ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନାମକ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର (ଆଇଆଇସିସି)ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଦ୍ୱାରକା ସେକ୍ଟର ୨୧ରୁ ଏକ ନୂତନ ମେଟ୍ରୋ ଷ୍ଟେସନ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’କୁ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିବେ। ଦ୍ୱାରକାଠାରେ ‘ଯଶୋଭୂମି’ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଦୃଢ଼ ହେବ। ସମୁଦାୟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ପ୍ରକଳ୍ପ କ୍ଷେତ୍ରଫଳ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମିତ ଅଞ୍ଚଳ ସହିତ ‘ଯଶୋଭୂମି’ ବିଶ୍ୱର ସର୍ବବୃହତ ଏମ୍ଆଇସିଇ (ମିଟିଂ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରେ ସ୍ଥାନ ପାଇବ। ପାଖାପାଖି ୫୪୦୦ କୋଟି ଟଙ୍କା ବ୍ୟୟରେ…
Author: Samikhsya Bureau
ଜୀବନ ଶୈଳୀ: ସାଧାରଣତଃ ପ୍ରତ୍ୟେକ ଘରେ ଗୁଡ଼ ମିଳିଥାଏ। ଏହା ଖାଦ୍ୟ ଠାରୁ ପୂଜା ଇତ୍ୟାଦି ପର୍ଯ୍ୟନ୍ତ ମଧ୍ୟ ବ୍ୟବହୃତ ହୁଏ। ଏହା ସହିତ ଗୁଡ଼କୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଯେଉଁଭଳି ଭାବରେ ଗୁଡ଼ ଆପଣଙ୍କ ଖାଦ୍ୟରେ ମଧୁରତା ଯୋଗ କରିଥାଏ, ସେହିଭଳି ଗୁଡ଼ ଆପଣଙ୍କ ଜୀବନରେ ମଧୁରତା ଯୋଗାଇପାରେ। ଗୁଡ଼ର ସହଜ ଏବଂ ସୁନିଶ୍ଚିତ ପ୍ରତିକାର ଆପଣଙ୍କ ଭାଗ୍ୟକୁ ବଦଳାଇପାରେ। ବାସ୍ତୁ ଶାସ୍ତ୍ର ଠାରୁ ଜ୍ୟୋତିଷ ଶାସ୍ତ୍ର ପର୍ଯ୍ୟନ୍ତ ଗୁଡ଼ର ଉପଚାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ପଦକ୍ଷେପଗୁଡିକ ଦ୍ୱାରା ଚାକିରି, ବ୍ୟବସାୟ, ଅର୍ଥ, ଋଣ ଏବଂ ସ୍ୱାସ୍ଥ୍ୟ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଗୁଡ଼ର ପ୍ରତିକାର ବିଷୟରେ ଜାଣନ୍ତୁ… ଶୁଭଫଳ ପାଇଁ: ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ରୋଷେଇ ଘରେ ସବୁବେଳେ ଗୁଡ଼ ରଖିବା ଉଚିତ୍। ଯେଉଁ ଘରେ ଗୁଡ଼…
ଭୁବନେଶ୍ବର: ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ପାଇଁ ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଏ। ସ୍ୱପ୍ନରେ ହନୁମାନ ଜୀ ଦେଖିବାର ଅର୍ଥ କ’ଣ? ଯଦି ହନୁମାନ ଜୀ ଆପଣଙ୍କ ସ୍ୱପ୍ନରେ ଭିନ୍ନ ଉପାୟରେ ଆସନ୍ତି, ତେବେ ଏହାର ଅର୍ଥ କ’ଣ? ହନୁମାନ ଜୀ ଖୁବ୍ ଶୀଘ୍ର ତାଙ୍କ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। ହନୁମାନ ଜୀଙ୍କର ହାତ ମଧ୍ୟ ସର୍ବଦା ତାଙ୍କ ଭକ୍ତଙ୍କ ମୁଣ୍ଡ ଉପରେ ରହିଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ୱପ୍ନରେ ହନୁମାନ ଜୀଙ୍କୁ ଦ୍ଦେଖିବା କ’ଣ ଦର୍ଶାଇଥାଏ? ବିଶ୍ୱାସ କରାଯାଏ ଯେ, ଯଦି ଆପଣ ସ୍ୱପ୍ନରେ ହନୁମାନଜୀଙ୍କ ମନ୍ଦିର କିମ୍ବା ହନୁମାନଜୀଙ୍କ ମୂର୍ତ୍ତି ଦେଖୁଛନ୍ତି, ତେବେ ବୁଝନ୍ତୁ ଯେ, ହନୁମାନଜୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଢାଳି ହେଉଛି। ଏହି ସ୍ୱପ୍ନର ଅର୍ଥ ହେଉଛି ଶୀଘ୍ର ଆପଣ ବହୁତ ବଡ଼ ସଫଳତା ପାଇବେ। ଯଦି ଆପଣଙ୍କର କୌଣସି ଆଇନଗତ ମାମଲା ଚାଲିଛି, ତେବେ ଆପଣ ଶୀଘ୍ର ସଫଳତା ପାଇବାର ସମ୍ଭାବନା…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ଭୁବନେଶ୍ଵର: ଆଜି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା ଖବର ହସ୍ତଗତ ହୋଇଛି। ଆଜି ଦିଲ୍ଲୀସ୍ଥିତ ବାସଭବନରେ ଗୀତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଗୀତା ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୫ ମସିହାରେ ସୋନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ତେବେ ୨୦୧୯ ମସିହାରେ ସୋନୀ ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିଲା। ସୋନୀ ଆଉ ଗୀତାଙ୍କର ଏକ ମାତ୍ର ପୁତ୍ର ସନ୍ତାନ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ।
ଭୁବନେଶ୍ବର: ଦୈନିକ ଖବରକାଗଜ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଋଣ ଜାଲିଆତି ଅଭିଯୋଗ ଆସିଛି। ଏହି ଅଭିଯୋଗ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ କରିଛନ୍ତି। ସେ ତାଙ୍କ ଓକିଲ ଜରିଆରେ ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁରେ ଅଭିଯୋଗ କରାଯାଇଛି। ଏଥିରେ ସେ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଏଚଆର ମୁଖ୍ୟ ବୈଜୟନ୍ତି କରଙ୍କ ନାମରେ ଏହି ଅଭିଯୋଗ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସମ୍ବାଦରେ କାର୍ଯ୍ୟ କରୁଥିବା ବିଭିନ୍ନ କର୍ମଚାରୀଙ୍କ ନାମରେ ବ୍ୟାଙ୍କରୁ ଋଣ କରିଛନ୍ତି। ସେ କର୍ମଚାରୀଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲି ସେଥିରେ ଏହି ଋଣ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ, ତାଙ୍କ ନାମରେ ପାଞ୍ଚ ଲକ୍ଷ ଋଣ କରାଯାଇଛି। ଏ ନେଇ ଅଫିସରେ ଯୋଗାଯୋଗ କରିବାରୁ ସେମାନେ ମୋତେ ଧମକ ଦେଇଥିଲେ। ବହୁ କର୍ମଚାରୀଙ୍କ ନାମରେ ଏପରି ଋଣ କରାଯାଇଛି ବୋଲି ସେଥିରେ ଅଭିଯୋଗ କରାଯାଇଛି।
ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାହାର ଶ୍ରମିକ ସାମୁଖ୍ୟକୁ ନବକଳେବର କରିଛି। ଏ ନେଇ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯାଇଛି। ସେହି ଅନୁସାରେ ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଠା ଭାବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଛି। ସେହିପରି ଉପଦେଷ୍ଠା ଭାବେ ଦେବାଶୀଷ ସାମନ୍ତରାୟ ଏବଂ ପ୍ରଭାସ ସିଂଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ଏହି ସାମୁଖ୍ୟର ରାଜ୍ୟ ସଭାପତି ଭାବେ ପ୍ରଫୁଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସାଧାରଣ ସଂପାଦକ ଭାବେ ସୁବାଷ ସିଂଙ୍କୁ ନିଯୁକ୍ତ କରାଯାଇଥିବା ବେଳେ 10 ଜଣଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।
ରଣପୁର: ଆଜି ବିଜେପି ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ଗ୍ରାମରୁ ଆରମ୍ଭ ହୋଇଥିଲା। ଶହୀଦ ସୁବେଦାର ନିରଞ୍ଜନ ପାଇକରାୟଙ୍କ ସମେତ ଆଜାଦ୍ ହିନ୍ଦ ଫୌଜର ଶହୀଦ ପ୍ରଭାକର ପରିଡା, ଶହୀଦ ପ୍ରକାଶ ମହାରଣାଙ୍କ ଘର ଅଗଣାରୁ ତଥା ଚମ୍ପାଗଡ ଗ୍ରାମର ଘରୁ ମାଟି ସଂଗ୍ରହ କରାଯାଇଥିଲା। ସମସ୍ତ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ପରେଶ ମିଶ୍ର, ନିର୍ମଳ ମତ୍ତଗଜସିଂହ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଗତ ଗୁରୁବାର ଦିନ ଏସିଆ କପର ସୁପର -୪ ରେ ପାକିସ୍ତାନକୁ ଶ୍ରୀଲଙ୍କା ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଥିଲା। ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ DLS ଅଧୀନରେ ୨ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ସହିତ ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଥିଲା। ବର୍ତ୍ତମାନ ଡ୍ରେସିଂ ରୁମରୁ ଖବର ଆସିଛି ଯେ, ଦଳର ଖେଳାଳିମାନେ ପରସ୍ପର ସହ ସଂଘର୍ଷ କରିଥିଲେ। ବାସ୍ତବରେ ଦଳର ଅଧିନାୟକ ବାବର ଆଜାମ ଏବଂ ଶାହିନ୍ ଆଫ୍ରିଦିଙ୍କ ମଧ୍ୟରେ ଡ୍ରେସିଂ ରୁମରେ କିଛି ବିବାଦ ହୋଇଥିଲା। ଉଭୟଙ୍କୁ ଶାନ୍ତ କରିବା ପାଇଁ ରିଜୱାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ‘ବୋଲ୍ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷରେ ପରାଜୟ ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଖେଳାଳିମାନଙ୍କୁ ଡ୍ରେସିଂ ରୁମକୁ ଡାକିଥିଲେ। ବାବର ଖେଳାଳିଙ୍କ ଖରାପ ପ୍ରଦର୍ଶନ ବିଷୟରେ ଆଲୋଚନା କରୁଥିଲେ, କିନ୍ତୁ ଦଳର ଦ୍ରୁତ ବୋଲର ଶାହିନ୍…
ନୂଆଦିଲ୍ଲୀ: ସିଙ୍ଗାପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ ଲି କଆନ୍ ୟୁଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସିଙ୍ଗାପୁରର ପରିବର୍ତ୍ତନରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଙ୍କ ଦୂରଦୃଷ୍ଟି, ନିରନ୍ତର ପ୍ରୟାସ ତାଙ୍କ ମହାନତାର ପ୍ରମାଣ। ତାଙ୍କ କାମ ବିଶ୍ୱନେତାଙ୍କୁ ପ୍ରେରଣା ଦେବା ଜାରି ରଖିବ।’
କନ୍ଦର୍ପ ବେହେରା ରେଢ଼ାଖୋଲ: ଗାଈ ଚରାଇବାକୁ ଯାଇ ନାଳରେ ଭାସି ଯାଇ ରେଢ଼ାଖୋଲ ଥାନା ମଧୁପୁର ଗ୍ରାମରେ ଜନୈକ ବୃଦ୍ଧ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ଖବରରୁ ପ୍ରକାଶ ଯେ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ନାଗାର୍ଜ୍ଜୁନ ପ୍ରଧାନ (୬୧) ଗାଈ ଚରେଇବାକୁ ଯାଇ ପାଖ ଜୁର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ବୃଦ୍ଧ ଜଣକ ଜଣେ ଚାଷୀ। ଗାଁ ରେ ଲୋକମାନେ ଚାଷଜମିରେ ଗାଇ ଗୋରୁ ନ ପଶିବା ପାଇଁ ସାପ୍ତାହିକ ପାଳି ହିସାବରେ ଗୋରୁ ଗାଈ ଜଙ୍ଗଲକୁ ଚଳାଇବା ପାଇଁ ନେଇଥାନ୍ତି। ଠିକ୍ ପ୍ରତ୍ୟେକ ଦିନ ଭଳି ନାଗାର୍ଜୁନ ମଧ୍ୟ ଗୋରୁଗାଈ ଚରାଇ ପାଖ ଜଙ୍ଗଲକୁ ଯାଇଥିଲେ। ହେଲେ କିଛି ଗାଈଗୋରୁ ଖାଦ୍ୟ ଅନ୍ୱେଷଣରେ କେରାଣ୍ଡି ଜୋର ଡେଇଁ ଆରପାଖକୁ ପଳାଇଥିଲେ। ସେମାନଙ୍କୁ ଘଉଡାଇ ଆଣିବାକୁ ଯାଇ ନାଗାର୍ଜୁନ ମଧ୍ୟ ଜୋରରେ ବଢୁଥିବା ପାଣିର ସ୍ରୋତ କମ୍ ଥିବ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଠାରେ ୫-ଟି ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମୁଦାୟ ୫୪୧ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଆଜି ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କଟକଠାରେ ଆୟୋଜିତ ଏହି ଲୋକାର୍ପଣ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଆଜି ଆମ କଟକ ସହର ପାଇଁ ଏକ ଉତ୍ସବର ଦିନ। କଟକ ସହର ପାଇଁ ୫୪୦ କୋଟିରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେଲା। କଟକ ଓଡିଶାବାସୀଙ୍କ ପ୍ରିୟ ସହର। କଟକର ପୂଜା, କଟକର ବାଲିଯାତ୍ରା, ବାରବାଟୀ କ୍ରିକେଟ ମ୍ୟାଚ, ଏସ୍.ସି.ବି. ମେଡିକାଲ କଲେଜ ସବୁବେଳେ ଓଡିଶାର ବଡ ପରିଚୟ ହୋଇ ରହିଛି। ଏହି ପରିଚୟକୁ ଆମକୁ ଆହୁରି…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସତସଙ୍ଗ ବିହାର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମ ମୁହୁର୍ତ୍ତରେ ବେଦ ମାଙ୍ଗଳିକ ଓ ପ୍ରତ୍ୟୁଷରେ ଉଷା କୀର୍ତ୍ତନ ଓ ପ୍ରାତଃ ବିନତିପରେ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ ଜନ୍ମ ଲଗ୍ନ ଘୋଷଣା ହୋଇଥିଲା। ଏହାପରେ ସୁସଜ୍ଜିତ ରଥରେ ଶ୍ରୀ ଶ୍ରୀ ଠାକୁରଙ୍କ ନଗର ପରିକ୍ରମା ଓ ନଗର କୀର୍ତ୍ତନ କରାଯାଇଥିଲା। ଏହାପରେ ପୂର୍ବାହ୍ନରେ ପବିତ୍ର ସତସଙ୍ଗ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନର ସମସ୍ୟା ବହୁଳ ସମାଜରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ଜୀବନାଦର୍ଶ ରୂପେ ବରଣ କରିବାର ଆବଶ୍ୟକତା ଉପରେ ଉକ୍ତ ସତସଙ୍ଗରେ ଆଲୋଚନା ହୋଇଥିଲା। ସଙ୍ଗୀତାଞ୍ଜଳୀରେ ଦୀପିକା ପାଲଟାସିଂହ, ରୋଜାଲିନ ପଣ୍ଡା, ମଧୁସୂଦନ ଜେନା, ଗୋଲଖ ଘଡେଇ ,ସୁମନ ପୃଷ୍ଟି ଓ ଧର୍ମ ଯାଜକ ମହେଶ୍ୱର ଜେନା ପ୍ରଭୁତି ଅଂଶଗ୍ରହଣ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକର ପାନୀୟ ଜଳ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ନରସିଂହପୁର ଓ ଆଠଗଡରେ ନିର୍ମାଣାଧୀନ ସମସ୍ତ ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ଉପଯୁକ୍ତ ତଦାରଖ ସହିତ ପ୍ରକଳ୍ପ ଗୁଡିକର ଉଚ୍ଚମାନ ବଜାୟ ରଖିବା ଓ ପ୍ରକଳ୍ପକୁ ଠିକ୍ ସମୟରେ ଶେଷ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ଶ୍ରୀ ଗୁରୁ ଗ୍ରନ୍ଥ ସାହିବ କାଳାତୀତ ଜ୍ଞାନ ଏବଂ ଅସୀମ କରୁଣାର ପ୍ରତୀକ। ଏହାର କଥା ଦିବ୍ୟତା ସହ ଓତପ୍ରୋତ, ସମୟ ଏବଂ ସୀମାତୀତ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେମ, ଏକତା ଏବଂ ଶାନ୍ତିର ମାର୍ଗଦର୍ଶନ କରେ। ଏହା ଆମକୁ ମାନବିକତା ଗ୍ରହଣ କରିବା, ନିଃସ୍ୱାର୍ଥପର ସେବାକୁ ସମ୍ମାନ ଦେବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଦ୍ଭାବ ଲାଗି ପ୍ରେରିତ କରିଥାଏ । ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବରେ ମୋର ଶୁଭକାମନା।’
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଛୁଟିରେ ଅଛନ୍ତି। ସ୍କୁଲ ଗୁଡିକରେ ତାଲା ଝୁଲୁଛି। ସମସ୍ତ ୧୨୭ ଟି ସ୍କୁଲର ଶିକ୍ଷକ ଗତ ୮ ତାରିଖରୁ ବ୍ଲକ ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି। ପ୍ରାଥମିକ ଶିକ୍ଷା ବର୍ଗରେ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ନାଥ ଭୋଳ, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳଙ୍କ ସମେତ ବହୁ ବିଜେପି ନେତୃତ୍ୱ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କ…
ଭୁବନେଶ୍ଵର: ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ଅସଂଖ୍ୟ କ୍ୟାରିୟର ବିକଳ୍ପ ଗୁଡିକ ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଏନ୍ସିଇଆରଟି, ଭୁବନେଶ୍ୱର ପକ୍ଷରୁ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ କ୍ୟାରିୟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ବୃତ୍ତି ଓ ଉଦ୍ୟୋଗ ବିଷୟରେ ବୁଝିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସାବ୍ୟସ୍ତ ହୋଇଥିଲା । ଏହି ପ୍ରଦର୍ଶନୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଠାରୁ ଆରମ୍ଭ କରି କଳା ଓ ବାଣିଜ୍ୟ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କ୍ୟାରିୟର ସମ୍ବନ୍ଧୀୟ ମାର୍ଗ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ମାନିତ ମୁଖ୍ୟ ଅତିଥି ଆର୍ଆଇଇ ପ୍ରିନ୍ସିପାଲ୍ ପ୍ରଫେସର ପି. ସି. ଅଗ୍ରୱାଲ, ବିଶେଷ ଅତିଥି ଭୁବନେଶ୍ୱର କେଭି ସଂଗଠନ ଆରଓର ଡେପୁଟି କମିଶନର ଡଃ ଶିହରଣ ବୋଷ …
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଗୋଗୁଆ ପଂଚାୟତର ଛତ୍ରପୁର ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପରମେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ନାକଟିଦେଉଳ ବ୍ଲକ ର ଏସ୍ ଇ ଓ ଉଦିତ ନାରାୟଣ ସାହୁ ମୁଖ୍ୟ ଅତିଥି, ଭାବଗ୍ରାହୀ ନାଏକ ଡବ୍ଲୁଇଓ ସମ୍ମାନୀତ ଅତିଥି, ମହୁକୁଦ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦିଶ ଶତପଥୀ ଓ ଏସ୍ ଏମ୍ ସି ରଶ୍ମିତା ନାଏକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ପାଠପଢା ସହିତ କୃଷି, ଉଦ୍ୟାନ, ଖାଦ୍ୟ ପୋଷଣ ଉପରେ ବକ୍ତବ୍ୟ ରଖିଥିଲା। ସରକାରଙ୍କ ଆବାସିକ ବିଦ୍ୟାଳୟକୁ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ତର୍କ, ଚିତ୍ରାଙ୍କନ, ଏବଂ ରଙ୍ଗୋଲି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ପାଳିତ ପର୍ବପର୍ବାଣୀ ଓ ଷାବ୍ରତକୁ ସମଗ୍ର ଜିଲ୍ଲାର ପ୍ରତି ଘରେ ଧୁମଧାମରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଛି। ମା’ଙ୍କ ପୀଠରେ ବାରମାସରେ ତେର ପର୍ବ ପାଳିତ ହୁଏ। ଭାଦ୍ରବ ଶୁକ୍ଳଷଷ୍ଠୀ ଓ ସପ୍ତମୀ ତିଥିକୁ ଷଷ୍ଠି ଓଷା ଓ ଲଳିତା ସପ୍ତମୀ ଭାବରେ ମନ୍ଦିରରେ ପାଳନ କରାଯାଉଥିବାବେଳେ ସପ୍ତମୀରେ ଚିଲିକାରେ ମା’ଙ୍କ ନୈବିହାର ସହିତ ପୂର୍ବ ଦିଗସୁରକ୍ଷାକାରିଣୀ ଭଉଣୀ ମା’କାଳିଜାଇ ଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ଦୁର୍ଗା ଅଷ୍ଟମୀରୁ ଶୟନ କରିବା ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ସଂପୂର୍ଣ୍ଣ ନିଆରା। ଚଳିତବର୍ଷ ଏହି ଷଷ୍ଠି ଓଷାବ୍ରତ ପାଳନ ପାଇଁ ତା ୨୧_୯-୨୩ରିଖ ଗୁରୁବାର ଦିବା ୧ ଘଟିକା ୩୧ ମିନିଟ ଠାରୁ ଶୁଭ ମୂହୁର୍ତ୍ତରେ ଆରମ୍ଭ କରିବା ପାଇଁ ମନ୍ଦିର ଗଣକ ଶରତ ଚନ୍ଦ୍ର ପଣ୍ଡିତ ରାୟ…
ରଣପୁର: ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ନୟାଗଡ ଜିଲ୍ଲା ମଧ୍ୟ ବାଦ୍ ପଡି ନାହିଁ। ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରରେ ଏହି ଆନ୍ଦୋଳନ ଜାରି ରହିଛି। ରଣପୁର ବ୍ଲକରେ ମଧ୍ୟ ଏହି ଆନ୍ଦୋଳନ ୯ ଦିନ ଧରି ଜାରି ରହିଛି। ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ଟାଳଟୁଳନୀତି ଅବଲମ୍ବନ କରୁଥିବା ନେଇ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୮ ମାସର ବ୍ୟବଧାନ ପରେ ପୁଣି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଆଜି ଏହି ଧାରଣା ସ୍ଥଳରେ ଅଲଓଷ୍ଟା ରାଜ୍ୟ ସଂଗଠନର ରାଜ୍ୟ ସାଧାରଣ…
ସ୍ୱାସ୍ଥ୍ୟ ଟିପ୍ସ: କର୍କଟ ରୋଗ ଗମ୍ଭୀର ଏବଂ ଭୟଙ୍କର ଅଟେ। ଲୋକମାନେ ଏହାକୁ ଭୟ କରନ୍ତି, କାରଣ ଥରେ ଏହା ଯାହା ସହିତ ଘଟେ, ତେବେ ତାଙ୍କୁ ଏଥିରୁ ମୁକ୍ତି ପାଇବା କଷ୍ଟକର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୨୦ ମସିହାରେ କେବଳ ଏକ କୋଟି ଲୋକ କର୍କଟ ରୋଗରେ ପ୍ରାଣ ହରାଇଥିଲେ। ସମଗ୍ର ବିଶ୍ୱରେ ପ୍ରତି ୬ ମୃତ୍ୟୁ ମଧ୍ୟରୁ ଗୋଟିଏ କର୍କଟ କାରଣରୁ ହୋଇଥାଏ। କର୍କଟ ରୋଗର ଅଧିକାଂଶ ମାମଲାରେ ମଣିଷ ନିଜେ ଦାୟୀ। ଆଜିର ଚାଲୁଥିବା ଜୀବନଶୈଳୀ ହେତୁ କର୍କଟ ରୋଗ ହେବାର ଆଶଙ୍କା ସବୁବେଳେ ବଢିଥାଏ। ମୁଖ କର୍କଟ ପାଇଁ ସିଗାରେଟ୍, ମଦ୍ୟପାନ, ତମାଖୁ, ଗୁଟଖା ଗୁରୁତ୍ୱପୂର୍ଣ୍ଣ କାରଣ ଅଟେ। ମୁଖ କର୍କଟକୁ ଓରାଲ କ୍ୟାନ୍ସର ମଧ୍ୟ କୁହାଯାଏ। ପାଟିରେ କର୍କଟ ମଧ୍ୟ ମୁଣ୍ଡ ଏବଂ ବେକରେ ହେଉଥିବା କର୍କଟ ପରି। ମୁଖ କର୍କଟ କ’ଣ?: ମାୟୋ କ୍ଲିନିକ୍ ଅନୁଯାୟୀ, ପାଟିର କୌଣସି ଅଂଶରେ ମୁଖ କର୍କଟ…

