ନୂଆଦିଲ୍ଲୀ: ବିରୋଧୀ ଦଳରେ ସବୁଠୁ ଆଗରେ ବସିଥିବା ସୋନିଆ ଗାନ୍ଧୀ ରାହୁଲଙ୍କ ଭାଷଣ ସମୟରେ ଏ ରାଜା, ସୁପ୍ରିୟା ସୁଲେ, କାନିମୋଝି ଓ ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ପରାମର୍ଶ କରିଥିଲେ। ରାହୁଲଙ୍କ ଭାଷଣ ସମୟରେ ସୋନିଆ ଅନେକ ଥର ତାଳି ବଜାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଶାସକ ଦଳରୁ ରାହୁଲଙ୍କ ଭାଷଣ ସମୟରେ ଶାସକ ଦଳ ପକ୍ଷରୁ ହଟ୍ଟଗୋଳ ହେବା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସାଂସଦଙ୍କୁ ଜବାବ ଦେବାକୁ ଉତ୍ସାହିତ ଥିବା ଜଣାପଡ଼ିଥିଲା। ରାହୁଲଙ୍କ ଭାଷଣ ପୂର୍ବରୁ ସୋନିଆ ଉପସ୍ଥିତ ଥିଲେ ରାହୁଲଙ୍କ ଭାଷଣ ପୂର୍ବରୁ ସୋନିଆ ଗାନ୍ଧୀ ଗୃହରେ ଉପସ୍ଥିତ ଥିଲେ। ରାହୁଲ ବୁଧବାର ମଧ୍ୟାହ୍ନ ୧୨ଟା ୧୦ରେ ଭାଷଣ ଆରମ୍ଭ କରିଥିଲେ। ଏହି ସମୟରେ ସୋନିଆ ବିରୋଧୀ ଦଳ ନେତାଙ୍କ ସହ କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ରାହୁଲ କହିବା ଆରମ୍ଭ କଲେ, ସେ ତାଙ୍କୁ ଉତ୍ସାହିତ କରୁଥିବା ପରି ମନେ ହେଉଥିଲା।…
Author: Samikhsya Bureau
ଭୁବନେଶ୍ଵର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ କିଛି ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବାବେଳେ କେତେକର ମାର୍ଗ ପରିବର୍ତ୍ତନ କରାଯାଇଅଛି ଏବଂ କେତେକକୁ ଆଂଶିକ ପରିବର୍ତ୍ତନ କରାଯାଇଅଛି। ବାତିଲ୍ ହେବାକୁ ଥିବା ଟ୍ରେନ: 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ। 18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ। 18128/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ। 20809 ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 21 ଅଗଷ୍ଟ 2023 ଦିନ। 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ନନ୍ଦେଡରୁ 21…
ନୂଆଦିଲ୍ଲୀ: ମିଜୋରାମରେ ଉତ୍ତର ପୂର୍ବ ଗଣତାନ୍ତ୍ରିକ ମେଣ୍ଟ (ଏନଇଡିଏ)ର ସହଯୋଗୀ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ। ଲୋକସଭା ସାଂସଦ ସି ଲାଲରୋସଙ୍ଗା ଏହି ସୂଚନା ଦେଇଛନ୍ତି। କେନ୍ଦ୍ରର ବିଫଳତା ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଲରୋସଙ୍ଗା ଗୁରୁବାର କହିଛନ୍ତି ଯେ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ। ମଣିପୁର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବେ ଏବଂ ପଡ଼ୋଶୀ ରାଜ୍ୟରେ ଜାତିଗତ ହିଂସାର ମୁକାବିଲା କରିବାରେ କେନ୍ଦ୍ରର ବିଫଳତା ସପକ୍ଷରେ ଭୋଟ ଦେବେ ବୋଲି ସେ କହିଛନ୍ତି। ଉପୁଜିଥିବା ହିଂସା ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମୁଁ ସମର୍ଥନ କରିବି। କାରଣ ମୁଁ କଂଗ୍ରେସକୁ ସମର୍ଥନ କରୁଛି କିମ୍ବା ବିଜେପି ବିରୋଧରେ ଯିବାକୁ ଚାହୁଁଛି ତାହା…
ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କବେଳେ ଭାଷଣ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାହୁଲ ଗାନ୍ଧୀ, ନୀତୀଶ କୁମାର, ଅଖିଳେଶ ଯାଦବ, ସୁପ୍ରିୟା ସୁଲେଙ୍କ ସମେତ ଅନ୍ୟ କେତେକ ବିରୋଧୀ ନେତାଙ୍କୁ ଜବାବ ଦେଇଛନ୍ତି। ରାହୁଲ ଗାନ୍ଧି ଓ କଳାବତୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ୍ ସମ୍ପର୍କରେ ଶାହ କହିଛନ୍ତି ଯେ ଏହି ଗୃହରେ ଜଣେ ନେତା (ରାହୁଲ ଗାନ୍ଧୀ) ଅଛନ୍ତି ଯିଏ କି ୧୩ ଥର ରାଜନୀତିକୁ ଆସିଥିଲେ, କିନ୍ତୁ ସେ ୧୩ ଥର ବିଫଳ ହୋଇଛନ୍ତି। ଶାହା କହିଛନ୍ତି ଯେ ମୋଦି ସରକାର ଜନଧନ ଆକାଉଣ୍ଟ ଖୋଲିବା ସମୟରେ ନୀତୀଶ କୁମାର ତାଙ୍କୁ ଉପହାସ କରିଥିଲେ। କିନ୍ତୁ ଆଜି ଏହି ଆକାଉଣ୍ଟରେ ୨ ଲକ୍ଷ କୋଟି ଟଙ୍କା ଗରିବଙ୍କ ଜମା ହୋଇଛି। ୩୦୦ରୁ ଅଧିକ ଯୋଜନାରେ ମୋଦି ସରକାର ଡିବିଟି ଜରିଆରେ ଗରିବଙ୍କ ଆକାଉଣ୍ଟକୁ ୨୫ ଲକ୍ଷ କୋଟି ଟଙ୍କା ପଠାଇଛନ୍ତି । ସେ କହିଛନ୍ତି ଯେ…
ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥାର ଗତିବିଧି ଉପରେ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଫ୍ଲାଇଂ କିସ୍’ କୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୃହରେ ତାଙ୍କ ଆଚରଣକୁ ସମାଲୋଚନା କରିଥିବାବେଳେ ବିଜେପିର ମହିଳା ସାଂସଦ ବାଚସ୍ପତିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ‘ଇଣ୍ଡିଆ’ ମିଳିତ ମଞ୍ଚର ନେତାମାନେ କହିଛନ୍ତି ଯେ, ବିଜେପି ଘୃଣାଭାବରେ ଅଭ୍ୟସ୍ତ ହୋଇଛି, ସେମାନେ ପ୍ରେମକୁ ବୁଝନ୍ତି ନାହିଁ। ଏହି ସମସ୍ତ ବିତର୍କ ମଧ୍ୟରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ମଧ୍ୟ ଏହି ସମଗ୍ର ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍ କୁ ନେଇ ବିବାଦ ମଧ୍ୟରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ମଧ୍ୟ ସମଗ୍ର ବିବାଦ ଉପରେ ନିଜର ମତ ରଖିଛନ୍ତି। ନାଁ ନନେଇ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ପ୍ରମୋଦ କହିଛନ୍ତି ଯେ, ଯେଉଁମାନେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛନ୍ତି ସେମାନେ ଆଜି ରାହୁଲ ଗାନ୍ଧୀଙ୍କ ଫ୍ଲାଇଂ କିସ୍…
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଜୋରଦାର ବିତର୍କ ହୋଇଥିଲା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଆଲୋଚନାରେ ପ୍ରଥମେ କଂଗ୍ରେସ ତରଫରୁ ଆଲୋଚନା କରିଥିଲେ। ରାହୁଲ ଗାନ୍ଧି ମଣିପୁର ହିଂସାକୁ ଭାରତ ଯୋଡ଼ୋ ଯାତ୍ରାର ଅନୁଭୂତି ଉପରେ ବକ୍ତବ୍ୟ ରଖିଥିଲେ। ଭାଷଣରେ ରାହୁଲ ଭାରତ ମାତାଙ୍କ ହତ୍ୟା ବିଷୟରେ ଉଲ୍ଲେଖ କରିଥିଲେ। ଶାସକ ଦଳ ତରଫରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଭାଷଣରେ ରାହୁଲ ଗାନ୍ଧିଙ୍କୁ ‘ରାସ୍ତାରେ’ ବୋଲି କହିଛନ୍ତି। ଫ୍ଲାଇଂ କିସ୍ ବିବାଦକୁ ନେଇ ଲାଗୁଥିଲା ଯେ ରାହୁଲ ଗାନ୍ଧି ଭଲ ବ୍ୟାଟିଂ କରୁଥିବାବେଳେ ଶେଷରେ ହଠାତ୍ ହିଟ୍ ୱିକେଟ୍ ପାଲଟି ଯାଇଥିଲେ। ମ୍ୟାଚ୍ ଶେଷରେ ସରକାରଙ୍କ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନେତୃତ୍ୱ ନେଇଥିଲେ। ଅନାସ୍ଥା ପ୍ରସ୍ତାବର ଉଦ୍ଦେଶ୍ୟକୁ ନେଇ ଶାହା ପ୍ରଶ୍ନ ଉଠାଇଛନ୍ତି। ପାଖାପାଖି ୨ ଘଣ୍ଟା ଧରି ତାଙ୍କ ଭାଷଣ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ୟୁପିଏ ସରକାରଙ୍କୁ…
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ୭୩ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଚାଲାଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଥାନା ଏସ୍ ଆଇ ବାବୁଲା ପ୍ରଧାନ ଓ ଅନ୍ୟ କିଛି କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଥାନା ଅଧିନସ୍ଥ ଚାକୁଣ୍ଡା ଗ୍ରାମ ଛକରେ ୩ ଜଣ ବ୍ୟକ୍ତି ୪ ଟି ବସ୍ତା ଧରି ଛିଡା ହୋଇଥିବା ଦେଖି ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସୁନୀତା ବେହେରାଙ୍କୁ ଜଣାଇବା ପରେ ଥାନା ଅଧିକାରୀ ବେହେରା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ ଓ ସେଥିରେ ୭୩ କିଲୋ ଗଞ୍ଜେଇ ମିଳିଥିଲା। ପୋଲିସ ଉକ୍ତ ଗଞ୍ଜେଇ ଜବତ କରି ଅଭିଯୁକ୍ତ ଚାଲାଣ କାରୀ ରମାକାନ୍ତ ନାୟକ, ପ୍ରଦୀପ ନାୟକ ଓ ମୁନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଅଟୋ ରିକ୍ସା ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ସୁଦାମ ଚରଣ ଜାଲି (୩୫ ବର୍ଷ), ଘର ଚିଲିକା ବ୍ଲକ ଅନ୍ତର୍ଗତ ଅଠର ବାଟିଆ ବୋଲି ଜଣାପଡିଛି। ଗତ କାଲି ବିଳମ୍ବିତ ରାତିରେ ସୁଦାମ ଅଟୋ ରିକ୍ସାରେ ଯାତ୍ରୀ ନେଇ ବାଲୁଗାଁ ଯାଉଥିଲେ। ତେବେ ହଠାତ୍ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଅଟୋ ରିକ୍ସା ଟି ଖରାପ ହୋଇ ଯାଇଥିଲା। ଚାଳକ ସୁଦାମ ଖରାପ ଅଟୋ ରିକ୍ସା କୁ ସଜାଡୁଥିବା ବେଳେ ପଛ ପଟୁ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେବା ସହ ସୁଦାମଙ୍କ ଉପରେ ଚଢି ଯାଇଥିଲା। ଘଟଣା୍ ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଟାଙ୍ଗୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା…
ନୂଆଦିଲ୍ଲୀ: ବୁଧବାର ଧାରା ୩୭୦ ଉପରେ ଶୁଣାଣିବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ଯଦି ଜମ୍ମୁ-କାଶ୍ମୀରର ସମ୍ବିଧାନ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ୧୯୫୭ ପରେ ଭାରତୀୟ ସମ୍ବିଧାନରେ କାହିଁକି ଏହା ଉଲ୍ଲେଖ କରାଗଲା ନାହିଁ? ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରୁଥିବା ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରଶ୍ନ କରିଚନ୍ତି। ଆବେଦନକାରୀ ମୁଜାଫର ଇକବାଲ ଖାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଯୁକ୍ତି ବାଢ଼ିଥିଲେ ଯେ ୧୯୫୭ ରାଜ୍ୟ ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ସ୍ୱାଧୀନତାକୁ ଜମ୍ମୁ-କାଶ୍ମୀରବାସୀଙ୍କ ଇଚ୍ଛା ବିନା ଉଚ୍ଛେଦ କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଛନ୍ତି। ସୁବ୍ରମଣ୍ୟମ ବୁଧବାର କହିଛନ୍ତି ଯେ ଧାରା ୩୭୦ ଅନିୟନ୍ତ୍ରିତ କ୍ଷମତାର ଭଣ୍ଡାର ନୁହେଁ ବରଂ ରାଜ୍ୟରେ ସମ୍ବିଧାନକୁ…
ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏଭଳି ଅନେକ ଶବ୍ଦ ବ୍ୟବହାର କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତୁରନ୍ତ ଶାସକ ଦଳର ସଦସ୍ୟମାନେ ଗୃହରେ ବିରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ ଗତକାଲି ରାହୁଲ ଗାନ୍ଧିଙ୍କ ଭାଷଣରୁ ହତ୍ୟା, ଦେଶଦ୍ରୋହୀ ଭଳି ପ୍ରାୟ ଏକ ଡଜନ ଶବ୍ଦ ହଟାଇ ଦିଆଯାଇଛି। ରାହୁଲ ଗାନ୍ଧି ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ରେ ଭାଷଣ ଆରମ୍ଭ କରିଥିଲେ। ଏହାର ୫ ମିନିଟ୍ ପରେ ରାହୁଲ ଏହି ଶବ୍ଦ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ଲୋକସଭା ସଚିବାଳୟ ଏହି ଶବ୍ଦଗୁଡ଼ିକ ସଂସଦୀୟ ଶୃଙ୍ଖଳା ସହ ସୁସଙ୍ଗତ ନୁହେଁ ବୋଲି ଜାଣିବା ପରେ ଏହାକୁ ଭାଷଣ ରେକର୍ଡରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଗତକାଲି ଲୋକସଭାରେ କ’ଣ କହିଥିଲେ ରାହୁଲ? କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଣିପୁରସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପୂର୍ବ ରାଜ୍ୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପହଞ୍ଚିଯାଇଛନ୍ତି। ସେ ଆଜିର ଅଧିବେଶନର ରଣନୀତି ସମ୍ପର୍କରେ ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ସଭାରେ ଅମିତ ଶାହା, ନିତିନ ଗଡକରୀ, ପ୍ରହ୍ଲାଦ ଯୋଶୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ଦେବେ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୁଡାମାରୀ ଚଷା ସାହିର ବିବାହିତା ମହିଳା ନିଖୋଜ ଓ ପରେ ତପ୍ତପାଣି କେନାଲରୁ ତାଙ୍କର ମୃତ ଦେହ ଉଦ୍ଧାର ପରେ ମାମଲା ରୁଜୁ ହୋଇଥିଲା। ଘଟଣାକୁ ଗୁରୁତର ସହ ନେଇ ସଙ୍ଗୀତାଙ୍କ ବାପା ଙ୍କର ଅଭିଯୋଗକୁ ଭିତ୍ତି କରି ପୋଲିସ ଆସ୍କା ଏସ୍ ଡି ପି ଓ ଉମାଶଙ୍କର ସିଂ ଙ୍କ ନେତୃତ୍ଵରେ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହ ସଙ୍ଗୀତା ପିନ୍ଧିଥିବା ସୁନା ଅଳଙ୍କାର ମାଟିରେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି। ଯଦି ଆଉ କାହାର ସମ୍ପର୍କ ଜଣାପଡ଼ିବ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।
ଆଜି ପୂର୍ବତନ ରାଷ୍ଟ୍ରପତି ଭିଭି ଗିରଙ୍କ ଜନ୍ମଦିନ: ଆଜି ଦ୍ରୌପଦୀ ମୁର୍ମୁ ଓଡିଶାରୁ ରାଷ୍ଟ୍ରପତି ହୋଇଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳିଯାଇଛି। ଚାରିଆଡେ ଖୁସିର ବାତାବରଣ। ହେଲେ ତାଙ୍କ ପୂର୍ବରୁ ଓଡିଶାର ଆଉ ଜଣେ ବ୍ୟକ୍ତି ମଧ୍ୟ ହୋଇଥିଲେ ରାଷ୍ଟ୍ରପତି। ସେ ହେଉଛନ୍ତି ଭି.ଭି ଗିରି ବା ଭାରାହାଗିରି ଭେଙ୍କଟା ଗିରି। ସେ ୧୦ ଅଗଷ୍ଟ ୧୮୯୪ ମସିହାରେ ଓଡିଶାର ବ୍ରହ୍ମପୁରର ଏକ ତେଲୁଗୁ ଭାଷାଭାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେହିଠାରେ ସେ ସ୍କୁଲ ଶିକ୍ଷା ସହିତ ଖଲିକୋଟ କଲେଜରୁ ଗ୍ରାଜୁଏସନ କରିଥିଲେ। ତାଙ୍କର ପିତା ଭି.ଭି ଜୋଗାୟାପାଣ୍ଟୁଲୁ ବ୍ରହ୍ମପୁରର ଜଣେ ବିଶିଷ୍ଟ ଆଇନଜୀବୀ ହୋଇଥିବା ବେଳେ ମାତା ସୁଭଦ୍ରାମା ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଫଳରେ ଭି ଭି ଗିରିଙ୍କୁ ଖୁବ୍ କମ୍ ବୟସରେ ରାଜନୀତି କରିବାର ସୁଯୋଗ ମିଳିଥିଲା। କେବଳ ସେ ନୁହଁନ୍ତି ତାଙ୍କ ସାନ ଭଉଣୀ ଆଦ୍ରୁତି ଲକ୍ଷ୍ମୀବାଇ ମଧ୍ୟ ରାଜନୀତିରେ ପ୍ରବେଶ…
ଭୁବନେଶ୍ବର: ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲ୍ ର ପରିବେଶ ବଦଳିବ। ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି। ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି। ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ/ଥାକ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ୍, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ। ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର…
ଭୁବନେଶ୍ଵର: ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ରେ ଉପଲବ୍ଧ ‘ଯାଯାବର ୨.୦’, ସମ୍ମାନିତ ଜାଗ୍ରନ୍ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଯେହେତୁ ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବାରେ ଲାଗିଛି, ଆଓ ନେକ୍ସ୍ଟ ପୂର୍ବ ଭାରତୀୟ ବଜାରରେ ଏକ ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ଏକ ଉପଭୋକ୍ତା-ଅନୁକୂଳ ଇଣ୍ଟରଫେସ୍, ବିଷୟବସ୍ତୁର ଏକ ବିସ୍ତୃତ ଲାଇବ୍ରେରୀ ଏବଂ ଆଞ୍ଚଳିକ ମନୋରଞ୍ଜନ ଉପରେ ଏକ ଗୁରୁତ୍ୱ ଦେଇ, ଓଟିଟି ପ୍ଲାଟଫର୍ମ ସମଗ୍ର ଅଞ୍ଚଳରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟକୁ ଜିତିପାରିଛି। ଦୁଇଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣ ଏଥିରୁ ମୁକ୍ତି ଖୋଜେ। ଜଣେ ଟ୍ୟାକ୍ସି ଡ୍ରାଇଭର…
ନୂଆଦିଲ୍ଲୀ: ଉପକୂଳ ଜଳଚାଷ ପ୍ରାଧିକରଣ (ସଂଶୋଧନ) ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ କରିଛି। ସିଆରଜେଡ୍ ବିଜ୍ଞପ୍ତି ଅଧୀନରେ ଉପକୂଳ ଜଳଚାଷ ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ସିଆରଜେଡ୍ ମଧ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବୋଲି ସରକାର ଦୋହରାଇଛନ୍ତି । ସଂଶୋଧିତ ବିଲରେ ବ୍ୟବସ୍ଥା କରାଯାଇଛି ଯେ ଉପକୂଳ ଜଳଚାଷ ପ୍ରାଧିକରଣ ଅଧିନିୟମ ଅଧୀନରେ ପ୍ରଦାନ କରାଯାଇଥିବା ପଞ୍ଜୀକରଣ ସବୁ କ୍ଷେତ୍ରରେ ପ୍ରଚଳିତ ରହିବ । ଏହାଦ୍ୱାରା ଲକ୍ଷ ଲକ୍ଷ କ୍ଷୁଦ୍ର ନାମମାତ୍ର ଜଳଚାଷ କୃଷକଙ୍କୁ ଏକାଧିକ ଏଜେନ୍ସିଠାରୁ ସିଆରଜେଡ୍ ମଞ୍ଜୁରି ପାଇବାର ସମ୍ଭାବ୍ୟ ଆବଶ୍ୟକତାକୁ ଦୂର କରିବା ଉଦ୍ଦେଶ୍ୟରେ ସିଆରଜେଡ୍ ବିଜ୍ଞପ୍ତି ଅଧୀନରେ ଏହି ପଞ୍ଜୀକରଣକୁ ବୈଧ ଅନୁମତି ଭାବରେ ବିବେଚନା କରାଯିବ। ଏହି ସଂଶୋଧନ ଜରିଆରେ ଉପକୂଳ ନିୟନ୍ତ୍ରଣ ଜୋନ୍ (ସିଆରଜେଡ୍)ର ନୋ ଡେଭଲପମେଣ୍ଟ ଜୋନ୍ (ଏନ୍ ଡିଜେଡ୍) ମଧ୍ୟରେ ହାଚରି, ବ୍ରୁଡ୍ ଷ୍ଟକ୍ ବହୁଗୁଣନ କେନ୍ଦ୍ର (ବିଏମସି) ଏବଂ ନ୍ୟୁକ୍ଲିୟସ୍ ବ୍ରିଡିଂ ସେଣ୍ଟର (ଏନ୍ବିସି)…
ଭୁବନେଶ୍ବର: ଆଜି ଭୋରରୁ ରାଜଧାନୀରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି। ଚନ୍ଦ୍ରଶେଖରପୁରର ନନ୍ଦନ ବିହାରର ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଭୋରରୁ ଏହି କୋଠାରୁ ଧୂଆଁ ବାହାରୁ ଥିବାର ଲୋକେ ଦେଖିବା ପରେ ଭୟଭୀତ ହୋଇପଡିଥିଲେ। ଏହାପରେ ସେହି ଘରଭିତରୁ ପାଟି ଶୁଭିବାରୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ସେମାନେ ଆସିବା ପରେ ସିଡି ସାହାଯ୍ୟରେ ତିନିଜଣଙ୍କୁ ଘରଭିତରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହି କୋଠାରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ତିନିଜଣ ଧୂଆଁରେ ଶ୍ବାସରୁଦ୍ଧ ହୋଇଥିବାର ଜଣାପଡିଥିଲା। ଶୋଇଥିବା ବେଳେ ଏହା ଘଟିଥିବାରୁ ସେମାନେ ଏହି ଘଟଣା ଜାଣିପାରି ନ ଥିଲେ।
ଭୁବନେଶ୍ଵର: ଜୁଏଲାରୀ ଉଦ୍ୟୋଗରେ ରିଲାଏନ୍ସ ଜୁଏଲ୍ସ ହେଉଛି ବିଶ୍ୱାସ ଓ ଉତ୍କର୍ଷତାର ଅନ୍ୟ ନାମ ଏବଂ ଏହା ଏହାର ବହୁ ପ୍ରତୀକ୍ଷିତ ଆଭାର କଲେକ୍ସନ ୨୦୨୩ ର ଶୁଭାରମ୍ଭ ସହିତ ୧୬ଶ ବାର୍ଷିକୋତ୍ସବର ପାଳନ କରୁଛି। ଏହି ସ୍ୱତନ୍ତ୍ର ଆନିଭର୍ସାରି କଲେକ୍ସନ ହେଉଛି ୧୬ ବର୍ଷର ସଫଳତା ପାଇଁ ଏକ କୃତଜ୍ଞତାର ନିଦର୍ଶନ ଓ ଏହାର ପୃଷ୍ଠପୋଷକଙ୍କ ମଧ୍ୟରେ ରିଲାଏନ୍ସ ଜୁଏଲ୍ସ ଇତି ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇପାରିଛି। ଅନେକ ବର୍ଷ ଧରି, ରିଲାଏନ୍ସ ଜୁଏଲ୍ସ ନିଜକୁ ଏକ ବ୍ରାଣ୍ଡ ଭାବରେ ଉପସ୍ଥାପିତ କରିପାରିଛି ଯାହାକି ଜୁଏଲାରୀ ଉଦ୍ୟୋଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିରେ ରହିଛି ଅନେକ ଆକର୍ଷଣୀୟ ଡିଜାଇନ୍ ଓ ଅତୁଳନୀୟ କାରିଗରି। ଆଭାର କଲେକ୍ସନ ହେଉଛି ଆମର ଗ୍ରାହକମାନଙ୍କ ପାଇଁ ଏକ କୃତଜ୍ଞତାର ନିଦର୍ଶନ। ସୁନା ଓ ହୀରା ଗହଣାର ଏହି ଆକର୍ଷଣୀୟ ଡିଜାଇନ୍ ଦୀର୍ଘ ୧୬ ବର୍ଷର…
ନୂଆଦିଲ୍ଲୀ: ଫଳ ରପ୍ତାନୀର ସମ୍ଭାବନାକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ବିକାଶ ପ୍ରାଧିକରଣ (ଏପିଇଡିଏ) ଆକାଶ ମାର୍ଗରେ ଆମେରିକାକୁ ସତେଜ ଡାଳିମ୍ବର ଯେଉଁ ପ୍ରଥମ ରପ୍ତାନୀ କରିଛି, ସେଥରେ ଭାରତର ଜାତୀୟ ଉଦ୍ଭିଦ ସୁରକ୍ଷା ସଂଗଠନ (ଏନପିପିଓ), ଆମେରିକାର ପଶୁ ଓ ଉଦ୍ଭିଦ ସ୍ୱାସ୍ଥ୍ୟ ଯାଞ୍ଚ ସେବା (ୟୁଏସ-ଏପିଏଚଆଇଏସ), ମହାରାଷ୍ଟ୍ର ରାଜ୍ୟ କୃଷି ବିପଣନ ବୋର୍ଡ (ଏମଏସଏଏମବି), ଆଇସିଏଆର- ଜାତୀୟ ଡାଳିମ୍ବ ଗବେଷଣା କେନ୍ଦ୍ର, ସୋଲାପୁର (ଏନଆରସି-ସୋଲାପୁର) ଏବଂ ଅନ୍ୟମାନଙ୍କ ସହଯୋଗ ଥଲା। ଏପିଇଡିଏର ଅଧ୍ୟକ୍ଷ ଅଭିଷେକ ଦେବ କହିଛନ୍ତି ଯେ ଆମେରିକାକୁ ଡାଳିମ୍ବ ରପ୍ତାନିରେ ବୃଦ୍ଧି ଫଳରେ ଅଧିକ ବୃଦ୍ଧି ହେବ ହେବ ଏବଂ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଡାଳିମ୍ବ ଚାଲାଣର ଆମଦାନିକାରୀଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ଭାରତରୁ ଫଳ ଏବଂ ପନିପରିବା ରପ୍ତାନୀର ଶୀର୍ଷ ରପ୍ତାନିକାରୀଙ୍କ ମଧ୍ୟରେ ଥିବା…
ନୂଆଦିଲ୍ଲୀ: କୋଇଲା / ଲିଗ୍ନାଇଟ୍ ପିଏସ୍ୟୁଗୁଡ଼ିକ ଗତ ୫ ବର୍ଷ ମଧ୍ୟରେ ୧୫ଟି ଇକୋ- ପାର୍କ ସ୍ଥାପନ କରିଛନ୍ତି । ଇକୋ ପାର୍କ ପାଇଁ ସରକାର କୌଣସି ପାଣ୍ଠି ଆବଣ୍ଟନ କରି ନାହାନ୍ତି। ଇକୋ- ପାର୍କର ପ୍ରତିଷ୍ଠା, ରକ୍ଷଣାବେକ୍ଷଣ ଏବଂ ଯତ୍ନ ବାବଦରେ ସମ୍ପୃକ୍ତ କୋଇଲା / ଲିଗ୍ନାଇଟ୍ ପିଏସ୍ୟୁ ଗୁଡ଼ିକ ଅର୍ଥ ଯୋଗାଉଛନ୍ତି। ୨୦୨୨-୨୩ରେ ଓଡ଼ିଶା ଏମସିଏଲ୍ ପକ୍ଷରୁ ଦୁଇଟି ଇକୋ ପାର୍କକୁ ସମ୍ପୂର୍ଣ୍ଣ କରାଯାଇଥିଲା। ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କକୁ ୩୮୭ ଦିନରେ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ସେଥି ପାଇଁ ୨୭୮ ଲକ୍ଷ ଟଙ୍କା ଆବଂଟିତ ହୋଇଥିଲା। ଉତ୍କଳ ଉପବନ ଇକୋ – ପାର୍କ ପାଇଁ ଏମସିଏଲ ୧୬୮ ଲକ୍ଷ ଟଙ୍କା ଆବଂଟିତ କରିଥିବା ବେଳେ ଏହାକୁ ୨୭୦ ଦିନରେ ସମ୍ପୂର୍ଣ୍ଣ କରିଥିଲା। ଆଗକୁ ୬୦୦ ଲକ୍ଷ ଟଙ୍କାର ଆନୁମାନିକ ପାଣ୍ଠି ସହିତ ଏମ୍ସିଏଲ୍ ଜଗନ୍ନାଥ ବାଟିକା ଇକୋ – ପାର୍କ ସ୍ଥାପନ କରିବା ପାଇଁ ସ୍ଥିର କରିଛି।…
ନୂଆଦିଲ୍ଲୀ: ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ୨୦୨୩ ରେ ଭାରତୀୟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୪-୦ ରେ ପରାସ୍ତ କରିଛି। ଏହିପରି ହରମନପ୍ରୀତ ସିଂଙ୍କ ଦଳ ଏକପାଖିଆ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍ ରେ ଭାରତୀୟ ଦଳ ପ୍ରଥମାର୍ଦ୍ଧର ଶେଷ ଭାଗରେ ପ୍ରଥମ ଗୋଲ୍ ସ୍କୋର କରିଥିଲା। ଏହି ପରି ଭାରତୀୟ ଦଳ ମ୍ୟାଚରେ ୧-୦ ରେ ଆଗୁଆ ରହିଥିଲା। ଭାରତ ପାଇଁ ହରମନପ୍ରୀତ ସିଂ ୨ ଟି ଗୋଲ ସ୍କୋର କରିଥିଲେ। ଏହା ବ୍ୟତୀତ ଯୁଗରାଜ ସିଂ ଏବଂ ଆକାଶଦୀପ ସିଂ ଗୋଲ ସ୍କୋର କରିଥିଲେ। ତେବେ ଏହି ଉପାୟରେ ଭାରତୀୟ ଦଳ ପାକିସ୍ତାନକୁ ୪-୦ରେ ପରାସ୍ତ କରିବାରେ ସଫଳ ହୋଇଥିଲା। ଭାରତ ବିପକ୍ଷରେ ପରାଜୟ ପରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ଦଳ: ବାସ୍ତବରେ ଭାରତ ଏସୀୟ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। କିନ୍ତୁ ବର୍ତ୍ତମାନ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ…

