Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ସମୟ ବ୍ୟବଧାନ ପରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ବିଜେଡିର ଟାଣୁଆ ନେତା। ସେମାନେ ମା’ମେଘମ୍ବାରି କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ନିକଟରେ ପ୍ରଣୟନ ହୋଇଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର  କିପରି ସୁବିନିଯୋଗ ହୋଇପାରିବ ସେ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବାଣପୁର ବ୍ଲକର 15ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ତତ୍ୱାବଧାନରେ ଏହି ବୈଠକ କରାଯାଇଥିଲା। ଏଥିରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୋରସିଂହ…

Read More

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଶ୍ରୀ ଓମାନ ଚାଣ୍ଡିଙ୍କ ଦେହାନ୍ତରେ ଆମେ ଜଣେ ନମ୍ର ତଥା ଉତ୍ସର୍ଗୀକୃତ ନେତାଙ୍କୁ ହରାଇଛୁ, ଯେ କି ନିଜ ଜୀବନକୁ ଜନସେବାରେ ଉତ୍ସର୍ଗ କରିଥିଲେ ଏବଂ କେରଳର ବିକାଶ ଦିଗରେ କାର୍ଯ୍ୟ କରିଥିଲେ। ତାଙ୍କ ସହ ହୋଇଥିବା ବିଭିନ୍ନ କଥାବାର୍ତ୍ତା ମନେ ଅଛି, ବିଶେଷକରି ଯେତେବେଳେ ଆମେ ଦୁହେଁ ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲୁ ଏବଂ ପରେ ମୁଁ ଯେତେବେଳେ ଦିଲ୍ଲୀକୁ ଗଲି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ’।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଜି-୨୦ ଥୀଙ୍କ ଶିଖର ସମ୍ମିଳନୀର ଏକ ଅଂଶ ଭାବରେ, ଭାରତୀୟ ନୌସେନା ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ସ୍କୁଲ ପିଲାମାନଙ୍କ ପାଇଁ ‘ଇଣ୍ଡିଆନ୍ ନେଭି କୁଇଜ୍ (G20 THINQ)’ ନାମକ ଏକ ଜାତୀୟ ତଥା ଆନ୍ତର୍ଜାତୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ, ଜାତୀୟ ରାଉଣ୍ଡ ଏବଂ ଆନ୍ତର୍ଜାତୀୟ ରାଉଣ୍ଡରେ କରାଯିବ ବୋଲି ଯୋଜନା କରାଯାଇଛି। ଜି-୨୦ ଅଧୀନରେ ଆନ୍ତର୍ଜାତୀୟ ରାଉଣ୍ଡ ଆୟୋଜନ କରାଯିବାର ଯୋଜନା ରହିଛି। କୁଇଜ୍ ପ୍ରିଲିମ ପ୍ରତିଯୋଗିତା ଅନଲାଇନ ଏବଂ ସେମି ଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ମୁମ୍ବାଇର ଗେଟୱେ ଏଫ ଇଣ୍ଡିଆ ଠାରେ ଅନୁଷ୍ଠିତ ହେବ। ସର୍ବୋତ୍ତମ କୁଇଜ୍ ଟିମ ଗୁଡିକ, ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ରାଉଣ୍ଡରେ ଭାଗ ନେଇ ଭାରତର ପ୍ରତିନିଧିତ୍ୱ କରିବେ। ଆଗ୍ରହୀ ବିଦ୍ୟାଳୟଗୁଡ଼ିକ www.theindiannavyquiz.in ୱେବସାଇଟରେ ପଞ୍ଜୀକୃତ ହୋଇ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଭାରତୀୟ…

Read More

ଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସମବାୟ ସମିତି ରେଜିଷ୍ଟ୍ରାର (ସିଆରସିଏସ୍)-ସାହାରା ରିଫଣ୍ଡ ପୋର୍ଟାଲ https://mocrefund.crcs.gov.inଶୁଭାରମ୍ଭ କରିଛନ୍ତି। ସାହାରା ଗ୍ରୁପ୍ ର ସମବାୟ ସମିତି- ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରାୟାନ୍ ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍, ହମାରା ଇଣ୍ଡିଆ କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍ ଏବଂ ଷ୍ଟାର୍ସ ବହୁମୁଖୀ ସମବାୟ ସମିତି ଲିମିଟେଡ୍ ର ପ୍ରକୃତ ଜମାକାରୀଙ୍କ ଦାବି ଦାଖଲ ପାଇଁ ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା, ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ତଥା ସମବାୟ ମନ୍ତ୍ରଣାଳୟର ସଚିବ ଜ୍ଞାନେଶ କୁମାରଙ୍କ ସମେତ ସାହାରା ଗ୍ରୁପର ୪ଟି ସମବାୟ ସମିତିର ଜମାକାରୀମାନେ ଉପସ୍ଥିତ ଥିଲେ। ଅମିତ ଶାହା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ୪ଟି ସମବାୟ ସମିତିରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ମାନସିକ ବିକାରଗ୍ରସ୍ତ ଅଜଣା ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିରିକ୍ତ ଏସପି କିଶୋର ମୁଣ୍ଡ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଚୈତନ୍ୟ ନାୟକ ଓରଫ ରବି (୩୦) ବୋଲି ଜଣାପଡିଛି। ପ୍ରଥମ ଥର ପାଇଁ ବାଣପୁର ଥାନା ଅଞ୍ଚଳରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଏକ ଛୋଟ ଅସ୍ପଷ୍ଟ ସିସି ଟିଭି ଫୁଟେଜ ମିଳିଥିଲା, ଯେଉଁଥିରେ ଅଭିଯୁକ୍ତଙ୍କୁ ଚି଼ହ୍ନଟ କରିବା କାଠିକାର ପାଠ ଥିଲା। ପୋଲିସ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏସପି ଉକ୍ତ ଘଟଣାକୁ…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଲୋକସଭା ନିର୍ବାଚନ NDA ବନାମ INDIA ମଧ୍ୟରେ ହେବ। ବିରୋଧୀ ଦଳର ବୈଠକ ପରେ ବର୍ତ୍ତମାନ ୟୁପିଏର ନାମ INDIA ରେ ପରିବର୍ତ୍ତନ କରାଯାଇଛି। ସମସ୍ତ ବିରୋଧୀ ଦଳର ନେତାମାନେ ଏ ବିଷୟରେ ଟୁଇଟ୍ କରୁଛନ୍ତି। ଯେଉଁଥିରେ କୁହାଯାଉଛି ଯେ ଆଗାମୀ ଲୋକସଭା ନିର୍ବାଚନ ଟିମ୍ ଇଣ୍ଡିଆ ଏବଂ ଟିମ୍ ଏନଡିଏ ମଧ୍ୟରେ ହେବ। ଗତ କିଛି ଦିନ ଧରି ୟୁପିଏର ନାମ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିଲା, ଏହା ପରେ ବେଙ୍ଗାଲୁରୁରେ ଆୟୋଜିତ ବିରୋଧୀ ଦଳର ବୈଠକରେ ଏହାକୁ ଏକ ନୂତନ ନାମ ଦିଆଯାଇଥିଲା। ବିରୋଧୀ ଦଳର ମହା ମେଣ୍ଟର ନାମ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ଟ୍ୱିଟ୍ କରିଛି। ଯେଉଁଥିରେ କୁହାଯାଇଛି ଯେ, ବିରୋଧୀ ଏକତାର ନୂତନ ନାମ “INDIA” ଭାବରେ ରଖାଯାଇଛି। ଯାହାର ସମ୍ପୂର୍ଣ୍ଣ ଅର୍ଥ ହେଉଛି ଇଣ୍ଡିଆନ୍ ନ୍ୟାସନାଲ୍ ଡେମୋକ୍ରାଟିକ୍ ଇନକ୍ଲୁସିଭ୍ ଆଲାଏନ୍ସ। ଏହା ସହିତ ସମସ୍ତ…

Read More

ନୂଆଦିଲ୍ଲୀ: ରାଜ୍ୟସଭାରେ କଂଗ୍ରେସର ସମର୍ଥନ ସତ୍ତ୍ୱେ ଦିଲ୍ଲୀ ଅଧ୍ୟାଦେଶ ପାରିତ ହେବାରେ ସରକାର କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟସଭାରେ ଦିଲ୍ଲୀ ଅଧ୍ୟାଦେଶ ପାରିତ କରିପାରିବେ। ତେବେ ବିଜୁ ଜନତା ଦଳ ଏବଂ YSR କଂଗ୍ରେସ ପାର୍ଟିର ମନୋଭାବ ଉପରେ ମଧ୍ୟ ଅନେକ କିଛି ନିର୍ଭର କରିବ। ବାସ୍ତବରେ, ଆମ୍ ଆଦମୀ ପାର୍ଟି ଏହି ଅଧ୍ୟାଦେଶକୁ ନେଇ ପ୍ରାୟ ସମସ୍ତ ବିରୋଧୀ ଦଳର ସମର୍ଥନ ଦାବି କରୁଛି। କିନ୍ତୁ ରାଜ୍ୟସଭାର ପରିବର୍ତ୍ତିତ ଆକଳନ ବିଜେପିକୁ ମଜବୁତ କରୁଥିବା ଜଣାପଡିଛି। ଜୁଲାଇ ୨୪ ତାରିଖରେ ରାଜ୍ୟସଭାର ୧୧ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସର ଗୋଟିଏ ଆସନ ହ୍ରାସ ପାଇବ, ବିଜେପିର ଗୋଟିଏ ଆସନ ବୃଦ୍ଧି ପାଇବ। ରାଜ୍ୟସଭାରେ ମୋଟ ୨୪୫ ଟି ଆସନ ମଧ୍ୟରୁ ୭ ଟି ଆସନ ଜୁଲାଇ ୨୪ ତାରିଖ ପରେ ଖାଲି ରହିବ। ଜମ୍ମୁ କାଶ୍ମୀରରୁ ଚାରୋଟି…

Read More

କୁଜଙ୍ଗ: ପାରାଦ୍ଵୀପ ଉପକଣ୍ଠ ପିପିଏଲ ରାସ୍ତା ନିକଟରେ ବଟ ନଦୀ ଘେରରେ ମାଛ ମଡକ ଦେଖିବାକୁ ମିଳିଛି। କ୍ୱିଣ୍ଟାଲ କ୍ୱିଣ୍ଟାଲ ରୋହି, ଭାକୁର ଓ ବିଭିନ୍ନ ପ୍ରଜାତିର ମାଛ ନଦୀରେ ମରିକି ନଦୀରେ ଭାସୁଛନ୍ତି। ଚାଷୀ ମାନେ ଏହାକୁ ଦେଖି ଚିନ୍ତାରେ ପଡିଗଲେଣି।ମାଛ ଗୁଡିକ ମରି ଭାସିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ମାଛ ମଡକ ଘଟଣା ଏ ଅଞ୍ଚଳରେ ଚଳିତବର୍ଷ ବହୁବାର ହେଉଥିବା ଦେଖିବାକୁ ମିଳିଛି। ତେବେ ମାଛ ଗୁଡ଼ିକୁ କିଏ ବିଷ ପକାଇ ମାରୁଛି କି ବିଭିନ୍ନ କମ୍ପାନୀରୁ ବାହାରୁଥିବା ବିଷାକ୍ତ ପଦାର୍ଥ ପାଇଁ ମରୁଛନ୍ତି, ତାହା ଏବେ ତଦନ୍ତ କରିବାକୁ ଦାବି ହୋଇଛି।

Read More

ନୂଆଦିଲ୍ଲୀ: ୧,୪୪,୦୦୦ କେଜି ଭଳି ବିପୁଳ ପରିମାଣର ଡ୍ରଗ୍ସ ନଷ୍ଟ କରି ଭାରତ ହାସଲ କରିଥିବା ଐତିହାସିକ ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଟୁଇଟ୍ କରି କହିଥିଲେ ଯେ, ଭାରତ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୧ ନିୟୁତରୁ ଅଧିକ ଡ୍ରଗ୍ସ ନଷ୍ଟ କରି ଚମତ୍କାର ରେକର୍ଡ ହାସଲ କରିବାରେ ସଫଳ ହୋଇଛି। ଡ୍ରଗ୍ସ କାରବାର ଏବଂ ଜାତୀୟ ସୁରକ୍ଷା ଉପରେ ଅନୁଷ୍ଠିତ ଆଞ୍ଚଳିକ ସମ୍ମିଳନୀରେ ଏହି ଉଲ୍ଲେଖନୀୟ ଉପଲବ୍ଧି କଥା ଆଲୋଚନା ହୋଇଥିଲା। ଏହା ଡ୍ରଗ୍ସ ମୁକ୍ତ ଭାରତ ନିର୍ମାଣରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପ୍ରତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦୃଢ଼ ଏବଂ ନିରନ୍ତର ଉଦ୍ୟମର ଉଦାହରଣ। ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ବହୁତ ଭଲ! ଭାରତକୁ ଡ୍ରଗ୍ସ ବିପଦରୁ ମୁକ୍ତ କରିବା ପାଇଁ ଆମ ଉଦ୍ୟମକୁ ଏହା ଶକ୍ତି ଯୋଗାଇଥାଏ’।

Read More

ନୂଆଦିଲ୍ଲୀ: ଆଇସିସି ଅନୁଯାୟୀ, ଟ୍ରିନିଦାଦରେ ଭାରତ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ୱେଷ୍ଟଇଣ୍ଡିଜ୍ ସେମାନଙ୍କର ୧୩ ଜଣିଆ ଦଳ ଘୋଷଣା କରିଛି। ଯେଉଁଥିରେ ଜଣେ ଯୁବ ସ୍ପିନର ମଧ୍ୟ ଅଛନ୍ତି। ନୂତନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରର ପ୍ରଥମ ମ୍ୟାଚ୍ ରେ ଭାରତ ଠାରୁ କାରିବିଆନ୍ ଏକ ନିରାଶାଜନକ ଇନିଂସ ଏବଂ ୧୪୧ ରନ୍ ହାରିଥିଲା ଏବଂ ଦ୍ୱିତୀୟ ଟେଷ୍ଟ୍ ଓଭାଲ୍.କେ କୁଇନ୍ସରେ ଆରମ୍ଭ ହେବାପରେ ବିଜୟ ଧାରା ଏବଂ ସିରିଜ୍ କୁ ବରାବର କରିବାକୁ ଉଦ୍ୟମ କରିବ। ୱେଷ୍ଟଇଣ୍ଡିଜ୍ ଡୋମିନିକାରେ ଭାରତ ଠାରୁ ହାରିଥିବା ଅଧିକାଂଶ ଖେଳାଳିଙ୍କ ଉପରେ ଭରଷା ରଖିଥିବାବେଳେ ସାଥୀ ଅଲରାଉଣ୍ଡର ରାମନ୍ ରିଫରଙ୍କ ସ୍ଥାନରେ ରୋମାଞ୍ଚକର ଅଫ୍ ସ୍ପିନର କେଭିନ୍ ସିନକ୍ଲେୟାରଙ୍କୁ ଅନ୍ତର୍ଭୁକ୍ତ କରିଛି। ଭାରତ ବିପକ୍ଷ ଓପନିଂ ଟେଷ୍ଟରେ ରିଫର କୌଣସି ୱିକେଟ ହାସଲ କରିନଥିବା ବେଳେ କେବଳ ଦୁଇ ଏବଂ ୧୧ ରନ୍ ସ୍କୋର କରିଥିଲେ, କିନ୍ତୁ ସେ…

Read More

ଅହମ୍ମଦାବାଦ: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀ ଆଜି ଗ୍ରୁପର ଏଜିଏମ୍‌କୁ ସମ୍ବୋଧିତ କରିବାବେଳେ ଦଳର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ଗ୍ରୁପର ଅଗ୍ରଗତି ଏବଂ ସାମ୍ପ୍ରତିକ ସ୍ଥିତି ବିଷୟରେ ଅଂଶୀଦାରମାନଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ବକ୍ତବ୍ୟ ସମୟରେ ଗୌତମ ଆଦାନୀ ଅଂଶୀଦାରମାନଙ୍କୁ କମ୍ପାନୀ ଉପରେ ହୋଇଥିବା ଆକ୍ରମଣ ଏବଂ କମ୍ପାନୀର ଶକ୍ତି ବିଷୟରେ କହିଥିଲେ। ଏହି ଅବଧିରେ ମଧ୍ୟ ନିବେଶକଙ୍କ ବିଶ୍ୱାସ କିପରି କମ୍ପାନୀ ଉପରେ ରହିଲା ତାହା ମଧ୍ୟ କହିଲେ। ଅର୍ଥନୀତି ଉପରେ ଗୌତମ ଆଦାନୀ: – ୨୦୫୦ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। – ଭାରତ ଯାହା ପୂର୍ବରୁ ବିଶ୍ଵର ୫ ମ ବୃହତ୍ତମ ଅର୍ଥନୀତି ଅଟେ ୨୦୩୦ ପୂର୍ବରୁ ଏହା ତୃତୀୟ ବୃହତ୍ତମ ହେବ। – ଆମ ଦେଶର ଜନସଂଖ୍ୟାଗତ ଡିଭିଡେଣ୍ଡ ରେକର୍ଡ ବେଗରେ ବ୍ୟବହାର ଏବଂ ଟିକସ ପ୍ରଦାନକାରୀ ସମାଜର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା…

Read More

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଓମାନ ଚାଣ୍ଡିଙ୍କ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ପୁଅ ଚାଣ୍ଡି ଓମନ ଏକ ଫେସବୁକ ପୋଷ୍ଟ ଜରିଆରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଅପ୍ପାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଓମାନ୍ ଚାଣ୍ଡିଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା, ତେଣୁ ସେ ଚିକିତ୍ସା ପାଇଁ ବାଙ୍ଗାଲୋରରେ ରହିଥିଲେ। କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡି ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ଏହା ସହିତ କେରଳ କଂଗ୍ରେସ ସଭାପତି କେ ସୁଧାକରନ୍ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଓମାନ ଚାଣ୍ଡିଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଓମାନ ଚାଣ୍ଡିଙ୍କୁ ବାଙ୍ଗାଲୋରର ଚିନ୍ମୟ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଟୁଇଟ୍…

Read More

କୁଜଙ୍ଗ: ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିର୍ଦ୍ଦେଶ ନାମାରେ କୁଜଙ୍ଗ ପୋଲିସ୍ ଆଜି ଏକ ଯୁବକଙ୍କୁ ଉଠାଇ ଆଣି ମାନ୍ୟବର କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି। ସୂଚନା ଯୋଗ୍ୟ କୁଜଙ୍ଗ ଥାନା ଗଣ୍ଡକୀପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଚାରି ବର୍ଷ ତଳେ ଜନୈକ ବ୍ୟକ୍ତିଙ୍କୁ ସେହି ଗ୍ରାମର ରାକେଶ ମାଝୀ (୩୪) ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସେହି ବ୍ୟକ୍ତି ଗୁରୁତର ହେବାରୁ ତାଙ୍କୁ ସ୍ଥାନିୟ ଲୋକ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଅବସ୍ଥା ଗୁରୁତର ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ୍ ୫୧/୧୯ ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅନ୍ୟ…

Read More

କୁଜଙ୍ଗ: କୁଜଙ୍ଗ ଥାନାରେ ନୂତନ ଭାବେ ଥାନାଧିକାରୀ ରଶ୍ମୀରଞ୍ଜନ ଦାସ ଯୋଗଦେବା ପରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ୍ ସୁଗର ଭଳି ନିଶା ବେପାରୀଙ୍କ ମନରେ ଛନକା ପଶିଗଲାଣି। ଯୋଗ ଦେବାର ଗୋଟେ ଦିନ ପରେ ଥାନାର ବିଭିନ୍ନ ଅଂଚଳରେ ବ୍ୟାପକ ଭାବେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ବିଳମ୍ବିତ ରାତିରେ ଥାନାଧିକାରୀଙ୍କ ତତ୍ୱାବଧାନରେ କୁଜଙ୍ଗ ପୋଲିସ୍ ଏକ ଟିମ୍ ବିଭିନ୍ନ ଚୋରା ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀରେ ଚଢାଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏହି ଥାନା ଗଣ୍ଡକୀପୁର ଗ୍ରାମରେ ପୋଲିସ୍ ସଦଳବଳେ ପହଁଚି ନିଶା ବେପାରୀ ଅରିକ୍ଷିତ ସାମଲକୁ ଚୋରା ମଦ ବିକ୍ରି କରୁଥିବା ଅବସ୍ଥାରେ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୧୦ ଲିଟର ବିଦେଶୀ ମଦ ଯବତ କରାଯାଇଥିଲା। ଆଜି ଏହି ଘଟଣାରେ ପୋଲିସ୍ ୩୫୨/୨୩ ରେ ମାମଲା ରୁଜ୍ଜୁ କରି ନିଶା ବେପାରୀ ଅରିକ୍ଷିତକୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ମାତ୍ର…

Read More

କୁଜଙ୍ଗ: ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ୍‌ର ବରିଷ୍ଠ ବିଜେଡି ନେତା ସୌଭାଗ୍ୟ ରଞ୍ଜନ ବିଶ୍ୱାଳ ଓ ମନିନ୍ଦ୍ର ଗୁରୁଙ୍କୁ ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ଭଳି ଗୁରତ୍ୱ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣ ମଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି। ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଛାତ୍ର ଜୀବନରୁ ରାଜନୀତି କରିବା ସହିତ ସମାଜସେବା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ସେହିପରି ଶ୍ରୀଯୁକ୍ତ ଗୁରୁ ବିଜୁ ଜନତା ଦଳର ସକ୍ରିୟ କର୍ମୀଭାବେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ପାରାଦ୍ୱୀପ ଅଂଚଳରେ ଶ୍ରମିକ ସଂଗଠନ ଓ ସମାଜସେବା ସଂଗଠନ ସହିତ ଜଡ଼ିତ ରହିଆସୁଛନ୍ତି। ସେହିପରି ଶ୍ରୀ ଗୁରୁ ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି…

Read More

କୁଜଙ୍ଗ: ରାଜ୍ୟର ପ୍ରମୁଖ ଦାତବ୍ୟ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ରବିବାର କୁଜଙ୍ଗ ବ୍ଲକ ରାହାମା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ପ୍ରତିଷ୍ଠାନର ମୁଖପାତ୍ର ଗୀତା ଜ୍ଞାନାଞ୍ଜନର ଷଷ୍ଠ ସଂସ୍କରଣ ଉନ୍ମୋଚନ ହେବା ସହ ବହୁ ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆନ୍ତର୍ଜାତୀୟ ଗୀତା ମିଶନ ସଭାପତି ସ୍ୱାମୀ ଚାଦାନନ୍ଦ ମହରାଜ, ବିଧାୟକ ସୌମ୍ୟଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହ ମା’ ମାଟି ଓ ମାତୃଭାଷାକୁ ଭଲପାଇବା ପ୍ରକୃତ ଆଧ୍ୟାତ୍ମିକତା ବୋଲି କହିଥିଲେ। ଏହି ଅବସରରେ ବ୍ୟାସ ପ୍ରତିଷ୍ଠାନ ଅଧ୍ୟକ୍ଷା ତଥା ଗୀତାଜ୍ଞାନାଞ୍ଜନର ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାଲୋକରୋ ପୂର୍ବତନ ପରିଚାଳକ ଜୀବନ କୁମାର ମହାପାତ୍ର, ଗୀତାଶାସ୍ତ୍ରବିଦ୍ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି, ମାନବିକ ଅôଦକାର ପରିଷଦର ସଭାପତି ଇଂ ଗଗନ ବିହାରୀ ପୃଷ୍ଠି, ବ୍ୟାସ ପ୍ରତିଷ୍ଠାନର ସାଧାରଣ…

Read More

ନୂଆଦିଲ୍ଲୀ: ନୀତି ଆୟୋଗଙ୍କ ରିପୋର୍ଟ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩’ ଅନୁଯାୟୀ ୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ ରେକର୍ଡ ପରିମାଣରେ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ବାହାର ପାରିିଛନ୍ତି। ସୋମବାର ଦିନ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ, ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ପଲ୍ ଏବଂ ଡକ୍ଟର ଅରବିନ୍ଦ ବୀରମଣି ଏବଂ ନୀତି ଆୟୋଗ ସିଇଓ ବି ଭି ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧), ଉପରେ ଆଧାର କରି, ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମ୍‌ପିଆଇ) ର ଏହି ଦ୍ୱିତୀୟ ସଂସ୍କରଣ, ଏନ୍‌ଏଫ୍‌ଏଚ୍‌ଏସ୍ -୪ (୨୦୧୫-୧୬) ଏବଂ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧) ମଧ୍ୟରେ ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ କରିବାରେ ଭାରତର ଅଗ୍ରଗତିକୁ ଉପସ୍ଥାପିତ କରେ। ନଭେମ୍ବର ୨୦୨୧ ରେ ଆରମ୍ଭ ହୋଇଥିବା ଭାରତର ଜାତୀୟ…

Read More

କୁଜଙ୍ଗ: କୁଜଙ୍ଗ ଥାନା ବଡଙ୍ଗ ଗ୍ରାମକୁ ହଳଦୀ ପାଣି ନଦୀ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣକୁ ବିରୋଧକରି ସେହି ଗ୍ରାମର ଜଣେ ଯୁବକକୁ ଆଜି ଜେଲ ଯିବାକୁ ପଡିଛି। ପ୍ରକାଶ ଯେ, ନଦୀ ଉପରେ ଥିବା ପୋଲ ଅଣ ଓସାରିଆ ହୋଇଥିବାରୁ ଭାରିଯାନ ଯିବା କଷ୍ଟକର ହୋଇପଡୁଥିଲା। ଯାହା ଫଳରେ କି ୨୦୨୨ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ପୋଲକୁ ଭଙ୍ଗା ଯାଇ ନୂତନ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ପୋଲ ନିର୍ମାଣ ହୋଇପାରନଥିଲା। ୨୦୨୨ ମସିହା ବର୍ଷା ଋତୁରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ୩ଟି ଗ୍ରାମର ୩ ହଜାରରୁ ଉର୍ଦ୍ଧ୍ୱ ଜନ ସାଧାରଣଙ୍କୁ ଯାତାୟତ କରିବା ପାଇଁ ଅସୁବିଧା ହେଉଥିଲା। ଏ ସମ୍ପର୍କରେ ଗତ ୨୯ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ କୁଜଙ୍ଗ ଗସ୍ତ ଅବସରରେ ଘଟଣା ସମ୍ପର୍କରେ ସ୍ଥାନିୟ ଜଣେ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଚରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛି। ସୋମବାର ଦିନ ସୁରକ୍ଷା ବାହିନୀଙ୍କ ଏକ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସିନ୍ଧରା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀ ସୂଚନା ପାଇଥିଲେ। ଏହା ପରେ ଜମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅପରେସନ କରି ୪ ଆତଙ୍କବାଦୀଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲେ। ଏହାପୂର୍ବରୁ, ଜୁନ୍ ୨୩ ତାରିଖରେ ସୁରକ୍ଷା ବାହିନୀ ଏକ ବଡ ସଫଳତା ପାଇଥିଲା। ସେହି ଦିନ କୁପୱାରାରେ ସେନାଙ୍କ ଗୁଳିରେ ଚାରି ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସମ୍ପର୍କରେ ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ପାକିସ୍ତାନ ଅଧିକୃତ କାଶ୍ମୀରରୁ ଆତଙ୍କବାଦୀମାନେ ଏଠାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମିଳିତ ଅପରେସନରେ ଆତଙ୍କବାଦୀମାନେ ନିହତ ହୋଇଥିଲେ। କେବଳ ଏତିକି ନୁହେଁ ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ…

Read More

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ  କରୁଛି। ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ ପାଇଁ ଉଭୟ ଫିଚର ଓ ଅଣଫିଚର ଫିଲ୍ମର ପ୍ରବେଶ ନିନ୍ତେ ସମ୍ପୃକ୍ତ ପ୍ରଯୋଜକ ଓ ନିର୍ମାତାଙ୍କ ଠାରୁ ଆବେଦନ ଆହ୍ୱାନ କରିଛି। ଚଳିତବର୍ଷ (୨୦୨୩) ନଭେମ୍ବର ୨୦ରୁ ୨୮ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେଉଥିବା ଆଇଏଫ୍‌ଏଫ୍‌ଆଇର ପାନୋରମା ବିଭାଗରେ ଏସବୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଇଣ୍ଡିଆନ ପାନୋରମା ସେକ୍ସନ ଆଇଏଫ୍‌ଏଫ୍‌ଆଇ ଏକ ପ୍ରମୁଖ ସମ୍ପତ୍ତି। ଏହା ଭାରତୀୟ ଭାଷାରେ ନିର୍ମିତ ତଥା ବିଚାରକ ମଣ୍ଡଳୀ ଦ୍ୱାରା ବଛାଯାଇଥିବା ଚଳଚ୍ଚିତ୍ରଗୁଡିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ଏସବୁ ଫିଚର ଓ ଅଣଫିଚର ଫିଲ୍ମ ଭାରତ ଓ ବିଦେଶରେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବାଂଛନୀୟ। ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ଭାରତୀୟ ଚଳଚ୍ଚିତ୍ରମାନ ମଧ୍ୟ…

Read More

ଭୁବନେଶ୍ୱର: ଜ୍ଞାନର ବିଭିନ୍ନ ଶାଖା ସମ୍ବନ୍ଧୀୟ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ସ୍ତରୀୟ ସହଭାଗିତା ନିମନ୍ତେ ଆଗ୍ରହୀ ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଆମର ଅଭିନବ ଗବେଷଣା କାର୍ଯ୍ୟକୁ ସୁଦୃଢ଼ କରିବା ନିମନ୍ତେ ଆମେ ଭାରତୀୟ ତଥା ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଗୁଡିକ ସହ ସହଭାଗିତା କରୁଛୁ। ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨ଟି ଭାରତୀୟ ଓ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ସହିତ ସୋଆ ବୁଝାମଣା ସ୍ୱାକ୍ଷରିତ କରି ସାରିଥିବା ବେଳେ ଏମାନଙ୍କ ମଧ୍ୟରେ ୩୯ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଅଛନ୍ତି ବୋଲି ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଫେସର ନନ୍ଦ କହିଛନ୍ତି। ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ଓ ଜଳବାୟୁ କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ସୋଆରେ ଅଟଳ ଇନୋଭେସନ ମିଶନ ପକ୍ଷରୁ ଅଟଳ ଇନକ୍ୟୁବେସନ ସେଂଟର (ଏଆଇସି) ପ୍ରତିଷ୍ଠା ନିମନ୍ତେ…

Read More