ। ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ହରଭଙ୍ଗା ବ୍ଲକର ବିରନରସିଂହପୁରରେ ଇକୋ ପାର୍କ ନିର୍ମାଣ ନେଇ ବିସ୍ତୃତ ଆଲୋଚନା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ଝିଙ୍କି ଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନରେ ହସ୍ତତନ୍ତ ମଲ୍ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆଲୋଚନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଓ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ…
ମୁମ୍ବାଇ: ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବାର ସାମର୍ଥ୍ୟ ରହିଛି ବୋଲି ଆଇଓସି ସଦସ୍ୟା ନୀତା ଏମ୍. ଅମ୍ବାନି କହିଛନ୍ତି। ସମ୍ପ୍ରତି ମୁମ୍ବାଇରେ ଚାଲିଥିବା ୧୪୧ତମ ଆଇଓସି ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବରେ ଏକ ଅଲିମ୍ପିକ କ୍ରୀଡା ଭାବରେ ଗ୍ରହଣ କରାଯିବା ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରି ନୀତା ଅମ୍ବାନି କହିଛନ୍ତି, “ଜଣେ ଆଇଓସି ସଦସ୍ୟ, ଜଣେ ଗର୍ବିତ ଭାରତୀୟ ଏବଂ ଜଣେ ଦୃଢ କ୍ରିକେଟ ପ୍ରଶଂସକ ଭାବରେ ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଇଓସି ସଦସ୍ୟମାନେ ୨୦୨୮ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଅଲିମ୍ପିକ କ୍ରୀଡା କାର୍ଯ୍ୟକ୍ରମରେ କ୍ରିକେଟକୁ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି!” କ୍ରିକେଟ ଏହା ପୂର୍ବରୁ ୧୯୦୦ ଅଲିମ୍ପିକ୍ସରେ ଥରେ ମାତ୍ର ସ୍ଥାନ ପାଇଥିଲା ଯେତେବେଳେ…
ଭୁବନେଶ୍ବର: ଏଥର କୁମାର ପୂର୍ଣ୍ଣାମା ଆସନ୍ତା ୨୮ ତାରିଖ ଶନିବାରରେ ପଡୁଛି। ତେବେ ଏହିଦିନ ରହିଛି ଚନ୍ଦ୍ର ଗ୍ରହଣ। ଏଥର ଚନ୍ଦ୍ର ଗ୍ରହଣ ଖଣ୍ଡ ଗ୍ରାସ ହେବ। ଏହା ଏକ ଲମ୍ବା ସମୟ ଧରି ହେବ ବୋଲି ଜଣାପଡିଛି। ସେଦିନ ଚନ୍ଦ୍ର ଗ୍ରହଣ ରାତି ୧ ଟା ୪ ମିନଟ ୫୫ ସେକେଣ୍ଡରେ ଲାଗିବ। ଏହା ୧ ଘଣ୍ଟା ୧୯ ମିନଟ ୭ ସେକେଣ୍ଡ ଧରି ଲାଗିରହିବ। ଯାହା ରାତ୍ରୀ ୨ ଟା ୨୪ ମିନଟ ୭ ସେକେଣ୍ଡରେ ସର୍ବ ମୋକ୍ଷ ହେବ। ତେବେ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ସେଦିନ ପାକ ତ୍ୟାଗ ତାହାର ବହୁ ପୂର୍ବରୁ କରିବାକୁ ପଡିବ। ଅର୍ଥାତ ସେଦିନ ଅପରାହ୍ନ ୪ ଟା ୪ ମିନଟ ୫୫ ସେକେଣ୍ଡରୁ ପାକତ୍ୟାଗ କରାଯିବ। ଏହା ପୂର୍ବରୁ ଯେଉଁମାନେ ଯାହା ଖାଇବା କଥା ତାହା ଖାଇ ସାରିବା ଉଚିତ। ତେବେ ପାକ ଗ୍ରହଣ ରାତି ୨ ଟା ୨୫…
ମେଷ : ଆୟର ନୂତନ ଉତ୍ସ ମିଳିପାରିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଚାରିଆଡେ ସଫଳତା ମିଳିବ। ଘର ବାହାରେ ସୁଖ ମିଳିବ। ଉତ୍ସାହ ଜାରି ରହିବ। ଚିନ୍ତା ଏବଂ ଚାପ କମିଯିବ। ଜମି, ବିଲଡିଂ, ଘର ଏବଂ ଦୋକାନ ଇତ୍ୟାଦି କ୍ରୟ ଏବଂ ବିକ୍ରୟ ଅନୁକୂଳ ସୁବିଧା ଦେବ। ବେକାରୀ ଦୂର ହେବ। ବୃଷ : ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ। ବ୍ୟବସାୟ ଲାଭଦାୟକ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ଘର ବାହାରେ ଖୁସିର ପରିବେଶ ରହିବ। କାରବାରରେ ସାବଧାନ ରୁହନ୍ତୁ। ଟଙ୍କା ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଛି। କୋର୍ଟ ଏବଂ କୋର୍ଟର କାର୍ଯ୍ୟ ଅନୁକୂଳ ହେବ। ମିଥୁନ : ଆୟ ସମାନ ରହିବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବ୍ୟବସାୟର ଗତି ଧୀର ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। କ୍ରୋଧ ଏବଂ ଉତ୍ତେଜନାକୁ…
ଭୁବନେଶ୍ୱର: ‘ରେଡିଓ’ରୁ ଭାସି ଆସୁଥିବା ସ୍ୱରରୁ ସାଧାରଣ ଲୋକଟିର ସକାଳ ଆରମ୍ଭ ହୋଇଥାଏ। ସମସ୍ତଙ୍କର ପାଖରେ ଖୁବ୍ ସହଜରେ ପହଂଚିଯାଏ ରେଡିଓର ସ୍ୱର। ରବିବାର ଏଗାର ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪। ଏଗାର ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ସୋଆ ରେଡିଓ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ଜାତୀୟ ସ୍ତରରେ ସଫଳତା ପାଇଥିବା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର କାର୍ୟ୍ୟଧାରା ଓ ଭୂମିକାକୁ ପ୍ରଫେସର ନନ୍ଦ ଉଚ୍ଚ ପ୍ରଶଂସା କରି ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ପ୍ରସାରଣ କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍,…
ଭୁବନେଶ୍ୱର: ଚିଲିକାରେ ଚାଲିବ ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍ ଶିଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି। ଏ ସଂପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପର୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ,ଜଙ୍ଗଲ ଓ ପରିବେଶ ବିଭାଗ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓରେଡାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼…
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀ ଜୀଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସମାବେଶରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ପୁରୀ ଶରଧାବାଲିଠାରେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସମାବେଶକୁ ଉଦ୍ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଜୀଉ ମାନଙ୍କର ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି । ରାଜ୍ୟର ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନୀତକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି । ଅନୁଦାନ ଅର୍ଥରେ…

