ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡରେ ଯେଉଁ ଅଭିଭାଷଣ ରଖିଲେ, ସେଥିରୁ ତାଙ୍କର ନିର୍ବୋଧତା ପଦାରେ ପଡିଛି। ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ପ୍ରଧାନ କହୁଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା, ଯାହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ। ଶ୍ରୀମତୀ ସାହୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀଯୁକ୍ତ ପ୍ରଧାନ ରାଜ୍ୟର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ ଅପମାନିତ କରିଛନ୍ତି। ଯେଉଁ ମା’ ମାନେ ଗଛ ତଳେ ବସି, ମୁଠି ଚାଉଳ ଦେଇ ଏହାକୁ ଗଢିଛନ୍ତି, ତାଙ୍କ କାର୍ଯ୍ୟ ବିଷୟରେ ନଜାଣି ବକ୍ତବ୍ୟ ଦେବା ସେମାନଙ୍କ ପ୍ରତି ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର…
Author: Samikhsya Bureau
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ୱାରା ବାଣପୁର ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନାରଣ ଦେଇପୁର ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ସୁକାନ୍ତି ଦାସଙ୍କ ନିକଟରୁ ୨୬ଲିଟର ଦେଶୀ ମଦ ଜବତ କରାଯାଇଛି। ଅନୁରୂପ ଭାବେ ଝୀଂଟିକାପଲି ଗ୍ରାମର ଦାମୋଦର ପରିଡାଙ୍କ ନିକଟରୁ ୫୦ ଲିଟର ଏବଂ ଗୁଆଲଡିହ ଗ୍ରାମ କାର୍ତ୍ତିକ ଦାସଙ୍କ ନିକଟରୁ ୬୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମୋକଦମା ରୁଜୁ କରାଯାଇ ଗିରଫ କରାଯାଇଥିବା ଜଣାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଟିମ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ସବ ଇନ୍ସପେକ୍ଟର ରୋହିତ କୁମାର ଦଣ୍ଡସେନା, ଏଏସଆଇ ଜିତେନ୍ଦ୍ର ହେମ୍ରମଙ୍କ ସହ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।
ମେଷ- ଘରର ପରିବେଶ ସୁଖଦ ହେବ। ଆର୍ଥିକ ଲାଭ ସହିତ ବ୍ୟବସାୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ଆଜି ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହୋଇପାରେ। ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିପାରନ୍ତି। ଆପଣ ରୋଜଗାରର ସୁଯୋଗ ପାଇପାରିବେ। ବ୍ୟବସାୟ ସହିତ ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ରହିବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହୋଇପାରିବ। ଆପଣଙ୍କର ଆତ୍ମବିଶ୍ୱାସ ବଢିପାରେ। ମନ୍ଦିରରେ କର୍ପୁର ଆଳତି ଲାଗି କରନ୍ତୁ, ବ୍ୟବସାୟରେ ଲାଭ ହେବ। ଆପଣ ବୃତ୍ତିଗତ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ନୂତନ ବସ୍ତ୍ର ଏବଂ ଅଳଙ୍କାର ପଛରେ ଟଙ୍କା ଖର୍ଚ୍ଚ ହେବ। ବୃଷ- ଆର୍ଥିକ ଲାଭ ପାଇଁ ଆଜି ଭଲ ସୁଯୋଗ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଭ୍ରମଣରୁ ଆପଣ ଉପକୃତ ହେବେ। ଆପଣ ଜଣେ ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ପରିବାରର ସମସ୍ତ ସଦସ୍ୟଙ୍କ ସହିତ ପାରସ୍ପରିକ ସମନ୍ୱୟ ରହିବ। ଆପଣ…
ନୂଆଦିଲ୍ଲୀ: ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲୋନ୍ ଆଜି ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ସମୟରେ ସେ ପାକିସ୍ତାନୀ ଦଳକୁ ମଧ୍ୟ କଟାକ୍ଷ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ସେ କହିଛନ୍ତି ଯେ, ପରାଜୟ ପରେ ପାକିସ୍ତାନ ନିଜର ବିଜୟ ହମାସକୁ ଉତ୍ସର୍ଗ କରିପାରିବ ନାହିଁ। ସେ କହିଛନ୍ତି ଯେ, “ଆମେ ଖୁସି ଯେ କ୍ରିକେଟ୍ ବିଶ୍ୱକପରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ଜିତିଛି ଏବଂ ପାକିସ୍ତାନ ଏହାର ବିଜୟ ହମାସ ଆତଙ୍କବାଦୀଙ୍କୁ ଉତ୍ସର୍ଗ କରିପାରିବ ନାହିଁ। ମ୍ୟାଚ ସମୟରେ ଆମର ଭାରତୀୟ ବନ୍ଧୁମାନେ ପୋଷ୍ଟର ଦେଖାଇ ଇସ୍ରାଏଲ ସହ ଏକତା ପ୍ରଦର୍ଶନ କରିଥିଲେ। ଏହା ଦ୍ୱାରା ଆମେ ଅତ୍ୟନ୍ତ ଭାବପ୍ରବଣ। ତାଙ୍କ ପୋଷ୍ଟରେ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଛବି…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିକା ଭଳି ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ବ୍ୟବସାୟକୁ ବଢାଇବା ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ପରଶ୍ରୀକାତର ତଥା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ବିକାଶରେ ବାଧକ ସାଜିଛନ୍ତି । ଶନିବାର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଠାରେ ଆୟୋଜିତ ‘ସଂକଳ୍ପ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଚିଲିକା ମାଟି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ କାଳିଜାଇ, ମାଆ ଭଗବତୀଙ୍କ ପ୍ରତି ଥିବା ଆବେଗକୁ ଦର୍ଶାଏ। ଓଡ଼ିଶାର ଜନଜୀବନକୁ ବୁଝିବାକୁ ହେଲେ ଏହି ଅଞ୍ଚଳକୁ ଭଲରେ ବୁଝିବାକୁ ହେବ। ସୋରଣ ମାନସିଂହପୁର ଏକ ମତ୍ସ୍ୟଜୀବୀ ଆଧାରିତ ଗାଁ। ଚିଲିକାର ଖଇଙ୍ଗା ମାଛ ଭାରି ସ୍ୱାଦିଷ୍ଟ। ମାତ୍ର ଭୁବନେଶ୍ୱର ବଡ ବଡିଆ ଅଧିକାରୀମାନେ ଓ ଚିଲିକା ସହ ଯୋଡି ହୋଇ ନଥିବା ଲୋକମାନେ ମାଛ ବ୍ୟବସାୟକୁ କବଜା…
ଭୁବନେଶ୍ୱର: ଆନ୍ତର୍ଜାତିକ ବିପର୍ଯ୍ୟୟ ଆପଦ ପ୍ରଶମନ ଦିବସରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କସିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଠାରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୁଣ୍ଡଳିସ୍ଥିତ ଏନ୍ଡିଆରଏଫ୍ ୩ୟ ବାଟାଲିଅନ୍ ର ବୈଷୟିକ ମାର୍ଗଦର୍ଶନ ଏବଂ ବାସୁଦେବପୁରର ଲାଇଫ ଲାଇନ୍ ଏନ୍ଜିଓର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିପର୍ଯ୍ୟୟ ଆପଦ ହ୍ରାସ ନିମନ୍ତେ ସଚେତନତା ସୃଷ୍ଟି ଏବଂ ଗୋଷ୍ଠୀ ସ୍ତରରେ ପ୍ରସ୍ତୁତିରେ ବୃଦ୍ଧି ଘଟାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୂଲ୍ୟବାନ ଜୀବନ ଓ ଜୀବିକାକୁ ସୁରକ୍ଷିତ କରିବାରେ ଗୋଷ୍ଠୀସ୍ତରରେ ସଚେତନତା ଏବଂ ପ୍ରସ୍ତୁତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରାୟ ୬୦ ଜଣ ଗୋଷ୍ଠୀ ସ୍ୱେଚ୍ଛାସେବୀ ଏବଂ ଆପଦ ମିତ୍ରଙ୍କ ସମେତ ସାନକୃଷ୍ଣପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସଦସ୍ୟବୃନ୍ଦ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ…
ନୂଆଦିଲ୍ଲୀ: ଭାରତର ନାଗାପଟ୍ଟିନମ୍ ଓ ଶ୍ରୀଲଙ୍କାର କାନକେସନଥୁରାଇ ମଧ୍ୟରେ ନୌସେବାକୁ ଆଜି (୧୪.୧୦.୨୦୨୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ସହ ସମ୍ବୋଧନ କରିଛନ୍ତି। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗାପଟ୍ଟିନମ୍ ଓ କାନକେସନଥୁରାଇ ମଧ୍ୟରେ ନୌସେବାର ଉଦ୍ଘାଟନ ଯୋଗୁଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୂଟନୈତିକ ଓ ଆର୍ଥିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବା ସହ ଏହା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂସ୍କୃତି, ବାଣିଜ୍ୟ ଓ ସଭ୍ୟତାର ଇତିହାସ ଉପରେ ଅବଲୋକନ କରି ଶ୍ରୀ ମୋଦୀ କହିଥିଲେ ଯେ ନାଗାପଟ୍ଟିନମ୍ ଓ ଆଖାପାଖ ନଗରୀଗୁଡିକ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ଜଣାଶୁଣା। ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦେଶଗୁଡିକ ସହ ଏହି ବାଣିଜ୍ୟିକ ସମ୍ପର୍କ ରହିଥିବାବେଳେ ପ୍ରାଚୀନ ତାମିଲ ସାହିତ୍ୟରେ ପୁମ୍ପୁହର ଐତିହାସିକ ବନ୍ଦରର ଉଲ୍ଲେଖ ମଧ୍ୟ ରହିଛି। ସେ ମଧ୍ୟ ସଂଗମ…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜାତୀୟ ସ୍ତରରେ ପୁରସ୍କୃତ ହେଲେ କଳାହାଣ୍ଡି ପୁଅ। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇ ତିନିଦିନ ଧରି ଚାଲିଥିବା ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋକୁଳେଶ୍ଵର୍ ର ଛାତ୍ର ସୌମ୍ୟ ରଂଜନ ସିଂହ କୃତିତ୍ୱ ହାସଲ କରି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଡ. ଜିତେନ୍ଦ୍ର ସିଂହ, ମାନ୍ୟବର ରାଜ୍ୟ ମନ୍ତ୍ରୀ (ସ୍ଵାଧୀନ), ବିଜ୍ଞାନ ଓ କାରିଗରୀ ମନ୍ତ୍ରାଳୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ପ୍ରକାଶ ଥାଉ କି ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ମନୋନୀତ ହୋଇ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିଲେ। ୨୭ଟି ପ୍ରକଳ୍ପ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଦୁଇଟି ପ୍ରକଳ୍ପ ଯଥା ଗୋକୁଳେଶ୍ଵର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧୀ ମାନେ ସକ୍ରିୟ ହେବା ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେଉଛି। ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କୁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ମାନେ ପ୍ୟାରେଡ ମାଧ୍ୟମରେ ପାଛୋଟି ଆଣିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏହାପରେ ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ ଉଦଘାଟନ କରିଥିଲେ। ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ଶ୍ରୀ ମୁର୍ମୁ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରୀ ଦୀପ୍ତି…
ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନ ଆତ୍ମସମର୍ପଣ କରିଛି। ବ୍ୟାଟ୍ସମ୍ୟାନ୍ ଙ୍କୁ ସହାୟକ ଦେଉଥିବା ଏହି ପିଚ୍ରେ ଭାରତୀୟ ବୋଲରମାନେ ସଠିକ୍ ଲାଇନ୍ ରେ ବୋଲିଂ କରି ପୁରା ପାକିସ୍ତାନୀ ଦଳକୁ ୧୯୧ ରନ୍ ରେ ବାନ୍ଧି ରଖିଛି। ବାବର ଆଜମ ପାକିସ୍ତାନ ପାଇଁ ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ। ଯେଉଁଠାରେ ରିଜୱାନ୍ ୪୯ ରନ୍ ର ଏକ ଇନିଂସ ଖେଳିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ବ୍ୟାଟିଂରେ ବିଫଳଟ୍ ହୋଇଥିଲେ। ପାକିସ୍ତାନ ମାତ୍ର ୩୬ ରନ୍ ପାଇଁ ଶେଷ ଆଠଟି ୱିକେଟ୍ ହରାଇଥିଲା। ଭାରତ ପାଇଁ ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।
ନୂଆଦିଲ୍ଲୀ: ଜେଏନୟୁ ର ପୂର୍ବତନ ଛାତ୍ର ନେତା ଶେହଲା ରସିଦ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶେହଲା ରସିଦ ଭାରତୀୟ ସେନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମଧ୍ୟ ପୂର୍ବର ଘଟଣାଗୁଡ଼ିକୁ ଦେଖି ଆଜି ମୁଁ ଅନୁଭବ କରୁଛି ଯେ ଆମେ ଭାରତୀୟ ଭାବରେ କେତେ ଭାଗ୍ୟବାନ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେହଲା ରସିଦ କହିଛନ୍ତି ଯେ, ଭାରତୀୟ ସେନା ଏବଂ ସୁରକ୍ଷା ବାହିନୀ ଆମ ସୁରକ୍ଷା ପାଇଁ ସବୁକିଛି ବଳିଦାନ ଦେଇଛନ୍ତି। କାଶ୍ମୀରରେ ଶାନ୍ତି ଆଣିବା ପାଇଁ ଯାହା ଉଚିତ ଅଟେ, ସେଠାରେ ଶ୍ରେୟ ଦିଅନ୍ତୁ। ସେ ଏହି ଟୁଇଟକୁ PMO, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଭାରତୀୟ ସେନା ଏବଂ ଚିନାର କର୍ପସକୁ ଟ୍ୟାଗ୍ କରିଛନ୍ତି। ୨୦୧୬…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଶୁକ୍ରବାର ଦିନ କୋର୍ଟରେ ହାଜର ହେବା ସମୟରେ ଏପରି କିଛି ଘଟିଛି ଯାହା ଉପରେ ବିଚାରପତି କ୍ରୋଧିତ ହୋଇଥିଲେ ଏବଂ ସେ ସଞ୍ଜୟ ସିଂଙ୍କୁ ମଧ୍ୟ କହିଥିଲେ ଯେ ଯଦି ଏହା ହୁଏ, ତେବେ ଏଠାକୁ ଆସିବାର ଆବଶ୍ୟକତା ନାହିଁ। ବାସ୍ତବରେ ଦିଲ୍ଲୀର ରାଉସ୍ ଆଭେନ୍ୟୁର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଶୁକ୍ରବାର ଦିନ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଦିଲ୍ଲୀର ମଦ ନୀତିରେ ଟଙ୍କା ହେରଫେର ଅଭିଯୋଗରେ ସଞ୍ଜୟ ସିଂଙ୍କୁ ଅକ୍ଟୋବର ୪ ତାରିଖରେ ଗିରଫ କରାଯାଇଥିଲା। ଅକ୍ଟୋବର ୨୭ ତାରିଖରେ ଯେତେବେଳେ ସଞ୍ଜୟ ସିଂଙ୍କ ହାଜର ପାଇଁ ପରବର୍ତ୍ତୀ ତାରିଖ ସ୍ଥିର କରାଯାଇଥିଲା ଏବଂ ସଞ୍ଜୟ ସିଂଙ୍କୁ ତାଙ୍କ ମତାମତ ଉପସ୍ଥାପନ କରିବାର ସୁଯୋଗ ଦେଇଥିଲେ, ସେତେବେଳେ ସଞ୍ଜୟ ସିଂ ଅଭିଯୋଗ କରିବା ସହ ଇଡିଠାରୁ ଆଦାନୀ ପର୍ଯ୍ୟନ୍ତ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ସଞ୍ଜୟ…
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇଛି। ଗତ ଚାରି ବର୍ଷ ଧରି ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଏହି ମ୍ୟାଚ୍ ପାଇଁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଶେଷରେ ଏହି ମ୍ୟାଚ୍ ଆରମ୍ଭ ହୋଇଛି। ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିମ୍ ଇଣ୍ଡିଆରେ ଇଶାନ୍ କିଶାନଙ୍କ ସ୍ଥାନରେ ଶୁଭମାନ ଗିଲ ଫେରିଛନ୍ତି। ମ୍ୟାଚ୍ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ଅତିବାହିତ ହୋଇ ବିରାଟ କୋହଲିଙ୍କ ସହ ଏକ ଅଜବ ଘଟଣା ଘଟିଥିଲା ଏବଂ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡିଥିଲା। ବାସ୍ତବରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ କୋହଲି ଭୁଲ ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ। ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ପିନ୍ଧିଥିବା ଜର୍ସିର କାନ୍ଧରେ ତ୍ରିରଙ୍ଗାର ଷ୍ଟ୍ରିପ୍ ଥିଲା, କିନ୍ତୁ ଜର୍ସି ପିନ୍ଧି ପଡ଼ିଆକୁ ଆସିଥିବା କୋହଲିଙ୍କ…
ଖୋର୍ଦ୍ଧା: ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ନାଗରିକଙ୍କ ସୁରକ୍ଷା ପାଇଁ ଓଡିଶା ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି। ଅନୁରୂପ ଭାବେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ପାର୍ବଣ ଋତୁ ସମୟରେ ଜିଲ୍ଲା ବାସୀଙ୍କ ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ନେଇଛି ଜିଲ୍ଲା ପୋଲିସ। ଦୀପାବଳି ଆହୁରି ପାଖାପାଖି ଏକ ମାସ ଥିବା ବେଳେ ବେଆଇନ ବାଣ କାରବାର ଉପରେ କଡ଼ାକଡି ନଜର ରଖିଛି ପୋଲିସ। ତେବେ ବେଗୁନିଆ ଥାନା କଣ୍ଟାବାଡ ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡିପିଓ ଦିଲ୍ଲୀପ ଦାସଙ୍କ ତତ୍ୱାବଧାନରେ ଆଜି ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନେତୃତ୍ୱରେ କଣ୍ଟାବାଡ ଗ୍ରାମସ୍ଥିତ ଏକ ଗୋଦାମରେ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବେଆଇନ ବାଣ ଓ ବାରୂଦ ଜବତ କରାଯାଇଛି। ସୂଚନା ମୁତାବକ କଣ୍ଟାବାଡ଼ ଗ୍ରାମରେ ବିଶ୍ୱନାଥ ମହାପାତ୍ରଙ୍କ ଗୋଦାମ…
ନୂଆଦିଲ୍ଲୀ: ଯଦି ଆପଣ ଆମେରିକା ଯିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଭିସା ଅପେକ୍ଷା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ହସ ଆଣିପାରେ। ନିକଟରେ ଆମେରିକା ଇମିଗ୍ରେସନ ସର୍ଭିସେସ୍ ଯଥା ଭାରତୀୟ ପ୍ରବାସୀମାନଙ୍କୁ ଧ୍ୟାନରେ ରଖି ଇମିଗ୍ରେସନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ ଆଣିଥିବା ଜଣାଯାଇଛି, ଯାହା ଗ୍ରୀନ୍ କାର୍ଡକୁ ଅପେକ୍ଷା କରିଥିବା ହଜାର ହଜାର ଭାରତୀୟଙ୍କୁ ଆଶ୍ଵସ୍ତି ପ୍ରଦାନ କରିବ। ବାସ୍ତବରେ, ଆମେରିକା ଘୋଷଣା କରିଛି ଯେ, ଏହା କେତେକ ଅଣ-ପ୍ରବାସୀ ବର୍ଗଙ୍କୁ (ସବୁଜ କାର୍ଡକୁ ଅପେକ୍ଷା କରୁଥିବା ଲୋକଙ୍କୁ ଅନ୍ତର୍ଭୁକ୍ତ କରି) ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପ୍ରାଧିକରଣ କାର୍ଡ ପ୍ରଦାନ କରିବ, ଯାହା ସେଠାରେ ରହୁଥିବା ଲୋକଙ୍କୁ ସୁବିଧା ଯୋଗାଇବ। ଭାରତରୁ ଆମେରିକା ଯିବା ଅନେକ ଇଞ୍ଜିନିୟରଙ୍କ ସ୍ୱପ୍ନ। ଭାରତରୁ ଆମେରିକା ଯିବାକୁ ହେଲେ ସେମାନଙ୍କୁ ବହୁତ କଷ୍ଟଦାୟକ ପ୍ରକ୍ରିୟା ଅତିକ୍ରମ କରିବାକୁ ପଡେ ଏବଂ ଅନେକ ନିୟମକୁ ମଧ୍ୟ ପାଳନ କରିବାକୁ ପଡ଼େ। ଏହି ନିୟମରୁ…
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତ ସେଠାରେ ଉପସ୍ଥିତ ନାଗରିକଙ୍କ ପାଇଁ ଚିନ୍ତିତ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ‘ଅପରେସନ୍ ଅଜୟ’ ଆରମ୍ଭ କରିଛି। ଏହି ଅପରେସନ୍ ଅଧୀନରେ ଇସ୍ରାଏଲର ଭାରତୀୟମାନଙ୍କର ଦ୍ୱିତୀୟ ଜାହାଜ ଦିଲ୍ଲୀରେ ପହଞ୍ଚିଛି। ୨୩୫ ଭାରତୀୟ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ପହଞ୍ଚିଛି। ନାଗରିକମାନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବୈଦେଶିକ ରାଜ୍ୟ ମନ୍ତ୍ରୀ ରାଜକୁମାର ରଂଜନ ସିଂ ଉପସ୍ଥିତ ଅଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ନାଗରିକ ୨୩୫ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିଥିଲେ। ଶୁକ୍ରବାର ଦିନ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସ୍ଥାନୀୟ ସମୟ ଅନୁଯାୟୀ, ବିମାନଟି ରାତି ୧୧ ଟା ସମୟରେ ଇସ୍ରାଏଲରୁ ଉଡ଼ିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ୨୧୨ ଭାରତୀୟଙ୍କୁ ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଭାରତ ଅଣାଯାଇଥିଲା। ଭାରତ ଗୁରୁବାର ଅପରେସନ୍ ଅଜୟ ଘୋଷଣା କରିଛି। ଏହାର…
ଭୁବନେଶ୍ବର: ଅଶ୍ୱିନ ମାସର ଅମାବାସ୍ୟା ଦିନ ସର୍ବପିତୃ ପିତୃ ଅମବାସ୍ୟା ଭାବେ ପାଳନ କରାଯାଏ। ଏହା ସହିତ ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ପୂର୍ବ ପୁରୁଷମାନଙ୍କୁ ଶ୍ରାଦ୍ଧ କରିବା ଏବଂ ରୀତିନୀତି ସହିତ ସେମାନଙ୍କୁ ବିଦାୟ ଦିଆଯାଇଥାଏ। ଅନ୍ୟପକ୍ଷରେ, ବଙ୍ଗଳାରେ ମହାଳୟା ଅମାବାସ୍ୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହି ଦିନଠାରୁ ଦୁର୍ଗା ପୂଜା ଆରମ୍ଭ ହୁଏ। ଏହି ବର୍ଷ ସର୍ବପିତୃ ଅମାବାସ୍ୟା ଏବଂ ମହାଳୟା ଅକ୍ଟୋବର ୧୪ ତାରିଖ ଶନିବାରରେ ପଡିଛି। ଅନେକ କ୍ଷେତ୍ରରେ ମହାଳୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହା କେବଳ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ନାହିଁ ବରଂ ଆହୁରି କିଛି କାର୍ଯ୍ୟ ଏହି ଦିନରେ ମଧ୍ୟ କରାଯାଇଥାଏ। ମହାଳୟା ଦିନ ମା ଦୁର୍ଗାଙ୍କ ପ୍ରତିମାକୁ ଅନ୍ତିମ ରୂପ ଦିଆଯାଇଥାଏ। ବଙ୍ଗଳାରେ ସମସ୍ତେ ଉତ୍ସାହର ସହିତ ମହାଳୟାକୁ ଅପେକ୍ଷା କରନ୍ତି। କାରଣ ଏହି ଦିନ ନିଜେ ଦେବୀ ଦୁର୍ଗାଙ୍କୁ ସନ୍ଧ୍ୟାରେ ଡକାଯାଇ ମୂର୍ତ୍ତିକୁ ରଙ୍ଗ ଦିଆଯାଏ। ଏହା…
ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ୍ ସେଲ୍ ବହୁତ ସଫଳତା ହାସଲ କରିଛି। ଶୁକ୍ରବାର ସକାଳେ ସେମାନେ ଲଶ୍କର-ଇ-ତୋଇବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପ୍ରାଥମିକ ପଚରାଉଚରା ବେଳେ ଆତଙ୍କବାଦୀମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ ରାଜ୍ୟରେ ଅଶାନ୍ତି ବିସ୍ତାର କରିବା ଉଦ୍ଦେଶ୍ୟରେ ଆସିଛନ୍ତି। ପଞ୍ଜାବ ପୋଲିସ କହିଛି ଯେ, କେନ୍ଦ୍ରୀୟ ଏଜେନ୍ସି ସହ କରାଯାଇଥିବା ଅପରେସନରେ ଆମେ ବହୁତ ସଫଳତା ହାସଲ କରିଛୁ। ଏଠାରେ ଆମେ ମିଳିତ ଅପରେସନ୍ କରି ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛୁ। ଏହି ଉଭୟ ନାଗରିକ ଜମ୍ମୁ କାଶ୍ମୀରର ବାସିନ୍ଦା। ସେମାନଙ୍କଠାରୁ ୨ ଟି ଆଇଇଡି, ୨ ଟି ହ୍ୟାଣ୍ଡ ଗ୍ରେନେଡ, ୨ ଟି ମାଗାଜିନ ସହିତ ୧ ଟି ପିସ୍ତଲ, ୨୪ ଟି କାର୍ଟ୍ରିଜ, ୧ ଟି ଟାଇମର ସୁଇଚ, ୮ ଟି ଡିଟୋନେଟର ଏବଂ ୪ ଟି…
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱକପ୍ର ମହାମୁକାବିଲା ଅର୍ଥାତ୍ ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ ହେବାକୁ ମାତ୍ର କିଛି ଘଣ୍ଟା ବାକି ଅଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ ବିଷୟରେ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ରହିଛି, ଶୁବମାନ ଗିଲ ଖେଳିବେ କି ନାହିଁ? ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର କିମ୍ବା ଅଶ୍ୱିନଙ୍କ ମଧ୍ୟରେ କେଉଁ ଖେଳାଳି ସୁଯୋଗ ପାଇବେ। ଏକ ସପ୍ତାହ ପୂର୍ବରୁ ଶୁଭମାନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି କାରଣରୁ ଗିଲ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିପାରିଲା ନାହିଁ। ବର୍ତ୍ତମାନ ପାକିସ୍ତାନ ବିପକ୍ଷ ମ୍ୟାଚର ଦୁଇ ଦିନ ପୂର୍ବରୁ ଗିଲ ନେଟରେ ଅଭ୍ୟାସକୁ ଫେରିଛନ୍ତି। ସେ ଗୁରୁବାର ଏବଂ ଶୁକ୍ରବାର ଦିନ ନେଟରେ ଅଭ୍ୟାସ କରିଛନ୍ତି। ଶୁକ୍ରବାର ଦିନ ଗିଲ ଦିନସାରା ନେଟରେ ଅଭ୍ୟାସ କରିଛନ୍ତି ଏବଂ ତାଙ୍କ ଲୟକୁ ଦେଖିଲେ, ଏକ ସପ୍ତାହ ପୂର୍ବରୁ ସେ ଡେଙ୍ଗୁରେ ପୀଡିତ ଥିବା…
ମୁମ୍ବାଇ: ଜି-୨୦ ର ସଫଳ ଆୟୋଜନ ପରେ ବର୍ତ୍ତମାନ ଭାରତରେ ଆଉ ଏକ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ର ୧୪୧ ତମ ଅଧିବେଶନ ୧୫ ରୁ ୧୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆଇଓସି ଅଧିବେଶନ ଉଦଘାଟିତ ହେବ। ଏହା ବ୍ୟତୀତ କ୍ରୀଡା ସହ ଜଡିତ ଭାରତ ତଥା ବିଦେଶର ବହୁ ସେଲିବ୍ରିଟି ଏଥିରେ ଅଂଶଗ୍ରହଣ କରିବେ। ଏହି ଅଧିବେଶନରେ କାତାର, ଜୋର୍ଡାନ, ମୋନାକୋ, ଲକ୍ସମବର୍ଗ ଏବଂ ଭୁଟାନର ରାଷ୍ଟ୍ରମୁଖ୍ୟମାନଙ୍କ ସମେତ ଗ୍ରେଟର ବ୍ରିଟେନ ଏବଂ ଲିଚଟେଷ୍ଟାଇନ୍ର ରାଜ ପରିବାରର ସଦସ୍ୟମାନେ ଉପସ୍ଥିତ ରହିବେ। ଏତଦ ବ୍ୟତୀତ ସାତଥର ଅଲିମ୍ପିକ୍ ସନ୍ତରଣ ପଦକ ବିଜେତା କିର୍ଷ୍ଟି କୋଭେନଟ୍ରି, ଦୁଇଥର ଅଲିମ୍ପିକ୍ ପୋଲ୍ ଭଲ୍ଟ ସ୍ୱର୍ଣ୍ଣ ପଦକ ବିଜେତା ୟେଲେନା ଇସେନବାଏଭା, ଦୁଇଥର ଅଲିମ୍ପିକ୍…
ଚାଣକ୍ୟ ନୀତି: ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଦ୍ଵାରା ଗରିବକୁ ଧନୀ ଏବଂ ଧନୀ ଲୋକକୁ ଗରିବ ହେବା ପାଇଁ ମଧ୍ୟ କିଛି ସମୟ ଲାଗେ ନାହିଁ। ଯିଏ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଏ, ତାଙ୍କ ଘର ଅନନ୍ୟ ହୋଇଯାଏ। ଚାଣକ୍ୟ ନୈତିକତାର ଏକ ପଦ ମାଧ୍ୟମରେ କହିଛନ୍ତି ଯେ, କେଉଁ ସ୍ଥାନରେ ମା ଲକ୍ଷ୍ମୀ ଆପେ ଆପେ ଚାଲି ଆସନ୍ତି। ଏହି ଘରଗୁଡ଼ିକରେ ସମୃଦ୍ଧିର ରହେ ଅଭାବ ନାହିଁ। ଏପରି ଘରର ଲୋକଙ୍କୁ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ପଡେ ନାହିଁ। ଆସନ୍ତୁ ଜାଣିବା କେଉଁ ଘର ଯେଉଁଠାରେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ରୁହନ୍ତି। ମୂର୍ଖମାନଙ୍କ ପ୍ରତି ସମ୍ମାନ: ମୂର୍ଖମାନଙ୍କର ଶବ୍ଦର କୌଣସି ମୂଲ୍ୟ ନାହିଁ। ମାତା ଲକ୍ଷ୍ମୀ ଏପରି ଏକ ଘରେ ରୁହନ୍ତି ଯେଉଁଠାରେ ମୂର୍ଖମାନଙ୍କ କଥା ପ୍ରତି ଧ୍ୟାନ ଦିଆଯାଏ ନାହିଁ। ଚାଣକ୍ୟ କହିଛନ୍ତି ଯେ ଯେଉଁମାନେ ମୂର୍ଖ କିମ୍ବା ସେମାନଙ୍କର ମୂଲ୍ୟହୀନ ବାକ୍ୟକୁ ବିଶ୍ଵାସ କରନ୍ତି, ସେମାନେ କଦାପି…

