Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ବିଶେଷ ଖବର

‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶ ପାଖରେ ଥିବା ସମ୍ବଳର ଉପଯୋଗ କରିବା ପାଇଁ ଯୁବ ଶକ୍ତି ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି। ଏହି ଯୁବଶକ୍ତି ଯେତେ ସଶକ୍ତ ହେବ ଦେଶର ବିକାଶ ସେତେ ଅଧିକ ହେବ ବୋଲି ଗୁରୁବାର ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ରେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ଦେଶ ପାଖରେ ପ୍ରାକୃତିକ ସମ୍ବଳ, ଖଣିଜ ସମ୍ପଦ ଏବଂ ସୁଦୀର୍ଘ ସମୁଦ୍ର ବେଳାଭୂମି ଭଳି ଭିନ୍ନ ଭିନ୍ନ ସାମର୍ଥ୍ୟ ରହିଛି। କିନ୍ତୁ ଏହି ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି ତାହା ହେଉଛି ଯୁବ ଶକ୍ତି। ଏହି ଯୁବଶକ୍ତି ଯେତେ ସଶକ୍ତ ହେବେ ସେତେ ଦେଶର ବିକାଶ ହେବ। ଆଜି ଭାରତ ଏହି ଭାବନା ସହ ନିଜର ଯୁବଶକ୍ତିଙ୍କୁ ସଶକ୍ତ କରୁଛି। ସମଗ୍ର ପରିସଂସ୍ଥାନରେ ଅଭୁତପୂର୍ବ ପରିବର୍ତ୍ତନ ଆଣୁଛି ଏବଂ ଏଥିରେ ମଧ୍ୟ ଦେଶ ଦୁଇ ପ୍ରକାର ପଦକ୍ଷେପ ନେଉଛି। ଯୁବବର୍ଗଙ୍କୁ ଦକ୍ଷ କରିବା ସହ ଶିକ୍ଷା ଦ୍ୱାରା ନୂଆ ସୁଯୋଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍କିଲକୁ ସମ୍ମାନ ଦେବା ଓ ଦେଶରେ ଥିବା ଦକ୍ଷତା ପ୍ରତିଭାକୁ ସମ୍ମାନିତ କରିବା ଦିଗରେ କୌଶଳ ଦୀକ୍ଷାନ୍ତ ସମାରୋହ ଏକ ବିଶେଷ କାର୍ଯ୍ୟକ୍ରମ। ଏହି ବାର୍ଷିକ ଦକ୍ଷତା ସମାବର୍ତ୍ତନ ସମାରୋହରେ ସ୍କିଲ୍ ସାର୍ଟିଫିକେଟ୍ ଗ୍ରହଣ କରିଥିବା ଦକ୍ଷତା ପରିସଂସ୍ଥାନର ୧୦.୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ  ଏହା ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ୍ ସାର୍ଟିଫିକେସନରେ ମହିଳାଙ୍କ ସଂଖ୍ୟା ବଢିବା ଖୁସିର ବିଷୟ । ବିଗତ ବର୍ଷ ମାନଙ୍କରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢିବାରେ ଲାଗିଛି । ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ସ୍କିଲ୍ ଇକୋସିଷ୍ଟମରେ ୧.୫ କୋଟି ନାଗରିକ ସାମିଲ ହୋଇଛନ୍ତି।

ବିଶ୍ୱରେ ଦକ୍ଷତା ପରବର୍ତ୍ତନଶୀଳ । ଆମ ସ୍କିଲିଂ ଇକୋସିଷ୍ଟମକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ ଏବଂ ଦକ୍ଷତା ବିକାଶକୁ ଅଧିକ ଆକାଂକ୍ଷୀ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକାଠି କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ଦ୍ୱାରା ଉଭା ହେଉଥିବା କ୍ଷେତ୍ର ଗୁଡିକରେ ସ୍କିଲର କୋର୍ସ ପ୍ରସ୍ତୁତ କରାଯାଉଛି ଏବଂ ଏହାକୁ ସ୍କୁଲର ପାଠ୍ୟକ୍ରମରେ ଯୋଡାଯାଉଛି । ଭାରତର ପ୍ରତିଭାବାନ ଯୁବଶକ୍ତିଙ୍କ ସ୍କିଲ୍ ଆବଶ୍ୟକତାକୁ ପୂରଣ କରିବା ଓ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ଦେଶର ମାନବ ସମ୍ବଳକୁ ସ୍କିଲ୍ ଏବଂ ଅପସ୍କିଲ୍ କରି ଏକ ବିକଶିତ ଭାରତ ଓ ଭାରତକୁ ବିଶ୍ୱର କୌଶଳର ପେଣ୍ଠସ୍ଥଳୀରେ ପରିଣତ କରିବାର କଳ୍ପନାକୁ ସାକାର କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।  ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ, ଏହି ଅବସରରେ ଦେଶବ୍ୟାପୀ ଥିବା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଇଟିଆଇ, ଏନଏସଟିଆଇ ଏବଂ ଉଦ୍ୟୋଗୀ ବିକାଶ ଯୋଜନାର ସଂକ୍ଷିପ୍ତ ତାଲିମ ପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ୧୨ଟି ଭାରତୀୟ ଭାଷାରେ ଆଇଟିଆଇ ପୁସ୍ତକ ଉନ୍ମୋଚନ ସହ ଉଦ୍ୟୋଗୀ ବିକାଶ ସମ୍ପର୍କିତ ହ୍ୟାଣ୍ଡବୁକର ଲୋକାର୍ପଣ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

September 1, 2026

ସେମିକନ୍ ୨.୦ ର ସମସ୍ତ ୬ ଟି ସ୍ତମ୍ଭ ପାଇଁ ବିଜ୍ଞପ୍ତି ଜାରି

August 31, 2026

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026
Latest News

କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

September 1, 2026

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.