ଭାଲୁ ଆକ୍ରମଣରେ ଜଣେ ଗୁରୁତର, ବୁର୍ଲା ସ୍ଥାନାନ୍ତର

Published: Oct 4, 2023, 10:50 am IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ରେଞ୍ଜ ଅନ୍ତର୍ଗତ ଜାମୁଯୋରୀ ଗ୍ରାମର ଜଣେ ଲୋକଙ୍କୁ ଭାଲୁ କାମୁଡି ଦେବାରୁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୂଚନାରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମର ଅଇଁଠୁ ସେଠୀ (୫୬) ବର୍ଷ ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ନାକଟିଦେଉଳ ଡାକ୍ତରଖାନାକୁ ନେଇ ଥିଲେ।

ତେବେ ଅଇଁଠୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡିଛି। ଅଇଁଠୁ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ତରଫରୁ ଚିକିତ୍ସା ପାଇଁ ଅର୍ଥ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related posts