Author: Samikhsya Bureau

ଭୁବନେଶ୍ୱର: ମହିଳାଙ୍କ ଦକ୍ଷତାର ବିକାଶରେ ଆଜି ଆମେ ଏକ ନୂଆ ଫର୍ଦ୍ଦ ଯୋଡିବା ପାଇଁ ଯାଉଛି। ଓଡ଼ିଶା ସରକାର ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରୁଛନ୍ତି। ମହିଳାମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ରାଜ୍ୟର ଗଠନ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ନିଯୋଜିତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ ଅର୍ଥନୀତି ତାଲିମ କେନ୍ଦ୍ର) ରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଶିଶୁ ବିକାଶ ବିଭାଗ ସହ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବର୍ତ୍ତମାନର ଯାନ୍ତ୍ରୀକ ଓ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ…

Read More

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ କୋରିଆକୁ ୫-୩ ରେ ପରାସ୍ତ କରିଛି। ଏହି ସମୟରେ ଏହି ବିଜୟ ପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ପଞ୍ଚମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ଏକାଦଶ ମିନିଟରେ ଗୋଟିଏ ଗୋଲ୍ ସ୍କୋର କରିଥିଲା। ଏହିପରି ଭାରତୀୟ ଦଳ ମ୍ୟାଚରେ ୨-୦ ରେ ଆଗୁଆ ହୋଇଥିଲା। ଏଥି ସହିତ ଭାରତୀୟ ହକି ଦଳ ମଧ୍ୟ ପୂର୍ବ ବିଫଳତାକୁ ପଛରେ ପକାଇ ଦେଇଛି। ବାସ୍ତବରେ, ଜାକର୍ତ୍ତାରେ ଏସିଆନ୍ ଗେମ୍ସ ୨୦୧୮ ଆୟୋଜିତ ହୋଇଥିଲା। ଜାକର୍ତ୍ତା ଏସୀୟ ଗେମ୍ସର ସେମିଫାଇନାଲରେ ଭାରତୀୟ ହକି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଏଥର ଭାରତୀୟ ଦଳ ବିରୋଧୀ ଦଳକୁ କୌଣସି ସୁଯୋଗ ଦେଇନାହିଁ। ୦-୩ ରେ ପଛୁଆ ଥିବା ବେଳେ ଦକ୍ଷିଣ…

Read More

ନୂଆଦିଲ୍ଲୀ: କ୍ରିକେଟ୍ ର ସବୁଠାରୁ ବଡ ମହାକୁମ୍ଭ ଅର୍ଥାତ୍ ବିଶ୍ୱକପ୍ ଆସନ୍ତାକାଲି ଠାରୁ ଦେଶରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ବିଶ୍ୱକପରେ କିଛି ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯାହାଙ୍କର ପ୍ରଦର୍ଶନ ଉପରେ ସମଗ୍ର ବିଶ୍ୱ ନଜର ରଖିବ। ୧- ବିରାଟ କୋହଲି: ଭାରତୀୟ କ୍ରିକେଟର ସବୁଠୁ ବଡ ତାରକା ବିରାଟ କୋହଲି ୨୦୨୩ ଏସିଆ କପରେ ତାଙ୍କ ଫର୍ମର ପ୍ରମାଣ ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ ବିରାଟଙ୍କ ଶତକ ବର୍ଷ ବର୍ଷ ଧରି ସ୍ମରଣୀୟ ହୋଇ ରହିବ। ୩୪ ବର୍ଷୀୟ ବିରାଟ କୋହଲିଙ୍କ ପାଇଁ ଏହା ମଧ୍ୟ ଶେଷ ବିଶ୍ୱକପ୍ ହୋଇପାରେ। ପ୍ରକାଶ ଯେ ବିଶ୍ୱକପରେ ଶତକ ହାସଲ କରିଥିବା ବିରାଟ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। କିଙ୍ଗ କୋହଲି ୨୦୧୧ ରେ ତାଙ୍କ ନାମରେ ଏହି ରେକର୍ଡ ସୃଷ୍ଟି କରିଥିଲେ। ୨- ବାବର ଆଜାମ: ବିଶ୍ୱକପ ଆରମ୍ଭ ପୂର୍ବରୁ ୱାର୍ମ…

Read More

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ବାରାଣାସୀରେ ବାରାଣାସୀ-ଲକ୍ଷ୍ନୌ ରାଜପଥରେ କାର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଚାରିଜଣ ସମାନ ପରିବାରର ସଦସ୍ୟ ଥିଲେ। ପୋଲିସ ଏହି ସୂଚନା ଦେଇଛି। ଏହି ଦୁର୍ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଫୁଲପୁର ଥାନାର ଦାୟିତ୍ୱରେ ଥିବା ଦୀପକ ରଣାୱତ କହିଛନ୍ତି ଯେ, ବାରାଣାସୀ-ଲକ୍ଷ୍ନୌ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏକ କାର ଏବଂ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ସେ କହିଛନ୍ତି ଯେ, ଦୁର୍ଘଟଣାରେ କାରରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଆଉ ଏକ ଦଳୀୟ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନେବେ। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ଯଥାଶିଘ୍ର କାର୍ଯ୍ୟକାରୀ ହେଲା ବୋଲି କୁହାଯାଇଛି। ମାନସ ବର୍ତ୍ତମାନ ରାଜ୍ୟସଭା ସାଂସଦ ସହିତ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପ୍ରଭାରୀ ରହିଛନ୍ତି।

Read More

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଅହମ୍ମଦାବାଦରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଭାରତର କିମ୍ବଦନ୍ତୀ ଖେଳାଳି ସଚିନ୍ ତେନ୍ଦୁଲକରଙ୍କୁ ବିଶ୍ୱ ଦୂତ (ବ୍ରାଣ୍ଡ ଆମ୍ବାସାଡର) ଭାବରେ ନିଯୁକ୍ତ କରିଛି। ତେନ୍ଦୁଲକର ୬ ଥର ODI ବିଶ୍ୱକପରେ ଭାଗ ନେଇଛନ୍ତି। ଗୁରୁବାର ଦିନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବରୁ ସେ ବିଶ୍ୱକପ ଟ୍ରଫି ସହ ପଡ଼ିଆକୁ ଆସି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ। ତେନ୍ଦୁଲକର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, “୧୯୮୭ ରେ ଏକ ବଲ୍ ବୟ ହେବା ଠାରୁ ଆରମ୍ଭ କରି ୬ ଟି ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ବିଶ୍ୱକପ୍ ସର୍ବଦା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସୁଛି। ୨୦୧୧ ରେ ବିଶ୍ୱକପ୍ ଜିତିବା ମୋର କ୍ରିକେଟ୍ କ୍ୟାରିୟରର ଗର୍ବର ମୁହୂର୍ତ୍ତ ଅଟେ।” ସେ କହିଛନ୍ତି ଯେ, “ଏଠାରେ ଅନେକ ବିଶ୍ୱସ୍ତରୀୟ…

Read More

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖାଲିସ୍ତାନୀ ସମର୍ଥକମାନେ ଭାରତ ବିରୋଧରେ ବିଷ ବୁଣିବା ଆରମ୍ଭ କରିଛନ୍ତି। ନିକଟରେ ଖାଲିସ୍ତାନୀ ସମର୍ଥକଙ୍କ ଏକ ଦଳ ଲଣ୍ଡନରେ ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କରିଥିଲେ। ଖାଲିସ୍ତାନୀମାନେ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଏହି ପ୍ରଦର୍ଶନ କରିଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଭାରତୀୟ ତ୍ରିରଙ୍ଗାରେ ନିଆଁ ଲଗାଇ ଦେଇଥିଲେ। ଏହା ସହିତ ଦଳ ଖାଲସା ବ୍ରିଟେନର ନେତୃତ୍ୱ ନେଉଥିବା ଗୁରୁଚର ସିଂ ଭାରତୀୟ ଜାତୀୟ ପତାକା ଉପରେ ଗୋମୂତ୍ର ଢାଳିଥିଲେ। ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ପ୍ରତିବାଦରେ ଗୁରୁଚରନ୍ ସିଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବ୍ରିଟିଶ ଗୋମୂତ୍ର ପିଇବାକୁ ଚ୍ୟାଲେଞ୍ଜ କରିଥିଲେ। ତେବେ ବିରୋଧ ଆରମ୍ଭ ହେବା ମାତ୍ରେ ଗୁରୁଚରନ୍ ସିଂଙ୍କୁ ପୋଲିସ ଗିରଫ କରିଥିଲା। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ…

Read More

ନୂଆଦିଲ୍ଲୀ: ସିକ୍କିମରେ ମେଘ ଫାଟିବାରୁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ଉତ୍ତର ସିକ୍କିମରେ ଘଟିଛି। ତିସ୍ତା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଭାଙ୍ଗିଯାଇଛି। ଏହା ବ୍ୟତୀତ ନଦୀର ଜଳ ସ୍ତର ବୃଦ୍ଧି ହେତୁ ୨୦ରୁ ଅଧିକ ଯବାନ ମଧ୍ୟ ନିଖୋଜ ଥିବା କୁହାଯାଉଛି। ନିଖୋଜ ଯବାନମାନଙ୍କୁ ଖୋଜିବା ପାଇଁ ସେନା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ତିସ୍ତା ନଦୀରେ ବନ୍ୟା ହେବାର ମୁଖ୍ୟ କାରଣ ହେଉଛି ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ଯୋଗୁଁ କୁହାଯାଉଛି। ତିସ୍ତା ନଦୀରେ ବନ୍ୟା ହେତୁ ଜାତୀୟ ରାଜପଥ ୧୦ର ଏକ ବଡ଼ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି। ଜାତୀୟ ରାଜପଥ ୧୦ ର କିଛି ଅଂଶ ଭାଙ୍ଗିବା ହେତୁ ସିକ୍କିମର ରାଜଧାନୀ ଗାଙ୍ଗଟୋକ ଦେଶର ବାକି ଅଂଶ ସହିତ ସମ୍ପର୍କ କଟିଯାଇଛି।

Read More

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଶିବସେନା (ଉଦ୍ଧବ ବାଲା ସାହେବ ଠାକରେ) ସାଂସଦ ସଞ୍ଜୟ ରାଉତ ବିଜେପି ଉପରେ ଆକ୍ରମଣ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ପ୍ରଶ୍ନ କରିଛନ୍ତି ଯେ, ଇଡି ଏବଂ ସିବିଆଇ ଦ୍ୱାରା ବିରୋଧୀ ନେତାଙ୍କ ଉପରେ ଚଢାଉ କରି ୨୦୨୪ ସାଧାରଣ ନିର୍ବାଚନ କରିବାକୁ ଚାହୁଁଛି କି ବିଜେପି? ସଞ୍ଜୟ ରାଉତ କହିଛନ୍ତି ଯେ, ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ସିବିଆଇ ଏବଂ ଇଡି ବର୍ତ୍ତମାନ ଏକ ମାଧ୍ୟମ ପାଲଟିଛି। ରାଉତ ଦାବି କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟ କହିଛନ୍ତି ଯେ ବିଜେପି ଇଡି ଏବଂ ସିବିଆଇର ଅପବ୍ୟବହାର କରୁଛି। ପ୍ରଥମେ ସେମାନେ ଅଭିଷେକ ବାନାର୍ଜୀଙ୍କୁ ହଇରାଣ କରିଥିଲେ, ବର୍ତ୍ତମାନ ଏବେ ସଞ୍ଜୟ ସିଂଙ୍କୁ ହଇରାଣ କରୁଛନ୍ତି। କିନ୍ତୁ ଏଥିରୁ ସେମାନେ କିଛି ହାସଲ କରିପାରିବେ ନାହିଁ। ବିଜେପି ଶାସିତ ରାଜ୍ୟଗୁଡ଼ିକରେ କାହିଁକି ଚଢାଉ ହୋଇନାହିଁ?: ଶିବସେନା ନେତା…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବେ। ତାହା ହେଲା ଆଜି ଅପରାହ୍ନରେ ରାଜ୍ୟର ୫ ଟି ସ୍ଥାନରେ ଅତ୍ୟାଧୁନିକ ହସପିଟାଲ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ। ଏହି ହସପିଟାଲ ଗୁଡିକ ପିପିପି ମୋଡରେ କରାଯିବ। ସେହି ସ୍ଥାନଗୁଡିକ ହେଲା ଝାରସୁଗୁଡ଼ା, ଅନୁଗୋଳ, ବଡ଼ବିଲ ଓ ଭଦ୍ରକ। ସେଠାରେ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ପି.ପି.ପି. ମାଧ୍ୟମରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଉପସ୍ଥିତିରେ ଚୁକ୍ତି କରାଯିବ। ଖବର ଅନୁସାରେ ଝାରସୁଗୁଡାରେ ୧୨୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଟି ହସପିଟାଲ ଏବଂ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ ହସପିଟାଲ, ଅନୁଗୋଳରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟି ସ୍ପେସାଲିଟି ହସପିଟାଲ, ବଡବିଲରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ, ଭଦ୍ରକରେ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସିଆଲିଟ୍ ନିର୍ମାଣ ହେବ।

Read More

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର କୃଷି ଭବନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ନେତାମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଛାଡି ଦେଇଥିଲା। ଅଭିଷେକ ବାନାର୍ଜୀ ବାହାରକୁ ଆସିବା ମାତ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ରାଜ୍ୟରେ ହାରିଯାଇଥିବାରୁ ବିଜେପି ପଶ୍ଚିମବଙ୍ଗର ଲୋକଙ୍କ ଅଧିକାର ଛଡ଼ାଇ ନେଉଛି। ଅଭିଷେକ ବାନାର୍ଜୀ ଆହୁରି କହିଛନ୍ତି ଯେ, ଯେଉଁମାନେ ବଙ୍ଗଳାବାସୀଙ୍କ ପାଇଁ ଲଢୁଛନ୍ତି ସେମାନଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦିଆଯାଇଛି। ଆମେ ସେଠାରେ ଶାନ୍ତିରେ ବସିଥିଲୁ, କିନ୍ତୁ ମହିଳାଙ୍କ ସମେତ ଆମ ସମସ୍ତଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଯେଉଁଭଳି ଭାବରେ ଆମକୁ ନିଷ୍ଠୁର ଭାବରେ ଟାଣି ନିଆଯାଇଥିଲା ଏବଂ ଅପମାନିତ କରାଯାଇଥିଲା, ଆଜି ଗଣତନ୍ତ୍ର ପାଇଁ ଏକ କଳା ଦିନ ଏବଂ ଆମର ସାଂସଦମାନେ ଯେପରି ହଇରାଣ ହୋଇଥିଲେ…

Read More

ନୂଆଦିଲ୍ଲୀ: ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ୨୦୨୩ ଏସୀୟ ଗେମ୍ସରେ ଭାରତ ଇତିହାସ ସୃଷ୍ଟି କରିଛି। ୨୦୨୩ ଏସୀୟ କ୍ରୀଡାର ୧୧ ତମ ଦିନରେ ଦୁଇଟି ପଦକ ଜିତି ଭାରତ ଏସୀୟ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବା ପାଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ବାସ୍ତବରେ ୨୦୨୩ ଏସିଆନ୍ ଗେମ୍ସରେ ଭାରତ ବର୍ତ୍ତମାନ ୭୧ ପଦକ ପାଇଛି। ଏସିଆନ୍ ଗେମ୍ସର ଏକ ସଂସ୍କରଣରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ଭାରତ ଏସୀୟ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ୭୦ ପଦକ ଜିତିଥିଲା। ଜାକର୍ତ୍ତାରେ ଆୟୋଜିତ ୨୦୧୮ ଏସୀୟ ଗେମ୍ସରେ ଭାରତ ଏହି ରେକର୍ଡ ସୃଷ୍ଟି କରିଥିଲା। ସେଠାରେ ଭାରତ ୧୬ ଟି ସ୍ୱର୍ଣ୍ଣ, ୧୩ ଟି ରୌପ୍ୟ ଏବଂ ୩୧ ଟି ବ୍ରୋଞ୍ଜ ପଦକ ଜିତିଥିଲା। ୨୦୨୩ ଏସୀୟ କ୍ରୀଡାରେ ଏପର୍ଯ୍ୟନ୍ତ ଭାରତ ୧୬ ଟି ସ୍ୱର୍ଣ୍ଣ, ୨୬ ଟି ରୌପ୍ୟ ପଦକ ଏବଂ ୨୯…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ରେଞ୍ଜ ଅନ୍ତର୍ଗତ ଜାମୁଯୋରୀ ଗ୍ରାମର ଜଣେ ଲୋକଙ୍କୁ ଭାଲୁ କାମୁଡି ଦେବାରୁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମର ଅଇଁଠୁ ସେଠୀ (୫୬) ବର୍ଷ ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ନାକଟିଦେଉଳ ଡାକ୍ତରଖାନାକୁ ନେଇ ଥିଲେ। ତେବେ ଅଇଁଠୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡିଛି। ଅଇଁଠୁ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ତରଫରୁ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନ୍ୟାରିବାଡି ଗାଁ ମୁହଁରେ ସେହି ଗ୍ରାମର ସୁଶିଲ କୁମାର ମହାନ୍ତିଙ୍କ ମୃତ ଦେହ ପଡିଛି। ଆଜି ସକାଳୁ ଗାଁ ଲୋକ ଦେଖିଥିଲେ। ଯୁବକ ଟି ମୁହଁ ମାଡି ପଡି ରହିଥିବା ହେତୁ ପ୍ରଥମେ ପରିଚୟ ଜଣା ପଡୁନଥିଲା। ପୋଲିସ ଆସିଲା ପରେ ମୃତ ଦେହଟିକୁ ଓଲଟାଇଲା ପରେ ସେହି ଗ୍ରାମର ଯୁବକ ସୁଶିଲ ବୋଲି ଜଣା ପଡ଼ିଥିଲା। ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଛି ନା ସେ ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ସାପେକ୍ଷ। ସେ ସାନ ଉସ୍ତାପଡା ପଞ୍ଚାୟତରେ ଜି ଆର୍ ଏସ୍ ଭାବେ କାର୍ଯ୍ୟରତ ଥିଲେ। ଘଟଣାସ୍ଥଳରେ ବେଗୁନିଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ କନ୍ୟାରିବାଡି ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି। ତାଙ୍କୁ କେହି ହତ୍ୟା କରି ଏଠାରେ…

Read More

ଭୁବନେଶ୍ବର: ଶ୍ରଦ୍ଧାଙ୍କୁ ନେଇ ବର୍ତ୍ତମାନ ବିରୋଧୀ ଦଳ ଉଠୁଛନ୍ତି ପଡୁଛନ୍ତି। ସେ କିଏ, କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ରୋମ ଯାଇଥିଲା, ସରକାର କାହିଁକି ତାଙ୍କ ପାଇଁ ଟିକେଟ କଲେ ଇତ୍ୟାଦି। ଏହାକୁ ନେଇ ବିଧାନସଭାରେ ମଧ୍ୟ ବିରୋଧୀ ତାଙ୍କର ଫଟୋ ଧରି ହାଙ୍ଗାମା କଲେ। ହେଲେ ବିଧାନସଭା ଶେଷରେ ଏହାର ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ ଯେ, ଶ୍ରଦ୍ଧା ହେଉଛନ୍ତି ମୋର ଫିଜିଓଥେରାପିଷ୍ଟ। ତାଙ୍କୁ ମୋର ବଡ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ। ସେ ମୋର ଯତ୍ନ ନେବା ପାଇଁ ତାଙ୍କୁ କୁହାଯାଇଥିଲା। ହେଲେ ସେ କୌଣସି ସରକାରୀ କ୍ବାଟର ପାଇ ନାହାଁନ୍ତି କି ତାଙ୍କ ପାଇଁ ସରକାର କୌଣସି ଗସ୍ତ ଖର୍ଚ୍ଚ ବହନ କରି ନାହାଁନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗୃହରେ ଲୋକଙ୍କ ସମସ୍ୟା ସଂପର୍କରେ ଅଧିକ ସମୟ ଦେଲେ ଭଲ ହୁଅନ୍ତା।

Read More

ଭୁବନେଶ୍ୱର: କଟକରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଜି ପ୍ରଜାତନ୍ତ୍ରକୁ ପୁରୁଣା ପ୍ରଜାତନ୍ତ୍ର ଭାବେ ଦେଖିବା ପାଇଁ ଓଡ଼ିଶା ଅପେକ୍ଷା କରିଛି ବୋଲି କହିଛନ୍ତି। ସେହିପରି ପ୍ରଜାତନ୍ତ୍ର ସାମନ୍ତବାଦ ଓ ରୁଢିବାଦ ବିରୋଧରେ ସଂଘର୍ଷର ଏକ ପ୍ରତୀକ ଅଟେ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ସଭ୍ୟତାରେ ସମାଜ ଜାଗ୍ରତ ହୋଇ ସଚେତନତା ସୃଷ୍ଟି କରିବା ସହ ସମ୍ବେଦନଶୀଳ ହୋଇ ନିଜକୁ ସବୁବେଳେ ସମ୍ଭାଳିବାର ଶକ୍ତି ରଖେ । ପ୍ରଜାତନ୍ତ୍ର ସେଭଳି ଏକ ଆନ୍ଦୋଳନ । ଏହି ସମ୍ବାଦପତ୍ର କେବଳ ଜନତାଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ନୁହେଁ ବରଂ ଗାଁ ମଜଲିସ ମାଧ୍ୟମରେ ସାମ୍ବାଦିକ ଭାଷାକୁ ରୂପ ଦେବା ସହ ଓଡ଼ିଶାରେ ସାହିତ୍ୟକୁ ଆଗକୁ ନେବା…

Read More

ଭୁବନେଶ୍ବର: କେନ୍ଦ୍ରାପଡା ରସାବଳିକୁ ମିଳିଛି ଜିଆଇ ଟ୍ୟାଗ। ଫଳରେ ରସାବଳି ବ୍ୟବସାୟୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବହୁ ପୂର୍ବରୁ ଏହାକୁ ଜିଆଇ ମାନ୍ୟତା ପାଇଁ ଦାବୀ କରାଯାଉଥିଲା। ହେଲେ ତାହା ହୋଇପାରି ନ ଥିଲା। ବର୍ତ୍ତମାନ ଏହି ରସାଳ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ ହାସଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, “କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ। ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି। ଏହି ଅବସରରେ ସମଗ୍ର ଓଡ଼ିଶାବାସୀ, ଜିଲ୍ଲା ପ୍ରଶାସନ ବିଶେଷ କରି କେନ୍ଦ୍ରାପଡ଼ାବାସୀଙ୍କୁ ମୋର ଶୁଭେଚ୍ଛା।’

Read More

ଭୁବନେଶ୍ବର: ଆଉ କିଛି ସମୟ ପରେ ହେବ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ। ପୂର୍ବରୁ ଏହି ଉପନିର୍ବାଚନ ବେଳେ ହିଂସାକାଣ୍ଡ ଘଟିବାରୁ ତାହାକୁ ବନ୍ଦ ରଖାଯାଇଥିଲା। ଆଜି ପୁନଃର୍ବାର କଡା ସୁରକ୍ଷା ମଧ୍ୟରେ ଏହା କରାଯାଉଛି। ଓଡିଶା ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ଅନୁସାରେ ଏହି ଉପନିର୍ବାଚନ ପାଇଁ ଆଜି ଦିନ ୧୦ ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ। ସେହିପରି ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ଏହା ସରିବା ପରେ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଦିନ ସାଢ଼େ ୧୨ଟାରୁ ୨ଟା ଯାଏଁ ଭୋଟ ଗ୍ରହଣ କରାଯିବ।

Read More

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୪ତମ ଦିବସରେ ୧୯୪୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା ସମ୍ବଲପୁର, ବଲାଙ୍ଗୀର ଓ ନବରଙ୍ଗପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୯ଟି କଲେଜ ଏବଂ ୨ଟି ସ୍କୁଲ ଗସ୍ତ କରି ୮୪୮ ଛାତ୍ରଙ୍କ ଠାରୁ ୫୬ଟି ଆଇଡିଆ ସଂଗ୍ରହ କରିଛି। ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଗାୟତ୍ରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍, ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଲେଡି ଲୁଇସ୍ ବାଳିକା ହାଇସ୍କୁଲକୁ ପରିକ୍ରମା କରିଛି। ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ, ସରକାରି ମହିଳା ମହାବିଦ୍ୟାଳୟ ଓ ୟୁଭୋଦୟ କଲେଜ ଅଫ୍…

Read More

ନୂଆଦିଲ୍ଲୀ: ଅକ୍ଟୋବର ପହିଲା ପୂର୍ବାହ୍ନ ୧୦ଘଟିକା ସମୟରେ ସ୍ୱଚ୍ଛ ଭାରତ ମିଶନ ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କଲ। କୋଟି କୋଟି ଲୋକ ସ୍ୱେଚ୍ଛାକୃତ ଭାବେ ସେ ଦିନ ଆଗେଇ ଆସି ଶ୍ରମଦାନ ମାଧ୍ୟମରେ ଦେଶରେ ଏକ ବୃହତ୍ ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୟଂ ମଧ୍ୟ ଏହି ସ୍ୱେଚ୍ଛାକୃତ ଶ୍ରମଦାନ କରି ଏଥିରେ ସଫେଇ ଅଭିଯାନରେ ଲୋକପ୍ରିୟ ଫିଟ୍‌ନେସ୍ ଇନ୍‌ଫ୍‌ଏନ୍ସର ଅଙ୍କିତ ବୟନପୁରିଆଙ୍କ ସହ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ “ଦେଶ ଆଜି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ କାମ କରୁଥିବାବେଳେ ମୁଁ ଓ ଅଙ୍କିତ ମଧ୍ୟ ଏଥିରେ ସାମିଲ ହୋଇ ଶ୍ରମଦାନ କରିଥିଲୁ  ପରିଚ୍ଛନ୍ନତା  ବାହାରେ ଆମେ ମଧ୍ୟ ଫିଟ୍‌ନେସ୍ ଓ ସୁସ୍ଥତା ଉପରେ ଏହି ପ୍ରକ୍ରିୟାରେ ଗୁରୁତ୍ୱ ଦେଇଥିଲୁ। ଏହା ସ୍ୱଚ୍ଛ ଓ ସ୍ୱଚ୍ଛ ଭାରତ ଜିନ୍ଦବାଦ୍‌ର କଥା।” ଏହି ସ୍ୱେଚ୍ଛାକୃତ ସଫେଇ ଅଭିଯାନର…

Read More