Author: Samikhsya Bureau

ଭୁବନେଶ୍ବର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କ କଟକ ଗସ୍ତ ସମୟରେ କଟକ ରେ ସ୍ଵର୍ଗତ ବିଶ୍ଵନାଥ ପଣ୍ଡିତ ଙ୍କ ସ୍ମୃତି ରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ କଟକ ବାସୀଙ୍କ ମତାମତ କୁ ଗ୍ରହଣ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଲାଇବ୍ରେରୀ ରେ ଏକ ବଡ ପଠନ କେନ୍ଦ୍ର ମଧ୍ୟ ରହିବ। ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ମଧ୍ୟ ସେଠାରେ ପ୍ରସ୍ତୁତି କରି ପାରିବେ। ସୂଚନାଯୋଗ୍ୟ ଯେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ…

Read More

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଦୀର୍ଘମାସ ଧରି ପଦବୀବିହିନ ହୋଇପଡିଥିବା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ କରାଯାଇଛି। ବିଷ୍ଣୁପଦଙ୍କୁ ମିଶାଇ ମୋଟ ଆଠ ଜଣ ଆଇଏଏସଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସେମାନେ ହେଲେ.. 1- ବିଷ୍ଣୁପଦ ସେଠୀ- ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ 2- ଭାସ୍କର ଜ୍ୟୋତି ଶର୍ମା- କମିଶନର ଲ୍ୟାଣ୍ଡ ରେକର୍ଡସ ଓ  ସେଟେଲମେଣ୍ଟ 3- ବି ପରମେଶ୍ବରନ- କମିଶନର କନସଲୋଡେସନ 4- ଜ୍ୟୋତିପ୍ରକାଶ ଦାସ- ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ 5- ରାମାଶିଷ ହାଜରା- ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ପଶୁ ସଂପଦ ବିଭାଗର ନିର୍ଦ୍ଦେଶକ ଅଛନ୍ତି। 6- ଅରିନ୍ଦମ ଡାକୁଆ- ପାନୀୟ ଜଳ ଓ ପରିମଳ ବିଭାଗ  ନିର୍ଦ୍ଦେଶକ।…

Read More

ନୂଆଦିଲ୍ଲୀ: ଆଜି ୨୦୨୩ ଏକଦିବସୀୟ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହେବ। ଏହି ମ୍ୟାଚ୍ ପୂର୍ବରୁ ଷ୍ଟାର ଓପନର୍ ଶୁବମାନ ଗିଲଙ୍କ ଅସୁସ୍ଥତା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି ଯେ, ଗିଲ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚ୍ ଖେଳି ପାରିବେ ନାହିଁ। କାରଣ ଗିଲ ଡେଙ୍ଗୁରେ ପୀଡିତ। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଉଭୟ ଦଳ ପାଇଁ ୨୦୨୩ ବିଶ୍ୱକପ୍ ର ଏହା ପ୍ରଥମ ମ୍ୟାଚ୍ଏ। ଭଳି ପରିସ୍ଥିତିରେ ଉଭୟ ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଚାହାଁନ୍ତି। ଶୁଭମାନ ଗିଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିପାରନ୍ତି। ଏହା ପରେ ବିରାଟ କୋହଲି ତିନି ନମ୍ବରରେ ଖେଳିବା ନିଶ୍ଚିତ। ଇଶାନ ଯେଉଁ ଫର୍ମରେ…

Read More

ଭୁବନେଶ୍ଵର: ଏହି ପାର୍ବଣ ମହୋତ୍ସବରେ, ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ହେବ ସୁନାର ବର୍ଷା। ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ପ୍ରଯୋଜିତ ଏହି ମେଗା ପ୍ରତିଯୋଗୀତା “ପାର୍ବଣରେ ସୁନାର ବର୍ଷା”। ଅକ୍ଟୋବର ୫ରୁ ନଭେମ୍ବର ୨୦ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେବେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିବ ଲାଲଚାନ୍ଦ ତରଫରୁ ୨୦ ଗ୍ରାମ ଓଜନର ସ୍ଵର୍ଣ ମୁଦ୍ରା। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ। ଜ଼ି ସାର୍ଥକ ଦେଖନ୍ତୁ, ସ୍ଵର୍ଣ…

Read More

ବାସ୍ତୁ ଶାସ୍ତ୍ର: ହିନ୍ଦୁ ଧର୍ମରେ ନବରାତ୍ରୀ ପର୍ବ ସ୍ୱତନ୍ତ୍ର ବିବେଚନା କରାଯାଏ। ନବରାତ୍ରୀ ପର୍ବ ସମସ୍ତ ପ୍ରକାରର ତ୍ରୁଟି ଦୂର କରିବାରେ ସକ୍ଷମ ଅଟେ। ନବରାତ୍ରିରେ ପାଳନ କରାଯାଉଥିବା ଉପବାସ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୁଏ। ନବରାତ୍ରିରେ ୯ ଟି ବିଭିନ୍ନ ପ୍ରକାରର ମା’ ଦୁର୍ଗାଙ୍କୁ ପୂଜା କରାଯାଏ। ମାତାଙ୍କର ଏହି ୯ ସ୍ୱରୂପର ବିଶେଷ ମହତ୍ତ୍ୱ ରହିଛି। ପୂଜାପାଠ ଏବଂ ନବରାତ୍ରୀ ସମୟରେ କିଛି ପଦକ୍ଷେପ ଦ୍ୱାରା ଘରର ବାସ୍ତୁ ଦୋଷ ମଧ୍ୟ ଅପସାରଣ କରାଯାଇପାରିବ। ଜାଣନ୍ତୁ ଏହା କିପରି ସମ୍ଭବ- ନକାରାତ୍ମକ ଶକ୍ତି- ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ନକାରାତ୍ମକ ଶକ୍ତିର ଉପସ୍ଥିତି ଥିବାରୁ ଏହା ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପ୍ରତ୍ୟେକ କାର୍ଯ୍ୟରେ ବାଧା ସହିତ ସବୁବେଳେ ଅର୍ଥର ଅଭାବ ରହିଥାଏ। ଏହା ସହିତ ବିବାହିତ ଜୀବନରେ ଟେନସନ, କଳଙ୍କ ପରିସ୍ଥିତି ମଧ୍ୟ ଦୃଶ୍ୟମାନ ହୁଏ। ଘରର ସଦସ୍ୟମାନଙ୍କର ଅଗ୍ରଗତି ବନ୍ଦ ହୋଇଯାଏ।…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ନଅ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ମିଶନ ଲାଇଫ ସମ୍ପର୍କୀତ କର୍ମଶାଳା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। କର୍ମଶାଳା ବ୍ୟତୀତ ଦୁଇଦିନିଆ ଫଟୋ ଚିତ୍ର ପ୍ରଦର୍ଶନୀକୁ ମଧ୍ୟ ଫିତାକାଟି ଉଦ୍‌ଘାଟନ କରିଥିଲେ। ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଭାରତ ସରକାରଙ୍କ ୯ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ମିଶନ ଲାଇଫ ସମ୍ପର୍କରେ ପ୍ରଦର୍ଶନ କରାଯାଇଛି। ସମ୍ମାନୀତ ଅତିଥିଭାବେ ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସ୍ୱାଇଁ ଯୋଗଦେଇଥିବାବେଳେ ଅତିଥି ବକ୍ତାଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟାପକ ନିହାର ରଞ୍ଜନ କର, ଧୁଷୁରୀ…

Read More

ଭୁବନେଶ୍ୱର: ଆଜି ସହର ତଥା ମହାନଗରଗୁଡ଼ିକରେ ବଡ଼ ବଡ଼ ଆପାର୍ଟମେଣ୍ଟ, ବହୁତଳବିଶିଷ୍ଟ ଆଧୁନିକ କାର୍ଯ୍ୟାଳୟ, ବିସ୍ତୃତ ବିମାନବନ୍ଦର, ମଲ୍ ଏବଂ ବିଭିନ୍ନ ସର୍ବସାଧାରଣ ସ୍ଥଳ ପାଇଁ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ଏକ ଆବଶ୍ୟକତାରେ ପରିଣତ ହୋଇଛି। ଏହି ବହୁତଳ କୋଠାଗୁଡ଼ିକରେ ଲୋକମାନଙ୍କ ଯିବାଆସିବା ଏବଂ ଜିନିଷପତ୍ର ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏଥିପାଇଁ ସାରା ବିଶ୍ୱରେ ଏଲିଭେଟର, ଏସ୍କାଲେଟର ଓ ଟ୍ରାଭେଲେଟର ପରି ଆଧୁନିକ ଯନ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି । ତା’ ସାଙ୍ଗକୁ ଏସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଫଳରେ ଓଡ଼ିଶା ସରକାରଙ୍କ ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ ପରିକଳ୍ପନା ଅଧୀନରେ ରାଜ୍ୟର ଯୁବବର୍ଗଙ୍କୁ ଏହି ଅତ୍ୟାଧୁନିକ ବିଷୟରେ ତାଲିମ…

Read More

ଭୁବନେଶ୍ବର: ଆଜି ୯ଟି ଆଦିବାସୀ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଆଭାଷୀ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ବୈଠକରେ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପରିଷଦର ଜିଲ୍ଲା ଅଧ୍ୟକ୍ଷଙ୍କ ସହ 5ଟି ସଚିବ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ତଥା ଦୃଷ୍ଟିକୋଣ ସମ୍ପର୍କରେ ସଦସ୍ୟମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ସେ କହିଥିଲେ ଯେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ ହେଉଛି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଐତିହାସିକ ପଦକ୍ଷେପ। ଆଦିବାସୀଙ୍କ ଭାଷା ସ୍ବତନ୍ତ୍ର, ସେମାନଙ୍କ କଳା ସ୍ବତନ୍ତ୍ର। ତେଣୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ସେମାନଙ୍କ ସଂସ୍କୃତିର ସଂରକ୍ଷଣ ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ୍ୟ ବୋଲି 5ଟି ସଚିବ କହିଥିଲେ। ଏହାର ରକ୍ଷଣାବେକ୍ଷଣ ସହ ଏହାର ସ୍ୱତନ୍ତ୍ରତା ବଜାୟ ରଖି ପାରିଲେ ଏହା ଆଗାମୀ ପିଢି…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମିଲେଟ ମିଶନ ମାଧ୍ୟମରେ ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ। ମିଲେଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିଶନ ମଡେଲକୁ ଗ୍ରହଣ କରିବାକୁ ଭାରତ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି। ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ। ମିଲେଟ ଆଧାରିତ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସମୀକ୍ଷା କରିଛନ୍ତି। ମୋଟ ୫୯୨୯ କୋଟି ଟଙ୍କା ବ୍ୟୟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଅନୁମୋଦନ କରାଯାଇଛି। ୫୯୨୯ କୋଟି ଟଙ୍କା ସମ୍ପୂର୍ଣ୍ଣ ରୂପେ ଓଡିଶା ସରକାର ବହନ କରିବେ। ଏହାକୁ ରାଜ୍ୟ ସରକାରଙ୍କ ୫ଟି ପଦକ୍ଷେପ ଭାବରେ ଗ୍ରହଣ କରାଯିବ। ଚଳିତ ବର୍ଷ  ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ପ୍ରଦାନ କରାଯାଇଛି। ଜାନୁଆରୀ ୧ ତାରିଖ ୨୦୨୪ ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରାଯାଇଛି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଓଡ଼ିଶା ସରକାରଙ୍କ ଏକ ସମ୍ପୂର୍ଣ୍ଣ ମାଲିକାନା କମ୍ପାନୀ ଅଧିନିୟମ ଅନୁଯାୟୀ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ ଆରମ୍ଭ କରିଛି। ଏହି ପ୍ରକଳ୍ପକୁ ତ୍ବାରିନତ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ତଦାରଖ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ…

Read More

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୮ତମ ଦିବସରେ ୨୩୫୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ ଏବଂ ମାଲକାନଗିରି ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୮ଟି କଲେଜ ଏବଂ ୪ ଟି ସ୍କୁଲ ଗସ୍ତ କରି ଛାତ୍ରୀଛାତ୍ରଙ୍କ ଠାରୁ ୯୩ଟି ଆଇଡିଆ ସଂଗ୍ରହ କରିଛି। ଏହି ଷ୍ଟାର୍ଟଅପ୍ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଉତ୍କଳମଣି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଓ  କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପରିଦର୍ଶନ କରିଛି। ମାଲକାନଗିରି ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ଏକଲବ୍ୟ ଆବାସିକ ବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ ପରିଦର୍ଶନ କରିଥିବା ବେଳେ ଭ୍ୟାନ୍ ନୂଆପଡ଼ା ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ ୧ ଖଡିଆଳ, ଓଏମ୍ ସାଇ ପବ୍ଲିକ୍…

Read More

ସଂପଦ ଦଳାଇ ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ କାଳରୁ ଜଡିତ ହୋଇ ଆସିଛି। ଏହି ଦୁଇ ନୃତ୍ୟ ଶୈଳୀର ଜନ୍ମଦାତା ହେଉଛି ଗୁଜୁରାଟ ରାଜ୍ୟ। ମୁଖ୍ୟତଃ ନବରାତ୍ର, ଶରଦ ପୂର୍ଣ୍ଣିମା, ବସନ୍ତ ପଞ୍ଚମୀ ଏବଂ ହୋଲି ପ୍ରଭୃତି ଉତ୍ସବରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ଗରବା ଶଦ୍ଦଟି ହେଉଛି ସଂସ୍କୃତ ଶଦ୍ଦ, ଯାହାର ଅର୍ଥ ହେଉଛି ଗର୍ଭ ବା ଗର୍ଭାଶୟ। ବିଶ୍ବାସ ରହିଛି ଯେ,ଝିଅମାନେ ଏହି ନୃତ୍ୟ ପରିବେଷଣ କଲେ ସେମାନଙ୍କର ଗର୍ଭାଶୟ ଶକ୍ତ ହୋଇଥାଏ ଏବଂ ଛୁଆ ଜନ୍ମ କରିବାର ଶକ୍ତି ହାସଲ କରି ପାରନ୍ତି। ସେଥିପାଇଁ ଗରବା ନୃତ୍ୟରେ ମହିଳାଙ୍କ ଭାଗିଦାରୀ ଅଧିକ ରହିଛି। ଏହି ନୃତ୍ୟ ଶୈଳୀଟି ଭାରତରେ ଥିବା କୈଣସି ଶାସ୍ତ୍ରୀୟ…

Read More

ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ। ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ। ପରିବାର ସହିତ ସ୍ଥାନୀୟ ଧର୍ମସ୍ଥାନକୁ ଯାତ୍ରା କରିବେ। ସାଥୀ ସହିତ ମତଭେଦ ଦୂର ହେବ। ବୃଷ ରାଶି: ଲାଭ ପାଇଁ ସୁଯୋଗ ମିଳିବ। ଶତ୍ରୁ ଭୟଭୀତ ହେବେ। ଗ୍ରାହକ ବ୍ୟବସାୟରେ ଭଲ ହେବେ। କାର୍ଯ୍ୟ ଆଚରଣ, ସଚ୍ଚୋଟତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କଠିନ ପରିଶ୍ରମ କରିବା ଲାଭଦାୟକ ହେବ। ଚିନ୍ତା ରହିବ। ଶତ୍ରୁମାନେ ପରାସ୍ତ ହେବେ। ବ୍ୟବସାୟ ଯାତ୍ରା ସଫଳ ହେବ। ମିଥୁନ ରାଶି: ସମ୍ମାନ ପାଇବେ। ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ମହିଳାମାନେ କଷ୍ଟ ପାଇପାରନ୍ତି। ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା, ଶତ୍ରୁମାନେ ପରାସ୍ତ ହେବେ। କାର୍ଯ୍ୟ ଚତୁରତାର ସହିତ କରନ୍ତୁ। ପେଟ ରୋଗରେ…

Read More

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ (ଆରଆରଭିଏଲ)ରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ନେଇ ଆରଆରଭିଏଲ ପକ୍ଷରୁ ଘୋଷଣା କରାଯାଇଛି। ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏହି ନିବେଶ ପୂର୍ଣ୍ଣ ବିଘଟିତ ଭାବରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ୦.୫୯ ପ୍ରତିଶତ ଇକ୍ୱିଟି ଅଂଶରେ ପରିବର୍ତ୍ତିତ ହେବ। ଏହି ନିବେଶ ଆରଆରଭିଏଲର ପ୍ରି-ମନି ଇକ୍ୱିଟି ମୂଲ୍ୟ ୮.୩୮୧ ଲକ୍ଷ କୋଟି ଟଙ୍କା ଆକଳନ କରିଛି, ଯାହା ଇକ୍ୱିଟି ମୂଲ୍ୟ ହିସାବରେ ଦେଶର ଚାରି ଅଗ୍ରଣୀ କମ୍ପାନୀ ମଧ୍ୟରେ ରହିଛି। ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ ଏହାର ସହଯୋଗୀ କମ୍ପାନୀ ଗୁଡିକ ଜରିଆରେ ଭାରତର ସର୍ବବୃହତ, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଦାୟକ ରିଟେଲ ବ୍ୟବସାୟ ପରିଚାଳନା କରୁଛି। ଗ୍ରୋସରୀ, କଂଜୁମର ଇଲେକ୍ଟ୍ରୋନିକ୍ସ, ଫ୍ୟାସନ ଓ ଲାଇଫଷ୍ଟାଇଲ ଏବଂ ଫାର୍ମା ଉପଭୋକ୍ତା ବର୍ଗରେ ୧୮୫୦୦ ରୁ ଉର୍ଦ୍ଧ୍ୱ ଷ୍ଟୋର ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ କ୍ରାଡାବିତ୍ ମାନେ ଏସୀୟ କ୍ରୀଡାରେ ୧୦୦ ପଦକର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଦେଶ ଆନନ୍ଦିତ ହୋଇଛି। ଅକ୍ଟୋବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ। ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରି କହିଛନ୍ତି ଯେ, ଏସୀୟ କ୍ରୀଡାରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା! ଭାରତର ଲୋକମାନେ ଏହି କଥାକୁ ନେଇ ଆନନ୍ଦିତ ଯେ ଆମେ ୧୦୦ ପଦକ ବିଶିଷ୍ଟ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟରେ ପହଞ୍ଚିଛୁ। ଆମର ଅଦ୍ଭୁତ କ୍ରୀଡାବିତ୍ ମାନଙ୍କୁ ମୁଁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି ଯେଉଁ ମାନଙ୍କର ଉଦ୍ୟମ ପାଇଁ ଭାରତ ଏହି ଐତିହାସିକ ମାଇଲଖୁଣ୍ଟକୁ ଛୁଇଁଛି। ପ୍ରତ୍ୟେକ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରିଛି। ମୁଁ ୧୦ ତାରିଖରେ ଆମର ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ…

Read More

ଭୁବନେଶ୍ଵର: ଆଜକୁ ୧୧ ଦିନ ତଳେ ଏକ ସଡକ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ବାଲେଶ୍ୱର ନିବାସୀ କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନାଙ୍କ ମୃତ୍ୟୁ ସମଗ୍ର ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଥିଲା। ପ୍ରଭାସଙ୍କ ଏକାଦଶ କାର୍ଯ୍ୟରେ ଆଜି ଓଡିଶା ସରକାରୀ CBT ଶିକ୍ଷକ ସଙ୍ଘ ସାମିଲ ହୋଇଥିଲା। ସଙ୍ଘର ଆବାହକ ମନୋଜ କୁମାର ଜେନା, ନବରଙ୍ଗପୁର ପ୍ରତିନିଧି ଅଞ୍ଜନ କୁମାର ଦେ ଏବଂ ଅଜୟ କୁମାର କମିଳା ପ୍ରବଳ ବନ୍ୟାଜଳକୁ ପାର କରି ତାଙ୍କ ଗ୍ରାମରେ ପହଞ୍ଚି ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ପ୍ରଭାସ ଜେନାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ନିଷ୍ଠୁର ମୃତ୍ୟୁ ଆଗରେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ତମ୍ଭିଭୂତ। ପରିବାରରେ ଏକମାତ୍ର ରୋଜଗାରିଆ ପୁଅର ଫେରିବା ବାଟକୁ ଚାହିଁ ରହୁଥିବା ବାପା ମା’ ଆଜି ବେସାହାରା। ଚାକିରି ମାତ୍ର ଅଳ୍ପ ଦିନର ରେଗୁଲାର। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିଛି କିଛି ଆର୍ଥିକ ସାହାଯ୍ୟ…

Read More

ନୂଆଦିଲ୍ଲୀ: ଚୀନରେ ଚାଲିଥିବା ୧୯ ତମ ଏସୀୟ କ୍ରୀଡ଼ାରେ ପଦକ ସଂଖ୍ୟା ୧୦୦ ପାର ହୋଇଥିବାରୁ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଆଥଲେଟ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ୧୪୦ କୋଟି ଭାରତୀୟଙ୍କ ତରଫରୁ ସମସ୍ତ ଆଥଲେଟଙ୍କୁ ମୋର ଶୁଭେଚ୍ଛା। ସେମାନେ ଭବିଷ୍ୟତର କ୍ରୀଡ଼ାବିତମାନଙ୍କ ପାଇଁ ପ୍ରେରଣା। ସେ କହିଛନ୍ତି ଯେ ଏସୀୟ କ୍ରୀଡ଼ାର ୭୨ ବର୍ଷର ଇତିହାସରେ ଆମ ଆଥଲେଟମାନେ ଏଥର ଅନେକ ରେକର୍ଡ ଭାଙ୍ଗିବା ସହ ଅନେକ ନୂଆ ଏସୀୟ ରେକର୍ଡ ମଧ୍ୟ କରିଛନ୍ତି। ଆଥଲେଟିକ୍ସରେ ୨୯ ପଦକ, ସୁଟିଂରେ ୨୨ ପଦକ ନୂଆ ରେକର୍ଡ। ଅନୁରାଗ ସିଂହ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଏବଂ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ଏବଂ ଆମ ଖେଳାଳିଙ୍କ କଠିନ ପରିଶ୍ରମ ଏବଂ ସଂକଳ୍ପ ଭାରତ କୁ ୧୦୦ ପଦକ ଜିତିବା ସୁନିଶ୍ଚିତ କରିଛି। ଏହି ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିବାରୁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଗୋଆ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଏସଟି ଟିକସ ହାରରେ ପରିବର୍ତ୍ତନ, ବ୍ୟବସାୟକୁ ସୁଗମ କରିବା ଏବଂ ଜିଏସଟିରେ ଅନୁପାଳନକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଜିଏସଟି କାଉନସିଲ ନିମ୍ନଲିଖିତ ସୁପାରିସ କରିଛି। A. ବସ୍ତୁ ଓ ସେବା ଉପରେ ଜିଏସଟି ଦର ସଂକ୍ରାନ୍ତରେ ସୁପାରିସ I. ସାମଗ୍ରୀର ଜିଏସଟି ହାରରେ ପରିବର୍ତ୍ତନ 1. ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍ ବା…

Read More

ନୂଆଦିଲ୍ଲୀ: କ୍ରିପ୍ଟୋ ମୁଦ୍ରା ଠକେଇ ମାମଲାରେ ହିମାଚଳ ପ୍ରଦେଶରେ ଗଠିତ ଏସଆଇଟି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ବଡ ଠକେଇର ଖୁଲାସା କରିବାକୁ SIT ୩୫ ଟି ସ୍ଥାନ ଉପରେ ଚଢାଉ କରିଛି। ଅଭିଯୁକ୍ତ ତଥା ସନ୍ଦିଗ୍ଧଙ୍କ ଆବାସିକ ପରିସରରେ ଏହି ଚଢାଉ କରାଯାଇଛି। ହିମାଚଳର କାଙ୍ଗଡା, ମଣ୍ଡି, ଉନା, ହମିରପୁର, ବିଲାସପୁର, ଶିମଲା ଏବଂ ବଦ୍ଦିରେ ଏସଆଇଟି ଚଢାଉ କରିଛି। ଏହା ବ୍ୟତୀତ ପଞ୍ଜାବ ଏବଂ ଚଣ୍ଡିଗଡ଼ର ଅନେକ ସ୍ଥାନରେ ଚଢାଉ କରାଯାଇଛି। ହିମାଚଳ ପ୍ରଦେଶ ପୋଲିସ ଡିଜି ଅଭିଷେକ ଦୁଲାରଙ୍କ ନେତୃତ୍ୱରେ ହୋଇଥିବା ଏସଆଇଟି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ଏଥିରେ ଅନ୍ତର୍ଭୁକ୍ତ ଡକ୍ୟୁମେଣ୍ଟ, ସମ୍ପତ୍ତି ରେକର୍ଡ, ମୋବାଇଲ୍ ଫୋନ୍ ଏବଂ ଡିଜିଟାଲ୍ ଡିଭାଇସ୍ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଏସଆଇଟି ଅନେକ ଗାଡି ଜବତ କରିଛି। ଅପରାଧୀଙ୍କ ଆୟ ସହ ଜଡିତ ତଥ୍ୟ ସଂଗ୍ରହରେ ମଧ୍ୟ SIT ବ୍ୟସ୍ତ ଅଛି। ବର୍ତ୍ତମାନ ଏହି କ୍ରିପ୍ଟୋ ମୁଦ୍ରା…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ୪୧ ବାହିନୀ ଭାରତ ତିଦ୍ଦତ ସୀମା ପୋଲିସ ବଳ ଦ୍ଵାରା ବ୍ଲକ ସ୍ତରୀୟ “ମୋ ମାଟି ମୋ ଦେଶ” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବ୍ଲକ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଉକ୍ତ ଅଭିଯାନ ଆୟୋଜନ କରାଯାଇଅଛି। କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ସଂଗଠନ, ନେହୁରୁ ଯୁବକେନ୍ଦ୍ର ଏବଂ ଅଙ୍ଗନୱାଡି କେନ୍ଦ୍ରର ସଦସ୍ୟମାନେ ଭାଗ ନେଇଥିଲେ। ୪୧ ବାହୀନୀ ସେନାନୀଙ୍କ ନିର୍ଦ୍ଦେଶାନୁସାରେ ବାଣପୁର ବ୍ଲକର ସମସ୍ତ ଗ୍ରାମର ଏକତ୍ରିତ ମାଟିକୁ ବାଣପୁର ବ୍ଲକର ବିଡିଓ ଶ୍ରୀମତୀ ଅଗ୍ରୱାଲଙ୍କୁ ହସ୍ତାନ୍ତର କରି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ଏହି ଆନୁକୁଲ୍ୟରେ ବ୍ଲକ ଅଧିକାରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ବାହିନୀର ପଦାଧିକାରୀ ଉପସ୍ଥିତ ଥିଲେ।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଶିକ୍ଷାୟତନର ରୂପାନ୍ତରିକରଣରେ ୫-ଟି ର ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ନାକଟିଦେଉଳ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ, ବିବେକାନନ୍ଦ ସାହୁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ଯାଳୟର କାର୍ଯ୍ୟକାରୀ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ବିଶ୍ବାଳ ଅତିଥି ଭାବେ ଯୋଗଦେଇ ୫-ଟି ପ୍ରଦତ୍ତ ଅର୍ଥରାଶି ଦ୍ବାରା ସ୍ମାର୍ଟ କ୍ଳାସ ରୁମ୍ ନିର୍ମାଣ, ପରୀକ୍ଷାଗାର ଓ ଲାଇବ୍ରେରୀ ରୂପାନ୍ତରିକରଣ, ଶିକ୍ଷାୟତନ ସୌନ୍ଦର୍ଯ୍ୟକରଣ ଦିଗରେ ଛାତ୍ରଛାତ୍ରୀଙ୍କ ସହଭାଗିତା ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଶିକ୍ଷା ବିଭାଗ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଂଜୀବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Read More