Author: Samikhsya Bureau

ଭୁବନେଶ୍ଵର: ଶିବ ପୁରାଣ ଅନୁଯାୟୀ ଶିବଙ୍କୁ ତ୍ରିଦେବରେ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଦେବଦେବ ମହାଦେବ ତାଙ୍କ ଭକ୍ତମାନଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ। ଶିବଙ୍କୁ ଭୋଲେନାଥ ନାମରେ ମଧ୍ୟ କୁହାଯାଏ। ଶିବ ଜୀ ଯେତିକି କ୍ରୋଧିତ ସେତିକି ନିରୀହ। କୁହାଯାଏ ଯେ, ଶିବ ଜୀ ଥରେ ରାଗିଗଲେ, ତାଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବା ବ୍ରହ୍ମାଣ୍ଡର କାହାର ନିୟନ୍ତ୍ରଣରେ ନାହିଁ। ଏହା ଏକ ଧାର୍ମିକ ବିଶ୍ୱାସ ଯେ, ଯେଉଁ ଦିନ ଭଗବାନ ଶିବଙ୍କର ତୃତୀୟ ଆଖି କ୍ରୋଧରେ ଖୋଲିବ, ସେହି ଦିନ ସମଗ୍ର ବିଶ୍ୱ ଧ୍ୱଂସ ହେବ, କିନ୍ତୁ ଆପଣ ଜାଣନ୍ତି କି ଶିବ କାହିଁକି କ୍ରୋଧିତ ହୁଅନ୍ତି? ଆସନ୍ତୁ ଜାଣିବା…. ଭଗବାନ ଶିବ କାହିଁକି କ୍ରୋଧିତ ହୁଅନ୍ତି?: ଯେଉଁମାନେ ଭଗବାନ ଶିବଙ୍କ ପ୍ରକୃତ ଭକ୍ତି କରନ୍ତି ସେମାନଙ୍କ ଇଚ୍ଛା ମଣିଷ, ଦେବତା, ଗାନ୍ଧର୍ଭ କିମ୍ବା ଅସୁର ହେଉ, କେବେବି ଅଧୁରା ରହେ ନାହିଁ। ଭୋଲେନାଥ ପ୍ରକୃତ ଭକ୍ତମାନଙ୍କୁ ସମାନ ଭାବରେ…

Read More

ନୂଆଦିଲ୍ଲୀ: ଶନି ଦେବଙ୍କୁ ପୂଜା କରିବା କଠିନ ଉପାସନା ଆବଶ୍ୟକ କରେ। ବିଶେଷକରି ଯେଉଁମାନେ ଶନିଙ୍କ କୋପ ଯୋଗୁଁ ଦୀର୍ଘ ବର୍ଷ ଧରି ଅସୁବିଧାରେ ପଡ଼ିଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ନିଷ୍ଠାର ସହିତ ଶନି ଦେବଙ୍କୁ ପୂଜା କରିବା ଉଚିତ୍। ସେମାନଙ୍କ ପୂଜାରେ କିଛି ବିଶେଷ ଜିନିଷ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏଠାରେ ଆମେ ଆପଣଙ୍କୁ ଶନି ଦେବଙ୍କ ପୂଜା ସହିତ ଜଡିତ ଜିନିଷଗୁଡିକ କହୁଛୁ, ଯାହାକୁ ପୂଜା କରିବା ପୂର୍ବରୁ ଜାଣିବା ଉଚିତ୍। – ଶନିବାର ଦିନ ବର ଗଛରେ ଶନି ଦେବଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ କିମ୍ବା ସେହି ତେଲ ଗରିବ ଲୋକଙ୍କୁ ଦାନ କରନ୍ତୁ। – ତେଲ ଅର୍ପଣ ସମୟରେ ଧ୍ୟାନ ଦିଅନ୍ତୁ ଯେ ତେଲ ଏଠାରେ ସେଠାରେ ଯେପେରି ନ ପଡ଼େ। ଯତ୍ନର ସହିତ ତେଲ ବ୍ୟବହାର କରନ୍ତୁ। – ଶନିବାର ଦିନ ଚମଡା ଜୋତା କିମ୍ବା ଚପଲ ଦାନ କରିବା ମଧ୍ୟ…

Read More

ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଉପାୟରେ ଭୋଲେ ବାବାଙ୍କୁ ପ୍ରସନ୍ନ କରିବାରେ ବ୍ୟସ୍ତ ଅଛନ୍ତି। ଏଥି ସହିତ, ଆଜି ଆମେ ଆପଣଙ୍କୁ ଆଉ ଏକ ପ୍ରତିକାର ବିଷୟରେ କହୁଛୁ, ଯାହା ମାଧ୍ୟମରେ ଆପଣ ଶ୍ରାବଣ ମାସରେ ଭୋଲେବାବାଙ୍କୁ ଖୁସି କରିପାରିବେ। ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ, ଭଗବାନଙ୍କ ଉପାସନା ସମୟରେ ପଞ୍ଚାମୃତ ଶିବଲିଙ୍ଗ ଉପରେ ଅର୍ପଣ କରାଯାଏ। କେବଳ ଏତିକି ନୁହେଁ, ପ୍ରସାଦ ରୂପରେ ଏହାକୁ ଲୋକମାନଙ୍କ ମଧ୍ୟରେ ମଧ୍ୟ ବଣ୍ଟନ କରାଯାଇଛି। ଆସନ୍ତୁ ଜାଣିବା ପଞ୍ଚାମୃତ ତିଆରି କରିବାର ପଦ୍ଧତି ଯାହା ପୂଜା ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ… ପଞ୍ଚାମୃତ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ: – ୧ ଗ୍ଲାସ୍ ଗାଈ କ୍ଷୀର – ୧ ଚାମଚ ଗାଈ ଘିଅ – ୩ ଚାମଚ ମହୁ – ଚିନି, ଗୁଡ କିମ୍ବା ମିଶ୍ରି – ୧୦ଟି ତୁଳସୀ ପତ୍ର – ଶୁଖିଲା ଫଳ ଏହିପରି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ – ସୋନ ନଗର ଉତ୍ସର୍ଗୀକୃତ ମାଲପରିବହନ କରିଡରର ରେଳ ଲାଇନ, ତିନୋଟି ରେଳ ଲାଇନ ଯାହାର ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଛି, ଏନଏଚ-୫୬ ର ବାରାଣାସୀ-ଜଉନନପୁର ସେକ୍ସନର ଚାରି ଲେନ ପ୍ରଶସ୍ତିକରଣ ଏବଂ ବାରଣାସୀରେ ଏକାଧିକ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକାଧିକ ରେଳବାଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ତତ୍‍ ସିହତ ୧୫ ଟି ପିଡବ୍ଲ୍ୟୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ, ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନା, ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ସହିତ ପ୍ରଧାନମନ୍ତ୍ରୀ ଛଅ ଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ବଦଳାଇବା ପ୍ରକୋଷ୍ଠ, ସିଆଇପିଇଟି କ୍ୟାମ୍ପସ୍…

Read More

ଗୋରଖପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଦୁଇଟି ବନ୍ଦେ ଭାରତ ଟ୍ରେନ୍ ହେଉଛି ଗୋରଖପୁର – ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଯୋଧପୁର – ଅହମ୍ମଦାବାଦ (ସାବରମତୀ) ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ଗୋରଖପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ , ଯାହା ପାଇଁ ଆନୁମାନିକ ବ୍ୟୟ ପ୍ରାୟ ୪୯୮ କୋଟି  ଟଙ୍କା ରହିଛି ଏବଂ ସେ ପ୍ରସ୍ତାବିତ ଗୋରଖପୁର ରେଳ ଷ୍ଟେସନର ମଡେଲକୁ ମଧ୍ୟ ଯାଞ୍ଚ କରିଥିଲ । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଗୋରଖପୁରର ସାଂସଦ ରବି କିଷାନ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ପୃଷ୍ଠଭୂମି ଗୋରଖପୁର – ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଅଯୋଧ୍ୟା ଦେଇ ଯାତ୍ରା କରିବ ଏବଂ  ପର୍ଯ୍ୟଟନ…

Read More

ମେଷ:– ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ। ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ। ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ। ବୃଷ: – ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ। ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ। ମିଥୁନ: – ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ। ଆଜିର ଯାତ୍ରା ବିନିଯୋଗ ସଫଳ ହେବ। ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ। କର୍କଟ: – ଆପଣ ଚାହିଁଲେ ବି ଅପଚୟ ବ୍ୟୟ ବୃଦ୍ଧି ପାଇବ। ସାମାନ୍ୟ ଆଘାତ, ବିବାଦ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁରରେ ଐତିହାସିକ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରି ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୀତା ପ୍ରେସରେ ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରି ଭଗବାନ ଶ୍ରୀ ରାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂଜାର୍ଚ୍ଚନାର ମାସ ଶ୍ରାବଣରେ ଏବଂ ଇନ୍ଦ୍ରଦେବଙ୍କ ଆଶୀର୍ବାଦରେ ସେ ଗୋରଖପୁରର ଗୀତା ପ୍ରେସରେ ଉପସ୍ଥିତ ରହିବାର ସୁଯୋଗ ପାଇଛନ୍ତି ଯାହାକି ଶିବ ଅବତାର ଗୁରୁ ଗୋରଖନାଥଙ୍କ ଉପାସନାର ସ୍ଥାନ ଏବଂ ଅନେକ ସାଧୁଙ୍କ କର୍ମକ୍ଷେତ୍ର ଅଟେ। ଗୋରଖପୁର ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ଏବଂ ଐତିହ୍ୟର ଏହା ଏକ ଚମତ୍କାର ଉଦାହରଣ। ଗୀତା ପ୍ରେସରେ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଗୋରଖପୁର ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦୁଇଟି ବନ୍ଦେ…

Read More

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ନିକଟତର ଥିବାବେଳେ ନିର୍ବାଚନ କମିଶନରଙ୍କ ନିୟମ ମୁତାବକ ଆଜି କେନ୍ଦ୍ରାଞ୍ଚଳ ଆଇଜି ଇନ୍ସପେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଗୋଟିଏ ଜିଲ୍ଲାରେ ତିନି ବର୍ଷ କିମ୍ବା ଉକ୍ତ ଜିଲ୍ଲାରେ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ରହିଥିବା ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ବଡ଼ ଅଦଳବଦଳ ହୋଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ୧୦ ଇନ୍ସପେକ୍ଟରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି । ବଦଳି ହୋଇଥିବା ଅଧିକାରୀ ମାନେ ହେଲେ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ନୟାଗଡ଼ ଜିଲ୍ଲା ,ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା, ବାଲୁଗାଁ ଅତିରିକ୍ତ ଆଇଆଇସି ରଶ୍ମିବାଳା ସେଠି ଜଗତସିଂହପୁର ଜିଲ୍ଲା,ବୋଲଗଡ଼ ଆଇଆଇସି ରଶ୍ମିରଞ୍ଜନ ସାହୁ ନୟାଗଡ଼ ଜିଲ୍ଲା,ସଦର ଆଇଆଇସି ବିଦିତା ନାୟକ ପୁରୀ ଜିଲ୍ଲା, ନିରାକାରପୁର…

Read More

ଭୁବନେଶ୍ଵର: କୋଲ୍‌ ଇଣ୍ଡିଆ ଲିମିଟେଡର ଏକ ପ୍ରମୁଖ ସହାୟକ କମ୍ପାନୀ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌), ଓଡିଶାର ସମ୍ବଲପୁର ଜିଲ୍ଲାର ୫୦ ଦିବ୍ୟାଙ୍ଗ ଲୋକଙ୍କୁ ଇ-ରିକ୍ସା ପ୍ରଦାନ କରିବ।  ସିଏସ୍ଆର୍ ପ୍ରୋଜେକ୍ଟ “ସକ୍ଷମ” ଅନ୍ତର୍ଗତ ଏହା ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ପ୍ରଶାସନ ସହିତ ଗତକାଲି ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ଅନୁଯାୟୀ, ଏମସିଏଲ୍ ଜିଲ୍ଲା ସମ୍ବଲପୁରର ‘ଦିବ୍ୟାଙ୍ଗ’ ଲୋକଙ୍କୁ ୫୦ ଟି ଇ-ରିକ୍ସା କ୍ରୟ ପାଇଁ ଜିଲ୍ଲା ପ୍ରଶାସନ, ସମ୍ବଲପୁରକୁ ଆର୍ଥିକ ସହାୟତା ପ୍ରଦାନ କରିବ। ଆର୍ଥିକ ଦୁର୍ବଳ ଦିବ୍ୟାଙ୍ଗଙ୍କ ପାଇଁ ନିରନ୍ତର ଆତ୍ମ-ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବ୍ୟତୀତ, ଏହି ସିଏସ୍ଆର୍ ପଦକ୍ଷେପ ବୈଦ୍ୟୁତିକ ପରିବହନକୁ ଉତ୍ସାହିତ କରି ସବୁଜ ଏବଂ ସ୍ୱଚ୍ଛ ପରିବେଶକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏହି ଏମଓୟୁକୁ ଏମସିଏଲ ପକ୍ଷରୁ ଜେନେରାଲ ମ୍ୟାନେଜର (ସିଏସଆର) ରଜନୀକାନ୍ତ ପାଣିଗ୍ରାହୀ ସ୍ୱାକ୍ଷର କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା…

Read More

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା। ଏହି ବର୍ଷ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ। ପରେ ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା। ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ନୂତନ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ଚତୁର୍ଥ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଧର୍ମଗଡ ବିଧାୟକ ମୌଶଧି ବାଗ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ ଏବଂ ନର୍ଲା ବିଧାୟକ ପ୍ରତିନିଧି ସୁଧିର ରଞ୍ଜନ ମହାନ୍ତି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାର ଉନ୍ନତି ଓ ବିଭିନ୍ନ ଆଞ୍ଚଳିକ ସମସ୍ୟାର ସମାଧାନ ନିମନ୍ତେ ବୈଠକରେ ଶାନ୍ତି ପୂର୍ଣ୍ଣ ଆଲୋଚନା, ଗଠନ ମୂଳକ ସହାୟତା ଓ ପ୍ରସ୍ତାବ ଦେବାକୁ ନିର୍ବାଚିତ ଲୋକ…

Read More

ଅଧ୍ୟାପକ ଡକ୍ଟର ସତ୍ୟ ଷଡ଼ଙ୍ଗୀ ଆଜି ଶ୍ରାବଣ କୃଷ୍ଣ ପଞ୍ଚମୀ, ମନସା ପଞ୍ଚମୀ। ଦେବୀ ମନସାଙ୍କ ଆରାଧନା ଦିନ। ସୁପ୍ତେ ଜନାର୍ଦ୍ଦନେ କୃଷ୍ଣେ ପଞ୍ଚମ୍ୟାଂ ଭବନାଙ୍ଗଣେ /ପୂଜୟେତ୍ ମନସା ଦେବୀଂ ସ୍ନୁହୀ ବିଟପ ସଂସ୍ଥିତାମ୍। ଅର୍ଥାତ୍ ହରିଶୟନ ପରେ ପଞ୍ଚମୀ ତିଥିରେ କଣ୍ଟାସିଝୁ ଗଛ ମୂଳେ ସ୍ଥିତା ଦେବୀ ମନସାଙ୍କ ପୂଜା କରଣୀୟ। ଆପଣ କେବେ ଚିଲିକା ବ୍ଳକ୍ ହରିପୁର ପଞ୍ଚାୟତ ପରବଳ ନୂଆପାଟଣା ଗ୍ରାମକୁ ଯାଇଛନ୍ତି? ସେଠାକାର ଉତ୍ତରାୟଣୀ ମନ୍ଦିର ବେଢ଼ାରେ ଅଛି ମନସା ଦେବୀଙ୍କ ପ୍ରାଚୀନ ପ୍ରତିମା। ଗୋଟିଏ ପଥରରେ ନିର୍ମିତ ମନସାଙ୍କ ବିଗ୍ରହର ମୁଖମଣ୍ଡଳ ଓ କପାଳ ଭାଗ ଅସ୍ପଷ୍ଟ ହେଲେ ହେଁ ଅନ୍ୟାନ୍ୟ ଅଂଶ ବିଶେଷ କ୍ଷୟପ୍ରାପ୍ତ ହୋଇନାହିଁ। ଦେବୀ ପ୍ରସ୍ଫୁଟିତ ସହସ୍ରଦଳ ପଦ୍ମ ଉପରେ ଲଳିତଆସନ ଭଙ୍ଗୀରେ ଅର୍ଥାତ୍ ବାମ ପୟର ଆଣ୍ଡୁବକ୍ର କରି ବସିଥିବା ପଦ୍ମ ଉପରେ ରଖିଲାବେଳେ ଦକ୍ଷିଣ ପୟର ନିମ୍ନକୁ ପ୍ରଲମ୍ବିତ ରଖି ଉପବେଶନ କରିଛନ୍ତି। ତାଙ୍କ ବାମ କୋଳରେ…

Read More

କଲିକତା: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତାଙ୍କ ଦେହାନ୍ତ ହୋଇଛି। ମିଥୁନଙ୍କ ସାନପୁଅ ନମାଶି ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଅଭିନେତାଙ୍କ ମା’ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ସେ ଆଜି ଦୁନିଆରୁ ବିଦାୟ ନେଇଥିଲେ। ପ୍ରକାଶ ଯେ, ଶାନ୍ତିରାଣୀ କେବଳ ମିଥୁନଙ୍କ ସହ ତାଙ୍କ ମୁମ୍ବାଇ ଘରେ ରହୁଥିଲେ। ମା’ଙ୍କୁ ହରାଇବା ପରେ ମିଥୁନ ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏହି ସମୟରେ କେବଳ ବଲିଉଡର ସେଲିବ୍ରେଟମାନେ ନୁହଁନ୍ତି ରାଜନେତାମାନେ ମଧ୍ୟ ତାଙ୍କ ମା’ଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉଲ୍ଲେଖ ଥାଉ ଯେ ତିନି ବର୍ଷ ପୂର୍ବେ କୋଭିଡ ସମୟରେ ଅଭିନେତାଙ୍କ ପିତା ବସନ୍ତ କୁମାର ଚକ୍ରବର୍ତ୍ତୀ ୯୫ ବର୍ଷ ବୟସରେ ଦେହାନ୍ତ କରିଥିଲେ।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ଓ୍ୱାଡ ନ.10 ରେ ଉନ୍ନତି ଯୋଜନାରେ 99,98,000.00 ଖର୍ଚ୍ଚ କରାଯାଇ ଆଦର୍ଶ ଶ୍ମଶାନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଯୋଜନାରେ ଜନସାଧାରଣ ସେମାନଙ୍କର ମୃତ ଆତ୍ମୀୟଙ୍କ ଶବକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ସମୟରେ 2 ଗୋଟି ଶବ ସଂସ୍କାର କରି ପାରିବେ। ଏଠାରେ ଗାଧୁଆ ଘର ଓ ପ୍ରତିକ୍ଷା ଘରର ବ୍ୟବସ୍ଥା ଅଛି। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ କନକଲକ୍ଷ୍ମି ମହାନ୍ତି, ଉପାଧ୍ୟକ୍ଷ ସୖୋର୍ଯ୍ୟ ରଞ୍ଜନ ମହାନ୍ତି, କାଉନସିଲର ୱର୍ଡ ନ.10 ମୋନାଲିସା ସିଂହ,‌ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିଜ୍ଵାନା କାୱ।ବ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଓ ପୋୖର ପରିଷଦର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କଟକ ଏବଂ ନୟାଗଡ ଏସପିଙ୍କ ଏହି କ୍ରମରେ ବଦଳି ହୋଇଛି। ଆଇପିଏସ ଅଧିକାରୀ ସପିନ ଅହମ୍ମଦ କେ. କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସାର୍ଥକ ଷଡଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡର ଡିଆଇଜି ଭାବେ ଦାୟିତ୍ଵ ମିଳିଛି। ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ହୋଇଛନ୍ତି। ତେବେ ଯୁଗଳ କିଶୋର ବାନୋଥଙ୍କୁ ଏଆଇଜି ହେର୍ଡକ୍ଵାର୍ଟର ଦାୟିତ୍ଵ ମିଳିଥିବା ବେଳେ ରାହୁଲ ଜୈନଙ୍କୁ ନୟାଗଡ ଏସପି ଏବଂ ମିହିର କୁମାର ପଣ୍ଡାକୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ନିଯୁକ୍ତି ମିଳିଛି।

Read More

ନୂଆଦିଲ୍ଲୀ: ଜବଲପୁର ଲୋକାୟୁକ୍ତ ୩ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି। ଆଦିବାସୀ ଜମି ବିକ୍ରି ସଂପର୍କରେ ମାମଲା ରୁଜୁ ହୋଇଛି। ଗ୍ୱାଲିଅର କମିଶନର ଦୀପକ ସିଂ, ଏକ୍ସାଇଜ୍ କମିଶନର ଓପି ଶ୍ରୀବାସ୍ତବ ଏବଂ ଡେପୁଟି ସେକ୍ରେଟେରୀ ବସନ୍ତ କୁରେଙ୍କ ବିରୋଧରେ ଲୋକାୟୁକ୍ତ ମାମଲା ରୁଜୁ କରିଛନ୍ତି।

Read More

Train Accident: ଶେଷରେ ବାହାନଗା ଟ୍ରେନ ଦୁର୍ଘଟଣାରେ ତିନିଜଣଙ୍କୁ ସିବିଆଇ ଗିରଫ କରିଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହି ଅନୁସାରେ ସିବିଆଇ ସେକସନ ଇଞ୍ଜିନିୟର ଅରୁଣ ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବାର ଜଣାପଡିଛି। ଏମାନଙ୍କୁ ଜାଣିଶୁଣି ଟ୍ରେନ ଦୁର୍ଘଟଣା କରାଇଥିବାର କାରଣ ନେଇ ସିବିଆଇ ଗିରଫ କରିଛି। ଗତ ଜୁନ ଦୁଇ ତାରିଖରେ ବାହନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ଏହିମାନଙ୍କ ଯୋଗୁଁ ଘଟିଥିଲା ବୋଲି ସିବିଆଇ ଜାଣିବାକୁ ପାଇଛି। ତେବେ ସେମାନଙ୍କୁ କେଉଁଠାରୁ ଗିରଫ କଲା ସେ ନେଇ କୈଣସି ସୂଚନା ନାହିଁ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୧୦୩ କିଲୋମିଟର ଦୈର୍ଘ୍ୟ ରାୟପୁର – ଖରିଆର ରୋଡ ରେଳ ଲାଇନର ଦୋହରୀକରଣକୁ ଉତ୍ସର୍ଗ କରିଛନ୍ତି ଯାହାକି ୭୫୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଛି, କେଓଟି – ଅନ୍ତଗଡ଼କୁ ସଂଯୋଗ କରୁଥିବା ୧୭ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନ ୨୯୦ କୋଟି ଟଙ୍କା ମୂଲ୍ୟରେ ବିକଶିତ ହୋଇଛି। ଅଧିକନ୍ତୁ, ପ୍ରଧାନମନ୍ତ୍ରୀ କେରୋବା ଠାରେ ୧୩୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ର୍ନିମିତ ବାର୍ଷିକ ୬୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଭାରତୀୟ ତୈଳ ନିଗମର ଏକ ବଟଲିଂ ପ୍ଲାଣ୍ଟକୁ…

Read More

ସୀତାରାମ ଅଗ୍ରୱାଲ ବ୍ରହ୍ମପୁର/ବାଲୁଗାଁ: ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର। ୭୪ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଶ୍ରୀ ମିଶ୍ରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିନ୍ଦୁରାପଲ୍ଲି ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମିଶ୍ରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଆଇଏଏସ କୀର୍ତ୍ତି ଭାଷନ। ଉକ୍ତ ଉତ୍ସବରେ ଅନ୍ୟ ଅତିଥି ଭାବେ ଛତ୍ରପୁର ଉପ ଜିଲ୍ଲାପାଳ, ବ୍ରହ୍ମପୁର ଓ ଘୁମୁସର ଡ଼ିଏଫଓ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ପ୍ରକୃତି ବଞ୍ଚାଅ ଅଭିଯାନରେ ଜଡ଼ିତ ଥିବା ବିଭିନ୍ନ କ୍ଷେତ୍ରର ୧୬ ଜଣ ବ୍ୟକ୍ତିବିଶେଷଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲା ବନ ବିଭାଗ ପକ୍ଷରୁ ଚୟନ କରାଯାଇଥିଲା। ତେବେ ବାଲୁଗାଁ ଏସଡିପିଓ ଶ୍ରୀ ମିଶ୍ର…

Read More

 ସୀତାରାମ ଅଗ୍ରୱାଲ ବାଣପୁର: ମାତ୍ର ଛଅ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ହୁଣ୍ଡିକୁ ଖୋଲା ଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସ୍ଥାନୀୟ ତହସିଲଦାର୍ କୁଞ୍ଜବିହାରୀ ବଡ଼ଜେନା, ସଭ୍ୟା ସ୍ଥାନୀୟ ବି.ଡି.ଓ. ଶୀତଲ୍ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ସ୍ଥାନୀୟ ଆରକ୍ଷୀଙ୍କ ଉପସ୍ଥିତିରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ହୁଣ୍ଡିକୁ ଖୋଲାଯାଇ ଶ୍ରଦ୍ଧାଳୁଙ୍କ ଦ୍ଵାରା ପ୍ରଦତ୍ତ ଟଙ୍କା, ସୁନା, ରୂପା ବାହାର କରାଯାଇ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀ, ସେବାୟତ ଓ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଗଣତି କରାଯାଇଥିଲା। ହୁଣ୍ଡିରୁ ସର୍ବମୋଟ ଟ୩,୩୮, ୮୦୫.୦୦ ପଇସା, (ତିନିଲକ୍ଷ ଅଠତିରିଶି ହଜାର ଆଠଶହ ପାଞ୍ଚ ଟଙ୍କା ମାତ୍ର), ୧୨ଗ୍ରାମ ୭୬୦ ମିଲିଗ୍ରାମ ଓଜନର ରୂପା ଅଳଙ୍କାର ଓ ୧୮କ୍ୟାରେଟ୍ ବିଶିଷ୍ଟ ୨ ଗ୍ରାମ୍‌ ଓଜନର ଏକ ସୁନାର ହନୁମାନ ଲକେଟ୍ ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମନ୍ଦିର ଜମା ଖାତରେ ଜମା କରାଯାଇଥିବା କଥା ମନ୍ଦିର…

Read More

ଭୁବନେଶ୍ଵର: ୫-ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର। ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି। ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ କେବଳ ଗଞ୍ଜାମ ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି। ମା’ଙ୍କ ପୂଜା ନିମନ୍ତେ ପ୍ରତିଦିନ ଓଡିଶା ଓ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି। ତେଣୁ ଭକ୍ତ ମାନଙ୍କ ସୁବିଧା ତଥା ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ମୁଖ୍ୟ ମନ୍ଦିରର  ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ…

Read More