ନୂଆଦିଲ୍ଲୀ: ଆଜି ସକାଳେ ବିହାରର ମୁଜାଫରପୁରରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି। ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବାଗମତୀ ନଦୀରେ ବୁଡ଼ିଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୨୦ ପିଲାଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୧୦ ଜଣ ନିଖୋଜ ଅଛନ୍ତି। ଡଙ୍ଗାରେ ପ୍ରାୟ ୩୦ ପିଲା ଥିଲେ। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ଆକଳନ ବିଷୟରେ କେହି କିଛି କହୁ ନାହାଁନ୍ତି। ବେନିବାଦ ଓପି ଅଞ୍ଚଳର ଭାତଗାମା ଗାଁର ମଧୁରପଟ୍ଟୀ ଘାଟ ନିକଟରେ ଏହି ଘଟଣା ରିପୋର୍ଟ ହୋଇଛି। ନିଖୋଜ ପିଲାମାନଙ୍କୁ ଖୋଜାଖୋଜି କରାଯାଉଛି। SDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକେ ମଧ୍ୟ ପିଲାମାନଙ୍କୁ ଖୋଜୁଛନ୍ତି।
Author: Samikhsya Bureau
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ପ୍ରଥମ ଗଳିରେ ଗତ ଦୁଇ ମାସ ଧରି ଚାଲିଥିବା ସେକ୍ସ୍ ରାକେଟର ଖବର ପାଇ ସଦର ଏସ୍ ଡି ପି ଓ ଶିବ ଶଙ୍କର ମହାପାତ୍ରଙ୍କ ନେତୃତ୍ଵରେ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଏସ୍ ଆଇ ରଶ୍ମିତା ସାମଲ ଚଢ଼ାଉ କରି ଘର ମାଲିକ ଅମୁଲ୍ୟ କୁମାର ପାଢ଼ୀ, ଯୌନ କାର୍ଯ୍ୟରେ ଲିପ୍ତ ୩ ଝିଅକୁ ଅଟକ ରଖି ଥାନାରେ ଜେରା କରିଥିଲେ। ଏଥି ସହିତ ଉକ୍ତ ଘରୁ ପୋଲିସ କିଛି ମଦ ବୋତଲ, ସିଗାରେଟ, ନିରୋଧ ପାକେଟ୍ ସହ ଯୌନ ଉଦ୍ଦୀପକ ଔଷଧ ଜବତ କରିଛନ୍ତିି ଓ ଉକ୍ତ ଘରକୁ ସିଲ୍ କରିଛନ୍ତି। ଅଟକ ଥିବା ସମସ୍ତଙ୍କୁ ଥାନାରେ ଜେରା କରିବା ପରେ ପୋଲିସ କେଶ୍ ନଂ ୨୫୫/୨୩ ଅନୁଯାୟୀ ମାମଲା ରୁଜୁ କରି ଘର ମାଲିକ ଓ ଯୌନ କେଳେଙ୍କାରୀ ଯୁବକ ଦୁଇ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀକାଳୁଆ ନିକଟରେ ଏକ ଗ୍ରାନାଇଟ୍ ପାହାଡ଼ ରେ କାମ କରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ୪ ଜଣ ଶ୍ରମିକ ପଥର ତଳେ ଚାପି ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଶ୍ରମିକମାନେ ଗୁରୁତର ଅବସ୍ଥାରେ ଦୁଇ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପଥର ଭିତରୁ ବାହାର କରିପାରିନଥିଲେ। ଯାହା ଫଳରେ ଗୋବିନ୍ଦ ମଲିକ ଓ କୋରା ମଲିକ ନାମକ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଗୁରୁତର ଆହତ ଦୁଇ ଶ୍ରମିକ କୃଷ୍ଣ ବେହେରା ଓ ସୁଦର୍ଶନ ବଡ଼ରଇତକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଜାଣିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ।
ନୂଆଦିଲ୍ଲୀ: ବୁଧବାର ଦିନ କେରଳରେ ଆଉ ଜଣେ ନିପା ସଂକ୍ରମିତ ରୋଗୀ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି। ଏହା ସହ ରାଜ୍ୟରେ ନିପା ରୋଗୀଙ୍କ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ, ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର କଣ୍ଟେଣ୍ଟମେଣ୍ଟ ଜୋନ୍ ସୃଷ୍ଟି କରିଛନ୍ତି। ରୋଗୀଙ୍କ ସମ୍ପର୍କରେ ଆସିଥିବା ପ୍ରାୟ ୭୦୦ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୭୭ ଜଣଙ୍କୁ ଉଚ୍ଚ ବିପଦ ବର୍ଗରେ ରଖାଯାଇଛି। ନିପା ଭାଇରସ ସଂକ୍ରମଣ ଯୋଗୁଁ ରାଜ୍ୟରେ ଦୁଇ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି। ସଂକ୍ରମଣ ମଧ୍ୟ ସାରା ରାଜ୍ୟରେ ବ୍ୟାପିବାର ଆଶଙ୍କା ରହିଛି ବୋଲି ମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଅନେକ ପଦକ୍ଷେପ ନେଇଛି। ଉଚ୍ଚ ବିପଦ ବର୍ଗରେ ରଖାଯାଇଥିବା ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ କୁହାଯାଇଛି। ପର୍ବ ଏବଂ…
ନୂଆଦିଲ୍ଲୀ: ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ) ବୁଧବାର ନିଷ୍ପତ୍ତି ନେଇଛି ଯେ, ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଖୁବ୍ ଶୀଘ୍ର ଶେଷ ହେବ ଏବଂ ଆସନ୍ତା ମାସରୁ ଦେଶର ବିଭିନ୍ନ ସ୍ଥାନରେ ମେଣ୍ଟର ସାଧାରଣ ସଭା ଆରମ୍ଭ ହେବ। ଏହା ସହିତ ବିରୋଧୀ ଦଳ ମଧ୍ୟ କିଛି ନ୍ୟୁଜ୍ ଚ୍ୟାନେଲର ଆଙ୍କର୍ ପ୍ରୋଗ୍ରାମକୁ ବର୍ଜନ କରିବାକୁ ରାଜି ହୋଇଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ, ‘ଇଣ୍ଡିଆ’ର ଗଣମାଧ୍ୟମ ସମ୍ବନ୍ଧୀୟ କାର୍ଯ୍ୟକାରିଣୀ ଦଳ ନିଷ୍ପତ୍ତି ନେବେ ଯେଉଁଥିରେ କେଉଁ ଆଙ୍କର୍ ପ୍ରୋଗ୍ରାମରେ ବିରୋଧୀ ଦଳଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ରହିବେ ନାହିଁ। ମେଣ୍ଟର ସମନ୍ୱୟ କମିଟିର ପ୍ରଥମ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ‘ଇଣ୍ଡିଆ’ର ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହେବ ଏବଂ ଜାତିଗତ ଜନଗଣନା ପ୍ରସଙ୍ଗକୁ ପ୍ରଭାବିତ ଢଙ୍ଗରେ ଆଗକୁ ନିଆଯିବ। ଶରଦ ପାୱାରଙ୍କ ବାସଭବନରେ…
ନୂଆଦିଲ୍ଲୀ: ଭାରତର ଦକ୍ଷତା ବିକାଶ ମଡେଲକୁ ଆଜି ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ଫସ୍କିଲ୍ ଇଣ୍ଡିଆ ଡିଜିଟାଲ୍’ ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି (www.skillindiadigital.gov.in) ପ୍ଲାଟଫର୍ମକୁ ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି, ନିକଟରେ ସମାପ୍ତ ହୋଇଥିବା ଜି ୨୦ ବୈଠକରେ ୧୦ଟି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେଥିମଧ୍ୟରୁ ବିଶ୍ୱ ସ୍କିଲ ଗ୍ୟାପ ଆନାଲିସିସ ଓ ଭାରତର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟର୍କଚର ଉପରେ ଗୁରୁତ୍ୱ ଦେଆଯାଇଥିଲା। ଏହି ରାଷ୍ଟ୍ରସମୂହ ଭାରତର ଡିଜିଟାଲ ପଦକ୍ଷେପକୁ ପ୍ରଶଂସା କରିବା ସହ ଭାରତର ମଡେଲ ପ୍ରତି ବିଶ୍ୱ ଅନେକ ଆଶା ରଖିଛି। ଭାରତର ୟୁପିଆଇ, ଭିମ ଆପ, ଡିଜି ଲକର, ୱାନ ନେସନ ୱାନ କାର୍ଡ, ରାସନ କାର୍ଡ ପୋର୍ଟାବିଲିଟି, ଡ଼ିବିଟି, ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟକୁ ଲୋକମାନେ ଭଲରେ ବୁଝିପାରିଛନ୍ତି। ଭାରତର ସ୍କିଲ…
ଭୁବନେଶ୍ଵର: ଜୀ-ସାର୍ଥକରେ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬:୩୦ ମି ରେ ଆସୁଛି ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଓଡିଆ ଫିଲ୍ମ ‘କୁଳାଙ୍ଗାର ୨’ । ମ୍ୟାନଜେମେଣ୍ଟରେ ଗୋଲ୍ଡ ମେଡାଲିଷ୍ଟ ବିକାଶ ନିଜର ପାଠ ପଢା ସାରିଲା ପରେ ଚାହିଁଚି ନିଜର ଶିକ୍ଷା ମୋବାଇଲ ଆପ୍ ତିଆରି କରିବାକୁ କିନ୍ତୁ ବିକାଶର ବାପା, କେଦାର ମିଶ୍ର ଯିଏକି ଜଣେ ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଚାହୁଁଛନ୍ତି ଯେ ଏହା ବଦଳରେ ତାଙ୍କ ପୁଅ ଏକ ସୁରକ୍ଷିତ ଚାକିରି କରୁ। ବିକାଶ ତା ଷ୍ଟାର୍ଟଅପ୍ ପାଇଁ ନିଜ ମା’ଙ୍କୁ ବାଧ୍ୟ କରନ୍ତି ଟଙ୍କା ଦେବା ପାଇଁ କିନ୍ତୁ ସେ ଟଙ୍କାକୁ ଏକ ଚିଟ୍ ଫଣ୍ଡ୍ କମ୍ପାନୀରେ ବିନିଯୋଗ କରି ସବୁ ପଇସା ହରେଇ ବସନ୍ତି ହେଲେ କାହାଣୀ ଏହିଠାରୁ ଆରମ୍ଭ ମାତ୍ର। ମୁଖ୍ୟ ଚରିତ୍ରରେ ଅଛନ୍ତି ଶାଶ୍ବତ ଓ ତାଙ୍କ ସାଥିରେ ଅଛନ୍ତି ଚୁଲବୁଲି ନାୟିକା ନିଲାଖି। ଭେଟେରାନ କଳାକାର କୁନା…
ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଓ ୧୦ ତାରିଖ ୨୦୨୩ରେ ଅନୁଷ୍ଠିତ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏକ ସଂକଳ୍ପ ଗୃହିତ ହୋଇଛି। ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ କ୍ୟାବିନେଟ୍ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀଙ୍କ ଜନଭାଗିଦାରୀ ଆଭିମୁଖ୍ୟ ଜି-୨୦ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପରେ ଆମ ସମାଜର ବିଭିନ୍ନ ବର୍ଗକୁ ସାମିଲ କରିଥିଲା। ୬୦ଟି ସହରରେ ଆୟୋଜିତ ୨୦୦ରୁ ଅଧିକ ଜି-୨୦ ବୈଠକ କାର୍ଯ୍ୟକ୍ରମର ଏକ ଅଭୂତପୂର୍ବ ଛାପ ସୃଷ୍ଟି କରିଛି। ଫଳସ୍ୱରୂପ, ଭାରତର ଜି-୨୦ ଅଧ୍ୟକ୍ଷତା ପ୍ରକୃତରେ ଜନକୈନ୍ଦ୍ରିକ ଥିଲା ଏବଂ ଏକ ଜାତୀୟ ପ୍ରୟାସ ଭାବରେ ଉଭା ହୋଇଥିଲା। କ୍ୟାବିନେଟ୍ ଅନୁଭବ କରିଛି ଯେ ଶିଖର ସମ୍ମିଳନୀର ଫଳାଫଳ ପରିବର୍ତ୍ତନ ଆଣିବା ସହିତ ଆଗାମୀ ଦଶନ୍ଧିରେ ବିଶ୍ୱ ବ୍ୟବସ୍ଥାର ପୁନର୍ଗଠନରେ ସହାୟକ ହେବ। ବିଶେଷ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଛି। ବାଲୁଗାଁ ଜେନା କଲୋନୀରେ ଚାଲିଛି ଭିଜିଲାନ୍ସ ରେଡ। ଉକ୍ତ କଲୋନୀରେ ପୂର୍ବତନ ବୁଗୁଡ଼ା ତହସିଲଦାର ଯଥା ବର୍ତ୍ତମାନ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଶ୍ରୀ ଜେନାଙ୍କ ଘର ଚିଲିକା ବ୍ଲକ ହରିପୁର ବୋଲି ଜଣାପଡିଛି। ସେ ମୂଳତଃ ଶିକ୍ଷକ ଥିଲେ ଏବଂ ୨୦୧୬ ରେ ଓଆରଏସ ଭାବେ ପଦୋନ୍ନତି ପାଇଁ ଦୁଇ ବର୍ଷ ତଳେ ଓଏଏସ ଭାବେ ପୁଣି ପଦୋନ୍ନତି ପାଇଥିଲେ। ଭିଜିଲାନ୍ସର ୩ ଗୋଟି ଟିମ ବାଲୁଗାଁ, ହରିପୁର, ଛୋଟରାୟପୁରରେ ଚଢ଼ାଉ ଜାରି ରଖିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ତିନି ବର୍ଷ ମଧ୍ୟରେ ୭୫ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ସମ୍ପ୍ରସାରଣ କରିବାକୁ ଅନୁମୋଦନ ମିଳିଛି। ଅତିରିକ୍ତ ୭୫ ଲକ୍ଷ ଉଜ୍ଜ୍ୱଳା ସଂଯୋଗ ସହିତ ପିଏମୟୁୱାଇ ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ। ଉଜ୍ଜ୍ୱଳା ୨.୦ର ପ୍ରଚଳିତ ପଦ୍ଧତି ଅନୁଯାୟୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ବା ଟାଙ୍କିରେ ଗ୍ୟାସ ଭର୍ତ୍ତି ଏବଂ ଚୁଲା ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ। ପିଏମୟୁୱାଇ ଉପଭୋକ୍ତାଙ୍କୁ ବାର୍ଷିକ ୧୨ଟି ରିଫିଲ୍ ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରାଯାଉଛି । ପିଏମ୍ୟୁୱାଇ ଜାରି ନ ରଖିଲେ ଯୋଗ୍ୟ ଗରିବ ପରିବାର ଏହି ଯୋଜନା ଅଧୀନରେ ସେମାନଙ୍କର ଉପଯୁକ୍ତ ଲାଭ ପାଇପାରିବେ ନାହିଁ। ଧୂଆଁମୁକ୍ତ ରୋଷେଇ ମାଧ୍ୟମରେ ମହିଳାଙ୍କ…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବୃହତ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ଯାହାର ବାର୍ଷିକ କ୍ୟାପେକ୍ସ ଲକ୍ଷ୍ୟ 100 କୋଟି ଏବଂ ତା’ଠାରୁ ଅଧିକ ପୁଞ୍ଜି ବ୍ୟୟ (CAPEX) ଏହି ଆର୍ଥିକ ବର୍ଷରେ ପ୍ରାୟ 7.33 ଟ୍ରିଲିୟନ୍ ଟଙ୍କା ବାର୍ଷିକ ଲକ୍ଷ୍ୟର 42.5 ପ୍ରତିଶତରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷ FY24 ର ପ୍ରଥମ ପାଞ୍ଚ ମାସରେ ଭାରତୀୟ ରେଳବାଇ, ଡେଡିକେଟ୍ ଫ୍ରାଇଟ୍ କରିଡର କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ କୋଲକାତା ମେଟ୍ରୋ ରେଳ ନିଗମକୁ ବାଦ ଦେଇ ପ୍ରାୟ 2.44 ଟ୍ରିଲିୟନ ଟଙ୍କା କ୍ୟାପକ୍ସ ଟାର୍ଗେଟର ପ୍ରାୟ 1.13 ଟ୍ରିଲିୟନ (46.6 ପ୍ରତିଶତ) ଖର୍ଚ୍ଚ କରିଛି। ବଜେଟ୍ ଅନୁଦାନର ସଠିକ୍ ଉପଯୋଗ ଏହି ଅଞ୍ଚଳର ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିପାରିବ ବିଶେଷକରି ପୁଞ୍ଜି ବିନିଯୋଗ ପାଇଁ ହେଉଥିବା ବ୍ୟୟ ଏକ ସଂଗଠନର ଭିତ୍ତିଭୂମି ଅଭିବୃଦ୍ଧିକୁ ସୂଚାଇଥାଏ ଏବଂ ଆଞ୍ଚଳିକ ତଥା ଜାତୀୟ ଅଭିବୃଦ୍ଧିକୁ ସିଧାସଳଖ ଲାଭ କରିଥାଏ। ଚଳିତ…
ଭୁବନେଶ୍ୱର: ଆସନ୍ତା ତା. ୨୧.୦୯.୨୦୨୩ ରିଖ ଦିନ ଓଡ଼ିଶାର ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଅଛି ଏବଂ ୨୧ ତାରିଖ ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଧାରଣତଃ ଏହି ଗଣପର୍ବରେ ପଶ୍ଚିମ ଓଡ଼ିଶାର ଅଧିବାସୀ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି। ଏହି ଉତ୍ସବ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆବେଗପୂର୍ଣ୍ଣ ହୋଇଥିବାରୁ ଏଥିନିମନ୍ତେ ସାଧାରଣତଃ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି, ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି। ସୁତରାଂ ଏହି ଗଣପର୍ବ ପାଇଁ କଂଗ୍ରେସ ବିଧାୟକଗଣ ନିଜ ଅଂଚଳରେ ଉପସ୍ଥିତ ରହୁଥିବାରୁ ଆଗାମୀ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ।
ଭୁବନେଶ୍ୱର: ଆଜି ସେପେଫମ୍ବର ୧୩, ୨୦୨୩ ତାରିଖରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୬୭୯୮ ଜିପି ମଧ୍ୟରୁ ପ୍ରାୟ ଶତକଡା ୬୫ ଭାଗ ଜିପିରେ (୪୩୭୩ ଜିପି) ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ। ଆର୍ଥିକ ଅଗ୍ରସର ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ବ୍ୟାଙ୍କ ସେବା ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ…
ମେଷ : ଜୀବନସାଥୀ ସହିତ ଭଲ ସମୟ ଅତିବାହିତ ହେବ। ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। ବାକି କାମ ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ। ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ଶୀଘ୍ର ଟଙ୍କା ଖର୍ଚ୍ଚ ହୋଇପାରେ। ବୃଷ : ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ। ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ। ବ୍ୟବସାୟ ଭଲ ହେବ। ଆୟ ବୃଦ୍ଧି ପାଇବ। ଆଘାତ ଏବଂ ରୋଗ ବାଧା ଦେଇପାରେ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ। ପ୍ରତିଦ୍ୱନ୍ଦ୍ୱିତା ହେବ। ମିଥୁନ : ସାଙ୍ଗମାନଙ୍କ ସହିତ ସମୟ ଭଲ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତୁ। ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜଗନ୍ନାଥ ପ୍ରସାଦ ବ୍ଳକ ତାରାସିଂ ଥାନା ଅନ୍ତର୍ଗତ ଦିଗାମ୍ବର ପଲ୍ଲୀ ଗ୍ରାମରେ ୫୫ ବର୍ଷିୟା କନକ ନାୟକ ନାମ୍ନୀ ଜଣେ ମହିଳାଙ୍କର ବଜ୍ରାଘାତରେ ବିୟୋଗ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ମୃତ ମହିଳା ଜଣଙ୍କ ଆଜି ଅପରାହ୍ନରେ ବିଲରେ ଘାସ ବାଛୁଥିଲା ବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଓ ତାଙ୍କ ଉପରେ ବଜ୍ରାଘାତ ମାଡ଼ ହେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କର ବେକ କଳା ପଡ଼ିଯିବା ସହ ଶରୀରର ଅନ୍ୟାନ୍ୟ ସ୍ଥାନରେ ଛାଲ ଛାଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମରେ ରୋଷେଇ କରୁଥିବା ସମୟରେ ଶାଶୁ ଓ ବୋହୁଙ୍କ ଉପରେ ବଜ୍ରାଘାତ ମାଡ଼ ହେବାରୁ ସେମାନେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଭୁବନେଶ୍ବର: ସାହିତ୍ୟ, ସଙ୍ଗୀତ, ଦୃଶ୍ୟ କଳା ଓ ନୃତ୍ୟକୁ ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ବ୍ୟାପି ଆୟୋଜିତ ହେବାକୁ ଥିବା ମେଘ ଉତ୍ସବ-୨୦୨୩ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତରାୟ ଭାରତର ଏକ ମାତ୍ର ଏହି ଅନନ୍ୟ ବିଶ୍ୱବିଦ୍ୟାଳୟର ଅନନ୍ୟ ଢଙ୍ଗରେ ଆୟୋଜିତ ମେଘ ଉତ୍ସବର ସଫଳତା କାମନା କରିବା ସହ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଭା ସମ୍ପର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଷା, ଓ ସାହିତ୍ୟ କୁ ସରଂକ୍ଷଣ…
ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ତରଫରୁ ପାଠଚକ୍ର ଏବଂ ସଦ୍ୟ ନୂତନ ଛାତ୍ର ଛାତ୍ରୀ ଙ୍କ ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା କବିତା ଦେବୀ ମିଶ୍ର ସଭାପତିତ୍ବ କରିଥିଲେ। ଅ ଧ୍ୟାପକ ଜଗନ୍ନାଥ ଆଚାର୍ଯ୍ୟ, ବିଜୟ ଶତପଥି, ଅଧ୍ୟାପିକା ପ୍ରଜ୍ଞାମିତା ପାତ୍ର ତଥା ସମସ୍ତ ଛାତ୍ର ଛାତ୍ରୀ ମାନେ ସଭାରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ହିରଲ ପ୍ରଧାନ ସଭାକୁ ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏବଂ ଶେଷରେ ପ୍ରୀତି ଭୋଜନରେ ନୂତନ ଛାତ୍ର ଛାତ୍ରୀଙ୍କୁ ଆପ୍ୟାୟିତ କରାଯାଇଥିଲା।
ଖୋର୍ଦ୍ଧା: ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଚଢ଼ାଉ କରି ୧୫ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବେଗୁନିଆ ଥାନା ଭାଗଲପୁର ଗ୍ରାମରୁ ଅଭିଯୁକ୍ତ ପ୍ରମୋଦ କୁମାର ସାହୁ (୫୭) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ଉକ୍ତ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ଟିମ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ ଟିମ ସାମିଲ ଥିଲା।
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ମିଳିତ ଭାବେ ଖଲିକୋଟ ରେଳ ଷ୍ଟେସନରେ ଚଢ଼ାଉ କରି ତିନି ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଲିକୋଟ ଥାନା ଅଞ୍ଚଳର ପ୍ରଶାନ୍ତ ଜାଲି (୧୯), ରୁଦ୍ର ଦାସ (୨୦) ଏବଂ ଟୁନା ବେହେରା (୨୩)। ସୂଚନା ମୁତାବକ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଏକ ମିଳିତ ଟିମ ଗଠନ କରାଯାଇ ଉକ୍ତ ଷ୍ଟେସନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ତିନି ଜଣ ସଂନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରାଯିବାରୁ ସେମାନେ ଦୁଇ ପ୍ଲାଟଫର୍ମରେ ପ୍ରଶାନ୍ତି ଏକ୍ସପ୍ରେସରୁ ଯାତ୍ରୀମାନଙ୍କ ମୋବାଇଲ ଚୋରି କରିଥିବାର ସ୍ୱୀକାର କରିଥିଲେ। ସେମାନେ ପୁରୀରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ବିଭିନ୍ନ ଟ୍ରେନରୁ ଯାତ୍ରୀମାନଙ୍କ ମୋବାଇଲ ଲୁଟ କରୁଥିଲେ। ସେମାନଙ୍କ ନିକଟରୁ ୬ ଗୋଟି ଏବଂ ଚାରି ନମ୍ବର ପ୍ଲାଟଫର୍ମ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭୨୧୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଅଟକଳ ସହିତ ଚାରି ବର୍ଷ (୨୦୨୩ ପରଠାରୁ) ବ୍ୟାପୀ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ତୃତୀୟ ପର୍ଯ୍ୟାୟକୁ ଇ-କୋର୍ଟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ”ର ପରିକଳ୍ପନା ଅନୁରୂପ, ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବା ପାଇଁ ‘ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତୀୟ ନ୍ୟାୟପାଳିକାର ଆଇସିଟି ସକ୍ଷମତା ନିମନ୍ତେ ଜାତୀୟ ଇ-ଗଭର୍ଣ୍ଣାନ୍ସ ଯୋଜନାର ଏକ ଅଂଶବିଶେଷ ଭାବରେ, ଇ-କୋର୍ଟ ପ୍ରକଳ୍ପ ୨୦୦୭ ମସିହାରୁ କାର୍ଯ୍ୟକାରୀ ହେଉଛି, ଯାହାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ରେ ଶେଷ ହୋଇଛି। ଭାରତରେ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ‘‘ପ୍ରାପ୍ତି ଏବଂ ଅନ୍ତର୍ଭୁକ୍ତୀକରଣ’’ର ଦର୍ଶନ ଉପରେ ଆଧାରିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଲାଭକୁ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୩-୦୯-୨୦୨୩) ଗାନ୍ଧୀ ନଗର ସ୍ଥିତ ରାଜଭବନରୁ ଆଭାସୀ ମାଧ୍ୟମରେ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଆୟୁଷ୍ମାନ ଭବ’ ଅଭିଯାନର ଲକ୍ଷ୍ୟ ହେଛଛି କୌଣସି ବ୍ୟକ୍ତି ବା ଗ୍ରାମ ପଛରେ ପଡ଼ିବା ଅନୁଚିତ। ତା’ହେଲେ ଯାଇ ଆମ ଦେଶରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ସଫଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ସୁସ୍ଥ ରହନ୍ତି, ତେବେ ଯାଇ ଏକ ସୁସ୍ଥ ଭାରତ ଗଠନ ସଂକଳ୍ପ ପୂରଣ ହେବ ବୋଲି ସେ କହିଛନ୍ତି। ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବହୁ ମନ୍ତ୍ରୀମଣ୍ଡଳସ୍ତରୀୟ ପଦ୍ଧତି ଗ୍ରହଣ କରାଯାଇ ଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ। ଏଭଳି ବିରାଟ ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ, ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରିବା…

