ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମରେ ଘଟିଥିବା ପୋଲ ଦୁର୍ଘଟଣାରେ ଲୋକଙ୍କ ଜୀବନ ହାନି ପାଇଁ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ପିଏମଏନଆରଏଫରୁ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି: ମିଜୋରାମ ଦୁର୍ଘଟଣା ପାଇଁ ଦୁଃଖିତ। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି। ଲୋକଙ୍କ ଉଦ୍ଧାର ଅଭିଯାନ ଜାରି ରହିବା ଏବଂ ସବୁ ପ୍ରକାର ସହାୟତା ପାଇଁ ଯଥା ସମ୍ଭବ ଚେଷ୍ଟା ଚାଲିଛି।
Author: Samikhsya Bureau
ଭୁବନେଶ୍ୱର: ପ୍ରାଥମିକ ଶିକ୍ଷା ହେଉଛି ଶିଶୁର ସାମଗ୍ରିକ ବିକାଶର ମୂଳଦୁଆ। ଯେଉଁ ଠାରେ ଗୁଣାତ୍ମକ ଓ ଉନ୍ନତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରହିଛି, ସେହି ଦେଶ ବା ରାଜ୍ୟ ସେତିକି ବିକଶିତ ଓ ଉନ୍ନତ। ଉତ୍ତମ ପ୍ରାଥମିକ ଶିକ୍ଷା ଗ୍ରହଣ କଲେ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା, ଧନ୍ଦା ମୂଳକ ବା ଉନ୍ନତ ଜ୍ଞାନ କୌଶଳ ପାଇ ସେହି ଭୂଖଣ୍ଡ ଉନ୍ନ୍ନତ, ଦକ୍ଷ, କୁଶଳୀ ମାନବ ସମ୍ବଳ ପ୍ରାପ୍ତ କରି ସାମଗ୍ରିକ ସ୍ତରରେ ବିକାଶର ଚରମ ସୋପାନରେ ପହଂଚି ପରିବ। ବର୍ତ୍ତମାନର ଠିକା ଶିକ୍ଷକ ନିଯୁକ୍ତି ଶିକ୍ଷା ବ୍ୟବସ୍ଥାରେ ଘୋର ଅବନତି ର ବାଟ ଫିଟାଇବ ବୋଲି ଓଡ଼ିଶ ଅଭିଭାବକ ମହାସଂଘ ପ୍ରକାଶ କରିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ଠିକାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେମାନଙ୍କୁ ଜିଲ୍ଲାପରିଷଦ ଶିକ୍ଷକ ଓ ଷଷ୍ଠ ରୁ ଅଷ୍ଟମ…
ଭୁବନେଶ୍ଵର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ମା’ ଭଗବତୀଙ୍କ ଦର୍ଶନରେ ଆସିଥିଲେ। ଏହି ଅବସରରେ ରାଜ୍ୟପାଳ ତାଙ୍କର ନିଜସ୍ୱ ଗ୍ରାମ ଗୋଡ଼ିଝରକୁ ଯାଇଥିଲେ। ସେଠାରେ ତାଙ୍କ ସ୍ୱର୍ଗତ ପିତାଙ୍କର ଆରାଧ୍ୟ ବାଲୁଙ୍କେଶ୍ୱରଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ମାତାପିତାଙ୍କ ସମାଧି ସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ରାଜ୍ୟପାଳ ଶ୍ରୀହରିଚନ୍ଦନଙ୍କୁ ନାଚୁଣି, ବାଣପୁର, ଗମ୍ଭାରିମୁଣ୍ଡା ଆଦି କେତେକ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପରୀପ୍ରେକ୍ଷିରେ ରାଜ୍ୟପାଳ ବାଣପୁର ଓ ଚିଲିକାବାସୀଙ୍କୁ ତାଙ୍କର ପୂର୍ବକୀର୍ତ୍ତି, ଗୌରବକୁ ମନେପକାଇ କହିଥିଲେ, ତୁମର ପୂର୍ବପୁରୁଷମାନେ ଲଢ଼ୁଆ ବୀର ଯୋଦ୍ଧା ଥିଲେ। ଯାହାଙ୍କ ପରାକ୍ରମ ଓ ସାହାସିକତା ଫିରିଙ୍ଗିମାନଙ୍କୁ ଭୟଭୀତ କରି ରଖିଥିଲା। ତୁମର ରକ୍ତରେ ସେଇ ବୀର ଦାୟଦଙ୍କର ପରାକର୍ମର ରକ୍ତ ବହୁଛି। ବାଣପୁର, ଚିଲିକାର ମାଟି ହେଉଛି ଏକ ବୀରଜାତୀର ମାଟି। ଏ ମାଟିକୁ ଚୁପୁଡ଼ି ଦେଲେ ଝରି…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍ଷ୍ଟାଣ୍ଟ ଉଦ୍ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି। ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ସମସ୍ତ ବସ୍ଷ୍ଟାଣ୍ଡ ସଂପୂର୍ଣ୍ଣ ହେଲେ, ରାଜ୍ୟର ୨ କୋଟି ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ବସ୍ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସ୍ଷ୍ଟାଣ୍ଡ। ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲ୍ବଧ ଅଛି। ଏହାସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ୍ ର ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ପରିବହନ ସେବା ପାଇଁ ଆଉ ସରକାରୀ ଅଫିସକୁ ଯିବା ଆବଶ୍ୟକତା ରହିବ ନାହିଁ।…
ଭୁବନେଶ୍ବର: ଆଜି ସଂଧ୍ୟାରେ ଚନ୍ଦ୍ରଯାନ-3 ନିରାପଦ ଭାବେ ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି। ଫଳରେ ସାରା ଭାରତରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି। ସେହିପରି ସାରା ବିଶ୍ବ ମଧ୍ୟ ଭାରତର ଏହି ସଫଳତାକୁ ନେଇ ବେଶ ଖୁସି ପ୍ରକଟ କରିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋର ବୈଜ୍ଞାନିକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଭାରତ ପାଇଁ ଓକ ଐତିହାସକର ଦିନ। ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣମେରୁକୁ ସ୍ପର୍ଶ କରିପାରିଛି। ଏହି ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ଦିନ, ବିଶ୍ବର ମାନବ ଜାତି ପାଇଁ ଏକ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ବୈଜ୍ଞାନିକଙ୍କୁ ଅଭନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ବାଲୁଗାଁ ଥାନା ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଚିଲିକାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସୂଚନା ମୁତାବକ ଚନ୍ଦ୍ରାପୁଟ ଗ୍ରାମର ଗୋଦାବରୀ ଦାସଙ୍କ ପୁଅ ପ୍ରମୋଦ ଦାସ (୩୪) ସବୁଦିନ ପରି ଆଜି ମଧ୍ୟ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ଚିଲିକା ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଅନ୍ୟ ଧୀବରଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲୁଗାଁ ପୋଲିସ ପହଞ୍ଚି କେଶ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ବର୍ଗ…
ନୂଆଦିଲ୍ଲୀ: ଭାରତ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ମଡ୍ୟୁଲ (ଏଲଏମ) ଆଜି ସନ୍ଧ୍ୟାରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ISRO ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଆମେ ଚନ୍ଦ୍ର ଉପରେ ପାଦ ରଖିଛୁ। ସେ କହିଛନ୍ତି ଯେ, ଆମେ ଚନ୍ଦ୍ରରେ ‘ସଫ୍ଟ ଲ୍ୟାଣ୍ଡିଂ’ରେ ସଫଳତା ହାସଲ କରିଛୁ, ଭାରତ ଚନ୍ଦ୍ରରେ ଅଛି। ବାସ୍ତବରେ ଦକ୍ଷିଣ ମେରୁରେ ପହଞ୍ଚିବା ଭାରତ ପ୍ରଥମ ଦେଶ ହୋଇପାରିଛି। ଭାରତ ପୂର୍ବରୁ କେବଳ ଆମେରିକା, ଚୀନ୍ ଏବଂ ତତ୍କାଳୀନ ସୋଭିଏତ୍ ୟୁନିଅନ୍ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛି।
ନୂଆଦିଲ୍ଲୀ: ଆଜି ଭାରତ ଇତିହାସ ସୃଷ୍ଟି କରିଛି। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ -୩ ସଫଳତାର ସହିତ ଅବତରଣ କରିଛି। ସମଗ୍ର ଦେଶରେ ଉତ୍ସବ ଆରମ୍ଭ ହୋଇଛି। ଚନ୍ଦ୍ରଯାନ -୩ ର ସଫଳ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆଇଏସଆର ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚନ୍ଦ୍ରଯାନ -୩ ର ଚନ୍ଦ୍ରରେ ସଫଳ ସଫ୍ଟ ଲ୍ୟାଣ୍ଡିଂ ଐତିହାସିକ ଅଟେ। ଏହି ମୁହୂର୍ତ୍ତଟି ଭାରତର, ଏହା ଲୋକଙ୍କର ଅଟେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ୨୩ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମହାମହିମ ସିରିଲ୍ ରାମାଫୋସାଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ପ୍ରତିରକ୍ଷା, କୃଷି, ବାଣିଜ୍ୟ ଓ ପୁଞ୍ଜି ନିବେଶ, ସ୍ୱାସ୍ଥ୍ୟ, ସଂରକ୍ଷଣ ଏବଂ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗରେ ନିରନ୍ତର ସମନ୍ୱୟ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ରାଷ୍ଟ୍ରପତି ରାମାଫୋସା ଭାରତର ଜି- ୨୦ ଅଧ୍ୟକ୍ଷତାକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଆଫ୍ରିକୀୟ ସଂଘକୁ ଜି- ୨୦ର ପୂର୍ଣ୍ଣ ସଦସ୍ୟତା ଦେବା ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଜି- ୨୦ ଶିଖର ସମ୍ମିଳନୀ ପାଇଁ…
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଚନ୍ଦ୍ରପୃଷ୍ଟରେ ଅବତରଣ କରିବ ଚନ୍ଦ୍ରଯାନ3। ସେଥିପାଇଁ ଇସ୍ରୋର ବୈଜ୍ଞାନିକମାନେ ଫୁଲ ଦମରେ ଲାଗିଯାଇଛି। ଏହାର ସଫଳ ଅବତରଣ ପାଇଁ ବିଭିନ୍ନ ସ୍ଥାନରେ ପୂଜାପାଠ କରାଯାଉଛି। ସମସ୍ତେ ବର୍ତ୍ତମାନ ଅନେଇ ବସିଛନ୍ତି ଚନ୍ଦ୍ରପୃଷ୍ଟରେ ବର୍ତ୍ତମାନ କଣ ଘଟିବ। କାରଣ ଚନ୍ଦ୍ରଯାନ-2 ବିଫଳ ହେବା ବେଳେ ଏଥର ବୈଜ୍ଞାନିକମାନେ ବେଶ ସାବଧାନତାର ସହ କାର୍ଯ୍ୟ କରୁଛନ୍ତି। ତେବେ ଏହି ଚନ୍ଦ୍ରପୃଷ୍ଟର ଅବତରଣକୁ ଯଦି ଆପଣ ସିଧା ପ୍ରସାରଣ ଦେଖିବାକୁ ଚାହାଁନ୍ତି ତେବେ ନିମ୍ନରେ ଥିବା ଲିଙ୍କକୁ କ୍ଲିକ କରନ୍ତୁ। • ISRO Website https://isro.gov.in • YouTube https://youtube.com/watch?v=DLA_64yz8Ss • Facebook https://facebook.com/ISRO • DD National TV
ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଫିଲ୍ମ ଗଦର-୨ କମାଲ କରୁଛି। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ରୋଜଗାରର ରେକର୍ଡ ଭାଙ୍ଗୁଛି। ଗଦର-୨ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରୁଛି। ସନ୍ନି ଦେଓଲଙ୍କ ହାତୁଡ଼ି ଚାଲିଛି ଏବଂ ଗଦର-୨ ବକ୍ସ ଅଫିସରେ ଉଡ଼ୁଛି। ଗଦର-୨ ବର୍ତ୍ତମାନ ୪୦୦ କୋଟିର କ୍ଲବରେ ଯୋଗ ଦେଇଛି। ଏହି ଚଳଚ୍ଚିତ୍ରଟି ମାତ୍ର ୧୨ ଦିନ ମଧ୍ୟରେ ୪୦୦ କୋଟି ମାର୍କ ଅତିକ୍ରମ କରିଛି। ସନ୍ନି ଦେଓଲ ଏବଂ ଅମିଶା ପଟେଲ ପୁଣି ଥରେ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଆସନ୍ତୁ ଜାଣିବା ଦ୍ଵାଦଶ ଦିନରେ ଗଦର ୨ କେତେ ରୋଜଗାର କରିଛି। ଗଦର ୨ ର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରୁଛି। ଗଦର-୨ ଉଦଘାଟନୀ ଦିନ ୪୦.୧୦ କୋଟି ସଂଗ୍ରହ କରିଥିଲା। ଯାହା ପରେ ଫିଲ୍ମଟି ପ୍ରତିଦିନ ଭଲ କଲେକ୍ସନ୍ କରୁଛି। ଗଦର-୨ ପ୍ରଥମ ସପ୍ତାହ…
ଭୁବନେଶ୍ବର: ଆଜି ଚନ୍ଦ୍ରଯାନ-3 ର ସଫଳତା ସାରା ବିଶ୍ବ ଅନେଇ ରହିଛି। ଏହା କିପରି ଚନ୍ଦ୍ରପୃଷ୍ଠରେ ଅବସ୍ଥାନ କରିବ ସେ ନେଇ ସାରା ଦେଶରେ ଆରମ୍ଭ ହୋଇଯାଇଛି ଉତ୍ସୁକତା। ଅନେକ ସ୍ଥାନରେ ମଧ୍ୟ ଚାଲିଛି ପୂଜାପାଠ। ଏହିପରି ପରିସ୍ଥିତିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରୁ ଏହାର ସଫଳତା କାମନା କରିଛନ୍ତି। ବାଲୁକା କଳା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆମେରିକା ଗସ୍ତରେ ଥିବା ସୁଦର୍ଶନ ସେଠାରେ ନିର୍ମାଣ କରିଛନ୍ତି ଏକ ବାଲୁକା କଳା। ସେ ସେଠାରେ 25 କିଲୋ ବାଲିରେ ନିର୍ମାଣ କରିଛନ୍ତି ଚନ୍ଦ୍ରଯାନ3 ର ସଫଳତା କଳା। ଏଥିରେ ସେ ଚନ୍ଦ୍ରପୃଷ୍ଠର ଛବି କଳାମାଧ୍ୟମରେ କରିଥିବା ବେଳେ ଭାରତର ଜାତୀୟ ପତାକାକୁ ସ୍ଥାପନ କରିଛନ୍ତି। ଏଥିରେ ସେ ଜୟ ହୋ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ବାଲୁକା କଳା କରିବା ପାଇଁ ସୁଦର୍ଶନଙ୍କୁ ପ୍ରାୟ 45 ମିନିଟ ସମୟ ଲାଗିଥିଲା।
ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରେଥା ଥାଭିସିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଥାଭିସିନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଥାଇଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଉଚ୍ଚସ୍ତରକୁ ନେବା ଲାଗି ମୁଁ ଆପଣଙ୍କ ସହ ମିଶି କାମ କରିବା ପାଇଁ ଉତ୍ସୁକ।’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଇଲଗ (ବ୍ରିକ୍ସ ବ୍ୟବସାୟ ମଂଚ ନେତୃ ମଣ୍ଡଳୀଙ୍କ ଆଲୋଚନା) ରେ ଅଂଶଗ୍ରହଣ କରିଛନ୍ତି। ବ୍ରିକ୍ସ ବିଜନେସ ଫୋରମର ଆଲୋଚନା ସମ୍ପର୍କରେ ନେତା ମାନଙ୍କୁ ଅବଗତ କରାଯାଇଥିଲା। ସାମାଜିକ ଓ ଅର୍ଥନୈତିକ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ପ୍ରଯୁକ୍ତି ଭିତ୍ତିକ ସମାଧାନ ଗୁଡିକ ସମେତ ବ୍ୟବସାୟକୁ ସୁଗମ କରିବା ନିମନ୍ତେ ଭାରତ ଗ୍ରହଣ କରୁଥିବା ବିଭିନ୍ନ ସଂସ୍କାର ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଭାରତର ବିକାଶମୂଳକ ଯାତ୍ରାରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବ୍ରିକ୍ସ ବ୍ୟବସାୟୀ ନେତା ମାନଙ୍କୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୋଭିଡ୍ ସହାୟତା ଭିତ୍ତିକ ଏବଂ ଅନ୍ତର୍ଭୁକ୍ତି ଯୋଗାଣ ଶୃଙ୍ଖଳାର ଗୁରୁତ୍ୱ ଉପରେ ଆଲୋକପାତ କରି ଦେଇଛି ଏବଂ ଏହି କାରଣରୁ ପାରସ୍ପରିକ ବିଶ୍ୱାସ ଏବଂ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯିବା ଦରକାର।…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମ୍ପର୍କରେ ଲକ୍ଷ୍ନୌରେ ଚାଲିଥିବା ବହୁଜନ ସମାଜବାଦୀ ପାର୍ଟିର ବୈଠକ ଶେଷ ହୋଇଛି। ଏହି ନିର୍ବାଚନକୁ ନେଇ ରଣନୀତି ବୈଠକରେ ସମୀକ୍ଷା ହୋଇଛି। ଏହି ବୈଠକ ସମ୍ପର୍କରେ ଦଳ ଦେଇଥିବା ପ୍ରେସ ନୋଟରେ କୁହାଯାଇଛି ଯେ, ବହୁଜନ ସମାଜବାଦୀ ପାର୍ଟି କେବଳ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହା ସହିତ ଦଳକୁ ମଜବୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟ ସଭା ଆଧାରରେ ପ୍ରତ୍ୟେକ ଗ୍ରାମରେ ସଂଗଠନ ଏବଂ କ୍ୟାଡରକୁ ମଜବୁତ କରିବାକୁ ବିଏସପି ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ସହିତ ଦଳର ଜନାଧାର ବୃଦ୍ଧି ପାଇଁ ପୁରୁଣା ଭୁଲଗୁଡ଼ିକୁ ହଟାଇବାକୁ ସେ କହିଛନ୍ତି। ଏହି ବୈଠକରେ ମାୟାବତୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମେଣ୍ଟ ହେତୁ ବିଏସପି ଲାଭ ବଦଳରେ କ୍ଷତିର ସମ୍ମୁଖୀନ ହେଉଛି। ବିଏସପି ଭୋଟ୍ ଅନ୍ୟ ଦଳକୁ ସ୍ଥାନାନ୍ତରିତ ହୋଇଛି, କିନ୍ତୁ ଅନ୍ୟ ଦଳର ଭୋଟ୍ BSP କୁ ଆସିପାରୁନାହିଁ।
ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ଲାୟନ୍ସ କ୍ଲବ୍ର ଅଧୁଷ୍ଠାନ ଉତ୍ସବ ସଭାପତି ଲାୟନ୍ସ ଇ.ଅରୁଣ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ ଓ ଲାୟନ୍ ହରିହର ଦାଶ ଯୋଗଦେଇ ଲାୟନ୍ସ କ୍ଲବର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରି ଏହାକୁ ଆହୁରି ବ୍ୟାପକ କରିବାକୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୦୨୩-୨୪ ପାଇଁ ସଭାପତି ରୂପେ ଲାୟନ୍ସ ବି.ମୋହନ ପାତ୍ର, ସଂପାଦକ ଲାୟନ୍ସ ବି.ଭେଙ୍କଟରମଣ ମୂର୍ତ୍ତି, କୋଷାଧ୍ୟକ୍ଷ ଲାୟନ୍ସ କେ.ରାଜକିଶୋର ପାତ୍ରଙ୍କୁ ମନୋନୀତ କରାଯାଇଥିଲା। ଅଧିଷ୍ଠାନ ଅଧିକାରୀ ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ। ଏହି ଅବସରରେ ବ୍ଲକ୍ସ୍ତରରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା…
ନୂଆଦିଲ୍ଲୀ: ଆଜି ମିଜୋରାମରେ ଏକ ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡି ପଡିଛି। ଏହି ଘଟଣାରେ ୧୭ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଅଧିକାରୀ କହିଛନ୍ତି ଯେ, ଅନେକ ଲୋକ ଘଟଣାସ୍ଥଳରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ଯେ, ବ୍ରିଜ ଭୁଶୁଡ଼ିବା ବେଳେ ପ୍ରାୟ ୩୫ ରୁ ୪୦ ଜଣ କର୍ମଚାରୀ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି।
ନୂଆଦିଲ୍ଲୀ: ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ -୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ କିଛି ଘଣ୍ଟା ଦୂରରେ। ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬:୦୪ ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି ଆଶା କରାଯାଉଛି। ଏହି ମିଶନ ହେତୁ, ISRO ବୈଜ୍ଞାନିକମାନେ ସର୍ବତ୍ର ପ୍ରଶଂସିତ ହେଉଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ମିଶନକୁ ସଫଳ କରିବାକୁ ଚେଷ୍ଟା କରିଥିବା ବୈଜ୍ଞାନିକମାନେ ୧୭ ମାସ ପର୍ଯ୍ୟନ୍ତ ଦରମା ପାଇ ନାହାଁନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, “ଆମର ISRO ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ କୁ ଚନ୍ଦ୍ରରେ ଅବତରଣ କରିବା ପାଇଁ ଏକ ସଫଳ ପ୍ରୟାସ କରିଛନ୍ତି। ଆମେ ପ୍ରାର୍ଥନା କରୁଛୁ ଯେ, ଚନ୍ଦ୍ରଯାନଙ୍କ ସଫଳ ଅବତରଣ ହେଉ। କିନ୍ତୁ ଖବରକାଗଜରେ ଖବର ଆସୁଛି…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟ ଟ୍ରାକ କଡ଼ରେ ଏକ ମୃତ ଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଲୋକ ଉକ୍ତ ଷ୍ଟେସନ ଟ୍ରାକ କଡ଼ରେ ଏକ ମୃତ ଦେହ ପଡିଥିବାର ଦେଖିବାକୁ ପାଇ ସ୍ଥାନୀୟ ବାଲୁଗାଁ ଆରପିଏଫ କୁ ସୂଚନା ଦେଇଥିଲେ। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଏକ ଜିନ୍ସ ପ୍ୟାଣ୍ଟ ଓ ନୀଳ ରଙ୍ଗ ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ ଜିଆରପି ତଦନ୍ତ ପରେ ଘଟଣା ସାମ୍ନାକୁ ଆସିବ। କିଛି ସମୟ ମଧ୍ୟରେ ଜିଆରପି ଉକ୍ତ ସ୍ଥାନରେ ପହଞ୍ଚିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ୪୯ ବର୍ଷ ବୟସରେ କର୍କଟ ରୋଗ ହେତୁ ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍ ଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଛି। ଏହି ସମୟରେ, ତାଙ୍କ ପୂର୍ବତନ ସାଥୀ ହେନେରୀ ଓଲଙ୍ଗା, ହିଥ ଷ୍ଟ୍ରିକ୍ ଙ୍କ ମୃତ୍ୟୁ ଖବର ଦେଇଥିବା ବେଳେ ବର୍ତ୍ତମାନ ଷ୍ଟ୍ରିକ୍ ଜୀବନ୍ତ ବୋଲି ସେ ଦାବି କରିଛନ୍ତି ଏବଂ ସେ ନିଜେ ମେସେଜ୍ କରି ଏହା ନିଶ୍ଚିତ କରିଛନ୍ତି। ହେନେରୀ ଓଲଙ୍ଗା ପୂର୍ବରୁ ଟୁଇଟ୍ କରି ଏହି ସୂଚନା ସେୟାର କରିଥିଲେ ଯେ, ଦୁଃଖଦ ଖବର ଆସିଛି ଯେ ହିଥ ଷ୍ଟ୍ରିକ୍ ବର୍ତ୍ତମାନ ଅନ୍ୟ ଦୁନିଆକୁ ଚାଲିଯାଇଛନ୍ତି। ଜିମ୍ବାୱେ କ୍ରିକେଟର ମହାନ କ୍ରିକେଟରଙ୍କ ଆତ୍ମାକୁ ଶାନ୍ତି ମିଳୁ। ଆପଣଙ୍କ ସହ ଖେଳିବା ଏକ ଗୌରବର ବିଷୟ। ଏଥି ସହିତ ଏହି ଟ୍ୱିଟକୁ ଡିଲିଟ କରିବା ସହିତ ସେ ହିଥ ଷ୍ଟ୍ରିକ୍ ଜୀବନ୍ତ…
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଆଜି ଦେଶର ଗଣମାଧ୍ୟମକୁ ଭାରତର ଚନ୍ଦ୍ରୟାନ- ୩ ଲ୍ୟାଣ୍ଡିଂ କାର୍ଯ୍ୟକ୍ରମକୁ ପ୍ରସାରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଏହି ମିଶନକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହି ଭାରତୀୟ ବୈଜ୍ଞାନିକ ତଥା ମହାକାଶ ସମ୍ପ୍ରଦାୟକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ମଙ୍ଗଳବାର ଦିନ X ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଫୱାଦ ଚୌଧୁରୀ ଲେଖିଛନ୍ତି ଯେ, ପାକ୍ ଗଣମାଧ୍ୟମ ଆସନ୍ତାକାଲି ସନ୍ଧ୍ୟା ୬: ୧୫ ରେ ଚନ୍ଦ୍ରଯାନଙ୍କ ଚନ୍ଦ୍ର ଅବତରଣକୁ ସିଧା ପ୍ରସାରଣ କରିବା ଉଚିତ୍ … ମାନବ ଜାତି ପାଇଁ ଏହା ଐତିହାସିକ ମୁହୂର୍ତ୍ତ, ବିଶେଷ କରି ଲୋକମାନଙ୍କୁ, ବୈଜ୍ଞାନିକମାନଙ୍କୁ ଏବଂ ଭାରତୀୟଙ୍କ ସ୍ପେସ୍ ଏଜେନ୍ସିକୁ….ଅନେକ ଅନେକ ଅଭିନନ୍ଦନ। ଚନ୍ଦ୍ରୟାନ -୩ ଅବତରଣ ପାଇଁ ଭାରତ ପ୍ରସ୍ତୁତ: ଏହି ସମୟରେ, ଭାରତ ଆଜି ସନ୍ଧ୍ୟାରେ ଚନ୍ଦ୍ର ମିଶନ ଚନ୍ଦ୍ରଯାନ -୩ ଅବତରଣ କରିବାକୁ ଯାଉଛି।…

