ଆସିକା: ବଳରାମ ଯୋଜନା ଅଧୀନରେ ଫସଲ ଋଣ ବଣ୍ଟନ ମେଳା ଆୟୋଜିତ

Published: Aug 23, 2023, 11:50 pm IST

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବାବନପୁର ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ବଳରାମ ଯୋଜନା ଅଧୀନରେ ସମବାୟ ବିଭାଗ ତରଫରୁ ୨୦୨୩-୨୪ ବର୍ଷ ପାଇଁ ଫସଲ ଋଣ ବଣ୍ଟନ ମେଳା ଆୟୋଜନ କରାଯାଇଥିଲା। ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦ୍ୱାରା ମିଳିତ ଦେୟ ଗୋଷ୍ଠୀ ମାନଙ୍କ ମଧ୍ୟରେ ପ୍ରତି ଗ୍ରୁପ ପିଛା ଏକ ଲକ୍ଷ ଟଙ୍କା ହିସାବରେ ସମୁଦାୟ ଷୋହଳ ଗୋଟି ଗ୍ରୁପ ମଧ୍ୟରେ ଚେକ ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକାର ବିଧାୟକା ମଞ୍ଜୁଳା ସ୍ୱାଇଁ, ସହକାରୀ ସମବାୟ ନିବନ୍ଧକ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବଳରାମ ଯୋଜନା ମାଧ୍ୟମରେ ଋଣ ନେଇ କୃଷି କ୍ଷେତ୍ରରେ ଅଗ୍ରଗତି ସହ କୃଷି ଅର୍ଥନୀତିକୁ ସୁଦୃଢ କରିବା ସହ ବିକାଶର ସାଥି ହେବା ପାଇଁ ଆହ୍ୱାନ ଦେଇଥିଲେ। ସଠିକ ସମୟରେ ଋଣ ପରିଶୋଧ ପାଇଁ ପରାମର୍ଶ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ରାଜେଶ ପଟ୍ଟନାୟକ ଅଦ୍ଧକ୍ଷତା କରିଥିଲେ। ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ ସଂଯୋଜନା କରିଥିଲେ ଓ ଶୁଭ୍ରତା ମିଶ୍ର ସହକାରୀ କୃଷି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କ୍ଷେତ୍ର କର୍ମଚାରୀ ସହଯୋଗ କରିଥିଲେ।

Related posts