ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
Author: Samikhsya Bureau
ନୂଆଦିଲ୍ଲୀ: ଜୁନ୍ ୨୦୨୩ରେ ୧ ଲକ୍ଷ ୬୧ ହଜାର ୪୯୭ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୩୧,୦୧୩ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୮,୨୯୨ କୋଟି ଟଙ୍କା, ଆଇଜିଏସଟି ପରିମାଣ ୮୦,୨୯୨ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୩୯,୨୯୨ କୋଟି ଟଙ୍କା ସମେତ) ଏବଂ ସେସ୍ ପରିମାଣ ୧୧,୯୦୦ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୧,୦୯୨ କୋଟି ଟଙ୍କାର ରାଜସ୍ୱ ସମେତ) ରହିଛି। ପୂର୍ବ ବର୍ଷ ତୁଳନାରେ ୧୦% ବୃଦ୍ଧି ସହିତ ଜୁନ୍ ୨୦୨୩ରେ ଓଡ଼ିଶାରେ ୪,୩୭୯.୯୮ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଜୁନ୍ ୨୦୨୨ରେ ୩,୯୬୫.୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ ହୋଇଥିଲା। ସରକାର ସିଜିଏସଟି ବାବଦରେ ୩୬,୨୨୪ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୦,୨୬୯ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ହେବା ପରେ…
ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ର ପୋଲିସ କଲା ଖୁଲାସା। ଏହି ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ମୁକୁନ୍ଦପ୍ରସାଦ ର ସାହିତ୍ଯ ବେହେରା ଓରଫ କାହ୍ନା ଓ ରାଜ ଦଳବେହେରା। ଅନ୍ଯତମ ଅଭିଯୁକ୍ତ ଡ୍ରଗ୍ସ ମାଫିଆ ସଞ୍ଜୟ ପ୍ରଧାନ ଓ ଅନ୍ଯ ମାନେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟ ରୁ ବ୍ଯବହୃତ ପିକଅପ ଭ୍ଯାନ, ବୋଲେରୋ ଓ ସ୍କପିଓ, ୨ଟି ଷ୍ଟିଲ ଖଣ୍ଡା, ୪ ଟି ଗୁଳି, ୪ ଟି ଖୋକା, ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତା କୁ ନେଇ ହୋଇଥିଲା ହତ୍ୟାକାଣ୍ଡ ହୋଇଥିବା ଟାଉନ ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସପି ସିଦ୍ଧାର୍ଥ କାଟ୍ଟାରିଆ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅନ୍ଯ ଅଭିଯୁକ୍ତ ଗିରଫ କରାଯିବ। ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକ୍ଅପ ଭ୍ଯାନରେ କିଛି ଦୁବୃତ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖଦାଳ ମହାରଣା ନାମକ ଜଣେ ବ୍ୟକ୍ତି ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ସୁଚନା ଅନୁଯାୟୀ, ଗତକାଲି ଖଦାଳର ପୁଅ ବୁଲୁ ମହାରଣାର ବାହାଘର କାର୍ଯ୍ୟକ୍ରମ। ନିଷ୍ପତ୍ତି ଅନୁଯାୟୀ ସବୁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ଉକ୍ତ ବାହାଘରକୁ ନେଇ ଖଦାଳ ସନ୍ତୁଷ୍ଟ ନଥିଲେ। ଯ’ଦ୍ଵାରା ବୁଲୁର ମାମୁଁ କର୍ତ୍ତା ହୋଇ ବାହା କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ମ୍ରିୟମାଣ ହୋଇ ଖଦା ଆଗ ଦିନ ରାତିରେ ଏହି ଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଘଟଣା ପରେ ବୁଲୁ ବାହାଘର କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଗାଁ ଚାଞ୍ଚଲ୍ୟ ଖେଳିବା ସହ ବାଲିପଦର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା…
ସୀତାରାମ ଅଗ୍ରୱାଲ ବାଣପୁର: ମଝି ରାସ୍ତାରେ ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭରତ ପ୍ରଧାନ ନାମକ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ। ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଖଣତ ଗ୍ରାମର ପ୍ରକାଶ ଜେନାଙ୍କ ଠାରୁ ଭାପୁର ଗ୍ରାମର ଭରତ ପ୍ରଧାନ ଏକ ବର୍ଷ ପୂର୍ବେ ମଜୁରୀ ପ୍ରାପ୍ୟ ପାଞ୍ଚ ହଜାର ଟଙ୍କା ଠକି ନେଇଯାଇଥିଲେ। ଉକ୍ତ ଟଙ୍କାକୁ କେନ୍ଦ୍ର କରି ୬ ମାସ ପୂର୍ବେ ଭରତ ପ୍ରକାଶଙ୍କୁ ଧମକ ମଧ୍ୟ ଦେଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରକାଶ ତାଙ୍କର ମା ଏବଂ ଝିଅଙ୍କ ସାଥିରେ ଭାପୁର ସ୍ଥିତ ନିଜର ବନ୍ଧୁଙ୍କ ଘରୁ ନିଜ ସ୍କୁଟିରେ ଫେରୁଥିବା ବେଳେ ବାଣପୁର ଭେଟେଶ୍ୱର ରାସ୍ତାରେ ଭରତ ଏକ ପଲସର ଗାଡ଼ିରେ ଆସି ପ୍ରକାଶଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଓ ସ୍କୁଟି ଛଡାଇ…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ ୫-ଟି ଉପକ୍ରମର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟା, ମିଳିତ ଉଦ୍ୟମ, ସ୍ୱଚ୍ଛତା ଓ ସମୟର ଉଚିତ୍ ପ୍ରୟୋଗ ଦ୍ୱାରା ରୂପାନ୍ତର ଆସିଥାଏ। ଯୁବ ପ୍ରାଣୀ ଚିକିତ୍ସକଭାବେ ପ୍ରାଣୀଧନର ସ୍ୱାସ୍ଥ୍ୟ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ୨୦୯ ଜଣ ପ୍ରାଣୀଧନ ଚିକିତ୍ସକଙ୍କୁ (Veterinary Assistant Surgeon) ନିଯୁକ୍ତି ପତ୍ର ଦିଆଯାଇଥିଲା। ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳର…
ଭୁବନେଶ୍ୱର: ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହୋଇପଡ଼ିଥିବା ସତ୍ତ୍ୱେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆଜି ସୂଚନା ଦେଇଛି। ଜୁଲାଇ ୪ ରେ ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଓ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଜୁଲାଇ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଜୁଲାଇ ୫ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୬ ରୁ ୯ ତାରିଖ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉକ୍ତ ମହାବିଦ୍ୟାଳୟରେ ଡକ୍ଟର ଦାଶ ଦୀର୍ଘ ପଞ୍ଚତିରିଶରୁ ଉର୍ଦ୍ଧ୍ଵ ବର୍ଷ ମନସ୍ତତ୍ଵ ବିଭାଗରେ କାର୍ଯ୍ୟ କରି ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି। କିଛି ବର୍ଷ ଯୁକ୍ତ ଦୁଇ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରି ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଏଥିସହ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱ ଖୁବ ଦକ୍ଷତାର ସମ୍ପାଦନା କରି ତାଙ୍କ ସଚୋଟତା ଓ ନିଷ୍ଠାପରତା ପ୍ରତିପାଦିତ କରିପାରିଛନ୍ତି। ଗତକାଲି ସେବାନିବୃତ୍ତ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ଼ କର୍ମଚାରୀମାନଙ୍କ ସମେତ ଅଂଚଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଏହି ସୂଚନା ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। କାରଣ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ବିରୋଧୀ ଦଳ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ମୋର୍ଚ୍ଚାବନ୍ଦୀ କରିବା ଆରମ୍ଭ କରିଛନ୍ତି। ପ୍ରହ୍ଲାଦ ଯୋଶୀ ଟୁଇଟ୍ କରି କହିଛନ୍ତି ଯେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବ। ୨୩ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୧୭ ଟି ବୈଠକ ହେବ। ସେ କହିଛନ୍ତି ଯେ, ଅଧିବେଶନ ସମୟରେ ସଂସଦର ବିଧାନସଭା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଗଠନମୂଳକ ଅବଦାନ ପାଇଁ ମୁଁ ସମସ୍ତ ଦଳକୁ ନିବେଦନ…
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍-୨୦୨୩ ଭାରତର ଆୟୋଜନରେ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ୍ ଦଳକୁ ସେମାନଙ୍କ ସରକାର ବିଶ୍ୱକପରେ ଭାରତ ଆସିବା ପାଇଁ କିଛି ସ୍ପଷ୍ଟ ସଂକେତ ଦେଇନାହିଁ। ଏହି ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ବିଶ୍ୱକପ୍ ସ୍ଥାନ ଅନୁସନ୍ଧାନ ପାଇଁ ଏକ ସୁରକ୍ଷା ଦଳ ପଠାଇପାରେ। ପାକିସ୍ତାନ ଦଳ ମୋଟ ପାଞ୍ଚଟି ସ୍ଥାନରେ ଖେଳିବ, ଯେଉଁଥିରେ ଅହମ୍ମଦାବାଦ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା ଏବଂ ହାଇଦ୍ରାବାଦ ଅନ୍ତର୍ଭୁକ୍ତ। ବିଶ୍ୱକପରେ ପାକିସ୍ତାନର କାର୍ଯ୍ୟସୂଚୀ: ଅକ୍ଟୋବର ୬ ତାରିଖ- ପାକିସ୍ତାନ ବନାମ କ୍ୱାଲିଫାୟର, ହାଇଦ୍ରାବାଦ ଅକ୍ଟୋବର ୧୨ ତାରିଖ- ପାକିସ୍ତାନ ବନାମ କ୍ୱାଲିଫାୟର, ହାଇଦ୍ରାବାଦ ଅକ୍ଟୋବର ୧୫ ତାରିଖ- ପାକିସ୍ତାନ ବନାମ ଭାରତ, ଅହମ୍ମଦାବାଦ ଅକ୍ଟୋବର ୨୦ ତାରିଖ- ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ବେଙ୍ଗାଲୁରୁ ଅକ୍ଟୋବର ୨୩ ତାରିଖ- ପାକିସ୍ତାନ ବନାମ ଆଫଗାନିସ୍ତାନ, ଚେନ୍ନାଇ ଅକ୍ଟୋବର…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଦୁଇ ଜଣ ନୂଆ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯାଇଛି। ଏହି ଦୁଇ ଜଣ ହେଲେ ପ୍ରଶାନ୍ତ ମୁଦୁଲି ଏବ ବିଜୟ ନାୟକ। ଉଭୟ ନେତା ଆସୁଥିବା ଓଡିଶା ରାଜ୍ୟ ସମବାୟ ୟୁନିୟନ ନିର୍ବାଚନ ଏବଂ ଓବିସି ଅର୍ଥନୈତିକ ଉନ୍ନୟନ ସମବାୟ ନିଗମ ନିର୍ବାଚନର ପର୍ଯ୍ୟବେକ୍ଷକ ହେବେ। ଏ ନେଇ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆଦିଲ୍ଲୀ: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସରେ ଆମେ ଏକ ପେସାଦାର ସମୁଦାୟକୁ ସମ୍ମାନ ଦେଉଛୁ; ଯିଏ କି ଆମ ଦେଶର ପ୍ରମୁଖ ଆର୍ଥିକ ସ୍ଥପତିଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କ ବିଶ୍ଲେଷଣାତ୍ମକ କୌଶଳ ଏବଂ ଦୃଢ଼ ପ୍ରତିବଦ୍ଧତା ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରେ।’
ନୂଆଦିଲ୍ଲୀ: ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଡାକ୍ତର ସମୁଦାୟଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଡାକ୍ତର ଦିବସରେ ମୁଁ ସମଗ୍ର ଡାକ୍ତର ସମୁଦାୟକୁ ଗଭୀର କୃତଜ୍ଞତା ଜଣାଉଛି। ଅତ୍ୟନ୍ତ ଗମ୍ଭୀର ସମକ୍ର ବି ଡାକ୍ତରମାନେ ସାହସ, ନିଃସ୍ୱାର୍ଥପରତା ଏବଂ ସ୍ଥିରତା ସର୍ବୋଚ୍ଚ ଉଦାହରଣ ଦେଇଛନ୍ତି। ସେମାନଙ୍କ ସମର୍ପଣ ଉପଚାରଠାରୁ ବି ଅଧିକ; ଏହା ଆମ ସମାଜକୁ ଆଶା ଏବଂ ଶକ୍ତି ଦେଇଥାଏ’।
ଜୀବନଶୈଳୀ: ଆପଣ ନିଶ୍ଚିତ ଭାବରେ କିଛି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପରିଦର୍ଶନ କରିଥିବେ ଏବଂ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏକ ପାତ୍ରରେ ପାନ ମଧୁରୀ ଏବଂ ମିଶ୍ରୀ ଟେବୁଲ ଉପରେ ସର୍ବଦା ରଖାଯାଏ। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ପାନ ମଧୁରୀ ଏବଂ ମିଶ୍ରୀକୁ ଟେବୁଲ ଉପରେ ରଖିବାର କାରଣ କ’ଣ? କିଛି ଲୋକ ଭାବନ୍ତି ଯେ ‘ଟିପ୍’ ଦେବା ପାଇଁ ପାନ ମଧୁରୀ ଏବଂ ମିଶ୍ରୀକୁ ପାତ୍ରରେ ରଖାଯାଇଥାଇପାରେ। କେତେକ ବିଶ୍ୱାସ କରନ୍ତି ଯେ, ପାଟି ସତେଜ କରିବା ପାଇଁ ଖାଦ୍ୟ ଖାଇବା ପରେ ଏହାକୁ ରଖାଯାଏ। ପାନ ମଧୁରୀ ଏବଂ ମିଶ୍ରୀ ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। ଆସନ୍ତୁ ଜାଣିବା ଏହା କରିବା ପଛରେ ପ୍ରକୃତ କାରଣ କ’ଣ? ବାସ୍ତବରେ ମିଶ୍ରି ଦାନା ଚିନି ଅପେକ୍ଷା ବହୁତ ହାଲୁକା। ଚିନି ତୁଳନାରେ ଏଥିରେ ଥିବା ମିଠା ମଧ୍ୟ କମ୍ ଅଟେ। ଉତ୍ତମ ହଜମ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଘଟଣାକୁ ନେଇ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ ହୋଇଥିଲା। ଅନୁସନ୍ଧାନ ଚାଲିଥିବା ବେଳେ ବିଶେଷ କରି ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀର ନୀଳମାଧବ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ତାଲାବନ୍ଦ ଘରୁ ତାଲା ଭାଙ୍ଗି ଚୋରି ଅଭିଯୋଗ ହୋଇଥିଲା। ପୋଲିସ ଅନୁସନ୍ଧାନ ଚଳାଇ ତିନି ଜଣ ଯୁବକ ଯଥା ବ୍ରହ୍ମପୁର ସଦର ଥାନା ଅଞ୍ଚଳର ପି ବିଷ୍ଣୁ, ସୁଦାମ ପାତ୍ର ଓ ଚନ୍ଦନ ପାତ୍ରକୁ ଉଠାଇ ଆଣି ଜେରା କରିବା ବେଳେ ଏହି ମାନଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି, ଗୋଷାଣୀ ନୁଆଁଗାଁ ଥାନାରେ ଗୋଟିଏ ଓ ନିମଖଣ୍ଡି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଜାଣିବାକୁ ପାଇଥିଲା। ଅଟକ ଯୁବକକୁ ଜେରା କରିବା ବେଳେ ପୋଲିସ ସେମାନଙ୍କ ଠାରୁ ୨୩୦ ଗ୍ରାମ ସୁନା ଅଳଙ୍କାର ଓ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟ ରଙ୍ଗିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅରକ୍ଷିତ ନାହାକ ନାମକ ଜଣେ ବ୍ୟକ୍ତି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଅରକ୍ଷିତ କୌଣସି କାରଣରୁ ମାନସିକ ଅବସାଦରେ ରହୁଥିଲେ। କିନ୍ତୁ ସେ ନିଜ ବିଲରେ ପକାଇବାକୁ ରଖିଥିବା କୀଟନାଶକ ଓାୖଷଧ ପିଇ ଦେଇଥିଲେ। ଯାହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କର ପୁଅ ରାଜେନ୍ଦ୍ର ନାହାକ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୨୫ ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନାନୁସାରେ ନାଗପୁରରୁ ଔରଙ୍ଗାବାଦ ରାସ୍ତାରେ ବସ୍ ପ୍ରଥମେ ଏକ ଲୁହା ପୋଲକୁ ଧକ୍କା ଦେଇଥିଲା ଏବଂ ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା। ଏହି ବୁଲଢାଣା ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଖୁବ୍ ଶୀଘ୍ର ଦୁର୍ଘଟଣା ସ୍ଥଳକୁ ଯିବେ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ ୨୮ ତାରିଖ ରାତିରେ ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ ମାଲୁ ମହାନ୍ତି ନାମକ ଜଣେ ସଫେଇ କର୍ମଚାରୀଙ୍କୁ ବୋମାମାଡ ହୋଇଥିଲା। ହେଲେ ଫେରାର ହୋଇ ଯାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଘଟଣାରୁ ପ୍ରକାଶ ବଡ଼ବଜାର ଅଞ୍ଚଳର ଡି ଅରୁଣ ରେଡି ଓ ଆହତ ମାଲୁ ମଧ୍ୟରେ କୌଣସି କାରଣରୁ ଶତ୍ରୁତା ଥିଲା। ଘଟଣା ଦିନ ମାଲୁଙ୍କୁ ରାସ୍ତାରୁ ହଟିବା ପାଇଁ ସେ ନିଜ ଘର ପାଖରେ ଥିବା ବେଳେ ଅରୁଣ ତାଙ୍କ ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲା। ସୌଭାଗ୍ୟ ବଶତଃ ବୋମାଟି ମାଲୁଙ୍କ ଗୋଡ଼ ପାଖରେ ପଡି ଫୁଟିଯାଇଥିଲା। ଫଳରେ ମାଲୁଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇ ମୁଖ୍ୟ ଅଭିଯୁକ୍ତ ଅରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଖୋର୍ଦ୍ଧା: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ପଞ୍ଚଦଶତମ ଶେଷ ବର୍ଷ ସ୍ନାତକ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା ଫଳ- ୨୦ ୨୩ ଶିକ୍ଷା ବର୍ଷ ନିମନ୍ତେ ଶୁକ୍ରବାର ମୈତ୍ରୀଭବନ ପରିସରରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ମୋଟ ପାସ ହାର ଶତକଡ଼ା ୮୭.୮ ପ୍ରତିଶତ ରହିଥିବାବେଳେ, ଚଳିତ ବର୍ଷ ଛାତ୍ରମାନଙ୍କ ଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତି। ଚଳିତ ବର୍ଷ ଛାତ୍ରୀମାନଙ୍କର ପାସ ହାର ୯୩.୯ ପ୍ରତିଶତ ରହିଥିବାବେଳେ ଛାତ୍ରମାନଙ୍କ ୮୧.୫ ପ୍ରତିଶତ ରହିଛି। କଳା ବିଭାଗରେ ପାସ ହାର ୯୧.୫ ପ୍ରତିଶତ ରହିଥିବାବେଳେ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ ହାର ଯଥାକ୍ରମେ ୯୪.୬ ଓ ୭୮.୯ ପ୍ରତିଶତ ଅଟେ। ବାଣିଜ୍ୟ ବିଭାଗରୁ ଛାତ୍ରୀ ନିଶା କୁମାରୀ ପାଣ୍ଡେ, କଳା ଶିକ୍ଷା ସମ୍ମାନ ବିଭାଗରୁ ଛାତ୍ରୀ ଶୁଭଲକ୍ଷ୍ମୀ ପଣ୍ଡା ଓ ବିଜ୍ଞାନ ବିଭାଗରୁ ଉଭିଦ ବିଜ୍ଞାନ ସମ୍ମାନର ଛାତ୍ର ତାରାପ୍ରସାଦ ମାର୍ଥା ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଏହି…
ନୂଆଦିଲ୍ଲୀ: ଆଇପିଏଲ୍ ଋତୁ ସମାପ୍ତ ହୋଇଛି। ଚେନ୍ନାଇ ସୁପର କିଙ୍ଗସ୍ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି ଆଇପିଏଲ୍ ୨୦୨୩ ଟାଇଟଲ୍ ଜିତିଛି। କିନ୍ତୁ ଆଇପିଏଲ୍ ଶେଷ ହେବା ପରେ ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ମଜବୁତ ରହିଛି। ବାସ୍ତବରେ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ମେ ମାସର ଶ୍ରେଷ୍ଠ-୩ ଦଳରେ ଅନ୍ତର୍ଭୁକ୍ତ ହୋଇଛି। ସୋସିଆଲ ମିଡିଆରେ ଚେନ୍ନାଇ ସୁପର କିଙ୍ଗ୍ସ ଅନ୍ୟତମ ଲୋକପ୍ରିୟ ଦଳ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ରିଅଲ ମାଦ୍ରିଦ ଏବଂ ଏଫସି ବାର୍ସିଲୋନା ଦଳ ଶ୍ରେଷ୍ଠ- ୩ ଦଳରେ ଅନ୍ତର୍ଭୁକ୍ତ। ଚେନ୍ନାଇ ସୁପର କିଙ୍ଗ୍ସ ସବୁଠାରୁ ଲୋକପ୍ରିୟ ଦଳ!: ମେ ମାସରେ ୪୨୪ ନିୟୁତ ସୋସିଆଲ ମିଡିଆ ଯୋଗଦାନ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ତାଲିକାର ଶୀର୍ଷରେ ଅଛି। ଏହି ତାଲିକାରେ ରିଅଲ ମାଦ୍ରିଦ ଫୁଟବଲ କ୍ଲବ ଦ୍ୱିତୀୟ ସ୍ଥାନରେ ରହିଛି। ମେ ମାସରେ ୩୪୫ ନିୟୁତ ସୋସିଆଲ ମିଡିଆ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ। ଅପରାହ୍ଣ ସାଢ଼େ ୩ଟା ସମୟରେ ପ୍ରଧାନମନ୍ତ୍ରୀ ଶେହଡୋଲ ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ଏଠାରେ ସେ ଜାତୀୟ ସିକଲ୍ ସେଲ ଏନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ। ସେ ମଧ୍ୟ ହିତାଧିକାରୀମାନଙ୍କୁ ସିକଲ ସେଲ୍ ଜେନଟିକ୍ ଷ୍ଟାଟସ୍ କାର୍ଡ ବିତରଣ କରିବେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଶେଷ କରି ଜନଜାତି ଜନସଂଖ୍ୟାରେ ଥିବା ସିକଲ ସେଲ୍ ରୋଗ କାରଣରୁ ସୃଷ୍ଟି ହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବା। ୨୦୪୭ ସୁଦ୍ଧା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ସିକଲ ସେଲ୍ ରୋଗକୁ ସମାପ୍ତ କରିବା ପାଇଁ ସରକାର ଜାରି ରଖିଥିବା ଏକ ପ୍ରୟାସ ଦିଗରେ ଏହି ଅଭିଯାନ ବିଶେଷ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଜାତୀୟ ସିକଲ ସେଲ୍ ଆନିମିଆ ଉନ୍ମୁଳନ ଅଭିଯାନ କାର୍ଯ୍ୟକାରୀ କରିବା ଲାଗି ୨୦୨୩ ସାଧାରଣ ବଜେଟ୍ରେ ଘୋଷଣା କରାଯାଇଥିଲା। ଏହାକୁ…

