Author: Samikhsya Bureau

ଭୁବନେଶ୍ଵର: ଚିରାଚରିତ ଧାରା ଠାରୁ ଟିକେ ଅଲଗା ଚିନ୍ତା କରିବା, ଯାହା ଚାଲିଛି ତା’ଠାରୁ ଟିକେ ଅଲଗା ଦେଖାଯିବା, ଏମିତି ଏକ ଚିନ୍ତାଧାରାକୁ ନେଇ ଅର୍ଣ୍ଣବ ପ୍ରଡ଼କସନ୍ସର ପ୍ରଯୋଜକ ଅଶୋକ ଦାସ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଅର୍ଣ୍ଣବ ପ୍ରଡ଼କସନ୍ସ ସବୁବେଳେ ନୂଆ ଚିନ୍ତାଧାରାର କଥାକୁ ବିଶ୍ୱାସ କରେ। ସେଇ ମାନସିକତାରେ ସେ ଆରମ୍ଭ କରିବାକୁ ଯାଉଛନ୍ତି ଦୁଇଟି ନୂଆ ୱେବ ସିରିଜ୍ ଯାହା ଟିଭିରେ ପ୍ରସାରିତ ହେଉଥିବା ମେଗା ସିରିଏଲ ଭଳି ୱେବ ଚାନେଲରେ ଚାଲିବ ଏବଂ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଲେଖାଏଁ ଅଧ୍ୟାୟ ଆସିବ। ଯାହାର ପରିକଳ୍ପନା ଏବଂ ଡିଜାଇନ କରିଛନ୍ତି ଓଡ଼ିଶାର କମେଡି କିଙ୍ଗ ପପୁ ପମ୍ ପମ୍। ଏକ ସମ୍ପୂର୍ଣ୍ଣ କମେଡି ଏବଂ ପ୍ରଥମ ଥର ପାଇଁ ଓଡ଼ିଶାରେ କଳାଧଳା କମେଡି, ସାଇଲେଣ୍ଟ କମେଡି, ଚାର୍ଲି ଚାପ୍ଲିନ୍ କିମ୍ବା ମିଷ୍ଟର ବିନ୍ ଙ୍କ ଭଳିଆ, ଲରେନ୍ସ ଏବଂ ହାର୍ଡି ଙ୍କ କମେଡି ଭଳିଆ…

Read More

ଭୁବନେଶ୍ବର: ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଭାରତର କୃତିମ ଅଙ୍ଗ ଉତ୍ପାଦନ ନିଗମ (ଆଲିମକୋ), ମୁଖ୍ୟ କାର୍ଯ୍ୟାଳୟ, କାନପୁର ମିଳିତ ଆନୁକୁଲ୍ୟରେ ଦୃଷ୍ଟିବାଧିତ ଏବଂ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଏକ ସହାୟତା ଏବଂ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଏକ ମୂଲ୍ୟାଙ୍କନ ଶିବିର ଆୟୋଜନ କରିବାକୁ ଯାଉଛି। ଭିନ୍ନକ୍ଷମମାନେ ସେମାନଙ୍କର ଯୋଗ୍ୟତା ଏବଂ ଉପଲବ୍ଧତା ଉପରେ ଆଧାର କରି ଧଳା ବାଡ଼ି, ସ୍ମାର୍ଟ କେନ, ସ୍ମାର୍ଟଫୋନ୍, ଟ୍ରାଇସାଇକେଲ୍, ହ୍ୱିଲ୍ ଚେୟାର, କ୍ରଚ୍, ମୋଟରାଇଜଡ୍ ଟ୍ରାଇସାଇକେଲ୍ ଇତ୍ୟାଦି ଉପକରଣଗୁଡ଼ିକ ପାଇପାରିବେ। ଏହି ଉପକରଣଗୁଡ଼ିକ ମୂଲ୍ୟାଙ୍କନ ତାରିଖର ୩୦ ଦିନ ମଧ୍ୟରେ ବଣ୍ଟନ କରାଯିବ। ଏହି ସାହାଯ୍ୟ ଏବଂ ଉପକରଣଗୁଡିକ ALIMCO ଦ୍ଵାରା ADIP ସ୍କିମ୍ ରେ ଅନ୍ତର୍ଗତ। ALIMCO ର ଅଧିକାରୀଙ୍କ ଅନୁଯାୟୀ, ଆଗ୍ରହୀ ଭିନ୍ନକ୍ଷମମାନେ ସେମାନଙ୍କର ଫଟୋ, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବିପିଏଲ୍ କାର୍ଡ /…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍ ଥିବା ଦୁଇଟି ନୂଆ ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି। ୧୦୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକମାନଙ୍କୁ ଦୈନିକ ୨ ଜିବି ହାଇ-ସ୍ପିଡ଼ ଡାଟା ମିଳିବ। ସେହିପରି ୧୪୯୯ ଟଙ୍କିଆ ପ୍ଲାନ୍‌ରେ ପ୍ରତିଦିନ ୩ ଜିବି ହାଇ-ସ୍ପିଡ଼ ଡାଟା ମିଳିବ। ଉଭୟ ପ୍ଲାନ୍‌ର ବୈଧତା (ଭାଲିଡିଟି) ୮୪ ଦିନ ରହିଛି ଏବଂ ଅସୀମିତ ଭଏସ କଲ ସୁବିଧା ରହିଛି। ତେବେ ପୂର୍ବରୁ ନିର୍ଦ୍ଦିଷ୍ଟ କେତେକ ଜିଓ ପୋଷ୍ଟପେଡ୍ ଓ ଜିଓ ଫାଇବର ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ଉପଲବ୍ଧ ରହିଛି। ପ୍ରଥମ ଥର ପାଇଁ ପ୍ରିପେଡ୍ ପ୍ଲାନ୍ ସହ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ହୋଇଛି। ବିଶ୍ୱରେ ପ୍ରଥମ ଥର ପାଇଁ ନେଟ୍‌ଫ୍ଲିକ୍ସକୁ ବଣ୍ଡ୍‌ଲଡ୍ ଟେଲିକମ୍ ପ୍ରିପେଡ୍ ପ୍ଲାନ୍ ଜରିଆରେ ଉନ୍ମୋଚନ କରାଯାଇଛି। ଏହା ସହିତ ଜିଓର ୪୦ କୋଟିରୁ ଅଧିକ ପ୍ରିପେଡ୍ ଗ୍ରାହକମାନଙ୍କୁ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍ ଥିବା ପ୍ଲାନ୍ ଚୟନ କରିବାର ସୁଯୋଗ ମିଳିବ। ଗ୍ରାହକମାନେ ନେଟ୍‌ଫ୍ଲିକ୍ସରେ…

Read More

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନ୍‌ଭେସସନ ସେଣ୍ଟର (ଆର୍‌ଆଇସିସିସି)ରେ ଶୁକ୍ରବାରଠାରୁ ଯୁବ-୨୦(ୱାଇ-୨୦) ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହୋଇଛି। ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଜି-୨୦ ଦେଶ ସମୂହ, ଅତିଥି ରାଷ୍ଟ୍ର ଓ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଷ୍ଠାନରୁ ଏଥିରେ ପ୍ରାୟ ୧୨୦ ପ୍ରତିନିଧି ଯୋଗ ଦେଇଥିଲେ । ଏହି ଉତ୍ସବରେ ଉତ୍ତର ପ୍ରଦେଶର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ଯାଦବ, ରାଜ୍ୟର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନିଲ ରାଜଭର, ଷ୍ଟାମ୍ପ ଓ କୋର୍ଟ ଫି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବୀନ୍ଦ୍ର ଜୟସ୍ୱାଲ, ଜଳଶକ୍ତି ମନ୍ତ୍ରୀ ଶ୍ରୀ ସ୍ୱତନ୍ତ୍ର ଦେବ ସିଂହ, ସହରାଞ୍ଚଳ ବିକାଶ ଓ ଶକ୍ତିମନ୍ତ୍ରୀ…

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଓଡିଶା ପାଇଁ ଆଉ ବିପଦ ନାହିଁ। ଏହି ସକ୍ରିୟ ଲଘୁଚାପ ଧିରଧିରେ ଛତିଶଗଡ ମୁହାଁଇବାରେ ଲାଗିଛି। ଫଳରେ ଓଡିଶାରେ ଯେଉଁ ପ୍ରବଳ ବର୍ଷା ହେବାର ଥିଲା ତାହା ହ୍ରାସ ପାଇବ ବୋଲି ଜଣାପଡିଛି। ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସହିତ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Read More

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ତୃତୀୟ ଦିବସ। ଏହି ଦିନ ପୁଣି ହଜାର ହଜାର ଶିକ୍ଷକ ବର୍ଷାକୁ ଖାତିରି ନକରି ଜମା ହୋଇଥିଲେ। ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ପିଏମଜି ପର୍ଯ୍ୟନ୍ତ ଶିକ୍ଷକମୟ ହୋଇଯାଇଥିଲା। ଗୁରୁ ଗର୍ଜନରେ ପ୍ରକମ୍ପିତ ହୋଇଥିଲା ଗାନ୍ଧୀମାର୍ଗ। ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ନଦେଲେ, ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚିତ ବିଦ୍ୟାଳୟ ଗୁଡ଼ିକ ପାଇଁ ଏହା ଲାଗୁ ନହେଲେ, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ୍ ତଥା ଚାକିରି ସର୍ତ୍ତାବଳୀ ନଦେଲେ, ସମସ୍ତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ ନକଲେ, ୨୦୦୪ ରୁ  ୨୦୧୩ ମଧ୍ୟରେ ନିଯୁକ୍ତ ସମସ୍ତ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ଛଅଟି ଇନକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ ନକଲେ, ୧୧୦ ବାଳିକା ବିଦ୍ୟାଳୟ ଏବଂ ହିନ୍ଦୀ, ସଂସ୍କୃତ, ଖେଳ ଶିକ୍ଷକ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ , ସିଡିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ ଙ୍କ ଉପସ୍ଥିତି ରେ ସଡ଼କ ସୁରକ୍ଷା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ରେ କିପରି ସଡ଼କ ଦୁର୍ଘଟଣା ରୋକାଯାଇ ପାରିବ ତାହା ଉପରେ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟଗୁଡିକୁ ହଟେଇଵାକୁ ଏବଂ ବେଆଇନ ଭାବେ ଦୋକାନ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ଏପରିକି ଅସାଧୁ ବ୍ୟକ୍ତିମାନଙ୍କ ଡ୍ରାଇଭି ଲାଇସେନ୍ସ ବାତିଲ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ଉକ୍ତ ବୈଠକରେ ଏମଭିଆଇ,ଆରଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ୱର: ଭାରତର ସବୁଠାରୁ ଆକର୍ଷଣୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍‌-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି। ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍‌-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକ୍‌ଜରୀ ଏସ୍‌ୟୁଭି। ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି। ନୂଆ ଜିଏଲ୍‌ସି ଏହାର ସେଗ୍‌ମେଂଟ୍‌ରେ ଏକ ଉଚ୍ଚ ବେଂଚ୍‌ମାର୍କ ସ୍ଥିର କରିବ, ମର୍ସିଡିଜ୍‌-ବେଞ୍ଜ୍ ଇଣ୍ଡିଆର ଏସ୍‌ୟୁଭି ପୋର୍ଟଫୋଲିଓକୁ ଆହୁରି ସୁଦୃଢ କରିବ ଯେଉଁଥିରେ ଜିଏଲ୍‌ଏ, ଜିଏଲ୍‌ସି, ଜିଏଲ୍‌ଇ, ଜିଏଲ୍‌ଏସ୍‌, ଜିଏଲ୍‌ଏସ୍ ମେବ୍ୟାକ୍ ଓ ଜି-କ୍ଲାସ୍ ଆଦି ସାମିଲ ରହିଛି। ଅନେକ ଉନ୍ନତ ଫିଚରଗୁଡିକୁ ଏବେ ଷ୍ଟାଣ୍ଡାର୍ଡ ଭାବେ ପ୍ରଦାନ କରାଯାଉଥିବା ବେଳେ ନୂତନ ଦକ୍ଷ ଇଞ୍ଜିନ୍‌, ନୂତନ ପିଢିର ଏନ୍‌ଟିଜି-୭ ଟେଲିମ୍ୟାଟିକ୍ସ ଓ ସୁପେରିୟର ଡ୍ରାଇଭିଂ ଡାଇନାମିକ୍ସ ସହିତ ନୂଆ ଜିଏଲ୍‌ସି ଭାରତରେ ଏହାର ସଫଳତାର କାହାଣୀକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେଉଛି।…

Read More

କୁଜଙ୍ଗ: ପିପିଏଲରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ମାସିକ ଦରମା ବୃଦ୍ଧି ନେଇ ପାରାଦୀପ ଫସଫେଟ୍ ମଜଦୂର ୟୁନିଅନ ଦିର୍ଘଦିନଧରି ଦାବି କରିଆସୁଥିଲା। ଏହି ୟୁନିୟନର ସ୍ୱର୍ଗତ ସଭାପତି ସର୍ବଭାରତୀୟ ଶ୍ରମିକ ନେତା ତଥା ହିନ୍ଦମଜଦୂର ସଭା ଡଡ଼ିଶା ରାଜ୍ୟ ସଭାପତି ସ୍ୱର୍ଗତ ରାଜେନ୍ଦ୍ର ପ୍ରସାସ ସିଂହ ତାଙ୍କ ଜୀବନ ଦଶରେ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଅନେକ ସ୍ମରଣଈୟ କାର୍ଯ୍ୟ କରିଥିଲେ। ତାଙ୍କୁ ଅନୁକରଣ କରି ହିନ୍ଦ ମଜଦୂର ସଭା ଅନୁବନ୍ଧିତ, ପାରାଦୀପ ଫସଫେଟ ୟୁନିଅନ ମଧ୍ୟ ତାଙ୍କର ଅବର୍ତମାନରେ ଶ୍ରମିକ ମାନଙ୍କ ଦରମା ବୃଦ୍ଧି ସମେତ ଅନ୍ୟାନ୍ୟ ମୌଳିକ ଦାବିକୁ ନେଇ ସଙ୍ଗ୍ରାମ ଜାରି ରଖିଥିଲା। ଯାହା ଫଳରେ ପିପିଏଲ କର୍ତୃପକ୍ଷ ବାଧ୍ୟହୋଇ ଗତକାଲି ଆଲେଶଚନା କରିବା ପାଇଁ ଶ୍ରମିକ ସଭ୍‌ଘ ମାନଙ୍କରପ ପ୍ରତିନିଧି ମାନଙ୍କୁ ଡାକିଥିଲେ। ଏନେଇ ବିଶଦ ଭାବେ ଆଲୋଚନା କରାଯିବାପରେ ଠିକା ଶ୍ରମିକ ମାନଙ୍କର ମାସିକ ଦରମାରେ ୮ ହଜାର ଟଙ୍କା ମାସିକ ବୃଦ୍ଧି…

Read More

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଅଭିନେତା ରଜନୀକାନ୍ତ ଶୁକ୍ରବାର ସନ୍ଧ୍ୟାରେ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସାମ୍ବାଦିକମାନଙ୍କ ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସେ ତାଙ୍କ ଫିଲ୍ମ ‘ଜେଲର’ ଦେଖିବେ। ତାଙ୍କ ଫିଲ୍ମ ଜେଲର ବର୍ତ୍ତମାନ ଦେଶରେ ବେଶ ସଫଳତା ହାସଲ କରିଛି। ଏ ନେଇ ସେ କହିଛନ୍ତି ଯେ, ଭଗବାନଙ୍କ କୃପାରୁ ଏହି ସଫଳତା ମିଳିଛି। ସୁପରଷ୍ଟାର ରଜନୀକାନ୍ତ ୟୁପିରେ ତିନି ଦିନ ରହିବେ। ସେ ଅଗଷ୍ଟ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ୟୁପିରେ ରହିବେ। ଏହି ସମୟରେ ସେ ଅଯୋଧ୍ୟା, କାଶୀ ଏବଂ ମଥୁରା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବେ। କିଛିଦିନ ଧରି ସୁପରଷ୍ଟାର ରଜନୀକାନ୍ତ କ୍ରମାଗତ ଭାବରେ  ବିଭିନ୍ନ ରାଜ୍ୟର ଧାର୍ମିକ ସ୍ଥାନ ଭ୍ରମଣ କରିବାରେ ଲାଗିଛନ୍ତି। ଗତ ୧୨ ଅଗଷ୍ଟ ଶନିବାର ଦିନ ସେ ବଦ୍ରିନାଥ ଧାମ ପରିଦର୍ଶନ କରିଥିଲେ। ପରଦିନ ସେ ଗଣେଶ ଗୁମ୍ଫା, ଭାୟ ଗୁମ୍ଫା, ମାନା ଗ୍ରାମ ଏବଂ ସରସ୍ୱତୀ…

Read More

ମେଷ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ବୃଷ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…

Read More

ଭୁବନେଶ୍ବର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି  ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା ଅଂଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ପାର୍ବତୀ ଗିରି ୧.୦ ଏବଂ ପାର୍ବତୀ ଗିରି ୨.୦   ପର୍ଯ୍ୟାୟରେ ୨୦୦ଟି ଯୋଜନା ସଂପୂର୍ଣ୍ଣ କରାଯାଇ  ପ୍ରାୟ  ୩,୨୪,୦୦୦  ହେକ୍ଟର ସେଚାଂଚଳକୁ ମେଗା ଲିଫ୍ଟ ପମ୍ପିଂ ଏବଂ ଚାପଯୁକ୍ତ ବୁନ୍ଦା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା  କରାଯାଇ ପାରିଥିବା ବେଳେ ୪୯ଟି ନିର୍ମାଣାଧୀନ ରହିଛି। ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକର ଦୈନନ୍ଦିନ ପରିଚାଳନା ଏବଂ ଚାଲୁଥିବା ଯୋଜନାଗୁଡ଼ିକର ଠିକ୍ ସମୟରେ ପରିଚାଳନା ଉପରେ ନଜର ରଖିବା ପାଇଁ ଆଇଟି ସକ୍ଷମଯୁକ୍ତ ପ୍ରକଳ୍ପ ପରିଚାଳନା ଜଳ ସମ୍ପଦ ବିଭାଗର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ୫-ଟି ଉପକ୍ରମ ଅଧୀନରେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ସହାୟତାରେ ଏକ…

Read More

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ କରିଥିଲେ। ଓଡ଼ିଶାରେ ବାୟୋଟେକ୍ନୋଲୋଜି ଏବଂ ଜୈବ-ସୂଚନା ପ୍ରଯୁକ୍ତି ଶିଳ୍ପକୁ ଆନୁଷଙ୍ଗିକ ସୁବିଧା ସହିତ ଆକୃଷ୍ଟ ଓ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହା ଏକ ସମନ୍ୱିତ ଶିଳ୍ପ ପାର୍କ। ରାଜ୍ୟ ସରକାରଙ୍କ ଇଡକୋ ଦ୍ୱାରା ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ଓଡ଼ିଶା ବାୟୋଟେକ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ (ଓବିପିପିଏଲ୍) କୁ ପ୍ରଦତ୍ତ ଜମିରେ ଏହି ପାର୍କରେ ସ୍ଥାପିତ ପ୍ରକଳ୍ପରେ ହାଇଦରାବାଦର ସାପିଜେନ୍ ବାୟୋଲୋଜିକ୍ସ ତରଫରୁ ପ୍ରାଥମିକ ପର‌୍ୟ୍ୟାୟରେ ମ୍ୟାଲେରିଆ, ନାଜାଲ କରୋନା ଭ୍ୟାକ୍ସିନ୍ ଆଦି ଔଷଧ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି। ମୁଖ୍ୟଶାସନ ସଚିବ ଏହି ପରିପ୍ରେକ୍ଷୀରେ ଏଠାରେ ଅତ୍ୟାଧୁନିକ ଶୈଳୀରେ ଉତ୍ପାଦନ ହେବାକୁ ଥିବା ଔଷଧର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଏହି ପ୍ରକଳ୍ପର କାର‌୍ୟ୍ୟକାରିତା ନେଇ ଓ ପାର୍କର ଅଧିକ ବିକାଶ ନେଇ ରହିଥିବା…

Read More

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ଆଜି ପ୍ରାତଃ ବ୍ରହ୍ମ ମୁହୂର୍ତରେ ଦେହାନ୍ତ ଘଟିଛି। ସ୍ୱର୍ଗତଃ ସାବିତ୍ରୀ ଦେବୀ ଜଣେ ଧର୍ମପରାୟଣ ମହିଳା ଥିଲେ। ଶେଷ ସମୟରେ ତାଙ୍କ ପାଖରେ ସପରିବାର ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ୱର୍ଗତଃ ସାବିତ୍ରୀ ଦେବୀଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ଡାକ ଅଫିସ୍ ଆମ ଦେଶର ଅଭିନବ ତଥା ପ୍ରଗତିର ପ୍ରମାଣ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ପୋଷ୍ଟ ଅଫିସ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବିତ ହେବେ। ଆମଦେଶର ଉଦ୍ଭାବନ ଏବଂ ପ୍ରଗତିର ଏହା ଏକ ପ୍ରମାଣ ଏବଂ ଆତ୍ମନିର୍ଭରଶୀଳ ଭାରତର ଆତ୍ମାକୁ ମଧ୍ୟ ଏହା ଦର୍ଶାଉଛି। ଡାକଘର କାମ ସମ୍ପୂର୍ଣ୍ଣ ହୋଇଥିବା ନେଇ ସୁନିଶ୍ଚିତ କରାଇବା ପାଇଁ କଠିନ ପରିଶ୍ରମ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା।’

Read More

ପୁରୀ: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ବାସେଳୀସାହି ଥାନା ଅଞ୍ଚଳର ଗଣେଶ ମହାନ୍ତି(୨୫), ଆଶିଷ କୁମାର ରଥ(୨୧), ଅଜୟ ନାୟକ(୨୦), ଟାଉନ ଥାନାର ବାପିନା ସାହୁ (୨୨) ଏବଂ କଟକ ବିଡାନାସି ଥାନା ଅଞ୍ଚଳର ବିକ୍ରମ ପ୍ରଧାନ(୨୫)। ଅଭିଯୁକ୍ତ ମାନେ ଗତ ୧୧ ତାରିଖ ଦିନ ଟାଉନ ଥାନା ମାର୍କଣ୍ଡେଶ୍ୱର ସାହିର ସନ୍ତୋଷ କୁମାର ରାଉତ(୨୬) ଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଦୋଳମଣ୍ଡପ ସାହି ଠାରେ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ସାଙ୍ଗଙ୍କ ପକେଟରୁ ୫୦୦୦ ଟଙ୍କା ଲୁଟି ଫେରାର ହୋଇଯାଇ ଥିଲେ। ଉକ୍ତ ଆକ୍ରମଣ ଦ୍ୱାରା ସନ୍ତୋଷ ଗୁରୁତର ଆହତ ହେବାସହ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା କ୍ଷ ଫଳରେ ସେ ମେଡିକାଲ ରେ ଚିକିତ୍ସାତ ହେଉଥିବା ବେଳେ ତାଙ୍କ ଅଭିଯୋଗ କ୍ରମେ ପୋଲିସ…

Read More

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡ଼ି ସରକାରଙ୍କର ସମସ୍ତ କ୍ଷେତ୍ରରେ ବିଫଳତା, ଜନମାରଣ ନୀତି, ବ୍ଲକ ସ୍ତରଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ୧୫ ରୁ ୫୦ ପ୍ରତିଶତ ପି.ସି. ଆଦାୟକୁ ବିରୋଧ କରି କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯାଇଥିଲା। ଏଥିରେ ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର, କୃଷି ଓ କୃଷକ ସମସ୍ୟା ଦରଦାମ୍ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବିଜୁଳି ଦରବୃଦ୍ଧି ଓ ଟାଟାକମ୍ପାନୀଙ୍କ ଉପଭୋକ୍ତାମାରଣ ନୀତି ଆଦି ୯ ଗୋଟି ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସମସ୍ତ ୩୧୪ ଗୋଟି ବ୍ଲକରେ ଏହି ଘେରାଉ କରାଯାଇଥିଲା। ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ୨.୧ ନିୟୁତ ଡାକ୍ତର, ୩.୫ ନିୟୁତ ସେବିକା, ୧.୩ ନିୟୁତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବକ ଓ ୧.୬ ନିୟୁତ ଫାର୍ମାସିଷ୍ଟ ଓ ଲକ୍ଷାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ। ଜାତିର ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିବେଚନା କରୁଥିଲେ ଯେ ଏହାକୁ ନେଇ ସେ “କୀ ଟୁ ହେଲ୍ଥ” ନାମରେ ପୁସ୍ତକ ରଚନା କରିଥିଲେ। ସେ କହିଥିଲେ ଯେ ସୁସ୍ଥ ରହିବା ଅର୍ଥ ହେଲା ଜନତାଙ୍କର ମନ ଓ ଶରୀର ସନ୍ତୁଳିତ ଓ ଖୁସୀର ସହ ରହିବା ଦରକାର। ଏହା ଅର୍ଥ ହେଉଛି ସ୍ୱାସ୍ଥ୍ୟ ହେଉଛି ଜୀବନର…

Read More

ନୂଆଦିଲ୍ଲୀ: ଅଗଷ୍ଟ 11 ରେ ବଡ ପରଦାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ OMG 2 ଏବଂ ସନ୍ନି ଦେଓଲଙ୍କ ଗଦର 2 ପରଦାରେ ଅଛି। ଯଦିଓ ସନ୍ନି ପାଜିଙ୍କ ‘ଗଦର ୨’ ବକ୍ସ ଅଫିସରେ କମାଲ କରିଛି, କିନ୍ତୁ ଅକ୍ଷୟଙ୍କ ଫିଲ୍ମ ମଧ୍ୟ ହିଟ୍ ଫିଲ୍ମ ତାଲିକାରେ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି। 100 କୋଟି କ୍ଲବରେ ଯୋଗ ଦେଇଥିବା ଚଳଚ୍ଚିତ୍ରକୁ ହିଟ୍ ଭାବେ ବିବେଚନା କରାଯାଏ, ଯାହା ଗଦର 2 ଦୁଇ ଦିନ ମଧ୍ୟରେ ଅତିକ୍ରମ କରିଥିଲା, ବର୍ତ୍ତମାନ ‘OMG 2’ ମଧ୍ୟ ଶୀଘ୍ର 100 କୋଟି ମାର୍କ ଅତିକ୍ରମ କରିବାକୁ ଯାଉଛି। ଆସନ୍ତୁ OMG 2 ର ରୋଜଗାର ବିଷୟରେ ଜାଣିବା। ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ, ‘OMG 2’ 89 କୋଟି 80 ଲକ୍ଷ ବ୍ୟବସାୟ କରିଛି। କେଉଁ ଦିନ କେତେ ବ୍ୟବସାୟ କରିଛି, ନିମ୍ନରେ ପଢନ୍ତୁ ସମ୍ପୂର୍ଣ୍ଣ ରୋଜଗାର: ପ୍ରଥମ ଦିନ (ଶୁକ୍ରବାର) ₹ 10.26 କୋଟି…

Read More

ନୂଆଦିଲ୍ଲୀ: ଟମାଟୋର ଅଧିକ ମୂଲ୍ୟରୁ ସାଧାରଣ ଜନତା ଏକ ବଡ଼ ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି। ଅଗଷ୍ଟ ୨୦ ତାରିଖ ରବିବାର ଠାରୁ ଟମାଟୋକୁ କିଲୋଗ୍ରାମରେ ୪୦ ଟଙ୍କାରେ ବିକ୍ରି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ ବିଭାଗ NCCF ଏବଂ NAFED କୁ ଟମାଟୋ କିଲୋଗ୍ରାମ ପିଛା ୪୦ ଟଙ୍କାରେ ବିକ୍ରି କରିବାକୁ କହିଛନ୍ତି। ଟମାଟୋ ଯୋଗାଣରେ ଉନ୍ନତି, ହୋଲସେଲ ଏବଂ ଖୁଚୁରା ବଜାରରେ ମୂଲ୍ୟ ହ୍ରାସ ପାଇବା ପରେ ଖାଦ୍ୟ ଉପଭୋକ୍ତା ମନ୍ତ୍ରଣାଳୟ ଏନସିସିଏଫ ଏବଂ ନାଫେଡକୁ ଟମାଟୋ କିଲୋଗ୍ରାମ ପିଛା ୪୦ ଟଙ୍କାରେ ବିକ୍ରି କରିବାକୁ କହିଛି। ଏହାପୂର୍ବରୁ, ଅଗଷ୍ଟ ୧୫ ତାରିଖରୁ ସ୍ୱାଧୀନତା ଦିବସ ଅବସରରେ ସରକାର ଟମାଟୋ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପାଞ୍ଚ ଦିନ ମଧ୍ୟରେ ସରକାରୀ ଏଜେନ୍ସି ଦ୍ୱାରା ବିକ୍ରି ହୋଇଥିବା ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୧୦ ଟଙ୍କା ହ୍ରାସ କରାଯାଇଛି। ବାସ୍ତବରେ…

Read More

ନୂଆଦିଲ୍ଲୀ: ଭାରତ କିପରି ସମାନ ତଥା ସାମୂହିକ ସମୃଦ୍ଧି ହାସଲ କରିବାରେ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରୁଛି ସେ ନେଇ ପ୍ରଧାନମନ୍ତ୍ରୀ ସୋସିିଆଲ ମିଡିଆ ସାଇଟ୍ ଲିଙ୍କଡଇନରେ ପୋଷ୍ଟ କରିଛନ୍ତି। ସେ ଦୁଇଟି ଅଧ୍ୟୟନର କିଛି ଭାଗ ସେୟାର କରିଛନ୍ତି। ଗୋଟିଏ ହେଉଛି ଏସବିଆଇ ରିସର୍ଚ୍ଚ ଏବଂ ଅନ୍ୟଟି ବିଶିଷ୍ଟ ସାମ୍ବାଦିକ ଶ୍ରୀ ଅନିଲ ପଦ୍ମନାଭନଙ୍କ ଅଧ୍ୟୟନ।

Read More