Author: Samikhsya Bureau

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ’ ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି। ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି। ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି ପାଇଛି। ଅଣ- ବାସମତୀ ଧଳା ଚାଉଳ ଦର ହ୍ରାସ ସହିତ ଘରୋଇ ବଜାରରେ ଉପଲବ୍ଧତା ପାଇଁ ଏହା ଉପରେ ୨୦% ରପ୍ତାନି ଶୁଳ୍କ ମୂଲ୍ୟ ୦୮.୦୯.୨୦୨୨ ରେ ଲାଗୁ କରାଯାଇଥିଲା। ୨୦% ରପ୍ତାନି ଶୁଳ୍କ ଲାଗୁ ହେବା ପରେ ମଧ୍ୟ ଏହି କିସମର ଚାଉଳ ରପ୍ତାନି ୩୩.୬୬ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୧-୨୨) ରୁ ୪୨.୧୨ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୨-୨୩) କୁ ବୃଦ୍ଧି ପାଇଥିଲା। ଚଳିତ…

Read More

ଭୁବନେଶ୍ୱର: ଦେଶରେ କ୍ଷମତାସୀନ ଏନଡିଏ ବିରୋଧରେ ନିକଟରେ ବେଙ୍ଗାଲୁରରେ ୨୬ଟି ବିରୋଧି ଦଳ ପକ୍ଷରୁ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (INDIA) ଗଠିତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ INDIA ଦଳଭୁକ୍ତ ଦଳମାନେ ଶାସକ ବିଜେପିକୁ ପରାସ୍ତ କରିବେ ବୋଲି ସମସ୍ତ ବିରୋଧିଦଳଗୁଡ଼ିକ ଆଶା ବାନ୍ଧି ବସିଛନ୍ତି। ସର୍ବଭାରତୀୟ ସ୍ତରରେ ଏଭଳି ଏକ ମେଣ୍ଟ ହୋଇଥିବାବେଳେ ଓଡ଼ିଶାରେ ଏହା ସମ୍ଭ କି ନୁହେଁ ତାହା ଏବେ ଆଲୋଚନାର ବିଷୟ ହୋଇଛି। କଂଗ୍ରେସ ବିରୋଧୀ ଜନମତକୁ ପାଥେୟ କରି ୨୦୦୦ ମସିହା ପରଠାରୁ ପ୍ରଥମେ ବିଜେପି ସହିତ ମେଣ୍ଟ କରି, ୨୦୦୯ ପରଠାରୁ ଏକାକୀ ଶାସନ କ୍ଷମତାରେ ରହିଛି ବିଜୁ ଜନତା ଦଳ (ବିଜେଡି)। ୨୦୦୯ ପରଠାରୁ କେନ୍ଦ୍ରରେ ଯେଉଁ ଦଳ ଶାସନକୁ ଆସୁନା କାହିଁକି ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷାକରି ଶାସକ ବିଜେଡି କ୍ଷମତା ବଜାୟ ରଖିଛି। କିନ୍ତୁ କୌଣସି ସର୍ବଭାରତୀୟ ମେଣ୍ଟ ସହିତ ନାହିଁ ବିଜେଡି। ଏନଡିଏ…

Read More

ପାଣାଜୀ: ଭାରତର ଜି-20 ର ଅଧ୍ୟକ୍ଷତା ଅନ୍ତର୍ଗତ ଚତୁର୍ଥ ଶକ୍ତି ଅନ୍ତରଣ କାର୍ଯ୍ୟ ସମୂହ (ଇଟିଡବ୍ଲୁଜି) ର ବୈଠକ 19 ଜୁଲାଇ, 2023 ରେ ଗୋଆରେ ଆରମ୍ଭ ହୋଇଛି। ମୁଖ୍ୟ କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଦିନ ସ୍ବଚ୍ଛ ଶକ୍ତି ଉପରେ 14ଶ ମନ୍ତ୍ରୀସ୍ତରୀୟ ଏବଂ 8ମ ମିଶନର ନବାଚାର ବୈଠକ 34 ରୁ ଅଧିକ ସଦସ୍ୟ ଦେଶଙ୍କ ଉତ୍ସାହ ଏବଂ ସକ୍ରିୟ ଭାଗିଦାରୀ ସହିତ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭ ଭାରତ ସରକାରଙ୍କ ପକ୍ଷରୁ ଉତ୍ସାହ ସହିତ ସ୍ବାଗତ ସହିତ ଆରମ୍ଭ ହୋଇଛି, ଏହା ପରେ ଅନ୍ୟ ସିଇଏମ୍ ଟ୍ରାଇକୋ ସଦସ୍ୟ (ଆମେରିକା ଓ ବ୍ରାଜିଲ୍‌) ର ବିଶେଷ ସମ୍ବୋଧନ ଏବଂ ସିଇଏମ୍ ତଥା ଏମଆଇ ସଚିବାଳୟଙ୍କ ଭାଷଣ ପ୍ରଦାନ କରାଯାଇଛି। ଚଳିତ ବର୍ଷର ବିଷୟ ହେଉଛି ‘‘ସ୍ବଚ୍ଛ ଶକ୍ତିକୁ ମିଳିମିଶି ଆଗକୁ ବଢ଼ାଇବା’’ ରହିଛି। ସିଇଏମ୍ ର ପ୍ରଥମ ଦିନ ସିଇଏମ୍ ୱାର୍କଷ୍ଟ୍ରିମ୍ ସମନ୍ବୟକାରୀ, ଆନ୍ତର୍ଜାତୀୟ ଏଜେନ୍ସି, ଗବେଷଣାକାରୀ, ନୀତି…

Read More

ନୂଆଦିଲ୍ଲୀ: ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବୁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ବିଳମ୍ବ ହେବା ଯୋଗୁ କେତେ ପରିମାଣରେ ଖର୍ଚ୍ଚ ବୃଦ୍ଧି ପାଇଛି ତାହାର ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ହିସାବ କରାଯାଇ ନାହିଁ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାମକୁ କେନ୍ଦ୍ର ସରକାର ଗୁରୁତ୍ୱର ଅନୁଧ୍ୟାନ କରୁଛନ୍ତି। କାମ ସାରିବାରେ ଦେଖା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସ୍ଥାନୀୟ ମିଡ଼୍‌ଟାଉନ୍‌ଠାରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଓ ଶିଳ୍ପ କ୍ଷେତ୍ରରେ ଅବହେଳିତ ଯୋଗୁଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ହେଉଥିବା କହିଛନ୍ତି। ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରି ସେ କହିଛନ୍ତି ଯେ, ଏହି ଜିଲ୍ଲାରୁ ପୂର୍ବରୁ ନିର୍ବାଚିତ ସାଂସଦ ରେଳମନ୍ତ୍ରୀ ରହିଥିଲେ ମଧ୍ୟ ଜିଲ୍ଲାରେ ରେଳପଥର ବିକାଶ ଦିଗରେ ସେ ଯଥାଯଥ ଦୃଷ୍ଟି ଦେଇନାହାନ୍ତି। ଏକଦା ଦେଶର ଅନ୍ୟତମ ପଛୁଆ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଉଥିବା କେବଳ ଭାଷଣ କାଗଜପତ୍ରରେ ସୀମିତ ରହିଛି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି। ରେଳପଥ, ସଡ଼କ ସଂଯୋଗୀକରଣ, ଉପଯୁକ୍ତ ଶିକ୍ଷାର ଅଭାବ ଆଦି କାରଣରୁ ଜିଲ୍ଲାର ଅନେକ ବାସିନ୍ଦା ଏବେ…

Read More

ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ ।  ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ,, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ ।  ବିବାହିତ ଜୀବନ ଭଲ ହେବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।  ଆପଣ ପରିବାରର ଗୁରୁଜନମାନଙ୍କ ସ୍ନେହ ଏବଂ ବିଶ୍ୱାସ ପାଇବେ । ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ ସୁଖର ପରିବେଶ ରହିବ…

Read More

ଭୁବନେଶ୍ଵର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ଵାଦଶ ଶ୍ରେଣୀ 95 ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିଥିବା ୧୦୯ (ଦଶମ ୭୮, ଦ୍ଵାଦଶ ୩୧) ଜଣ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଭବ୍ୟ ସମାରୋହକୁ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ପ୍ରଦୀପ ପ୍ରଜ୍ଜ୍ଵଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି “ବିଜ୍ଞାନ ହିଁ ସମସ୍ତ ସଫଳତାର ପ୍ରଚ୍ଛଦପଟ ନାୟକ’ ବୋଲି ନିଜର ଅଭିଭାଷଣରେ କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ/ଶିକ୍ଷକମାନଙ୍କ ଦ୍ଵାରା ପରିବେଷିତ ସମୂହ ଗାନ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ ଡକ୍ଟର ଅରୁଣ କୁମାର ରଥ ଅତିଥିଙ୍କର ପରିଚୟ ପ୍ରଦାନ ସହ ‘କଠୋର ପରିଶ୍ରମ ହିଁ ସଫଳତାର ମହାମନ୍ତ୍ର’ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ସହ ଆଞ୍ଚଳିକ ଅଧିକାରୀ ଡକ୍ଟର ସୁଜାତା ଯୋଗଦାନ କରି ବିଦ୍ୟାର୍ଥୀର ସାଧନା, ଏକାଗ୍ରତା ଓ ନିଷ୍ଠା କେବେ ବିଫଳ ହୁଏ ନାହିଁ ବୋଲି…

Read More

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରେ ନିୟମିତଭାବେ ଗାଡି ବ୍ୟାଟେରି ଚୋରି ହେଉଥିôବାର ଅଭିଯୋଗ ହୋଇଆସୁଥିଲେ ବି ପୂର୍ବରୁ କୁଜଙ୍ଗ ପୋଲିସ ଚୋରଙ୍କର ଟେର ପାଇପାରୁନଥିଲା। ମାତ୍ର ନୂତନ ଅଧିକାରୀଭାବେ ରଶ୍ମିରଂଜନ ଦାଶ ଯୋଗଦେବାପରେ କୁଜଙ୍ଗ ପୋଲିସ ବୁଧବାର ବିଳମ୍ବିତ ରାତିରେ ତିନି ଜଣା ବ୍ୟାଟେରି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଜରେ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ। ତତ ସହିତ ଚୋରି ସାମଗ୍ରି ସମେତ ଗୋଟେ ମଟର ସାଇକେଲ ଓ ତିନୋଟି ମୋବାଇଲ , ଦୁଇଟି ଟ୍ରକ ବ୍ୟାଟେରି ଜବତ କରାଯାଇଛି। ଏଠାରେ ସୂଚନା ଯୋଗ୍ୟକି ରାସ୍ତାକଡରେ, ଘର ସାମ୍ନାରେ ଯଦି ଭାରିଯାନ ବା ଚାରି ଚକିଆଯାନ ଛିଡା ହେଉଥିଲା ଚୋରମାନେ ରାତ୍ରିରେ ସୁଯୋଗ ଉଣ୍ଡି ବ୍ୟାଟେରି ଚୋରି କରି ନେଇ ବିକ୍ରି କରୁଥିବାର ଖବର ପାଇବାପରେ ଥାନା ଅଧିକାରୀ ଶ୍ରୀ ଦାଶ ଚୋରଙ୍କ ଉପରେ କଡା ନଜର ରଖିବାକୁ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ।…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କଟକ ଶିଖରପୁର ଅଞ୍ଚଳର ଜନୈକା ନାବାଳିକା ଗର୍ଭବତୀ ଅବସ୍ଥାରେ ଥିବା ଖବର ପାଇ ବୁଗୁଡ଼ା ସିଡିପିଓ ବୁଗୁଡ଼ା ପୋଲିସ୍ ସହାୟତାରେ ଉଦ୍ଧାର କରିଛନ୍ତି। ସୁଚନା ଅନୁଯାୟୀ, ବୁଗୁଡ଼ା ଥାନା ଅନ୍ତର୍ଗତ ଜଗତପାଟଣା ଗ୍ରାମର ସୁରେନ୍ଦ୍ର ଡାକୁଆ ଉକ୍ତ ନାବାଳିକାକୁ ପ୍ରେମ ଜାଲରେ ବାନ୍ଧି ନିଜ ଘରେ ଆଣି ରଖିଥିଲା। ଉକ୍ତ ନାବାଳିକା ୩ ମାସର ଗର୍ଭବତୀ ବୋଲି ପ୍ରଶାସନ ନିକଟକୁ ଖବର ଆସିବା ପରେ ଆଜି ସିଡିପିଓ ବବିତା ରାଣୀ ପଣ୍ଡା ବୁଗୁଡ଼ା ଥାନା ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ ଅନ୍ୟାନ୍ୟ କର୍ମଚାରୀଙ୍କ ସହାୟତାରେ ଚଢ଼ାଉ କରି ସୁରେନ୍ଦ୍ର ଘରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ନାବାଳିକାକୁ ପୋଲିସ ଓ ପ୍ରଶାସନ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଜୟୀ ରାଜଗୁରୁ ଟାଉନ ହଲ ଠାରେ ପୂର୍ବାହ୍ନ 11 ଟାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର, ଅଧ୍ୟକ୍ଷା, ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରା ରାଣୀ ଗୁମାନ ସିଂହ, ଅଧ୍ୟକ୍ଷା, ପୋୖର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ମହିଳା ସଭାନେତ୍ରୀ ଗୀତା ପାଟ୍ଟଶାଣୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ। ଡିଭିଜନାଲ ଲେବର କମିଶନର, ଖୋର୍ଦ୍ଧା, ସ୍ଵାଗତ ଭାଷଣ ରଖିଥିବା ବେଳେ ବିକାଶ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ, ଖୋର୍ଦ୍ଧା ବିଶଦ ଭାବେ ଯୋଜନା ବିଷୟରେ ବିବରଣୀ ରଖିଥିଲେ। ଓଡ଼ିଶା ସରକାରଙ୍କ…

Read More

ଭୁବନେଶ୍ୱର : କେନ୍ଦୁ ପତ୍ର ଶ୍ରମିକଙ୍କୁ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା ପରେ ବିଜେପି ଏହାକୁ ସମାଲୋଚନା କରିବା ଆରମ୍ଭ କରିଛି। ବିଜେପି କହିଛି ଓଡିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ହଜାର ବନ୍ଧେଇ ଶ୍ରମିକ ଓ ୨୨ହଜାର ସିଜିନାଲ କର୍ମଚାରୀ ମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ୍‌” ଧରାଇ ଦେଲେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି। ତେବେ ବିଜେପିର ଏହି ସମାଲୋଚନାକୁ ଜବାବ ଦେଇଛି ବିଜେଡି। ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ। ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ରାଜ୍ୟ ବିଜେପି ନେତାମାନଙ୍କ ସତ୍ ସାହାସ ନାହିଁ। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଓ…

Read More

ଚିଲିକା: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି ରାଜନୀତି ବେଶ ସକ୍ରିୟ ହୋଇପଡିଛି। ପୁଣି ଥରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଚିଲିକା ଗସ୍ତ କରିଛନ୍ତି। ସେ ନାଚୁଣୀଠାରେ ଚିଲିକା ବ୍ଲକର ଜିଲ୍ଲା ପରିଷଦ ଜୋନ  ୪, ୫, ୬ ର କର୍ମକର୍ତ୍ତାମାନଙ୍କର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଚିଲିକାରେ କିପରି ଦଳକୁ ସୁୃଦୃଢ କରାଯିବ ସେ ନେଇ ସେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ୍ୟ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ଚିଲିକା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରାଜା ଚକ୍ର, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଏବଂ ଚିଲିକା ବ୍ଲକ ର ସମସ୍ତ ବିଜେଡି ନେତା, କର୍ମୀ, ଛାତ୍ର, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ବିଧାୟକ ପ୍ରତିନିଧି, ଏମପି ପ୍ରତିନିଧି, ସଭାପତି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା କିଛି ଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟରେ କାର୍ଯ୍ୟରତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପଞ୍ଜିକୃତ ସମସ୍ତ ସାମ୍ବାଦିକ ଓ ସେମାନଙ୍କ ପରିବାର ଏହାର ସୁବିଧା ପାଇ ପାରିବେ। ଯାହାକୁ ନେଇ ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ଓ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏଥିସହିତ ଦୀର୍ଘ ଦିନ ଧରି ରାଜ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ନାର୍ଯ୍ୟ ଦାବି କରିଆସୁଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ପ୍ରଚେଷ୍ଟାରେ ଏହା ସଫଳ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଏବଂ ଶାଳିଆ ପ୍ରେସ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରାଜାଜ (ଏଡ଼ିଜେ) ନ୍ୟାଳୟର ପ୍ରତିଷ୍ଠା ପାଇଁ ଆଜି ସ୍ଥାନ ପରିଦର୍ଶନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ନ୍ୟାୟମୁର୍ତ୍ତି ଡ଼ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ନ୍ୟାୟମୁର୍ତ୍ତି ଡ଼. ଷଡ଼ଙ୍ଗୀ ବାଣପୁର କୋର୍ଟ ପରିସରରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ ସେ ନୂତନ ଏଡ଼ିଜେ କୋର୍ଟ ପ୍ରତିଷ୍ଠା ପାଇଁ ବାଣପୁରରେ ଏକାଧିକ ସରକାରି ସ୍ଥାନ ପରିଦର୍ଶନ କରିଥିବା ବେଳେ ପରିଶେଷରେ ଏକ ନିର୍ଦ୍ଦିଷ୍ଠ ସ୍ଥାନ ସ୍ଥିର କରିଥିଲେ। ଯଥାଶୀଘ୍ର ଉକ୍ତ ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଏଡ଼ିଜେ) ନ୍ୟାୟାଳୟ ନିର୍ମାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନ୍ୟାୟମୁର୍ତ୍ତି ଡ଼ ଷଡ଼ଙ୍ଗୀ। ସୂଚନା ଥାଉକି ବାଣପୁରରେ ଉକ୍ତ ନ୍ୟାୟାଳୟ ପ୍ରତିଷ୍ଠା…

Read More

କୁଜଙ୍ଗ: କୁଜଙ୍ଗ ଥାନା ଅଧିନ ବଡ଼ଗବପୁର ଅଂଚଳରେ ଥିବା ପରିତ୍ୟକ୍ତ ପୋସ୍କୋ କଲୋନୀରୁ ମଙ୍ଗବାର ଦିନ ପୂର୍ବାହ୍ନରେ ଇଟା ଓ ଦସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ଚୋରି କରିନେଇଯାଉଥିବା  କୁଜଙ୍ଗ ଥାନାରେ ବଡ଼ଗବପୁର ଗ୍ରାମର ଉପେନ୍ଦ୍ର ମଲ୍ଲିକ୍ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ପୋଖରିଆପଡ଼ା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ରାଉଳଙ୍କ ପୁଅ ତୋଫାନ ରାଉଳଙ୍କୁ ଗିରଫ କରିଥିଲା। ତତ୍ ସହିତ ଟ୍ରାକ୍ଟର ଓଡି୨୧ଏନ୍‌୫୮୭୬ ଓ  ଡାଲା ନମ୍ବର ଓଡି୨୯ଏଫ୍‌୩୩୧୫ ସମେତ ଏକ ସ୍କୁଟି ଯାହାର ନମ୍ବର ଓଡି୦୫ଭି୧୨୯୭ ଓ ମଟର ସାଇକେଲ ଓଡି୨୧ଏଲ୍‌୪୮୧୪ ଗାଡିଟିକୁ ପୋଲିସ୍ ଘଟଣା ସ୍ଥଳରୁ ସିଜ୍  କରିଥିବା ଜଣା ପଡିଛି। ଅପରପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ଥିବା ରାଜୀବ ନାୟକ ଓ ସମୀର ମଲ୍ଲିକ୍ ଫେରାର ଥିବା ଜଣାପଡିଛି। ପ୍ରକାଶ ଯେ, ମଙ୍ଗଳବାର ପୂର୍ବାହ୍ନ ୧୧ ଘଟିକା ସମୟରେ ପୋଖରିଆ ପଡ଼ା ଗ୍ରାମର ରାଜୀବ, ସମୀର ଓ ତୋଫାନ ଏକ ଟ୍ରାକ୍ଟର ଦ୍ୱାରା ପୋସ୍କୋ କଲୋନୀରୁ…

Read More

ରଣପୁର: ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ କରାଯାଇ ବିରୋଧ କରାଯାଇଥିଲା। ସଚିବଙ୍କ କାରକେଟ ଆସି ତଳ ସଡକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରେ ପହଂଚିବା ବେଳେ ବିଜେପି କର୍ମୀମାନେ କଳା ବ୍ୟାଚ ପିନ୍ଧିବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ। ପରେ ରଥ ପଡିଆରେ ଠାରେ ବିରୋଧ କରିଥିଲେ । ପୁଲିସ ୨୦ ରୁ ଉର୍ଦ୍ଧ ଜଣଙ୍କୁ ଅଟକ ରଖି ପରେ ଛାଡି ଦେଇଥିଲା।

Read More

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା। ଆଜି ସକାଳେ ରଣପୁରରେ ପ୍ରବଳ ବର୍ଷା ଲାଗି ରହିଥିଲା। କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ସମୟ ସୂଚୀ ଅନୂଯାୟୀ ରଣପୁର ଜେଲ ଛକ ଠାରେ ସକାଳ ୯ ଘଟିକା ୫ ମିନିଟ୍ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା। ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବେୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ। ସେଠାରୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ,  ଦେବୋତର ବିଭାଗ ଅଧିକାରୀ ଇପ୍ସିତ ସାହୁ, ଦେବୋତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ଓ  ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ।…

Read More

ଭୁବନେଶ୍ୱର: ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଦୁଇଦିନିଆ ବିରୋଧୀ ବୈଠକରୁ ଯେଉଁ ଫଳାଫଳ ବାହାରିଛି ତାହା ହେଉଛି ମେଣ୍ଟର ନୂଆ ନାମ- INDIA ଅର୍ଥାତ୍ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ। ଏ ସବୁ ସତ୍ତ୍ୱେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କ ସାମ୍ନାରେ କିଏ ରହିବ? ଏହାର ନେତୃତ୍ୱ କିଏ ନେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। INDIAରେ ସାମିଲ ହୋଇଥିବା ୨୬ଟି ଦଳର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ। ଏଥିରେ ବିରୋଧୀ ମେଣ୍ଟର ଚେହେରା କିଏ ହେବ ତାହା ସ୍ଥିର ହେବ। ପରବର୍ତ୍ତୀ ବୈଠକର ତାରିଖ ମଧ୍ୟ ସ୍ଥିର ହୋଇନାହିଁ। ୧୧ ଜଣିଆ ସମନ୍ୱୟ କମିଟିଦ୍ୱାରା ସବୁକିଛି ସ୍ଥିର ହେବ। ଦିଲ୍ଲୀରେ ମଧ୍ୟ ମେଣ୍ଟର ଏକ ଅଲଗା କାର୍ଯ୍ୟାଳୟ ରହିବ। ବୈଠକ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲାଲୁ-ତେଜସ୍ୱୀ ସେଠାରେ ଉପସ୍ଥିତ…

Read More

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ ଏବଂ ଯୌନ ନିର୍ଯାତନା ମାମଲାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ଦାବି କରାଯାଉଛି। ଏସବୁ ମଧ୍ୟରେ ଆଜି କେନ୍ଦ୍ର ସରକାର ସୋସିଆଲ ମିଡିଆରେ ମହିଳାଙ୍କ ଭାଇରାଲ ହେଉଥିବା ଭିଡିଓ ସେୟାର କରିବାକୁ ବାରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରି ମଣିପୁରୀ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ବୁଲାଉଥିବା ଭାଇରାଲ ଭିଡିଓ ସେୟାର କରିବା ବନ୍ଦ କରିବାକୁ କୁହାଯାଇଛି। ଗଣମାଧ୍ୟମରୁ ପ୍ରକାଶ ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତୀୟ ନିୟମ ପାଳନ କରିବା ବାଧ୍ୟତାମୂଳକ, କାରଣ ଏହି ଘଟଣାର ତଦନ୍ତ ଚାଲିଛି। ଦୁଇ ମାସରୁ ଅଧିକ ସମୟ ଧରି ଜାତିଗତ ହିଂସାର ଶିକାର ହୋଇଥିବା ମଣିପୁରରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି। ନିକଟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ମଣିପୁରର ସ୍ଥିତିରେ ସୁଧାର…

Read More

ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍‌ ଇଣ୍ଟର୍ଣ୍ଣସିପ୍‌’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସ୍‌ରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚର ଏହି ମେଧାବୀ ଛାତ୍ରଛାତ୍ରୀମାନେ ୬ ମାସ ବିଦେଶରେ ରହି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ତେଣୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା…

Read More

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ  ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ। କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ।…

Read More