Author: Samikhsya Bureau

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦ ଟା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ସମ୍ମିଳନୀ ସଭା ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ସି. ଡ଼ି.ଏମ. ଓ, ଡ଼. ଆର୍ତ୍ତବନ୍ଧୁ ନାୟକ, ସ୍ୱାଗତ ଭାଷଣ ରଖିଥିଲା ବେଳେ ଡ଼ଃ ସୁଭାଶିଷ ମହାନ୍ତି, ID(VBD) କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡେଙ୍ଗୁ ରୋଗକୁ କିପରି ପ୍ରତିରୋଧ କରାଯାଇ ପାରିବ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଘରକୁ ଘର ଯାଇ ଲୋକ ମାନଙ୍କୁ ସତର୍କ କରିବା, ପାଣି ଜମି ରହିବାକୁ ନଦେବା, ପରିବା ଭେନ୍ଦର ମାନଙ୍କୁ ସଚେତନ କରିବାକୁ, ପ୍ରତ୍ୟେହ ସକାଳେ ଓ ସନ୍ଧ୍ୟାରେ ଫୋଗିଙ୍ଗ ମେସିନ ବୁଲାଇବାକୁ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ଗ୍ରାମ ପଂଚାୟତ ମାନଙ୍କରେ ସଚେତନତା କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲିଫ ଲେଟ, ପୋଷ୍ଟର ମାଧ୍ୟମରେ…

Read More

ନୂଆଦିଲ୍ଲୀ: ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -୨୦ ସିରିଜ୍ ପାଇଁ ଭାରତ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ଆବେଶ ଖାନଙ୍କୁ ଟିମ୍ ଇଣ୍ଡିଆ ସୁଯୋଗ ଦେଇଛି। ସେ ଭାରତ ପାଇଁ ୧୫ ଟି -୨୦ ଏବଂ ୫ ଟି ଦିନିକିଆ ଖେଳିଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି। ଆଭେଶ ଆହତ ହୋଇଛନ୍ତି। ସେ ଦୁଲିପ୍ ଟ୍ରଫିରେ ସେଣ୍ଟ୍ରାଲ୍ ଜୋନ୍ ପାଇଁ ଖେଳୁଛନ୍ତି। ପଶ୍ଚିମ ଜୋନ୍ ବିପକ୍ଷ ମ୍ୟାଚ୍‌ରେ ଆଭେଶ ଆହତ ହୋଇଛନ୍ତି। ଭାରତୀୟ ପ୍ରିମିୟର ଲିଗରେ ଆଭେଶ ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି। ସେ ଏହି ଲିଗରେ ୫୫ ୱିକେଟ୍ ନେଇଛନ୍ତି। ସ୍ପୋର୍ଟଷ୍ଟାରର ଏକ ରିପୋର୍ଟ ଅନୁଯାୟୀ, ଆଭେଶଙ୍କ କାନ୍ଧରେ ଆଘାତ ଲାଗିଛି। ଏହି କାରଣରୁ ସେ ମ୍ୟାଚର ଦ୍ୱିତୀୟ ଦିନରେ ଫିଲ୍ଡିଂ ପାଇଁ ପଡ଼ିଆରେ ପ୍ରବେଶ କରିନାହାନ୍ତି। ଆଭେଶ ତାଙ୍କ ଡାହାଣ କାନ୍ଧରେ ଆଘାତ ପାଇଛନ୍ତି। କ୍ୟାଚ ବେଳେ ସେ ଆହତ ହୋଇଛନ୍ତି।…

Read More

ନୂଆଦିଲ୍ଲୀ: ମାନହାନି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ରାଉସ ଆଭେନ୍ୟୁ କୋର୍ଟ ନୋଟିସ ଜାରି କରିଛନ୍ତି। ଅଶୋକ ଗେହଲୋଟଙ୍କୁ ଅଗଷ୍ଟ ୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗେହଲଟଙ୍କ ବିରୋଧରେ ମାନହାନି ମକଦ୍ଦମା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଦ୍ଵାରା ଦାଖଲ କରାଯାଇଥିଲା। ଅଶୋକ ଗେହଲୋଟଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଏହି ମାନହାନୀ ମାମଲାରେ ଦିଲ୍ଲୀ ପୋଲିସକୁ ତଦନ୍ତ ପାଇଁ ରାଉସ ଆଭେନ୍ୟୁ କୋର୍ଟ ସମୟ ଦେଇଥିଲେ। ବାସ୍ତବରେ, ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଭାରତୀୟ ପୋଲିସ୍ ଫୋର୍ସ ଅଧୀନରେ ଥିବା ଏକ ସ୍ୱତନ୍ତ୍ର ୟୁନିଟ୍) ୨୦୧୯ ରେ ସଞ୍ଜୀବନୀ ମାମଲାରେ ଏକ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା, ଯାହାର ସଂଖ୍ୟା ୩୨ ଅଟେ। ଏହି ଏଫଆଇଆର ଆଧାରରେ ଅନେକ ଗିରଫ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଉପସ୍ଥାପିତ ହୋଇଥିବା ଉଭୟ ଚାର୍ଜସିଟରେ ଗଜେନ୍ଦ୍ର ସିଂ ଶେଖୱାତଙ୍କୁ ଅଭିଯୁକ୍ତ କରାଯାଇ ନାହିଁ। ସୂଚନାଯୋଗ୍ୟ…

Read More

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରାୟନ-୩ ର ଉତକ୍ଷେପଣ ତାରିଖ ଘୋଷଣା କରିଛି। ଟ୍ୱିଟ୍ କରି ISRO ଏହି ସୂଚନା ଦେଇଛି। ଜୁଲାଇ ୧୪ ତାରିଖରେ ମଧ୍ୟାହ୍ନରେ ଚନ୍ଦ୍ରାୟନ ୩ ଲଞ୍ଚ ହେବ ବୋଲି ଟ୍ୱିଟରେ କୁହାଯାଇଛି। ISRO ଟ୍ୱିଟରେ ଲେଖିଛି ଯେ, “ଚନ୍ଦ୍ରାୟନ-୩ ର ଶୁଭାରମ୍ଭ ଘୋଷଣା। ଏହା ଜୁଲାଇ ୧୪ ତାରିଖରେ ଅପରାହ୍ନ ୨.୩୫ ରେ SDSC, ଶ୍ରୀହାରିକୋଟା ଠାରୁ ଉତକ୍ଷେପଣ ହେବ। ଏଥି ସହିତ, ଚନ୍ଦ୍ରାୟନ- ୩ ମିଶନ ବିଷୟରେ ଚେୟାରମ୍ୟାନ୍ ସୋମନାଥ ଏସ କହିଛନ୍ତି ଯେ, ଅଗଷ୍ଟ ୨୩ କିମ୍ବା ଅଗଷ୍ଟ ୨୪ ତାରିଖରେ ଚନ୍ଦ୍ର ଉପରେ ଏକ ସଫ୍ଟ ଅବତରଣ କରିବାକୁ ISRO ଚେଷ୍ଟା କରିବ।

Read More

ଭୁବନେଶ୍ଵର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ ମାସ ୨୦ ଏବଂ ୨୧ତାରିଖରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ, ଗ୍ରାମବାସୀ ଏବଂ ବେସରକାରୀ ସଂସ୍ଥା (ଏନଜିଓ) ମାନଙ୍କର ସଦସ୍ୟଙ୍କୁ ଭେଟିଥିଲେ। ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନେ କରିଥିବା ଉଦ୍ୟମକୁ ଶ୍ରୀ ବୈଷ୍ଣବ ପ୍ରଶଂସା କରିଥିଲେ। ସ୍ଥାନୀୟ ବାସିନ୍ଦା ମାନ୍ୟବର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ଏହି ଅଞ୍ଚଳ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ଏବଂ ଏହି ଅଞ୍ଚଳର ଉପଯୁକ୍ତ ଆଲୋକ ବ୍ୟବସ୍ଥା ଏବଂ ରାତ୍ରି ସମୟରେ ଦୃଶ୍ୟମାନ ପାଇଁ ଫ୍ଲଡ ଲାଇଟ ବ୍ୟବସ୍ଥା ସହିତ ୨ ଟି ହାଇ ମାସ୍ଟ ଲାଇଟ ପ୍ରଦାନ କରିବା ବାବଦରେ ଅର୍ଥ ବରାଦ କରାଯାଇଛି। ଏହି ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ହ୍ୟୁମ୍…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ କିଛି ଦିନ ହେବ କ୍ରମାଗତ ଭାବେ ଲୁଟ, ଡକାୟତି ବଢୁଥିବା ବେଳେ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ପାଲଟିଯାଇଛି। ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଏସପି ଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଓ ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ଉକ୍ତ ଚଢ଼ାଉରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ବାଣପୁର ଥାନା ପରିସରରେ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଥାନା ନୂଆଗଡ ଅଞ୍ଚଳର ମାନସ ପଲେଇ (୨୮) ଓରଫ ଚାନ୍ଦୁ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ (୨୦) ଓ ଶିବରାମ ନାହାକ(୨୬) ଓରଫ ମୁନା, ବାଣପୁର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ମହାନ ରାଷ୍ଟ୍ରବାଦୀ ଚିନ୍ତକ, ଶିକ୍ଷାବିତ୍ ଏବଂ ଭାରତୀୟ ଜନସଂଘ ସଂସ୍ଥାପକ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ଏକ ସଶକ୍ତ ଭାରତବର୍ଷର ନିର୍ମାଣ ପାଇଁ ସେ ନିଜ ଜୀବନ ସମର୍ପିତ କରିଦେଇଥିଲେ। ତାଙ୍କ ଆଦର୍ଶ ଏବଂ ସିଦ୍ଧାନ୍ତ ଦେଶର ସବୁ ପିଢ଼ିକୁ ପ୍ରେରିତ କରିବ।’

Read More

ଜୀବନ ଶୈଳୀ: ଚର୍ମ ସଂକ୍ରମଣ କ୍ଷେତ୍ରରେ ତୁଳସୀକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ। ଏହା କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ। ତୁଳସୀର ସଠିକ୍ ବ୍ୟବହାର କେଶକୁ ଶୀଘ୍ର ବଢାଇଥାଏ ଏବଂ ତ୍ୱଚା ସୁସ୍ଥ ରଖିଥାଏ। ତୁଳସୀ ପତ୍ର ମଧ୍ୟ କେଶକୁ ଚମକାଇଥାଏ। ତୁଳସୀଙ୍କର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ମୁଣ୍ଡରେ ଥିବା ରୂପୀ ମଧ୍ୟ ସହଜରେ ଦୂର ହୋଇଯାଏ। ଯେଉଁମାନଙ୍କର ତ୍ୱଚା ପ୍ରାୟତଃ ଖରାପ ହୁଏ, ସେମାନେ ତୁଳସୀ ବ୍ୟବହାର କରି କେଶକୁ ସୁସ୍ଥ ରଖିପାରନ୍ତି। ଏହିପରି ବ୍ୟବହାର କରନ୍ତୁ ତୁଳସୀ: ତୁଲସୀ ସହିତ ବିଭିନ୍ନ ଜିନିଷ ମିଶ୍ରଣ କରି ଆପଣ ଏକ ପେଷ୍ଟ ପ୍ରସ୍ତୁତ କରିପାରିବେ। ଯାହାକୁ ମୁଣ୍ଡରେ ଲଗାଇ ଏହାର ଫାଇଦା ନିଆଯାଇପାରେ। ତୁଳସୀ ଏବଂ ପିଆଜ ରସ: ସର୍ବପ୍ରଥମେ ଛାଇରେ ତୁଳସୀ ପତ୍ରକୁ ଶୁଖାଇ ଏହାର ପାଉଡର ତିଆରି କରନ୍ତୁ। ଯଦି ଆପଣ ପାଉଡର ତିଆରି କରିପାରିବେ ନାହିଁ, ତେବେ ପତ୍ର ଦ୍ଵାରା ଗୋଟିଏ ବଡ ଚାମଚ…

Read More

ସ୍ୱାସ୍ଥ୍ୟ ଟିପ୍ସ: ମଦ୍ୟପାନ ଯକୃତକୁ କ୍ଷତି ପହଞ୍ଚାଏ। ଏହା ପ୍ରାୟତଃ ସମସ୍ତେ କୁହନ୍ତି। ଏହା ମଧ୍ୟ କୁହାଯାଏ ଯେ, ଯେଉଁମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଯକୃତ ନଷ୍ଟ ହୋଇଯାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ମଦ୍ୟପାନ କେବଳ ଯକୃତ ଉପରେ କାହିଁକି ଅଧିକ ପ୍ରଭାବ ପକାଇଥାଏ? ଯେହେତୁ ଯକୃତ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯଦି ଏହା ନଷ୍ଟ ହୋଇଯାଏ, ତେବେ ଅନେକ ପ୍ରକାରର ଗମ୍ଭୀର ରୋଗ ଆପଣଙ୍କ ଶରୀରରେ ପ୍ରବେଶ କରିବା ଆରମ୍ଭ କରିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଯକୃତକୁ କିପରି ସୁସ୍ଥ ରଖାଯିବ, ଏହି ପ୍ରଶ୍ନ ସହିତ ମନରେ ଏକ ହଲଚଲ ସୃଷ୍ଟି ହେଉଛି, କେବଳ ମଦ୍ୟପାନର ସର୍ବାଧିକ ପ୍ରଭାବ କେବଳ ଯକୃତ ଉପରେ କାହିଁକି? ଯେଉଁ ଲୋକମାନେ ପ୍ରତିଦିନ ମଦ୍ୟପାନ କରନ୍ତି, ସେମାନଙ୍କର ଫ୍ୟାଟି ଲିଭରର ସମସ୍ୟା ବଢିଥାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ବିଷୟ ହେଉଛି ଭାରତ ଏବଂ…

Read More

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ମଂଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି Station Officer, ଚାରିଗୋଟି Leading Fireman, ତିନି ଗୋଟି ହାବିଲଦାର, ତିନି ଗୋଟି Fireman Driver ଏବଂ ୩୦ଟି Fireman ପଦବୀ। ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ।

Read More

ନୂଆଦିଲ୍ଲୀ: ଆଜି ୧୦ ହଜାରରୁ ଅଧିକ ଭକ୍ତଙ୍କ ଏକ ନୂତନ ବ୍ୟାଚ୍ ବାଲଟାଲ ଏବଂ ପହଲଗାମରୁ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି। ଅଧିକାରୀ କହିଛନ୍ତି ଯେ, ଅମରନାଥଙ୍କ ପବିତ୍ର ଗୁମ୍ଫା ପରିଦର୍ଶନ କରୁଥିବା ମୋଟ ଭକ୍ତଙ୍କ ସଂଖ୍ୟା ଏକ ସପ୍ତାହ ମଧ୍ୟରେ ଏକ ଲକ୍ଷ ମାର୍କ ଅତିକ୍ରମ କରିବ। ଗତ ଦୁଇ ଦିନ ଧରି ପ୍ରାୟ ୧୦-୧୨ ହଜାର ତୀର୍ଥଯାତ୍ରୀ ପ୍ରତିଦିନ ପବିତ୍ର ଗୁମ୍ଫା ପରିଦର୍ଶନ କରୁଛନ୍ତି। ଅମରନାଥ ଯାତ୍ରା ୨୦୨୩ ର ପ୍ରଥମ ୬ ଦିନ ମଧ୍ୟରେ ୭୦ ହଜାରରୁ ଅଧିକ ଲୋକ ପରିଦର୍ଶନ କରିଛନ୍ତି। ଯେଉଁଥିରେ ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ ରାଧାକ୍ରିଷ୍ଣନ୍ ହରି ​​କୁମାର ମଧ୍ୟ ସାମିଲ ହୋଇଥିଲେ।

Read More

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଏହାର ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ଭାରତୀୟ ଦଳ ଜୁଲାଇ ୫ ତାରିଖରୁ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳୁଛି। ଯୁବ ବାମହାତୀ ଖେଳାଳି ଯଶସ୍ୱୀ ଜୟସ୍ଵାଲ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏହି ମ୍ୟାଚର ପ୍ରଥମ ଦିନରେ ଓପନିଂ କରୁଛନ୍ତି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଏହି ଦଳରେ ଚେତେଶ୍ୱର ପୂଜାରାଙ୍କ ନମ୍ବର-୩ ସ୍ଥାନରେ ଶୁଭମାନ ଗିଲଙ୍କୁ ଖେଳିବାକୁ ନିଷ୍ପତ୍ତି ନେଇପାରେ। ଅଭ୍ୟାସ ମ୍ୟାଚରେ ରୋହିତ ଏବଂ ଯଶସ୍ଵୀଙ୍କ ବ୍ୟାଟରୁ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଛି। ନମ୍ବର -୩ ରେ ଶୁଭମାନ ଗିଲ ଆସିବା ସହିତ ଯଶସ୍ୱୀ ଜୟସ୍ଵାଲ ସେହି ସ୍ଥାନରେ ଖେଳିବାର ସୁଯୋଗ ପାଇବେ ଯେଉଁଥିରେ ସେ ଘରୋଇ କ୍ରିକେଟରେ ଖେଳୁଥିବାର ନଜର ଆସିଛନ୍ତି। ତେବେ ଏପର୍ଯ୍ୟନ୍ତ ଦଳ ପରିଚାଳନା ଏ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟମ କ୍ରମରେ ନମ୍ବର ୪ ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟସେବାରେ ନିବେଶକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯିବା ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚି ଭାରତର ସାମଗ୍ରିକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟଙ୍କ ପ୍ରବନ୍ଧକୁ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ଭାରତ ସରକାର କିପରି ଦେଶର ସବୁଠୁ ଦୁର୍ବଳ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ବାସ କରୁଥିବା ଲୋକଙ୍କୁ ସୁଲଭ ଓ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି ତାହା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ ଦର୍ଶାଇଛନ୍ତି। https://twitter.com/PMOIndia/status/1676489074243411968?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1676489074243411968%7Ctwgr%5Eb7efd7bd8014f0391ddf850a57c69b17e288098c%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1937680

Read More

ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ହୋଇଛିଛି। ଏଥର ରେଭେନ୍ସା କଲେଜ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଛି। ତେବେ ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ % ଥିବାବେଳେ ଭୁବନେଶ୍ୱର ବିଜେବି କଲେଜର ବିଜ୍ଞାନ କଟଅଫ ମାର୍କ ୮୯% ରହିଛି। ଅନ୍ୟପକ୍ଷେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ କଲେଜରେ କଟଅଫ ମାର୍କ ୮୯% ସହ ୪ର୍ଥ ସ୍ଥାନରେ ଥିବାବେଳେ ୫ମ ସ୍ଥାନରେ ରହିଛି ସୋର ୟୁଏନ୍ ଏବଂ କଟଅଫ ମାର୍କ ରହିିଛି  ୮୬.୮୩%। ସେହିପରି  ରାଉରକେଲା ସରକାରୀ କଲେଜର ବିଜ୍ଞାନ କଟଅଫ ମାର୍କ ୭୭.୩୩ ପ୍ରତିଶତ ରହିଛି। ବାଣିଜ୍ୟରେ ତୃତୀୟରେ ଥିବା  ବିଜେବି କଲେଜର କଟଅଫ ମାର୍କ ୭୩ ପ୍ରତିଶତ ରହିଛି। ୪ର୍ଥରେ  କଟକ ଜେକେବିକେ ଥିବାବେଳେ କଟଅଫ ମାର୍କ ରହିଛି  ୭୨.୨୦% ଏବଂ ୫ମରେ ରହିଛି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ପୁଣି ରାଜନୈତିକ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଯ’ଦ୍ଵାରା ସ୍ପଷ୍ଟ ଦିବାଲୋକରେ ସରପଞ୍ଚଙ୍କ ଜ୍ୱାଇଁ ଏସ୍ କାମେଶ୍ଵରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି। ଆହତ କାମେଶ୍ଵର ନିଜ ଘରକୁ ଫେରୁଥିବା ବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ଛକି ରହିଥିବା କିଛି ଯୁବକ ସଶସ୍ତ୍ର ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଗୋଡ, ହାତ ଓ ମୁଣ୍ଡରେ ଗଭୀର ଆଘାତ ହୋଇଛି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିଟି ଡ଼ାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅତ୍ୟଧିକ ଚିକିତ୍ସା ପାଇଁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ କାମେଶ୍ଵରଙ୍କ ଏତଲା କ୍ରମେ ପୋଲିସ ୨୦ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ବ୍ରହ୍ମପୁର ଏସ୍ ପି ଡଃ ବିବେକ ଶ୍ରବଣ କୁମାର, ଏସ୍ ଡି…

Read More

ନୂଆଦିଲ୍ଲୀ: ଜଣେ ଆଦିବାସୀ ବ୍ୟକ୍ତିଙ୍କ ପାଦ ଧୋଇଲେ ଖୋଦ ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଆଜି ନିଜ ବାସଭବନରେ ଏହି କାର୍ଯ୍ୟ କରିଛନ୍ତି। ଏହି ଘଟଣାଟି ଯେତିକି ଆଶ୍ଚର୍ଯ୍ୟ, ଏହାର କାରଣ ଜାଣିଲେ ମଧ୍ୟ ଆପଣ ହେବେ ସେତିକି ଆଶ୍ଚର୍ଯ୍ୟ। ଘଟଣାଟି ହେଲା ଗତି କିଛିଦିନ ତଳେ ବିଜେପି ନେତା ପ୍ରଭାସ ଶୁକ୍ଲା ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିଶ୍ରା କରିଥିବାର ଭିଡିଓ ବେଶ ଚହଳ ପକାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ତା ଉପରେ ପୋଲିସ ତରଫରୁ ତନାଘନା କରାଯାଇଥିଲା। ଜଣାପଡି ଥିଲା ଯେ, ପ୍ରଭାଶ ଆଦିବାସୀ ବ୍ୟକ୍ତି ଦାଶମତ ରାୱାତଙ୍କ ଉପରେ ପରିଶ୍ରା କରୁଛନ୍ତି। ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ତୁମ୍ବି ତୋଫାନ କରାଗଲା। ପରେ ଜଣାପଡିଥିଲା ଯେ, ପ୍ରଭାସ ଶୁଲ୍କା ହେଉଛନ୍ତି ସ୍ଥାନୀୟ ବିଜେପି ବିଧାୟକ କେଦାରନାଥ ଶୁକ୍ଲାଙ୍କ ଜଣେ ଘନିଷ୍ଠ ସହଯୋଗୀ। ଏହାପରେ ପ୍ରଭାସଙ୍କୁ ଗିରଫ କରାଯିବା ସହିତ ତାଙ୍କ ଘରକୁ ମଧ୍ୟ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଡେହୁକା ଗ୍ରାମର ମଳୟ ରାଉତ ନାମକ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମଳୟ କୌଣସି କଥାକୁ ନେଇ ବିଷ ପିଇ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ବେଳେ ଘର ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଲିପଦର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆସ୍କା ନିକଟରେ ତାଙ୍କର ଅବସ୍ଥା ସାଂଘାତିକ ହେବାରୁ ତାକୁ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ପରୀକ୍ଷା କରି ଦାୟିତ୍ଵରେ ଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିପଦର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ସହ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Read More

ନୂଆଦିଲ୍ଲୀ/ଭୁବନେଶ୍ଵର: ଦୁଇଜଣ ବିଚାରପତିଙ୍କ ବ୍ୟତୀତ ସାତୋଟି ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଣିପୁର, ବମ୍ବେ ଏବଂ ଗୁଜୁରାଟର ହାଇକୋର୍ଟ ଅଛନ୍ତି, ଯେଉଁଠାରେ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବେ। ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ତିନିଜଣ ବରିଷ୍ଠ ବିଚାରପତି କଲେଜିୟମଙ୍କ ସୁପାରିଶ ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟର ବିଚାରପତି ସୁନୀତା ଅଗ୍ରୱାଲଙ୍କୁ ଗୁଜୁରାଟ ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଆଶିଷ ଜେ ଦେଶାଇଙ୍କୁ କେରଳ ହାଇକୋର୍ଟ, ଓଡ଼ିଶାର ବିଚାରପତି ଭାବରେ କାର୍ଯ୍ୟ କରୁଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ସୁପାରିଶ କରାଯାଇଛି। ସେହିଭଳି ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମୃଦୁଲଙ୍କୁ ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି, ବମ୍ବେ ହାଇକୋର୍ଟର ଜଷ୍ଟିସ ଧୀରଜ ସିଂ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି,…

Read More

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନୁଭୂତ ହୋଇଛି ବିସ୍ତୃତି ବର୍ଷା। ଅଧିକାଂଶ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି। ତେବେ ଦେବଗଡ ଜିଲ୍ଲାର ବାରକୋଟ ଠାରେ ସର୍ବାଧିକ ୧୨୭.୬ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ବର୍ଷା ହୋଇଥିବା ବେଳେ ରାୟଗଡାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଏହି ବର୍ଷା ଆହୁରି ଦୁଇ ଦିନ ଧରି ଲାଗିରହିବ ବୋଲି ଜଣାପଡିଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମର ପି ମନିକେଶ୍ଵର ରେଡି ନାମକ ଜଣେ ଯୁବକକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନାରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ୟୁ ଆପାରାଓ ନାମରେ ଜଣେ ବ୍ୟକ୍ତିଙ୍କ କୌଣସି ସନ୍ତାନ ନଥିବାରୁ ସେ ମନିକେଶ୍ଵରକୁ ପୌଷ୍ୟ ସନ୍ତାନ ରୁପେ ପାଳିଥିଲେ। କିନ୍ତୁ ମନିକେଶ୍ଵର ବିଭିନ୍ନ ସମୟରେ ବାପାକୁ ଗାଳିଗୁଲଜ ଓ ମାଡ଼ ମାରି ଅର୍ଥ ମାଗି ମଦ ପିଇ ଅଶାନ୍ତ କରୁଥିଲା। ଏଥିପାଇଁ ସେ ପୁର୍ବରୁ ସେ ଜେଲ୍ ଯାଇ ଜାମିନରେ ଆସି ପୁଣି ଆପାରାଓ ଙ୍କ ଜମି ଚାଷ କରୁଥିବା ରୟିତ ବାବୁ ସ୍ୱାଇଁକୁ ଗାଳିଗୁଲଜ କରି ନିଜ ବାପାର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ଯ’ଦ୍ଵାରା ଆପାରାଓ ସଦର ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ନଂ ୩୩୮/୨୩ ପ୍ରକାରେ ମକଦ୍ଦମା ରୁଜୁ କରି…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟ ଜାତୀୟ ରାଜପଥ ରାସ୍ତା କଡ଼ରେ ପାର୍କିଂ ଅବସ୍ଥାରେ ଥିବା ଏକ ମୋଟର କାର୍ କୁ ସନ୍ଦେହ କରି ଜେରା କରିବା ବେଳେ ସେଥିରୁ ଅଢେଇ କିଲୋ ଗଞ୍ଜେଇ ପୋଲିସ ଜବତ କରିଛି। ଗଞ୍ଜେଇ ମହଜୁଦ ଥିବା କାର୍ ର ନଂ ଏମଏଚ ୦୪ ଇଏକ୍ସ ୩୮୮୭ ବୋଲି ଜଣାପଡିଛି। ଗାଡ଼ି ଚାଲକ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ଓ କାର୍ କୁ ଜବତ କରି ପୋଲିସ କେଶ୍ ନଂ ୩୦୮/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Read More