Author: Samikhsya Bureau

ନୂଆଦିଲ୍ଲୀ: ଲାଲ୍ କିଲାର ପ୍ରଚୀରରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 77ତମ ସ୍ବାଧୀନତା ଦିବସ ଅବସରରେ ଆଜି କହିଛନ୍ତି ଯେ ସରକାର ଗ୍ରାମରେ 2 କୋଟି ‘ଲକ୍ଷପତି ଦିଦି’ କରିବାର ଲକ୍ଷ୍ୟ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସହିତ କାମ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି 10 କୋଟି ମହିଳାମାନେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ସାମିଲ୍ ରହିଛନ୍ତି। ‘‘ଗାଁ ରେ ଆଜି ସଭିଙ୍କୁ ବ୍ୟାଙ୍କରେ ଦିଦି, ଅଙ୍ଗନବାଡ଼ିରେ ଦିଦି ଏବଂ ଔଷଧ ଉପଲବ୍ଧ କରାଇବା ପାଇଁ ଦିଦି ମିଳିପାରିବେ।’’ ପ୍ରଧାନମନ୍ତ୍ରୀ କୃଷି ପ୍ରଯୁକ୍ତି ବିଷୟରେ କହିଛନ୍ତି ଏବଂ ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର କ୍ଷମତାର ଲାଭ ଉଠଇବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 15,000 ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଚଲାଇବା ଏବଂ ଏହାର ମରାମତି ପାଇଁ ଋଣ ଓ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ…

Read More

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥୀ। ୨୦୧୮ ଅଗଷ୍ଟ ୧୬ ତାରିଖରେ ତାଙ୍କର ମହାପ୍ରୟାଣ ଘଟିଥିଲା। ଏହି ପରିପ୍ରେକ୍ଷୀରେ ଆଜି ତାଙ୍କର ସମାଧୀ ପିଠ ସଦୈବ ଅଟଳ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମନ୍ତ୍ରୀ ପୀୟୁଶ ଗୋଏଲ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

Read More

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ବିଜେପିର ଶୀର୍ଷ ନେତାଙ୍କ ତୃତୀୟ ବୈଠକ ଚଳିତ ମାସ ଶେଷ ଆଡ଼କୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ମେଣ୍ଟ ଓ ସହଯୋଗୀ ଦଳର ନେତାମାନେ ଯେଉଁଭଳି ଭାବେ ଦୂରେଇ ରହିବା ଆରମ୍ଭ କରିଛନ୍ତି, ସେଥିପାଇଁ ଶେଷ ପର୍ଯ୍ୟନ୍ତ ମେଣ୍ଟରେ କେତେ ନେତା ରହିବେ ତାହା ଆକଳନ କରିବା କଷ୍ଟକର। ବିହାରରେ ବିରୋଧୀ ମେଣ୍ଟ ବୈଠକ ପୂର୍ବରୁ ଜିତନ ରାମ ମାଝୀଙ୍କ ଦଳ ହାମ୍ ଓ୍ଵାକ୍ ଆଉଟ୍ ହୋଇଯାଇଥିଲା। ଉପେନ୍ଦ୍ର କୁଶୱାହା ଜେଡିୟୁ ଛାଡି ଏକ ନୂଆ ଦଳ ଆରଏଲଜେଡି ଗଠନ କରିଥିଲେ। ମହାରାଷ୍ଟ୍ରରେ ଏନସିପି ଦୁଇ ଭାଗରେ ବିଭାଜିତ ହୋଇଛି। ଏବେ ଶରଦ ପାୱାରଙ୍କ ଉପରେ ମଧ୍ୟ ବିଜେପି ଚାପ ପକାଇବା ଆରମ୍ଭ କରିଛି। ଏକଥା ଆଉ କେହି ନୁହଁନ୍ତି ବରଂ ନିଜେ ଏନସିପି ଅଧ୍ୟକ୍ଷ ଶରଦ ପାୱାର କହୁଛନ୍ତି। ଉତ୍ତରପ୍ରଦେଶରେ ମଧ୍ୟ ସମାଜବାଦୀ ପାର୍ଟିର ନେତା ଓ ସହଯୋଗୀ ଦଳ ଦଳ ଛାଡ଼ିଚାଲିଯାଉଥିବା…

Read More

ଭୁବନେଶ୍ବର: ଆଜିଠାରୁ ପୁଣିଥରେ ଯୁକ୍ତ ଦୁଇ ପାଇଁ ନାମଲେଖା ଆରମ୍ଭ ହେଉଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁମାନ ଏଥିରେ ନାମଲେଖାଇବାକୁ ଚାହୁଁଛନ୍ତି ସେମାନେ samsodisha.gov.in ରେ ଲଗଅନ କରି ଅନଲାଇନରେ ଆବେଦନ କରିପାରିବେ। ଏହି ଅନଲାଇନ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ 29 ତାରିଖ। ସେହିପରି ପ୍ରଥମ ନାମଲେଖା ତାଲିକା ସେପ୍ଟେମ୍ବର 4 ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟମ୍ବର 7 ତାରିଖ ସୁଦ୍ଧା ସେମାନଙ୍କ କଲେଜରେ ରିପୋର୍ଟିଂ କରିବେ। ଆସନ୍ତା 13 ଏବଂ 14 ତାରିଖରେ ନାମଲେଖା ଆରମ୍ଭ ହେବ।

Read More

ଭୁବନେଶ୍ଵର: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ପୁରୀ ଓ ଭୁବନେଶ୍ୱର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ସେ ପୁରୀ ଗସ୍ତ କରିବେ। ଶ୍ରୀମତୀ ସୀତାରମଣ ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ । ଏହାପରେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ଶଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ୱର ଫେରିଆସିବେ। ଗୁରୁବାର ଅପରାହ୍ଣରେ କେନ୍ଦ୍ର…

Read More

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦କୋଟି ଭାରତବାସୀଙ୍କୁ ଦେଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆଜି (୧୫.୮.୨୦୨୩) ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହା ପ୍ରକାଶ କରିଛନ୍ତି। ଏହି ସରକାର ବାଟମାରଣା ରୋକିବା, ଏକ ମଜବୁତ ଅର୍ଥ ବ୍ୟବସ୍ଥା ସୃଷ୍ଟି କରିବା ତଥା ଗରିବ କଲ୍ୟାଣରେ ସର୍ବାଧିକ ଅର୍ଥ ବ୍ୟୟ କରିବାରୁ ଏପରି ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, “ ଆଜି ମୁଁ ଜନସାଧାରଣଙ୍କୁ କହିବାକୁ ଚାହୁଁଛି ଯେ ଯେତେବେଳେ ଦେଶ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧିଶାଳୀ ହୁଏ, ସେତେବେଳେ ଏହା କେବଳ ରାଜକୋଷ ପୂରଣ କରେ ନାହିଁ, ଏହା ଦେଶ ଓ ଦେଶବାସୀଙ୍କ ସାମର୍ଥ୍ୟ ବୃଦ୍ଧି ମଧ୍ୟ କରିଥାଏ। ଦଶବର୍ଷ ପୂର୍ବରୁ ଭାରତ ସରକାର ରାଜ୍ୟଗୁଡିକ ନିମନ୍ତେ ୩୦ଲକ୍ଷ କୋଟି ଟଙ୍କା…

Read More

ନୂଆଦିଲ୍ଲୀ: ମୋଦି ସରକାର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ୩ଟି ମୌଳିକ ଆଇନକୁ ଉଚ୍ଛେଦ କରି ୩ଟି ନୂଆ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ତିନୋଟି ପ୍ରସ୍ତାବିତ ଆଇନର ଉଦ୍ଦେଶ୍ୟ କାହାକୁ ଦଣ୍ଡ ଦେବା ନୁହେଁ, ବରଂ ସମସ୍ତଙ୍କୁ ନ୍ୟାୟ ଦେବା। ବର୍ତ୍ତମାନ ନ୍ୟାୟ ଏତେ ବିଳମ୍ବରେ ମିଳୁଛି ଯେ ଲୋକମାନେ ଏହା ଉପରେ ଆସ୍ଥା ହରାଉଛନ୍ତି। ଏହି ତିନୋଟି ବିଲ୍ ଆଇନରେ ପରିଣତ ହେବା ମାତ୍ରେ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଥିବା ମାମଲାର ଶୁଣାଣି ସାମରି ଟ୍ରାଏଲ ମାଧ୍ୟମରେ କରାଯିବ। ଏହା ଦ୍ୱାରା ସେସନ୍ କୋର୍ଟରେ ମାମଲା ୪୦% ପର୍ଯ୍ୟନ୍ତ ହ୍ରାସ ପାଇବ। ଅଗଷ୍ଟ ୧୧ ରେ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅମିତ ଶାହା ଗୃହରେ ୩ଟି ବିଲ୍, ଇଣ୍ଡିଆନ୍ ଜଷ୍ଟିସ୍ କୋଡ୍, ଇଣ୍ଡିଆନ୍ ଏଭିଡେନ୍ସ ବିଲ୍ ଏବଂ ଇଣ୍ଡିଆନ୍ ସିଭିଲ୍ ଡିଫେନ୍ସ କୋଡ୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କ ସମ୍ବୋଧନରେ ଏହା ମନେ ପକାଇଥିଲେ ଯେ, ଭାରତ ୨୦୧୪ ମସିହାରେ ଦଶମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଜି ୨୦୨୩ରେ ନିଜ ସ୍ଥାନରେ ଉନ୍ନତି ଆଣି ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇ ପାରିଛି। ଦୁର୍ନୀତି ବିରୋଧରେ ଲଢ଼େଇ, ସରକାରୀ ସୁବିଧା ହସ୍ତାନ୍ତର କରିବାରେ ରହିଥିବା ରନ୍ଧ୍ରକୁ ବନ୍ଦ କରିବା ଏବଂ ଏକ ସୁଦୃଢ଼ ଅର୍ଥନୀତି ସୃଷ୍ଟି କରିବା ଏବଂ ଗରିବ ଲୋକ ମାନଙ୍କର କଲ୍ୟାଣ ସାଧନ ପାଇଁ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯିବା ଯୋଗୁଁ ଏହି ଅଭିବୃଦ୍ଧି ଘଟିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆଜି , ମୁଁ ଦେଶବାସୀଙ୍କୁ ଏହା କହିବାକୁ ଚାହୁଁଛି ଯେ, ଯେତେବେଳେ ଦେଶ ଅର୍ଥନୈତିକ ଭାବେ ସମୃଦ୍ଧ ହୋଇଥାଏ, ସେତେବେଳେ ଏହା କେବଳ ରାଜକୋଷ ପୂରଣ କରେ ନାହିଁ, ଏହା ନାଗରିକ ଏବଂ ରାଷ୍ଟ୍ରର ସାମର୍ଥ୍ୟ ବୃଦ୍ଧି କରିଥାଏ । ଯଦି…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମ ଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ୧୯୯୭ ବ୍ୟାଚ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ୨୦୨୨-୨୩ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ତେବେ ଷଷ୍ଠ ଶ୍ରେଣୀର ଭାଗ୍ୟଲକ୍ଷ୍ମୀ ପାତ୍ର, ସପ୍ତମ ଶ୍ରେଣୀର ଅଂଶୁମାନ ବେହେରା, ଅଷ୍ଟମ ଶ୍ରେଣୀର ଶୁଭଲକ୍ଷ୍ମୀ ସାମନ୍ତରାୟ, ନବମ ଶ୍ରେଣୀର ସ୍ୱୟମ୍ ପ୍ରକାଶ ମହାପାତ୍ରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ଟପ୍ପର ହୋଇଥିବା ପପୁନ ପାତ୍ରଙ୍କୁ ଟ୍ରଫି ସହ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିଭଳି ବ୍ରହ୍ମପୁର ଏନ ସି ସି କ୍ୟାମ୍ପରେ ଗୁଳି ଚାଳନାରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟକୁ…

Read More

ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା ଧରିବାକୁ ଚେଷ୍ଟା କରନ୍ତୁ।…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ୭୭ ତମ ସ୍ବାଧିନତା ଦିବସ ଅବସରରେ ସ୍ଥାନୀୟ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ରେ ଉପଖଣ୍ଡ ସ୍ତରିୟ ସ୍ବାଧୀନତା ଦିବସ ପାଳନ ହୋଇଛି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାଧୀନତା ଦିବସର ମହତ୍ଵ ବୁଝାଇଥିଲେ ଓ ଆମ ଦେଶ ଭାରତର ଶାନ୍ତି ସାରା ବିଶ୍ବରେ ପରିଚିତ। ସ୍ବାଧିନତା ଆନ୍ଦୋଳନରେ କେତେ ଯେ ସଂଗ୍ରାମୀ ବଳି ପଡିଛନ୍ତି। ଯେଉଁଥିପାଇଁ ଆମେ ଆଜି ସ୍ବାଧିନ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ପୌର କମିଶନର ଜେ ଶନାଲ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ ଙ୍କ ସମେତ ବହୁ ପ୍ରସାଶନିକ ଅଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏତଦବ୍ୟତୀତ ଆଜିର କାର୍ଯ୍ୟକ୍ରମ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ରେଳବାଇ ପୋଲିସ୍ ଉଦ୍ଧାର କରିଛି। ମୃତ ଯୁବକ ହରିଡ଼ାଖଣ୍ଡି ଲକ୍ଷ୍ମୀ ନୃସିଂହ ସାହିର ସୁନୀଲ ମହାରଣା ଓ ତାଙ୍କ ବାପାଙ୍କ ନାମ କେଶବ ମହାରଣା ବୋଲି ଜଣାପଡିଛି।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଜେବି ହାଇସ୍କୁଲ ପଡିଆରେ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଭାରତ ବର୍ଷର ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ପଥରେ ସଚେତନ ହେବା କୁ ଆହ୍ବାନ ଦେଇଥିଲେ। ସମସ୍ତେ ମିଳିମିଶି ଖୋର୍ଦ୍ଧା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସହଯୋଗର ହାତ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଏକ ସମୃଦ୍ଧ ଓ ଶାନ୍ତିପ୍ରିୟ ସୁନାର ଭାରତ ବର୍ଷର ଆକାଂକ୍ଷା କରିଥିଲେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ। ପରେଡରେ ଆଇଟିବିପି , ୬ଷ୍ଠ ଆଇ.ଆର.ବି ଯବାନ, ଏ.ପି.ଆର , ହୋମ୍ ଗାର୍ଡ, ଏନ୍.ସି.ସି.,ସ୍କାଉଟ, ଗାଇଡ, ସିଭିଲିଆନ ପ୍ରମୁଖ ଯୋଗ ଦେଇଥିଲେ। ସେଥିମଧ୍ୟରୁ ଶୃଙ୍ଖଳା ପାଇଁ ପୋଲିସ ‌କାଡେଟ ପୁରସ୍କୃତ ହୋଇଥିଲେ।…

Read More

ନୂଆଦିଲ୍ଲୀ: ଏସୀୟ ଗେମ୍ସ ସହିତ ଜଡିତ ବଡ ଖବର ସାମ୍ନାକୁ ଆସୁଛି। ବାସ୍ତବରେ ଭାରତୀୟ ରେସଲର ବିନେଶ ଫୋଗାଟ ଏସିଆନ ଗେମ୍ସର ଅଂଶ ହେବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୩ ତାରିଖରେ ବିନେଶ ଫୋଗାଟ ଆହତ ହୋଇଥିଲେ। ଏହି ଆଘାତ ହେତୁ ବିନେଶ ଫୋଗାଟ ଏସୀୟ ଗେମ୍ସରେ ଖେଳି ପାରିବେ ନାହିଁ। ଭାରତୀୟ ମହିଳା ରେସଲର ଫୋଗାଟ କହିଛନ୍ତି ଯେ, ସେ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ କାରଣ ରବିବାର ଦିନ ସେ ଆହତ ହୋଇଥିଲେ। ବିନେଶ ଫୋଗାଟ୍ ଟୁଇଟ୍ କରି ଅସ୍ତ୍ରୋପଚାର ବିଷୟରେ ସୂଚନା ଦେଇଛନ୍ତି: ଆଜି ଭାରତର ଷ୍ଟାର ରେସଲର ବିନେଶ ଫୋଗାଟ ଏକ ଟୁଇଟ୍ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ଆଣ୍ଠୁରେ ଆଘାତ ହେତୁ ସେ ଏସୀୟ ଗେମ୍ସ ୨୦୨୩ ରେ ଭାଗ ନେଇପାରୁନାହାନ୍ତି। ଏହା ସହିତ ସେ କହିଛନ୍ତି ଯେ, ଅଗଷ୍ଟ ୧୭ ତାରିଖରେ ଆଣ୍ଠୁ ଅସ୍ତ୍ରୋପଚାର କରାଯିବ।…

Read More

ନୂଆଦିଲ୍ଲୀ: ଆଜି ମଥୁରାର ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଦୁସାୟତ ଅଞ୍ଚଳରେ ଥିବା ତିନି ମହଲା ପୁରୁଣା ବିଲ୍ଡିଂର ବାଲକୋନି ଖସିଯିବା କାରଣରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ପୁଲକିତ ଖେରେ ପାଞ୍ଚ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଶ୍ରୀମନ୍ଦିର ଶାୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ବର୍ଷା ହେତୁ ତିନି ମହଲା କୋଠାର ବାଲକୋନି ଖସିପଡିଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କରୁଣାଶାନ୍ତି ମହାବିଦ୍ୟାଳୟରେ ଆଜି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀ ଏବଂ କରୁଣାଶାନ୍ତି ବିଦ୍ୟାଳୟର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଓ SFDC ର ସହ ପ୍ରତିଷ୍ଠାତା ଦିବ୍ୟେନ୍ଦୁ ପଟ୍ଟନାୟକ, କରୁଣାଶାନ୍ତି ମହାବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ.ରଶ୍ମିତା ମିଶ୍ର ଏବଂ Kash ପରିବାର ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ଆଜି ସକାଳ ଆଠ ଘଟିକା ସମୟରେ କରୁଣାଶାନ୍ତି ମହାବିଦ୍ୟାଳୟ ପରିସର ମଧ୍ୟରେ ଶାନ୍ତିର ସହ ପତକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପବିତ୍ର ୭୭ ତମ ସ୍ୱାଧିନତା ଦିବସ ଅବସରରେ ବାଲୁଗାଁ ଏନ୍.ଏ.ସି. ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏନ୍.ଏ.ସି. କାର୍ଯ୍ୟାଳୟଠାରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍.ଏ.ସି. ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହାପରେ ଗାନ୍ଧିଛକଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହାପରେ ଅଧ୍ୟକ୍ଷା ମହୋଦୟା ସାନ୍ତରାପୁର ସ୍କୁଲ, ମୁସଲିମ ସାହିରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବାଲୁଗାଁ ଏନ୍.ଏ.ସି. ଅନ୍ତର୍ଗତ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏନ୍.ଏ.ସି. ତରଫରୁ ବିସ୍କୁଟ୍ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ତଥା ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ୱାଇଁ, ବିଧାୟକ ପ୍ରତିନିଧି ଜୟନ୍ତ କୁମାର ସ୍ୱାଇଁ, ଏମ୍.ପି. ପ୍ରତିନିଧି ଅକ୍ଷୟ ରଣସିଂହ, ମହିଳା ଗ୍ରୁପ୍ ର ସଦସ୍ୟମାନେ ଆଦି…

Read More

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ କିଲାକୁ ନ ଯିବା ବିଷୟରେ କହିଥିଲେ ଯେ, ତାଙ୍କ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଖଡଗେ ଆକ୍ରମଣ କରି କହିଥିଲେ ଯେ, ସେ ଆସନ୍ତା ବର୍ଷ ତାଙ୍କ ବାସଭବନରୁ ପତାକା ଉତ୍ତୋଳନ କରିବେ। ଏହାକୁ ନେଇ ବିଜେପି ପାଲଟା ଆକ୍ରମଣ କରିଛି। କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ହରଦୀପ ସିଂ ପୁରୀ କହିଛନ୍ତି ଯେ, ବୋଧହୁଏ ଖଡଗେ ସାହାବଙ୍କ ଆଖିରେ ସମସ୍ୟା ରହିଛି। ସେ ଲାଲକିଲାକୁ ଆସିନାହାଁନ୍ତି, କିନ୍ତୁ ପରିବାର ସଦସ୍ୟ କିଛି କାର୍ଯ୍ୟକ୍ରମକୁ ଯାଇଛନ୍ତି। ଆମକୁ କହିବାକୁ ପଡିବ ଯେ, ପିଏମ ମୋଦୀ ଆସନ୍ତା ବର୍ଷ ପୁଣିଥରେ ଲାଲକିଲାରୁ ଦେଶର ଲୋକଙ୍କୁ ସମ୍ବୋଧିତ କରିବେ। ବାସ୍ତବରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି…

Read More

ନୂଆଦିଲ୍ଲୀ: ବିଶ୍ୱକପ୍-୨୦୨୩ ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଖେଳାଯିବ। ଏଥି ସହିତ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୧୪ ତାରିଖରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହରେ ପରିପୂର୍ଣ୍ଣ। ଏହି ସମୟରେ ବାବର ଆଜାମଙ୍କ ଅଧିନାୟକତ୍ୱ ବ୍ୟତୀତ ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ବିଶ୍ୱକପରେ ତାଙ୍କ ଦଳର ଆଶା ଉପରେ ପାକିସ୍ତାନ କ୍ରିକେଟର ଅବଦୁଲ୍ଲା ଶାଫିକ୍ ଏକ ବିବୃତ୍ତି ଦେଇଛନ୍ତି। ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚକୁ ନେଇ ଅବଦୁଲ୍ଲା ଶାଫିକ୍ ଏହା କହିଛନ୍ତି କି?: ଅବଦୁଲ୍ଲା ଶାଫିକ୍ କହିଛନ୍ତି ଯେ, ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବାକୁ ଆମେ ଉତ୍ସାହିତ। କିନ୍ତୁ ଏହା ଆମ ପାଇଁ ଅନ୍ୟ ଏକ ମ୍ୟାଚ୍ ପରି ହେବ। ସେ କହିଛନ୍ତି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ସମଗ୍ର ଭାରତବର୍ଷ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ଆଜି ଦେଶର ସତସ୍ତରୀ ତମ ସ୍ଵାଧୀନତା ଦିବସ ପାଳନକରୁଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସ୍ଵନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ରେ ଆନନ୍ଦ ଓ ଉତ୍ସାହର ସହ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ ବନ୍ଦନା ରାଉତରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଉପସ୍ଥିତ ଛାତ୍ରଛାତ୍ରୀ ତଥା କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ପ୍ୟାରେଡ଼ ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରି ଦେଶର ରାଜ୍ୟର ସର୍ବୋପରି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମହାବିଦ୍ୟାଳୟର ଏନ୍ ସି ସି ,ଏନ୍ ଏସ୍ ଏସ୍ ,ଯୁବ ରେଡକ୍ରସ ଓ ରୋଭର ରେଞର ଛାତ୍ରଛାତ୍ରୀମାନେ ଏହି ପ୍ୟାରେଡ଼ରେ ଯୋଗଦେଇଥିବାବେଳେ କ୍ୟାପଟେନ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲାଲକିଲା ପ୍ରାଚୀରରୁ ୫୦ ଜଣ ନର୍ସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ବର୍ଗର ୧୮୦୦ ସ୍ୱତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ, ଶିକ୍ଷକ, କୃଷକ ଓ ମତ୍ସ୍ୟଜୀବୀମାନେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଭାଗ୍ୟ ବଦଳାଇବା ପାଇଁ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ କୋଭିଡ୍ ଆମକୁ ଶିଖାଇଛି ଯେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ। ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରୟାସକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତରେ ସରକାର ୭୦,୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଯାହା ବିପିଏଲ ପରିବାରମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଦେଶବାସୀଙ୍କୁ ସମ୍ବୋଧିତ…

Read More