ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ…
Author: Samikhsya Bureau
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବଜାରକୁ ଆସିଥିବା ଜଣେ ୫୫ ବର୍ଷ ବ୍ୟକ୍ତିଙ୍କର ଗୋଡ଼ ଉପରେ ଟ୍ରକ ଚଢିଯାଇଥିଲା। ଯାହାଫଳରେ ସେ ଗୁରୁତର ହୋଇ ରାସ୍ତା ମଝିରେ ପଡିରହିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁରେଶ ପ୍ରଧାନ (୫୫)। ଘଟଣାରୁ ପ୍ରକାଶ ଯେ, ଘର ସଉଦା ନିମନ୍ତେ ବାଣପୁର ବଜାରକୁ ସୁରେଶ ଯାଇଥିବା ବେଳେ ଏପି ୩୯ ୟୁ ୯୫୮୯ ନମ୍ବର ଥିବା ଏକ ୧୪ ଚକିଆ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସେ ତଳେ ପଡିଯିବା ପରେ ଟ୍ରକର ଚକା ତାଙ୍କର ଦୁଇ ଗୋଡ଼ ଉପରେ ଚଢି ଯାଇଥିଲା। ସେଥିରୁ ଡାହାଣପାଖ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସୁରେଶ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କେହି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରୁନଥିବା ଦେଖିବାକୁ…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଆସିକା ଥାନା ଅଞ୍ଚଳର ସୁନୀଲ ନାହକ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ଦାନପୁର ଗ୍ରାମର ଦୀପକ ଖଟୁଆ, ଜିତେନ୍ଦ୍ର ପ୍ରଧାନଙ୍କୁ କୋଦଳା ପୋଲିସ୍ ଗିରଫ କରିବା ସହ କେସ ନଂ ୪୭୩ /୨୯.୯.୨୩ ରେ ଏକ ମାମଲା ରୁଜୁ କରି ୟୁ / ଏସ୍ ୩୪୧, ୩୨୩, ୩୨୪, ୨୯୪, ୩୦୭, ୩୦୨, ୧୨୦ ବି, ୩୪ ଆଇ ପି ସି ଦଫା ଲାଗିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।
ଦିଲ୍ଲୀ: ଦେଶ ଏବେ ‘ଆବର୍ଜନା ମୁକ୍ତ ଭାରତ’ ପ୍ରସଙ୍ଗ ଉପରେ ଚାଲୁଥିବା ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୩ ଅଭିଯାନ ନାମରେ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷର ପର୍ବ ପାଳନ କରୁଛି । ସାମୂହିକ ରୂପରେ ଏକତା ଏବଂ ସଂକଳ୍ପ ପ୍ରଦର୍ଶନ କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛତା ଆହ୍ୱାନରୁ ପ୍ରେରଣା ନେଇ, ଗତ ସେପ୍ଟେମ୍ବର ୧୫ ରୁ ୨୯, ୨୦୨୩ରେ ୧୪ ଦିନ ମଧ୍ୟରେ ସମଗ୍ର ଦେଶରେ ୩୨ କୋଟିରୁ ଅଧିକ ଲୋକ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଦୈନିକ ହାରାହାରି ପ୍ରାୟ ୨.୩ କୋଟି ଲୋକ ଅଂଶଗ୍ରହଣ କରିଛନ୍ତି । ଏହି ‘ଜନ ଆନ୍ଦୋଳନ’ ଦେଶ ପାଇଁ ପ୍ରଚୁର ପରିଣାମ ପ୍ରାପ୍ତ କରୁଛି , ଯେଉଁଥିରେ ଭାରତର ୭୫% ଗ୍ରାମକୁ ଓଡିଏଫ ପ୍ଲସ୍ କରିବା ଅର୍ଥାତ୍, ଗ୍ରାମର କଠିନ କିମ୍ବା ତରଳ ବର୍ଜ୍ୟ ବସ୍ତୁ ପରିଚାଳନାର ବ୍ୟବସ୍ଥା କରିବା ସହ ଗ୍ରାମର…
ଭୁବନେଶ୍ବର: ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୁଗରେ ବିଭିନ୍ନ କଥା ବଦଳିବାରେ ଲାଗିଛି। ଠିକ ସେହିପରି ଲାଞ୍ଚୁଆ ଅଫିରସଙ୍କ ଲାଞ୍ଚ ନେବା ତରିକା ମଧ୍ୟ ବଦଳିବାରେ ଲାଗିଛି। ଯାହାକୁ ନେଇ ଓଡିଶା ଭିଜିଲାନସ ଅଫିସର ଚିନ୍ତାରେ ପଡିଯାଇଛନ୍ତି। ଆଉ ରଂଗବୋଳା ଟଙ୍କା କାମ କରୁନି। ଫଳରେ କେମିତି ଲାଞ୍ଚୁଆ ଅଫିସରଙ୍କୁ ଲାଞ୍ଚ ନେଲାବେଳେ ଧରିବେ ତାହା ଉଦବେଗର ବିଷୟ ହୋଇଛି। ଘଟଣାରୁ ଜଣାପଡିଛି ଯେ, ବର୍ତ୍ତମାନ ଲାଞ୍ଚୁଆ ଅଫିସରେମାନେ ଆଉ ଲୋକଙ୍କଠାରୁ ସିଧା ଟଙ୍କା ନେଉ ନାହାଁନ୍ତି। କାରଣ ଟଙ୍କା ନେଲେ କାଳେ ଭିଜିଲାନସର ରଂଗବୋଳା ଟଙ୍କା ଥିବା ସେଥିପାଇଁ ସେମାନେ ତରିକା ବଦଳେଇ ଦେଲେଣି। ଏବେ ସେମାନେ ସିଧା ଫୋନ ମାଧ୍ୟମରେ ଟଙ୍କା କାରବାର କରିବାକୁ କହୁଛନ୍ତି। ବିଭିନ୍ନ ଘଟଣାରୁ ଜଣାପଡିଛି ଯେ, ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନେ ସେମାନଙ୍କର କୌଣସି ଚିହ୍ନା ପରିଚିତଙ୍କ ଫୋନ ନମ୍ବର ଦେଉଛନ୍ତି। ସେହି ନମ୍ବରକୁ ଟଙ୍କା ପଠାଇବା ପାଇଁ ଲାଞ୍ଚୁଆ ଅଫିସରମାନେ କହୁଛନ୍ତି। ଏହାପରେ…
ଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏଲସି ଇଣ୍ଡିଆ ଲିମିଟେଡ (ଏନଏଲସିଆଇଏଲ) ଏବଂ ଗ୍ରିଡକୋ ଲିମିଟେଡ ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ (ଏନଟିଟିପିପି)ର ଷ୍ଟେଜ – ୧ରେ ୪୦୦ ମେଗାୱାଟ ଏବଂ ଷ୍ଟେଜ – ୨ରେ ୪୦୦ ମେଗାୱାଟ ପାଇଁ ଭୁବନେଶ୍ୱର ଗ୍ରୀଡକୋ ଲିମିଟେଡ ଠାରେ ଏକ ବିଦ୍ୟୁତ୍ କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ସହିତ ଏନ୍ଏଲ୍ସିଆଇଏଲ୍ ନେଭେଲି ତଳାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେସନ ଷ୍ଟେଜ -୧ ର ୨୪୦୦ ମେଗାୱାଟର ସମ୍ପୂର୍ଣ୍ଣ କ୍ଷମତାକୁ ଅନୁବନ୍ଧିତ କରିଛି । ଏନଏଲସି ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏମ୍ ପ୍ରସନ୍ନ କୁମାର ମୋଟୁପଲ୍ଲୀ ଏବଂ ଗ୍ରୀଡକୋ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଏବଂ ଗ୍ରୀଡକୋ ଲିମିଟେଡର ନିର୍ଦ୍ଦେଶକ (ଏଫ୍ ଆଣ୍ଡ ସିଏ) ଗଗନ ବିହାରୀ ସ୍ୱାଇଁଙ୍କ ଉପସ୍ଥିତିରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର…
ନୂଆଦିଲ୍ଲୀ: “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱତନ୍ତ୍ର ଭାବେ କଠୋର ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ସ୍ୱେଚ୍ଛାକୃତଭାବେ ସଫେଇ ବା ପରିଚ୍ଛନ୍ନତା କାମ କରିବାକୁ ଏହା ଏକ ଆହ୍ୱାନ। ଏହା ଶପଥ ନେବା, ରଙ୍ଗୋଲି ପ୍ରତିଯୋଗିତା, ପ୍ଲଗ ରନ୍, ୱାଲ ପେଣ୍ଟିଂ ନୁକ୍କଡ ନାଟକ ମଧ୍ୟ ନୁହେଁ। ଦେଶର ସଫେଇ କାମ ପାଇଁ କେବଳ ନିରୋଳା ଶ୍ରମଦାନ କରିବାକୁ ଏହା ଉଦ୍ଦିଷ୍ଟ” ବୋଲି କେନ୍ଦ୍ର ଆବାସ, ସହରାଞ୍ଚଳ ବିକାଶ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୫ତମ “ମନ୍ କି ବାତ୍” ଅଧ୍ୟାୟରେ ଏକ ତାରିଖରେ ଏକ ଘଣ୍ଟା ପାଇଁ ମିଳିତଭାବେ ସଫେଇ ନିମନ୍ତେ ଶ୍ରମ ଦାନ କରିବାକୁ ଆହ୍ୱାନ ଜଣାଇଥିଲେ। ଆସନ୍ତା ଅକ୍ଟୋବର ଏକ ତାରିଖରେ ଦେଶର ସବୁ ଲୋକ ନିର୍ଦ୍ଧାରିତ ସମୟରେ ମିଳିତଭାବେ ଏକଘଣ୍ଟା ସଫେଇ ପାଇଁ ଶ୍ରମଦାନ କରିବାକୁ ସେ ଅନୁରୋଧ…
ନୂଆଦିଲ୍ଲୀ: ଆଜି ପାକିସ୍ତାନରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୨ ଜଣ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ମସ୍ତୁଙ୍ଗ ଅଞ୍ଚଳରେ ଘଟିଥିଲା ଯେଉଁଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ସେହିଭଳି ଆଜି ନମାଜ ସମୟରେ ହଙ୍ଗୁ ମସଜିଦରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ସମୟରେ ମସଜିଦରେ ୩୦ ରୁ ୪୦ ପୂଜକ ଉପସ୍ଥିତ ଥିଲେ।
ବାଣପୁର (ସୀତାରାମ ଅଗ୍ରୱାଲ): ସନ୍ଧ୍ୟାରେ ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ଅନାମ ମୁଦୁଲିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ପ୍ରକାଶ ଥାଉକି ଅନାମ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ସେହି ବିଲ ପାଖରେ ହିଁ ଅନାମ ଟଳିପଡିଥିଲେ। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଗମ୍ଭାରୀମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନାମଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ବିକ୍ରି ହେଉଥିବା ଖବର ଦୁଇ ଦିନ ତଳେ ‘ସମୀକ୍ଷା’ରେ ପ୍ରକାଶ ପାଇଥିଲା। ଯାହା ପରେ ଖୋର୍ଦ୍ଧା ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ସହରାଞ୍ଚଳର ବିଭିନ୍ନ ସୋଡ଼ା ବୋତଲ ଡିଷ୍ଟ୍ରିବ୍ୟୁଟର ଏବଂ ଦୋକାନ ମାନଙ୍କରେ ଚଢ଼ାଉ କରିଥିଲେ। ଉକ୍ତ ସମୟରେ ଶ୍ରୀ ବଳ ଡିଷ୍ଟ୍ରିବ୍ୟୁଟର ମାନଙ୍କର ଲାଇସେନ୍ସ ଏବଂ ସୋଡ଼ା କମ୍ପାନୀର ଲାଇସେନ୍ସ ତଦାରଖ କରିଥିଲେ। ଏହାପରେ ଉକ୍ତ ସୋଡ଼ା ବୋତଲ ଗୁଡିକ ମିଳୁଥିବା ବିଭିନ୍ନ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଯେଉଁ ଦୋକାନୀଙ୍କ ସୋଡ଼ା ବିକ୍ରି ପାଇଁ ଫୁଡ ଲାଇସେନ୍ସ ନାହିଁ ସେମାନଙ୍କୁ ତାଗିଦ କରାଯାଇଥିଲା। ଅନୁରୂପ ଭାବେ ବିଭିନ୍ନ ସୋଡ଼ା ବୋତଲକୁ ମଧ୍ୟ ପରୀକ୍ଷା ପାଇଁ ନିଆଯାଇଥିବା ଜଣାପଡିଛି। ତେବେ ଉକ୍ତ ଚଢ଼ାଉ ଦ୍ୱାରା ବିଭିନ୍ନ ଦୋକାନୀ ଓ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି ଡିଗ୍ରୀ ପ୍ରଦାନ କରାଯାଇଛି। ଆଇଏଏସ୍ର ୨୦୨୦, ୨୦୨୧ ଓ ୨୦୨୨ ବ୍ୟାଚର ବିଏସ୍ସି ଏଗ୍ରିକଲ୍ଚର (ଅନର୍ସ) ଓ ୨୦୨୧ ଏବଂ ୨୦୨୨ ବ୍ୟାଚର ଏମ୍.ଏସ୍ସି ଏଗ୍ରିକଲ୍ଚର ଛାତ୍ରଛାତ୍ରୀଗଣ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ। ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଶୁଭେଚ୍ଛା ଜଣାଇଥିଲେ। କୋଭିଡ ମହାମାରୀ ସମୟରେ ଏହି ଛାତ୍ରଛାତ୍ରୀମାନେ ଖୁବ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜର ଶିକ୍ଷା ଉତମ ଭାବେ ସମାପ୍ତ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବାରୁ ସୋଆର ମାନ ଉଚ୍ଚକୁ…
ରଣପୁର: ଶିକ୍ଷା ବିଭାଗର ନିର୍ଦ୍ଦେଶରେ ସାରା ଓଡିଶାର ବିଭିନ୍ନ କ୍ଲଷ୍ଟରରେ “ଆମ ସଂସ୍କୃତି ଆମ ଖେଳଣା” କର୍ମଶାଳା ଉଦଘାଟିତ ହୋଇ ଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଦୁଇ ଦିନ ଚାଲୁ ରହିବ। ଏହି ପରିପ୍ରେକ୍ଷୀରେ ରଣପୁର ଶିକ୍ଷା ବ୍ଲକ ନରସିଂହପୁର କ୍ଲଷ୍ଟରରେ ଏହି କର୍ମଶାଳା ମଧ୍ୟ ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ମୁଖ୍ୟ ବକ୍ତା ଭାବେ ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ତଥା ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ବ୍ରଜ ରଣସିଂହ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାରର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝାଇ…
କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହୋଇଥିବା ପିଆଇଏଲ ର ଶୁଣାଣି କରି ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ରାୟ ଦେଇଛନ୍ତି। ତେବେ କୋର୍ଟ କହିଛନ୍ତି ଯେ, ଏହି ନିଷ୍ପତି ଉପରେ ସରକାର ଏକ କମିଟ ଗଠନ କରନ୍ତୁ। ଏଥିରେ ସେବାୟତ ଇଂଜିନିୟରଙ୍କୁ ନିଆଯାଇ ନିଷ୍ପତି ଗ୍ରହଣ କରାଯାଉ। ତେବେ ପ୍ରଥମେ ରତ୍ନଭଣ୍ଡାରର ମରାମତି କାମ କରାଯାଉ। ଏହି କମିଟ ମରାମତି କାମକୁ ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ଦୁଇମାସ ମଧ୍ୟରେ ଏହି କମିଟ ଗଠନ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତା ୧୫ ନମ୍ବର ରାଜ୍ୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛନ୍ଦା ରୋମିତ୍ ଗ୍ରାମର ଜିତେନ୍ ପାଲ (୫୨), ଅନ୍ୟ ଜଣେ ପାଟୁଲିପଙ୍କ ଗ୍ରାମର ପ୍ରଭାକର ଭୋଳ(୫୬)। ସୂଚନା ମୁତାବକ, କଟକ ପାରାଦ୍ଵୀପ ରାଜ୍ୟ ରାଜପଥରେ ଗୁରୁବାର ସକାଳ ୭ ଟାରେ ଏକ ବାଇକ ନମ୍ବର୍ (ଓଡି – ୨୧ -୩୦୩୧)ରେ ଜିତେନ ଓ ସହଯୋଗୀ ପ୍ରଭାକର ପୁରୀରୁ କାଳିଆ ଦର୍ଶନ କରି ଫେରୁଥିଲେ। ଏତିକି ବେଳେ ରାଜ୍ୟ ରାଜପଥ ର ପନ୍ଦର ନମ୍ବର ଠାରେ ପାରାଦ୍ଵୀପ ଆଡୁ ଆସୁଥିବା ଏକ ଟ୍ରକ୍ ଓଡ଼ି – ୨୧ – ଏଲ୍- ୯୮୦୯ ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ ଆରୋହୀ ଟ୍ରକର ଚକା ତଳେ ପଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଦୁଇ ବାଇକ୍…
କୁଜଙ୍ଗ: କୁଜଙ୍ଗ ଥାନା ଅଧୀନ ବାଲିତୁଠ ବଜାରରେ ବୁଧବାର ଦିନ ୩ ଜଣ ବ୍ୟକ୍ତି ଫାରସା ବୁଲାଇ ଆତଙ୍କ ସୃଷ୍ଟି କରିବା ସହିତ ସେହି ଗ୍ରାମର ପ୍ରକାଶ ମଲ୍ଲିକକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ପ୍ରକାଶ ଥାନାରେ ଲିଖିତ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲିତୁଠ ପଞ୍ଚାୟତ ବଡ଼ବୁଦା ଗ୍ରାମ ସନ୍ତୋଷ ସେଠୀ, ନିଶାକର ମହାପାତ୍ର।ଫେରାର ହୋଇଯାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁଶିଲ ବେହେରା। ଏମାନଙ୍କ ଠାରୁ ଏକ ମଟରସାଇକେଲ ଓ ଫାରସା ପୋଲିସ ଜବତ୍ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି। ଘଟଣାରୁ ପ୍ରକାଶ, ଏହି ଥାନା ଅଧୀନ ବଡବୁଦା ଗ୍ରାମର ସନ୍ତୋଷ ସେଠୀ ଓ ସୁଶୀଲ ବେହେରାଙ୍କୁ ସେହି ଗ୍ରାମର ନିଶାକର ମହାପାତ୍ର ମଦ୍ୟ ପାନ କରାଇ ତା ଓଡି-୨୧ ଏନ୍…
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ବିଲ୍ ୨୦ ସେପ୍ଟେମ୍ବରରେ ଲୋକସଭାରେ ଏବଂ ୨୧ ସେପ୍ଟେମ୍ବରରେ ରାଜ୍ୟସଭାରେ ପାରିତ ହୋଇଥିଲା। ସଂସଦର ଉଭୟ ଗୃହ ଦ୍ଵାରା କୌଣସି ବିଲ୍ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଏ, ଯାହା ଦ୍ଵାରା ଏହା ଆଇନରେ ପରିଣତ ହୋଇପାରିବ। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ମହିଳାମାନେ ଲୋକସଭା ତଥା ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ। ସଂସଦରେ ଏହି ବିଲ୍ ପାରିତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନକାରୀ ବିପ୍ଳବ ହେବ।
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଓଡିଶା ସରକାରଙ୍କ ହାଉସ ଆଣ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନା ର ଆୟୋଜିତ ହେଇଥିଲା। ଏହି ସଭାରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଭାଇସ ଚେୟାରମ୍ୟାନ ଭଗବାନ ପ୍ରଧାନ, ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ଜୟନ୍ତ ସ୍ୱାଇଁ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି, ଅନିତା ସ୍ୱାଇଁ ଏବଂ ଏନଏସି ର ଅନ୍ୟ କାଉନସିଲର, ସମସ୍ତ ସଦସ୍ୟ, ସଫେଇ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତ ସଫେଇ କର୍ମଚାରୀଙ୍କ ଦ୍ୱାରା ବାଲୁଗାଁ ଏନଏସି ଆଜି ସ୍ୱଚ୍ଛ ଓ ସୁନ୍ଦରରେ ପରିଣତ ହେଈଛି। ସମସ୍ତ ସଫେଇ କର୍ମଚାରୀ ଙ୍କୁ ଧନ୍ୟବାଦ ଦେବା ସହ ବାଲୁଗାଁ ଏନଏସି ଆଗକୁ କିପରି ଅଧିକ ସ୍ୱଚ୍ଛ ଓ ସୁନ୍ଦର ହେଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।
ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଅଚାନକ ଓ.ଏଲ୍.ଆଇ.ସି. କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ କାର୍ଯ୍ୟରତ ମୋଟ ଯନ୍ତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଯାଞ୍ଚ କରିବା ସହ ପ୍ରକୃତ ଉପସ୍ଥିତି ଓ କ୍ଷେତ୍ର ପରିଦର୍ଶନରେ ଯାଇଥିବା କର୍ମଚାରୀଙ୍କ ସମ୍ପର୍କରେ ଅବଗତ ହୋଇଥିଲେ। ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନର କାର୍ଯ୍ୟ ତଦାରଖ ଓ ସମୀକ୍ଷା କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସେଥିରୁ କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ଅବଗତ ହୋଇଥିଲେ। ଜିଲ୍ଲାରେ ଥିବା ଉଠା ଜଳସେଚନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ପୂର୍ବକ କୃଷି ଉତ୍ପାଦନ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ। ଡିଭିଜନର ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ଏଲ୍.ଆଇ ଡିଭିଜନ ଏବଂ ସବ୍ ଡିଭିଜନ ପୁରୁଣା କୋଠାର ନବୀକରଣ, ଅନୁମୋଦିତ ରାଜ୍ୟ ଯୋଜନା ଅନୁସାରେ ଜିଲ୍ଲାରେ…
ସ୍ୱାସ୍ଥ୍ୟ ଟିପ୍ସ: ଖାଦ୍ୟ ନଷ୍ଟ ହେବା ଉଚିତ୍ ନୁହେଁ, ଏହା ସତ। କିନ୍ତୁ ବାସୀ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଆପଣଙ୍କୁ ଗୁରୁତର ସମସ୍ୟା ଦେଇପାରେ। ବାସୀ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ଗରମ କରିବା ଏବଂ ଖାଇବା ଉଚିତ୍ ନୁହେଁ। ୧- ଅଣ୍ଡା: ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ ଯଦି ଅଣ୍ଡା ରାନ୍ଧିବା ପରେ କିଛି ସମୟ ପର୍ଯ୍ୟନ୍ତ ଖାଆନ୍ତି ନାହିଁ, ତେବେ ଏହା କେବଳ ଏହାର ସ୍ୱାଦରେ ପରିବର୍ତ୍ତନ ଆଣେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ତେଣୁ, ରାନ୍ଧିବା ପରେ ତୁରନ୍ତ ଅଣ୍ଡା ଖାଇବା ଭଲ। ୨- ଆଳୁ: ଅନେକ ଲୋକ ଆଳୁକୁ ଫୁଟାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିଦିଅନ୍ତି। କିନ୍ତୁ ଏହା କ୍ଷତିକାରକ ହୋଇପାରେ। ଯଦି ଆପଣ…
ଜୀବନଶୈଳୀ: ଏଭଳି ଏକ ସମୟ ଥିଲା ଯେତେବେଳେ ହୃଦଘାତ କିମ୍ବା ହୃଦରୋଗ ବୟସ ସହିତ ଜଡିତ ଥିଲା। ସାଧାରଣତଃ ହୃଦଘାତ କିମ୍ବା ହୃଦ୍ ସମ୍ବନ୍ଧୀୟ ଅନ୍ୟାନ୍ୟ ରୋଗ କେବଳ ଗୋଟିଏ ବୟସ ପରେ ଆସେ। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ବର୍ତ୍ତମାନ ଯୁବକମାନଙ୍କଠାରେ ହୃଦୟ ସମସ୍ୟା ମଧ୍ୟ ଦେଖାଯାଉଛି। ଗତକାଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପଛର କାରଣ ବୋଲି ମଧ୍ୟ କୁହାଯାଇଛି। ଯୁବକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭାବ କେଉଁଠାରେ ଅଛି? ଏହାର କାରଣ କ’ଣ?: ବିଶେଷଜ୍ଞଙ୍କ ଅନୁଯାୟୀ, ଯୁବକମାନଙ୍କ ହୃଦଘାତର ମୁଖ୍ୟ କାରଣ ହେଉଛି ସେମାନଙ୍କର ଜୀବନଶୈଳୀ। ଏଥିରେ ମଧ୍ୟ ଧୂମପାନ, ମଦ୍ୟପାନ ଏବଂ ଚାପର ଏକ ପ୍ରମୁଖ ଭୂମିକା ରହିଛି। ସେମାନଙ୍କ ଜୀବନଶୈଳୀ ପ୍ରତି ଅସାବଧାନତା ମନୋଭାବ ବେଳେବେଳେ ଯୁବକମାନଙ୍କ ପାଇଁ ମହଙ୍ଗା ହୋଇଯାଏ। ଅଧିକାଂଶ ନୂତନ ପିଢୀ ଅଳ୍ପ ବୟସରେ ହୃଦରୋଗ ବିଷୟରେ ଅବଗତ ନୁହଁନ୍ତି। ବେଳେବେଳେ ସାମାନ୍ୟ ଲକ୍ଷଣ ଦେଖାଯାଏ, ସେହି ଲକ୍ଷଣଗୁଡିକର କାରଣ…
ନୂଆଦିଲ୍ଲୀ: ଭାରତର ବହୁ ଚର୍ଚ୍ଚିତ ଆତଙ୍କବାଦୀ ହାଫିଜ ସଇଦଙ୍କ ପୁଅ କମାଲୁଦ୍ଦିନ ସଇଦ ମଙ୍ଗଳବାର ଠାରୁ ନିଖୋଜ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମାଲୁଦ୍ଦିନ ସଇଦ ପେଶୱାରରେ ଏକ କାରରୁ ଦୁର୍ବୃତ୍ତମାନଙ୍କ ଦ୍ୱାରା ଅପହରଣ ହୋଇଥିଲେ। ଅନେକ ପାକିସ୍ତାନୀ ସାମ୍ବାଦିକ ଦାବି କରିଛନ୍ତି ଯେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ତାଙ୍କୁ ଖୋଜିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ, କୁହାଯାଉଛି ଯେ ହାଫିଜ ତାଙ୍କ ପୁଅର ନିଖୋଜ ବିଷୟରେ ଜାଣିବା ଦିନଠାରୁ କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ ହୋଇଛି। ହାଫିଜ ସଇଦ ଜଣେ ପାକିସ୍ତାନୀ ନାଗରିକ ଏବଂ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ। ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ ଘୋଷିତ କରାଯାଇଛି ଏବଂ ବର୍ତ୍ତମାନ ପାକିସ୍ତାନର ଏକ ଜେଲରେ ରଖାଯାଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ, ଭାରତ, ଆମେରିକା, ୟୁରୋପୀୟ ୟୁନିଅନ୍, ଅଷ୍ଟ୍ରେଲିଆ ଏବଂ ଋଷ ଦ୍ଵାରା ଆତଙ୍କବାଦୀ ସଂଗଠନ ଘୋଷିତ ହୋଇଥିବା ପାକିସ୍ତାନ ଭିତ୍ତିକ…

