ଭୁବନେଶ୍ୱର: ଭାରତର ସବୁଠାରୁ ଆକର୍ଷଣୀୟ ଲକ୍ଜରୀ କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍-ସାଇଜ୍ ଲକ୍ଜରୀ ଏସ୍ୟୁଭି, ନୂଆ ଜିଏଲ୍ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି। ନୂଆ ଜିଏଲ୍ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା ଲକ୍ଜରୀ ଏସ୍ୟୁଭି। ଉନ୍ମୋଚନ ପରଠାରୁ ଭାରତରେ ଏହାର ୧୩୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇଛି। ନୂଆ ଜିଏଲ୍ସି ଏହାର ସେଗ୍ମେଂଟ୍ରେ ଏକ ଉଚ୍ଚ ବେଂଚ୍ମାର୍କ ସ୍ଥିର କରିବ, ମର୍ସିଡିଜ୍-ବେଞ୍ଜ୍ ଇଣ୍ଡିଆର ଏସ୍ୟୁଭି ପୋର୍ଟଫୋଲିଓକୁ ଆହୁରି ସୁଦୃଢ କରିବ ଯେଉଁଥିରେ ଜିଏଲ୍ଏ, ଜିଏଲ୍ସି, ଜିଏଲ୍ଇ, ଜିଏଲ୍ଏସ୍, ଜିଏଲ୍ଏସ୍ ମେବ୍ୟାକ୍ ଓ ଜି-କ୍ଲାସ୍ ଆଦି ସାମିଲ ରହିଛି। ଅନେକ ଉନ୍ନତ ଫିଚରଗୁଡିକୁ ଏବେ ଷ୍ଟାଣ୍ଡାର୍ଡ ଭାବେ ପ୍ରଦାନ କରାଯାଉଥିବା ବେଳେ ନୂତନ ଦକ୍ଷ ଇଞ୍ଜିନ୍, ନୂତନ ପିଢିର ଏନ୍ଟିଜି-୭ ଟେଲିମ୍ୟାଟିକ୍ସ ଓ ସୁପେରିୟର ଡ୍ରାଇଭିଂ ଡାଇନାମିକ୍ସ ସହିତ ନୂଆ ଜିଏଲ୍ସି ଭାରତରେ ଏହାର ସଫଳତାର କାହାଣୀକୁ ବଜାୟ ରଖିବାର ପ୍ରତିଶ୍ରୁତି ଦେଉଛି।…
Author: Samikhsya Bureau
କୁଜଙ୍ଗ: ପିପିଏଲରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ମାସିକ ଦରମା ବୃଦ୍ଧି ନେଇ ପାରାଦୀପ ଫସଫେଟ୍ ମଜଦୂର ୟୁନିଅନ ଦିର୍ଘଦିନଧରି ଦାବି କରିଆସୁଥିଲା। ଏହି ୟୁନିୟନର ସ୍ୱର୍ଗତ ସଭାପତି ସର୍ବଭାରତୀୟ ଶ୍ରମିକ ନେତା ତଥା ହିନ୍ଦମଜଦୂର ସଭା ଡଡ଼ିଶା ରାଜ୍ୟ ସଭାପତି ସ୍ୱର୍ଗତ ରାଜେନ୍ଦ୍ର ପ୍ରସାସ ସିଂହ ତାଙ୍କ ଜୀବନ ଦଶରେ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଅନେକ ସ୍ମରଣଈୟ କାର୍ଯ୍ୟ କରିଥିଲେ। ତାଙ୍କୁ ଅନୁକରଣ କରି ହିନ୍ଦ ମଜଦୂର ସଭା ଅନୁବନ୍ଧିତ, ପାରାଦୀପ ଫସଫେଟ ୟୁନିଅନ ମଧ୍ୟ ତାଙ୍କର ଅବର୍ତମାନରେ ଶ୍ରମିକ ମାନଙ୍କ ଦରମା ବୃଦ୍ଧି ସମେତ ଅନ୍ୟାନ୍ୟ ମୌଳିକ ଦାବିକୁ ନେଇ ସଙ୍ଗ୍ରାମ ଜାରି ରଖିଥିଲା। ଯାହା ଫଳରେ ପିପିଏଲ କର୍ତୃପକ୍ଷ ବାଧ୍ୟହୋଇ ଗତକାଲି ଆଲେଶଚନା କରିବା ପାଇଁ ଶ୍ରମିକ ସଭ୍ଘ ମାନଙ୍କରପ ପ୍ରତିନିଧି ମାନଙ୍କୁ ଡାକିଥିଲେ। ଏନେଇ ବିଶଦ ଭାବେ ଆଲୋଚନା କରାଯିବାପରେ ଠିକା ଶ୍ରମିକ ମାନଙ୍କର ମାସିକ ଦରମାରେ ୮ ହଜାର ଟଙ୍କା ମାସିକ ବୃଦ୍ଧି…
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଅଭିନେତା ରଜନୀକାନ୍ତ ଶୁକ୍ରବାର ସନ୍ଧ୍ୟାରେ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସାମ୍ବାଦିକମାନଙ୍କ ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସେ ତାଙ୍କ ଫିଲ୍ମ ‘ଜେଲର’ ଦେଖିବେ। ତାଙ୍କ ଫିଲ୍ମ ଜେଲର ବର୍ତ୍ତମାନ ଦେଶରେ ବେଶ ସଫଳତା ହାସଲ କରିଛି। ଏ ନେଇ ସେ କହିଛନ୍ତି ଯେ, ଭଗବାନଙ୍କ କୃପାରୁ ଏହି ସଫଳତା ମିଳିଛି। ସୁପରଷ୍ଟାର ରଜନୀକାନ୍ତ ୟୁପିରେ ତିନି ଦିନ ରହିବେ। ସେ ଅଗଷ୍ଟ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ୟୁପିରେ ରହିବେ। ଏହି ସମୟରେ ସେ ଅଯୋଧ୍ୟା, କାଶୀ ଏବଂ ମଥୁରା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବେ। କିଛିଦିନ ଧରି ସୁପରଷ୍ଟାର ରଜନୀକାନ୍ତ କ୍ରମାଗତ ଭାବରେ ବିଭିନ୍ନ ରାଜ୍ୟର ଧାର୍ମିକ ସ୍ଥାନ ଭ୍ରମଣ କରିବାରେ ଲାଗିଛନ୍ତି। ଗତ ୧୨ ଅଗଷ୍ଟ ଶନିବାର ଦିନ ସେ ବଦ୍ରିନାଥ ଧାମ ପରିଦର୍ଶନ କରିଥିଲେ। ପରଦିନ ସେ ଗଣେଶ ଗୁମ୍ଫା, ଭାୟ ଗୁମ୍ଫା, ମାନା ଗ୍ରାମ ଏବଂ ସରସ୍ୱତୀ…
ମେଷ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ବୃଷ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ…
ଭୁବନେଶ୍ବର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା ଅଂଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ପାର୍ବତୀ ଗିରି ୧.୦ ଏବଂ ପାର୍ବତୀ ଗିରି ୨.୦ ପର୍ଯ୍ୟାୟରେ ୨୦୦ଟି ଯୋଜନା ସଂପୂର୍ଣ୍ଣ କରାଯାଇ ପ୍ରାୟ ୩,୨୪,୦୦୦ ହେକ୍ଟର ସେଚାଂଚଳକୁ ମେଗା ଲିଫ୍ଟ ପମ୍ପିଂ ଏବଂ ଚାପଯୁକ୍ତ ବୁନ୍ଦା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା କରାଯାଇ ପାରିଥିବା ବେଳେ ୪୯ଟି ନିର୍ମାଣାଧୀନ ରହିଛି। ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକର ଦୈନନ୍ଦିନ ପରିଚାଳନା ଏବଂ ଚାଲୁଥିବା ଯୋଜନାଗୁଡ଼ିକର ଠିକ୍ ସମୟରେ ପରିଚାଳନା ଉପରେ ନଜର ରଖିବା ପାଇଁ ଆଇଟି ସକ୍ଷମଯୁକ୍ତ ପ୍ରକଳ୍ପ ପରିଚାଳନା ଜଳ ସମ୍ପଦ ବିଭାଗର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ୫-ଟି ଉପକ୍ରମ ଅଧୀନରେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ସହାୟତାରେ ଏକ…
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ କରିଥିଲେ। ଓଡ଼ିଶାରେ ବାୟୋଟେକ୍ନୋଲୋଜି ଏବଂ ଜୈବ-ସୂଚନା ପ୍ରଯୁକ୍ତି ଶିଳ୍ପକୁ ଆନୁଷଙ୍ଗିକ ସୁବିଧା ସହିତ ଆକୃଷ୍ଟ ଓ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହା ଏକ ସମନ୍ୱିତ ଶିଳ୍ପ ପାର୍କ। ରାଜ୍ୟ ସରକାରଙ୍କ ଇଡକୋ ଦ୍ୱାରା ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ଓଡ଼ିଶା ବାୟୋଟେକ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ (ଓବିପିପିଏଲ୍) କୁ ପ୍ରଦତ୍ତ ଜମିରେ ଏହି ପାର୍କରେ ସ୍ଥାପିତ ପ୍ରକଳ୍ପରେ ହାଇଦରାବାଦର ସାପିଜେନ୍ ବାୟୋଲୋଜିକ୍ସ ତରଫରୁ ପ୍ରାଥମିକ ପର୍ୟ୍ୟାୟରେ ମ୍ୟାଲେରିଆ, ନାଜାଲ କରୋନା ଭ୍ୟାକ୍ସିନ୍ ଆଦି ଔଷଧ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି। ମୁଖ୍ୟଶାସନ ସଚିବ ଏହି ପରିପ୍ରେକ୍ଷୀରେ ଏଠାରେ ଅତ୍ୟାଧୁନିକ ଶୈଳୀରେ ଉତ୍ପାଦନ ହେବାକୁ ଥିବା ଔଷଧର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଏହି ପ୍ରକଳ୍ପର କାର୍ୟ୍ୟକାରିତା ନେଇ ଓ ପାର୍କର ଅଧିକ ବିକାଶ ନେଇ ରହିଥିବା…
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ମାତା ଶ୍ରୀମତୀ ସାବିତ୍ରୀ ଦେବୀଙ୍କ କଟକ ସ୍ଥିତ ବାସଭବନରେ ଆଜି ପ୍ରାତଃ ବ୍ରହ୍ମ ମୁହୂର୍ତରେ ଦେହାନ୍ତ ଘଟିଛି। ସ୍ୱର୍ଗତଃ ସାବିତ୍ରୀ ଦେବୀ ଜଣେ ଧର୍ମପରାୟଣ ମହିଳା ଥିଲେ। ଶେଷ ସମୟରେ ତାଙ୍କ ପାଖରେ ସପରିବାର ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ୱର୍ଗତଃ ସାବିତ୍ରୀ ଦେବୀଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ଡାକ ଅଫିସ୍ ଆମ ଦେଶର ଅଭିନବ ତଥା ପ୍ରଗତିର ପ୍ରମାଣ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବେଙ୍ଗାଲୁରୁର କେମ୍ବ୍ରିଜ ଲେଆଉଟଠାରେ ଭାରତର ପ୍ରଥମ ୩ଡି ମୁଦ୍ରିତ ପୋଷ୍ଟ ଅଫିସ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବିତ ହେବେ। ଆମଦେଶର ଉଦ୍ଭାବନ ଏବଂ ପ୍ରଗତିର ଏହା ଏକ ପ୍ରମାଣ ଏବଂ ଆତ୍ମନିର୍ଭରଶୀଳ ଭାରତର ଆତ୍ମାକୁ ମଧ୍ୟ ଏହା ଦର୍ଶାଉଛି। ଡାକଘର କାମ ସମ୍ପୂର୍ଣ୍ଣ ହୋଇଥିବା ନେଇ ସୁନିଶ୍ଚିତ କରାଇବା ପାଇଁ କଠିନ ପରିଶ୍ରମ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା।’
ପୁରୀ: ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ବାସେଳୀସାହି ଥାନା ଅଞ୍ଚଳର ଗଣେଶ ମହାନ୍ତି(୨୫), ଆଶିଷ କୁମାର ରଥ(୨୧), ଅଜୟ ନାୟକ(୨୦), ଟାଉନ ଥାନାର ବାପିନା ସାହୁ (୨୨) ଏବଂ କଟକ ବିଡାନାସି ଥାନା ଅଞ୍ଚଳର ବିକ୍ରମ ପ୍ରଧାନ(୨୫)। ଅଭିଯୁକ୍ତ ମାନେ ଗତ ୧୧ ତାରିଖ ଦିନ ଟାଉନ ଥାନା ମାର୍କଣ୍ଡେଶ୍ୱର ସାହିର ସନ୍ତୋଷ କୁମାର ରାଉତ(୨୬) ଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଦୋଳମଣ୍ଡପ ସାହି ଠାରେ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ସାଙ୍ଗଙ୍କ ପକେଟରୁ ୫୦୦୦ ଟଙ୍କା ଲୁଟି ଫେରାର ହୋଇଯାଇ ଥିଲେ। ଉକ୍ତ ଆକ୍ରମଣ ଦ୍ୱାରା ସନ୍ତୋଷ ଗୁରୁତର ଆହତ ହେବାସହ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା କ୍ଷ ଫଳରେ ସେ ମେଡିକାଲ ରେ ଚିକିତ୍ସାତ ହେଉଥିବା ବେଳେ ତାଙ୍କ ଅଭିଯୋଗ କ୍ରମେ ପୋଲିସ…
ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡ଼ି ସରକାରଙ୍କର ସମସ୍ତ କ୍ଷେତ୍ରରେ ବିଫଳତା, ଜନମାରଣ ନୀତି, ବ୍ଲକ ସ୍ତରଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ୧୫ ରୁ ୫୦ ପ୍ରତିଶତ ପି.ସି. ଆଦାୟକୁ ବିରୋଧ କରି କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯାଇଥିଲା। ଏଥିରେ ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର, କୃଷି ଓ କୃଷକ ସମସ୍ୟା ଦରଦାମ୍ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବିଜୁଳି ଦରବୃଦ୍ଧି ଓ ଟାଟାକମ୍ପାନୀଙ୍କ ଉପଭୋକ୍ତାମାରଣ ନୀତି ଆଦି ୯ ଗୋଟି ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସମସ୍ତ ୩୧୪ ଗୋଟି ବ୍ଲକରେ ଏହି ଘେରାଉ କରାଯାଇଥିଲା। ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ୨.୧ ନିୟୁତ ଡାକ୍ତର, ୩.୫ ନିୟୁତ ସେବିକା, ୧.୩ ନିୟୁତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବକ ଓ ୧.୬ ନିୟୁତ ଫାର୍ମାସିଷ୍ଟ ଓ ଲକ୍ଷାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ। ଜାତିର ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିବେଚନା କରୁଥିଲେ ଯେ ଏହାକୁ ନେଇ ସେ “କୀ ଟୁ ହେଲ୍ଥ” ନାମରେ ପୁସ୍ତକ ରଚନା କରିଥିଲେ। ସେ କହିଥିଲେ ଯେ ସୁସ୍ଥ ରହିବା ଅର୍ଥ ହେଲା ଜନତାଙ୍କର ମନ ଓ ଶରୀର ସନ୍ତୁଳିତ ଓ ଖୁସୀର ସହ ରହିବା ଦରକାର। ଏହା ଅର୍ଥ ହେଉଛି ସ୍ୱାସ୍ଥ୍ୟ ହେଉଛି ଜୀବନର…
ନୂଆଦିଲ୍ଲୀ: ଅଗଷ୍ଟ 11 ରେ ବଡ ପରଦାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ OMG 2 ଏବଂ ସନ୍ନି ଦେଓଲଙ୍କ ଗଦର 2 ପରଦାରେ ଅଛି। ଯଦିଓ ସନ୍ନି ପାଜିଙ୍କ ‘ଗଦର ୨’ ବକ୍ସ ଅଫିସରେ କମାଲ କରିଛି, କିନ୍ତୁ ଅକ୍ଷୟଙ୍କ ଫିଲ୍ମ ମଧ୍ୟ ହିଟ୍ ଫିଲ୍ମ ତାଲିକାରେ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି। 100 କୋଟି କ୍ଲବରେ ଯୋଗ ଦେଇଥିବା ଚଳଚ୍ଚିତ୍ରକୁ ହିଟ୍ ଭାବେ ବିବେଚନା କରାଯାଏ, ଯାହା ଗଦର 2 ଦୁଇ ଦିନ ମଧ୍ୟରେ ଅତିକ୍ରମ କରିଥିଲା, ବର୍ତ୍ତମାନ ‘OMG 2’ ମଧ୍ୟ ଶୀଘ୍ର 100 କୋଟି ମାର୍କ ଅତିକ୍ରମ କରିବାକୁ ଯାଉଛି। ଆସନ୍ତୁ OMG 2 ର ରୋଜଗାର ବିଷୟରେ ଜାଣିବା। ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ, ‘OMG 2’ 89 କୋଟି 80 ଲକ୍ଷ ବ୍ୟବସାୟ କରିଛି। କେଉଁ ଦିନ କେତେ ବ୍ୟବସାୟ କରିଛି, ନିମ୍ନରେ ପଢନ୍ତୁ ସମ୍ପୂର୍ଣ୍ଣ ରୋଜଗାର: ପ୍ରଥମ ଦିନ (ଶୁକ୍ରବାର) ₹ 10.26 କୋଟି…
ନୂଆଦିଲ୍ଲୀ: ଟମାଟୋର ଅଧିକ ମୂଲ୍ୟରୁ ସାଧାରଣ ଜନତା ଏକ ବଡ଼ ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି। ଅଗଷ୍ଟ ୨୦ ତାରିଖ ରବିବାର ଠାରୁ ଟମାଟୋକୁ କିଲୋଗ୍ରାମରେ ୪୦ ଟଙ୍କାରେ ବିକ୍ରି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ ବିଭାଗ NCCF ଏବଂ NAFED କୁ ଟମାଟୋ କିଲୋଗ୍ରାମ ପିଛା ୪୦ ଟଙ୍କାରେ ବିକ୍ରି କରିବାକୁ କହିଛନ୍ତି। ଟମାଟୋ ଯୋଗାଣରେ ଉନ୍ନତି, ହୋଲସେଲ ଏବଂ ଖୁଚୁରା ବଜାରରେ ମୂଲ୍ୟ ହ୍ରାସ ପାଇବା ପରେ ଖାଦ୍ୟ ଉପଭୋକ୍ତା ମନ୍ତ୍ରଣାଳୟ ଏନସିସିଏଫ ଏବଂ ନାଫେଡକୁ ଟମାଟୋ କିଲୋଗ୍ରାମ ପିଛା ୪୦ ଟଙ୍କାରେ ବିକ୍ରି କରିବାକୁ କହିଛି। ଏହାପୂର୍ବରୁ, ଅଗଷ୍ଟ ୧୫ ତାରିଖରୁ ସ୍ୱାଧୀନତା ଦିବସ ଅବସରରେ ସରକାର ଟମାଟୋ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପାଞ୍ଚ ଦିନ ମଧ୍ୟରେ ସରକାରୀ ଏଜେନ୍ସି ଦ୍ୱାରା ବିକ୍ରି ହୋଇଥିବା ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୧୦ ଟଙ୍କା ହ୍ରାସ କରାଯାଇଛି। ବାସ୍ତବରେ…
ନୂଆଦିଲ୍ଲୀ: ଭାରତ କିପରି ସମାନ ତଥା ସାମୂହିକ ସମୃଦ୍ଧି ହାସଲ କରିବାରେ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରୁଛି ସେ ନେଇ ପ୍ରଧାନମନ୍ତ୍ରୀ ସୋସିିଆଲ ମିଡିଆ ସାଇଟ୍ ଲିଙ୍କଡଇନରେ ପୋଷ୍ଟ କରିଛନ୍ତି। ସେ ଦୁଇଟି ଅଧ୍ୟୟନର କିଛି ଭାଗ ସେୟାର କରିଛନ୍ତି। ଗୋଟିଏ ହେଉଛି ଏସବିଆଇ ରିସର୍ଚ୍ଚ ଏବଂ ଅନ୍ୟଟି ବିଶିଷ୍ଟ ସାମ୍ବାଦିକ ଶ୍ରୀ ଅନିଲ ପଦ୍ମନାଭନଙ୍କ ଅଧ୍ୟୟନ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଆକାଉଣ୍ଟସ ସ୍କିମ ଅଧୀନରେ ଆକାଉଣ୍ଟଧାରୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି, ଯାହା ଦେଶର ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ସହ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ୫୬ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ମହିଳା ଥିବାବେଳେ ୬୭ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଗ୍ରାମାଞ୍ଚଳ ଏବଂ ସେବି-ସହରାଞ୍ଚଳରେ ଖୋଲାଯାଇଛି। ଏହି ସଫଳତା ସଂପର୍କରେ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ରାଷ୍ଟ୍ରୀୟ ମିଶନ ଫର ଆର୍ଥିକ ଅନ୍ତର୍ଭୂକ୍ତିର ଅଧୀନରେ ୨୮ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଏହାର ୯ ବର୍ଷ ପୂରଣ କରିଛି। ଏବଂ ବ୍ୟାଙ୍କଗୁଡିକ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ଅଗଷ୍ଟ ୯, ୨୦୨୩ ସୁଦ୍ଧା ଜନ ଧନ ଆକାଉଣ୍ଟ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ଏହି ଆକାଉଣ୍ଟଧାରୀମାନଙ୍କ…
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା…
ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଏହାର ଅଧୀନରେ ଥିବା ରେଳ ଲାଇନରେ ହାତୀ ମୃତ୍ୟୁକୁ ହ୍ରାସ କରାଇବା ପାଇଁ ବିଶେଷ କରି ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ବେଦନଶୀଳ ସ୍ଥାନଗୁଡିକରେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଅଛି। ଟ୍ରେନ୍ ଧକ୍କା ହେତୁ ବଣୁଆ ହାତୀଙ୍କ ମୃତ୍ୟୁକୁ ରୋକିବା ପାଇଁ ପୂର୍ବତଟ ରେଳପଥ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ଜୋନାଲ ରେଳବାଇକୁ ସବୁ କ୍ଷେତ୍ରରେ ଅନ୍ତର୍ଭୂକ୍ତ ବିକାଶ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିଗ ଉପରେ କାର୍ଯ୍ୟ କରି ପୂର୍ବ ତଟ ରେଳପଥ ହାତୀମାନଙ୍କ ଜୀବନ ରକ୍ଷା ପାଇଁ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଗ୍ରହଣ କରିଛି। ବର୍ତ୍ତମାନ, ହାତୀ ଚଳପ୍ରଚଳ ଓ ଯାତାୟାତ ଅଞ୍ଚଳ ଏବଂ ହାତୀ କରିଡରର ଭଳି ସମ୍ବେଦନଶୀଳ ସ୍ଥାନରେ…
ନୂଆଦିଲ୍ଲୀ: ଆଉ କିଛି ସମୟ ମଧ୍ୟରେ, ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଡବଲିନ୍ ସ୍ଥିତ ଭିଲେଜରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ମ୍ୟାଚର ଟସ୍ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ। ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଅନେକ ଯୁବ ଖେଳାଳିଙ୍କ ସହିତ ସଜ୍ଜିତ। ଏହି ସିରିଜରେ ଭାରତକୁ ଏକ ଭିନ୍ନ ଦଳ ପଠାଯାଇଛି, କାରଣ ମୁଖ୍ୟ ଦଳ ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଇପିଏଲ୍ ତାରକା ରିଙ୍କୁ ସିଂ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ରେ ଡେବ୍ୟୁ କରିପାରନ୍ତି। ଏହା ସହିତ ଶିବମ୍ ଦୁବେ ମଧ୍ୟ ଦୀର୍ଘ ସମୟ ପରେ ଦଳକୁ ଫେରିପାରନ୍ତି। ଭାରତ-ଆୟର୍ଲାଣ୍ଡ ମ୍ୟାଚରେ ବର୍ଷା ସମସ୍ୟା!:…
ଭୁବନେଶ୍ବର: ଓଡିଶା ରାଜନୀତିରେ ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଆଜି ଦିନତମାମ ଚାଲିଛି ଆଲୋଚନା। ସଂପାଦକୀୟରେ ସୌମ୍ୟରଂଜନଙ୍କର ସେହି ପୁରୁଣା ରୋଗ, ‘ବିଜେଡି ଭଲ ନାହିଁ’, ‘ପାଣ୍ଡିଆନ କାହିଁକି ଗସ୍ତ କରୁଛନ୍ତି’ ଇତ୍ୟାଦି ଲେଖିଛନ୍ତି। ସେ ପୂର୍ବରୁ ଅନେକ ଥର ଏହିପରି ନବୀନଙ୍କୁ, ବିଜେଡିକୁ କିମ୍ବା ପାଣ୍ଡିଆନଙ୍କୁ ଟାର୍ଗେଟ କରି ଲେଖିଛନ୍ତି। ତାପରେ ସେ ଚୁପ ହୋଇଯାଆନ୍ତି। ତେବେ ଆଶ୍ଚର୍ଯ୍ୟର କଥା ସେ କଣ ଲେଖିଲେ ତାହା ଆଲୋଚନା ନ ହୋଇ ସେ କାହିଁକି ଏପରି ଲେଖିଲେ ସେ ନେଇ ବେଶୀ ଚର୍ଚ୍ଚା ଚାଲିଛି। କାରଣ ସୌମ୍ୟବାବୁ ପାଣ୍ଡିଆନଙ୍କ ପାଖକୁ ଧାଇଁ ଧାଇଁ ହତାସ ହେବା ପରେ ସେ ଏପରି କଥା ଲେଖିଛନ୍ତି ବୋଲି ସମସ୍ତଙ୍କର ଧାରଣା। ସମସ୍ତେ ଜାଣନ୍ତି ସେ ଜଣେ ସୁବିଧାବାଦୀ ନେତା। ଯେଉଁଠି ସୁବିଧା ମିଳିବ ସେଠାରେ ସେ ନତମସ୍ତକ ହେବାରେ କିଛି ଅସୁବିଧା ନାହିଁ। ଏବେ ସେ ବିଭିନ୍ନ…
ନୂଆଦିଲ୍ଲୀ: ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣ ଖର୍ଚ୍ଚ ସମ୍ପର୍କରେ CAG ର ଅଡିଟରେ ଉଠାଯାଇଥିବା ପ୍ରଶ୍ନ ଉପରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗାଡକରୀ ତାଙ୍କ ମନ୍ତ୍ରଣାଳୟ ସ୍ତରରେ ପ୍ରତିକ୍ରିୟା ନ ଦେବାର କାରଣ ଦେଇଛନ୍ତି। ମନ୍ତ୍ରଣାଳୟର ସୂତ୍ର ଆଜି କହିଛି ଯେ, ଏହି ପ୍ରସଙ୍ଗରେ କିଛି ଦାୟିତ୍ଵବାନ ଅଧିକାରୀଙ୍କ ଅସନ୍ତୁଳିତ ମନୋଭାବକୁ ନେଇ ଗଡକରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଠିକ୍ ସମୟରେ CAG ଦ୍ଵାରା ଉଠାଯାଇଥିବା ଆଶଙ୍କାକୁ ସ୍ପଷ୍ଟ କରିବାରେ ବିଫଳ ହେବାରୁ ସେ ଉତ୍ତରଦାୟିତ୍ୱ ଠିକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। CAG କ’ଣ କହିଛି?: ନିକଟରେ ପ୍ରକାଶିତ ଅଡିଟ୍ ରିପୋର୍ଟରେ, CAG କହିଛି ଯେ ଦ୍ୱାରକା ଏକ୍ସପ୍ରେସୱେ ପ୍ରତି କିଲୋମିଟର ନିର୍ମାଣ ମୂଲ୍ୟ କିଲୋମିଟର ପିଛା ୧୮.୨ କୋଟି ଟଙ୍କାରୁ ୨୫୧ କୋଟି ଟଙ୍କା ହୋଇଛି। ଏ ସମ୍ପର୍କରେ ବିରୋଧୀ ଦଳ ସରକାରଙ୍କ ପ୍ରତି ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି।…
ଭୁବନେଶ୍ଵର: ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀର ଅନେକ ଘରକୁ ଗେଲ୍ ଇଣ୍ଡିଆ ଦ୍ୱାରା ପାଇପ ଯୋଗେ ରୋଷେଇ ଗ୍ୟାସର ସୁବିଧା ଦିଆଯିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଗରିକଙ୍କ ପାଇଁ ‘ଇଜ୍ ଅଫ୍ ଲିଭିଂ’ ବା ସହଜ ଜୀବନଯାପନର ବଡ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଠାରେ ଗେଲ୍ ଇଣ୍ଡିଆ ଲିମିଟେଡର ସିଏସଆର୍ ଅଧୀନରେ ରାଜ୍ୟର ସର୍ବପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗେଲ୍ ୧୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଥିବା ବେଳେ ଆଜି ଭୁବନେଶ୍ଵରର ଧର୍ମବିହାରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଶ୍ମଶାନଘାଟ ଉଦଘାଟିତ ହୋଇଯାଇଛି। ବିଏମସି…

