ପୁଣେ: ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଶତକ ହାସଲ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ୯୭ ବଲରେ ୧୦୩ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ବିରାଟ କୋହଲି ଶତକ ପାଇଁ ଖେଳୁ ନଥିଲେ! ବାସ୍ତବରେ ବିରାଟ କୋହଲି ଗୋଟିଏ ଲେଖାଏଁ ରନ କରି ଦ୍ୱିତୀୟ ପାର୍ଶ୍ଵକୁ ଯିବାକୁ ଚାହୁଁଥିଲେ, କିନ୍ତୁ କେ.ଏଲ୍ ରାହୁଲ ବିରାଟ କୋହଲିଙ୍କୁ ଏପରି କରିବାକୁ ଅଟକାଇଥିଲେ। ବାଂଲାଦେଶ ବିପକ୍ଷରେ ବିଜୟ ପରେ କେଏଲ ରାହୁଲ କହିଛନ୍ତି ଯେ, ସେ କିପରି ବିରାଟ କୋହଲିଙ୍କୁ ସିଙ୍ଗଲ୍ସ ନେବାକୁ ମନା କରିଥିଲେ। ଏହା ପରେ ବିରାଟ କୋହଲି ତାଙ୍କ ODI କ୍ୟାରିୟରର ୪୮ ତମ ଶତକ ହାସଲ କରିଥିଲେ। କେ.ଏଲ୍ ରାହୁଲ କହିଛନ୍ତି ଯେ, ମୁଁ ବିରାଟ କୋହଲିଙ୍କୁ କହିଥିଲି ଯେ ସେ ସିଙ୍ଗଲ୍ସ ବି ନେବେ ନାହିଁ, ଏହା ପରେ ବିରାଟ କୋହଲି କହିଥିଲେ ଯେ, ଯଦି ସେ…
Author: Samikhsya Bureau
ଭୁବନେଶ୍ବର: ଆଜି ଓଡିଶା ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେଇଥିବାରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ଆଜି ସକାଳ 6 ଟାରୁ ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ବର୍ତ୍ତମାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ପୂଜା ଛୁଟିରେ ଘରକୁ ଯିବା ପାଇଁ ଭିଡ ହେଉଥିବା ବେଳେ ବସ ବନ୍ଦ ଯୋଗୁଁ ଦୂରଦୂରାନ୍ତ ଯାତ୍ରୀ ବଡ ହଇରାଣ ହେବାରେ ଲାଗିଛନ୍ତି। ଆଜି ସକାଳୁ ଉଭୟ ଭୁବନେଶ୍ବର ଏବଂ କଟକ ବସଷ୍ଟାଣ୍ଡରେ ଯାତ୍ରୀମାନେ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟ ସରକାର ଏବଂ ବସ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁଁ ବର୍ତ୍ତମାନ ଯାତ୍ରୀମାନେ ଭୋଗୀବାରେ ଲାଗିଛନ୍ତି। ବସ ମାଲିକ ସଂଘ ବାରମ୍ବାର ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳିପାରି ନାହିଁ। ତେବେ ଏହି ଧର୍ମଘଟରୁ ବାଲେଶ୍ବର ଘରୋଇ ବସ ମାଲିକ ସଂଘ ଦୂରେଇ ରହିଛି। ସେଠାରେ ବସ…
ଜୀବନ ଶୈଳୀ: ନାରୀ ବିନା ବ୍ରହ୍ମାଣ୍ଡର ସୃଷ୍ଟି କଳ୍ପନା କରାଯାଇପାରିବ ନାହିଁ। ହିନ୍ଦୁ ଧର୍ମରେ ଜଣେ ମହିଳାଙ୍କୁ ଦେବୀ ଆଖ୍ୟା ଦିଆଯାଇଛି। ସମାଜର କଲ୍ୟାଣରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଣେ ଶ୍ରେଷ୍ଠ ମହିଳାଙ୍କ ଗୁଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ବିଶ୍ୱାସ କରାଯାଏ ଯେ, ଯେଉଁ ମହିଳାମାନଙ୍କର ଏହି ଚାରୋଟି ଗୁଣ ଅଛି ସେମାନଙ୍କୁ ଆଦର୍ଶ ମହିଳା ଏବଂ ମାତା ଲକ୍ଷ୍ମୀଙ୍କ ରୂପ କୁହାଯାଏ। ଆସନ୍ତୁ ଜାଣିବା ଶାସ୍ତ୍ର ଅନୁଯାୟୀ ଜଣେ ମହିଳାଙ୍କର କେଉଁ ଗୁଣ ତାଙ୍କୁ ସୌଭାଗ୍ୟଶାଳୀ କରେ। ଧାର୍ମିକ: ଶାସ୍ତ୍ର ଅନୁଯାୟୀ, ଜଣେ ଧାର୍ମିକ ମହିଳା ଘରେ ସମୃଦ୍ଧିର କାରଣ ହୋଇଯାଏ। ଧର୍ମ ଅନୁସରଣ କରୁଥିବା ମହିଳାମାନେ ଭଲ ଏବଂ ମନ୍ଦ ମଧ୍ୟରେ କିପରି ପାର୍ଥକ୍ୟ କରିବେ ଜାଣନ୍ତି। ସେ କେବଳ ପରିବାର ପାଇଁ ନୁହେଁ ବରଂ ସମାଜ ପାଇଁ ମଧ୍ୟ ସଠିକ୍ ରାସ୍ତା ଦେଖାନ୍ତି। ଧର୍ମ ପଥରେ ଚାଲୁଥିବା ଜଣେ ମହିଳା ପରିବାରକୁ ଭୁଲ କାମ କରିବାକୁ ବାରଣ…
ନୂଆଦିଲ୍ଲୀ: 2023-24 ଆର୍ଥିକ ବର୍ଷରେ, କୋଇଲା ମନ୍ତ୍ରଣାଳୟ ଗ୍ରାହକଙ୍କୁ1012 ନିୟୁତ ଟନ୍ (ଏମଟି) କୋଇଲା ଉତ୍ପାଦନ ଏବଂ ପଠାଇବା ପାଇଁ ଏକ ଲକ୍ଷ୍ୟସ୍ଥିର କରିଛି। ରେକର୍ଡ ଉଚ୍ଚ କାର୍ଯ୍ୟଦକ୍ଷତା ହାସଲ କରି ମନ୍ତ୍ରଣାଳୟ 17 ଅକ୍ଟୋବର2023 ସୁଦ୍ଧା 500 ଏମଟି କୋଇଲା ପଠାଇବାରେ ସକ୍ଷମ ହୋଇଛି। ବର୍ଷର ପ୍ରଥମାର୍ଦ୍ଧରେ ମୌସୁମୀ ଋତୁ ସତ୍ତ୍ବେ 200 ଦିନରେ 500 ଏମଟି କୋଇଲା ପଠାଇବାଏକ ଉଲ୍ଲେଖନୀୟ ସଫଳତା ଅଟେ। ବର୍ଷର ଦ୍ବିତୀୟାର୍ଦ୍ଧରେ, ଉତ୍ପାଦନ ଏବଂ ପଠାଇବା ହାର ସାଧାରଣତଃ ବର୍ଷରପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ। ତେଣୁ ଆଶା କରାଯାଉଛି ଯେ ଚଳିତ ବର୍ଷ କୋଇଲାପ୍ରେରଣ ଏକ ବିଲିୟନ ଟନ୍ ରୁ ଅଧିକ ହେବ। ଗତ ଆର୍ଥିକ ବର୍ଷରେ, 9 ନଭେମ୍ବର2022 ସୁଦ୍ଧା 500 ଏମଟି କୋଇଲା ପଠାଇବା ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହିତ , ଚଳିତ ବର୍ଷ, 500 ଏମଟି ପଠାଇବା ଲକ୍ଷ୍ୟ 23 ଦିନ ପୂର୍ବରୁ ହାସଲକରାଯାଇଛି। ଏହା ଧ୍ୟାନ ଦେବା ଆବଶ୍ୟକ…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ସ୍ଥାପିତ ଏହି କେନ୍ଦ୍ରଗୁଡ଼ିକ ଗ୍ରାମୀଣ ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ ନବରାତ୍ରର ପଞ୍ଚମ ଦିନରେ ସ୍କନ୍ଦ ମାତାଙ୍କୁ ପୂଜା କରାଯାଏ। ପ୍ରତ୍ୟେକ ମାଆ ନିଜ ପିଲାମାନଙ୍କ ପାଇଁ ସୁଖ ଓ ସଫଳତା କାମନା କରିଥାନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଏବଂ ଦକ୍ଷତା ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇ ପାରିବ। ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ ପାଇଁ…
ଚାଣକ୍ୟନୀତି: ଯଦି ପିଲାକୁ ଧ୍ୟାନ ଦିଆଯାଏ ନାହିଁ, ଖୁବ୍ ଶୀଘ୍ର ପିଲାଟି ଖରାପ ଅଭ୍ୟାସ ଶିଖିବା ଆରମ୍ଭ କରେ। ପିଲାକୁ ଯୋଗ୍ୟ କରିବା ପାଇଁ ପିତାମାତାମାନେ ଏହି ଜିନିଷଗୁଡ଼ିକୁ କେବେବି ଭୁଲିଯିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ଆଜିର ଚାଣକ୍ୟ ନୀତି… ୧- ମିଛ କହିବା: ଯଦି ପିଲାଟି ମିଛ କହିବା ଆରମ୍ଭ କରେ, ତେବେ ପିତାମାତା ଗମ୍ଭୀର ହେବା ଉଚିତ ଏବଂ ଏହି ଅଭ୍ୟାସକୁ ଆରମ୍ଭରୁ ହଟାଇବାକୁ ଚେଷ୍ଟା କରିବା ଉଚିତ୍। ଯଦି ଏହାର ସମୟ ସମୟରେ ଯତ୍ନ ନିଆଯାଏ ନାହିଁ, ତେବେ ଏହି ଅଭ୍ୟାସ ପିତାମାତା ତଥା ଶିଶୁକୁ ମଧ୍ୟ କ୍ଷତି ପହଞ୍ଚାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ପିଲାମାନଙ୍କଠାରେ ମିଛ କହିବାର ପ୍ରବୃତ୍ତି ଅତି ଶୀଘ୍ର ବିକଶିତ ହୁଏ। ପିଲାମାନଙ୍କୁ ଏପରି ପରିବେଶ, ଶିକ୍ଷା ଏବଂ ସଂସ୍କୃତି ଯୋଗାଇ ଦିଆଯିବା ଉଚିତ ଯାହା ଦ୍ଵାରା ମିଛ କହିବାର ଅଭ୍ୟାସ ବିକାଶ ନହୁଏ। ୨- ଜିଦ୍ର ଅଭ୍ୟାସ: ପିଲାମାନେ ଅଧିକ ପ୍ରେମ ଯୋଗୁଁ ଜିଦ୍ଖୋର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହାମହିମ ମିଃ ମହମ୍ମଦ ଆବ୍ବାସଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଗାଜାର ଅଲ୍ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଏହି ଅଞ୍ଚଳ ମଧ୍ୟରେ ପାରମ୍ପରିକ ଭାବେ ଘନିଷ୍ଠ ଏବଂ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ଖରାପ ହେଉଥିବା ନିରାପତ୍ତା ପରିସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଥିଲେ। ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ପରିସ୍ଥିତି ସମ୍ପର୍କରେ ନିଜର ଆକଳନ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଭାରତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ପାଲେଷ୍ଟାଇନ ବାସୀଙ୍କ ପାଇଁ ଭାରତ ମାନବିକ ସହାୟତା ପଠାଇବା ଜାରି ରଖିବ…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ବାଣପୁର ବ୍ଲକ ଅନ୍ତର୍ଗତ ବେଲେଡିହ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି। ସୂଚନା ମୁତାବକ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ବେଲେଡିହ ଗ୍ରାମର କୁମ ମୁଦୁଲି ନାମକ ଜନୈକ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣରେ ବେଆଇନ ବାଣ ଗଚ୍ଛିତ ଥିବା ଖବର ପାଇଥିଲେ। ସଙ୍ଗେସଙ୍ଗେ ଆଇଆଇସି ନିଜ ଟିମ ସହ ଉକ୍ତ ଘରେ ଚଢ଼ାଉ କରିଥିଲେ। ବର୍ତ୍ତମାନ ଉକ୍ତ ଘରେ ଚଢ଼ାଉ ଜାରି ରହିଥିବା ବେଳେ ବିପୁଳ ପରିମାଣରେ ବେଆଇନ ବାଣ ଜବତ ହୋଇଥିବାର ସୂଚନା ମିଳିଛି। ତେବେ ବାଣ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଖବର ହସ୍ତଗତ ହୋଇଛି।
ମେଷ- ପୁଞ୍ଜି ବିନିଯୋଗ ଭଲ ଫଳାଫଳ ଦେବ। ଆଜି ନୂଆ ପୋଷାକ କିଣିବେ। ଗାଡିରେ ଟଙ୍କା ଖର୍ଚ୍ଚ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାମ ବନ୍ଦ ହୋଇଯିବ। ଜମି ସୁବିଧା ସମ୍ଭବ। ବୃଷ- ନୂତନ ଟେକ୍ନୋଲୋଜି ଦ୍ୱାରା ବ୍ୟବସାୟ ଲାଭବାନ ହେବ। ଅଧିକ ପରିଶ୍ରମ ଚାପ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନିୟମିତତା ଯୋଗୁଁ ଶ୍ରମିକମାନେ ବିଚଳିତ ହେବେ। ମନ ବିଷୟରେ କହିବାର ଏହା ସମୟ ନୁହେଁ। ମିଥୁନ- ଆର୍ଥିକ ପ୍ରସଙ୍ଗରେ ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଭାବପ୍ରବଣତା ମଧ୍ୟରେ ଆଲୋଚନା ବୃଦ୍ଧି ପାଇବ। କୈଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରନ୍ତୁ। ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି। କର୍କଟ- ବ୍ୟସ୍ତବହୁଳ ଜୀବନରେ ଆପଣଙ୍କର ପ୍ରିୟ ଲୋକଙ୍କୁ କିଛି ସମୟ ଦିଅନ୍ତୁ। ଆପଣଙ୍କ ମନକୁ ସଫା ରଖନ୍ତୁ। ଆପଣ ଆଜି ଭଦ୍ରତା ଦେଖାଇବା ଉଚିତ। ଶିକ୍ଷାଗତ ସ୍ଥାନରେ ବିବାଦ ପରିସ୍ଥିତିକୁ ଏଡ଼ାନ୍ତୁ। କୈଣସି କାର୍ଯ୍ୟ କରିବା ପୂର୍ବରୁ, ନିଜ ପରିବାର ବିଷୟରେ ଚିନ୍ତା…
ପୁଣେ: ୨୦୨୩ ବିଶ୍ୱକପରେ ଆଜି ଖେଳାଯାଇଥିବା ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ବାଂଲାଦେଶକୁ ପରାସ୍ତ କରି ଭାରତୀୟ ଦଳ ଜିତିଛି। ଭାରତର ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ୮ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନକୁ ଆସିଛି। ଯେଉଁଠାରେ ବାଂଲାଦେଶ ସପ୍ତମ ସ୍ଥାନକୁ ଖସି ଆସିଛି। ତେବେ କିଛି ଦୁର୍ବଳ ନେଟ୍ ରନ୍ ହାର ଯୋଗୁଁ କ୍ରମାଗତ ଚତୁର୍ଥ ବିଜୟ ପରେ ମଧ୍ୟ ଟିମ୍ ଇଣ୍ଡିଆ ଶୀର୍ଷ ସ୍ଥାନକୁ ଯାଇପାରି ନାହିଁ। ନ୍ୟୁଜିଲ୍ୟାଣ୍ଡର ମୁଣ୍ଡରେ ଏବେ ମଧ୍ୟ ଏକ ନମ୍ବର ମୁକୁଟ ଅଛି। ଚାରୋଟି ମ୍ୟାଚ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡର ନେଟ୍ ରନ୍ ହାର ହେଉଛି +୧.୯୨୩। ଯେତେବେଳେ କି ଚାରିଟି ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆର ନେଟ୍ ରନ୍ ହାର ହେଉଛି +୧.୬୫୯। ଯେତେବେଳେ କି ପାଞ୍ଚ ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ…
ଭୁବନେଶ୍ୱର: ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍ସ ଭୁବନେଶ୍ୱର ଜେନେରାଲ ମେଡିସିନ୍ (ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ ରୋଗୀଙ୍କୁ ପ୍ରତି ମାସରେ ଏହି ବିଭାଗରେ ଭର୍ତ୍ତି କରାଯାଉଥିବା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳନ ଅବସରରେ ଆୟୋଜିତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଡ. ବିଶ୍ବାସ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ଏମ୍ସ ଭେଷଜ ବିଭାଗ ପକ୍ଷରୁ ଏଭଳି ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ରିମାଟୋଲୋଜି କ୍ଲିନିକ୍ ସର୍ମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ ଏହି ଅବସରରେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ, ମହିଳାମାନେ ରିମାଟଏଡ୍…
ନୂଆଦିଲ୍ଲୀ: ପୁନର୍ବାର ଅଶ୍ୱିନୀ ଭାଇ ତାଙ୍କ ପ୍ରତିଶ୍ରୁତି ପାଳନ କଲେ! ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୱାର୍କ ଅର୍ଡର ଜାରି କରାଯାଇଛି। ଅଶ୍ୱିନୀ ଭାଇ ବାଲେଶ୍ୱର ଲାୟନ୍ସ ଚକ୍ଷୁ ଡାକ୍ତରଖାନାର ବିକାଶ ପାଇଁ ତାଙ୍କ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ (MP LAD) ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ଏବଂ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଶ୍ଚିତ କରାଇଥିଲେ। ଇତିମଧ୍ୟରେ, ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପାଣ୍ଠି ରିଲିଜ ପାଇଁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି। ବାଲେଶ୍ୱରର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବାକୁ ବାଲେଶ୍ୱର ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ର ଅଧ୍ୟକ୍ଷଙ୍କୁ ସୂଚନା ଦେଇଛନ୍ତି। ୨୦୨୩ ଜୁଲାଇ ମାସରେ ଅଶ୍ବିନୀ ଭାଇ ମଧ୍ୟ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ତାଙ୍କର ସଂସଦୀୟ…
ନୂଆଦିଲ୍ଲୀ: ପୁରାତନ କାଳରୁ ଓଡ଼ିଶା ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା। ଆମେ ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ଦରକାର ବୋଲି ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ଗୌରବମୟ ସାମୁଦ୍ରିକ ଐତିହ୍ୟ ଏବଂ ଜାତୀୟ ବିକାଶରେ ଆମ ନାବିକଙ୍କ ପ୍ରମୁଖ ଭୂମିକା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଭାରତରେ ସାମୁଦ୍ରିକ ଶିଳ୍ପ ବହୁତ ପୁରୁଣା। ଭାରତର ସଭ୍ୟତା ସହ ନୌବାଣିଜ୍ୟ କାରବାରର ସମ୍ପର୍କ ରହିଆସିଛି । ଏବେ ସମଗ୍ର ବୈଶ୍ୱିକ ଶ୍ରମବଳରେ ୧୨% ନାବିକଙ୍କ ଯୋଗଦାନ ରହିଛି । ଏହାକୁ ଦୁଇ ଗୁଣା କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଯୋର୍ ଦେଇଛନ୍ତି। ଆମେ ଏକ ନୂଆ…
ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ବିଭିନ୍ନ ସାମଗ୍ରୀର ମୂଲ୍ୟକୁ ସ୍ଥିର ରଖିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ପାର୍ବଣ ଋତୁରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ। ଚିନି ବର୍ଷ ସାରା ଉପଯୁକ୍ତ ମୂଲ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ ‘ପ୍ରତିବନ୍ଧକ’ ଜାରି ରଖିଛନ୍ତି। ଏହା ଦ୍ୱାରା ଦେଶରେ ଚିନିର ଯଥେଷ୍ଟ ଷ୍ଟକ୍ ସୁନିଶ୍ଚିତ ହେବ ଏବଂ ଇଥାନଲ୍ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ସବୁଜ ଇନ୍ଧନ ଦିଗରେ ଭାରତର ପ୍ରୟାସରେ ସ୍ଥିରତା ବଜାୟ ରହିବ। ଡିଜିଏଫଟି ଏହାର ବିଜ୍ଞପ୍ତି ନଂ ୩୬/୨୦୨୩ ତାରିଖ ୧୮ ଅକ୍ଟୋବର ୨୦୨୩ ଜରିଆରେ ଭାରତ ସରକାର ଏଚଏସ…
ରେଢାଖୋଲ (କନ୍ଦର୍ପ ବେହେରା): ଘରେ ଖେଳୁଥିବା ବେଳେ ପାଣି ଭର୍ତ୍ତି ଡେକଚିରେ ପଡି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣା ପଡିଛି। ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଦେହୁରୀ ସାହିର ବିବେକାନନ୍ଦ ବେଉରିଆଙ୍କ ୨ ବର୍ଷ ଶିଶୁ କନ୍ୟା ନିବେଦିତା ବେଉରା (୨ ବର୍ଷ ) ସକାଳ ୮ ଟାରେ ଘରେ ଖେଳୁଥିବା ସମୟରେ ଘରେ ଥିବା ଏକ ପାଣି ଭର୍ତ୍ତି ଡେକଚିରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଛୁଆ ଘରେ ନଥିବାରୁ ପରିବାର ଲୋକେ ଖୋଜା ଖାଜି କରିଥିଲେ। ହେଲେ ଶେଷରେ ଘରେ ହିଁ ଏକ ପାଣି ଭର୍ତ୍ତି ଡେକଚିରେ ଛୁଆଟି ପଡ଼ିଥିଲା। ତାକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ…
ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରାଧ୍ୟାପିକା ଡଃ.ସରସୀରାଣୀ ନାୟକ, ଡଃ.ପ୍ରଶାନ୍ତ କୁମାର ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଅଭିଭାବକ ମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ହଷ୍ଟେଲ ପରିଚାଳନା କମିଟିର ସଦସ୍ୟ, ଅଧ୍ୟାପକ ସଂଜୀବ ଦାଶ, ହେମାନନ୍ଦ ପ୍ରଧାନ, ବିନୀତା ମୁର୍ମୁ ଉଭୟ ଛାତ୍ରୀ ଓ ଛାତ୍ରାବାସର ବିଭିନ୍ନ ସମସ୍ଯା ସଂପର୍କରେ ଆଲୋଚନା କରିଥିଲେ। ଅରୁଣ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀରେ ୭୪ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ। ଅଧ୍ୟାପକ ହୁସେନ ପ୍ରଧାନ,ଅନୀଲ ପ୍ରଧାନ, ଜିତେନ୍ଦ୍ରୀୟ ପ୍ରଧାନ, ଜିତେନ୍ଦ୍ରୀୟ ପଣ୍ଡା,ବିଜୟ ପ୍ରଧାନ, ପିତବାସ ସାହୁ ଓ ଶାନ୍ତିଲତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ବର: ଓଡିଶାର ଗଠନ ହେବ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ। ଆଜି ଏ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହାସଲ କରିଛି। ପୂର୍ବରୁ ଦ୍ବିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା। ସେହି ଅନୁସାରେ ଓଡିଶାରେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏଥିସହିତ ଏହି ନିର୍ଦ୍ଦେଶାଳୟ ପାଇଁ ଆବଶ୍ୟକ ପଦବୀକୁ ମଧ୍ୟ କ୍ୟାବିନେଟ ମଂଜୁର କରିଛନ୍ତି। କାରଣ ଏହା ନିର୍ଦ୍ଦେଶାଳୟ ଭାବେ ଗଠନ ହେଲେ ଏଥିରେ ନିର୍ଦ୍ଦେଶକଙ୍କ ସହିତ ସହ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ଯୁଗ୍ନ ନିର୍ଦ୍ଦେଶକ ପରି ବହୁ ପଦବୀର ଆବଶ୍ୟକତା ରହିଛି। ଯାହାକୁ କ୍ୟାବିନେଟ ମଂଜୁର କରିଛନ୍ତି। ବହୁ ବର୍ଷ ଧରି ଓଡିଶାରେ ସ୍ବତନ୍ତ୍ର ସଂଗ୍ରହାଳୟ ଗଠନ ପାଇଁ ଦାବୀ ହେଉ ଆସୁଥିଲା। ଦେଶରେ ପଶ୍ଚିମବଂଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟ ପ୍ରଦେଶ ପରି ରାଜ୍ୟରେ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶଳାୟ ରହିଛି। ସେହି ଅନୁସାରେ ଓଡିଶାରେ ଏପରି ବ୍ୟବସ୍ଥା ଲାଗୁ କରିବା…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ “ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ” ଆନୁକୂଲ୍ୟରେ ଆଜି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।” ପଣ୍ଡିତ ଗୋଦାବରୀଶ ମିଶ୍ର: ଜୀବନ ଓ ସୃଜନ” ଶୀର୍ଷକ ଏହି ଜାତୀୟ ପାଠଚକ୍ରକୁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥ୍ୟ ଭାବେ ବାଲୁଗାଁ ମହାବିଦ୍ୟାଳୟ, ପରିଚାଳନା ସମିତି ସଭାପତି ଇଞ୍ଜିନିୟର ପ୍ରବାସ କୁମାର ସୁନ୍ଦରାୟ ଯୋଗଦାନ କରିଥିବା ସ୍ଥଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସଭାପତିତ୍ୱ କରିଥିଲେ। ଉଦଘାଟନ ଅଧିବେଶନରେ ଅଂଶଗ୍ରହଣ କରିଥିବା ଅତିଥିଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାଠଚକ୍ର ସଂଗଠନ ସମ୍ପାଦକ ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବା…
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଆର.ଡି. ସି. (କେନ୍ଦ୍ରାଞ୍ଚଳ) ସୁରେଶ ଚନ୍ଦ୍ର ଦଳାଇ ଦଳାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ବିଭାଗର ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ଯଥାକ୍ରମେ ଇ -ଗଭାର୍ଣ୍ଣାନ୍ସ, ସାଧାରଣ ଓ ବିବିଧ, ଏଷ୍ଟାବ୍ଲିସମେଣ୍ଟ, ରାଜସ୍ୱ ବିଭାଗ, ଲ୍ୟାଣ୍ଡ ରେକର୍ଜ, ଜରୁରୀ ବିଭାଗ, ଅଭିଯୋଗ ପ୍ରକୋଷ୍ଠ,ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଅବକାରୀ ବିଭାଗ, ଆର. ଟି. ଓ., ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ନିରୀକ୍ଷଣ କରିଛନ୍ତି ଆର.ଡ଼ି.ସି ଶ୍ରୀ ଦଳାଇ। ସମସ୍ତ ବିଭାଗକୁ ନିରୀକ୍ଷଣ ସମୟରେ ବିଭିନ୍ନ ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ଏବଂ ଜମିଜମା ସମ୍ବନ୍ଧୀୟ…
ନୂଆଦିଲ୍ଲୀ: ଗତକାଲି ରାତିରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଓଡିଶା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏହା ଜଣାପଡିବା ପରେ ତାଙ୍କ ପରିବାରରେ ବେଶ ଆନନ୍ଦର ଲହରୀ ଖେଳିଯାଇଥିଲା। ରଘୁବର ନିଜ ବାସଭବନରେ ତାଙ୍କ ମାଆଙ୍କ ଆଗରେ ବଡ ଭଉଣୀ ତାଙ୍କୁ ବନ୍ଦାପନା କରିଥିଲେ। ଏହାପରେ ରଘୁବର କହିଥିଲେ ଯେ, ଜଗନ୍ନାଥଙ୍କ ଦେଶ ଓଡିଶାରେ ମୋତେ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାରୁ ମୁଁ ବିଶେଷ ଖୁସି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ସଭାପତି ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଏ ନେଇ ଘରୋଇ ବସ ମାଲିକ ସଂଘ ଘୋଷଣା କରିଛି। ଫଳରେ ଯେଉଁମାନେ ବସରେ ଯିବାଆସିବା କରୁଛନ୍ତି ସେମାନେ ଆଜିଠାରୁ ବିକଳ୍ପ ବ୍ୟବସ୍ଥା କରି ନେବା ଉଚିତ। ଆସନ୍ତାକାଲି ସକାଳ 6 ଟାରୁ ଏହି ବସ ଧର୍ମଘଟ ଆରମ୍ଭ ହେବ। ତେବେ ଏହା ଅନିର୍ଦ୍ଧିଷ୍ଠ ସମୟ ପାଇଁ ହେବ ବୋଲି ସଂଘ କହିଛି। ପୂର୍ବରୁ ବସ ଧର୍ମଘଟ କରିବା ପାଇଁ ସଂଘ ଘୋଷଣା କରିଥିଲା। ହେଲେ ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା ପରେ ତାହା ସ୍ଥଗିତ ରଖାଯାଇଥିଲା। ମୁଖ୍ୟତଃ ରାଜ୍ୟ ସରକାର ଲକ୍ଷ୍ମୀ ବଲ ଯୋଜନାକୁ ସଂଘ ବିରୋଧ କରୁଛି। ସେମାନଙ୍କର ଦାବୀ ହେଲା ଯେ, ସେହି ଯୋଜନାରେ ଘରୋଇ ବସକୁ ମଧ୍ୟ ସାମିଲ କରାଯାଉ। ସରକାର ଏଥିରେ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଲିଖିତ ଭାବେ ନ ଜଣାଇବାରୁ ସଂଘ ଶୁକ୍ରବାରରୁ ଧର୍ମଘଟ କରିବ ବୋଲି ଘୋଷଣା…

