Author: Samikhsya Bureau

ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ଦିନ ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବ୍ଲକ୍‌ର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁଁ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କର ବିଭିନ୍ନ ଶିକ୍ଷା ଯୋଜନା ବିଷୟରେ ବିଇଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ, ସେମାନେ ସମ୍ମୁଖିନ କରୁଥିବା ଅସୁବିଧା, ତାହାର ସମାଧାନ, ଶିକ୍ଷାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଚାଳନା- ଏଭଳି ଅନେକ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର,…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ। ତାଙ୍କର ଏହି ସଫଳତାରୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଓଡ଼ିଶାରୁ ଅନେକ ହକି ଖେଳାଳି ସୃଷ୍ଟି ହେବେ ଏବଂ ନିଜର ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ଓ ରାଜ୍ୟକୁ ଗର୍ବିତ କରାଇବେ ବୋଲି ମୋର ଦୃଢ଼ ବିଶ୍ୱାସ।

Read More

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା  ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର ଆଉ ଇହ ଜଗତରେ ନାହାନ୍ତି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ  ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୫୯ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସ୍ବର୍ଗତ ମିଶ୍ର ପିଲା ଦିନୁ ମେଧାବୀ ଥିଲେ। ସେ ଓଡ଼ିଶାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଓ ‘ର’ରେ ରହି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିଲେ। ଅବସର ପରେ ସାହିତ୍ୟ ରଚନା ସହ ବିଭିନ୍ନ ପତ୍ର ପତ୍ରିକାରେ ସ୍ତମ୍ଭ ଲେଖୁଥିଲେ। ତାଙ୍କ ମୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ। ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ। ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ। ପ୍ରତି ଗାଁ ପାଇବେ ୧୦ ଲକ୍ଷ ଟଙ୍କା। ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ।…

Read More

ନୂଆଦିଲ୍ଲୀ /ଭୁବନେଶ୍ୱର, ଅକ୍ଟୋବର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଏହାର ସ୍ୱର୍ଣ୍ଣ ବଙ୍ଗ ଆକର୍ଷଣୀୟ ଜୁଏଲାରୀ କଲେକ୍‌ସନର ଶୁଭାରମ୍ଭ କରିଛି । ଏହା ବଙ୍ଗଳାର କବିତା ସୌନ୍ଦର୍ଯ୍ୟ ଓ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ । ଏହି ଜୁଏଲାରୀରେ ଏହି ଅଞ୍ଚଳର ଟେରାକୋଟା ମନ୍ଦିର ସୌନ୍ଦର୍ଯ୍ୟ, ଶାନ୍ତି ନିକେତନର ସୁନ୍ଦରତା ଓ ଦୁର୍ଗା ପୂଜାର ଉତ୍ସବକୁ ପ୍ରକାଶିତ କରାଯାଇଛି । ରିଲାଏନ୍‌ସ ଜୁଏଲ୍‌ସ ଦ୍ୱାରା ଭାରତର ବିଭିନ୍ନ ଅଞ୍ଚଳରୁ ପ୍ରେରଣା ନେଇ ଅଳଙ୍କାର କଲେକ୍‌ସନ ପ୍ରସ୍ତୁତ କରାଯାଇଥାଏ ଏବଂ ଏହା ହେଉଛି ଏହାର ଅଷ୍ଟମ ସିରିଜ୍ । ତାରକା ଖଚିତ ସନ୍ଧ୍ୟାରେ, ସ୍ୱର୍ଣ୍ଣ ବଙ୍ଗ ସମ୍ଭାରକୁ ବଲିଉଡ୍ ଷ୍ଟାର କରିସ୍ମା କପୁରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ଯିଏକି ଏହି କଲେକ୍‌ସନକୁ ପ୍ରଦର୍ଶିତ କରିଛନ୍ତି ଓ ସୋ-ଷ୍ଟପର ଭାବରେ ରାମ୍ପରେ ପ୍ରଦର୍ଶନ କରିଛନ୍ତି । ଏହାର ଶୁଭାରମ୍ଭ ବିଷୟରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ସୁନିଲ୍ ନାୟକ, ସିଇଓ ରିଲାଏନ୍‌ସ ଜୁଏଲ୍‌ସ, କହିଛନ୍ତି ଯେ…

Read More

ଭୁବନେଶ୍ୱର: ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର କ୍ଷେତ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କ ଭୂମିକା ପ୍ରଶଂସନୀୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡିଶା ପରିବାର ନିର୍ଦ୍ଦେଶାଳୟ ସମନ୍ୱୟରେ ଆବୁଧାବିରେ ପ୍ରବାସୀ ଓଡ଼ିଆ ସମାଜର ନବମ ବାର୍ଷିକ ଉତ୍ସବ ‘ଝଙ୍କାର’ ପାଳନ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ପ୍ରବାସୀ ଓଡ଼ିଆ ମାନେ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ଦକ୍ଷତା ଦ୍ୱାରା ଦେଶ ତଥା ଓଡ଼ିଶାର ଗୌରବ ବୃଦ୍ଧି କରୁଛନ୍ତି। ଓଡିଶାରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଦ୍ୱାରା ଉପସାଗରୀୟ ରାଷ୍ଟ୍ର ଗୁଡିକ ସହ ବାଣିଜ୍ୟ ଓ ପର୍ଯ୍ୟଟନ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି ହୋଇଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ଓଡିଶା ଆଜି ବିକାଶର ବିଭିନ୍ନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସଶକ୍ତ ଓଡିଶା ଗଠନରେ ଯୋଗଦାନ ଓ ରାଜ୍ୟର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ନିମନ୍ତେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ: ସଂସ୍କୃତି ମନ୍ତ୍ରଣାଳୟ ଏହା ସହିତ ସଂଯୁକ୍ତ, ଅଧସ୍ତନ ଏବଂ ସ୍ୱୟଂଶାସିତ ସଂଗଠନରେ ସ୍ୱତନ୍ତ୍ର ସ୍ବଚ୍ଛତା ଅଭିଯାନ 3.0 ପାଳନ କରୁଛି। ଏହି ଅଭିଯାନ 15 ସେପ୍ଟେମ୍ବରରୁ 30 ସେପ୍ଟେମ୍ବର, 2023 ପର୍ଯ୍ୟନ୍ତ ଏକ ପ୍ରସ୍ତୁତି ପର୍ଯ୍ୟାୟ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ଅଭିଯାନ ଅବଧି ମଧ୍ୟରେ ନିଷ୍କାସନ ଏବଂ ପରିଷ୍କାର କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଅଭିଯାନର କାର୍ଯ୍ୟାନ୍ୱୟନ ପର୍ଯ୍ୟାୟ 2 ଅକ୍ଟୋବର, 2023 ରୁ ଆରମ୍ଭ ହୋଇ 31 ଅକ୍ଟୋବର, 2023 ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନ ସମୟରେ ପେଣ୍ଡେନ୍ସି ହ୍ରାସ, ସ୍ପେସ୍ ମ୍ୟାନେଜମେଣ୍ଟ ଏବଂ ଅଫିସରେ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସ୍ୱତନ୍ତ୍ର ଅଭିଯାନର ପ୍ରସ୍ତୁତି ପର୍ଯ୍ୟାୟରେ, ମନ୍ତ୍ରଣାଳୟ ଏହାର ସଂଗଠନଗୁଡ଼ିକ ସହିତ ସ୍ୱଚ୍ଛତା ପାଇଁ ସାରା ଦେଶରେ 449 ଟି ସ୍ଥାନ ଚିହ୍ନଟ କରିଛି| ଏହା ବ୍ୟତୀତ ମନ୍ତ୍ରଣାଳୟ ବିଚାରାଧୀନ 176 ଏମପି ରେଫରେନ୍ସ, 41 ସଂସଦୀୟ…

Read More

ଭୁବନେଶ୍ୱର: ଦୀର୍ଘ ୪୬ ବର୍ଷରେ ପଦାର୍ପଣ କରିଥିବା ସହିଦ ନଗର ଦୂର୍ଗାପୂଜା ସମିତି ପକ୍ଷରୁ ଚଳିତ ବର୍ଷ ପୂଜାରେ ପରିବେଶ ଅନୁକୂଳ, ପ୍ଲାଷ୍ଟିକ ମୁକ୍ତ ସୁସଜ୍ଜିତ ତୋରଣ ହେବ। ତୋରଣର ଉଚ୍ଚତା ପ୍ରାୟ ୮୫ ଫୁଟ ଓ ଦୈର୍ଘ୍ୟ ୧୨୦ ଫୁଟ ତୋରଣଟି ସଂପୂର୍ଣ୍ଣ ନୂଆ। ଏହା କୌଣସି କପି ନୁହେଁ। ଏହାକୁ କମିଟର ଯୁବ ସଭ୍ୟମାନେ ଡ୍ରଇଂ କରି ଏକ କାଳ୍ପନିକ ତୋରଣର ପରିକଳ୍ପନା ଦେଇଛନ୍ତି। ଏହାକୁ ନିର୍ମାଣ କରିବାପାଇଁ ୫୦ ରୁ ଉର୍ଦ୍ଧ୍ୱ କାରିଗର ଦିନରାତି କାମ କରୁଛନ୍ତି। ଏହି କାରିଗର ସବୁ କଲିକତାରୁ ଆସିଛନ୍ତି। ପ୍ରାୟ ଶ୍ରୀ ଗଣେଶ ଚତୁର୍ଥୀରୁ ତୋରଣ କାର୍ଯ୍ୟ ଆରମ୍ଭ ହେଲାଣି। ସେହିଭଳି ଆଲୋକ ସାଜସଜା ପାଇଁ ମଧ୍ୟ କଲିକତାରୁ କାରିଗର ଅଣାଯାଇଅଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା ସମିତ ତରଫରୁ ଚଳିତ ଦୁର୍ଗାପୂଜାର ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗା ମା ଚାନ୍ଦ…

Read More

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚ ଲାଗି ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । \”ସ୍କୁଲ ଅଫ୍ ଇଞ୍ଜିନିୟରିଂ\’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖା ଲାଗି ସୋମବାରଠାରୁ ପ୍ରାର୍ଥୀମାନଙ୍କର କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଅକ୍ଟୋବର ୧୨ ତାରିଖ ଯାଏଁ ଚାଲିବ । ସ୍କୁଲ ଅଫ ଇଞ୍ଜିନିୟରିଂ ବିଭାଗରେ ଚଳିତ ବ୍ୟାଚରେ ମୋଟ ୫ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି । ଏଥିପାଇଁ ନିକଟରେ ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥିରେ ବିଭିନ୍ନ ରାଙ୍କ ପାଇଥିବା ପ୍ରାର୍ଥୀମାନଙ୍କର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ କାଉନସେଲିଂ କରାଯାଇ ନାମଲେଖା ଯାଉଛି । ଏହି କାଉନସେଲିଂ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ଯାଏଁ ଚାଲୁଛି । ନିର୍ଦ୍ଧାରିତ ସମୟ ଭିତରେ ନିଜ ନିଜ ରାଙ୍କ ଅନୁସାରେ ପ୍ରାର୍ଥୀମାନେ ଉପସ୍ଥିତ ରହିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରାର୍ଥୀମାନେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ। ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ । ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି । ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ…

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ନିରୀକ୍ଷକ ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ଫଟୋଚିତ୍ରରେ ଭକ୍ତି ସୁମନ ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଅନୁକରଣ କରି ସେବା ପରାୟଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଲ ମଣିଷ ହେବା ପାଇଁ ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ଦିବ୍ୟଜ୍ୟୋତି ମହାପାତ୍ର ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ସାଇ ସୁବିଦିତ ସାହୁ ଏକ ସ୍ୱରଚିତ କବିତା ଆବୃତି କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶୁଭ୍ରାଂଶୁ ମୋହନ ଦାଶ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ ଆଦି ଏଥିରେ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମ ତିଥି ପାଳନ କରାଯାଇଥିବାବେଳେ କମିଶନରେଟ୍  ପୋଲିସ ଆନୁକୂଲ୍ୟରେ ସାଇବର…

Read More

ରଣପୁର: ସୋମବାର ଦିନ ରଣପୁର ବ୍ଲକ ଗୌରାଙ୍ଗପୁର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଗୌରାଙ୍ଗପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଶିତେନ୍ଦ୍ର ବଳିଆରସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ୍ତ ପ୍ରସନ୍ନ କୁମାର ରଥ, ସମ୍ମାନିତ ଅତିଥି ଭାବେ କୃଷି ବିଭାଗର ଅଧିକାରୀ ପ୍ରସାଦ ସୁବୁଦ୍ଧି, ଅର୍ପିତା ସାହୁ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପିମ୍ପଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ଦାଶ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସି.ଆର.ସି.ସି ସନ୍ତୋଷ କୁମାର ମିଶ୍ର, ଯଦୁପୁର ଗ୍ରାମ କମିଟିର ସଭାପତି ରଙ୍ଗନାଥ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଢିହାରୀ, ସୁକାନ୍ତ କୁମାର ରାଇସିଂଙ୍ଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉଦଘାଟନୀ ସଭାକାର୍ଯ୍ୟକୁ .ଆର.ସି.ସି ସୁଧାକର ମିଶ୍ରଙ୍କ ନେତୃତ୍ୱରେ ଓ ଜୟ ମା ମଙ୍ଗଳା ମଧ୍ୟ…

Read More

ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି। ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ। ପୁରୁଣା ପରିଚିତମାନଙ୍କୁ ଭେଟିବେ। ଛୋଟ ଜିନିଷକୁ ଅଣଦେଖା କରନ୍ତୁ। ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ। ସିଂହ: କାର୍ଯ୍ୟ କ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ…

Read More

ମୁମ୍ବାଇ: ଭାରତରେ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଏଲ୍‌ପି)ର ସଫଳତା ପାଇଁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲମ୍ପିକ୍ ମ୍ୟୁଜିୟମ୍ ସହ ମିଶି ରିଲାଏନ୍ସ ଫାଉଣ୍ଡେସନ ସହିତ ଏକ ସହଯୋଗିତାଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। କ୍ରୀଡ଼ା ଜରିଆରେ ଯୁବବର୍ଗଙ୍କ ମଧ୍ୟରେ ଅଲମ୍ପିକ୍ ମୂଲ୍ୟବୋଧର ପ୍ରସାର କରିବାର ମିଳିତ ପ୍ରାଥମିକତାକୁ ଏହି ବୁଝାମଣା ପ୍ରତିଫଳିତ କରୁଛି। ମୁମ୍ବାଇ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ୟଙ୍ଗ ଚାମ୍ପ୍ (ଅର୍ଏଫ୍‌ୱାଇସି) ପରିଦର୍ଶନ ଅବସରରେ ଆଇଓସି ସଭାପତି ଥୋମାସ ଥମାସ୍ ବାକ ଓ ଆଇଓସି ସଦସ୍ୟା ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି ଏହି ନୂଆ ସହଯୋଗିିତା ଉପରେ ସହମତ ହୋଇଛନ୍ତି। ଏହି ଅବସରରେ ସଭାପତି ବାକ ଓ ନୀତା ଅମ୍ବାନି ପରସ୍ପର ମଧ୍ୟରେ ଓଭିଇପି ଓ ରିଲାଏନ୍ସ ଫାଉଣ୍ଡେସନର ପ୍ରତିନିଧିତ୍ୱ କରୁଥିବା ପତାକା ଆଦାନ ପ୍ରଦାନ କରିବା ସହିତ ଏକ ନୂଆ ଅଲିମ୍ପିକ ମୂଲ୍ୟବୋଧ ସଂକଳ୍ପ ପ୍ରାଚୀରରେ ଛାତ୍ରଛାତ୍ରୀମାନେ ନିଜ ପାପୁଲି ଚିହ୍ନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ। ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ। ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି। ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ…

Read More

ନୂଆଦିଲ୍ଲୀ: ଏହି ସମୟର ସବୁଠାରୁ ବଡ ଖବର ମଧ୍ୟପ୍ରଦେଶରୁ ଆସୁଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ୫୭ ନାମ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ବଡ ଚେହେରା ଅନ୍ତର୍ଭୁକ୍ତ। ଏହି ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଶିବରାଜ ସିଂ ଚୌହାନ ବୁଦ୍ଧନି ଆସନରୁ ନିର୍ବାଚନ ଲଢିବେ। ମଧ୍ୟପ୍ରଦେଶ ସହିତ ବିଜେପି ଛତିଶଗଡ ଏବଂ ରାଜସ୍ଥାନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ବସ୍‌ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜର ମାନଙ୍କୁ ମିଶାଇ ୬୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାରେ ବସ୍‌ ଚଳାଚଳ ଆରମ୍ଭ କରିବ । ଏହି ଜିଲ୍ଲା ଗୁଡିକ ହେଲା – ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ। ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି। କର୍ମଚାରୀ ମାନଙ୍କୁ ସମ୍ବୋଧନ କରି 5T ସଚିବ ଶ୍ରୀ ପାଣ୍ଡିଆନ…

Read More

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି। ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ କୁହାଯାଇଛି। ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉତ୍ସାହର ସହ ଶୁଣିଥିଲେ। ଚୀନରେ ଭାରତୀୟ ପୁରୁଷ ହକିଦଳ ‘ହ୍ୱାଙ୍ଗଝୋ ଏସିଆ କ୍ରୀଡ଼ା’ରେ ସ୍ୱର୍ଣ୍ଣ ପଦକ ଜିତି, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଏହା ଚତୁର୍ଥ ସ୍ୱର୍ଣ୍ଣ ପଦକ। ସ୍ୱର୍ଣ୍ଣ ବିଜୟୀ ଭାରତ ଦଳ ପକ୍ଷରୁ ଏକମାତ୍ର ଓଡି଼ଆ ଖେଳାଳି ଭାବେ ଅମିତ ରୋହିଦାସ୍ ପ୍ରତିନିଧିତ୍ୱ କରିଥିଲେ। ଏହି ଜୟଗାଥାର କାହାଣୀ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଁଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଶିକ୍ଷକ-ଶିକ୍ଷୟିତ୍ରୀ ହକିର ଏ…

Read More

ଭୁବନେଶ୍ବର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 146 ତମ ଜନ୍ମ ବାର୍ଷିକ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ତାଙ୍କ ସଂଗ୍ରାମର କାହାଣୀକୁ ସ୍ମରଣ କରିଛନ୍ତି। ସେ ଏକ ଟୁଇଟ ମାଧ୍ୟମରେ ଗୋପବନ୍ଧୁଙ୍କ ସଂପର୍କରେ କହିଛନ୍ତି ଯେ, ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସୁଆଣ୍ଡୋରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଶିକ୍ଷିତ ସମାଜ ଗଠନ ପାଇଁ ସେ ଦେଖାଇଥିବା ମାର୍ଗ ତଥା ଲୋକଙ୍କ ସେବା ଓ ଉନ୍ନତି ପାଇଁ ତାଙ୍କ ଜୀବନବ୍ୟାପୀ ସାଧନା ସର୍ବଦା ପ୍ରେରଣାର ଉତ୍ସ।

Read More

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଜିତିବାରେ ଭାରତକୁ ସାହାଯ୍ୟ କରିବାରେ କେ.ଏଲ୍ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାହୁଲ ବିରାଟ କୋହଲିଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୬୫ ରନ୍ ଭାଗିଦାରୀ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ସେ ଗୋଟିଏ ଛକା ମାରି ମ୍ୟାଚ ଶେଷ କରିଥିଲେ। ଏହି ସମୟରେ ସେ ୮ ଟି ଚୌକା ଓ ୨ ଟି ଛକା ସହାୟତାରେ ୯୭* (୧୧୫) ରନର ଅପରାଜିତ ଇନିଂସ ଖେଳିଥିଲେ। ରାହୁଲଙ୍କ ଏହି ଇନିଂସ ଦେଖି ପୂର୍ବତନ ଭାରତୀୟ ଭେଟେରାନ ସ୍ପିନର ଅନିଲ କୁମ୍ବଲେ ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ପ୍ରକୃତ ରଙ୍ଗକୁ ଫେରିଛନ୍ତି। ‘ESPNcricinfo’ କୁ ଅନିଲ କୁମ୍ବଲେ କହିଛନ୍ତି ଯେ, “ଲାଗୁଛି ଯେ କେ.ଏଲ୍ ରାହୁଲ ତାଙ୍କ ପ୍ରକୃତ ରଙ୍ଗକୁ ଫେରି ଆସିଛନ୍ତି ଏବଂ ଆମେ ଜାଣୁ ସେ ପଡ଼ିଆରେ କଣ କରିପାରିବେ। ତାଙ୍କର କୌଶଳ ଯେକୌଣସି ପିଚରେ…

Read More

ଭୁବନେଶ୍ବର: ଓଡିଶାରେ ଘରୋଇ ବସ ମାଲିକ ମହାସଂଘ ଯେଉଁ ଧର୍ମଘଟ ଡାକରା ଦେଇଥିଲା ତାହା ସ୍ଥଗିତ ରଖାଯାଇଛି। ଆଜି ସଂଘର କର୍ମକର୍ତ୍ତା  ଭି କେ ପାଣ୍ଡିଆନ ଏବଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଆଲୋଚନା କରିବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ବସ ମାଲିକ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ। ମୁଖ୍ୟତଃ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ଗାଁ ସ୍ତରରେ ବସ ସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକୁ ଘରୋଇ ବସ ମାଲିକ ସଂଘ ଆପତ୍ତି କରିଛି। ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଉ ବୋଲି ସଂଘ ଦାବୀ କରିଛି। ଏହାକୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସଂଘର ଦାବୀକୁ ବିଚାର କରାଯିବ ବୋଲି ସରକାରଙ୍କ ତରଫରୁ ପ୍ରତିଶୃତି ଦିଆଯାଇଥିଲା। ଫଳରେ ସଂଘ ଚଳିତ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଏହି ଧର୍ମଘଟକୁ…

Read More