Author: Samikhsya Bureau

ଭୁବନେଶ୍ଵର: ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନ୍ତର୍ଗତ ଏକ ପରିବାରର ୯୫ ବର୍ଷ ବୟସ୍କା ମହିଳାଙ୍କୁ ସାଇକେଲ ରିକ୍ସାରେ ନିଆଯାଇ ବୃଦ୍ଧାବୃଦ୍ଧ ପେନ୍‌ସନ୍‌ ସଂଗ୍ରହ କରିଥିଲେ। ଏହି ମହିଳା ଜଣକ ଗତ ତିନିମାସ ଧରି ତାଙ୍କ ପେନ୍ସନ୍ ପାଇନଥିଲେ। ଗାଡି ଭଡା କରିବାକୁ ଟଙ୍କା ନ ଥିବାରୁ ଲାବଙ୍ଗା ଗୟାଙ୍କ ପରିବାର ସଦସ୍ୟ ତାଙ୍କୁ ଟ୍ରଲିରେ ବ୍ୟାଙ୍କକୁ ନେଇ ଯାଇଥିଲେ। ବ୍ୟାଙ୍କ ତାଙ୍କୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଯିବା ପାଇଁ ପରାମର୍ଶ ଦେଇଥିଲା। ଏହିଭଳି ତିନି ଚାରିଥର ଦୌଡିବା ଦ୍ୱାରା ତାଙ୍କୁ ତାଙ୍କର ପେନସନ ବ୍ୟାଙ୍କ ରୁ ମିଳିଥିଲା। ପାରଳାଖେମୁଣ୍ଡି ଡାକ ବିଭାଗର କର୍ମଚାରୀମାନେ ଏହି ଖବର ଶୁଣିବାପରେ ଗତକାଲି ତାଙ୍କ ଘରେ ପହଞ୍ଚି ଶୂନ୍ୟ ବାଲାନ୍ସ ଯୁକ୍ତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ବର୍ତ୍ତମାନ ଲାବଙ୍ଗା ଗୟା ପ୍ରତି ମାସରେ ବ୍ୟାଙ୍କ ଦୌଡିବା ପରିବର୍ତ୍ତେ ନିଜ ଘରେ ରହି ପେନ୍ସନ୍ ପାଇବାକୁ ସକ୍ଷମ ହେବେ। ପାଖରେ ରହୁଥିବା ତାଙ୍କ…

Read More

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ଏକ୍ସ ପୋଷ୍ଟରେ  ସୂଚନା ଦେଇଛନ୍ତି ଯେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ‘ଅଲ୍ ଇଣ୍ଡିଆ ଟ୍ରି ପ୍ଲାଣ୍ଟେସନ ଅଭିଯାନ’ରେ ୪ କୋଟି ଚାରା ରୋପଣ କରାଯାଇଛି। ଏହି ଅଭିଯାନ ଦ୍ୱାରା ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବାରୁ ସମସ୍ତ ସିଏପିଏଫମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଶାହଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଚମତ୍କାର ଉପଲବ୍ଧି! ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ବୃକ୍ଷରୋପଣ ଅଭିଯାନ ସମସ୍ତଙ୍କୁ ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରେରଣା ଯୋଗାଇବ।’

Read More

ନୂଆଦିଲ୍ଲୀ: ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ମେଘାଳୟ ସପୁରୀକୁ ଏହାର ଯୋଗ୍ୟତା ଅନୁସାରେ ମାନ୍ୟତା ମିଳୁଥିବା ଦେଖି ଖୁସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀର ଦିଲ୍ଲୀ ହାଟରେ ସପୁରୀ ମହୋତ୍ସବ ବାବଦରେ ମେଘାଳୟ ମୁଖ୍ୟମନ୍ତ୍ରୀ କେ. ସାଙ୍ଗମାଙ୍କ ଏକାଧିକ ଏକ୍ସ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଘରୋଇ ତଥା ଅନ୍ତର୍ଜାତୀୟ ସ୍ତରରେ ମେଘାଳୟର ସପୁରୀ ମାନ୍ୟତା ପାଇବା ଦେଖି  ବହୁତ ଖୁସି, ଯାହା ପାଇଁ ସେଗୁଡ଼ିକ ଯୋଗ୍ୟ। ଏପରି ପ୍ରୟାସ କେବଳ ଆମ ବିବିଧ କୃଷି ଐତିହ୍ୟକୁ ପାଳନ କରେନି ବରଂ ଆମ କୃଷକମାନଙ୍କୁ ମଧ୍ୟ ସଶକ୍ତ କରିଥାଏ’।

Read More

ପ୍ରକାଶ ଭୋଳ ଭୁବନେଶ୍ବର: ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ଦରକାର। ଏହା ଚାହୁଛି ରାଷ୍ଟ୍ରୀୟ ବିଜେପି। ସେତିକି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚାହୁଛନ୍ତି ଓଡିଶାର କେମିତି ହେଲେ ସମ୍ବିତ ପାତ୍ର ଜିତିବା ଦରକାର। ପ୍ରକୃତ କାରଣ କଣ ଜଣାପଡି ନ ଥିଲେ ମଧ୍ୟ ଓଡିଶାରୁ ସମ୍ବିତ ପାତ୍ର ନେତୃତ୍ବ ନେବାରେ ଉପଯୁକ୍ତ ବୋଲି ଦିଲ୍ଲୀରେ ଦଳ ଚିନ୍ତା କରିଛି। ସେଥିପାଇଁ ସମ୍ବିତ, ଗଣ୍ଡାଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭର୍ତ୍ତି କରି ସାରିଲେଣି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୀରେ ବହୁ କାର୍ଯ୍ୟକ୍ରମ କରି ସମ୍ବିତଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିଛନ୍ତି। ସେ ପୁରୀ ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ରଘୁରାଜପୁର ଏବଂ ପିପିଲିରେ ମଧ୍ୟ ଛୋଟଛୋଟ କାର୍ଯ୍ୟକ୍ରମ କରିଛନ୍ତି। ସେସବୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି ଏହା ଦ୍ବାରା ପୁରୀରେ ସମ୍ବିତ ପାତ୍ରଙ୍କ ପତିୟାରା ବଢିବାରେ ଲାଗିଛି। ଏହା…

Read More

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ…

Read More

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧିର ଏକ ବୃହତ ଯୋଜନା ସମ୍ପର୍କରେ  ଆଜି ଘୋଷଣା କରିଛନ୍ତି। ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ ଉନବିଂଶ ସମୁଦ୍ରତଟବର୍ତ୍ତୀ ରାଜ୍ୟ ବିକାଶ ପରିଷଦର ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ସୋନୋୱାଲଙ୍କ ଦ୍ୱାରା ବନ୍ଦର ସମୂହର ଦକ୍ଷତା ବୃଦ୍ଧି ଓ ଏସବୁର ବିକାଶ ପାଇଁ ପୁଞ୍ଜିନିବେଶ ସଂକ୍ରାନ୍ତ ବ୍ୟାପକ ଭବିଷ୍ୟବାଦୀ ଯୋଜନା ଘୋଷଣା କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ବନ୍ଦର ନିରାପତ୍ତା ବ୍ୟୁରୋ ଗଠନ କରିବେ। ଏହା ଫଳରେ ସବୁ ବନ୍ଦରର ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ ହେବ। ୨୦୪୭ ସୁଦ୍ଧା ଦେଶର ବନ୍ଦର ସମୂହର କାରବାର ବୃଦ୍ଧି କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରିର ରହିଛି। ଏହା ଫଳରେ ଧାର୍ଯ୍ୟ ସମୟ ସୁଦ୍ଧା ଭାରତର ବନ୍ଦର ସମୂହର ବାର୍ଷିକ ସାମଗ୍ରୀ କାରବାର କ୍ଷମତା ୧୦ହଜାର ନିୟୁତ…

Read More

ନୂଆଦିଲ୍ଲୀ: ଭାରତ ପାଇଁ ଆଶାବାଦୀ ହେବାର କାରଣ ସମ୍ପର୍କରେ ମନିକଣ୍ଟ୍ରୋଲ ୱେବସାଇଟ୍ ଦ୍ୱାରା ପ୍ରବନ୍ଧ ଏବଂ ଇନଫୋଗ୍ରାଫିକ୍ସ ସଂଗ୍ରହ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ଦୃଢ଼ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଦୋହରାଇଥିଲେ। https://twitter.com/narendramodi/status/1692865596084682803?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1692865596084682803%7Ctwgr%5Ebf74fad9049cd3998f775ddb759f2930286d032c%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1950488 ପ୍ରଧାନମନ୍ତ୍ରୀ ଟୁଇଟରରେ କହିଛନ୍ତି ଯେ, ‘‘ ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି। ଦୃଢ଼ ଅଭିବୃଦ୍ଧି ଏବଂ ଦୃଢ଼ ମନୋବଳ ସହିତ ଭବିଷ୍ୟତ ଆଶାଜନକ ଲାଗୁଛି। ଆସନ୍ତୁ ଏହି ଗତିକୁ ବଜାୟ ରଖିବା ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ସମୃଦ୍ଧି ସୁନିଶ୍ଚିତ କରିବା।‘‘

Read More

ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ ହେବ। ଚାକିରି…

Read More

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ, ମୃତିକା କ୍ଷୟ, ଆଦିବାସୀଙ୍କ ଶୋଷଣ ଓ ମହିଳାଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଆଜି ଏଠାରେ ଉଦ୍‌ଯାପିତ ହୋଇଥିବା ଏକ ଦୁଇ ଦିନିଆ ସମ୍ମିଳନୀରେ ଗ୍ରାମାଂଚଳରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଆଲୋଚନା କରାଯାଇଛି। ଡିଜିଟାଲ୍ ନ୍ୟୁଜ ପ୍ଲାଟଫର୍ମ, ରୁରାଲ ଭଏସ୍‌, ବେଙ୍ଗାଲୁରୁସ୍ଥିତ ସକ୍ରାଟସ୍ ଫାଉଣ୍ଡେସନ୍ ଓ ଏକ ସାମାଜିକ ଅନୁଷ୍ଠାନ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସ ଦ୍ୱାରା ଆୟୋଜିତ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶାର ୨୧ ଟି ଜିଲ୍ଲାରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ପ୍ରତିନିଧିମାନଙ୍କ ମଧ୍ୟରେ କୃଷକ, କାରିଗର, କ୍ଷୁଦ୍ର ଉଦ୍ୟୋଗୀ, ରାଜନୈତିକ କର୍ମୀ, ମହିଳା ଉଦ୍ୟୋଗୀ, ସାମାଜିକ କର୍ମୀ, ଗ୍ରାମାଂଚଳର ସାମ୍ବାଦିକ ଓ ଜଳବାୟୁ ପରିବର୍ତନ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷମାନେ ସାମ୍ନା କରୁଥିବା ସମସ୍ୟା ଓ ସେମାନଙ୍କର ଆକାଂକ୍ଷା ସମ୍ପର୍କରେ ମତ ରଖିଥିଲେ। ଭାରତର ଗ୍ରାମାଂଚଳରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୮-୨୦୨୩) ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିବା ଜି-୨୦ ଡିଜିଟାଲ ଅର୍ଥବ୍ୟବସ୍ଥା ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ଜରିଆରେ ସମ୍ବୋଧନ କରିଛନ୍ତି। ସମ୍ମିଳିତ ଅତିଥିମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଔଦ୍ୟୋଗିକତା ଉତ୍ସାହୀ ବେଙ୍ଗାଲୁରୁ ନଗରୀକୁ ସ୍ୱାଗତ ଜଣାଇବା ସହ ଡିଜିଟାଲ ଅର୍ଥ ନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ଠାରୁ ଆଉ ଉନ୍ନତ ନଗରୀ ନାହିଁ ବୋଲି କହିଥିଲେ। ଗତ ନଅବର୍ଷ ମଧ୍ୟରେ ଦେଖିଲେ ଦେଶରେ ଡିଜିଟାଲ ଅବସ୍ଥାନ୍ତର ଶ୍ରେୟ ପ୍ରଧାନମନ୍ତ୍ରୀ ୨୦୧୫ରେ ଅନୁଷ୍ଠିତ ଡିଜିଯାଲ ଭାରତ ପଦକ୍ଷେପକୁ ଦେଇଥିଲେ। ସେ କହିଥିଲେ ଯେ ଭାରତର ଡିଜିଟାଲ ଅବସ୍ଥାନ୍ତର ଏହାର ନବନ୍ମୋଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତା ଓ ଅଙ୍ଗୀକାରବଦ୍ଧତା ଦ୍ୱାରା ଏପରି ପରିଚାଳିତ ହୋଇଛି ଯେଉଁଥିରେ କେହି ମଧ୍ୟ ପଛରେ ପଡିନାହାଁନ୍ତି। ଅବସ୍ଥାନ୍ତରର ଗତି, ମାପକ୍ରମ ଓ ପରିସର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତର ୮୫୦…

Read More

ଭୁବନେଶ୍ଵର: ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ଏହାର ନିୟମିତ ସେବା ଆରମ୍ଭ କରିଛି. ଆଜି (ଶନିବାର) ଠାରୁ ସମ୍ବଲପୁର ମାର୍ଗ ଦେଇ ରାଜଧାନୀ ଏକ୍ସପ୍ରେସର ପ୍ରଥମ ତେଜସ୍ ରେକ୍ ସହିତ ଏହାର ନିୟମିତ ଚଳାଚଳ ଆରମ୍ଭ କରିଛି। ଅନ୍ୟ ମାର୍ଗ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ ମାନଙ୍କରେ ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ କିଛି ଦିନ ବ୍ୟବଧାନ ମଧ୍ୟରେ ତେଜସ ରେକ୍ସଗୁଡିକ ଖୁବ୍ ଶୀଘ୍ର ପ୍ରଚଳିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରାଇ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ତେଜସ ରାଜଧାନୀ ଟ୍ରେନର ଉଦ୍‌ଘାଟନୀ ଚଳାଚଳକୁ ଶୁଭାରମ୍ଭ କରିଥିଲେ ଯାହାକି ଏକ ସ୍ୱତନ୍ତ୍ର ଟ୍ରେନ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୩ ଟି ଗ୍ରାମରେ ଅଗଷ୍ଟ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ କୃଷି ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଃ ୩ଟି ବ୍ଲକ୍ ଅଧୀନରେ ଥିବା ବୁଦ୍ଧିପଡା, ପାଣିକଟା, ଶିଙ୍ଗିର ଶାସନ, ବାରୁଦଖାନା, ପୁରଣପ୍ରଧାନ, ଝିଇଂଟି ଶାସନ, ପୁରୋହିତପୁର, କୁଜିମହଲ, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, କଂଟାବାଡ ଓ ଭୋଳା ପ୍ରଭୃତି ଗ୍ରାମଗୁଡିକୁ ସାମିଲ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ପ୍ରସ୍ତୁତ କରିଥିଲେ। ଆଇଏଏସ୍‌ର ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର…

Read More

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ, ବିଭିନ୍ନ ଷ୍ଟେସନରେ ଉପରୋକ୍ତ ଟ୍ରେନଗୁଡିକର ପରୀକ୍ଷାମୂଳକ ରହଣି ପାଇଁ ନିଷ୍ପତ୍ତି ନିଆଯାଇଛି। ଯଖପୁରା ଷ୍ଟେସନରେ ଜନ ଶତାବ୍ଦୀ ଏକ୍ସପ୍ରେସ: 12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ଯଖପୁରା ରେଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ସକାଳ 07ଘ.11ମି.ରେ ପହଞ୍ଚି 07ଘ.13ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ସନ୍ଧ୍ୟା 06ଘ.13ମି.ରେ ପହଞ୍ଚି 06ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ମେରାମଣ୍ଡଳୀ ଷ୍ଟେସନ ପୁରୀ-ଦୁର୍ଗ ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ: 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ରାତ୍ରି 10ଘ.30ମି.ରେ ପହଞ୍ଚି 10ଘ.31ମି.ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଭୋର 05 ଘଟିକାରେ ପହଞ୍ଚି 05ଘ.01ମି.ରେ ପୁରୀ ଅଭିମୁଖେ ଯାତ୍ରା…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଅଗଷ୍ଟ ୧୬ ତାରିଖ ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ସୋଆର ଏନ୍‌ସିସି କ୍ୟାଡେଟ୍ ମାନେ ମୋଟ୍ ୧୦୩ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ। ଏଇ ରକ୍ତଦାନ ଶିବିର କୁ ଏନ୍‌ସିସି କଟକ ର ଗ୍ରୁପ୍ କମାଣ୍ଡର କର୍ଣ୍ଣଲ୍ ସତ୍ୟବତ୍ର ସ୍ୱାଇଁ ଉଦ୍‌ଘାଟନ କରିଥିବାବେଳେ ୪(୦) କଟକ ଏନ୍‌ସିସି ର ଅଫିସର ଇନ୍ କମାଣ୍ଡର ଉମେଶ ମାରୱା ଓ ଆଇଟିଇଆର ର ଇସିଇ ବିଭାଗ ର ଆସିଷ୍ଟାଂଟ୍ ପ୍ରଫେସର (ଡକ୍ଟର) ସତୀଶ ସାମଲ ଉପସ୍ଥିତ ଥିଲେ।

Read More

ନୂଆଦିଲ୍ଲୀ: ୧୯ ଅଗଷ୍ଟ ୧୯୮୬ ରେ ଓଡିଶାରେ ଜନ୍ମଗ୍ରହଣ କରିଥିବା ମଧୁରିମା ତୁଲି ନିଜ କାମରେ ଖ୍ୟାତି ଅର୍ଜନ କରିଥିଲେ, କିନ୍ତୁ ନିଜର କାର୍ଯ୍ୟକଳାପରେ ମଧ୍ୟ ଚର୍ଚ୍ଚାରେ ଥିଲେ। ତାଙ୍କ ପିତା ଟାଟା ଷ୍ଟିଲରେ କାମ କରୁଥିବାବେଳେ ତାଙ୍କ ମା ଏକ ଏନଜିଓରେ କାମ କରନ୍ତି। ମଧୁରିମା ଉତ୍ତରାଖଣ୍ଡର ଦେହରାଦୁନରେ ଶିକ୍ଷା ଗ୍ରହଣ କରିଥିଲେ, ଯେଉଁଠାରେ ସେ ମିସ୍ ଉତ୍ତରାଞ୍ଚଳ ଆଖ୍ୟା ମଧ୍ୟ ପାଇଥିଲେ। କେବଳ ଏହି ଟାଇଟଲ୍ ମାଧୁରିମାଙ୍କୁ ଗ୍ଲାମର ଦୁନିଆରେ ଏକ ଏଣ୍ଟ୍ରି ଦେଇଥିଲା। ଆସନ୍ତୁ ଜନ୍ମଦିନର ବିଶେଷରେ ତାଙ୍କ ଜୀବନର କିଛି ପୃଷ୍ଠା ସହିତ ପରିଚିତ ହେବା। ଏହିପରି ସେ ଅଭିନୟ ଜଗତରେ ପାଦ ଦେଇଥିଲେ: ଛୋଟ ପରଦା ସିରିଏଲ ଚନ୍ଦ୍ରକାନ୍ତାରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ମଧୁରିମା ତୁଲି ତେଲୁଗୁ ଚଳଚ୍ଚିତ୍ର ‘ସତ୍ତା’ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ମୁମ୍ବାଇ ଆସି କିଶୋର ନାମିତ କପୁର ଅଭିନୟ ବିଦ୍ୟାଳୟରୁ ଅଭିନୟ…

Read More

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ବେଗରେ ଗତି କରୁଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏକ ନୂଆ ଅପଡେଟ୍ ଦେଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ ଏହାର କକ୍ଷପଥକୁ ୧୧୩ କିଲୋମିଟର x ୧୫୭ କିଲୋମିଟର କକ୍ଷପଥକୁ ହ୍ରାସ କରିଛି। ଲ୍ୟାଣ୍ଡିଂ ମଡ୍ୟୁଲରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ରହିଛନ୍ତି। ଅଗଷ୍ଟ ୨୦ତାରିଖରେ ଦ୍ୱିତୀୟ ଡି-ବୁଷ୍ଟିଂ ଅପରେସନ୍ କରାଯିବାର ଯୋଜନା ରହିଛି। ଭାରତ ଶୋଇବା ପରେ ଚନ୍ଦ୍ରଯାନ-୩ ଏହି ଅପରେସନ୍ କରିବ। ଏହା ନିଜର ବେଗକୁ ଧିମା କରି ଚନ୍ଦ୍ରର ନିକଟତମ କକ୍ଷପଥରେ ପ୍ରବେଶ କରିବ। ଚଳିତ ବର୍ଷ ଜୁଲାଇ ୧୪ରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ଅଭିଯାନ ଭାରତର ଚନ୍ଦ୍ର ଅଭିଯାନର ଅନୁସରଣ। ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପରେ ଚନ୍ଦ୍ରଯାନ-୩ ସେଠାରେ ଯଥାସମ୍ଭବ ତଥ୍ୟ ସଂଗ୍ରହ କରିବ। ଅଗଷ୍ଟ ୨୩କୁ ସମସ୍ତଙ୍କ ନଜର କେବଳ ଭାରତ ନୁହେଁ, ସାରା ବିଶ୍ୱ ୨୦୨୩ ଅଗଷ୍ଟ ୨୩କୁ ଉତ୍ସୁକତାର ସହ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନୁଆଗଡ଼ ଗ୍ରାମର ଅଭିଯୁକ୍ତ ଷଠିଆ ପଲେଇ ନିଜ ସ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି। ଖବର ମୁତାବକ ସ୍ବର୍ଗତ ଗଦାଧର ପଲେଇଙ୍କ ପୁଅ ଷଠିଆ ପଲେଇ ପୂର୍ବରୁ ବିବାହିତ ଥିବାବେଳେ ନାଭାଲ ଫାଣ୍ଡି ନିକଟସ୍ଥ ଆଖୁପୋଖରା ବୁଚୁଡ଼ି ସାହିରେ ଦ୍ୱିତୀୟ ବିବାହ କରି ଦୀର୍ଘ ଦିନ ଧରି ରହିଆସୁଥିଲେ। ଗତକାଲି କୌଣସି କାରଣ ବଶତଃ ଦ୍ୱିତୀୟ ସ୍ତ୍ରୀ ଉଜୁଳି ଦାସଙ୍କ ସହ ପାରିବାରିକ କଳହ ହୋଇଥିବାବେଳେ ଷଠିଆ ଉତ୍ୟକ୍ତ ହୋଇ ସ୍ତ୍ରୀ ଉଜୁଳିଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏନେଇ ବାଲୁଗାଁ ଥାନାରେ ଏତଲା ଦେଇଥିବା ବେଳେ ଆଜି କେଶ ନଂ ୨୦୫/୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଆକ୍ରମଣରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଥିବା ବାଲୁଗାଁ ଥାନା ଅଧିକାରୀ ଜୟ…

Read More

ରାୟପୁର: ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୬ ଦିନିଆ ଓଡିଶା ଗସ୍ତରେ ଆସୁଥିବାର ରାଜଭବନ ସୁତ୍ରରୁ ଜଣାପଡିଛି। ସେ ଆସନ୍ତାକାଲି ୨୦ ତାରିଖ ସଂଧ୍ୟାରେ ରାୟପୁରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ନିଜ ବାସଭବନରେ ଅବସ୍ଥାନ କରିବେ। ତାପରଦିନ ୨୧ ତାରିଖରେ ସେ କେତେକ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଂଧ୍ୟାରେ ସେ ଜୟଦେବ ଭବନରେ ଆୟୋଜିତ ସ୍ବାଭିମାନ ସମ୍ମିଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ୨୩ ତାରିଖରେ ତାଙ୍କର ଜନ୍ମମାଟି ବାଣପୁର ଗସ୍ତ ରହିଛି। ସେ ଭୁବନେଶ୍ବରରୁ ବାହାରି ମା ଭଗବତୀ ମନ୍ଦିର ଯିବେ। ସେଠାରେ ମାଆଙ୍କୁ ଦର୍ଶନ କରିବା ସହିତ ନିଜ ଜନ୍ମସ୍ଥାନ ଗୋଡିଝର ଗ୍ରାମକୁ ଗସ୍ତ କରିବେ। ସେଠାରେ ସେ ନିଜ ପିତାଙ୍କ ଆରଧ୍ୟ ଠାକୁର ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରିବେ। ଏଥିସହିତ ସେ ନିଜ ପିତାମାତାଙ୍କ ସମାଧିସ୍ଥଳରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସଂଧ୍ୟାରେ ସେ…

Read More

ନୂଆଦିଲ୍ଲୀ: ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀ ଏବେ ପୁଣି ଥରେ ସମସ୍ୟାଘେରରେ ରହିଛି। ଏଥର ବିପଦ ଏଠାରୁ ନାହିଁ କି ପାକିସ୍ତାନରୁ ନାହିଁ, କିନ୍ତୁ ଏଥର ଧମକ ସାଉଦି ଆରବରୁ ଆସିଛି। ସୀମା ହାଇଦର ଭାରତ ଆସିବାକୁ ପାଖାପାଖି ସାଢ଼େ ତିନି ମାସ ବିତିଗଲାଣି। ପାକିସ୍ତାନର ବାସିନ୍ଦା ସୀମା ମେ ମାସରେ ନେପାଳ ସୀମା ଅତିକ୍ରମ କରି ସଚିନ ମୀନାଙ୍କ ପାଇଁ ଭାରତ ଆସିଥିଲେ ଏବଂ ସେବେଠାରୁ ଏଠାରେ ଅଛନ୍ତି। ସୀମା ଲଗାତାର ସମାନ କଥା କହୁଛନ୍ତି ଯେ ସେ କେବଳ ସଚିନଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ସହିତ ଏଠାରେ ରହିବେ। ଏପରିକି ଏବେ କେବଳ ତାଙ୍କ ଶରୀର ଏଠାରୁ ଯିବ ବୋଲି ସେ କହିଛନ୍ତି, କିନ୍ତୁ ଅନ୍ୟପଟେ ସୀମା ହାଇଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଏକ ଭିନ୍ନ ଖେଳ ଖେଳୁଛନ୍ତି ଏବଂ ସୀମାଙ୍କ ପାଇଁ ସମସ୍ୟା ପାଲଟିପାରନ୍ତି। ସୀମା ହାଇଦରଙ୍କ ଦୁଇ ସ୍ୱାମୀଙ୍କ…

Read More

ନୂଆଦିଲ୍ଲୀ: ପଞ୍ଚାୟତ ମୁଖ୍ୟମାନେ ସ୍ଥାନୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଚିହ୍ନଟ କରିବା ଦରକାର। ତା’ପରେ ଗାଁର ଏକ କ୍ଲଷ୍ଟର ସୃଷ୍ଟି କରି କାମ କରନ୍ତୁ। ଲକ୍ଷ୍ୟ ପୂରଣ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରନ୍ତୁ। ଏହି ବାର୍ତ୍ତା ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ବିଜେପି କର୍ମୀଙ୍କ ପାଇଁ ଆସିଛି କ୍ଷେତ୍ରୀୟ ପଞ୍ଚାୟତିରାଜ ପ୍ରତିନିଧିଙ୍କ କର୍ମଶାଳାରୁ। ମୋଦି ବିଜେପିର ଆଞ୍ଚଳିକ ପଞ୍ଚାୟତିରାଜ ପରିଷଦର ଏକ ବୈଠକରେ ମଧ୍ୟ ଉଦବୋଧନ ଦେଇ କହିଛନ୍ତି। ବିଜେପି କର୍ମୀମାନେ ଶେଷ ସ୍ତରରେ ପହଞ୍ଚିବା ଦରକାର ବୋଲି ମୋଦି କହିଛନ୍ତି। କୋଠରୀରେ ବସି କାମ କରିବା ପରିବର୍ତ୍ତେ ପଡ଼ିଆରେ ଝାଳ ବୋହିବାକୁ ପଡ଼ିଲେ, ତା’ହେଲେ ହିଁ ବିଜେପିର ଗ୍ରାଫ୍ ବଢ଼ିବ। ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ବିଜେପି କର୍ମୀଙ୍କ ଉଦ୍ଦେଶ୍ୟରେ ମୋଦି ଏହି ବାର୍ତ୍ତା ଦେଇଛନ୍ତି। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଗତଥରଠାରୁ ସାଧାରଣ ନିର୍ବାଚନରେ ମୋଦିଙ୍କ ହାଓ୍ୱାରେ ବିଜେପି…

Read More

ଭୁବନେଶ୍ବର: ପାଖେଇ ଆସିଲାଣି ରାକ୍ଷୀ ପୂର୍ଣ୍ଣିମା। ଏହି ଶ୍ରାବଣ ମାସର ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପୂର୍ଣ୍ଣିମା ଅଗଷ୍ଟ ୩୦ ତାରିଖରେ ପଡୁଛି। ତେବେ ଏଥର ଦୁଇଦିନ ଧରି ପୂର୍ଣ୍ଣିମା ରହୁଛି। ତେବେ କେତେକ କ୍ୟାଲେଣ୍ଡର ଅନୁସାରେ ଏଥର ଗହ୍ମା ପର୍ବ ୩୦ ତାରିଖରେ ଥିବା ବେଳେ ଗହ୍ମା ପୂର୍ଣ୍ଣିମା ୩୧ ତାରିଖରେ ପଡୁଛି। ତେବେ ଜ୍ୟୋତିର୍ବିତଙ୍କ ଅନୁସାରେ ଏଥର ପୂର୍ଣ୍ଣିମା ଦୁଇଦିନ ଧରି ରହୁଛି। ଏହା ୩୦ ତାରିଖ ସକାଳ ୧୦ ଟା ୫୮ ମିନିଟରେ ପୂର୍ଣ୍ଣିମା ପ୍ରବେଶ ଆରମ୍ଭ ହେଉଛି। ଏହା ୩୧ ତାରିଖ ସକାଳ ୭ ଟା ୫ ମିନିଟରେ ଶେଷ ହେଉଛି। ସେଥିପାଇଁ ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାର ପୁରା ଅବଧୀ ରହିଥିବାରୁ ସେହିଦିନ ପାଳନ କରାଯିବ। ତେବେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୩୦ ତାରିଖରେ ସକାଳ ୯ ଟା ପର‌୍ୟ୍ୟନ୍ତ ଭଦ୍ରା ଲଗ୍ନ ମଧ୍ୟ…

Read More