Author: Samikhsya Bureau

ଭୁବନେଶ୍ଵର: କୋଟଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ରେଳ ଲାଇନର କୋରାପୁଟ-ଜଗଦଲପୁର ରେଳ ସେକ୍ସନର ମାନବର ଏବଂ ଜରତି ଷ୍ଟେସନ ମଧ୍ୟରେ 13 ସେପ୍ଟେମ୍ବର 2023 ରେ ଟ୍ରେନ ଲାଇନ ଉପରେ ମାଟିଆତଡା ଓ ପଥର ଧସିଯିବା ଯୋଗୁଁ ରେଳ ଧାରଣା ଅବରୋଧ ହୋଇଥିଲା ଓ ରେଳ ମଚଳାଚଳ ବ୍ୟାହତ ହୋଇଥିଲା। ଦେଶର ଜୀବନ ରେଖା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୂର୍ବ ଘାଟ ପର୍ବତ ମାଳାରେ ଏହି ରେଳ ସେକ୍ସନ କୋରାପୁଟ ଓ ଜୟପୁର ମଧ୍ୟରେ ଅଟେ। ପୁନରୁଦ୍ଧାର କାର୍ଯ୍ୟରେ, 27 ଦିନରେ ରେଳ ଲାଇନରୁ କାଦୁଅ ଏବଂ ପଥର ସଫା କରିବା ପାଇଁ ଅନେକ ଖନନକାରୀ, ପଥର ଭାଙ୍ଗିବା ସହିତ ରେଳବାଇର ବହୁ ମାନବ ଶକ୍ତି ବ୍ୟବହାର କରାଯାଇଥିଲା। ଗତକାଲି ମଧ୍ୟରାତ୍ରିରେ ପ୍ରଥମେ 10 କିଲୋମିଟର ଗତିରେ ପଣ୍ୟବାହୀ ଟ୍ରେନ୍ ଚଳାଚଳ ପ୍ରାରମ୍ଭ କରାଯାଇ ପରେ 20 କିଲୋମିଟର ବେଗ ସହିତ ପରବର୍ତ୍ତୀ ପଣ୍ୟବାହୀ ଟ୍ରେନ୍ ଯାତାୟାତ ପାଇଁ ଟ୍ରାକ୍ ଫିଟ୍ ଦିଆଯାଇଥିଲା। ଓଭର…

Read More

ବେଗୁନିଆପଡା: (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କନ୍ୟାରୀବାଡ଼ି ଗ୍ରାମରେ ଗତ ୦୪.୧୦, ୨୦୨୩ ରିଖ ରେ ଘଟିଥ‌ିବା ଜି.ଆର୍.ଏସ୍ ସୁଶିଲ କୁମାର ମହାନ୍ତି ହତ୍ୟାକାଣ୍ଡର ଫର୍ଦ୍ଦାପାସ ହେବା ପରେ ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ତେବେ ଏହି ହତ୍ୟାକାଣ୍ଡ ପ୍ରେମ ଜନିତ ଘଟଣା ହୋଇଥିବାରୁ ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି କୁ ନେଇ ବେଗୁନିଆପଡା ଥାନାରେ ହୋ ହାଲ୍ଲା କରିଛନ୍ତି କନ୍ୟାରୀବାଡ଼ି ଗ୍ରାମର ଶତାଧିକ ମହିଳା ପୁରୁଷ। ସେମାନେ ଥାନା ରେ ପହଞ୍ଚି ଜୈନିକ ମହିଳାଙ୍କ ନାମକୁ ଲୋକ ଲୋଚନକୁ ଆଣିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି। ସନ୍ଧ୍ୟା ବେଳେ ସମସ୍ତେ ଥାନା ସମ୍ମୁଖରେ ଧାରଣା ରେ ବସିଥିବା ବେଳେ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଜନୈକ ମହିଳାଙ୍କ ଗିରଫ କରିବା ସହ ତାଙ୍କ ନାମକୁ ଘୋଷଣା କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ସୁବାସ ନଗରର ଜ୍ୟୋତ୍ସ୍ନା ଶବର ନାମ୍ନୀ ଜନୈକା ନବବିବାହିତା ମହିଳା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଅବସ୍ଥାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି। ଖବରରୁ ଜଣାପଡିଛି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ମୁଳ ବାସିନ୍ଦା ଜ୍ୟୋତ୍ସ୍ନା ନିକଟସ୍ଥ ଆଙ୍କୁଲି କୁମ୍ଭାରପଲି ଅଞ୍ଚଳର ତୋଫାନ ସାହୁ ନାମକ ଜଣେ ଯୁବକକୁ ଏହି କିଛି ମାସ ପୂର୍ବରୁ ବାହା ହୋଇ ଭଡ଼ା ରହୁଥିଲେ। ସ୍ବାମୀ ଘରେ ନଥିବା ବେଳେ ଜ୍ୟୋତ୍ସ୍ନା କାହିଁକି ଏହି ଭଳି ନିଷ୍ପତ୍ତି ନେଇଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ହତ୍ୟା ମାମଲାରେ କୋଦଳା ପୋଲିସ ଜେ. ଛଚିନା ଗ୍ରାମର ସଂଗ୍ରାମ ପରିଡା, ଲିଟୁ ନାହକ, ଭ୍ରମର ପାଣ୍ଡି, ସଞ୍ଜୟ ରାଉତ ସମେତ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ସୁରାଟରେ ଏକ ବେଆଇନ ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏ ନେଇ କୋଦଳା ଥାନାରେ କେସ ନଂ ୪୮୨ /୬.୧୦.୨୩ ୟୁ /ଏସ୍ ୩୬୫ ଆଇପିସି ୩୬୪/୩୦୨/୧୨୦ ବି /୩୪ ଆଇପିସି ରେ କୋର୍ଟ ଚାଲାଣ କରିଛି। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବହେଲା ଦିପୁ ଙ୍କ କ୍ଷତାକ୍ତ ମୃତଦେହ। ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ୧୪ ନମ୍ବର ଜୋନର ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ କୁମାର ଜଗତ ବଲ୍ହବ ମହାରଥା ଙ୍କ ନେତୃତ୍ୱରେ ୧୪ ନମ୍ବର ଜୋନ ର ବାଣପୁର ବ୍ଲକ ବିଜୁଜନତା ଦଳର ସଭାପତି ଭବାନୀ ଶଙ୍କର ବଳିୟାରସିଂ, ଗମ୍ବlରୀ ମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଚିନ୍ମୟ କୁମାର ପଟ୍ଟନାୟକ, ସରପଞ୍ଚ ରାକେଶ ପ୍ରଧାନ, ନାରୀ ନେତ୍ରୀ ସମେତ ବିଜୁଜନତା ଦଳର ବହୁ ମୁଖିଆ ମାନେ ଯୋଗ ଦେଇଥବା ବେଳେ ୧୪ ନମ୍ବର ଜୋନରୁ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇ ଜନ ସମ୍ପର୍କ ପଦଯାତ୍ରାକୁ ସଫଳ କରିଥିଲେ। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି ଏଥିରୁ କେହିବି ବଞ୍ଚିତ ନ ହୁଅନ୍ତୁ ଏବଂ ସରକାରଙ୍କ ହାତ ମୁଠାକୁ ଟାଣ କରିବା ସହିତ ଷଷ୍ଠ ଥର…

Read More

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢିବା ପାଇଁ ଆଜି ଦାବୀ କରିଛନ୍ତି ଦଇତାପତି ନିଯୋଗ ସଂପାଦକ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର। ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଏହି ଦାବୀ କରିଛନ୍ତି। ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଅମଳରେ ପୁରୀର ବହୁ ବିକାଶ ଘଟିଛି ତେଣୁ ସେ ପୁରୀ ବିଧାୟକ ପ୍ରାର୍ଥୀ ହେବା ଆବଶ୍ୟକ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ନବୀନ ପୁରୀରୁ ବିଧାୟକ ହେବା ପାଇଁ ବହୁ ସେବାୟତ ମଧ୍ୟ ଚାହୁଁଛନ୍ତି। ଏପରିକି ପୁରୀ ଜନସାଧାରଣ ମଧ୍ୟ ଚାହୁଁଛନ୍ତି। କାରଣ ସେ ଏହି ଧର୍ମପିଠର ବିଧାୟକ ହେଲେ ଏହାର ଆହୁରି ଉନ୍ନତି ହେବ। ତେବେ ଏ ନେଇ ସେବାୟତଙ୍କ ପକ୍ଷରୁ ଏକ ଦଳ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି 2019 ନିର୍ବାଚନ ପୂର୍ବରୁ ଆମେ ନବୀନଙ୍କୁ ଏହି…

Read More

ଭୁବନେଶ୍ୱର : ଆଜି ସମସ୍ତ ଓଡ଼ିଆ ଓ ଇଂରାଜୀ ଖବର କାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ସରକାରଙ୍କର ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଦ୍ୱାରା ଦିଆଯାଇଥିବା ବିଜ୍ଞାପନରେ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ କୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କ ଅନୁପସ୍ଥିତିରେ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଇଂରାଜୀ ଓ ଓଡ଼ିଆ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନ ବାବଦରେ କହିଥିଲେ ଯେ ଓଡ଼ିଶା ସରକାରୀ ଲୋଗ ଏବଂ ୫-ଟି ଲୋଗ ସହିତ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ଲାଗିବା ସମସ୍ତ ନିୟମାବଳୀକୁ ଉଲଘଂନ ଓ ଅବମାନନା କରାଯାଉଛି । ସରକାରୀ ଦଳର ସ୍ୱାର୍ଥ ପାଇଁ ସରକାର କିପରି ରାଜ୍ୟ ରାଜକୋଷରୁ ଜନସାଧାରଣଙ୍କର କୋଟି କୋଟି…

Read More

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶିତ ଏକ ବିଜ୍ଞାପନରେ ଶଙ୍ଖ ଚିହ୍ନ ରହିଥିବା  ନେଇ ବିରୋଧ କରିଛନ୍ତି ବିରୋଧୀ। ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ସେଥିରେ ଶଙ୍ଖର ଏକ ଗ୍ରାଫିକାଲ ଚିତ୍ର ପ୍ରଦାନ କରାଯାଇଛି। ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି କହିଛି ଯେ, ସରକାରୀ ବିଜ୍ଞାପନରେ କଣ ପାଇଁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନକୁ ସ୍ଥାନିତ କରାଯାଇଛି। ସରକାରୀ ବିଜ୍ଞାପନରେ ଦଳୀୟ ପ୍ରଚାର ଅଗଣତାନ୍ତ୍ରିକ ବୋଲି ବିଜେପି ଅଭିଯୋଗ କରିଛି। ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନର ବ୍ୟବହାର ଘୃଣ୍ୟ ପରମ୍ପରା, ବେଆଇନ ବୋଲି କହିଛନ୍ତି। ତେବେ ଏହାର ଜବାବ ଦେଇଛି ବିଜେଡି। ଦଳ କହିଛି ଯେ, ” ଶଙ୍ଖ – ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ। ଆମ ପରମ୍ପରା ଅନୁସାରେ ସବୁ ଶୁଭ କାର୍ଯ୍ୟ…

Read More

ଭୁବନେଶ୍ୱର: ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ତୀବ୍ର ସମାଲୋଚନା କରିଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଜୟନାରାୟଣଙ୍କୁ ପୁଣି ଥରେ ତାଙ୍କର ମାନସିକ ସ୍ଥିତି ଠିକ ନାହିଁ ବୋଲି କହିଛନ୍ତି। ଆଜି ଜୟନାରାୟଣ ଏକ ସାମ୍ବାଦିକ ସମ୍ମିଳନୀ କରି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି। ଏହି ସମୟରେ ଜୟନାରାୟଣ ମିଶ୍ର ଅମିତ ସାହା ପାଣ୍ଡିଆନଙ୍କ ଭେଟଘାଟକୁ ନେଇ ତାଙ୍କର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ସାହା ପାଣ୍ଡିଆନଙ୍କୁ ଡାକି ତାଗିଦ କରିଛନ୍ତି। ଓଡିଶାରେ ଶିଘ୍ର ନିର୍ବାଚନ କଲେ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବୁ। ଏହାକୁ ନେଇ ତାହାର ଜବାବ ଦେଇଛି ବିଜେଡି। ବିଜେଡି କହିଛି ଯେ, ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ। କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ ଆସିଛନ୍ତି। ଯେହେତୁ ଚିକିତ୍ସା…

Read More

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ଓଡିଶା ନବୀନ ଓଡିଶା ଯୋଜନା’କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ତୀବ୍ର ବିରୋଧ କରିଛନ୍ତି। ଏହି ଯୋଜନାକୁ ଜୟନାରାୟଣ କଟାକ୍ଷ କରି କହିଛନ୍ତି ଯେ ଏହା ବାସ୍ତବରେ ହେଉଛି ନବୀନ ଓଡିଶା ଲୁଟ୍ ଓଡିଶା। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪୦୦୦କୋଟି ଟଙ୍କାରୁ ୫୦ପ୍ରତିଶତ ପିସି ହାରରେ ୨୦୦୦କୋଟି ଟଙ୍କା ବିଜୁ ଜନତା ଦଳ ସରକାର ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ଖାଲି ସେତିକି ନୁହେଁ, ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଦଳୀୟ ଚିହ୍ନକୁ ବ୍ୟବହାର କରି ଏକ ଘୃଣ୍ୟ ପରମ୍ପରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜ୍ଞାପନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜୁ ଜନତା ଦଳର ଲୋକପ୍ରିୟତା ରସାତଳ ହୋଇଛି। ସେଥିପାଇଁ ସେମାନେ ଏବେ ସରକାରୀ ଯୋଜନାରେ…

Read More

ଭୁବନେଶ୍ୱର: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ମଙ୍ଗଳବାର ଦିନ ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକ୍ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବ୍ଲକ୍‌ର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁଁ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କର ବିଭିନ୍ନ ଶିକ୍ଷା ଯୋଜନା ବିଷୟରେ ବିଇଓ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷାର ମାନ, ସେମାନେ ସମ୍ମୁଖିନ କରୁଥିବା ଅସୁବିଧା, ତାହାର ସମାଧାନ, ଶିକ୍ଷାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଚାଳନା- ଏଭଳି ଅନେକ ବିଷୟବସ୍ତୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର,…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ। ତାଙ୍କର ଏହି ସଫଳତାରୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଓଡ଼ିଶାରୁ ଅନେକ ହକି ଖେଳାଳି ସୃଷ୍ଟି ହେବେ ଏବଂ ନିଜର ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ଓ ରାଜ୍ୟକୁ ଗର୍ବିତ କରାଇବେ ବୋଲି ମୋର ଦୃଢ଼ ବିଶ୍ୱାସ।

Read More

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା  ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର ଆଉ ଇହ ଜଗତରେ ନାହାନ୍ତି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ  ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୫୯ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସ୍ବର୍ଗତ ମିଶ୍ର ପିଲା ଦିନୁ ମେଧାବୀ ଥିଲେ। ସେ ଓଡ଼ିଶାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଓ ‘ର’ରେ ରହି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିଲେ। ଅବସର ପରେ ସାହିତ୍ୟ ରଚନା ସହ ବିଭିନ୍ନ ପତ୍ର ପତ୍ରିକାରେ ସ୍ତମ୍ଭ ଲେଖୁଥିଲେ। ତାଙ୍କ ମୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ବର: ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ। ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ। ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ। ପ୍ରତି ଗାଁ ପାଇବେ ୧୦ ଲକ୍ଷ ଟଙ୍କା। ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ।…

Read More

ନୂଆଦିଲ୍ଲୀ /ଭୁବନେଶ୍ୱର, ଅକ୍ଟୋବର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଏହାର ସ୍ୱର୍ଣ୍ଣ ବଙ୍ଗ ଆକର୍ଷଣୀୟ ଜୁଏଲାରୀ କଲେକ୍‌ସନର ଶୁଭାରମ୍ଭ କରିଛି । ଏହା ବଙ୍ଗଳାର କବିତା ସୌନ୍ଦର୍ଯ୍ୟ ଓ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ । ଏହି ଜୁଏଲାରୀରେ ଏହି ଅଞ୍ଚଳର ଟେରାକୋଟା ମନ୍ଦିର ସୌନ୍ଦର୍ଯ୍ୟ, ଶାନ୍ତି ନିକେତନର ସୁନ୍ଦରତା ଓ ଦୁର୍ଗା ପୂଜାର ଉତ୍ସବକୁ ପ୍ରକାଶିତ କରାଯାଇଛି । ରିଲାଏନ୍‌ସ ଜୁଏଲ୍‌ସ ଦ୍ୱାରା ଭାରତର ବିଭିନ୍ନ ଅଞ୍ଚଳରୁ ପ୍ରେରଣା ନେଇ ଅଳଙ୍କାର କଲେକ୍‌ସନ ପ୍ରସ୍ତୁତ କରାଯାଇଥାଏ ଏବଂ ଏହା ହେଉଛି ଏହାର ଅଷ୍ଟମ ସିରିଜ୍ । ତାରକା ଖଚିତ ସନ୍ଧ୍ୟାରେ, ସ୍ୱର୍ଣ୍ଣ ବଙ୍ଗ ସମ୍ଭାରକୁ ବଲିଉଡ୍ ଷ୍ଟାର କରିସ୍ମା କପୁରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ଯିଏକି ଏହି କଲେକ୍‌ସନକୁ ପ୍ରଦର୍ଶିତ କରିଛନ୍ତି ଓ ସୋ-ଷ୍ଟପର ଭାବରେ ରାମ୍ପରେ ପ୍ରଦର୍ଶନ କରିଛନ୍ତି । ଏହାର ଶୁଭାରମ୍ଭ ବିଷୟରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ସୁନିଲ୍ ନାୟକ, ସିଇଓ ରିଲାଏନ୍‌ସ ଜୁଏଲ୍‌ସ, କହିଛନ୍ତି ଯେ…

Read More

ଭୁବନେଶ୍ୱର: ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର କ୍ଷେତ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କ ଭୂମିକା ପ୍ରଶଂସନୀୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡିଶା ପରିବାର ନିର୍ଦ୍ଦେଶାଳୟ ସମନ୍ୱୟରେ ଆବୁଧାବିରେ ପ୍ରବାସୀ ଓଡ଼ିଆ ସମାଜର ନବମ ବାର୍ଷିକ ଉତ୍ସବ ‘ଝଙ୍କାର’ ପାଳନ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ପ୍ରବାସୀ ଓଡ଼ିଆ ମାନେ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ଦକ୍ଷତା ଦ୍ୱାରା ଦେଶ ତଥା ଓଡ଼ିଶାର ଗୌରବ ବୃଦ୍ଧି କରୁଛନ୍ତି। ଓଡିଶାରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଦ୍ୱାରା ଉପସାଗରୀୟ ରାଷ୍ଟ୍ର ଗୁଡିକ ସହ ବାଣିଜ୍ୟ ଓ ପର୍ଯ୍ୟଟନ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି ହୋଇଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ଓଡିଶା ଆଜି ବିକାଶର ବିଭିନ୍ନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ସଶକ୍ତ ଓଡିଶା ଗଠନରେ ଯୋଗଦାନ ଓ ରାଜ୍ୟର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ନିମନ୍ତେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ: ସଂସ୍କୃତି ମନ୍ତ୍ରଣାଳୟ ଏହା ସହିତ ସଂଯୁକ୍ତ, ଅଧସ୍ତନ ଏବଂ ସ୍ୱୟଂଶାସିତ ସଂଗଠନରେ ସ୍ୱତନ୍ତ୍ର ସ୍ବଚ୍ଛତା ଅଭିଯାନ 3.0 ପାଳନ କରୁଛି। ଏହି ଅଭିଯାନ 15 ସେପ୍ଟେମ୍ବରରୁ 30 ସେପ୍ଟେମ୍ବର, 2023 ପର୍ଯ୍ୟନ୍ତ ଏକ ପ୍ରସ୍ତୁତି ପର୍ଯ୍ୟାୟ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ଅଭିଯାନ ଅବଧି ମଧ୍ୟରେ ନିଷ୍କାସନ ଏବଂ ପରିଷ୍କାର କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ଅଭିଯାନର କାର୍ଯ୍ୟାନ୍ୱୟନ ପର୍ଯ୍ୟାୟ 2 ଅକ୍ଟୋବର, 2023 ରୁ ଆରମ୍ଭ ହୋଇ 31 ଅକ୍ଟୋବର, 2023 ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନ ସମୟରେ ପେଣ୍ଡେନ୍ସି ହ୍ରାସ, ସ୍ପେସ୍ ମ୍ୟାନେଜମେଣ୍ଟ ଏବଂ ଅଫିସରେ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସ୍ୱତନ୍ତ୍ର ଅଭିଯାନର ପ୍ରସ୍ତୁତି ପର୍ଯ୍ୟାୟରେ, ମନ୍ତ୍ରଣାଳୟ ଏହାର ସଂଗଠନଗୁଡ଼ିକ ସହିତ ସ୍ୱଚ୍ଛତା ପାଇଁ ସାରା ଦେଶରେ 449 ଟି ସ୍ଥାନ ଚିହ୍ନଟ କରିଛି| ଏହା ବ୍ୟତୀତ ମନ୍ତ୍ରଣାଳୟ ବିଚାରାଧୀନ 176 ଏମପି ରେଫରେନ୍ସ, 41 ସଂସଦୀୟ…

Read More

ଭୁବନେଶ୍ୱର: ଦୀର୍ଘ ୪୬ ବର୍ଷରେ ପଦାର୍ପଣ କରିଥିବା ସହିଦ ନଗର ଦୂର୍ଗାପୂଜା ସମିତି ପକ୍ଷରୁ ଚଳିତ ବର୍ଷ ପୂଜାରେ ପରିବେଶ ଅନୁକୂଳ, ପ୍ଲାଷ୍ଟିକ ମୁକ୍ତ ସୁସଜ୍ଜିତ ତୋରଣ ହେବ। ତୋରଣର ଉଚ୍ଚତା ପ୍ରାୟ ୮୫ ଫୁଟ ଓ ଦୈର୍ଘ୍ୟ ୧୨୦ ଫୁଟ ତୋରଣଟି ସଂପୂର୍ଣ୍ଣ ନୂଆ। ଏହା କୌଣସି କପି ନୁହେଁ। ଏହାକୁ କମିଟର ଯୁବ ସଭ୍ୟମାନେ ଡ୍ରଇଂ କରି ଏକ କାଳ୍ପନିକ ତୋରଣର ପରିକଳ୍ପନା ଦେଇଛନ୍ତି। ଏହାକୁ ନିର୍ମାଣ କରିବାପାଇଁ ୫୦ ରୁ ଉର୍ଦ୍ଧ୍ୱ କାରିଗର ଦିନରାତି କାମ କରୁଛନ୍ତି। ଏହି କାରିଗର ସବୁ କଲିକତାରୁ ଆସିଛନ୍ତି। ପ୍ରାୟ ଶ୍ରୀ ଗଣେଶ ଚତୁର୍ଥୀରୁ ତୋରଣ କାର୍ଯ୍ୟ ଆରମ୍ଭ ହେଲାଣି। ସେହିଭଳି ଆଲୋକ ସାଜସଜା ପାଇଁ ମଧ୍ୟ କଲିକତାରୁ କାରିଗର ଅଣାଯାଇଅଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା ସମିତ ତରଫରୁ ଚଳିତ ଦୁର୍ଗାପୂଜାର ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗା ମା ଚାନ୍ଦ…

Read More

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚ ଲାଗି ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । \”ସ୍କୁଲ ଅଫ୍ ଇଞ୍ଜିନିୟରିଂ\’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖା ଲାଗି ସୋମବାରଠାରୁ ପ୍ରାର୍ଥୀମାନଙ୍କର କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଅକ୍ଟୋବର ୧୨ ତାରିଖ ଯାଏଁ ଚାଲିବ । ସ୍କୁଲ ଅଫ ଇଞ୍ଜିନିୟରିଂ ବିଭାଗରେ ଚଳିତ ବ୍ୟାଚରେ ମୋଟ ୫ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି । ଏଥିପାଇଁ ନିକଟରେ ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥିରେ ବିଭିନ୍ନ ରାଙ୍କ ପାଇଥିବା ପ୍ରାର୍ଥୀମାନଙ୍କର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ କାଉନସେଲିଂ କରାଯାଇ ନାମଲେଖା ଯାଉଛି । ଏହି କାଉନସେଲିଂ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ଯାଏଁ ଚାଲୁଛି । ନିର୍ଦ୍ଧାରିତ ସମୟ ଭିତରେ ନିଜ ନିଜ ରାଙ୍କ ଅନୁସାରେ ପ୍ରାର୍ଥୀମାନେ ଉପସ୍ଥିତ ରହିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରାର୍ଥୀମାନେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ। ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ । ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି । ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ…

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ, ସମସ୍ତ ନିରୀକ୍ଷକ ନିରୀକ୍ଷିକା ତଥା ଓଡ଼ିଆ ବିଭାଗର ସମସ୍ତ କର୍ମକର୍ତ୍ତା ଉତ୍କଳମଣିଙ୍କ ଫଟୋଚିତ୍ରରେ ଭକ୍ତି ସୁମନ ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଅନୁକରଣ କରି ସେବା ପରାୟଣ ମନୋଭାବ ପ୍ରଦର୍ଶନ ପୂର୍ବକ ଭଲ ମଣିଷ ହେବା ପାଇଁ ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ଦିବ୍ୟଜ୍ୟୋତି ମହାପାତ୍ର ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ସାଇ ସୁବିଦିତ ସାହୁ ଏକ ସ୍ୱରଚିତ କବିତା ଆବୃତି କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶୁଭ୍ରାଂଶୁ ମୋହନ ଦାଶ, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ ଆଦି ଏଥିରେ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟରେ ଗୋପବନ୍ଧୁଙ୍କ ଜନ୍ମ ତିଥି ପାଳନ କରାଯାଇଥିବାବେଳେ କମିଶନରେଟ୍  ପୋଲିସ ଆନୁକୂଲ୍ୟରେ ସାଇବର…

Read More