Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧୂପକାଠି ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଳିଲା ସାଇକେଲ
ବିଶେଷ ଖବର

ଧୂପକାଠି ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଳିଲା ସାଇକେଲ

September 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଧୂପକାଠି ପ୍ରସ୍ତୁତକାରୀ
ଧୂପକାଠି ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ମିଳିଲା ସାଇକେଲ

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଓରମାସ୍‌ ମୁଖ୍ୟାଳୟ ପରିସରରେ ଆଜି ଓରମାସ ଏବଂ ଆଇ.ଟି.ସି.ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗ୍ରାମୀଣ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏଭଳି ପ୍ରୋତ୍ସାହନ ସେମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ।

ଏହା ଦ୍ୱାରା ଅଧିକରୁ ଅଧିକ ମହିଳା ଧୂପକାଠି ପ୍ରସ୍ତୁତ ଭଳି ଲଘୁ ଉଦ୍ୟୋଗ କାର୍ଯ୍ୟରେ ନିଜକୁ ସାମିଲ କରି ଭଲ ରୋଜଗାର ମଧ୍ୟ କରିପାରିବେ। ଓରମାସ ଏବଂ ଆଇଟିସିର ଏଭଳି ପଦକ୍ଷେପକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ ଓରମାସ ଏଭଳି ପଦକ୍ଷେପମାନ ଗ୍ରହଣ କରି ଗ୍ରାମୀଣ ଓଡ଼ିଶାର ଅର୍ଥନୀତିକୁ ଅଧିକ ସଶକ୍ତ କରିବାରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାବ୍ୟକ୍ତ କରିଥିଲେ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁୁ ସାଇକେଲ ପ୍ରଦାନ ଅବସରରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନି କହିଥିଲେ ଯେ ଏହି ସାଇକଲ ବଣ୍ଟନ ଆଗାମୀ ଦିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରେରଣା ଯୋଗାଇବ। ସେମାନେ ଖାଲି ଯେ ଆତ୍ମନିର୍ଭରଶୀଳ ହୋଇପାରିବେ ତା ନୁହେଁ ବରଂ ପରିବାର ଅନ୍ୟ ସଦସ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜି ପାରିବେ।

ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିଭର୍ରଶୀଳ କରିବା ଓ ଏ ଦିଗରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବାରୁ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଆଇ.ଟି.ସିକୁ ଧନ୍ୟବାଦ ଜଣାଇଥିଲେ। ନିଜ ଘରୁ, ସାଇକେଲ ଚଳାଇ ଧୂପକାଠି କ୍ଲଷ୍ଟରକୁ ଯିବା ଏବଂ ଏଥିପାଇଁ କାହା ଉପରେ ନିର୍ଭରଶୀଳ ନ ହେବା ସେମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବ। ଏଥିସହ ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଓଡ଼ିଶାର ବିକାଶ ଦିଗରେ ଓରମାସର ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନି, ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆଇଟିସି-ଏମ୍‌ଏବି, ଚେନ୍ନାଇର ମୁଖ୍ୟ ପରିଚାଳକ ଶ୍ରୀ ଏମ. ମୁଲରୀଧରଙ୍କ ଉପସ୍ଥିତିରେ ଧୂପକାଠି ପ୍ରସ୍ତୁତ କରୁଥିବା ୩୦ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଅମାତ ସାଇକେଲ ପ୍ରଦାନ କରିଥିଲେ।

ବିଭିନ୍ନ ଜିଲ୍ଲାରେ ଧୂପକାଠି ପ୍ରସ୍ତୁତ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଧୂପକାଠି ତିଆରି କରୁଥିବା ୨୦୦ ଜଣ ରୋଲର୍ସଙ୍କୁ ଏହି ସାଇକଲ ବଣ୍ଟନ କରାଯିବ। ଧୂପକାଠି ତିଆରି ପାଇଁ, ଘରୁ ପ୍ରତିଦିନ କାରଖାନାକୁ ଚାଲି ଚାଲି ଆସୁଥିବା ଗ୍ରାମୀଣ ମହିଳାଙ୍କ ଯାତାୟତର ସୁବିଧା ପାଇଁ ଆଇଟିସି-ଏମ୍‌ଏବି,ଚେନ୍ନାଇ ଏହି ସାଇକଲ ଯୋଗାଇ ଦେଇଛନ୍ତି।

୨୦୦୯ ମସିହାରେ ଓରମାସ ଏବଂ ଦେଶର ଅଗ୍ରଣୀ କର୍ପୋରେଟ ବ୍ୟବସାୟ ପ୍ରତିଷ୍ଠାନ ଆଇ.ଟି.ସି, ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଅନୁସାରେ ଆଇଟିସି ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଧୂପକାଠି ପ୍ରସ୍ତୁତ କରି ଯୋଗାଇ ଦେବା ପାଇଁ ସମସ୍ତ କଂଚାମାଲ ସହିତ ପ୍ରସ୍ତୁତ ଧୂପକାଠିକୁ ମଙ୍ଗଳଦୀପ୍‌ ନାମରେ ବ୍ରାଣ୍ଡିଂ ଏବଂ ପ୍ୟାକେଜିଂ କରି ବଜାରକୁ ବିକ୍ର ପାଇଁ ପଠାଉଛି।

ଏହି ପ୍ରକଳ୍ପରେ ସାମିଲ ହୋଇ ମହିଳା ଏସ୍‌.ଏଚ୍‌.ଜି ସଦସ୍ୟାମାନେ ଭଲ ରୋଜଗାର କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଆଶାତୀତ ଉନ୍ନତି ଆଣିପାରିଛନ୍ତି। ଏହି ଲଘୁ ଉଦ୍ୟୋଗ ଧୂପକାଠି ପ୍ରସ୍ତୁତିରେ ଅଧିକରୁ ଅଧିକ ମହିଳାଙ୍କୁ ନିୟୋଜନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଇ.ଟି.ସି ବିଭିନ୍ନ ସମୟରେ ଅନେକ କଲ୍ୟାଣମୂଳକ ପଦକ୍ଷେପମାନ ହାତକୁ ନେଇଛି । ବର୍ତ୍ତମାନ ଏହି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଆଦି ୧୨ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି।

ଓରମାସର ଜିଲ୍ଲାସ୍ତରୀୟ ୟୁନିଟ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୩୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକଳ୍ପ ଅଧିନରେ ଧୂପକାଠି ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଆଇଟିିସି ଓଡ଼ିଶାରେ ଧୂପକାଠି ପ୍ରସ୍ତୁତି ପାଇଁ ୧୦୦୦ରୁ ଅଧିକ ପେଡାଲ ଚାଳିତ ମେସିନ ବିନା ମୂଲ୍ୟରେ ଯୋଗାଇ ଦେଇଛି।

ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା, ଓରମାସ୍‌ ମାସିକ ପ୍ରାୟ ୩୦ ମେଟ୍ରିକ ଟନ୍‌ ଧୂପକାଠି ପ୍ରସ୍ତୁତ କରି ଆଇ.ଟି.ସିକୁ ଯୋଗାଇ ଦେଉଛି। ଏହି ଯୋଜନାରେ କାମ କରୁଥିବା ମହିଳା ହିତାଧିକାରୀଙ୍କ ହାରାହାରି ମାସିକ ଆୟ ୩-୪ ହଜାର ଟଙ୍କା ହେଉଥିବାବେଳେ, ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ବିକଳ୍ପ ସ୍ଥାୟୀ ଜୀବିକା ହୋଇପାରିଛି।

SHG ଏସଏଚଜି ପଞ୍ଚାୟତରାଜ ପଞ୍ଚାୟତରାଜ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026
Latest News

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.